spot_img
Home Blog Page 2766

ବିଦ୍ୟୁତ ବିଭାଗରେ ଆଜି ୪୧୨ ଜଣଙ୍କୁ ମିଳିବ ଚାକିରି, ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯୁବ ଶକ୍ତି ପାଇଁ ନୂଆ ସୁଯୋଗ । ବିଦ୍ୟୁତ ବିଭାଗରେ ଆଜି ୪୧୨ ଜଣଙ୍କୁ ମିଳିବ ଚାକିରି । ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ସାଢେ ୫ଟାରେ ଲୋକସେବା କନଭେନସନ ସେଣ୍ଟରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମିଳିବ ନିଯୁକ୍ତି ।

୧୬ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନୟର, ୧୯୭ ଟେକ୍ନିସିଆନ ଓ ୫୪ ଜଣ କାର୍ଯ୍ୟାଳୟ ସହାୟକ ପାଇବେ ନିଯୁକ୍ତି  । ଗତମାସରେ ୧୨୯ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ମିଳିଥିଲା ନିଯୁକ୍ତି ପତ୍ର । ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗରେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ରେନ୍ ଧକ୍କାରେ ମରିବେନି ହାତୀ, ହାତୀ ମୃତ୍ୟୁ ହ୍ରାସ ଦିଗରେ ପଦକ୍ଷେପ ନେଲା ପୂର୍ବତଟ ରେଳପଥ

ଭୁବନେଶ୍ବର: ଆଉ ଟ୍ରେନ୍ ଧକ୍କାରେ ମରିବେନି ହାତୀ । ହାତୀ ଧକ୍କା ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା କରିଛି । ହାତୀ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଲାଗୁ ହେବ । ପୂର୍ବତଟ ରେଳପଥ ଅଧୀନ ରେଳ ଲାଇନରେ ହାତୀ ମୃତ୍ୟୁ ହ୍ରାସ ଦିଗରେ ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧାରୋଡ, ସମ୍ବଲପୁର ରେଳମଣ୍ଡଳ ପରିସୀମା ମଧ୍ୟରେ ଟ୍ରେନ୍ ଧକ୍କା ଯୋଗୁ ବହୁ ବଣୁଆ ହାତୀଙ୍କ ମୃତ୍ୟୁ ହେଉଛି । ତାକୁ ରୋକିବାକୁ ରେଳପଥ ପକ୍ଷରୁ ହାତୀ ଗତିବିଧି ଅଞ୍ଚଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ବା IDS କରାଯିବ ।

୬ରେଳ ସେକ୍ସନର ୨ଶହ କିଲୋମିଟର ରେଳ ଧାରଣା ସାମିଲ ହେବ । ପୂର୍ବତଟ ରେଳପଥ ମଞ୍ଜୁର କରିଛି ୭୯.୧୨କୋଟି । ଏହି ପ୍ରଣାଳୀ ଦ୍ବାରା ରେଳ ଟ୍ରାକ୍ ଆଡ଼କୁ ମାଡି ଆସୁଥିବା ହାତୀ ଚିହ୍ନଟ ସହ ହାତୀ ମୃତ୍ୟୁକୁ ଏଡାଇବାକୁ ରେଳ ଅଧିକାରୀଙ୍କୁ ସତର୍କ କରାଇବ ।

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ମୁନିଗୁଡ଼ା ଥାନା ହୁକୁମତୋଳା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣା । ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ସେହିପରି ବାଇକରେ ବସିଥିବା ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି ।

ମୃତକ ହେଲେ ରାମନାକୁପୁଲି ଗାଁର ଧନୁର୍ଜୟ ମାଣ୍ଡିକା । ଧନୁର୍ଯ୍ୟୟ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଗତକାଲି ମୁନିଗୁଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମୁନିଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ କରୁଛି ପୋଲିସ ।

ଆଖୁଆପଦାରେ ବିପଦ ସଙ୍କେତ ଟପିଲା ବୈତରଣୀ ଜଳସ୍ତର

ଭଦ୍ରକ: ବଢ଼ୁଛି ବୈତରଣୀ ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ 7ଟା ସୁଦ୍ଧା ଆଖୁଆପଦାରେ ବିପଦ ସଂକେତ ଉପରେ ଅର୍ଥାତ ୧୭.୮୮ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ଜଳସ୍ତର ବଢୁଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି ।

ଉଦଳାରେ ବାର୍‌ ସିଲ୍, ଆବଶ୍ୟକତା ଠାରୁ ଅଧିକ ପରିମାଣର ମଦ ରଖାଯାଇ ବିକ୍ରି କରାଯାଉଥିବା ଅଭିଯୋଗ

ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳାରେ ବାର୍‌ ସିଲ୍ । ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ । ବସଷ୍ଟାଣ୍ଡ ନିକଟରେ ଥିବା ରେନବ ବାର୍‌ରେ ବେଆଇନ ଭାବେ ଆବଶ୍ୟକତା ଠାରୁ ଅଧିକ ପରିମାଣର ମଦ ରଖାଯାଇ ବିକ୍ରି କରାଯିବା ଅଭିଯୋଗ ପରେ ଉଦଳା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ରାତିରେ ଚଢ଼ାଉ କରିଥିଲେ ।

ଚଢ଼ାଉ ବେଳେ ପୋଲିସ ଏବଂ ଅବକାରୀ ବିଭାଗ ବାର୍‌ରେ ଥିବା ମଦ ଷ୍ଟକର ହିସାବ ମାଗିଥିଲେ । ବାର୍ କର୍ମଚାରୀମାନେ ଷ୍ଟକ ଦେଖାଇ ପାରିନଥିଲେ । ଫଳରେ ବାରକୁ ସିଲ କରାଯାଇଛି । ଲକ୍ଷ ଲକ୍ଷ ଟଙ୍କାର ବେଆଇନ ଭାବେ ମଦ ଷ୍ଟକ ରଖି ବିକ୍ରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କମିବ ବର୍ଷାର ପରିମାଣ: ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଜିଠୁ କମିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି । ଆସନ୍ତା ୨୪ ଘଣ୍ଟା ଉତ୍ତର ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ । ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବରଗଡ଼, ନୂଆପଡା, ନବରଙ୍ଗପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡାକୁ ସତର୍କତା ଜାରି ହୋଇଛି ।

୭୦ ରୁ ୧୧୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନାହିଁ । ପୁଣି ୨୫ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ତେଣୁ ୨୩ରୁ ପୁଣି ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପୁଅକୁ ଝୁରି ଝୁରି ଆଖିବୁଜିଲେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’, ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ

ଆନନ୍ଦପୁର: ସହିଦ ପୁଅକୁ ଝୁରି ଝୁରି ଆଖିବୁଜିଲେ ମା’। ଆନନ୍ଦପୁର ନନ୍ଦିସାହିର ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା  । ଏସସିବିରେ ଚିକିତ୍ସିତ ହେଉଥିଲେ ସୁନ୍ଦରୀ ଖୁଣ୍ଟିଆ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା  ।

ଗତକାଲି ବିଳମ୍ବିତ ରାତିରେ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି  । ପ୍ରଥମେ ସ୍ବାମୀ ଓ ପରେ ତିନି ପୁଅଙ୍କୁ ହରାଇ ଭାଙ୍ଗି ପଡିଥିଲେ ସୁନ୍ଦରୀ  । ଏନେଇ ସବୁ ବେଳେ ଚିନ୍ତାରେ ରହୁଥିଲେ  । ଧିରେ ଧିରେ ଅଧିକ ଅସୁସ୍ଥ ଯୋଗୁ ଏସସିବିରେ ଭର୍ତ୍ତି ହୋଇଥିଲେ  ।

ଗତକାଲି ତାଙ୍କର ମୃତ୍ୟୁ ହୋଇଛି  । ୨୦୨୦ ମସିହାରେ ସ୍ବାମୀ ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ବଡ ପୁଅ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ପୁଅ ପ୍ରଶାନ୍ତ ଖୁଣ୍ଟିଆ ଆଗପଛ ହୋଇ ପ୍ରାଣ ହରାଇଥିଲେ । ଗତ ୧୧ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ସହିଦ ହୋଇଥିଲେ ସୁଶାନ୍ତ । ସୁଶାନ୍ତଙ୍କ ବିୟୋଗ ପରେ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇପଡିଥିଲେ ମା’ ସୁନ୍ଦରୀ  ।

ଦେଶରେ ୧୨ ପ୍ରତିଶତ ସାଂସଦ ଅରବପତି, ଏହି ରାଜ୍ୟର ଅଧିକ ସାଂସଦ ଅରବପତି ତାଲିକାରେ

ନୂଆଦିଲ୍ଲୀ: ଦେଶରେ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଅରବପତି । ଲିଷ୍ଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏମପିଙ୍କ ନାମ ସର୍ବାଧିକ ରହିଛି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ଏବଂ ନ୍ୟାସନାଲ ଇଲେକ୍ସନ ୱାଚ ୨୩୩ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୨୨୫ ଜଣଙ୍କର ଆପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମିର ତଥ୍ୟ ପ୍ରକାଶ କରିଛି ।

ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ୧୧ଜଣ ଏମପିଙ୍କ ମଧ୍ୟରୁ ପାଞ୍ଚ ଜଣ, ତେଲେଙ୍ଗାନାର ସାତଜଣ ଏମପିଙ୍କ ୩ ଜଣ, ମହାରାଷ୍ଟ୍ରର ୧୯ ଜଣ ଏମପିଙ୍କ ମଧ୍ୟରୁ ୧୬ ଜଣ, ଦିଲ୍ଲୀର ତିନିଜଣ ଏମପିଙ୍କ ମଧ୍ୟରୁ ଜଣେ, ପଞ୍ଜାବର ୭ଜଣ ଏମପିଙ୍କ ମଧ୍ୟରୁ ଦୁଇଜଣ, ହରିୟାଣାର ପାଞ୍ଚଜଣ ଏମପିଙ୍କ ମଧ୍ୟରୁ ଜଣେ ଏବଂ ମଧ୍ୟପ୍ରଦେଶର ୧୧ ଜଣ ଏମପିଙ୍କ ମଧ୍ୟରୁ ୨ଜଣ ନିଜ ସମ୍ପତ୍ତିର ମୂଲ୍ୟ ୧୦୦ କୋଟିରୁ ଅଧିକ ବୋଲି ଘୋଷଣା କରିଛନ୍ତି ।

ତେଲେଙ୍ଗାନାର ସାତଜଣ ଏମପିଙ୍କ ମୋଟ ସମ୍ପତ୍ତି ୫ ହଜାର ୫୯୬କୋଟି ଟଙ୍କା ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ୧୧ ଜଣ ଏମପିଙ୍କ ସମ୍ପତ୍ତି ୩ ହଜାର ୮୨୩ କୋଟି । ସେହିପରି ଉତ୍ତରପ୍ରଦେଶର ୩୦ଜଣ ଏମପିଙ୍କ ମୋଟ ସମ୍ପତ୍ତି ୧୯୪୧ କୋଟି ଟଙ୍କା ରହିଛି । ୨୨୫ଜଣ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୭୫ଜଣଙ୍କର ବିରୋଧରେ ଅପରାଧିକ ମାମଲା ରହିଛି ।

ପ୍ରାୟ ୪୧ଜଣ ଏମପିଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି । ସେଥିମଧ୍ୟରୁ ଦୁଇ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।

ଭାରତ-ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦: ବର୍ଷା ଯୋଗୁଁ ଡିଏଲଏସ୍ ପଦ୍ଧତିରେ ୨ ରନରେ ଜିତିଲା ଟିମ୍ ଇଣ୍ଡିଆ

ଡବଲିନ: ଭାରତ ଆୟରଲ୍ୟାଣ୍ଡକୁ ବର୍ଷା ଦ୍ୱାରା ପ୍ରଭାବିତ ପ୍ରଥମ ଟି-୨୦ ମ୍ୟାଚରେ ଡକୱର୍ଥ ଲୁଇସ୍ (ଡିଏଲଏସ) ପଦ୍ଧତିରେ ୨ ରନରେ ପରାଜିତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୯ରନ କରିଥିଲା । ଆୟରଲ୍ୟାଣ୍ଡ ପକ୍ଷରୁ ବାରି ମାକ୍କାର୍ଥି ସର୍ବାଧିକ ୫୧ରନ କରିଥିଲେ । ଭାରତ ପକ୍ଷରୁ ଅଧିନାୟକ ଜଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରୀଷ୍ଣା ଏବଂ ରବି ବିଷ୍ଣୋଇ ୨ ଟିଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

୧୪୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ୟଶସ୍ୱୀ ଜୟସ୍ୱାଲ ଏବଂ ଋତୁରାଜ ଗାୟକ୍ୱାଡ ପଡ଼ିଆକୁ ଓହ୍ଲାଇଥିଲେ । ହେଲେ ଜୟସ୍ୱାଲ ୨୩ ବଲରେ ୨୪ ରନ୍ କରି ଆଉଟ୍ ହୋଇଯାଇଥିଲା । ତାଙ୍କ ସ୍ଥାନରେ ତିଲକ ବର୍ମା କ୍ରୀଜକୁ ଓହ୍ଲାଇଥିଲେ ହେଲେ ସେ ଖାତା ଖୋଲି ନପାରି କ୍ରେଜ ୟଙ୍ଗ ଓଭରରେ କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ଭାରତ ପକ୍ଷରୁ ଋତୁରାଜ ଗାୟକ୍ୱାଡ ଏବଂ ସଞ୍ଜୁ ସାମସନ ବ୍ୟାଟିଂ କରୁଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ୬.୫ ଓଭର ଚାଲିଥିବା ବେଳେ ଭାରତ ୨ ୱିକେଟ୍ ବିନିମୟରେ ୪୭ ରନ୍ କରିଥିଲା । ଲଗାଣ ବର୍ଷା କାରଣରୁ ଅମ୍ପାୟାର ଡିଏଲଏସ୍ ପଦ୍ଧତିରେ ଭାରତକୁ ବିଜୟୀ ଘୋଷିତ କରିଥିଲେ ।

“ମାନବ ଚାଲାଣରେ ଉଦୀୟମାନ ଧାରା” ବିଷୟବସ୍ତୁକୁ ନେଇ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୨୦୨୧ ମସିହାରେ ମାନବ ଚାଲଣର ୧୪୭୫ ମାମଲା ରୁଜୁ ହୋଇଥିଲା । ଏଥିରେ ୭୩୫ ଜଣ ମହିଳା ଥିବାବେଳେ ଏବଂ ଏଥିମଧ୍ୟରେ ୧୮ ବର୍ଷରୁ କମ୍ ବୟସର ବାଳିକା ୪୯୭ ଜଣ ଥିଲେ । ରାଜ୍ୟ ମାନବ ଆୟୋଗର ଅଧ୍ୟକ୍ଷ ମିନତି ବେହେରା “ମାନବ ଚାଲାଣରେ ଉଦୀୟମାନ ଧାରା” ଉପରେ ଏକ କର୍ମଶାଳାରେ ଯୋଗ ଦେଇ କହିଛନ୍ତି ଯେ ଯୁବପିଢିଙ୍କ ମଧ୍ୟରେ ଫେରାର ମାମଲା ବିଶେଷ ଭାବରେ COVID ପରେ ବେଶୀ ବଢିଯାଇଛି। ଆୟୋଗ ସମସ୍ତ ଜିଲ୍ଲାରେ କର୍ମଶାଳା ଆୟୋଜନ କରି ମାନବ ଚାଲାଣର ଦୁର୍ବଳତା ବିଷୟରେ ଯୁବପିଢିଙ୍କୁ ସଚେତନ କରିବା ପାଇଁ କଲେଜ ସ୍ତରୀୟ କର୍ମଶାଳା ମଧ୍ୟ କରାଯିବ।

“ମୋବାଇଲ୍ ଫୋନ୍ ବ୍ୟବହାର 14 ବର୍ଷରୁ କମ୍ ବୟସ୍କଙ୍କୁ ଅପରାଧରେ ଅସୁରକ୍ଷିତ କରିଦେଇଛି। ଯୁବପିଢି ପ୍ରଥମେ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ଏହାର ପରିଣାମ ବିଷୟରେ ଚିନ୍ତା ନକରି ଘରୁ ଫେରାର ହୋଇଯାଉଛନ୍ତି । କିଛି ମାସ ଏକାଠି ରହିବା ପରେ ସେମାନେ ଅଲଗା ହୁଅନ୍ତି। ଏହି ଝିଅମାନେ ବେଶୀ ମାନବ ଚାଲାଣକାରୀଙ୍କ ପାଇଁ ସହଜରେ ଟାର୍ଗେଟ ହୁଅନ୍ତି । ADGP CID କ୍ରାଇମ ଶାଖା ଅରୁଣ ବୋଥ୍ରା ମାନବ ଚାଲାଣକୁ ଏକ ଜଟିଳ ସମସ୍ୟା ବୋଲି ବର୍ଣ୍ଣନା କରିଛନ୍ତି । ସମସ୍ତ ଜିଲ୍ଲାରେ ସମନ୍ୱିତ ମାନବ ଚାଲାଣ ବିରୋଧୀ ୟୁନିଟ୍ ତଥା ପୋଲିସ୍ ଷ୍ଟେସନରେ ମହିଳା ଏବଂ ଶିଶୁ ଡେସ୍କ ମାଧ୍ୟମରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ସେ ଆଲୋକପାତ କରିଛନ୍ତି।

ଗତ ବର୍ଷ ମାନବଚାଲାଣକାରୀଙ୍କୁ ରୋକିବାରେ ପୋଲିସର ଭୂମିକା ଉପରେ ଏଡ୍ ଏଟ୍ ଆକ୍ସନ୍ ଡାଇରେକ୍ଟର, ସ୍ଥାନାନ୍ତରଣ ଏବଂ ଶିକ୍ଷା ନିର୍ଦ୍ଦେଶକ ଉମି ଡାନିଏଲ ଆଲୋକପାତ କରିଥିଲେ। ଗତ ଦୁଇ ମାସ ମଧ୍ୟରେ ୧୬ ଶିଶୁ ମାନବ ଚାଲାଣର ଶିକାର ହୋଇଥିବା ମାମଲା ପଞ୍ଜିକୃତ ହୋଇଥିଲା । ଗଣମାଧ୍ୟମରେ ଓଡିଶା ମହିଳାମାନଙ୍କ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର 50 ରୁ ଅଧିକ ମିଡିଆ ପ୍ରଫେସନାଲ ଯୋଗ ଦେଇଥିଲେ । ଓଡିଶାରେ ମାନବ ଚାଲାଣ ତଥା ଚୁକ୍ତିଭିତ୍ତିକ ଶ୍ରମିକ ଉପରେ ସେମାନଙ୍କର ଜ୍ଞାନ ଏବଂ ବୁଝାମଣା ବୃଦ୍ଧି କରିବା ସହ କ୍ରାଇମ ରିପୋର୍ଟିଂ ପ୍ରତି ସେମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।