spot_img
Home Blog Page 2832

ଜେଇ ମେନ ସିଭିଲ ପ୍ରଶ୍ନପତ୍ର ଡିଲ୍ ମାମଲା; ମାଷ୍ଟରମାଇଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି

ଭୁବନେଶ୍ୱର: ଜେଇ ମେନ ସିଭିଲ ପ୍ରଶ୍ନପତ୍ର ଡିଲ୍ ମାମଲା। ମାଷ୍ଟରମାଇଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି। ମୁଖ୍ୟ ଅଭିଯୁକ୍ତ ବିଶାଳ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଆକାଉଣ୍ଟସ୍ ଜେନେରାଲଙ୍କୁ ଚିଠି ଲେଖିଲା ବାଲେଶ୍ବର ପୋଲିସ୍।

ଏଥିସହିତ ଓଡିଶାର ଏଜେଣ୍ଟ ସାଜିଥିବା ସରକାରୀ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ସୁଶାନ୍ତ ସାହୁଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କନ୍ଧମାଳ ଓ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଲା ବାଲେଶ୍ବର ପୋଲିସ। ୯୨ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ OSSCକୁ ଚିଠି ଲେଖିଛି ବାଲେଶ୍ବର ଏସପି।

ଅଧିକ ପଢନ୍ତୁ- ଓଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, ବିଜେପି ଉପରେ ବର୍ଷିଲା ବିଜେଡି

ଅଙ୍ଗଦାନ କରି ଅମର ହୋଇଗଲେ ଶୁଭାଙ୍ଗୀ, ଯବାନଙ୍କୁ ମିଳିଲା ନୂଆ ଜୀବନ

ନାଗପୁର: ମୃତ୍ୟୁ ପରେ ବି ଅମର। ଅଙ୍ଗଦାନ କରି ଅମର ହୋଇଗଲେ ମହିଳା। ବାୟୁସେନା ଯବାନଙ୍କୁ ଜୀବନ ଦାନ ଦେଲେ ନାଗପୁରର ଶୁଭାଙ୍ଗୀ। ମୃତ୍ୟୁ ସହ ସଂଘର୍ଷ କରୁଥିବା ଯବାନଙ୍କ ଛାତିରେ ସଫଳତାର ସହ ଟ୍ରାନ୍ସପ୍ଲାଣ୍ଟ ହୋଇଛ ଶୁଭାଙ୍ଗୀଙ୍କ ହୃତପିଣ୍ଡ । ଘଟଣା ମହାରାଷ୍ଟ୍ର ପୁଣେର।

ନାଗପୁର ହସ୍ପିଟାଲରେ ୩୧ ବର୍ଷୀୟ ଶୁଭାଙ୍ଗୀଙ୍କର ମୃତ୍ୟୁ ହେବା ପରେ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଦାନ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ । ଡାକ୍ତର ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରିବା ପରେ ବାୟୁସେନାର ଜଣେ ଯବାନଙ୍କୁ ତାଙ୍କ ହୃତପିଣ୍ଡ ଦାନ କରାଯାଇଛି । ନାଗପୁରରୁ ପୁନେସ୍ଥିତ ଆର୍ମି ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଥୋରାସିକ ସାଇନ୍ସକୁ ହାର୍ଟ ଏୟାରଲିଫ୍ଟ କରାଯାଇଥିଲା । ୭ଶହ କିମିରେ ଗ୍ରୀନ କରିଡର କରି ମାତ୍ର ୯୦ ମିନିଟରେ ବାୟୁସେନା ବିମାନରେ ହାର୍ଟ ଏୟାରଲିଫ୍ଟ କରାଯାଇଥିଲା । ଶୁଭାଙ୍ଗୀଙ୍କ ହାର୍ଟ ସହ ଲିଭର ଓ ଦୁଇଟି କିଡନୀ ମଧ୍ୟ ପରିବାର ଲୋକେ ଦାନ କରିଥିବା ଜଣାପଡ଼ିଛି।

ଓଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ବିଜେପି ନେତାଙ୍କ ବୟାନବାଜି ଉପରେ ବର୍ଷିଲା ବିଜେଡି। ମାମଲାରେ ସମୃକ୍ତ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି ଆରମ୍ଭ କରିଦେଇଥିବା ବିଜେଡି ଅଭିଯୋଗ କରିଛି। ନିକଟରେ ଓଡ଼ିଶା ପୋଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ୍ କରିବାରେ ସମର୍ଥ ହୋଇଛି । ପୁଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ ।

ଏହି ରାକେଟ୍ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଣ୍ଟ୍ରାଲ ଷ୍ଟାଫ୍ ସିଲେକସନ୍ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି। ଏହାଛଡ଼ା ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍‌ରେ ବି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ। ହେଲେ ତଦନ୍ତ ଶେଷ ହେବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏତେ ବିଚଳିତ ଓ ଅଧୈର୍ଯ୍ୟ କାହିଁକି ହୋଇ ପଡ଼ୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ।

ପ୍ରଶ୍ନପତ୍ର ଲିକ୍ ମାମଲାରେ ଗତ ୧୦ ଦିନ ମଧ୍ୟରେ ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗରିଫ କରି ସାରିଲାଣି ଓଡ଼ିଶା ପୋଲିସ। ଆମେ ଭାବିଥିଲୁ, ଓଡ଼ିଶା ପୋଲିସର ଏଭଳି ଏକ ବଡ଼ ସଫଳତାକୁ ନେଇ ବିଜେପି ଅନ୍ତତଃ ରାଜନୀତି କରିବ ନାହିଁ। ମାତ୍ର ସବୁ କଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ। ଏପରି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାରୁ ବିଜେପି ନେତାମାନେ ବିରତ ରୁହନ୍ତୁ । ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର।

ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ, ୮ ଜିଲ୍ଲାରେ ବନ୍ୟାସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ । ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳରେ ପ୍ରବଳ ବର୍ଷା ପରେ ସ୍ଥିତି ଗମ୍ଭୀର । ତେଲେଙ୍ଗାନାରେ ପ୍ରବଳ ବର୍ଷା ପରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ସହ ହଜାର ହଜାର ଲୋକ ପାଣିଘେରରେ ରହିଛନ୍ତି । ୮ଜିଲ୍ଲାରେ ବନ୍ୟାସ୍ଥିତି ସଙ୍ଗୀନ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି।

ପ୍ରାୟ ୧୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତିନି ଦିନ ଧରି ରାଜ୍ୟରେ ରେଡ ଆଲର୍ଟ ଥିବା ବେଳେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । NDRF, ଅଗ୍ନିଶମ ବାହିନୀ ସହ ବାୟୁସେନାର ଦୁଇଟି ବିମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ସେପଟେ ମହାରାଷ୍ଟ୍ରର ଅଧିକାଂଶ ଜିଲ୍ଲାରେ ମୂଷଳଧାରାରେ ବର୍ଷା ପରେ ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୬ଥାକିଆ ରାସ୍ତାରେ ଭୂସ୍ଖଳନ ପରେ ରାସ୍ତା ସଫେଇ ପାଇଁ ଉଦ୍ୟମ ଚାଲିଛି। ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ଥାନେ, ରାଇଗଡ଼ରେ ବି ପ୍ରବଳ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆଜି ପାଇଁ ମୁମ୍ବାଇକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ମହାରାଷ୍ଟ୍ର ସମେତ ଥାନେ, ପାଲଘର,ରତ୍ନଗିରି ଆଦି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି ।

ସେପଟେ ଗୁଜରାଟରେ ବି ସପ୍ତାହେ ଧରି ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ସ୍ଥିତି ଯୋଗୁ ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି । ହିମାଚଳ, ଉତ୍ତରାଖଣ୍ଡରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଏକାଧିକ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ହ୍ୱାଟ୍ସଆପ ଆଣିଲା ନୂଆ ଫିଚର, ଏବେ ପଠାଇପାରିବେ ୬୦ ସେକେଣ୍ଡର ଭିଡ଼ିଓ ମେସେଜ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପରେ ଚାଟିଂ କରିବାର ଶୈଳୀ ଏବେ ସମ୍ପୂର୍ଣ୍ଣ ବଦଳିଛି । ହ୍ୱାଟସଆପରେ ଏକ ଆଶ୍ଚର୍ଯ୍ୟଜନକ ଫିଚର ଆସିଛି।  ଏଥର ହ୍ବାଟ୍ସଆପରେ ରିଲସ୍ ଭଳି ବନେଇ ପାରିବେ ସଟ୍ ଭିଡିଓ । ଏହି ଫିଚରକୁ ୟୁଜର୍ସମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ ।

କମ୍ପାନୀ ଏହି ଫିଚରକୁ ‘ଭିଡିଓ ମେସେଜ୍’ ନାମରେ ନାମିତ କରିଛି । ଏହି ଫିଚର ପାଖାପାଖି ଅଡିଓ ମେସେଜ୍ ସହିତ ସମାନ, ଯାହା ସାହାଯ୍ୟରେ ଆପଣ ତୁରନ୍ତ ଭିଡିଓ ମାଧ୍ୟମରେ ଉତ୍ତର ଦେଇପାରିବେ। ଏହାଦ୍ୱାରା ଉପଭୋକ୍ତାମାନେ କିଛି ବି ଟେଷ୍ଟ ମେସେଜ୍ ହେଉ କିମ୍ୱା ଅଡିଓ ମେସେଜ ହେଉ ତୁରନ୍ତ ରିପ୍ଲାଏ ପାଇଁ ଭିଡିଓ ମେସେଜ ରେକଡିଂ କରି ପଠାଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ଫିଚରରେ କଣ ରହିଛି ଖାସ୍…

ହ୍ୱାଟ୍ସଆପର ନୂଆ ଫିଚର ଏକ ରିୟଲ ଟାଇମ୍ ଭିଡିଓ ମେସେଜ୍ ସେବା ପ୍ରଦାନ କରିଛି । ଯାହା ଦ୍ୱାରା ଆପଣ ଏଥିରେ ୬୦ ସେକେଣ୍ଡର ସଟ୍ ଭିଡିଓ ରେକଡିଂ କରି ପଠାଇବେ ପାରିବେ । ସଟ୍ ଭିଡିଓ ମେସେଜ୍ ଫିଚର ସାହାଯ୍ୟରେ ମେସେଜିଂ ଆପ୍ ଉନ୍ନତ ଯୋଗାଯୋଗ ସୁବିଧା ପ୍ରଦାନ କରିବ । କମ୍ପାନୀ ଦାବି କରିଛି ଯେ ଏହି ବାର୍ତ୍ତାଗୁଡ଼ିକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଛି। ଏହି ଫିଚରକୁ ରୋଲଆଉଟ୍ କରିଦିଆସାରିଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ସମସ୍ତ ଉପଭୋକ୍ତାଙ୍କ ନିକଟରେ ଉପଲବ୍ଧ ହେବ ।

କ୍ଷୁଦ୍ର ଭିଡିଓ ବାର୍ତ୍ତା ପଠାଇବା ପାଇଁ ଆପଣଙ୍କୁ ପ୍ରଥମେ ହ୍ୱାଟସଆପ ଚାଟ କୁ ଓପନ୍ କରିବାକୁ ହେବ । ଏହାପରେ ଟେଷ୍ଟ ବକ୍ସ ପାଖରେ ଭିଡିଓ ରେକର୍ଡର ଆଇକନ ଦେଖିବାକୁ ମିଳିବ । ଏହି ଆଇକନ ଉପରେ କ୍ଲିକ କରିବା ଦ୍ୱାରା ୬୦ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ରେକଡିଂ କରିପାରିବେ ।

୩୦ ବର୍ଷରେ ମଧୁମେହରେ ଆକ୍ରାନ୍ତ ହେବେ ୧୩୦ କୋଟି ଲୋକ !

ନୂଆଦିଲ୍ଲୀ: ବର୍ତ୍ତମାନ ଚିନ୍ତା ବଢ଼ାଉଛି ମଧୁମେହ ରୋଗ । ବିଶ୍ୱରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ତେବେ ମଧୁମେହ ରୋଗକୁ ନେଇ ହୋଇଯାଆନ୍ତୁ ସତର୍କ । ୨୦୫୦ ସୁଦ୍ଧା ଦୁଇଗୁଣା ବଢ଼ିବ ମଧୁମେହ ରୋଗୀଙ୍କ ସଂଖ୍ୟା । ରିସର୍ଚ୍ଚ ଅନୁଯାୟୀ, ୨୦୫୦ ସୁଦ୍ଧା ୧୩୦ କୋଟି ଲୋକ ଡାଇବେଟିସ ରୋଗରେ ଆକ୍ରନ୍ତ ହେବେ ।

‘ଦ ଲାନସେଟ୍’ରେ ପ୍ରକାଶିତ ରିସର୍ଚ୍ଚରୁ ଜଣାପଡିଛି ଯେ, ଆସନ୍ତା ୩୦ ବର୍ଷ ମଧ୍ୟରେ କୌଣସି ଦେଶରେ ମଧୁମେହ ହାର ହ୍ରାସ ପାଇବ ନାହିଁ । ୟୁନାଇଟେଡ୍ ନେସନ (UN) ଅନୁମାନ କରିଛ ଯେ, ୨୦୫୦ ବେଳକୁ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ୯୮୦ କୋଟି ହେବାର ସମ୍ଭାବନା ରହିଛି । ଅର୍ଥାତ୍, ପ୍ରତି ୭ ଜଣଙ୍କ ମଧ୍ୟରୁ ଜଣେ ମଧୁମେହରେ ଆକ୍ରାନ୍ତ ହେବା ସୁନିଶ୍ଚିତ ଅଟେ ।

ରିସର୍ଚ୍ଚରୁ ମଧ୍ୟ ଜଣାପଡିଛି ଯେ, ବିକଶିତ ଦେଶ ଅପେକ୍ଷା କୋଭିଡ -୧୯ ମହାମାରୀ ସେହି ସ୍ଥାନରେ ଅଧିକ ବ୍ୟାପିଛି, ଯେଉଁଠାରେ ଲୋକମାନେ ପର୍ଯ୍ୟାପ୍ତ ଚିକିତ୍ସା ଏବଂ ପୁଷ୍ଟିକର ଖାଦ୍ୟ ପାଇପାରୁ ନାହାଁନ୍ତି । ଏହି ସ୍ଥାନଗୁଡିକରେ ମଧୁମେହ ରୋଗୀଙ୍କ ମୃତ୍ୟୁ ହାର ଅଣ-ମଧୁମେହ ରୋଗୀଙ୍କ ତୁଳନାରେ ଦୁଇଗୁଣ ଅଧିକ ।

କୋଭିଡ୍ -୧୯ ଇନସୁଲିନ୍ ଉତ୍ପାଦନ କରୁଥିବା ବିଟା ଟିସୁକୁ ସଂକ୍ରମିତ କରିଥାଏ

ଲାନସେଟ୍ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ଶରୀରରେ ଗ୍ଲୁକୋଜ ପରିଚାଳନା କରୁଥିବା ଟିସୁ, ଅଙ୍ଗର ଅଗ୍ନାଶୟ, କ୍ଷୁଦ୍ର ଅନ୍ତ ନଳୀ, ଯକୃତ ଏବଂ କିଡନୀର କାର୍ଯ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସିଧାସଳଖ ଅଗ୍ନାଶୟରେ ଥିବା ଇନସୁଲିନ୍ ଉତ୍ପାଦନ କରୁଥିବା ବିଟା କୋଷକୁ ସଂକ୍ରମିତ କରେ । ଏହା ଫଳରେ ବିଟା କୋଷଗୁଡ଼ିକ ନଷ୍ଟ ହୋଇଯାଏ, ରୋଗୀଙ୍କ ଇନସୁଲିନ୍ ଉତ୍ପାଦନ କରିବାର କ୍ଷମତା କମିଯାଇଥାଏ । ଏପରି ପରିସ୍ଥିତିରେ, ଯେଉଁମାନେ ସୁସ୍ଥ ଥାନ୍ତି ସେମାନଙ୍କଠାରେ ମଧ୍ୟ ନୂତନ ମଧୁମେହ ରୋଗ ବିକଶିତ ହୋଇଥାଏ ।

ଆଇଫୋନ ପାଇଁ ପିଲା ବିକ୍ରି, ୮ମାସର ଶିଶୁ ବିକିଦେଲେ ବାପାମାଆ

କୋଲକାତା: ଘାରିଛି ରିଲ୍ସ ନିଶା । ରିଲ୍ସ ପାଇଁ ରିଅଲ ଲାଇଫ ହେଉଛି ବରବାଦ । ଆଇଫୋନ୍ କିଣିବା ରିଲ୍ସ କରିବା ପାଇଁ ୮ ମାସର ଶିଶୁକୁ ବିକ୍ରି କରିଦେଇଛନ୍ତି ବାପା ମାଆ । ଘଟଣା ଘଟିଛି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ପାଣିହାଟୀ ୧୧ ନମ୍ବର ୱାର୍ଡ ଗାନ୍ଧୀ ନଗର ଅଞ୍ଚଳରେ । ଏଠାରେ ରହୁଥିବା ଏକ ପରିବାରରେ ୮ ମାସର କଅଁଳା ଛୁଆକୁ ଆଇଫୋନ ୧୪ କିଣିବା ପାଇଁ ବିକ୍ରି କରିଦେଇଥିଲେ ବାପାମାଆ । ଅନ୍ୟପଟେ ଛୁଆକୁ କିଣି ଥିବା ମହିଳା ସହିତ ବାପା ମାଆଙ୍କୁ ଗିରଫ କରିଛି ପୋଲିସ । ଅଭାବ ସତ୍ତ୍ବେ ଅଭିଯୁକ୍ତ ବାପାମାଆଙ୍କୁ ଘାରିଥିଲା ଆଇଫୋନ ୧୪ କିଣି ରିଲ୍ସ କରିବାକୁ । ଭିଡିଓ କରି ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ପ୍ଲାନ କରିଥିଲେ । ସେଥିପାଇଁ ଏକ ମାତ୍ର ସନ୍ତାନକୁ ସେମାନେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏ ନେଇ ଅଞ୍ଚଳବାସୀ ପୋଲିସକୁ ଖବର ଦେବାରୁ ପୋଲିସ ତନାଘନା ଆରମ୍ଭ କରିଦେଇଥିଲା ।

ପୋଲିସ ଛୁଆକୁ ଉଦ୍ଧାର କରିବା ସହ ବାପା ମାଆ ଓ ଶିଶୁକୁ କିଣି ଥିବା ମହିଳାକୁ ମଧ୍ୟ ଗିରଫ କରିଛି । ଶିଶୁକୁ ବିକ୍ରି କରିଥିବା ଅଭିଯୁକ୍ତ ବାପା ପୋଲିସ ଆଗରେ ମାନି ନେଇଛି । ଦୁଇ ଲକ୍ଷ ଟଙ୍କାରେ ଶିଶୁଟିକୁ ବିକ୍ରି କରିଥିଲେ ବାପାମାଆ । ଜୁଲାଇ ୨୪ ତାରିଖରେ ଘଟଣା ସଂପର୍କରେ ଜଣାପଡିଥିଲେ ମଧ୍ୟ ଏହା ଦେଢମାସ ତଳୁ ବିକ୍ରିବଟା ସରିଥିଲା । ମିଳିଥିବା ଦୁଇ ଲକ୍ଷ ଟଙ୍କାରେ ଆଇ ଫୋନ କିଣିବା ସହିତ ସେମାନେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ହନିମୁନ ମନାଇଛନ୍ତି ବୋଲି ଜଣେ ପଡୋଶୀ କହିଛନ୍ତି ।

ଆକ୍ସନ ମୋଡରେ ସିବିଆଇ, ରାଜ୍ୟ ବାହାରେ ଟ୍ରାଏଲ ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ରର ଅପିଲ

ଇମ୍ଫାଲ: ମଣିପୁର ହିଂସା ମାମଲାରେ ଆକ୍ସନ୍ ମୋଡରେ ସିବିଆଇ । ହିଂସା ଓ ଷଡ଼ଯନ୍ତ୍ର ସଂପର୍କିତ ୬ଟି ଏଫଆଇଆର ରୁଜୁ କରିଛି ସିବିଆଇ । ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ତଦନ୍ତକାରୀ ସଂସ୍ଥା। ଭାଇରାଲ୍ ଭିଡିଓ ମାମଲାରେ ସିବିଆଇ ଆଉ ଏକ ନୂଆ ଏଫଆଇଆର ରୁଜୁ କରିବ । ମଣିପୁର ହିଂସା ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିସହ ମାମଲାର ବିଚାର ମଣିପୁର ବାହାରେ କରିବା ପାଇଁ ଅନୁମତି ଦେବାକୁ ଆବେଦନ କରିଛି । ଏନେଇ କେନ୍ଦ୍ର ଗୃହ ସଚିବ ଆଜି ସର୍ବୋଚ୍ଚ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ମାମଲାର ଫାଷ୍ଟଟ୍ରାକ୍ ବିଚାର ପାଇଁ କୋର୍ଟରେ ଆବେଦନ କରାଯାଇଛି ।

ଚାର୍ଜସିଟ୍ ଦାଖଲ କରିବାର ୬ ମାସ ମଧ୍ଯରେ ମାମଲାର ବିଚାର ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର କୋର୍ଟଙ୍କୁ ନିବେଦନ କରିଛି । ହିଂସା ପ୍ରଭାବିତ ଲୋକଙ୍କ ପୁନଃଥଇଥାନ ନେଇ ମଣିପୁର ସରକାର ନେଉଥିବା ପଦକ୍ଷେପ ସଂପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ଗତକାଲି ସକାଳେ ବିଷ୍ଣୁପୁର ଚୁରାଚନ୍ଦନପୁର ଅଞ୍ଚଳରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି । ଗୋଟିଏ ଘରକୁ ମଧ୍ୟ ଦୁର୍ବୃତ୍ତ ଜାଳିଦେଇଛନ୍ତି । ଏହାପରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ । ଗୁଳି ବିନିମୟ ବିଳମ୍ବିତ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା ।

ପରଦାରେ ବଲିଉଡର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’

ବମ୍ବେ: ପରଦାରେ ବଲିଉଡର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’। ଶୁକ୍ରବାର ଫିଲ୍ମ ରିଲିଜ ହୋଇଛି। ଏଥିରେ ଅଭିନେତା ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଛି । ଦୀର୍ଘଦିନ ପରେ ନିର୍ଦ୍ଦେଶକ ଭାବେ କରନ୍‌ ଜୋହର ଦର୍ଶକଙ୍କ ସାମ୍ନାକୁ ଆସିଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । କାରଣ ପ୍ରଥମ ଶୋ’ ଦେଖିବା ପରେ ଲୋକେ ଫିଲ୍ମର ପ୍ରଶଂସା କରୁଛନ୍ତି।

ଫିଲ୍ମରେ ଭରପୂର ମନୋରଞ୍ଜନ ସହ ପାରିବାରିକ କାହାଣୀ ରହିଛି। ଏହା ଦିଲ୍ଲୀର ପଞ୍ଜାବୀ ମିଠା ଦୋକାନୀ ରକି ରନ୍ଧାବା ଏବଂ ବଙ୍ଗାଳୀ ପରିବାରର ନ୍ୟୁଜ୍‌ ଆଙ୍କର ଝିଅ ରାନୀ ଚାଟର୍ଜୀଙ୍କ ଲଭ୍‌ ଷ୍ଟୋରୀ। କରନ୍‌ ଏଥିରେ ବହୁତ ସାମାଜିକ ଘଟଣାବଳୀକୁ ଦେଖାଇଛନ୍ତି, ଯାହାକି ବେଶ ପସନ୍ଦ ଆସୁଛି। ଆଜିର ଯୁବପୀଢ଼ିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଫିଲ୍ମ ଓ୍ବେବ୍‌ ସିରିଜ ଅଥବା ଟେଲିଭିଜନ ଧାରାବାହିକ ଢ଼ଙ୍ଗରେ ନିର୍ମିତ ହୋଇଛି।

ଭୁବନେଶ୍ୱର IIITର ନୂଆ ନିର୍ଦ୍ଦେଶକ ନିଯୁକ୍ତି, ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଡକ୍ଟର ଆଶିଷ ଘୋଷ

ଭୁବନେଶ୍ୱର: ଡକ୍ଟର ଆଶିଷ ଘୋଷ ଭୁବନେଶ୍ବରସ୍ଥିତ ଇଣ୍ଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇନଫରମେସନ ଟେକ୍ନୋଲୋଜିର ନିର୍ଦ୍ଦେଶକ ନିଯୁକ୍ତ । ଡକ୍ଟର ଆଶିଷ ଘୋଷଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି । ଡକ୍ଟର ଆଶିଷ ଘୋଷ ୫ ବର୍ଷ ପାଇଁ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇନଫରମେସନ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଏବେ ସେ କୋଲକାତାସ୍ଥିତ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଟେକ୍ନୋଲୋଜି ଇନୋଭେସନ ହବ୍‌ ପ୍ରଫେସର ତଥା ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୨୮ ବର୍ଷର ଅଭିଜ୍ଞତା ରହିଛି । ପ୍ରଫେସର ଡକ୍ଟର ଆଶିଷ ଘୋଷ ୧୦ଟି ପୁସ୍ତକ ରଚନା କରିଥିବା ବେଳେ ତାଙ୍କ ତତ୍ତ୍ବାବଧାନରେ ଗବେଷଣା କରି ୧୦ ଜଣ ପିଏଚଡି ଲାଭ କରିଛନ୍ତି ।