spot_img
Home Blog Page 2781

ଅନ୍ଧାର କୋଠରୀରେ ୧୨ ବର୍ଷ ବନ୍ଦୀ ରଖିଥିଲେ ସ୍ବାମୀ, କ୍ଷତ ବିକ୍ଷତ, ଉଲଗ୍ନ ହୋଇ ଅଭିଶପ୍ତ ଜୀବନ ଜିଇଁଥିବା ମହିଳାଙ୍କ କରୁଣ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୧୨ ବର୍ଷ ତାଙ୍କ ଦେହରେ ପଡ଼ି ନଥିଲା ସୂର୍ଯ୍ୟ କିରଣ । ଶରୀର ଅନେକ ଅଙ୍ଗ କ୍ଷତି ବିକ୍ଷତ ହୋଇ ରହିଥିଲା । ଏପରିକି ହାଡ଼ ଯେମିତି କି ହାତ, ଆଙ୍ଗୁଠି ଆାଦି ଭାଙ୍ଗ ଯାଇଥିଲା । ଶରୀରରେ ଆଘାତ ଚିହ୍ନ । ମହିଳାଙ୍କୁ ବନ୍ଦୀ ବନାଇ ରଖିଥିଲେ ତାଙ୍କ ସ୍ବାମୀ । ଯେତେବେଳେ ତାଙ୍କୁ ବାହାରକୁ ଅଣାଯାଇଥିଲା ମୁହଁରେ ଖୁସି ଝଲସି ଉଠିଥିଲା । ଶାନ୍ତ ଆଖି ବାହାର ଦୁନିଆକୁ ଦେଖିଥିଲା । ଯେତେବେଳେ ମହିଳା ଜଣକ ଏହି ବନ୍ଦ କୋଠାରୀରୁ ବାହାରି ଥିଲେ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।

ବନ୍ଦ କୋଠରୀରେ କେବଳ ଏକ ଖଟ ରହିଥିଲା । ଚାରି ପାଖରେ ତାର ଜାଲି ବାନ୍ଧିଥିଲେ ମହିଳାଙ୍କ ସ୍ବାମୀ । ମହିଳା କୁହନ୍ତି ଯେତେବେଳେ ବି ତାଙ୍କ ସ୍ବାମୀ ଆସନ୍ତି ସେ କେବଳ ଅତ୍ୟାଚାର ଓ ମାଡ଼ ମାରନ୍ତି । ଏମିତି ମାଡ଼ ମାରୁଥିଲେ କି, ଶରୀରର ଅନେକ ହାଡ଼ ଭାଙ୍ଗ ଯାଇଥିଲା । ଏପରକି ତାଙ୍କ ଦେହରେ କୌଣସି ପୋଷାକ ନଥିଲା । ଉଲଗ୍ନ ଭାବେ ଅନ୍ଧାର କୋଠରୀରେ ଅଭିଶପ୍ତ ଜୀବନ ବଞ୍ଚୁଥିଲେ ମହିଳା । ଜର୍ମାନର ଜଣେ ମହିଳାଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଯିଏ ବି, ତାଙ୍କ କାହାଣୀ ଶୁଣେ ଆଖିରୁ ଆପେ ଆପେ ଲୁହ ବାହାରି ଆସିଥାଏ ।

ମହିଳାଙ୍କ ଘର ଜର୍ମାନରେ ହୋଇଥିବାବେଳେ ତାଙ୍କ ସ୍ବାମୀ ଫ୍ରାନ୍ସରେ ରହୁଥିଲେ । କୌଣସି ଉପାୟରେ ମହିଳା ଜଣକ ପୁଲିସକୁ କଲ କରିଥିଲେ । ଜର୍ମାନ ପୁଲିସ ଏସମ୍ପର୍କରେ ଖବର ପାଇବା ପରେ ଫ୍ରାନ୍ସ ପୁଲିସ ସହାୟତାରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସୂର୍ଯ୍ୟ କିରଣ ତାଙ୍କ ଦେହରେ ପଡ଼ିନଥିବାରୁ ସେ ଅନେକ ରୋଗର ଶିକାର ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ପ୍ରତିଦିନ ସେ ଯେଉଁ ଅତ୍ୟାଚାରର ଶିକାର ହେଉଥିଲେ ତାହାକୁ ଏକ ଡାଏରୀ ଲେଖୁଥିଲେ । ପୁଲିସ ଏହି ଡାଏରୀକୁ ଦେଖିବା ପରେ କିଭଳି ମହିଳା ଜଣକ ଏତେଦିନ ବଞ୍ଚି ରହିଥିଲେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

 

 

 

 

ତିରୁପତିରେ ଆତଙ୍କ ଖେଳାଇଥିଲା କଲରାପତରିଆ, ଆଜି ଧରିିଲା ବନ ବିଭାଗ

ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଏକ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । କିଛିଦିନ ତଳେ ତିରୁମାଲା ମନ୍ଦିର ନିକଟରେ ଜଣେ ୬ ବର୍ଷ ବାଳିକାକୁ ମାରିଦେଇଥିଲା ବାଘ । ବାଘକୁ ଧରିବା ଲାଗି ପ୍ରାୟ ଡଜନେ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିଲା । ବାଳିକାଟିକୁ ମାରିଦେଇଥିବାରୁ ସ୍ଥାନୀୟ ଅଞ୍ଚଳଲେ ବାଘକୁ ନେଇ ଆତଙ୍କ ଜାରି ରହିଥିଲା । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛି ତିରୁମାଲା ତିରୁପତି ଦେବସ୍ଥାନମ କର୍ତ୍ତୃପକ୍ଷ ।

ଏହା ସହ ସନ୍ଧ୍ୟା ୬ଟାରୁ ଭୋର ୬ଟା ଯାଏ ଦୁଇ ଚକିଆ ଯାନରେ ଚଳାଚଳ ନ କରିବା ଲାଗି ବି ପରାମର୍ଶ ଦିଆଯାଇଛି । ଗତ ସପ୍ତାହରେ ବାପାମାଙ୍କ ସହ ଜଙ୍ଗଲରେ ଟ୍ରେକିଂ କରୁଥିବାବେଳେ ଲକ୍ଷିତା ନାମ୍ନୀ ଜଣେ ବାଳିକାକୁ ବାଘ ଟାଣି ନେଇ ମାରିଦେଇଥିଲା । ଅନ୍ୟ ଏକ ମନ୍ଦିର ନିକଟରେ ତାର ମୃତଦେହ ଠାବ କରାଯାଇଥିଲା । ଗତ ଜୁନରେ ବି ଜଣେ ୩ ବର୍ଷ ବୟସ୍କ ବାଳକକୁ ବି ଏକ କଲରାପତରିଆ ବାଘ ଟାଣି ନେଇଥିଲା । ମାତ୍ର ପରେ ତାକୁ ଉଦ୍ଧାର କରାଯାଇଥିଲା ।

ଟ୍ରେନରେ କାହିଁକ ସିଗାରେଟ୍ ଟାଣିବା ଉପରେ ଲଗାଯାଇଛି ପ୍ରତିବନ୍ଧକ

ନୂଆଦିଲ୍ଲୀ: ରେଳଯାତ୍ରା ସମୟରେ ସିଗାରେଟ ଟାଣିବା ଏକ ଦଣ୍ଡନୀୟ ଅପରାଧ । ରେଳ ନିୟମ ଧାରା ୧୬୭ ଅନୁଯାୟୀ ଏହା ଏକ ଅପରାଧ । ଯଦି କେହି ଯାତ୍ରୀ ରେଳଯାତ୍ରା ସମୟରେ ସିଗାରେଟ ଟାଣୁଥିବା ଧରା ପଡ଼ନ୍ତି ତାହେଲେ ଶହେ ଟଙ୍କାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବେ । ବିଡି କିମ୍ବା ସିଗାରେଟ ଟାଣିବା ଦ୍ବାରା ଆଇନଗତ ଅପରାଧ ଅଟେ । ସିଗାରେଟ ଟାଣିବା ଫଳରେ ନିଆଁ ଲାଗିବାର ଭୟ ରହିଥାଏ । ଏଣୁ ଧନ ଜୀବନ ନଷ୍ଟ ହେବା ଭୟରେ ଏହି ଆଇନ ରହିଛି ।

ନିକଟରେ ବନ୍ଦେଭାରତ ଟ୍ରେନରେ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀ ବାଥରୁମକୁ ଯାଇ ସିଗାରେଟ୍ ଟାଣିଥିଲେ । ଧୂଆଁ  ବାହାରିବା ପରେ ସେନ୍ସର ଗୁଡ଼ିକ ସକ୍ରିୟ ହେବା ସହ ସାଇରନ ବାଜିଥିଲା । ଆଉ ଯାତ୍ରୀ ଜଣଙ୍କ ଦଣ୍ଡିତ ହୋଇଥିଲେ ।

 

 

 

ସୁପ୍ରିମକୋର୍ଟରେ ପହଞ୍ଚିଲା କୃଷ୍ଣ ଜନ୍ମଭୂମି ମାମଲା, ଜ୍ଞାନବାପୀ ପରେ ସର୍ଭେ କରିବାକୁ ଦାବି

0

ମଥୁରା: ଅଯୋଧ୍ୟା, କାଶୀ ପରେ ମଥୁରା । ଜ୍ଞାନବାପୀ ବିବାଦ ତୁଟିନି କିନ୍ତୁ ପଛକୁ ପଛ କୃଷ୍ଣ ଜନ୍ମଭୂମି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଗଲାଣି । ଜ୍ଞାନବାପୀ ପରି ଏହାର ମଧ୍ୟ ବୈଜ୍ଞାନିକ ସର୍ଭେକ୍ଷଣ କରାଯାଉ ବୋଲି କୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ଦ୍ବାରା ଦାୟର ମାମଲାରେ ଆବେଦନ କରାଯାଇଛି ।

ଏହାଦ୍ବାରା ବିବାଦୀୟ ଭୂମିର ତଥ୍ୟ ସାମ୍ନାକୁ ଆସିବା ସହ ସମାଧାନ ବାହାରି ପାରିବ । ବିବାଦୀୟ ସାହି ଇଦଗା ମସଜିଦର ସାଇଣ୍ଟିଫିକ ସର୍ଭେ ପାଇଁ ଏହି ଦାବି କରାଯାଇଛି । ଏହି ମସଜିଦ ଉପରେ ହିନ୍ଦୁ ସଂପ୍ରଦାୟର ଅଧିକାର ରହିଛି । ଏଠାରେ ଥିବା ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ବୋଲି ହିନ୍ଦୁ ଦାବି କରିଆସୁଛନ୍ତି । ଜମି ଉପରେ ହିନ୍ଦୁ ଓ ଇସଲାମ ସଂପ୍ରଦାୟ ହକ ଜାହିର କରିଥିବାବେଳେ ଏହି ସର୍ଭେ ଦ୍ବାରା ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଟ୍ରଷ୍ଟ ଦାବି କରିଛି ।

ସେପଟେ ଜ୍ଞାନବାପୀର ସର୍ଭେ ଜାରି ରହିଛି । ଥ୍ରୀ-ଡି ମ୍ୟାପିଙ୍ଗ, ସ୍କାନିଂ, ହାଇଟେକ ଫଟୋଗ୍ରାଫି, ଏବଂ ଭିଡିଓଗ୍ରାଫି ଜରିଆରେ ପ୍ରମାଣ ସଂଗ୍ରହ କରାଯାଉଛି ।

ସ୍ବାଧୀନତା ଦିବସ ପୂର୍ବରୁ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଲେ ସୀମା ହାଇଦର

ନୂଆଦିଲ୍ଲୀ: ପବଜି ଖେଳରୁ ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଆସିଥିବା ସୀମା ହାଇଦରଙ୍କ ମୁହଁରେ ହିନ୍ଦୁସ୍ଥାନ ଜିନ୍ଦାବାଦର ନାରା । ଏହାସହ ସେ ପାକିସ୍ତାନ ମୁର୍ଦ୍ଦାବାଦର ନାରା ମଧ୍ୟ ଦେଇଛନ୍ତି । ସୀମା କହିଛନ୍ତି କି, ମୁଁ ହେଉଛି ଭାରତୀୟ । ’ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ସହ ସଚିନ ଏବଂ ସେ ତାଙ୍କ ଘରେ ତ୍ରିରଙ୍ଗା ବାନ୍ଧିଛନ୍ତି । ସୀମା ଏବଂ ତ୍ରିରଙ୍ଗା ଶାଢ଼ୀରେ ନଜର ଆସିଥିବାବେଳେ ମଥାରେ ଜୟ ମାତା ଦୀ ଚନି ପକାଇଥିଲେ । ଏହାସହ ସୀମାଙ୍କ ହାତରେ ରହିଥିଲା ତ୍ରିରଙ୍ଗା ।

ଛୁଆଙ୍କୁ କୋଳରେ ଧରି ହିନ୍ଦୁସ୍ଥାନ ଜିନ୍ଦାବାଦ ଏବଂ ପାକିସ୍ତାନ ମୁର୍ଦ୍ଦାବାଦର ନାରା ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିନ୍ଦାବାଦ ନାରା ମଧ୍ୟ ଦେଇଛନ୍ତି । ଯାହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଭିଡିଓକୁ ଲାିକ କରିବା ସହ ସେୟାର ମଧ୍ୟ କରୁଛନ୍ତି ।

ଖୁବଶୀଘ୍ର ସୂର୍ଯ୍ୟକୁ ମିଶନ ଆରମ୍ଭ କରିବ ଇସ୍ରୋ, ପ୍ରସ୍ତୁତ ହେଲାଣି ଆଦିତ୍ୟ-ଏଲ୧

0

ବେଙ୍ଗାଲୁରୁ: ମୁନ୍ ମିସନ ପରେ ସନ୍ ମିସନ । ଖୁବ୍ ଶୀଘ୍ର ସୂର୍ଯ୍ୟକୁ ମିସନ ଆରମ୍ଭ କରାଯିବ ବୋଲି କହିଛି ଇସ୍ରୋ । ଏନେଇ ପ୍ରସ୍ତୁତ ହୋଇଛି ଆଦିତ୍ୟ-ଏଲ୧ । ମିସନ। ଇସ୍ରୋ ରିପୋର୍ଟରେ କୁହାଯାଇଛି- ବେଙ୍ଗାଳୁରୁସ୍ଥିତ ୟୁଆର ରାଓ ସାଟେଲାଇଟ ସେଣ୍ଟରରେ ପ୍ରସ୍ତୁତ ହୋଇଥିବା ସାଟେଲାଇଟ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେ ପହଞ୍ଚିଛି । ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୧ ଲଞ୍ଚ ହୋଇପାରେ ।

ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଥିବା ହାଲୋ ଅରବିଟରେ ଏହାକୁ ଅବସ୍ଥାନ କରାଯିବ । ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ଯାନକୁ ଅବସ୍ଥାପିତ କରାଯିବ । ଏଲ୧ ପଏଣ୍ଟରେ ଅବସ୍ଥାନ କରାଗଲେ ଧାରାବାହିକ ଭାବେ ସୂର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇପାରିବ । ସାଟେଲାଇଟରେ ସାତଟି ପେ-ଲୋଡ ରହିବ ।

ସୌରଦେଶର ଫଟୋସ୍ଫିହର, କ୍ରୋମୋସ୍ଫିହର ଓ ଆଉଟର ଲେୟାରକୁ ଇଲେକ୍ଟ୍ରୋମାଗ୍ନେଟିକ ଓ ପାର୍ଟିକଲ ତଥା ମାଗ୍ନେଟିକ ଫିଲ୍ଡ ସମ୍ପର୍କରେ ତଥ୍ୟ ଯୋଗାଡ଼ କରାଯାଇପାରିବ । ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ ବା ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ ।

ଦେଶର ୯୫୪ ଜଣଙ୍କୁ ପୋଲିସ ପଦକ, ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ମେଡାଲ୍‌

ଭୁବନେଶ୍ବର: ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ପୋଲିସ ପଦକ। ସୁବେଦାର ପ୍ରହ୍ଲାଦ ହିମିରିକା, SI ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ ବରିହା ଓ ସୁଜିତ କୁମାର ରଣାଙ୍କୁ ସାହସିକତା ପଦକ ଦିଆଯିବ। ଅତି ଉଲ୍ଲେଖନୀୟ ସେବା ପାଇଁ ADG ସଂଜୟ କୁମାର, ଅତିରିକ୍ତ ଏସପି ରବୀନ୍ଦ୍ରନାଥ ଶତପଥୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ। ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ଜଣଙ୍କୁ ପୋଲିସ ପଦକ ଦିଆଯିବ।

IG ଡ. ଦୀପକ କୁମାର, ଅତିରିକ୍ତ ଏସପି ଅନନ୍ତ ଚରଣ ପତିଙ୍କୁ ପଦକ ଦିଆଯିବ । ଅତିରିକ୍ତ ଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡା, ଡିଏସପି ଭିଜିଲାନ୍ସ ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତୀର୍କି, ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଏସଆଇ ଦିଲ୍ଲୀପ କୁମାର ନାଏକ, କନଷ୍ଟେବଳ ସୁଶାନ୍ତ କୁମାର ମାଝୀ ଓ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କୁ ପ୍ରଂଶସନୀୟ ସେବା ପାଇଁ ପଦକ ଦିଆଯିବ ।

ଦେଶରେ ମୋଟ୍ ୯୫୪ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ। ସାହସିକତା ପାଇଁ ଦେଶରେ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଦିଆଯିବ। ୨୨୯ଜଣଙ୍କୁ ସାହସିକତା ପାଇଁ ପୋଲିସ ପଦକ, ୮୨ଜଣଙ୍କୁ ଅତି ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଓ ୬୪୨ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ।

ସନ୍ନି ଦେଓଲଙ୍କ ରାଜନୈତିକ କ୍ୟାରିୟର ଉଜ୍ଜଳ କରିବ କି ’ଗଦର-୨’ ଫିଲ୍ମ ?

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଥିବା ଗଦର-୨ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛି । ସନ୍ନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମ ୩ଦିନରେ ୧୩୪ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି । ସନ୍ନି ଦେଓଲଙ୍କ ଏହି ଫିଲ୍ମଙ୍କୁ ଦର୍ଶକେ ଭଲ ପାଇବା ଦେଇଥିବାବେଳେ ତାଙ୍କର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି । ଏବେ ପଞ୍ଜାବର ଗୁରୁଦାସପୁରରୁ ସାଂସଦ ଅଛନ୍ତି ସନ୍ନି । ବିଜେପିରୁ ଏହି ଆସନରେ ଜିତିଥିବା ସନ୍ନି କିନ୍ତୁ ନିଜ ସଂସଦୀୟ କ୍ଷେତ୍ରକୁ ଏେତ ଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରିକି ବହୁ ଲୋକ ତାଙ୍କୁ ବିରୋଧ ମଧ୍ୟ କରିଛନ୍ତି ।

୨୦୨୪ରେ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଗଦର-୨ର ସଫଳତା ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇବା ସହ ଲୋକଙ୍କ ଭଲପାଇବା ପୁଣିଥରେ ମିଳିବ ବୋଲି ଚର୍ଚ୍ଚା ହେଉଛି । ସୁନୀଲ କୁମାର ଜାଖରଙ୍କ ବିପକ୍ଷରେ ସନ୍ନି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ଏବେ ସୁନୀଲ ବିଜେପିରେ ଯୋଗ ଦେବାସହ ଭଲ ପଦବୀରେ ଅଛନ୍ତି । ଏଣୁ ୨୦୨୪ରେ ସନ୍ନି ଦେଓଲଙ୍କୁ ଟିକେଟ ମିଳିବ କି ନାହିଁ ଏହାକୁ ନେଇ ଏକ ଚର୍ଚ୍ଚା ହେଉଥିଲା । ଏବେ ଗଦର-୨ ର ସଫଳତା ପରେ ପୁଣି ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇବା ବୋଲି ଆଶା କରାଯାଉଛି ।

ବଞ୍ଚି ଥାଉ ଥାଉ ସ୍ତ୍ରୀର ଶୁଦ୍ଧିକ୍ରିୟା କଲା ସ୍ବାମୀ, ଥାନାରେ ମାମଲା

0

ଖଣ୍ଡପଡା: ସ୍ତ୍ରୀ ବଞ୍ଚି ଥାଉଥାଉ,ସ୍ୱାମୀ କରୁଛି ଶୁଦ୍ଧକ୍ରିୟା । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଯୋଗିଆପଲ୍ଲୀ ପଞ୍ଚାୟତ ଜାମୁସାହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଙ୍ଗନବାଡ଼ି କର୍ମୀ ସୁଷମା ପ୍ରଧାନ ବଞ୍ଚି ଥାଉ ଥାଉ ତାଙ୍କ ସ୍ୱାମୀ ଶୁଦ୍ଧକ୍ରିୟା କରିବା ଏବଂ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ନୂଆଗାଁ ବ୍ଲକ ଶିମିଳିସାହିର ସୁଷମା ପ୍ରଧାନ ଖଣ୍ଡପଡ଼ା ଜାମୁସାହିର ଖଗେଶ୍ଵର ପ୍ରଧାନଙ୍କୁ ୨୦୦୬ ମସିହାରେ ବିବାହ କରିଥିଲେ ।

ଖଗେଶ୍ଵର ଏବଂ ତାଙ୍କ ପରିବାର ବିଭିନ୍ନ ସମୟରେ ସୁଷମାଙ୍କୁ ନିର୍ଯାତନା ଦେଉଥିବା ସୁଷମା ଅଭିଯୋଗ କରିଛନ୍ତି । ବାପଘରୁ ଅର୍ଥ ଆଣିବାକୁ କହିବା ସହ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ସୁଷମା । ବଞ୍ଚି ଥାଉ ଥାଉ ତାଙ୍କର ଶୁଦ୍ଧିକ୍ରିୟା କରି ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଖଣ୍ଡପଡ଼ା ପୋଲିସ ସ୍ୱାମୀ ଖଗେଶ୍ୱର ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଜାଣନ୍ତୁ ୩ ଦିନରେ କେତେ ଟଙ୍କା ବ୍ୟବସାୟ କଲାଣି ’ଗଦର-୨’

ନୂଆଦିଲ୍ଲୀ: ବକ୍ସ ଅଫିସରେ ବୋବାଲ କରୁଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ । ୮୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ୩ ଦିନ ମଧ୍ୟରେ ଶହେ କୋଟି ପାର କରିଛି । ଚଳିତବର୍ଷ ରିଲିଜ ହୋଇଥିବା ଦ୍ବିତୀୟ ବୃହତମ ରୋଜଗାର ଫିଲ୍ମ ହୋଇ ପାରିଛି ।ଶାହାରୁଖ ଖାନଙ୍କ ’ପଠାନ’ ପରେ ଗଦର-୨ ରେକର୍ଡ କରିବାକୁ ଯାଉଛି । ଶହାରୁଖଙ୍କ ଫିଲ୍ମ ୫ଶହ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବାବେଳେ ସନ୍ନି ଦେଓଲଙ୍କ ଫିଲ୍ମ ମଧ୍ୟ ୫ଶହ କୋଟି କ୍ଲବରେ ସାମିଲ ହେବ ବୋଲି ପ୍ରେଯାଜନା ସଂସ୍ଥା ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।

ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ୪୦ କୋଟିର ଅଧିକ ଟଙ୍କା ରୋଜଗାର କରିଥିଲା । ଦ୍ବିତୀୟ ଦିନରେ ୪୩ରୁ ୪୪ କୋଟି ଟଙ୍କା ରୋଜଗାର କରିଥିବାବେଳେ ରବିବାର ୫୧ରୁ ୫୨ କୋଟି ଟଙ୍କା ବ୍ୟବସାୟ କରି ପାରିଛି । ମାତ୍ର ୩ଦିନରେ ୧୩୪ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ।