ଯାଜପୁର: ଆଜି ପବିତ୍ର ସୁନିଆ। ମାଆ ବିରଜାଙ୍କ ବନ ଯାଗ ଯାତ୍ରା ଉତ୍ସବ। ବିରଜା କ୍ଷେତ୍ର ରେ ଶାରଦୀୟ ପୁଜା ଲାଗି ସିହଂଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ଦେବୀଙ୍କ ପ୍ରତିମୁର୍ତି ପୁର୍ବ ଦିଗକୁ ବେଲ ଗଛ ଅନ୍ବେଶଣ ରେ ବାହାରି ଥିଲେ । ହାଟ ପାଟଣା ରେ ବେଲ ଗଛ ସନ୍ଧାନ ରେ ଗଛ ମୁଳେ ପୁଜାର୍ଚନା କରାଯାଇ ରଥ ନିର୍ମାଣ ଲାଗି ବେଲଡାଳ ସଂଗ୍ରହ କରାଯାଇଛି । ଶାରଦୀୟ ପୁଜା ଲାଗି ମା ଙ୍କ ନିକଟରେ ସ୍ବତନ୍ତ୍ର ପୁଜାର୍ଚନା କରାଯିବା ସହ ଷୋଡଷ ଉପଚାର ପୁଜା ରେ ସାମିଲ ହୋଇଥିବା ସେବାୟତ ମାନଙ୍କୁ ବରଣି କରାଯାଇ ରୀତି ନୀତି ଅନୁସାରେ ପୁଜା ପଦ୍ଦତି ର ସାରଣୀ ଲିଖନ କରାଯାଇଛି । ଯାଜପୁର ଅଧିଷ୍ଠାତ୍ରି ଦେବୀ ମାବିରଜାଙ୍କ କ୍ଷେତ୍ରରେ ଆଜିଠାରୁ ପୁଜା ଶୁଭାରମ୍ଭ ହୋଇଥିବା ମୁଖ୍ୟ ପୁରୋଧା କହିଛନ୍ତି । ସେପଟେ ରଥ ନିର୍ମାଣ ଲାଗି ସମସ୍ତ ଆୟୋଜନ କରାଯାଇଥିବା ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ କହିଛନ୍ତି । ସେପଟରେ ବେଲଗଛ ଡାଳ ଆମ ବାଡ଼ିରୁ ମା ଙ୍କ ପୂଜା ପାଇଁ ଯାଉଥିବା ବେଶ୍ ଖୁସି।କେବଳ ଖୁସି ନୁହେଁ ବରଂ ମା ଆମ ଘରକୁ ଆସିଥିବାରୁ ଆମେ ବହୁତ୍ ଖୁସି ଥିବା କହିଛନ୍ତି ଗୌରାଙ୍ଗ ।
ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଆରମ୍ଭ ହେବ ୩ ନୂତନ ବିଭାଗ
ଭୁବନେଶ୍ୱର: ରୋଗୀସେବା ଏବଂ ଅନ୍ୟାନ୍ୟ ବିଭିନ୍ନ ସେବାକୁ ତ୍ବରାନ୍ବିତ କରିବାକୁ, ଏମ୍ସ ଭୁବନେଶ୍ୱରରେ ଆଉ ତିନିଟି ନୂତନ ବିଭାଗ ଆରମ୍ଭ ହେବ। ଏହି ବିଭାଗଗୁଡ଼ିକରେ ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ବିଭାଗ ଏବଂ ବାୟୋଷ୍ଟାଟିଟିକ୍ସ ବିଭାଗ ଅନ୍ତର୍ଭୁକ୍ତ। ଏମ୍ସରେ ଆରମ୍ଭ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ନିମନ୍ତେ ଷ୍ଟାଣ୍ଡିଂ ଏକାଡେମିକ୍ କମିଟି ଏହାର ଅନୁମୋଦନ ପ୍ରଦାନ କରିଛି। ଏହି ରୋଗୀ ସେବା ତଥା ଅନ୍ୟାନ୍ୟ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜଣାଶୁଣା ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ। ଏମ୍ସର ଏକାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ।
ଏହି ଅବସରରେ ଡ. ବିଶ୍ବାସ କହିଛନ୍ତି ଯେ ଗତ ବର୍ଷ ସ୍ୱାସ୍ଥ୍ୟସେବା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଏହି ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇଛି। ଏଥିସହିତ ଏକାଡେମିକ୍ ପ୍ରୋଗ୍ରାମର ସମ୍ପ୍ରସାରଣ ବିଷୟରେ ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏମ୍ସ ଭୁବନେଶ୍ୱରରେ ଛଅ ବର୍ଷିଆ ଏମ୍ସିଏଚ୍ ଶିଶୁରୋଗ ସର୍ଜରୀ ପାଠ୍ୟକ୍ରମ, ଶିଶୁ ପଲ୍ମୋନୋଲୋଜି ଏବଂ ଇଣ୍ଟେନ୍ସିଭ୍ କେୟାରରେ ଡିଏମ୍ ପାଠ୍ୟକ୍ରମ ଏବଂ ଶିଶୁ ସଂକ୍ରମଣ ରୋଗ ଏବଂ ଡିଏମ୍ ନେଫ୍ରୋଲୋଜିରେ ବିଶେଷଜ୍ଞ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହି ନୂତନ ବିଭାଗ ଏବଂ ଏକାଡେମିକ୍ କାର୍ଯ୍ୟକ୍ରମ ରୋଗୀ ସେବାରେ ଉନ୍ନତି ତଥା ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବାନେଇ ଡ. ବିଶ୍ବାସ ଆଶା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରକମଲକର ଯୋଗଦେଇ ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ପାଇଁ ଏମ୍ସ ଭୁବନେଶ୍ୱରଙ୍କୁ ଅଭିନନ୍ଦନ ଜଣାଇବା ସହ ଗବେଷଣା ଏବଂ ରୋଗୀ ସେବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ |
ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ନେଇ ଏକାଧିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହିତ ବାହାନାଗା ଟ୍ରେନ୍ ଦୁର୍ଘଟଣାର ମୃତ ଶରୀର ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ନ୍ଧିତ କରାଯାଇଥିଲା।
ଏକାଦଶ ବାର୍ଷିକ ଉତ୍ସବରେ ବାର୍ଷିକ ସ୍ମରଣିକା “ଦି ଇନ୍ସାଇଟ୍”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ଦ୍ବାରା ଲିଖିତ ପୁସ୍ତକ କ୍ଲିନିକାଲ୍ ଫିଚର୍ସ ଅଫ୍ ମେଲିଡିଓସିସ୍କୁ ମଧ୍ୟ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏମ୍ସ ଭୁବନେଶ୍ୱରରେ ମେଲିଓଏଡୋସିସ୍ ରୋଗୀଙ୍କ ପରିଚାଳନା ଉପରେ ଆଧାରିତ ଏହି ପୁସ୍ତକ ଭାରତୀୟ ପ୍ରସଙ୍ଗରେ ମେଲିଓଏଡୋସିସ୍ ରୋଗ ପରିଚାଳନା ପାଇଁ ଏକ ମୂଲ୍ୟବାନ ଉତ୍ସ ହେବ ବୋଲି ଆଶା କରାଯାଉଛି।
ଅନ୍ୟମାନଙ୍କ ମଧ୍ୟରେ ଡିନ୍ (ଏକାଡେମିକ୍ସ) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ କୁଳସଚିବ ଡ. ଦେବୋପ୍ରିୟ ବନ୍ଦ୍ୟୋପଧ୍ୟାୟ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜକ କମିଟିର ଆବାହକ ଡ. ସ୍ବେତା ସିଂ ଏବଂ ସହଆବାହକ ଡ. ସୋମନାଥ ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଖୋଲିଲା ଶ୍ରୀ ଦେବନାରାୟଣଙ୍କ ହୁଣ୍ଡି, ୨୧ ଟଙ୍କା ଦାନ କରିଛନ୍ତି ମୋଦି!
ଜୟପୁର: ରାଜସ୍ଥାନର ଗୁର୍ଜର ସମାଜର ଆରାଧ୍ୟ ଦେବତା ଦେବନାରାୟଣଙ୍କ ଦାନ ବାକ୍ସ ଖୋଲା ଯାଇଛି । ଭକ୍ତମାନେ ପ୍ରଭୁଙ୍କ ବହୁ ଅର୍ଥ ଦାନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ଦେବନାରାୟଣଙ୍କ ୧୧୧୧ତମ ଅବତରଣ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଥ ଦାନ ବାକ୍ସରେ ପକାଇଥିବା କୁହାଯାଉଥିଲା । ତେବେ ପ୍ରଧାନମନ୍ତ୍ରୀ କେତେ ଅର୍ଥ ଦାନ କରିଛନ୍ତି ତାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହୋଇ ଆସୁଥିଲା । ତେବେ ଦାନବାକ୍ସ ଖୋଲାଟାଇଥିବାବେଳେ ଏକ ଲଫାପା ମିଳିଛି ।

ଏହି ଧଳା ଲଫାପାରେ ପ୍ରଧାନମନ୍ତ୍ରୀଙ୍କ ନାମ ରହିଛି । ଲଫାପା ମିଳିବା ପରେ ଭକ୍ତଙ୍କ ମନରେ ଉତ୍ସାହ ରହିଥିଲା କି, ପ୍ରଧାନମନ୍ତ୍ରୀ କେତେ ଦାନ କରିଛନ୍ତି । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି, ଏହି ଲଫାପାରୁ ମାତ୍ର ୨୧ ଟଙ୍କା ବାହାରିଛି । ମନ୍ଦିରର ପୂଜକ ନିଜେ ଏହି ଲଫାପା ଖୋଲିଥିବାବେଳେ ନିଜେ ଏହା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ତେବେ ଅନ୍ୟ ଦୁଇଟି ଲଫାପା ମଧ୍ୟ ରହିଥିଲା । ଗୋଟିଏରେ ୧୦୧ ଟଙ୍କା ରହିଥିବାବେଳେ ଅନ୍ୟଟିରେ ୨୧୦୦ ଟଙ୍କା ରହିଛି ।
ପ୍ରଧାନମନ୍ତ୍ରୀଙ୍କ ନାମ ଥିବା ଲଫାପାରୁ ୨୧ ଟଙ୍କା ବାହାରିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ସେକ୍ରେଟାରୀ ତଥା ରାଜସ୍ଥାନ ବିହନ ନିଗମର ସଭାପତି ଧିରଜ ଗୁଜର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ଏହା କ’ଣ ବିକାଶ? କ’ଣ ଏହା ଗୁଜର ସମାଜ ପାଇଁ ଉପହାର? କୌଣସି ସମାଜକୁ ସ୍ବପ୍ନ ଦେଖାଇବା ଉଚିତ ନୁହେଁ । ତେବେ କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ଅବତରଣ ଉତ୍ସବରେ ଯୋଗ ଦେଇଥିବାବେଳେ ଗୁଜର ସମାଜକୁ ବହୁ ପ୍ରତିଶୃତି ଦେଇଥିଲେ । ଏପରିକି କହିଥିଲେ କି, ମୁଁ ଗୁଜର ସମାଜକୁ ଯାହା ଦେଇଛି ତାହା ଦାନ ବାକ୍ସରେ ରହିଛି । ଯାହାକୁ ନେଇ ଦୀର୍ଘଦିନ ହେବ ଲୋକଙ୍କ ମନରେ ଉତ୍ସାହ ରହି ଆସିଥିଲା । ପ୍ରଧାନମନ୍ତ୍ରୀ କେତେ ଦାନ କରିଛନ୍ତି । ତେବେ ୨୧ ଟଙ୍କା ମିଳିବା ପରେ ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କୁ ତାଛଲ୍ୟ କରି ନିଜର ପ୍ରତିକ୍ରିୟା ରଖୁଛନ୍ତି ।
୨୦୨୩ ଜାନୁଆରୀ ୨୮ ତାରିଖରେ ରାଜସ୍ଥାନର ଭିଲବାଡ଼ାରେ ଭଗବାନ ଦେବନାରାୟଣଙ୍କ ୧୧୧୧ତମ ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥୀଭାବେ ଯୋଗ ଦେବାସହ ସମ୍ବୋଧିତ କରିଥିଲେ ।

