spot_img
Home Blog Page 2814

ଦିଲ୍ଲୀରେ ନିଖୋଜ ଓଡିଆ ପୁଅ, କିଛି ଦିନ ପୂର୍ବେ ଆବୁଧାବିରୁ ଫେରିଥିଲେ

ଖୋର୍ଦ୍ଧା: ଆବୁଧାବିରୁ ଆସି ଦିଲ୍ଲୀରେ ନିଖୋଜ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ରଞ୍ଜନ ସ୍ୱାଇଁ ଆବୁଧାବିରୁ ଫେରି ଦିଲ୍ଲୀରେ ନିଖୋଜ ହୋଇଯାଇଛନ୍ତି । ବାଲୁଗାଁ ଥାନା ବେଲପଡ଼ା ଗାଁର ଅକ୍ଷୟ ସ୍ବାଇଁଙ୍କ ଏକମାତ୍ର ପୁଅ ରଞ୍ଜନ ସ୍ବାଇଁ ପରିବାର ପୋଷଣ ପାଇଁ ଆବୁଧାବିକୁ କାମ କରିବାକୁ ଯାଇଥିଲେ ।

ଗତ ମାସ ୧୯ ତାରିଖରେ ରଞ୍ଜନ ତାଙ୍କର ଜଣେ ସାଙ୍ଗ ଫାଇମ ଅହମ୍ମଦ ସହ ଆବୁଧାବିରୁ ଆସି ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇ ଥିଲେ । ତେବେ ରଞ୍ଜନ ଘରକୁ ନଫେରିବାରୁ ତାଙ୍କ ସାଙ୍ଗ ଫାଇମ ସହିତ ଯୋଗାଯୋଗ କରିଥିଲେ ରଞ୍ଜନଙ୍କ ବାପା ଅକ୍ଷୟ ସ୍ୱାଇଁ । ଫାଇମ ଅହମ୍ମଦ କହିଥିଲେ, ମୁମ୍ବାଇରୁ ସାଥୀ ହୋଇ ଦିଲ୍ଲୀ ଆସିଥିଲୁ ।

ରଞ୍ଜନ ଟ୍ରେନରେ ଓଡ଼ିଶା ଯାଇଛନ୍ତି । ଅହମ୍ମଦର କଥାବାର୍ତ୍ତାରେ ସନ୍ଦେହ କରି ଅକ୍ଷୟ ସ୍ବାଇଁ ଆଜି ବାଲୁଗାଁ ଥାନାରେ ରଞ୍ଜନ ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ବାଲୁଗାଁ ସହ- ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରାଯାଇଛି ।

ନନ୍ଦୋତ୍ସବରେ ଫେରିଲେ ସାରଥୀ ଭକ୍ତ, ହୋମ ଯଜ୍ଞ ସହ ଚାଲିଛି ପୂଜାର୍ଚ୍ଚନା

ପାରାଦୀପ: ଆତ୍ମଘୋଷିତ ବାବା ସାରଥିଙ୍କୁ ନେଇ ପୁଣି ବିବାଦ । ସିଂହାସନରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଛି । ପାରାଦୀପ ପିପ୍ପଳ ଗାଁରେ ପାଳନ କରାଯାଉଛି ନନ୍ଦ ଉତ୍ସବ । ସିଂହାସନରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଛି । ଏଥିରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥି ଆଶ୍ରିତ ଯୋଗଦେଇଛନ୍ତି । ହୋମଯଜ୍ଞ, ଧ୍ୟାନ ଓ ସାମୂହିକ ପ୍ରାର୍ଥନା ଚାଲିଥିବା ବେଳେ ଶେଷରେ ଦହିହାଣ୍ଡି ଭଙ୍ଗା ହେବ ବୋଲି ସୂଚନା ମିଳିଛି  ।

ଆହୁରି ୨ଦିନ ବର୍ଷିବ

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ । ଆହୁରି ୨ଦିନ ବର୍ଷିବ । ଗୁରୁବାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୭୦-୧୧୦ମିମି ବର୍ଷା ସମ୍ଭାବନା ଥିବାରୁ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କଟକ, ଅନୁଗୁଳ,ଢେଙ୍କାନାଳ , କେନ୍ଦୁଝର ଓ ମୟୂରଭ଼୍ଜକୁ ସତର୍କତା ଜାରି ହୋଇଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା । କୋରାପୁଟ ଜିଲ୍ଲାର ସିମିଲିଗୁଡାରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ କରାଯାଇଛି  । ରାଜ୍ୟରେ ଅନ୍ୟ ୯ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଲାଗିରହିଛି ତୀବ୍ର ବୃଷ୍ଟିପାତ । ଗତକାଲିର ଘୂର୍ଣ୍ଣିବଳୟ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମଧ୍ୟଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଛତିଶଗଡ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ  । ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ବିସ୍ତୃତି ବର୍ଷା ତଥା ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ୧ ସେପ୍ଟେମ୍ବରରୁ ଆଜି ଯାଏ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା  ୭୦.୪ ମିମି ତୁଳନାରେ ୨୦% ଅଧିକ ରେକର୍ଡ ହୋଇଛି । ଏହି ସମୟ ପରିଧିରେ କଟକରେ ସର୍ବାଧିକ ୧୬୧.୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୬୫.୪ ମିମି ତୁଳନାରେ ୧୪୭% ଅଧିକ ରହିଛି ।

ଦାଦାବଟି ପାଇଁ ଅପହରଣ, ୨ ଗିରଫ

ଭୁବନେଶ୍ବର: ଦାଦାବଟି ପାଇଁ ରାଜଧାନୀ ଭୁବନେଶ୍ବରରେ ଅପହରଣ ଘଟଣାରେ ଦୁଇ ଗିରଫ । ମାସକୁ ୫୦ ହଜାର ଟଙ୍କା ବଟି ମାଗି ଯୁବକକୁ କରିଥିଲେ ଅପହରଣ । ୨ ଜଣ ବାଉନସରକୁ ଏୟାରଫିଲଡ ଥାନା ପୋଲିସ ଗିରଫ କରିଛି । କଟକ ରୋଡ୍‌ ମହାନ୍ତି ବାର୍‌ରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଦୁଇଜଣ ଅପହରଣ କରିଥିଲେ । ଫ୍ଲୋର ମ୍ୟାନେଜର ମୁଜିବୁର ରେହମାନଙ୍କୁ ଏକ ସ୍କର୍ପିଓରେ ଅପହରଣ କରିଥିଲେ ଦୁର୍ବୃତ୍ତ । ଟଙ୍କା ନଦେବାରୁ ମାଡ଼ ମାରି ଛାଡ଼ି ଦେଇଥିଲେ । ଏ ନେଇ ଅଧିକ ତଦନ୍ତ ଚଳାଇଛି ଏୟାରଫିଲଡ ଥାନା ପୋଲିସ ।

ପ୍ରେମ ବିବାହ କରିବାରୁ ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧିକ୍ରିୟା କଲେ ପରିବାର

ପଟ୍ଟାମୁଣ୍ଡାଇ: ଝିଅର ପ୍ରେମ ବିବାହକୁ ବିରୋଧ । ଝିଅ ଜୀବିତ ଥାଉ ଥାଉ ଶୁଦ୍ଧିକ୍ରିୟା କଲେ ପରିବାର ଲୋକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାପାମାଆ ଝିଅର ପିଣ୍ଡଦାନ କରିଛନ୍ତି । ଆଳି ନୂଆବଜାର ଅଞ୍ଚଳର ଜଣେ ଯୁବକଙ୍କ ସହ ସେହି ଅଞ୍ଚଳର ଜଣେ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଯୁବତୀଙ୍କ ପରିବାର ଲୋକ ଏହାକୁ ବିରୋଧ କରିଆସୁଥିଲେ । ତେବେ ସବୁ ବାଧା ବନ୍ଧନକୁ ତୁଟାଇ ଗତ ସୋମବାର ପ୍ରେମିକା -ପ୍ରେମିକ ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ବିବାହ କରିଥିଲେ । ଏହି ବିବାହକୁ ଝିଅପକ୍ଷ ଲୋକ ବିରୋଧ କରିବା ସହ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି । ଏପରିକି ନିଜ ଘର ସାମ୍ନାରେ ଝିଅର ଫୋଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁଅର ମୃତଦେହକୁ ଠେଲାରେ ଧରି ଅନ୍ତିମ ସଂସ୍କାର ପାଇଁ ସହଯୋଗ ଲୋଡ଼ିଲେ ମାଆ, ଶେଷରେ..

ଉତ୍ତରପ୍ରଦେଶ: ପୁଣି ସାମନାକୁ ଆସିଲା ଲଜ୍ଜାଜନକ ଖବର । ପୁଅର ଶବକୁ ଠେଲାରେ ଧରି ଅନ୍ତିମ ସଂସ୍କାର ପାଇଁ ସହଯୋଗ ଲୋଡ଼ିଲା ମାଆ । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଖବର । ଜଣେ ମହିଳା ଏବଂ ତାଙ୍କ ସାନପୁଅ ବଡ଼ ପୁଅର ମୃତଦେହକୁ ଠେଲାରେ ଧରି ବୁଲୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନ୍ତିମ ସଂସ୍କାର ଲାଗି ସେମାନଙ୍କ ପାଖରେ କୌଣସି ଟଙ୍କା ନଥିବାବେଳେ ସେ ଲୋକଙ୍କୁ ଭିକ୍ଷା ମାଗୁଛନ୍ତି । କିନ୍ତୁ କେହି ତାଙ୍କୁ ସହଯୋଗ କରିନାହାନ୍ତି । ଶେଷରେ ପୋଲିସ ଆସି ଚାନ୍ଦା କରି ସେମାନଙ୍କୁ ସହଯୋଗ କରିବା ସହ ଅନ୍ତିମ ସଂସ୍କାର କରିଛି । ୟୁପିର ମେରଠ ଅଂଚଳର ଏହି ଘଟଣା । ପୋଲିସର ସୂଚନା ମୁତାବକ ଯୁବକଙ୍କ ମୃତଦେହ ମଦ ଦୋକାନ ନିକଟରେ ଦୀର୍ଘ ସମୟ ପଡ଼ି ରହିଥିଲା । ସେପଟେ ସାନ ଭାଇ ଏବଂ ମାଆ ଖୋଜି ଖୋଜି ସେଠାରେ ପହଞ୍ଚିଥିଲେ । ସେମାନେ ମୃତଦେହକୁ ଠେଲାରେ ନେଇଥିଲେ । ମାତ୍ର ଅନ୍ତିମ ସଂସ୍କାର ପାଇଁ  ସେମାନଙ୍କ ନିକଟରେ ଟଙ୍କା ନଥିଲା ।

ଅସୁସ୍ଥ ପୁଅକୁ ମେଡିକାଲ ନେଇଥିବା ମାଆଙ୍କ ମୃତ୍ୟୁ

ଜଳେଶ୍ବର: ଅସୁସ୍ଥ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇ ଯାଇଥିଲେ ମାଆ । କିନ୍ତୁ ଡାକ୍ତରଖାନାରେ ଚାଲିଗଲା ମାଆଙ୍କ ଜୀବନ । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ହାତୀଗଡ଼ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ରଙ୍ଗାମାଟିଆ ଗାଁର ସଲମନ ମୁର୍ମୁ ଅସୁସ୍ଥ ଥିଲେ । ତାଙ୍କୁ ତାଙ୍କ ମାଆ ମାଇନ ମୁର୍ମୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ହଠାତ ଡାକ୍ତରଖାନାରେ ଅସୁସ୍ଥ ହୋଇପଡ଼ିଥିଲେ ମାଆ ମାଇନ ମୁର୍ମ । ତାଙ୍କର ଚିକିତ୍ସା କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ମାଆ ମାଇନ ମୁର୍ମୁଙ୍କର ମୃତ୍ୟୁ ହୋଇଛି ।

ଆଜି ଇ-ବସ୍ ଏବଂ ଇ-ରିକ୍ସାରେ ମାଗଣା ଯାତ୍ରା

ଭୁବନେଶ୍ବର: ଗୁରୁବାର ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ । ବିଏମ୍ସି ଓ କ୍ରୁଟ ପକ୍ଷରୁ ଅଭିନବ ସଚେତନତା କରାଯାଉଛି । ଇ-ବସ ଏବଂ ଇ-ରିକ୍ସା ରେ ଦିନକ ପାଇଁ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ଯାତ୍ରୀମାନେ ବିନା ମୂଲ୍ୟରେ ଗନ୍ତବ୍ୟସ୍ତଳକୁ ଯାଇପାରିବେ। ଭୁବନେଶ୍ୱର ରେ ଚାଲୁଛି ୫୦ ଇ-ବସ୍ ଓ ୫୦ ଟି ଇ-ରିକ୍ସା ୧୦ ଟି ରୁଟରେ ଚାଲିଛି ଇଲେକ୍ଟ୍ରି ଭେଇକିଲ୍ । ରାଜଧାନୀରେ ପ୍ରଦୂଷଣ କମାଇବାକୁ ଯୋଜନା କରାଯାଇଛି ।

ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଭୁବନେଶ୍ବର ବିମାନବନ୍ଦର ରନୱେ ମରାମତି କାମ

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଭୁବନେଶ୍ବର ବିମାନବନ୍ଦର ରନୱେ ରି-କାର୍ପେଣ୍ଟିଂ ବା ମରାମତି କାମ । ବର୍ଷା କମ୍‌ ହେଲେ ବିନା ଗୁଳୁଗୁଳିରେ ଏହି କାମ କରାଯାଏ । ଏହା ତିନି ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସମୟରେ ରାତିରେ ୮ଘଣ୍ଟା ବନ୍ଦ ରହିବ ବିମାନସେବା । କ୍ୟାଟ ୨ ଲାଇଟର ଫିଟିଂ ବି ଏହି ସମୟରେ ରନୱେରେ ଲଗାଯିବ । ରନୱେ ରିକାର୍ପେଟିଂ ପାଇଁ ୭୨ କୋଟି ଓ କ୍ୟାଟ୍‌ ୨ ଲାଇଟ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏଇ ସମୟରେ ରାତି ୧୦ରୁ ସକାଳ ୬, କିମ୍ବା ରାତି ୧୧ରୁ ସକାଳ ୭ଟା ଯାଏ ବିମାନ ସେବା ବନ୍ଦ ରହିବ ।

ଦିନିକିଆ ବିଶ୍ବକପ ପାଇଁ ଆଉ ୪ ଲକ୍ଷ ଟିକେଟ୍ ବିକ୍ରି କରିବ ବିସିସିଆଇ

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ଦିନିକିଆ ବିଶ୍ବକପ୍‌ ଚାହିଦାକୁ ଦୃଷ୍ଟିରେ ରଖି ବିସିସିଆଇ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଲକ୍ଷ ଟିକେଟ୍‌ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଆୟୋଜକ ରାଜ୍ୟ ସଂଘମାନଙ୍କ ସହିତ ଆଲୋଚନା କରିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ପ୍ରଥମେ ୭ଟି ପର୍ଯ୍ୟାୟରେ ଭାରତ ଓ ଅଣଭାରତୀୟ ମ୍ୟାଚ୍‌ଗୁଡ଼ିକ ସହିତ ଅଭ୍ୟାସ ମ୍ୟାଚ୍‌ଗୁଡ଼ିକ ପାଇଁ ଟିକେଟ୍‌ ବିକ୍ରି କରାଯାଇଥିଲା। ହେଲେ ଚାହିଦା ଅଧିକ ରହୁଥିବାରୁ ଅନେକ ସଂଖ୍ୟାରେ ପ୍ରଶଂସକମାନେ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିଲେ। ତେଣୁ ଏହି ଐତିହାସିକ ଇଭେଣ୍ଟରେ ଅଧିକରୁ ଅଧିକ କ୍ରିକେଟ୍‌ ପ୍ରିୟ ଦର୍ଶକଙ୍କୁ ମ୍ୟାଚ୍‌ ଉପଭୋଗ ପାଇଁ ସୁଯୋଗ ଦେବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ଏହାଫଳରେ ମ୍ୟାଚ୍‌ ଦେଖିବା ପାଇଁ ଆଗ୍ରହ ରଖୁଥିବା ପ୍ରଶଂସକମାନେ ଟିକେଟ ପାଇବାରେ ଆଉ ନିରାଶ ହେବେ ନାହିଁ। ବିସିସିଆଇ ସମସ୍ତ ମ୍ୟାଚ୍‌ଗୁଡ଼ିକ ପାଇଁ ସେପ୍ଟେମ୍ବର ୮ ତାରିଖ ରାତି ୮ଟାରୁ ୱେବସାଇଟ୍‌ ଜରିଆରେ ଟିକେଟ୍‌ ବିକ୍ରି କରିବ।