spot_img
Home Blog Page 2828

ମଣିପୁରରେ ଟିମ୍ ଇଣ୍ଡିଆ, ଆଜି ଦ୍ୱିତୀୟ ଦିନରେ ଗ୍ରାମାଞ୍ଚଳରେ ସ୍ଥିତି ସମୀକ୍ଷା କରିବେ ବିରୋଧୀ ସାଂସଦ

ଇମ୍ଫାଲ: ଆଜି ଦ୍ୱିତୀୟ ଦିନରେ ମଣିପୁରରେ ସ୍ଥିତି ସମୀକ୍ଷା କରିବ ଟିମ୍‌ ଇଣ୍ଡିଆ । ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣ ସାଂସଦ ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି । କ୍ୟାମ୍ପରେ ଥିବା ଲୋକଙ୍କ ଦୁଃଖ ବୁଝିଛନ୍ତି । ସେମାନେ ସେଠାକୁ ରାଜନୀତି କରିବାକୁ ନୁହେଁ ବରଂ ସମାଧାନର ବାଟ ଖୋଜିବାକୁ ଆସିଛନ୍ତି ବୋଲି କହିଛନ୍ତି । କ୍ୟାମ୍ପରେ ଥିବା ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନଙ୍କ ଭବିଷ୍ୟତ କ’ଣ ହେବ ଜାଣିନାହାନ୍ତି । ତାଙ୍କ ପିଲାମାନେ ଆଗକୁ ପାଠ ପଢିପାରିବେ କି ନାହିଁ ଜାଣିନାହାନ୍ତି । ଦୁଇ ଦିନିଆ ମଣିପୁର ଗସ୍ତରେ ଅଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ସାଂସଦ ଟିମ୍ । ହିଂସା ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସବୁକିଛି ଠିକ୍‌ ହେବ ବୋଲି ଆଶ୍ୱାସନା ଦେଇଛନ୍ତି । ଭାଇରାଲ ଭିଡିଓ ପୀଡିତା ମହିଳାଙ୍କୁ ମଧ୍ୟ ଭେଟିଛନ୍ତି ସାଂସଦ । ଆଜି ପ୍ରଭାବିତ ଗ୍ରାମାଞ୍ଚଳ ଅଞ୍ଚଳ ସ୍ଥିତି ସମୀକ୍ଷା କରିବେ ବିରୋଧୀ ସାଂସଦ । ସେଠାରେ ରିପୋର୍ଟ ଆଣି ସଂସଦରେ ସରକାରଙ୍କୁ ଘେରିବା ସହ ସ୍ଥିତିର ସମାଧାନ ପାଇଁ ତୁରନ୍ତ ଦାବି କରିବେ ବିରୋଧୀ ।

ଭୁବନେଶ୍ବରରେ ଇଲେକଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ ସେଣ୍ଟର ଖୋଲିବ ସିନୋପସିସ

ସିଲିକନ ଭ୍ୟାଲି: ଆମେରିକାରୁ ଓଡ଼ିଶାକୁ ଛୁଟୁଛି ନିବେଶ । ଇଲେକଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନରେ ଭୁବନେଶ୍ବରରେ ନିବେଶ କରିବା ସହ ଡିଜାଇନ ସେଣ୍ଟର ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରିଛି ସିନୋପସିସ । 25ରୁ ଅଧିକ ଦେଶରେ ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଏବଂ ଅଟୋମେସନ୍ କାର୍ଯ୍ୟକ୍ଷମ ଅଛି ସିନୋପସିସ । ଏବେ ଭୁବନେଶ୍ବରରେ ସେଣ୍ଟର ଖୋଲିଲେ 300 ଚିପ୍ ଡିଜାଇନ୍ ଇଞ୍ଜିନିୟର କାର୍ଯ୍ୟକ୍ଷମ ହେଲା ଭଳି ବିସ୍ତାର ହେବ । ଏହି ଟିମ୍ରେ HDG ଆନାଲଗ, HDG ଡିଜାଇନ୍, ହାର୍ଡୱେର୍ ଆନାଲିଟିକ୍ସ, ଏବଂ ହାର୍ଡୱେୟାର ଡେଭଲପମେଣ୍ଟ ଗ୍ରୁପ୍ ଦଳର ସଦସ୍ୟ ରହିବେ ।

ଆଜି କମ୍ପାନୀ ସହିତ ଏକ ବୈଠକରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଠନ ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଆଲୋଚନା କରାଯାଇଛି । ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ରାଜ୍ୟ ସରକାର ଯେଉଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ତାକୁ ପ୍ରତିନିଧୀ ଦଳ ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ଏହି ପ୍ରତିନିଧୀ ଦଳକୁ ସିନୋପସିସ ଅଧିକାରୀ ଓଡିଶାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ପରେ ରାଜ୍ୟରେ ଏକ ଚିପ୍ ଡିଜାଇନ୍ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନୀର ଯୋଜନା ଘୋଷଣା କରିଥିଲେ । ଏହି କେନ୍ଦ୍ରର ପ୍ରତିଷ୍ଠା ଓଡିଶାର ସେମିକଣ୍ଡକ୍ଟର ଭିତ୍ତିଭୂମିକୁ ବଡ଼ ଉତ୍ସାହ ପ୍ରଦାନ କରିବ । ଇକୋସିଷ୍ଟମକୁ ମଜବୁତ କରିବ ଏବଂ କର୍ମକ୍ଷେତ୍ରରେ ଅଧିକ ଶିଳ୍ପ-ପ୍ରସ୍ତୁତିକୁ ସୁଗମ କରିବ । ଓ-ଚିପ୍ କାର୍ଯ୍ୟକ୍ରମ ପାଇଁ ସର୍ବୋତ୍ତମ ଉପଦେଷ୍ଟା ଏବଂ ପରାମର୍ଶଦାତା ସହାୟତା ପ୍ରଦାନ କରିବାକୁ ଏହି ପ୍ରତିନିଧୀ ଦଳ ସିଲିକନ୍ ଭ୍ୟାଲିରେ ଅବସ୍ଥିତ ଶିଳ୍ପପତି ତଥା ଅନୁସନ୍ଧାନକାରୀଙ୍କ ସହ ଏକ ବ୍ୟାପକ ଯୋଗାଯୋଗ ମଧ୍ୟ କରିଥିଲେ ।

ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ଟୁରିଜିମ ହାନୋଇ ତାର ଅନ୍ତର୍ଜାତୀୟ ପ୍ରମୋସନ ରୋଡ ଶୋ’ ଶେଷ କରିଛି

ଭିଏତନାମ: ସରିଲା ହାନୋଇ ରୋଡ ଶୋ । ଦକ୍ଷିଣ ପୂର୍ବ ଏସିଆରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ଟୁରିଜିମ ଭିଏତନାମ ହାନୋଇ ଶେଷ କରିଛି ତାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଜାତୀୟ ପ୍ରମୋସନ ରୋଡ ଶୋ । ଫିକ୍କିର ସହଯୋଗରେ ଆୟୋଜିତ ଏହି ରୋଡ ଶୋରେ ଯୋଗଦେଇଥିଲେ ୧୩୦ ଭିଏତନାମ ଟୁର ଅପରେଟର । ଏମାନେ ଓଡ଼ିଶା ସହ ନେଟୱର୍କିଂ କରି କାର୍ଯ୍ୟ କରିଥାନ୍ତି ।

ବିଜିନେସ ଟୁ ବିଜିନେସ ଏବଂ ବିଜିନେସ ଟୁ ଗ୍ରୁପକୁ ନେଇ ଭିଏତନାମ ପର୍ଯ୍ୟଟନ କମ୍ପାନୀ ସହ ଆଲୋଚନା କରିଥିଲା ଓଡ଼ିଶା ଟୁରିଜିମ । ଏହି ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପୁରାତନ କାଳର ସଂପର୍କକୁ ବଖାଣିଥିଲେ । କିପରି କଳିଙ୍ଗ ଓ ପୁରାତନ ଦକ୍ଷିଣ ଭିଏତନାମ ଚମ୍ପା ସହ ସାମୁଦ୍ରିକ ବାଣିଜ୍ୟିକ ସଂପର୍କ ସ୍ଥାପିତ ହୋଇପାରିଥିଲା ତାକୁ ସେ ମନେ ପକାଇଦେଇଥିଲେ । ଓଡ଼ିଶାରେ ବହୁବିଧ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଥିବାରୁ ଏ ସଂପର୍କରେ ଭିଏତନାମି ଅପରେଟରଙ୍କୁ ସୂଚନା ଦେଇଥିଲେ ପର୍ଯ୍ୟଟନ ନିର୍ଦ୍ଦେଶକ ।

ରାହୁଲଙ୍କ ବିବାହକୁ ନେଇ ପ୍ରଶ୍ନ କଲେ ହରିୟାଣା ମହିଳା, ସୋନିଆ କହିଲେ ଆପଣ ଖୋଜି ଦିଅନ୍ତୁ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବାହାଘରକୁ ନେଇ ଲୋକଙ୍କ ମନରେ କେତେ ଉତ୍ସୁକତା ଭରି ରହିଛି ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ରାହୁଲଙ୍କ ବିବାହ କରାଇଦିଅ । ସୋନିପତରୁ ଦିଲ୍ଲୀ ଆସିଥିବା ଏକ ମହିଳା ଚାଷୀ ରାହୁଲଙ୍କ ମାଆ ସୋନିଆ ଗାନ୍ଧୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ତଳେ ରାହୁଲ ଗାନ୍ଧୀ ସୋନିପତ ଗସ୍ତବେଳେ ଏକ ମହିଳା ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ନିମନ୍ତ୍ରଣ ରକ୍ଷା କରିବା ସହ ଏକ ମହିଳା କୃଷକ ଦଳ ଦିଲ୍ଲୀ ଗସ୍ତ କରିଥିଲେ ।

ସୋନିଆଙ୍କ ୧୦ ଜନପଥ ଭବନରେ ମେଳି ହୋଇଥିଲା । ମେଳିରେ ମହିଳା କୃଷକଙ୍କ ସହ ବସିଥିଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଭଦ୍ରା । ବିଭିନ୍ନ ସମସ୍ୟା ଉତ୍ଥାପନ ସହ ହସଖୁସି ବି ଚାଲିଲା । ରାହୁଲଙ୍କ ସହ କିଛି ମହିଳା ନାଚଗୀତ ବି କଲେ । ଏହି ସମୟରେ ସୋନିଆଙ୍କ ପାଖରେ ବସିଥିବା ମହିଳା ଜଣକ ରାହୁଲଙ୍କ ବିବାହ ପ୍ରସଙ୍ଗ ଉଠାଇଥିଲେ । ତତକ୍ଷଣାତ ସୋନିଆ ଜବାବ ଦେଇ କହିଥିଲେ, ଆପଣ ଝିଅ ଖୋଜି ଦିଅନ୍ତୁ । ଏହି ଉତ୍ତରରେ ସମସ୍ତେ ହସିଉଠିଥିଲେ ଏବଂ ରାହୁଲ କହିଥିଲେ ହଁ ବିବାହ ନିଶ୍ଚୟ ହୋଇଯିବ ।

ବିଜେପି ନେତାଙ୍କ ପାଖରେ ପ୍ରସଙ୍ଗ ନାହିଁ, ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମନଗଢ଼ା ବିବୃତ୍ତି ଦେଉଛନ୍ତି: ବିଜେଡି

ଭୁବନେଶ୍ୱର: ଓଡିଶା ବିଜେପି ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ପ୍ରତି ୧୫ ଦିନରେ ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟମାନ ଦିଅନ୍ତି । ଏଥର ସେମାନେ ନବ ଦାସଙ୍କ ହତ୍ୟା ମାମଲାକୁ ଏଥିପାଇଁ ବାଛିଥିବା କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶା ବିଜେପିର ଏହି ନେତାମାନେ ହୀନ ଉଦ୍ଦେଶ୍ୟ ରଖି ସମ୍ବେଦନଶୀଳ ମାମଲାଗୁଡ଼ିକୁ ଅଧିକ ସ୍ପର୍ଶକାତର କରିବା ପାଇଁ ତାହା ଉପରେ ମନଗଢା ଏବଂ ମିଥ୍ୟା ବିବୃତ୍ତିମାନ ଦେଉଛନ୍ତି ।

ଯଦି ଓଡିଶା ବିଜେପି ନେତାଙ୍କ ପାଖରେ ଏହା ଉପରେ କିଛି କହିବାକୁ ଅଛି, ତେବେ ସେମାନେ କାହିଁକି ମାନ୍ୟବର ଅଦାଲତଙ୍କ ନିକଟକୁ ଯାଇ ଏହି ମାମଲାରେ ଯାହା କହୁଛନ୍ତି ତାହା ପ୍ରମାଣ ସହିତ ଅଦାଲତରେ ରଖୁ ନାହାନ୍ତି ? ଓଡିଶାର ଲୋକମାନେ ଏଭଳି ନକାରାତ୍ମକ, ଶସ୍ତା ଏବଂ କୁତ୍ସିତ ରାଜନୀତିକୁ ସବୁବେଳେ ନାପସନ୍ଦ କରିଥାନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

୫୦ ବର୍ଷ ତଳେ ଦେଶରେ ଥିଲେ ୨୬୮ ବାଘ, ଏବେ ବିଶ୍ୱର ସବୁଠୁ ଅଧିକ ବାଘଙ୍କ ଘର ଭାରତ

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ୨୯ ଜୁଲାଇରେ ଏହି ଦିନ ବାଘଙ୍କ ଲଗାତାର ହ୍ରାସ ପାଉଥିବା ସଂଖ୍ୟା ଉପରେ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କୁ ସଚେତନ କରାଇବା ପାଇଁ ଏହାକୁ ପାଳନ କରାଯାଇଥାଏ । ଭାରତ ପାଇଁ ଏହି ଦିନ ଏଥିପାଇଁ ଖାସ୍ ରହିଥାଏ କାରଣ ବାଘ ଦେଶର ଜାତୀୟ ପଶୁ ଅଟେ । ଏପରି ଏକ ସମୟ ଥିଲା ଯେବେ ଭାରତରେ ବାଘଙ୍କ ସଂଖ୍ୟା ହ୍ରାସ ପାଇ ୨୬୮ ରହିଯାଇଥିଲା । ହେଲେ ୨୦୨୨ ଗଣନାରେ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୩୧୬୭ ହୋଇଯାଇଛି । ଏହା ବିଶ୍ୱର ବାଘ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ଅଟେ ।

ଅର୍ଥାତ ବିଶ୍ୱର ସବୁଠୁ ଅଧିକ ବାଘ ଥିବା ଦେଶ ହେଉଛି ଭାରତ । ଏହା ପୂର୍ବରୁ ୨୦୧୮ରେ ଏହି ସଂଖ୍ୟା ୨୯୬୭ ଥିଲା । ଅର୍ଥାତ ଗତ ଚାରି ବର୍ଷରେ ୨୦୦ ବାଘ ବୃଦ୍ଧି ପାଇଛି । ସୂଚନାନୁସାରେ ଭାରତରେ ପ୍ରାୟ ୫୦ ବର୍ଷ ପୂର୍ବେ ୧୯୭୩ରେ ପ୍ରୋଜେକ୍ଟ ଟାଇଗରର ଆରମ୍ଭ କରାଯାଇଥିଲା । ସେତେବେଳେ ଭାରତରେ କେବଳ ୨୬୮ ବାଘ ଥିଲେ । ଏହି ପ୍ରୋଜେକ୍ଟର ପରିଣାମ ଅନୁଯାୟୀ ଦେଶରେ ଏହି ଦୁର୍ଲଭ ପଶୁର ସଂଖ୍ୟା ଦ୍ରୁତତାର ସହ ବଢ଼ୁଛି । ଏକ ସରକାରୀ ରିପୋର୍ଟ ଅନୁଯାୟୀ ୧୯୭୩ରେ ୧୮, ୨୭୮ ବର୍ଗ କିମି ଜମିରେ ୯ ଟାଇଗର ରିଜର୍ଭ ସାମିଲ କରାଯାଇଥିଲା ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୫୩ରେ ପହଞ୍ଚିଛି । ଯାହା ୭୫,୭୯୬.୮୩ ବର୍ଗ କିମି କ୍ଷେତ୍ରରେ ବ୍ୟାପିଛି ।

ଏହା ଦେଶର ଭୌଗଳିକ କ୍ଷେତ୍ରର ପ୍ରାୟ ୨.୩ ପ୍ରତିଶତ ଅଟେ । ରିପୋର୍ଟ ଉପରେ ନଜର ପକାଇଲେ ଜଣାଯାଏ ଯେ ଦେଶରେ ୨୦୧୮ରେ ବାଘଙ୍କ ସଂଖ୍ୟା ୨୯୬୭, ୨୦୧୪ରେ ୨୨୨୬, ୨୦୧୦ରେ ୧୭୦୬ ଏବଂ ୨୦୦୬ରେ ୧୪୧୧ ଥିଲା । ବାଘ ସଂଖ୍ୟା ବୃଦ୍ଧି ମାମଲାରେ ମଧ୍ୟପ୍ରଦେଶ ସବୁ ରାଜ୍ୟମାନଙ୍କଠୁ ସବୁଠୁ ଆଗରେ ରହିଛି । ଏହାର ଟାଇଗର ଷ୍ଟେଟର ମାନ୍ୟତା ମଧ୍ୟ ବଳବତ୍ତର ରହିଛି । ୨୦୨୨ ଗଣନାରେ ମଧ୍ୟପ୍ରଦେଶରେ ସର୍ବାଧିକ ୭୮୫ ବାଘ ମିଳିଥିଲେ । ଏହାପରେ ୫୬୩ ବାଘ ସହ ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି । ୫୬୦ ବାଘଙ୍କ ସହ ଉତ୍ତରାଖଣ୍ଡ ତୃତୀୟ ଏବଂ ମହାରାଷ୍ଟ୍ର ୪୪୪ ବାଘଙ୍କ ସହ ଚତୁର୍ଥ ସ୍ଥାନରେ ରହିଛି ।

ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ଅବସରରେ ଏକ ସରକାରୀ ରିପୋର୍ଟରେ କୁହାଯାଇଥିଲା ଯେ ରାଷ୍ଟ୍ରୀୟ ବାଘ ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଏହା ସୁନିଶ୍ଚିତ କରିଛି ଯେ ଟାଇଗର କରିଡରରେ କୌଣସି ପ୍ରକାରର ଲ୍ୟାଣ୍ଡ ୟୁଜ ବଦଳାଇବା ଦ୍ୱାରା ଏଥିରେ କୌଣସି ବି ପ୍ରକାରର ବାଧା ଉତ୍ପନର ସମ୍ଭାବନା ଆସିପାରେ । ଏଥିପାଇଁ ରାଷ୍ଟ୍ରୀୟ ବନ୍ୟଜୀବ ବୋର୍ଡରୁ ଅନୁମୋଦନର ଆବଶ୍ୟକତା ହେବ । କିନ୍ତୁ ଏବେବି ଅନେକ ବାଧା ଜାରି ରହିଛି । ସୂଚନାଥାଉକି, ଇନ୍ଦିରା ଗାନ୍ଧିଙ୍କ ସରକାରରେ ଆରମ୍ଭ ହୋଇଥିବା ପ୍ରଜେକ୍ଟ ଟାଇଗରର ପ୍ରଥମ ନିର୍ଦ୍ଦେଶକ ଦାୟିତ୍ୱ କୈଳାଶ ସାଂଖଲା ସମ୍ଭାଳିଥିଲେ । କୈଳାଶଙ୍କୁ ଦ ଟାଇଗର ମ୍ୟାନ୍ ଅଫ ଇଣ୍ଡିଆ ମଧ୍ୟ କୁହାଯାଇଥାଏ । ବାଘଙ୍କ ପ୍ରତି ତାଙ୍କ ସମର୍ପଣକୁ ଦେଖି ତାଙ୍କୁ ପ୍ରୋଜେକ୍ଟ ଟାଇଗରର ପ୍ରଥମ ନିର୍ଦ୍ଦେଶକ କରାଯାଇଥିଲା ।

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ ବାରବାଡୋସର କେନ୍ସିଙ୍ଗଟନ ଓଭଲ ଷ୍ଟାଡିୟମରେ ଖେଳାଯାଉଛି । ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ସେହିପରି ଆହ୍ୱାନକ୍ରମେ ଭାରତ ବ୍ୟାଟିଂ କରୁଛି । ଭାରତ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ୟମ୍ୟାନ୍ ଇଶାନ କିଶନ ଏବଂ ଶୁବମନ ଗିଲ୍ ବ୍ୟାଟିଂ କରୁଛନ୍ତି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । ରୋହିତଙ୍କ ବ୍ୟତୀତ ବିରାଟ କୋହଲି ମଧ୍ୟ ଆଜିର ମ୍ୟାଚ୍ ଖେଳୁନାହାନ୍ତି ।

ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି । ଭାରତ ପ୍ରଥମ ଦିନିକିଆରେ ଘରୋଇ ୱେଷ୍ଟଇଣ୍ଡିଜକୁ ୫ୱିକେଟରେ ପରାଜିତ କରିଥିଲା । ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଆୟୋଜକ ୱେଷ୍ଟଇଣ୍ଡିଜ୍ ଆଜିର ମୁକାବିଲା ଜିତିବା ପାଇଁ ପ୍ରାଣ ପଣେ ଚେଷ୍ଟା କରିବ । କାରଣ ଆଜିର ମ୍ୟାଚ୍ ଜିତିଲେ ସିରିଜ୍ ଜିତିବା ପାଇଁ ତା ପାଖରେ ସୁଯୋଗ ରହିବ । ପ୍ରଥମ ଦିନିକିଆ ମଧ୍ୟ କେସିଙ୍ଗଟନ ଓଭଲରେ ଖେଳାଯାଇଥିଲା । ୱେଷ୍ଟଇଣ୍ଡିଜ୍ ୨୩ ଓଭରରେ ୧୧୪ ରନରେ ସୀମିତ ରହିଥିଲା । ଭାରତ ୨୨.୫ ଓଭରରେ ୫ ୱିକେଟରେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା ।

ୱେଷ୍ଟଇଣ୍ଡିଜ ଦଳ: ବ୍ରାଣ୍ଡନ କିଙ୍ଗ, କେଲ୍ ମେୟର୍ସ, ଅଲିକ ଅଥାନଜେ, ସାଇ ହୋପ୍ (ଅଧିନାୟକ ଏବଂ ୱିକେଟକିପର୍), ଶିମରନ ହେଟମେୟର, କେସି କାର୍ଟି, ରୋମାରିଓ ସେଫର୍ଡ, ୟାନିକ କାରିହା, ଅଲଜାରୀ ଜୋସେଫ, ଗୁଡକେଶ ମୋତି, ଜେଡେନ ସିଲସ ।

ଭାରତୀୟ ଦଳ: ଶୁବମନ ଗିଲ୍, ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶ୍ରାଦ୍ଧୁଲ ଠାକୁର, କୁଲଦୀପ ଯାଦବ, ଉମ୍ରାନ ମଲିକ, ମୁକେଶ କୁମାର ।

ଡିଆରଡିଓ ନାଁ ନେଇ ଲୋକଙ୍କୁ ଠକୁଛନ୍ତି ଠକ ଗ୍ୟାଙ୍ଗ, ଢେଙ୍କାନାଳରୁ ଆନ୍ଧ୍ରପ୍ରଦେଶ ଓ କୋଲକତାକୁ ଲମ୍ବିଛି ଚେର

ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ବଜ୍ରକାପ୍ତା ଚୋରା ଚାଲାଣର ମହାଖୁଲାସା । ପରେ ହନୁମାନ ପଇସାର କଳା କାରବାର ଓ ଜାଲ ନୋଟର କଳାବଜାରି । ଏବେ ଡିଆରଡିଓ ନାଁ ନେଇ କେମତି ଲୋକଙ୍କୁ ଠକୁଛନ୍ତି ଠକ ଗ୍ୟାଙ୍ଗ ତାର ପ୍ରମାଣ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ରାଇସ ପୁଲର୍‌ ବିକିବା ପାଇଁ ଡିଲ କରୁଛନ୍ତି ଦଲାଲ । ଓଡ଼ିଶାର ଢେଙ୍କାନାଳରୁ ଆନ୍ଧ୍ରପ୍ରଦେଶ ଓ କୋଲକତାକୁ ଲମ୍ବିଛି ଚେର । ଡିଆରଡିଓ ଅଧିକାରୀଙ୍କ ନକଲ ଦସ୍ତଖତ କରାଯାଇ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଯାଉଛି ।

ନନ୍ଦିଘୋଷ ହାତରେ ଲାଗିଥିବା ଏହି ଭିଡିଓରେ ଦେଖାଯାଇଛି ଯେ ଠକ ଗ୍ୟାଙ୍ଗ ଏକ କାଚ ବାକ୍ସ ଭିତରେ ଧାତୁକୁ ନେଇ ଡିଲ୍ କରୁଛନ୍ତି ।  ଯାହାର ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟକର । ଧାତୁଟି ଠିକ୍ ପୁରୁଣା କାଳିଆ ଏକ ତମ୍ବା ଟଙ୍କା ପରି । ଧାତୁର ଚାରିପଟେ ଲାଗିଛି ଚୁମ୍ବକ ଭଳି ଚାଉଳ । ଯାହାର ନାଁ ଦିଆ ଯାଇଛି ରାଇସ ପୁଲିଂ ଧାତୁ । ଆଉ ଏହି ଧାତୁର ମୂଲ୍ୟ ଶହ ଶହ କୋଟି ଟଙ୍କା ବୋଲି ଚର୍ଚ୍ଚା ହେଉଛି । ଧାତୁ ଥିବା ସ୍ବତନ୍ତ୍ର ବାକ୍ସରେ ଲେଖାଯାଇଛି ଡିଆରଡିଓ । ଅର୍ଥାତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜସନ । ଯେଉଁଠି ଭାରତୀୟ ସେନାର ବିଭିନ୍ନ ସାମଗ୍ରୀକୁ ରିସର୍ଚ୍ଚ କରାଯାଇଥାଏ ।

ଏଥିରେ ରିସର୍ଚ୍ଚ ସେଣ୍ଟରର ଅଧିକାରୀଙ୍କ ନକଲ ଦସ୍ତଖତ କରାଯାଇଛି । ଆଉ ବାକ୍ସ ଉପରେ ଧାତୁର ଗୁଣବତ୍ତାକୁ ବର୍ଣ୍ଣନା କରାଯାଇଛି । ଏସବୁ ଲେଖି ଲୋକଙ୍କ ମନରେ ଏହା ଡିଆରଡିଓ ସାମଗ୍ରୀ ବୋଲି ବିଶ୍ବାସ ଜନ୍ମାଯାଉଛି । ଯେଉଁଥିରେ ଧାତୁଟି କେମିତି କାମ କରୁଛି । କେମତି ଚାଉଳକୁ ପାଖୁ ଟାଣୁଛି । ଏସବୁ ପ୍ରସ୍ତୁତ କରି ଦେଶର କୋଣ ଅନୁକୋଣରେ ଥିବା ଠକ୍ ଗ୍ୟାଙ୍ଗଙ୍କ ପାଖକୁ ଏହା ପଠାଯାଉଛି ।

ରାତି ରାତି ବଡ ଲୋକ ହେବା ଲୋଭରେ ଏହି ଧାତୁକୁ ଖୋଜିବା ଆରମ୍ଭ କରିଦଅନ୍ତି ଧନୀ ଶ୍ରେଣୀର ଲୋକ । ଫରେନ୍ ମାର୍କେଟରେ ଏହି ଧାତୁଟିର ମୁଲ୍ୟ ଶହ ଶହ କୋଟି ଟଙ୍କା । ଆମେରିକା ନାସାରେ ଏହାର ମୂଲ୍ୟ ଅମୂଲ୍ୟ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇ ଥାଆନ୍ତି ଠକ ଗ୍ୟାଙ୍ଗ । ଡିଲ୍ ନେଇ ଏକ ଅଡ଼ିଓ ବାର୍ତ୍ତା ମଧ୍ୟ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ଏହି ବାର୍ତ୍ତାଳପ ଅନୁସାରେ ସବୁ କିଛି ଠିକ ହେଲା ପରେ ବୈଜ୍ଞାନିକଙ୍କ ଦ୍ବାରା ଧାତୁଟିର ଟେଷ୍ଟ କରାଯାଇଥାଏ । ପ୍ରଥମେ ପର୍ଯ୍ୟାୟରେ ୧୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ।

ଏହାପରେ ଦାମ ଅନୁସାରେ ଅଗ୍ରୀମ ମୋଟା ଅଙ୍କର ଆଡଭାନ୍ସ ମାଗିଥାନ୍ତି ଠକ । ପରେ ସେ ସାମଗ୍ରୀକୁ ଫୁଲ ଟଙ୍କା ଦେଲେ ଦିଆଯିବ ବୋଲି ଠକମାନେ କହିଥାନ୍ତି । ଏହାପରେ ଟଙ୍କା ନେଇଥିବା ଠକ୍ ଓ ଦଲାଲ ଦୁହେଁ ହୋଇଯାନ୍ତି ଗାଏବ । ଆଉ ଗ୍ରାହକ ଲୋଭର ବଶବର୍ତ୍ତୀ ହୋଇ ନିମିଷକ ମଧ୍ୟରେ ହୋଇଯାଏ କାଙ୍ଗାଳ । ଓଡ଼ିଶାରେ ଏହାର ଚେର ଧିରେ ଧିରେ ଲମ୍ବିବା ଆରମ୍ଭ କରିଥିବା ବେଳେ ଏହାକୁ ରୋକିବାକୁ ପୋଲିସ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକ ରହିଛି ।

ପୁଣି ଶିମିଳିପାଳ ପାଦଦେଶରୁ ୯ଟି ଦେଶୀ ବନ୍ଧୁକ ଜବତ

ବାରିପଦା: ପୁଣି ଶିମିଳିପାଳ ପାଦଦେଶରୁ ୯ଟି ବନ୍ଧୁକ ଜବତ। ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ଚାଲିଥିବା ତଲାସୀ ଅଭିଯାନରେ ପୁଣି ୯ଟି ବନ୍ଧୁକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନେତୃତ୍ୱରେ ଶିମିଳିପାଳ ପାଦଦେଶର ଗାଁଗୁଡିକରେ ଚଢାଉ ହୋଇଥିଲା । ତେବେ ଶିକାର ଉଦ୍ଦେଶ୍ୟରେ ଥିବା ବନ୍ଧୁକ ଜଙ୍ଗଲର ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖାଯାଇଥିବା ବେଳେ ପୁଲିସ ୯ଟି ଦେଶୀ ବନ୍ଧୁକ ଜବତ କରିଛି । ସେଥିରୁ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ରହିଛି ।

ଆସନ୍ତାକାଲି ମଧ୍ୟରେ ଶିମିଳିପାଳ ପାଦଦେଶରେ ଥିବା ୧୨ଟି ଥାନା ଅଞ୍ଚଳର ଗାଁଗୁଡିକୁ ବନ୍ଧୁକ ସମର୍ପଣ ପାଇଁ ଶେଷ ସୁଯୋଗ ଦିଆଯାଇଛି । ଏହି ସମୟରେ ବନ୍ଧୁକ ନିକଟସ୍ଥ ଥାନାରେ ଆତ୍ମସମର୍ପଣ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ପୁଲିସ ପ୍ରଚାର କରି କହିଛି । ତେବେ କେବଳ ବାରିପଦା ସଦର ଥାନା ଅଧୀନରେ ଜଣେ ବ୍ୟକ୍ତି ବନ୍ଧୁକ ସମର୍ପଣ କରିଛନ୍ତି । ସେହିପରି ତଲାସୀ ଅଭିଯାନର ଆରମ୍ଭ ଜୁନ ୧୮ତାରିଖରୁ ଆଜି ମଧ୍ୟରେ ପୁଲିସ ପକ୍ଷରୁ ୧୦ଟି ମାମଲାରେ ୩୨ଟି ବନ୍ଧୁକ ଜବତ ସାଙ୍ଗକୁ ୨୦ଜଣ ଅଭିଯୁକ୍ତ ଗିରଫ କରିଛି । ଅଗଷ୍ଟ ୧ ତାରିଖରୁ ଅଭିଯାନକୁ ଜୋରଦାର କରାଯିବା ସହିତ ବନ୍ଧୁକ ସମର୍ପଣ ପାଇଁ ଅଧିକ ସୁଯୋଗ ଦିଆଯିବ ବୋଲି ଏସପି କହିଛନ୍ତି ।

ବାଣ କାରଖାନାରେ ବିସ୍ଫୋରଣ, ୩ମହିଳାଙ୍କ ସମେତ ୮ ମୃତ

କୃଷ୍ଣଗିରି: ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣରେ ତିନି ମହିଳାଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସକୁ ଏପର୍ଯ୍ୟନ୍ତ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ିନାହିଁ । ଶନିବାର ସକାଳେ ହୋଇଥିବା ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ କୋଠା ମଧ୍ୟ ଭୁଶୁଡ଼ିପଡ଼ିଛି । ସେହିପରି ଚାରୋଟି ଅନ୍ୟ କୋଠା ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଥିରେ ଅନେକ ଲୋକମଧ୍ୟ ଫସିରହିଥିଲେ । ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ସୁଦ୍ଧା ଗମ୍ଭୀର ରୂପେ ଆହତ ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଭଗ୍ନାଂଶ ତଳେ କେତେ ଲୋକ ଫସିରହିଛନ୍ତି ସେନେଇ କିଛି ସ୍ପଷ୍ଟ ସଂଖ୍ୟା ଜଣାପଡ଼ିନାହିଁ । ଏପଟେ ପୋଲିସ କହିବା ମୁତାବକ କୃଷ୍ଣାଗିରି ଜିଲ୍ଲାର ପଝାୟାପେଟ୍ଟଇରେ ବାଣ କାରଖାନାରେ ସକାଳ ପ୍ରାୟ ୧୦ ଟା ସମୟରେ ଏହୁ ବିସ୍ଫୋରଣ ହୋଇଥିଲା । ୨ ମହିଳା ଶ୍ରମିକ ବାଣ ବନାଇବାରେ ବ୍ୟବହୃତ ବାରୁଦକୁ ନେଇ ଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । କାରଖାନାରେ ପ୍ରାୟ ୧୨ରୁ ୧୫ ଶ୍ରମିକ କାମ କରୁଥିଲେ । ଏଥିମଧ୍ୟରୁ ଅନେକ ଆହତ ହୋଇଛନ୍ତି ।