spot_img
Home Blog Page 278

ପିକନିକ ଋତୁରେ ଚଳଚଞ୍ଚଳ ପାତ୍ରପୁର ବ୍ଲକ ବାରିହା ପଥର ଜଳପ୍ରପାତ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାରିହା ପଥର ଜଳପ୍ରପାତ l ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏହି ଜଳ ପ୍ରପାତ।ବ୍ରହ୍ମପୁର ଠାରୁ ପାତ୍ରପୁର ବ୍ଲକ ବୁରାତାଲକୁ ଯିବା ପରେ ମହେନ୍ଦ୍ରଗିରି ଯିବା ରାସ୍ତାରେ ପଡେ ଏହି ଓ୍ବାଟରଫଲ l ରାସ୍ତାରେ ଗଲାବେଳେ ମନ ମୋହିଥାଏ ଘଞ୍ଚ ଜଙ୍ଗଲ ଓ ପାହାଡ଼ର ଦୃଶ୍ୟ । ମହେନ୍ଦ୍ରଗିରି ପାହାଡ଼ରୁ ଝରି ଆସୁଥିବା ଜଳପ୍ରପାତ ପଥର ଦେହରେ ଚିରି ହୋଇ କୁଳୁ କୁଳୁ ହୋଇ ବହିଥାଏ । ଏହି ଝରଣାରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ। ଛୁଟି ଦିନରେ ବହୁ ପର୍ଯ୍ୟଟକଙ୍କ ଏଠାରେ ଭିଡ଼ ଜମିଥାଏ l ପ୍ରକୃତି କୋଳରେ କିଛି ସମୟ ପାଇଁ ହଜିଯିବାର ମଜା ଏଠାରେ ମିଳିଥାଏ ବୋଲି କହିଛନ୍ତି ପର୍ଯ୍ୟଟକ ।

ବାରିହା ପଥର ଜଳପ୍ରପାତକୁ ଲାଗି ରହିଛି ବାରିହା ପ୍ରତିମୂର୍ତ୍ତି l ଏଠାରେ ବାରିହାଙ୍କ ମୂର୍ତ୍ତିକୁ ପୂଜା କରିଥାନ୍ତି ସ୍ଥାନୀୟ ଲୋକେ l କେବଳ ବାରିହା ପଥର ନୁହେଁ ପାତ୍ରପୁର ଅଞ୍ଚଳରେ ବହୁ ଜଳପ୍ରପାତ ରହିଛି ଯାହା ବିକାଶ ଆଢ଼ୁଆଳରେ ରହିଯାଇଛି। ସେଗୁଡିକର ବିକାଶ ପାଇଁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ l ତେବେ ଆଗକୁ ଏହି ଜଳପ୍ରପାତ ଗୁଡ଼ିକର ଉନ୍ନତି କିଭଳି ହେବ ଓ ପର୍ଯ୍ୟଟକଙ୍କ ନିମନ୍ତେ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ହେବ ଗଣତି ମଣତି

ନୀତି ବହୁଳ ନଥିବା ସମୟରେ ରତ୍ନଭଣ୍ଡାର ଅଳଙ୍କାରର ହେବ ଗଣତି ମଣତି l ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ନିଆଯିବ ନିଷ୍ପତି l ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ l ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଶେଷ କରି ୫ଟି ବିନ୍ଦୁ ଉପରେ ଆଲୋଚନା କରାଯାଇଛି । ତେବେ ଅକ୍ଷୟ ତୃତୀୟା ପୂର୍ବରୁ ଗଣତି ମଣତି ଲାଗି ସେବାୟତ ମନେ ପ୍ରସ୍ତାବ ଦେଇଛନ୍ତି l

ମହାପ୍ରଭୁଙ୍କ ସୁନାବେଶ ପାଇଁ ସ୍ଵର୍ଣ୍ଣ ଅଳଙ୍କାରର ଏକ ନୂତନ ସେଟ ନିର୍ମାଣ ପାଇଁ ବୈଠକରେ ଆଲୋଚନା କରାଯାଇଛି l ସେପଟେ ଶ୍ରୀମନ୍ଦିର ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯାଇଛି l ବିଗତ ଦିନମାନଙ୍କରେ ଅଭଡ଼ା ଯୋଜନାରେ କାଠ ରାମ୍ପ୍ ବ୍ୟବସ୍ଥା କରାଯିବ । ଏମାର. ମଠର ରୁପା ଇଟାକୁ ଶ୍ରୀ ଜଗନ୍ନାଥ ମନ୍ଦିର ଅଧୀନକୁ ଅଣାଯିବା ଲାଗି ପ୍ରୟାସ ଆରମ୍ଭ ହୋଇଛି l ସବ କମିଟିରେ ବଜେଟ ପାସ ହୋଇଛି l ୨୦୨୪- ୨୦୨୫ ଆର୍ଥିକ ବର୍ଷର ୧୦୪ କୋଟିର ବଳକା ବଜେଟ ହୋଇଛି l ବାହାର ରତ୍ନ ଭଣ୍ଡାର ଦ୍ଵାର ରୁପା ଛାଉଣୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି l ଶ୍ରୀ ମନ୍ଦିରକୁ ଦାନ କରିବା ଲାଗି ପୁରୀର ବିଭିନ୍ନ ଏଟିଏମ ମାଧ୍ୟମରେ ଭକ୍ତଙ୍କୁ ମେସେଜ୍ ଦିଆଯିବ । ଶ୍ରୀ ଗୁଣ୍ଡିଚା ମନ୍ଦିର ଖୁବ ଶୀଘ୍ର ଭକ୍ତଙ୍କ ଲାଗି ଖୋଲାଯିବ l ଶ୍ରୀ ମନ୍ଦିର ପ୍ରଶାସନ ଗୁଣ୍ଡିଚା ମନ୍ଦିର ପରିଚାଳନା କରିବ l

ଶ୍ରୀ ମନ୍ଦିରର ଜମି ଜମା ସମ୍ପର୍କରେ ଆଲୋଚନା କରାଯାଇଛି l ନାଟ ମଣ୍ଡପରେ ଧାଡି ଦର୍ଶନ ଲାଗି ବିଶେଷ ଆଲୋଚନା ହୋଇଛି l ନାଟ ମଣ୍ଡପରେ ଦର୍ଶନ ଲାଗି ଆଉ ଥରେ ପ୍ରସ୍ତୁତ ବ୍ୟାରିଗେଡକୁ ସମୀକ୍ଷା କରାଯିବ l ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ କଡାକଡି କରାଯିବ l ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ଲାଗି ଆଲୋଚନା ହୋଇଥିବା ସୂଚନା ରହିଛି l ଇସ୍କନର ଅଦିନିଆ ରଥଯାତ୍ରା ଉପରେ ମଧ୍ୟ ଆଲୋଚନା କରାଯାଇଛି l ଇସ୍କନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ନାନ ଯାତ୍ରା ସଠିକ ସମୟରେ କରିବା ଲାଗି ଚିଠି ଲେଖାଯାଇଛି l ଶ୍ରୀ ମନ୍ଦିର ସେବାୟତ ଗୁରୁକୁଳ ଲାଗି ବିଶେଷ ଆଲୋଚନା ହୋଇଛି l ସେବାୟତ କଲ୍ୟାଣ ପାଣ୍ଠି ନେଇ ପେନସନ ରାଶି ବୃଦ୍ଧି କରାଯାଇଛି l ବରିଷ୍ଠ ସେବାୟତ ଙ୍କୁ ୪୦୦୦ ପରିବର୍ତ୍ତେ ୫୦୦୦ କରାଯାଇଛି l ସେହିଭଳି ସେବାୟତଙ୍କ ଝିଅ ବିବାହ ଲାଗି ୫୦ହଜାରୁ ୧ଲକ୍ଷ କରାଯାଇଛି l ଶ୍ରୀ ମନ୍ଦିର ସୁରକ୍ଷା ନେଇ ଆଲୋଚନା କରାଯାଇ ଅନେକ ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ପୁରୀ ବାସି ଙ୍କ ଶୃଙ୍ଖଳିତ ସହଜ ଦର୍ଶନ ଲାଗି ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରାଯିବ l ପୁରୀ ସହର ବାସିଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଜିଲ୍ଲାପାଳ, ଏସ୍ପି ବିଭିନ୍ନ ନିଯୋଗ ସହ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ।

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ ମୋହର

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍। ନିଷ୍ପତ୍ତି ଅନୁସାରେ, ବଢ଼ିଲା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି। ଏହାସହ ୟୁନିଫର୍ମ ସେବା କର୍ମଚାରୀ ଆୟୋଗ ଗଠନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଏଣିକି ସ୍ବଚ୍ଛତାର ସହ ପୋଲିସ ବିଭାଗର ସମସ୍ତ ପରୀକ୍ଷା କରାଯିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

କଂଗ୍ରେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ

କଂଗ୍ରେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ। ସାଗର ଟ୍ବିଟ୍ କରି ଅଭିଯୋଗ କରିଛନ୍ତି ଯେ, ଆଜି ତାଙ୍କୁ ତାଙ୍କୁ ହତ୍ୟା ଦମକ ଦିଆଯାଇଛି। ପ୍ରଥମେ ଭବାନୀପାଟଣା ଜୋନ ସଭାପତିଙ୍କ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପରେ ସାଗରଙ୍କ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ ଦୁର୍ବୃତ୍ତ। ଯଦି ନିର୍ବାଚିତ ପ୍ରତିନିଧି ରାଜ୍ୟରେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକେ କିପରି ସୁରକ୍ଷିତ ସେନେଇ ପ୍ରଶ୍ନ କରିଛନ୍ତି ସାଗର। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

ଦୁବାଇ ଏୟାର ଶୋ’ରେ ଅଘଟଣ: ଦୁର୍ଘଟଣାଗ୍ରସ୍ତ ହେଲା ତେଜସ୍ ଯୁଦ୍ଧ ବିମାନ

ଦୁବାଇ ଏୟାର ଶୋ’ରେ ଅଘଟଣ। ଦୁର୍ଘଟଣାଗ୍ରସ୍ତ ହେଲା ତେଜସ୍ ଯୁଦ୍ଧ ବିମାନ । ଆଜି ଏୟାର ଶୋ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହାର ଭିଡିଓ । ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୨ଟା ୧୦ ସମୟରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାସ୍ଥଳରେ ଘନ ଧୂଆଁର ଆସ୍ତରଣ ସୃଷ୍ଟି ହୋଇଥିଲା ।ତେବେ ପାଇଲଟଙ୍କ ଅବସ୍ଥା କିଭଳି ରହିଛି ତାହାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

କଂଗ୍ରେସରେ ତେଜିଲା ବିଭୀଷଣ ବିବାଦ ; ମୁହଁ ଖୋଲିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ପରାଜୟ ପରେ କଂଗ୍ରେସରେ ବିବାଦ ତେଜିବାରେ ଲାଗିଛି । ବିଶେଷକରି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଦଳ ଖପ୍ପା ହୋଇଥିବା ପରି ଲାଗୁଛି । ଗତକାଲି ମହମ୍ମଦ ମୋକିମ ଏ ନେଇ ଶୃଙ୍ଖଳା କମିଟର ଦ୍ବାରସ୍ଥ ହୋଇଥିବାବେଳେ ଆଜି ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଭକ୍ତଙ୍କୁ ଘେରିଛନ୍ତି । ନିରଂଜନ ପ୍ରଶ୍ନ କରିଛନ୍ତି, ଦଳରେ ଯଦି ବିଭୀଷଣ ଅଛନ୍ତି ତେବେ ରାବଣ କିଏ ? ବିଭୀଷଣ ଯଦି ଚିହ୍ନଟ ହେବେ ତେବେ ରାବଣ କିଏ ତାହା ବି ଚିହ୍ନଟ ହେବା ଦରକାର। ଘର ଠିକ୍ ନଥାଇ ବାହାର ଳୋକଙ୍କୁ ଦାୟୀ କରିବା ଠିକ୍ ନୁହେଁ। ଦଳୀୟ ନେତାଙ୍କ କଣ ଭୁଲ ଅଛି ତାହା ଆଗେ ଜାଣିବା କଥା। ବଡ ଠାରୁ ଛୋଟ ନେତା ସମସ୍ତେ ଜାଣିବା ଦରକାର । ଯଦି କିଏ ବିଭୀଷଣ ଥାଆନ୍ତି ପିସିସି ସଭାପତି କାର୍ଯ୍ୟାନୁଷ୍ଠାନ ନେବା କଥା। ନହେଲେ ଦଳରେ ଶୃଙ୍ଖଳା ରହିବ ନାହିଁ। ନୂଆପଡ଼ା ସହ କଟକ ହିଂସାକୁ ଯୋଡିବା ଉଚିତ୍ ନୁହେଁ । କଂଗ୍ରେସ ଏକ ଧର୍ମ ନିରପେକ୍ଷ ଦଳ। ପିସିସି ସଭାପତି ପରିଶ୍ରମ କଲେ, ଆମେ ମଧ୍ୟ ନୂଆପଡ଼ା ଗଲୁ। ହେଲେ କଂଗ୍ରେସର ପରାଜୟ ହେଲା କାହିଁକି ତାହାର ସମୀକ୍ଷା ହେବା ଆବଶ୍ୟକ । ସଭାପତି କଂଗ୍ରେସକୁ ମଜଭୁତ କରିବା ପାଇଁ ଉଦ୍ୟମ କରୁଛନ୍ତି । ହେଲେ ସଫଳ ହୋଇନାହାନ୍ତି । ତୃଣମୂଳ ସ୍ତରରୁ ଦୁର୍ବଳ ଅଛୁ ବୋଲି, ତାହାର ପରିଣାମ ଆମେ ଭୋଗିଲୁ। ବାଦ ବିବାଦ କଂଗ୍ରେସ ପାଇଁ କିଛି ନୂଆ ନୁହେଁ ବୋଲି କହିଛନ୍ତି ନିରଂଜନ ।

 

ପୋଲିସକୁ ବାନ୍ଧିଲା ପୋଲିସ ; ୪୦ ଲକ୍ଷ ଟଙ୍କା ଜମି ଠକେଇ ଅଭିଯୋଗରେ ପୋଲିସ ଗିରଫ

ନନ୍ଦିଘୋଷ ବ୍ୟୁରୋ : ପୋଲିସକୁ ବାନ୍ଧିଲା ପୋଲିସ । ୪୦ ଲକ୍ଷ ଟଙ୍କା ଜମି ଠକେଇ ଅଭିଯୋଗରେ ପୋଲିସ ଗିରଫ । ଅଭିଯୁକ୍ତର ନାଁ ସଚିତ୍ର ସେନାପତି । ସଚିତ୍ର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲା । ତ୍ରିଶୁଳିଆରେ ଜମି ଦେବାକୁ କହି ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଚୁନା ଲଗାଇଥିଲା ଏହି ଠକ । ୨ ହଜାର ସ୍କୋୟାର ଫୁଟ ଜମିକୁ ୩୦ ଲକ୍ଷ ବୋଲି କହି ଦେଖାଇଥିଲା ଜମି । ୨ ଟି କିସ୍ତିରେ ଅଗ୍ରୀମ ୨୦ ଲକ୍ଷ ଦେଇଥିଲେ ଏତଲାକାରୀ ସୁରେନ୍ଦ୍ର ଚନ୍ଦ୍ର ବାହୁବଳେନ୍ଦ୍ର । ପରେ ଜମି କଥା କହିବାରୁ ଚକମା ଦେଇ ଆସୁଥିଲା ଠକ ସଚିତ୍ର । ଅଭିଯୁକ୍ତକୁ ଗିରଫ ପରେ ଏକାଧିକ ଲୋକଙ୍କୁ ସେ ଠକିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତ ଜଣକ କିଛିଦିନ ତଳେ ଭରତପୁର ଥାନା ଅଧୀନରେ ପିସିଆର ଷ୍ଟାଫ ଭାବେ କାମ କରୁଥିଲା । ଅଭିଯୁକ୍ତର ଘର କଟକ ଜିଲ୍ଲା ବୈୟାଳିଶ ମୌଜା ଅନ୍ତର୍ଗତ ଧୁଳେଶ୍ୱର ।

ଆସୁଛି ଲଘୁଚାପ ! ; ଆସନ୍ତା ୨୬ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ସହିତ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ତାହା ଘନୀଭୂତ ହୋଇପାରେ । ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା ରହିଛି I ପରବର୍ତ୍ତୀ ୪୮ ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା ରହିଛି I ବିଭିନ୍ନ ଆନ୍ତର୍ଜାତୀୟ ମଡେଲ ମାନଙ୍କର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୬ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ତେବେ ମାଲାକ୍କା ସମୁଦ୍ର ସନ୍ଧି ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟଟି ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେଇପାରେ । ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟତା ଆସିପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ I

 

ହ୍ୟୁମାନଙ୍କ ମାଆଙ୍କୁ ଦୁର୍ବ୍ୟବହାର ଘଟଣା ; ଦୁଇ ମ୍ୟାନେଜରଙ୍କ ବିରୋଧରେ ଏତଲା

ନନ୍ଦିଘୋଷ ବ୍ୟୁରୋ : ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆଙ୍କୁ ଦୁଇ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଘଟଣା I ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଲେ ବିଭିନ୍ନ ସାମାଜିକ ସଂଗଠନ । ବଲାଙ୍ଗୀର କଳାକାର ସଂଘ, ବଲାଙ୍ଗୀର ସାମାଜିକ ଏବଂ କୋଶଳ ସଂଗଠନ ଆଦି ଅନୁଷ୍ଠାନ ଦୁଇ ମ୍ୟାନେଜରଙ୍କ ବିରୋଧରେ ଏତଲା ଦେଇଛନ୍ତି । ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କୁ ଦୁର୍ବ୍ୟବହାର ଓ ହ୍ୟୁମାନଙ୍କୁ ଜୋରଜବରଦସ୍ତି କାମ କରାଇ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ତୁରନ୍ତ ଗିରଫ ଲାଗି ଦାବି କରିଛନ୍ତି ଏହି ସବୁ ସଂଗଠନ । ହ୍ୟୁମାନ ସାଗର ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ଜୋର ଜବରଦସ୍ତ କାମ କରାଇ ଜାଣିଶୁଣି ତାଙ୍କୁ ହତ୍ୟା କରାଯାଇଛି ବୋଲି ଏତଲାରେ ଦର୍ଶାଯାଇଛି । ଏହାସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି ବିଭିନ୍ନ ସଂଗଠନ । ହ୍ୟୁମାନଙ୍କ ମୃତ୍ୟୁ ଦିନ ତାଙ୍କ ମ୍ୟାନେଜର ମାଆ ଶେଫାଳି ସୁନାଙ୍କୁ ଅତି ଖରାପ ଭାଷାରେ ଗାଳିଗୁଲଜ କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା ।

ମ୍ୟାଚ୍ ଚାଲିଥିବା ବେଳେ ଭୂକମ୍ପ ; ଖେଳାଳିଙ୍କ ସୁରକ୍ଷା ପାଇଁ ନିଆଗଲା ଏମିତି ପଦକ୍ଷେପ…

ନନ୍ଦିଘୋଷ ବ୍ୟୁରୋ : ଟେଷ୍ଟ କ୍ରିକେଟ୍ ଇତିହାସରେ, ବିଭିନ୍ନ କାରଣରୁ ମ୍ୟାଚ୍ ବନ୍ଦ ହୋଇଥିବା ଅନେକ ଘଟଣା ଘଟିଛି। ଅଧିକାଂଶ କ୍ରିକେଟ୍ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ମୀରପୁରର ଶେର-ଏ-ବାଂଲା ଜାତୀୟ ଷ୍ଟାଡିୟମରେ ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଭୂମିକମ୍ପ ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଥିଲା। ଶୁକ୍ରବାର ସକାଳେ ବାଂଲାଦେଶରେ 5.5 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ମ୍ୟାଚ୍ ଉପରେ ମଧ୍ୟ ପ୍ରଭାବ ପକାଇଥିଲା ।

ଆମେରିକୀୟ ଏଜେନ୍ସି USGS ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ନରସିଙ୍ଗଡି ନିକଟରେ ଥିଲା ଏବଂ ସକାଳ ୧୦.୦୮ ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ୍‌ର ପ୍ରଥମ ସେସନ୍ ଚାଲିଥିବା ବେଳେ ଆୟର୍ଲାଣ୍ଡ ଦ୍ୱିତୀୟ ଇନିଂସର ୫୫ତମ ଓଭର ପରେ ପାଞ୍ଚ ୱିକେଟ୍ ହରାଇ ୧୬୫ ରନ କରିଥିଲା ​​ଯେତେବେଳେ ଭୂମିକମ୍ପ ଖେଳକୁ କିଛି ସମୟ ପାଇଁ ବାଧା ଦେଇଥିଲା। ତଥାପି, କିଛି ମିନିଟ୍ ମଧ୍ୟରେ ଖେଳ ପୁଣି ଆରମ୍ଭ ହୋଇଥିଲା।

କ୍ରିକେଟ୍ ଆୟର୍ଲାଣ୍ଡ ଟ୍ୱିଟରରେ ପୋଷ୍ଟ କରିଛି, “ବାଃ! ଏକ ଛୋଟ ଭୂମିକମ୍ପ ଖେଳକୁ ବନ୍ଦ କରିଦେଇଛି।” ଏହି ଭୂମିକମ୍ପ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଲାଗି ରହିଥିଲା, ଯାହା ଫଳରେ ଖେଳାଳିମାନେ ପଡ଼ିଆରେ ବସିବାକୁ ବାଧ୍ୟ ହୋଇଥିଲେ। ଡ୍ରେସିଂ ରୁମରେ ଥିବା ଖେଳାଳିମାନେ ମଧ୍ୟ ତଳେ ପଡ଼ିଯାଇଥିଲେ। ତଥାପି, କୌଣସି କ୍ଷତି ହୋଇନଥିଲା। ୨୦୨୨ ମସିହାରେ ସମାନ ଘଟଣା ଘଟିଥିଲା, ଯେତେବେଳେ ଜିମ୍ବାୱେ ଏବଂ ଆୟର୍ଲାଣ୍ଡ ମଧ୍ୟରେ ୧୯ ବର୍ଷରୁ କମ୍ ମ୍ୟାଚ୍ ଭୂମିକମ୍ପ ଯୋଗୁଁ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା।

ବାଂଲାଦେଶ ଏପର୍ଯ୍ୟନ୍ତ ଏହି ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ, ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୪୭୬ ରନ୍ କରିପାରିଥିଲା। ଜବାବରେ ଆୟର୍ଲାଣ୍ଡ ମାତ୍ର ୧୭୫ ରନ୍‌ରେ ୭ ୱିକେଟ୍ ହରାଇଥିଲା।ବାଂଲାଦେଶ ମ୍ୟାଚ୍‌ରେ ତା’ର କବ୍ଜା ବଜାୟ ରଖିଛି। ବାଂଲାଦେଶ ମଧ୍ୟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ଏକ ଇନିଂସ ଏବଂ ୪୭ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା।