spot_img
Home Blog Page 2810

ଜଳସ୍ଥର କମୁଛି, ହେଲେ ଦୁର୍ଦ୍ଦଶା ବଢ଼ୁଛି, ପାଣି ଘେରରେ ଚାଷଜମି

ବାଙ୍କୀ: କମୁଛି ମହାନଦୀର ଜଳସ୍ତର । ଆଉ ବଢ଼ିଛି ତଳିଆ ଅଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା । ମହାନଦୀରେ ବନ୍ୟା ପାଣି ଆସିବା ଫଳରେ ବାଙ୍କୀରେ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଥିଲା । ବନ୍ୟା ଆସିବା ଫଳରେ ବାଙ୍କୀ କଇଁମୁଣ୍ଡି, ଶୁଖୁଆ ଖଳା, ଚାରି ଘେରିଆ, ଓସ୍ତିଆ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା । ହେଲେ ଏବେ ପାଣି ଛାଡ଼ିବା ପରେ ଗାଁକୁ ଯାତାୟତ ସ୍ବାଭାବିକ ସ୍ଥିତିକୁ ଫେରୁଛି । ବନ୍ୟା ଦ୍ବାରା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ବାଙ୍କୀ ଅଞ୍ଚଳରେ ହୋଇଥିବା ଚାଷ ଜମି ପାଣି ମାଡ଼ିଯିବାରୁ ଗଛ ସବୁ ମରିଗଲାଣି ।

ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ଶ୍ରୀମନ୍ଦିର ଭିତରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ରହି ବେଢ଼ା ପରିକ୍ରମା କରିଥିଲେ । 5T ସଚିବଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ ସାରି ଉଭୟ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ ।

ଧାମନଗରରେ ବନ୍ୟାଞ୍ଚଳ ବୁଲିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ଭଦ୍ରକ  : ଭଦ୍ରକ ଜିଲା ଧାମନଗର ବନ୍ୟାଞ୍ଚଳ ବୁଲି ଦେଖିଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ । ଧାମନଗର ବ୍ଲକରେ ବିଭିନ୍ନ ବନ୍ୟାଞ୍ଚଳ ବୁଲି ଦେଖିବା ସହ ବନ୍ୟା ବିପନ୍ନଙ୍କୁ ଭେଟିଲେ । ଧାମନଗର ବ୍ଲକରେ ବିଭନ୍ନ ବନ୍ୟାଞ୍ଚଳ ବୁଲି ବିପନ୍ନଙ୍କ ସହ ଆଲୋଚନା କରିବା ପରେ ବ୍ଲକ ସଭା ଗୃହରେ ସ୍ଥିତି ନେଇ ସମୀକ୍ଷା କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲ, ବିଧାୟକ ସଂଜୀବ ମଲ୍ଲିକ, ବ୍ଲକ ଅଧ୍ଯକ୍ଷା ଶର୍ମିଷ୍ଠା ବେହେରା, ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର, ବିଡିଓ ଓ ତହସିଲଦାର ଏଥିରେ ସାମିଲ ହୋଇଥିଲେ ।

ଆତ୍ମସମ୍ମାନ ବିରୋଧରେ କାମ କରିପାରିବି ନାହିଁ : ଜଷ୍ଟିସ ରୋହିତ ବି. ଦେଓ

ବମ୍ବେ : ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ଜଷ୍ଟିସ ରୋହିତ ବି. ଦେଓ । ଆତ୍ମସମ୍ମାନ ବିରୋଧରେ ସେ କାମ କରିପାରିବେ ନାହିଁ ବୋଲି କହିଛନ୍ତି । ଏଥିସହ ସେ ଯଦି ତାଙ୍କ ନିଷ୍ପତ୍ତି ଦ୍ବାରା କାହାକୁ ଆଘାତ ପହଞ୍ଚାଇଥାନ୍ତି ସେଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ସେ ତାଙ୍କ ଇସ୍ତଫା ପଛର କାରଣ ଦର୍ଶାଇ ନାହାନ୍ତି । ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡିଛନ୍ତି ବୋଲି କହିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଜଷ୍ଟିସ୍ ଦେବଙ୍କୁ ଜୁନ୍ 2017ରେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ଡିସେମ୍ବର 2025ରେ ଅବସର ନେଇଥାନ୍ତେ । ବିଚାରପତି ହେବା ପୂର୍ବରୁ ସେ ଆଡଭୋକେଟ୍ ଜେନେରାଲ୍ ଥିଲେ।

କେଦାରନାଥରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୧୩ ନିଖୋଜ

ଉତ୍ତରାଖଣ୍ଡ : ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ । ପ୍ରବଳ ବର୍ଷା ପରେ କେଦାରନାଥ ରାସ୍ତାରେ ବିରାଟ ପାହାଡ ଧସିଯାଇଛି । ଲ୍ୟାଣ୍ଡସ୍ଲାଇଡ ଯୋଗୁ ୨ଟି ଦୋକାନ ଭାସି ଯାଇଥିବା ବେଳେ ୧୩ଜଣ ନିଖୋଜ ଅଛନ୍ତି । ଗତକାଲି ରାତିରେ ମୂଷଳଧାରାରେ ବର୍ଷା ପରେ ଭୂସ୍ଖଳନ ଯୋଗୁ ୧୩ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅନେକ ଶ୍ରଦ୍ଧାଳୁ ଓ କିଛି ସ୍ଥାନୀୟ ଲୋକ ଥିବା ଜଣାପଡ଼ିଛି । ଏସଡିଆରଏଫ୍ ଟିମ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚଳାଇଛି । ତେବେ ଲଗାଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିବା ରୁଦ୍ରପୟାଗ ଏସପି କହିଛନ୍ତି । ଆଜି ବି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।  ଗୌରୀକୁଣ୍ଡ ମାଆ ପାର୍ବତୀଙ୍କ ପବିତ୍ର ଭୂମି ଭାବେ ଜଣାଶୁଣା । କେଦାରନାଥ ଯାତ୍ରୀଙ୍କ ପାଇଁ ଏଠାରେ ବେସ୍ କ୍ୟାମ୍ପ ମଧ୍ୟ ରହିଛି ।

ଗୁପ୍ତେଶ୍ବର ପୀଠର ହେବ ବିକାଶ, ୨୦ କୋଟି ମଞ୍ଜୁର କଲେ ରାଜ୍ୟ ସରକାର

କୋରାପୁଟ : ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ପାଇବ ଗୁପ୍ତେଶ୍ବର । ଦକ୍ଷିଣ ଓଡ଼ିଶା ପ୍ରଶିଦ୍ଧ ଶୈବପୀଠକୁ ମିଳିବ ନୂଆ ପରିଚୟ । ମହାଦେବଙ୍କ ଆରାଧନା ସହ ମିଳିବ ପର୍ଯ୍ୟଟନର ମଜା । କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦିକୁଣ୍ଡ ପଞ୍ଚାୟତରେ ଅବସ୍ଥିତ ଗୁପ୍ତେଶ୍ବର ପୀଠର ହେବ ବିକାଶ । ଏଥିପାଇଁ ରାଜ୍ୟ ସରକାର 20 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାରି ଭିତରେ ଏହାକୁ ସ୍ଥାନୀୟ ଜୈବ ବିବିଧତା ପରିଚାଳନା କମିଟି ଏନେଇ ଆଉ ପାଦେ ଆଗେଇଛି । 2018 ରୁ ଆଗତ ହୋଇଥିବା ଏକ ଲିଖିତ ପ୍ରସ୍ତାବକୁ ବୋର୍ଡ ନିକଟରେ ଉପସ୍ଥାପନ କରିଛି କମିଟି । ରାଜ୍ୟ ଜୈବ ବିବିଧତା ବୋର୍ଡ ଏକ ଟିମ୍ ପ୍ରସ୍ତାବିତ ଅଞ୍ଚଳରେ ସର୍ଭେ କରିବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଦିଆଯାଉଥିବା ସୂଚନା ଦେଇଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବାମିନାଥନ କୃଷୀ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଗୁପ୍ତେଶ୍ବର ଶୈବ ପୀଠକୁ ଲାଗି ରହିଥିବା ବିସ୍ତିର୍ଣ୍ଣ ଜଙ୍ଗଲରେ ପୁର୍ବରୁ ବିଭିନ୍ନ ପ୍ରକାର ବିରଳ ଜୀବଜନ୍ତୁ ରହୁଥିଲେ । ସେମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ଗୁରୁତ୍ବ ଦିଆଯାଇଛି । ଜଙ୍ଗଲରେ ବିଭିନ୍ନ ପ୍ରକାର ବିରଳ ଔଷଧିୟ ଗଛକୁ ସୁରକ୍ଷିତ ରଖିବାକୁ କରାଯିବ ପ୍ରୟାସ । ଏନେଇ ଏକ ସ୍ବତନ୍ତ୍ର ଟିମ୍ ହଳଦିକୁଣ୍ଡ ପଞ୍ଚାୟତ ପ୍ରତିନିଧି ଓ ସ୍ଥାନିୟ ଜୈବ ବିବିଧତା ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ।

ସାଇବର ଠକଙ୍କ କବଜାରେ ହୋଟେଲ ୱେବସାଇଟ୍ ଡାଟା

ଭୁବନେଶ୍ବର : ହ୍ୟାକରଙ୍କ ହାତରେ ହୋଟେଲ ଡାଟା । ଭୁବନେଶ୍ବର ସାଇବର ଥାନାରେ ୨୫ ହୋଟେଲ ମାଲିକଙ୍କ ଅଭିଯୋଗ । ସରକାରୀ ଓ୍ବେବସାଇଟ ବି ସାଇବର ଠକଙ୍କ କବଜାରେ । ସେପଟେ OLX ଠକକୁ ବାନ୍ଧିଲା ସାଇବର ପୋଲିସ । ଅବିକଳ ଓ୍ବେବସାଇଟ ଡିଜାଇନ, ଅଜବ ବୁଦ୍ଧି । ଠକଙ୍କ ଜ୍ଞାନ ଆଗରେ ଯେ କେହି ବି ଧୋକା ଖାଇଯିବ । ହୋଟେଲ ଠକେଇ ନେଇ ପ୍ରଥମେ ପୁରୀରୁ ଅଭିଯୋଗ ଆସିବା ପରେ ଭୁବନେଶ୍ବରର ୨୫ ହୋଟେଲ ମାଲିକ ଏ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଟୁରିଷ୍ଟ ଯେତେବେଳେ ଗୁଗୁଲରେ ହୋଟେଲ ନାଁ ସର୍ଚ୍ଚ କରୁଛନ୍ତି, ସେତେବେଳେ ଅରିଜିନାଲ ବଦଳରେ ଡୁପ୍ଲିକେଟ ଓ୍ବେବସାଇଟ ବୁକ କରି ଲକ୍ଷାଧିକ ଟଙ୍କା ହରାଉଛନ୍ତି । ଏଭଳି ଅଭିଯୋଗ ବାରମ୍ବାର ହେବା ପରେ ହୋଟେଲ ମାଲିକ ସଂଘ ସହ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ।

ହୋଟେଲର ଆଇଟିକୁ ସୁଦୃଢ଼ କରିବା ଦିଗରେ କ୍ରାଇମବ୍ରାଞ୍ଚ ଏଡିଜି ମତ ଦେଇଥିବା ବେଳେ ହ୍ୟାକରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ । ୯୦ ପ୍ରତିଶତ ସରକାରୀ ଓ ବେସରକାରୀ ଓ୍ବେବସାଇଟ ହ୍ୟାକରଙ୍କ କବଜାରେ ଥିବା ଜଣାପଡିଛି । କିଛିଦିନ ତଳେ ମୋ ସ୍କୁଲ ର ଅବିକଳ ନକଲ କରି ଚାକିରୀ ପାଇଁ ବିଜ୍ଞପ୍ତି ଦେଇ ଠକେଇ ଘଟଣା ନଜରକୁ ଆସିବା ପରେ ଗଣଶିକ୍ଷା ବିଭାଗ ସଚିବ ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ସପିଙ୍ଗ ସାଇଟ ଜରିଆରେ ଲୋକଙ୍କ ଚୂନ ଲଗାଉଥିବା ଅଭିଯୁକ୍ତ ସିଦ୍ଧାର୍ଥ ପାଣିଗ୍ରାହୀକୁ ପୋଲିସ ଗିରଫ କରିଛି । ୧୦ ଟି ଏସି ଦେବାକୁ କହି ୨ ଲକ୍ଷ ଟଙ୍କା ଚୂନ ଲଗାଇଦେବା ପରେ କରିତକର୍ମାକୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ନାଁ ରେ ଖଣ୍ଡଗିରି, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରହିଛି।

ସରକାରୀ ଅନୁଷ୍ଠାନର ଦକ୍ଷତା ବିକାଶ ଉପଦେଷ୍ଟା ହେଲେ ସୁବ୍ରତ ବାଗଚୀ

ଭୁବନେଶ୍ବର : ସୁବ୍ରତ ବାଗଚୀ ହେଲେ ସରକାରୀ ଅନୁଷ୍ଠାନର ଦକ୍ଷତା ବିକାଶ ଉପଦେଷ୍ଟା । ଏନେଇ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବ୍ରତ ବାଗଚୀଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । ଏହା ପୂର୍ବରୁ ସେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଥିଲେ । ସିଭିଲ ସର୍ଭିସ ପ୍ରଶିକ୍ଷଣ ସଂସ୍ଥା ପାଇଁ କାମ କରିବେ ବାଗଚୀ । ବିଶ୍ବସ୍ତରୀୟ ସୁବିଧା, ସୁଯୋଗ ଓ ପ୍ରଶିକ୍ଷଣ ପାଇଁ କାମ କରିବେ ସୁବ୍ରତ ବାଗଚୀ ।

ଇଂରେଜ ଶାସନ ବିରୋଧରେ କେମିତି ଲଢିଥିଲେ ଓଡ଼ିଆ ବୀର ଦେଖିବ ବିଶ୍ବ

କଟକ : ଓଡ଼ିଆ ସଂଗ୍ରାମୀଙ୍କ କାହାଣୀ ଦେଖିବ ସାରା ବିଶ୍ବ । ଇଂରେଜ ଶାସନ ବିରୋଧରେ କିପରି ଲଢିଥିଲେ ଓଡ଼ିଆ ବୀର । ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମହର୍ଷି । ବ୍ରିଟିଶଙ୍କ ବିରୋଧରେ ଲଢେଇ କରି ପ୍ରଥମ ସହିଦ ହୋଇଥିଲେ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ । ସେହି ଓଡ଼ିଆ ସଂଗ୍ରାମୀଙ୍କ କାହାଣୀକୁ ନେଇ ରିଲିଜ୍ ହୋଇଛି ଫିଲ୍ମ ମହର୍ଷି । କଟକ ବୃନ୍ଦାବନ ଟକିଜରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ମିଳିଛି ଭଲ ରେସପନ୍ସ । ଏଥିରେ ଜୟୀ ରାଜଗୁରୁଙ୍କ ଭୂମିକାରେ ଚନ୍ଦନ କର ନଜର ଆସିଥିବାବେଳେ ରାଜା ମୁକୁନ୍ଦ ଦେବ ଦ୍ବିତୀୟଙ୍କ ଭୂମିକାରେ ଅଭିନୟ କରିଛନ୍ତି ଶ୍ରୀକୁମାର ମୁକେଶ । ଫିଲ୍ମ ରିଲିଜ ଅବସରରେ ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ଦର୍ଶକ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଫିଲ୍ମଟି ଓଡିଶାର 38ଟି ହଲରେ ରିଲିଜ ହୋଇଛି ।

ଫିଲ୍ମର ଅଧିକାଂଶ ସୁଟିଂ ସେଟ VFX , ଗ୍ରାଫିକ୍ସରେ କରାଯାଇଛି । ଫିଲ୍ମର ପ୍ରଯୋଜନା ଏବଂ ଚିତ୍ରନାଟ୍ୟ ନିର୍ଦେଶନା ଭାର ପ୍ରଦୀପ କୁମାର ସାହୁ ସମ୍ଭାଳି ଥିବା ବେଳେ କାହାଣୀ ଲେଖିଛନ୍ତି ପୁଷ୍ପିତା ଶୁକ୍ଳା । ଗୀତ ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ରେ ସଜେଇଛସନ୍ତି ମଳୟ ମିଶ୍ର । ଫିଲ୍ମରେ ଅନନ୍ୟା ଚରିତ୍ରରେ ନଜରକୁ ଆସିଛନ୍ତି ଶ୍ରୀତମ ଦାସ, ଚୌଧୁରୀ ବିକାଶ ଦାସ, ଜୀବନ ପଣ୍ଡା, ଦେବୀ ବାରିକ । ଆଗକୁ ଏହି ଫିଲ୍ମ 5ଟି ଭାଷା ରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛି ସଂସ୍ଥା । ଓଡ଼ିଆ ସ୍ବାଧୀନତା ସଂଗ୍ରାମକୁ ନେଇ ଏପରି ଏକ ଭିନ୍ନ ଚଳଚ୍ଚିତ୍ର ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

କମେଣ୍ଟମରାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଭୁବନେଶ୍ବର : ପୁଣି ଅଶାନ୍ତ ବିଜେବି କଲେଜ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କୁ ଆକ୍ରମଣ । କଲେଜର ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ । ଗଣ୍ଡଗୋଳ ଘଟଣାରେ ୩ ଜଣ ଯୁକ୍ତ ୩ ଛାତ୍ର ଆହତ ହୋଇଛନ୍ତି । ଦୁଇ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏନେଇ ଏତଲା ଦିଆଯାଇଛି । ଗତକାଲିର କମେଣ୍ଟ ମରା ଘଟଣା ପ୍ରିନ୍ସିପାଲଙ୍କୁ ଜଣାଇବାରୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ର ।

ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ । ସେପଟେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଘଟଣାରେ ଯିଏ ବି ସମ୍ପୃକ୍ତ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି ।