କଟକ: ପାଳିତ ହୋଇଛି ବିଶ୍ବ ହୃଦୟ ଦିବସ । ହୃଦୟକୁ ଜାଣିବା ଓ ତାହାକୁ ଠିକ ଭାବରେ ବ୍ୟବହାର ଓ ଉପଯୋଗ କରିବା ପାଇଁ ଚଳିତ ବର୍ଷର ବିଶ୍ୱ ହୃଦୟ ଦିବସର ବିଷୟବସ୍ତୁ ଭାବରେ ରଖା ଯାଇଥିଲା l କଟକ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ ହୋଇଛି । କର୍ମଚାରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ କୁଇଜ଼ ପ୍ରତିଯୋଗିତା କରାଯିବା ସହିତ ମାର୍କତନଗର ସ୍ଥିତ ହସ୍ପିଟାଲରୁ ଏକ ପଦଯାତ୍ରା ଆରମ୍ଭ କରାଯାଇଥିଲା । ସି.ଡି.ଏ ଅଞ୍ଚଳର ମୁଖ୍ୟ ରାସ୍ତା ପରିକ୍ରମା କରି ଅଞ୍ଚଳବାସିକୁ ସଚେତନତା ବାର୍ତ୍ତା ଦିଆଯାଇଥିଲା । ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶୀ ତ୍ରିପାଠୀ, ଡାକ୍ତର ଶ୍ରୀଜୟ ପଟ୍ଟନାୟକ ଡାକ୍ତର ରେଖା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଭାରତର ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି କାନାଡ଼ା
ନନ୍ଦିଘୋଷ ବ୍ୟୁରୋ: ଭାରତ-କାନାଡା ବିବାଦକୁ ନେଇ ଆମେରିକାରେ ବଡ ବୟାନ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି ଯେ କାନାଡା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି । ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛନ୍ତି ଭାରତ ସରକାର । ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିବା ସହ କଣ ପ୍ରମାଣ ଅଛି କାନାଡା ଦେଉ ବୋଲି କହିଛନ୍ତି ଏସ୍ ଜୟଶଙ୍କର ।
କାନାଡା ଅଭିଯୋଗ କରିବା ଦିନଠାରୁ କୌଣସି ପ୍ରକାର ପ୍ରମାଣ ଦେଇନାହିଁ । ପ୍ରମାଣ ମିଳିଲେ ଅନୁଧ୍ୟାନ କରାଯିବ । କାନାଡ଼ା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥାଏ ବୋଲି ଭାରତ ସରକାର କହିଛନ୍ତି । କାନାଡା ଉଗ୍ରବାଦୀ ଏବଂ ଆତଙ୍କବାଦୀ ତତ୍ତ୍ୱମାନଙ୍କୁ ଆଶ୍ରୟ ଦେଉଛି । ଭାରତ ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛି। କାନାଡାରେ ଥିବା କୂଟନୈତିକ ଅଧିକାରୀ ମାନେ ଦୂତାବାସ ଅଫିସ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି । ଖୋଲାଖୋଲି ଧମକ ମିଳୁଛି। ଯାହା ଫଳରେ ଭିସା କାର୍ଯ୍ୟ ସ୍ଥଗିତ ରଖାଯାଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।
ମା’ଙ୍କ ଆବାହନ କରୁଛି ଧମଳମତୀ କାଶତଣ୍ଡୀ
ଜଗତସିଂହପୁର: ଆଗକୁ ଆସୁଛି ପାର୍ବଣ ଋତୁ। ଶାରଦୀୟ ଦୁର୍ଗାପୂଜା ପାଇଁ ଚାଲିଛି ପ୍ରସ୍ତୁତି। ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପୁଜା ମଣ୍ଡପ ଗୁଡିକରେ ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ । ମାଆ ଦୁର୍ଗାଙ୍କ ଆଗମନକୁ ନେଇ ସୂଚନା ଦେଉଛି କାଶତଣ୍ଡି । ରାସ୍ତା କଡ ଏବଂ ନଦୀ ପଠାରେ ସଜେଇ ହୋଇଛି ଧବଳମତୀ କାଶତଣ୍ଡି ।
ଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣର କାଶତଣ୍ଡି ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ମା’ ଦୁର୍ଗାଙ୍କ ଆଗମନ ହେଲେ ଧରାପୃଷ୍ଠରେ ଖିଲି ଖିଲି ହସେ ଧବଳମତୀ କାଶତଣ୍ଡି । ପବନରେ ଦୋଳୀୟମାନ ଏହି ସୁନ୍ଦର ଫୁଲକୁ ଦେଖି କବିପ୍ରାଣରେ ନୂଆ ରୋମାଞ୍ଚ ଭରିଯାଏ । ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଖେଳୁଛି କାଶଚଣୀ । ମାଆଙ୍କ ଆଗମନ ପୂର୍ବରୁ ଯେମିତି ସେ ସ୍ବାଗତ ପାଇଁ ଖିଲି ଖିଲି ହସୁଛି। ରାସ୍ତା କଡ ଏବଂ ନଦୀ ପଠାରେ ସଜେଇ ହୋଇଛି ଧବଳ ଚାଦର ।
ମାଆଙ୍କ ଆଗମନ ପାଇଁ ପ୍ରସ୍ତୁତ ଜଗତସିଂହପୁର କାରିଗର । ନଡା ବନ୍ଧା ହୋଇ ତିଆରି ହେଉଛି ମାଟି ମୂର୍ତ୍ତି । ବିରିଡି, ନାଉଗାଁ,ବାଲିକୁଦା, ରଘୁନାଥପୁର, ତିର୍ତ୍ତୋଲ,ଏରସମା, କୁଜଙ୍ଗ ଅଞ୍ଚଳରେ ଧୁମ ଧାମରେ ପାଳିତ ହୋଇଥାଏ ଶାରଦୀୟ ଦୁର୍ଗାପୂଜା। କୃଷି ଭିତ୍ତିକ ଚଳଣିରେ ଦେବୀ ହେଉଛନ୍ତି ଉତ୍ପାଦନର ପ୍ରତୀକ। ଦେବୀ ସର୍ବ ଶକ୍ତି ସ୍ୱରୂପା, ସେ ବୀରତ୍ବର ପ୍ରତୀକ । ଦଶହରାକୁ ଧୁମଧାମରେ ପାଳନ କରିବା ପାଇଁ ଏକତ୍ରିତ ହୁଅନ୍ତି ଲୋକେ।

