spot_img
Home Blog Page 2802

ଚୀନର ବିଦେଶ ମନ୍ତ୍ରୀଙ୍କ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଗାଏବ, ୨ ସପ୍ତାହ ହେବ ଅଛନ୍ତି ନିଖୋଜ

ବେଜିଂ: ଚୀନ୍ ନିଜ ମନ୍ତ୍ରୀମାନଙ୍କ ଗାଏବ ହେବା ନେଇ ନାଟକ କରୁଛି । ପ୍ରଥମେ ବିଦେଶମନ୍ତ୍ରୀ ଆଉ ଏବେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଗାଏବ ହୋଇଥିବା ନେଇ ଖବର ଆସିଛି । ତେବେ ଏମାନେ ନିଖୋଜ ହେବା ରହସ୍ୟ ହୋଇ ରହିଯାଉଛି । ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନନେବା ନେଇ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଷ୍ପତ୍ତି ନେଇଥିଲେ । ଯାହା କି ଚର୍ଚ୍ଚାର ବିଷୟ ରହିଥିଲା । କିନ୍ତୁ ଏହାଠୁ ଅଧିକ ଜଣେ ଚୀନ୍ ଅଧିକାରୀଙ୍କ ନିଖୋଜ ଘଟଣା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ପ୍ରାୟ ୨ ସପ୍ତାହ ହେବ ଗାଏବ ଅଛନ୍ତି । କାହାକୁ ଜଣାନାହିଁ ଯେ ସେ କେଉଁଠି ଅଛନ୍ତି । ଏବେ ତାଙ୍କର ଅନୁପସ୍ଥିତିକୁ ନେଇ ଗୁଜବ ବ୍ୟାପିବାର ଲାଗିଛି । ଏ ସମ୍ପର୍କରେ ଜାପାନରେ ୟୁଏଏସର ରାଷ୍ଟ୍ରଦୂତ ରହମ ଏମାନୁଏଲ ଗତ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟିପ୍ପଣୀ ମଧ୍ୟ କରିଥିଲେ ।

ଏହା ଚୀନରେ ଦ୍ୱିତୀୟ ହାଇ-ପ୍ରୋଫାଇଲ ନିଖୋଜ ଅଟେ । ଏହା ପୂର୍ବରୁ ବିଦେଶ ମନ୍ତ୍ରୀ କିନ ଗ୍ୟାଙ୍ଗ ମଧ୍ୟ ଜନସାଧାରଣଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଯାଇଥିଲେ । ଏହାପରେ ତାଙ୍କୁ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ନୂଆ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ବେଜିଂରେ କଣ ଚାଲିଛି? ଏ ସମ୍ପର୍କରେ ବର୍ତ୍ତମାନ କାହାକୁ କିଛି ଜଣାନାହିଁ । ଲି ଶାଙ୍ଗଫୁ ଚଳିତ ବର୍ଷ ମାର୍ଚ୍ଚରେ ୱେଇ ଫେଙ୍ଗହେଙ୍କ ସ୍ଥାନରେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ସେ ଗତ ବର୍ଷ ଅକ୍ଟୋବରରେ କମ୍ୟୁନିଷ୍ଟ ପାର୍ଟିର କଂଗ୍ରେସରେ କେନ୍ଦ୍ରୀୟ ସୈନ୍ୟ କମିଶନରୁ ଇସ୍ତଫା ଦେଇଥିଲେ । କୌତୁହଳର ବିଷୟ ଏହା ଯେ ଗତ ଚାଇନିଜ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିପରୀତ ଲି ଏକ ସୈନ୍ୟ ପରିବାରରୁ ଆସିଛନ୍ତି ।

ଲିଙ୍କ ଦିବଙ୍ଗତ ବାପା, ଲି ଶାଓଜୁ, ଜଣେ ରେଡ ଆର୍ମୀରେ ଭେଟେରାନ ଥିଲେ, ଯିଏକି ୧୯୩୦ ଏବଂ ୧୯୪୦ ଦଶକ ମଧ୍ୟରେ ଜାପାନ ବିରୋଧୀ ଯୁଦ୍ଧରେ ଲଢିଥିଲେ । ଗୃହଯୁଦ୍ଧ ଏବଂ ପରବର୍ତ୍ତୀ କୋରିଆନ ଯୁଦ୍ଧ ସମୟରେ ଲଜିଷ୍ଟିକ ରେଲୱେର ପୁନନିର୍ମାଣରେ ତାଙ୍କ ଭୂମିକା ପାଇଁ ସେ ବେସ୍ ଜଣାଶୁଣା ଥିଲେ । ଜାପାନରେ ଆମେରିକୀୟ ରାଷ୍ଟ୍ରଦୂତ ରହମ ଏମାନୁଏଲଙ୍କ ଏକ ଟ୍ୱିଟ୍ ପରେ ଲି ଶାଙ୍ଗଫୁଙ୍କ ଗାଏବ ହେବାର ଖବର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବ୍ୟାପିଯାଇଥିଲା । ହଂକଂ ସ୍ଥିତ ଇଂରାଜୀ ଭାଷାର ଖବରକାଗଜ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ତାଙ୍କୁ ଶେଷଥର ପାଇଁ ୨୯ ଅଗଷ୍ଟରେ ବେଜିଂରେ ଚୀନ-ଆଫ୍ରିକା ଫୋରମକୁ ସମ୍ବୋଧିତ କରିବା ସମୟରେ ଦେଖାଯାଇଥିଲା ।

ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି

କଲମ୍ବୋ: ଗିଲ୍, ରୋହିତଙ୍କ ପରେ ରାହୁଲଙ୍କ ଅର୍ଦ୍ଧଶତକ । ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ରାହୁଲଙ୍କ ଦମଦାର ବ୍ୟାଟିଂ । ଖେଳ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରୁଛନ୍ତି ରାହୁଲ । ଦୀର୍ଘଦିନ ପରେ ମଇଦାନକୁ ଫେରିଥିବାବେଳେ ବଡ଼ ପାଳି ଲକ୍ଷ୍ୟରେ ରହିଛନ୍ତି । ଅନ୍ୟପଟେ କୋହଲି ମଧ୍ୟ ବଡ଼ ସଟ ମାରିବା ସହ ଅର୍ଦ୍ଧଶତକର ଅତି ନିକଟତର ହୋଇଛନ୍ତି । ରିଜର୍ଭ ଡେ’ରେ ୫୦ ଓଭରର ଖେଳ ହେବ ବୋଲି ସୂଚନା ରହିଛି ।

Asia Cup-2023: ଥମିଲା ବର୍ଷା, ରିଜର୍ଭ ଡେ’ରେ ପୁଣିଥରେ ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ

କଲମ୍ବୋ: ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା କାରଣରୁ ଗତକାଲି ସ୍ଥଗିତ ରହିଥିଲା । ଆଜି ରିଜର୍ଭ ଡେ’ରେ ବର୍ଷା ଛାଡିବା ପରେ ପୁଣିଥରେ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଆଜି ରିଜର୍ଭ ଡେ’ରେ ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବା କଥା ହେଲେ ବର୍ଷା କାରଣରୁ ଠିକ୍ ସମୟରେ ଆରମ୍ଭ ହୋଇପାରିନଥିଲା । ବର୍ଷା ଛାଡିବା ପରେ ଏବେ ୪ଟା ୪୦ ମିନିଟରେ ଖେଳ ଆରମ୍ଭ ହୋଇଛି । କ୍ରୀଜକୁ ଓହ୍ଲାଇଛନ୍ତି କେଏଲ୍ ରାହୁଲ ଏବଂ ବିଚାଟ କୋହଲି । କାଲି ଖେଳ ବନ୍ଦ ହେବା ସୁଦ୍ଧା ଭାରତୀୟ ସ୍କୋର ୨ ୱିକେଟ ବିନିମୟରେ ୧୪୭ ଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବେ ଶୁବମନ ଗିଲ୍ ଆଉଟ୍ ହୋଇଯାଇଥିଲେ ।

ରୋହିତ ୪୯ ଟି ବଲ୍ ଖେଳି ୫୬ ରନ୍ କରିଥିବା ବେଳେ ଶୁବମନ ୫୨ ଟି ବଲରେ ୫୮ ରନର ଇନିଂସ ଖେଳିଥିଲେ । ଗତକାଲି ୨୪.୧ ଓଭର ଖେଳ ହୋଇଥିଲା । ଆଜି ପୁଣିଥରେ ସେଇଠୁ ଖେଳ ଆରମ୍ଭ ହୋଇଛି । ଏବେ ୨୬ ଓଭର ସରିବା ପରେ ୨ ୱିକେଟ୍ ବିନିମୟରେ ଭାରତ ୧୫୨ ରନ୍ କରିଛି । ବିରାଟ କୋହିଲ ୨୦ ରନ୍ କରିଥିବା ବେଳେ କେଏଲ୍ ରାହୁଲ ୧୯ ରନରେ ଖେଳୁଛନ୍ତି । ଆଜିର ମ୍ୟାଚ୍ ଭାରତ ଜିତିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବ । ସୁପର-୪ରେ ଆସନ୍ତାକାଲି ଭାରତକୁ ଶ୍ରୀଲଙ୍କା ସହ ଖେଳିବାର ଅଛି । ସେହିପରି ଆସନ୍ତା ୧୫ ତାରିଖରେ ବାଂଲାଦେଶ ସହ ଖେଳିବାର ଅଛି । ଫାନାଲକୁ ରାସ୍ତା ସ୍ପଷ୍ଟ କରିବାକୁ ହେଲେ ଆଜିର ମ୍ୟାଚ୍ ଭାରତକୁ ଜିତିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ ।

ପାକିସ୍ତାନ ପରେ ଶ୍ରୀଲଙ୍କା, ବର୍ଷା ପାଇଁ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇପାରେ ଟିମ୍ ଇଣ୍ଡିଆ

କଲମ୍ବୋ: ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଲାଣି ବର୍ଷା । ରବିବାର ପାକିସ୍ତାନ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଥିବାବେଳେ ବର୍ଷା ପାଇଁ ମ୍ୟାଚ ଅଧାରେ ରହିଛି । ସୋମବାର ମ୍ୟାଚ ହେବା ପାଇଁ ସ୍ଥିର ହୋଇଥିଲା । ବର୍ଷା ପାଇଁ ଆଉଟ୍ ଫିଲ୍ମ ଖରାପ ରହିଛି । ମ୍ୟାଚ ସଠିକ ସମୟରେ ଆରମ୍ଭ ହୋଇନଥିବାବେଳେ ଖେଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଭାରତର ମ୍ୟାଚ ହେବାକୁ ଥିବାବେଳେ ବର୍ଷା ହେବାର ୯୦ ପ୍ରତିଶତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

ସୁପର-୪ ପର୍ଯ୍ୟାୟରେ ପ୍ରତି ଟିମ୍ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ପାକିସ୍ତାନ ଏବଂ ଶ୍ରୀଲଙ୍କା ବାଲାଂଦେଶ ବିପକ୍ଷରେ ମ୍ୟାଚ ଜିତି ସାରିଛନ୍ତି । ଭାରତ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳୁଥିବାବେଳେ ବର୍ଷା ବାଧକ ସାଜିଛି । ଯସି ଏସିଆ କପର ସମ୍ଭ ମ୍ୟାଚରେ ବର୍ଷା ହୁଏ ତାହେଲେ ପଏଣ୍ଟ ଭାଗ ହେବ । ଯାହାକି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଭାରତ ୩ ମ୍ୟାଚରୁ ୩ ପଏଣ୍ଟ ପାଇବାକୁ ଥିବାବେଳେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଜିତିଥିବାରୁ ଅଧିକ ପଏଣ୍ଟ ପାଇବେ । ଏବଂ ଫାଇନାଲରେ ପ୍ରବେଶ କରିପାରିବେ ।

ପ୍ରକାଶ ରାଜଙ୍କ ବଡ଼ ବୟାନ, ସନାତନ ଧର୍ମକୁ ଡେଙ୍ଗୁ ସହ କଲେ ତୁଳନା

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପ୍ରକାଶ ରାଜ । ସନାତନ ଧର୍ମକୁ ଡେଙ୍ଗୁ ସହ କଲେ ତୁଳନା । ପୂର୍ବରୁ ଚନ୍ଦ୍ରଯାନ-୩କୁ ନେଇ ପ୍ରତିକ୍ରିୟା ଦେଇଥିବାବେଳେ ଟ୍ରୋଲର ଶିକାର ହୋଇଥିଲେ । ଏବେ ପୁଣିଥରେ ସନାତନ ଧର୍ମକୁ ଡେଙ୍ଗୁ ସହ ତୁଳନା କରିଥିବାବେଳେ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କ ଉପରେ ଆକ୍ରୋଶଭାବ ଦେଖାଇଥିବା ଦେଖିବାକୁ ମିଳିଛି । ପ୍ରକାଶ ରାଜ ଏକ ସଭାରେ ସମ୍ବୋଧନ ଦେବା ସମୟରେ ଉଦୟନିଧିଙ୍କ କଥାକୁ ଦୋହରାଇଛନ୍ତି । ଶ୍ରୀରାମଙ୍କ ଶୋଭାଯାତ୍ରାରେ ଜେଣ ୧୮ ବର୍ଷରୁ ଯୁବକ ହାତରେ ଖଣ୍ଡା ଧରି ବୁଲିବା ଘଟଣା ତାଙ୍କୁ ବ୍ୟଥିତ କରିଛି । ଏପରକି ଧର୍ମ ନାଁରେ ରାଜନୀତି ବଢ଼ୁଥିବା ସେ କହିଛନ୍ତି । ଅନ୍ୟପଟେ କର୍ଣ୍ଣାଟକର ଏକ ବସ ମହିଳା ବସ କଣ୍ଡଟରଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ସଂଖ୍ୟାଲଘୁ ମହିଳା କଣ୍ଡକ୍ଟରଙ୍କ ବୁର୍ଖା ଖୋଲିବାକୁ କହିଥିଲେ । ଜଣେ ବସ୍ କଣ୍ଡକ୍ଟରକୁ ବସ କଣ୍ଡକ୍ଟର ଭାବେ ଦେଖିବା ସହ, ଭକ୍ତି ରୂପରେ ନଦେଖିବାକୁ ପ୍ରକାଶ ରାଜ କହିଛନ୍ତି ।

ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ହୋଇଥିବା ନେଇ ୱେବ୍ ଚ୍ୟାନେଲରେ ମିଛ ଖବର

ଭୁବନେଶ୍ୱର: ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁରେ ମିଛ ଖବର ପ୍ରସାରଣ ଅଭିଯୋଗ । ଅନୁଙ୍କୁ କ୍ୟାନସର ହୋଇଥିବା ନେଇ ଏକ ଓ୍ବେବ ଚ୍ୟାନେଲରେ ଖବର ପ୍ରସାରଣ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁ ଚୌଧୁରୀ । ଅନୁଙ୍କୁ କ୍ୟାନସର ହୋଇଥିବା ନେଇ ଗୁଜବ ପ୍ରଚାରିତ କରାଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାଙ୍କ ବିରୋଧରେ ଏଭଳି ଖବର କରାଯିବାକୁ ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅନୁ । ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।

ଅଧାରେ ରହିଯିବ କି ମ୍ୟାଚ୍? ଆଜି ବି ଛାଡ଼ୁନି ବର୍ଷା

କଲମ୍ବୋ: ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଛି ବର୍ଷା । ରବିବାର ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ବର୍ଷା ପାଇଁ ରିଜର୍ଭ ଡେରେ ଖେଳାଯିବାକୁ ରହିଥିଲା । ସୋମବାର ୩ଟାରୁ ମ୍ୟାଚ ଆରମ୍ଭ ହେବାକୁ ସ୍ଥିର କରାଯାଇଥିବାବେଳେ ପୁଣି ବର୍ଷା ଭିଲେନ ସାଜିଛି । ବେବି ସଙ୍କଟରେ ରହିଛି ଭାରତ-ପାକିସ୍ତାନ ମ୍ୟାଚ । ବର୍ଷା ଯୋଗୁଁ ଆଉଟ ଫିଲ୍ଡ ଓଦା ରହିଥିବାରୁ ତାହାକୁ ଶୁଖାଉଛନ୍ତି ଫିଲ୍ଡ ଷ୍ଟାଫ । ସେପଟେ ଫିଲ୍ଡର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଓମ୍ପାୟାର ।

ଦିଲ୍ଲୀରେ ଏଥର ବି ବିନା ବାଣରେ ଦୀପାବଳି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଚଳିତ ବର୍ଷ ଦୀପାବଳିରେ ମଧ୍ୟ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ଏହାସହ ବାଣ ବିକ୍ରୟ ଉପରେ ରୋକ୍ ଲଗାଯାଇଛି । ରାଜଧାନୀ ଦିଲ୍ଲୀ ଶୀତଦିନରେ ପ୍ରଦୂଷଣ ଅଧିକ ହେଉଥିବାରୁ ଏହାକୁ ଲକ୍ଷ୍ୟ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷ ମଧ୍ୟ କଟକଣା ଲଗାଯାଇଥିଲା । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି । ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଦିଲ୍ଲୀର ହାରାହାରୀ AQI  କମ ରହିଥାଏ । ଶୀତ ବଢ଼ିବା ସହ ବାୟୂ ପ୍ରଦୂଷଣ ମଧ୍ୟ ବଢ଼ିଥାଏ । ଏଣୁ ଚଳିତ ବର୍ଷ ଦୀପାବଳି ସମୟରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି ।

ଜୀବନ ଆଶା ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, BSKYକୁ ଧନ୍ୟବାଦ ଦେଲେ ସଞ୍ଜୟ

କେନ୍ଦ୍ରାପଡା:  ଭେଲୋର, କଲିକତା ଓ ଚଣ୍ଡିଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ସାହା ହେଲା । ‘‘କଲିକତାର ନାରାୟଣ ହୃଦୟାଳୟରେ ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା’’ ଏପରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମ ନିବାସୀ ୪୨ ବର୍ଷ ବୟସ୍କ ସଞ୍ଜୟ କୁମାର ସ୍ଵାଇଁ ।

କଲିକତାର ଏକ ଛୋଟିଆ ଝୋଟ କଳରେ କାମ କରି ଗୁଜୁରାଣ କରୁଥିବା ସଞ୍ଜୟଙ୍କୁ ଲଗାତର କିଛି ଦିନ ଧରି ଜ୍ଵର ହେଲା । ଔଷଧ ଖାଇଲେ ବି ଭଲ ହେଲାନି । ଡାକ୍ତରଙ୍କୁ ଦେଖାଇ ୨୦୨୨ ମସିହା ଏପ୍ରିଲ ୮ ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କରିଥିଲେ। ସେଠାରେ ତାଙ୍କର କିଡନୀ ଖରାପ ଥିବାର ଜଣା ପଡିଥିଲା ।

ଭେଲୋର ଏବଂ ଚଣ୍ଡିଗଡର ବଡବଡ ହସ୍ପିଟାଲରେ ଚିକିତ୍ସା ଓ ପରାମର୍ଶ ପରେ କିଛି ନିର୍ଭରଯୋଗ୍ୟ ଭରଷା ପାଇ ନଥିବା ସେ କହିଛନ୍ତି  । ଏହାପରେ BSKY କାର୍ଡରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରପଡା ଜିଲ୍ଲାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଜାଣିଥିଲେ । ବି.ଏସ.କେ.ୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ସେଠାରେ ପହଞ୍ଚିଲୁ। ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା । ମୋର ଆବଶ୍ୟକୀୟ ଅପରେସନ ହେଲା । ଜୁଲାଇ ୫ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି  ।ଟ

ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ବି.ଏସ.କେ.ୱାଇ କାର୍ଡ ମାଧ୍ୟମରେ ଦେଲେ । ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ । ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବି.ଏସ.କେ.ୱାଇ କାର୍ଡ ମୋର ସାହା ହେଲା । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବି.ଏସ.କେ.ୱାଇ ଟିମ୍ ପାଖରେ ପରିବାର ଚିର ଋଣୀ ବୋଲି ଧନ୍ୟବାଦ ଦେଇଛନ୍ତି ସଞ୍ଜୟ ।

ଋଷ ଅଧିକୃତ ୟୁକ୍ରେନରେ ପୌରପରିଷଦ ନିର୍ବାଚନ, ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ

ମସ୍କୋ: ଋଷ ଅଧିକୃତ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ହୋଇଥିବା ଆଞ୍ଚଳିକ ଓ ପୌରପରିଷଦ ନିର୍ବାଚନରେ ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମର୍ଥନ କରୁଥିବା ୟୁଆରପି ଏହି ନିର୍ବାଚନରେ ବ୍ୟାପକ ସଫଳଦା ହାସଲ କରିଥିବା ଦାବି କରାଯାଇଛି । ୟୁକ୍ରେନର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ବର୍ତ୍ତମାନ ଋଷ କବଜାରେ ଥିବାବେଳେ ଏହି ନିର୍ବାଚନ ୟୁକ୍ରେନର ଦାବିକୁ ଜବରଦସ୍ତ ଝଟକା ଦେଇଛି ।

ଋଷ ଅଧିକୃତ ଅଞ୍ଚଳରେ ୭୦ ପ୍ରତିଶତ ଭୋଟ ୟୁନାଇଟେଡ ଋଷିଆ ପାର୍ଟିକୁ ମିଳିଥିବା କୁହାଯାଇଛି । ଆସନ୍ତା ବର୍ଷ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯିବା ପୂର୍ବରୁ ଏହି ନିର୍ବାଚନ ଗୁରୁତ୍ବ ବହନ କରୁଛି । ୟୁକ୍ରେନ ଅନ୍ତର୍ଗତ ତଥା ଋଷ ଅଧିକୃତ ଦୋନେସ୍କ, ଲୁଗାନସ୍କ, ଖେରସନ ଓ ଜାପୋରଜିୟାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ତେବେ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ବାହିନୀ ପକ୍ଷରୁ କେତେକ ସ୍ଥାନରେ ଡ୍ରୋନ ଆକ୍ରମଣ କରାଯାଇଥିବା ଦେଖାଯାଇଥିଲା । ୨୦୧୪ରୁ ଋଷ ଅଧୀନରେ ଥିବା କ୍ରିମିଆରେ ବି ଏହି ନିର୍ବାଚନ ହୋଇଛି । ସେପଟେ ଏହି ନିର୍ବାଚନକୁ ବିରୋଧ କରିଛି ୟୁରୋପର ପ୍ରମୁଖ ଅଧିକାର ସଂଗଠନ କାଉନସିଲ ଅଫ ୟୁରୋପ ।

ଆନ୍ତର୍ଜାତିକ ନିୟମକୁ ଉଲ୍ଲଂଘନ କରି ଏହି ନିର୍ବାଚନ ହୋଇଥିବା କହିଛି ସଂଗଠନ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ ।