spot_img
Home Blog Page 2822

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଚନ୍ଦ୍ରଯାନ-୩ର ମଡେଲ ପ୍ରଦର୍ଶିତ

ଭୁବନେଶ୍ବର: ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ବିକ୍ରମ ଓ ପ୍ରଜ୍ଞାନ ମହାକାଶ ଯାନ ର ସଫଳତାରେ ସମଗ୍ର ବିଶ୍ୱରେ ଇତିହାସ ରଚିଥିବା ଭାରତର ମହାକାଶ ବିଜ୍ଞାନରେ ଏହି ଐତିହାସିକ ସଫଳତାର ସ୍ମାରକୀ ସ୍ଵରୂପ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଚିତ୍ରକଳା ବିଭାଗ ପକ୍ଷରୁ ଉଭୟ ଅନ୍ତରୀକ୍ଷ ଯାନ ପୃଥିବୀ ଓ ଚନ୍ଦ୍ରକୁ ନେଇ ଏକ ଆକର୍ଷଣୀୟ ମଡେଲ ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସ୍ନାତକତ୍ତୋର ପରିଷଦ ର ମୂଖ୍ୟ ଡାଃ ଚକ୍ରଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିତ୍ର କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ମଡେଲକୁ ଲୋକାର୍ପିତ କରିଥିଲେ ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ ଧରଣୀ ଧର ରଣା, ବିତ୍ତ ଅଧିକାରୀ ରାଜେଶ କୁମାର ମହାନ୍ତ । ଏହି ଅବସରରେ ଶୀଳ୍ପି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଡାଃ ସମ୍ବରୁ ସୌଭରା, ଡାଃ ମନୋରଞ୍ଜନ ପ୍ରଧାନ, ଡାଃ ସସ୍ମିତା କମିଲା, ସହକାରୀ ପ୍ରଫେସର ଡକ୍ଟର ଆଶିଷ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ପ୍ରଭାବିତ ହେବ ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା । ଦିନକ ପରେ ରାଜ୍ୟରୁ କମିବ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି କମିବ ପ୍ରଭାବ । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଆଜି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, କୋରାପୁଟ, ରାୟଜଡା ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହାସହ ଘଡଘଡି ବିଜୁଳି ସହ ବର୍ଷା ନେଇ ୨୩ ଟି ଜିଲ୍ଲାକୁ ସତର୍କ କରାଯାଇଛି । ୨୭ ତାରିଖରୁ ବର୍ଷାର ପରିମାଣ କମିବ । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୩୧ ତାରିଖରୁ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ଆକଳନ କରାଯାଇଛି । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ତୁଳନାରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମାତ୍ର ଦୁଇଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

ଝାରସୁଗୁଡା ଓ ଲଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: ଝାରସୁଗୁଡା ଓ ଲଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟରର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କର୍ପୋରେଟ୍ ସଂସ୍ଥା ବେଦାନ୍ତ ସହଯୋଗରେ ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଝାରସୁଗୁଡା ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏହା ସହାୟକ ହେବ। ସୁସ୍ଥ ଓଡିଶା, ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ହସ୍ପିଟାଲ ଗୁଡିକର ଉନ୍ନତିକରଣ କରୁଛନ୍ତି। ଶହ ଶହ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ବଡ ରୂପାନ୍ତର ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିରେ ପ୍ରତି ମାସରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବିକାଶର ସୂଚକ। ସେଥିପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ସରକାରଙ୍କ ସହିତ ଏଥିରେ ଘରୋଇ କ୍ଷେତ୍ର ଯୋଡି ହେବା ଖୁସିର କଥା । ସମସ୍ତଙ୍କ ସହଯୋଗରେ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ଜିଲ୍ଲପାଳ ଓ ବେଦାନ୍ତର ସିଇଓ ପ୍ରମୁଖ ଯୋଗ ଦେଇଥିଲେ ।

Chandrayaan-3: ଚନ୍ଦ୍ରପୃଷ୍ଠରେ ମୁନୱାକ୍‌ କଲା ପ୍ରଜ୍ଞାନ, ୮ ମିଟର ଦୂରତା କଲା ଅତିକ୍ରମ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ମୁନୱାକ କଲା ରୋଭର ପ୍ରଜ୍ଞାନ  । ସଫଳତାର ସହ ମୁନୱାକ୍‌ କରି ୮ ମିଟର ଦୂରତା ଅତିକ୍ରମ କରିଛି ପ୍ରଜ୍ଞାନ  । ଏହାର ସମସ୍ତ ପେଲୋଡ ସଠିକ ଢଙ୍ଗରେ କାମ କରୁଥିବା ସୂଚନା ଦେଇଛି ଇସ୍ରୋ  । ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା  । ମୁନୱାକ ହେଉଛି ଜଣାଶୁଣା ଡାନ୍ସର ମାଇକେଲ ଜ୍ୟାକସନଙ୍କ ଏକ ଲୋକପ୍ରିୟ ଡାନ୍ସ ଫର୍ମ  ।

ଇସ୍ରୋ ଏହି ଖୁସି ଜାହିର କରି ଟ୍ବିଟ କରିଛି ଯେ, ରୋଭର ୮ ମିଟର ଦୂରତା ସଫଳତାପୂର୍ବଳ ଗତି କରିଛି  । ରୋଭର ପେଲୋଡ ଲେଜର ପ୍ରେରିତ ବ୍ରେକଡାଉନ ଓ ଆଲଫା ପାର୍ଟିକଲ ଚାଲୁ ଅଛି  । ପ୍ରପୋଲ୍ସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ରୋଭରରେ ଥିବା ସମସ୍ତ ପେଲୋଡ ସାମାନ୍ୟ ଭାବେ କାମ କରୁଛି  ।

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରୋଭର ଚନ୍ଦ୍ରପୃଷ୍ଠରେ ଘୁରି ପୂର୍ବ ନିର୍ଦ୍ଧାରିତ ପ୍ରୟୋଗ ଗୁଡିକୁ ଶେଷ କରିବ  । ଇସ୍ରୋ ଅନୁସାରେ ଚନ୍ଦ୍ରମା ରୋଭରରେ ଲ୍ୟାଣ୍ଡିଂ ସ୍ଥଳର ଆଖପାଖରେ ମୌଳିକ ସଂରଚନା ପ୍ରାପ୍ତ କରିବା ପାଇଁ ଏପିଏକ୍ସଏସ ଓ ଏଲଆଇବିଏସ ଅଟେ ।

ଲ୍ୟାଣ୍ଡର ବି ରୋଭର ଭଳି ନିଜ ପେଲୋଡ ସହ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପାଦନ କରିବ  । ସେ ଚନ୍ଦ୍ରପୃଷ୍ଠର ବିଶ୍ଲେଷଣ, ଲ୍ୟାଣ୍ଡିଂ ସ୍ଥଲର ଆଖପାଖ ଅଞ୍ଚଳରେ ଭୁକମ୍ପୀୟ ତରଙ୍ଗର ମାପ, ପ୍ଲାଜମା ଘନତ୍ବ ଓ ଏହାର ବିବିଧତାର ଅନୁମାନ ଲଗାଇବା ଭଳି ପ୍ରୟୋଗ ଗୁଡିକ ସମ୍ପାଦନ କରିବ  ।

 

ଟଙ୍କା ହରିଲୁଟ କରି ରାୟଗଡ଼ା ଡିଏଫଓ ବିଜୟ ପରିଡ଼ା ଗିରଫ

ଭୁବନେଶ୍ୱର: ଗିରଫ ହେଲେ ରାୟଗଡା ଡିଏଫଓ ବିଜୟ ପରିଡା । ବୃକ୍ଷରୋପଣ ନାଁରେ ୩ କୋଟି ଟଙ୍କା ଠକିବା ଅଭିଯୋଗ । ମୁନିଗୁଡା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାଁରେ ହରିଲୁଟ ଅଭିଯୋଗ । ୭ଟି ସ୍ଥାନରେ ଗତକାଲି ଛାପା ମାରିଥିଲା ଭିଜିଲାନ୍ସ । ଭୁବନେଶ୍ୱର, କଟକ, ଯାଜପୁର ଓ ପୁରୀରେ ରହିଛି ୧୬ଟି ପ୍ଲଟ । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବୀମା ରସିଦ ଜବତ । ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଅଚଳାଚଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ ।

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ପୂର୍ବରୁ ବିଜୟଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ରାୟଗଡ଼ା, ଭୁବନେଶ୍ବର, କଟକ ଓ ଯାଜପୁରର ୭ଟି ସ୍ଥାନରେ ମାରାଥନ ରେଡ୍ ହୋଇଛି । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉ ବେଳେ ୮ଡିଏସପି, ୬ ଇନିସପେକ୍ଟର ସାମିଲ ହୋଇଥିଲେ ।

କୋଭିଡ ମହାମାରି ସମୟରେ ଜନପ୍ରତିନିଧି ସାଜିଥିଲେ ଶତ୍ରୁ, ରଙ୍ଗେଇଲୁଣ୍ଡାରେ ବିଧାୟକଙ୍କ ଭଦ୍ରମୁଖା ଖୋଲିଲେ 5T ସଚିବ

ଗଞ୍ଜାମ: କୋଭିଡ ମହାମାରି ସମୟରେ ଜନପ୍ରତିନିଧି ସାଜିଥିଲେ ଶତ୍ରୁ । ବିଧାୟକଙ୍କ ନାଁ ନେଇ ଭଦ୍ରମୁଖା ଖୋଲିଲେ 5T ସଚିବ । ଜଣେ ଜନପ୍ରତିନିଧି କିଭଳି ପ୍ରଭାବିତ ଲୋକଙ୍କ ଶତ୍ରୁ ସାଜିଥିଲେ ତାର ମୁଖା ଖୋଲିଛନ୍ତି 5T ସଚିବ । ଜନପ୍ରତିନିଧି ହୋଇ ମଧ୍ୟ ରାଜ୍ୟ ବାହାରେ ଥିବା ଗଂଜାମ ଲୋକ ନିଜ ଘରକୁ ଫେରନ୍ତୁ ତାହା ଚାହୁଁ ନଥିଲେ ବୋଲି ଚାହିଁଥିଲେ ଜନପ୍ରତିନିଧି । ଏହି କଳଙ୍କିତ ଜନପ୍ରତିନିଧିଙ୍କ ଅସଲ ଚେହାରା ଆଜି ପଦାରେ ପଡିଛି । ସେବା ନାଁରେ ଲୋକଙ୍କୁ ଠକୁଥିବା ଏହି ବ୍ୟକ୍ତି ଆଜି ତାର ପରିଣାମ ମଧ୍ୟ ଭୋଗୁଛନ୍ତି । କୋଭିଡ ବେଳେ ରାଜ୍ୟ ବାହାରେ ବହୁ ଓଡିଆ ଲୋକ ଫସିରହିଥିଲେ । ସେମାନେ ନିଜ ନିଜ ଘରକୁ ଫେରିପାରୁ ନଥିଲେ ।

ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ । ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଫେରାଇଆଣିବାର ଦାୟିତ୍ବ ନେଇଥିଲେ । ଏବାବଦ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ଏହି ଜନପ୍ରତିନିଧି ଏଭଳି ଏକ ଜଟିଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟେଲିଫୋନ କରି ରାଜ୍ୟ ବାହାର ଲୋକଙ୍କୁ ଗଂଜାମ ଫେରାଇ ନଆଣିବାକୁ କହିଥିଲେ । କାରଣ ସେମାନେ ଫେରିଲେ ଗଂଜାମର ସ୍ଥିତି ସଂଗୀନ ହୋଇଯିବ ବୋଲି ସେ କହିଥିଲେ । ଆଗ ଆମେ ବଂଚିବା, ପରେ ଅନ୍ୟମାନଙ୍କ କଥା ଚିନ୍ତା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।

ଏଭଳି ସ୍ବାର୍ଥପର ଜନପ୍ରତିନିଧିଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଥିଲେ । ବିଧାୟକଙ୍କୁ କିଛି ନକହିଲେ ବି ଆମକୁ ସେବା ମନୋବୃତ୍ତିର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିସ୍ବାର୍ଥପର ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଉଥିବା ଲୋକ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବିବା ଉଚିତ । ସ୍ବାର୍ଥ ପାଇଁ ସେବା କଲେ ଭଗବାନ ରୁଷ୍ଟ ହୋଇଥାନ୍ତି । ସମ୍ପୃକ୍ତ ଜନପ୍ରତିନିଧି କିନ୍ତୁ ନିଜ ସ୍ବାର୍ଥ ସାଧନ ପାଇଁ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରି ଲୋକଙ୍କ ଆତ୍ମବିଶ୍ବାସ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ଏହାଦ୍ବାରା କୋଭିଡ ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ ଓ ମିଶନ ଶକ୍ତି ମା’ମାନେ ବିଚଳିତ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ସିଧାସଳଖ ସେମାନଙ୍କ ସହ ଭିଡିଓ କନଫରେନସିଂରେ କଥା ହୋଇଥିଲେ । ମା ମାନଙ୍କ ସହଯୋଗ ଓ ମା ତାରାତାରିଣୀଙ୍କ ଆଶୀର୍ବାଦରୁ କୋଭିଡ ମୁକାବିଲାରେ ଗଂଜାମ ଦେଶରେ ସୁନାମ ଅର୍ଜନ କରିଛି । ଜନପ୍ରତିନିଧି ନିଜ ସ୍ବାର୍ଥ ପାଇଁ ଲୋକଙ୍କ ସେବାରେ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିବାରୁ ଭଗବାନ ତାର ଫଳ ତାଙ୍କୁ ଦେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା । ଯିଏ ବି ନିଜ ସ୍ବାର୍ଥ ପାଇଁ ଲୋକଙ୍କ ସେବାରେ ବ୍ୟାଘାତ ସୃଷ୍ଟି କରନ୍ତି, ତାର ବିଚାର ମା ତାରାତାରିଣୀ ଓ ଭଗବାନ କରିବେ ବୋଲି କହିଛନ୍ତି 5T ସଚିବ ।

ଜାଭେଲିନରେ ଓଡ଼ିଆ ପୁଅ କିଶୋରଙ୍କୁ ସଫଳତା, ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ସ ଫାଇନାଲରେ କଲେ ପ୍ରବେଶ

ଭୁବନେଶ୍ୱର: ଜାଭଲିନରେ ଓଡ଼ିଆ ପୁଅକୁ କିଶୋର ଜେନାଙ୍କୁ ବଡ଼ ସଫଳତା । ବିଶ୍ବ ଆଥଲେଟିକ୍ସ ଚାମ୍ପିଆନ୍ସିପ୍ସର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ଓଡ଼ିଶାର କିଶୋର ଜେନା । ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଆଥଲେଟିକ ଚାମ୍ପିଆନ୍ ଖେଳୁଛନ୍ତି କିଶୋର । କ୍ୱାଲିଫାଇଙ୍ଗ ରାଉଣ୍ଡରେ ୮୦.୫୫ ମିଟର ଜାଭଲିନ ଥ୍ରୋ କରି ଫାଇନାଲ ରାଉଣ୍ଡକୁ ଯାଇଛ୍ତି କିଶୋର । ଗ୍ରୁପ-ବିରେ ପଞ୍ଚମ ସ୍ଥାନ ଅଧିକାର କରି ସେ ଫାଇନାଲରେ ପ୍ରବେଶ କରିଛନ୍ତି । କିଶୋରଙ୍କ ବ୍ୟତୀତ ଆଉ ଦୁଇ ଭାରତୀୟ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏବଂ ମନୁ ଡିପି ମଧ୍ୟ ଫାଇନାଲକୁ ପ୍ରବେଶ କରିଛନ୍ତି । ନୀରଜ ସର୍ବାଧିକ ୮୮.୭୭ ମିଟର ଜାଭେଲିନ ଥ୍ରୋ କରିଛନ୍ତି । ସେହିପରି ମନୁ ଡିପି ୮୧.୩୧ ମିଟର ଥ୍ରୋ କରି ଫାଇନାଲରେ ସ୍ଥାନ ବନାଇଛନ୍ତି ।

ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିବେନି ରୁଷ୍ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ: ଆଗାମୀ ମାସରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବେନି ରୁଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସକୋଭ ଏନେଇ ସ୍ପଷ୍ଟ କରିଛନ୍ତି । ଦୀର୍ଘଦିନ ହେବ ଆଶଙ୍କା ଥିଲା ଯେ ରୁଷ ଏହି ଜି-୨୦ ବୈଠକରେ ସାମିଲ ହେବ କି ନାହିଁ । କ୍ରେମଲିନର ପ୍ରବକ୍ତା କହିଛନ୍ତି, ପୁଟିନ ଭାରତରେ ସେପ୍ଟେମ୍ବରରେ ହେବାକୁଥିବା ଜି-୨୦ ସମ୍ମିଳନୀ ପାଇଁ ଯାତ୍ରାର ଯୋଜନା କରୁନାହାନ୍ତି । ଏବେ ତାଙ୍କର ଫୋକସ୍ ଏକ ସ୍ୱତନ୍ତ୍ର ସୈନ୍ୟ ଅଭିଯାନ ଉପରେ ଅଛି । ଉଲ୍ଲେଖଯୋଗ୍ୟ, ରୁଷ୍ ଏବଂ ୟୁକ୍ରେନ ମଧ୍ୟ ୨୪ ଫେବ୍ରୁଆରୀ ୨୦୨୨ରୁ ଭୀଷଣ ଯୁଦ୍ଧ ଚାଲିଛି ।

ଆମେରିକା ଏବଂ ନାଟୋ ସମର୍ଥନରେ ରୁଷକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ । ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ଧରୁନାହିଁ । ଜି-୨୦ ଶିଖର ସମ୍ମିଳନୀ ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତରେ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ମିଳନୀକୁ ନେଇ ଭାରତ ସମସ୍ତ ଜି-୨୦ ସଦସ୍ୟ ଦେଶ, ଆମନ୍ତ୍ରିତ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନର ନେତାଙ୍କୁ ନିମନ୍ତ୍ରଣ ପଠାଇଥିଲା । ଅନ୍ୟ ସବୁଠୁ ଉତ୍ତର ମିଳିଥିବା ବେଳେ ରୁଷରୁ ଏହା ସ୍ପଷ୍ଟ କରାଯାଇନଥିଲା ଯେ ପୁଟିନ ଏଥିରେ ଭାଗ ନେବେ କି ନାହିଁ ।

ତେବେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ସାମିଲ ହୋଇନଥିଲେ ପୁଟିନ । ୧୫ତମ ଶିଖର ସମ୍ମିଳନୀକୁ ସେ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ । ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ (ଆଇସିସି) ପୁଟିନଙ୍କୁ ଯୁଦ୍ଧ ଅପରାଧ, ନରସଂହାର ଏବଂ ୟୁକ୍ରେନରେ ଶିଶୁଙ୍କୁ ଜବରଦସ୍ତି ସ୍ଥଆନାନ୍ତରଣ କରାଉଥିବା ନେଇ ଦୋଷୀ ସାବ୍ୟସ୍ତ କରିଥିଲା । ଏଥିସହିତ ଆଇସିସି ପୁଟିନଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରିଥିଲା । ଏହି କାରଣରୁ ସେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇନଥିବା କୁହାଯାଉଛି ।

ପତିଙ୍କ ଗର୍ଲଫ୍ରେଣ୍ଡ ବିରୋଧରେ 498A ମାମଲା ? ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କୋଚି: ବିବାହିତ ପୁରୁଷଙ୍କ ପ୍ରେମ ସମ୍ପର୍କକୁ ନେଇ କେରଳ ହାଇକୋର୍ଟଙ୍କ ବଡ ଫଇସଲା  । ପତିଙ୍କ ପ୍ରେମିକା ବା ବାହାରେ ଯୌନ ସମ୍ପର୍କ ରଖୁଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ  । ଆଇପିସି ଧାରା ୪୯୮ ଏ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ଦାଏର ହୋଇପାରିବ ନାହିଁ  ।

ଅଦାଲତ କହିଛନ୍ତି ଯେ ଆଇନ ଅନୁସାରେ ‘ସମ୍ପର୍କୀୟ‘ ସଜ୍ଞା ମଧ୍ୟରେ ପ୍ରେମିକା ବା ବିବାହ ପରେ ଯୌନ ସମ୍ପର୍କ ରଖୁଥିବା ମହିଳା ସାମିଲ ନୁହଁନ୍ତି  । ଜଣେ ପ୍ରେମିକା ବା ମହିଳା ବିବାହ ପରେ କୌଣସି ପୁରୁଷ ସହ ଯୌନ ସମ୍ପର୍କରେ ଲିପ୍ତ ଥିଲେ ସେ ସମ୍ପର୍କୀୟ ନୁହଁନ୍ତି  । ସମ୍ପର୍କୀୟ ଶବ୍ଦର ଅର୍ଥ ଅଲଗା  ।

ଯାହା ସହ ରକ୍ତ ସମ୍ପର୍କ ବା ପୌଷ ଭାବେ ଗ୍ରହଣ କରାଯାଏ  ସେମାନେ କେବଳ ସମର୍କୀୟ ଅଟନ୍ତି  । ଜଣେ ମହିଳା ଆବେଦନକାରୀଙ୍କ ଯାଚିକାରେ ଶୁଣାଣି କରି କେରଳ କୋର୍ଟ ଏହି ରାୟ ଶୁଣାଇଛନ୍ତି  । ମହିଳାଙ୍କ ବିରୋଧରେ ୪୯୮ ଏ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି  । ଆବେଦନକାରୀ କହିଛନ୍ତି ଯେ ତାଙ୍କର ତାଙ୍କ ପାର୍ଟନର ସହ ସମ୍ପର୍କ ଅଛି କିନ୍ତୁ ସେ ତାଙ୍କ ସମ୍ପର୍କୀୟ  ନୁହନ୍ତି  ଯାହାକି ୪୯୮ ଏ ରେ ଅନ୍ତର୍ଭୁକ୍ତ  ।

ଅଦାଲତ ମଧ୍ୟ ମହିଳାଙ୍କ ଭାବନାକୁ ସମ୍ମାନ ଜଣାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । କୋର୍ଟ କହିଛନ୍ତି ଯେ ଯାଚିକାକର୍ତ୍ତାଙ୍କ ବିରୋଧରେ ଆଇପିସି ଧାରା ୪୯୮ ଏ ଆଧାରରେ ମକଦ୍ଦମା ଚଲାଇବାର ପ୍ରଶ୍ନ ଉଠୁନି  । ତାଙ୍କ ବିରୋଧରେ ଏଫଆଇଆର ଖାରଜ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ ସହ ପାରିସ୍ ଅଲିମ୍ପିକ ପାଇଁ କ୍ୱାଲିଫାଏ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ର କ୍ୱାଲିଫାଇଙ୍ଗ ରାଉଣ୍ଡରେ ଶୁକ୍ରବାର ୮୮.୭୭ ମିଟର ଥ୍ରୋ କରିଛନ୍ତି । ଏଥିସହିତ ହିଁ ସେ ପ୍ୟାରିସ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଛନ୍ତି । ନୀରଜ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ନିଜ ସ୍ଥାନ ପକ୍କା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକର ଆରମ୍ଭ ୨୬ ଜୁଲାଇ ୨୦୨୪ରୁ ହେବାକୁ ଯାଉଛି । ହଙ୍ଗରୀର ବୁଡାପେଷ୍ଟରେ ଜାରି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ କ୍ୱାଲିଫାଇଙ୍ଗ ରାଉଣ୍ଡର ନିଜର ପ୍ରଥମ ପ୍ରୟାସରେ ହିଁ ୮୮.୭୭ ମିଟର ଥ୍ରୋ କରିଥିଲେ ।

ଯାହା କି ତାଙ୍କ ସିଜିନର ବେଷ୍ଟ ମଧ୍ୟ ଅଟେ ।  ଅଲିମ୍ପିକ, ଏସିଆନ ଗେମ୍ସ ଏବଂ କମନୱେଲ୍ଥ ଗେମ୍ସରେ ଗୋଲ୍ଡ ମେଡାଲ ଜିତିବା ବ୍ୟତୀତ ୨୫ ବର୍ଷୀୟ ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଚାମ୍ପିଅନ ମଧ୍ୟ ରହିଛନ୍ତି । ନୀରଜ ଚୋପ୍ରା ଫାଇନାଲ୍ ପାଇଁ କ୍ୱାଲିଫାଏ ହେବା ସହ ହିଁ ଭାରତକୁ ଏହି ଚାମ୍ପିଅନସିପରେ ପଦକ ଜିତିବାର ଆଶା ମଧ୍ୟ ବଢ଼ିଯାଇଛି । କାରଣ ବର୍ତ୍ତମାନ ସୁଦ୍ଧା କୌଣସି ବି ଭାରତୀୟ ଖେଳାଳି ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତିନାହାନ୍ତି । ଅବଶ୍ୟ ନୀରଜ ଚୋପ୍ରା ଗତ ବର୍ଷ ଓରେଗନରେ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ରେ ରୌପ୍ୟ ପଦକ ଜିତିଥିଲେ ।

୧୯ ବର୍ଷର ଅପେକ୍ଷା ପରେ ସେ ଗତବର୍ଷ ପ୍ରଥମଥର ପାଇଁ ରୌପ୍ୟ ପଦକ ଜିତିଥିଲେ । ଆଥଲେଟିକ୍ସ ବିଶ୍ୱ ଚାମ୍ପିଅନସିପରେ ନୀରଜଙ୍କ ବ୍ୟତୀତ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ ଆଣ୍ଡରସନ ପିଟର୍ସ, ଲଣ୍ଡନ ୨୦୧୨ ଅଲିମ୍ପିକ ଚମ୍ପିଆନ ତ୍ରିନିଦାଦ ଏବଂ ଟୋବାଗୋର କେଶୋର୍ଣ୍ଣ ବାଲକାଟ, ଜର୍ମାନୀର ବିଶ୍ୱର ନମ୍ବର-୨ ଜୁଲିୟନ ୱେବର ଏବଂ ପାକିସ୍ତାନର ଅରଶଦ ନଦୀମ ସାମିଲ ଅଛନ୍ତି । ଫାଇନାଲରେ କଡ଼ା ଟକ୍କର ଦେଖିବାକୁ ମିଳିବ ।