spot_img
Home Blog Page 2836

ଆମେରିକା ପାଖରେ ରହସ୍ୟମୟ ଯାନ, UFO ରଖିଛନ୍ତି ବାଇଡେନ ସରକାର

ଓ୍ୱାଶିଂଟନ: ଆମେରିକାରେ ଅଛନ୍ତି ଏଲିଅନ୍ସ । ଅନ୍ୟଗ୍ରହର ଜୀବଙ୍କ ଶବ ରଖିଛନ୍ତି ସରକାର । ଏଲିଅନ୍ସ ସ୍ପେସକ୍ରାଫ୍ଟ୍ UFO  ଓ ପାଇଲଟଙ୍କ ଶବ ଆମେରିକା ସରକାର ଲୁଚାଇ ରଖିଛନ୍ତି । ଆମେରିକା ଗୁଇନ୍ଦା ବିଭାଗ ପୂର୍ବତନ ଅଧିକାରୀ ଡେଭିଡ ଗ୍ରୁସଙ୍କ ଏଭଳି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ସତ୍ୟତା ଜାଣିବାକୁ ହାଉସ୍ ଅଫ ଓଭରସାଇଟ କମିଟି ଏହାର ଶୁଣାଣି କରିଥିବା ବେଳେ ଗ୍ରୁସ୍ ସମାନ ବୟାନ ଦୋହରାଇଛନ୍ତି । ଚଳିତବର୍ଷ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଏକ ସ୍ୱତନ୍ତ୍ର ଅପରେସନର ନେତୃତ୍ବ ନେଉଥିଲେ ଗ୍ରୁସ । ମହାକାଶ ସହ ପୃଥିବୀର କନେକ୍ସନ ଓ ଅନ୍ୟ କିଛି ରହସ୍ୟମୟ ଘଟଣାକୁ ନେଇ ହେଉଥିବା ଏକ୍ସପେରିମେଣ୍ଟର କରାଯାଉଥିଲା । ସରକାରଙ୍କ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦୁର୍ଘଟଣାଗ୍ରସ୍ତ UFOକୁ ଏକାଠି କରାଯିବା ସହ ସେଗୁଡ଼ିକୁ ପୁନଃ ପରିଚାଳନା ପାଇଁ ଚେଷ୍ଟା କରାଯାଇଥିଲା । ଅନ୍ୟ ଗ୍ରହର ସ୍ପେସକ୍ରାଫ୍ଟ ଓ ସେଥିରେ ଥିବା ପାଇଲଟଙ୍କ ମୃତଦେହ ମିଳିଥିଲା । ସରକାର ଦେଶବାସୀ ଓ ଆମେରିକା କଂଗ୍ରେସଠାରୁ ଏହା ଲୁଚାଇଥିବା କହିଛନ୍ତି ଗ୍ରୁସ୍ । ଡେଭିଡଙ୍କ ଏହି ଦାବିକୁ ଖଣ୍ଡନ କରିଛି ହ୍ବାଇଟ ହାଉସ ।

ସାରା ବିଶ୍ବରେ ଜନକଲ୍ୟାଣ କରୁଛି ବ୍ରହ୍ମକୁମାରୀ, ମହିଳାଙ୍କ ନିୟନ୍ତ୍ରଣ ରହିଛି ଅଗ୍ରଣୀ ସଂସ୍ଥା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷଦିନ । ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି । ନିର୍ଦ୍ଧାରିତ ସମୟରେ ପହଞ୍ଚି ଏକ ଶାନ୍ତ ପରିବେଶରେ ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ପରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମିଲ ଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଥିଲେ । ସମାଜରେ ପରିବର୍ତ୍ତନ ଆଣିବାକୁ ବ୍ରହ୍ମକୁମାରୀ ଅନେକ ପ୍ରୟାସ କରିଛି । ଆଜି ଲାଇଟ ହାଉସ୍ କମ୍ଲେକ୍ସର ଶିଳାନ୍ୟାସ କରି ମୁଁ ଖୁସି ବୋଲି ରାଷ୍ଟ୍ରପତି କହିଛନ୍ତି  ।

ବ୍ରହ୍ମକୁମାରୀ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ । ପରିବର୍ତ୍ତନ ଏକ ଅପରିବର୍ତ୍ତନୀୟ ପ୍ରକ୍ରିୟା ଭଳି ବ୍ରହ୍ମକୁମାରୀରେ ଅନେକ ପରିବର୍ତ୍ତନ ଆସିଛି । ଜଳସ୍ରୋତା ସର୍ବଦା ପ୍ରବହମାନ । ନିଜେ ପରିବର୍ତ୍ତନ ହେଲେ ବିଶ୍ୱ ପରିବର୍ତ୍ତନ ହେବ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ପରିବର୍ତ୍ତନ ହେତୁ ପୃଥିବୀରେ ଅନେକ ପରିବର୍ତ୍ତନ ହୋଇଛି । ବସ୍ତୁବାଦୀ ପରିବର୍ତ୍ତନ ସୁଖ ଦିଏ ମାତ୍ର ଶାନ୍ତି ଦେଇ ନଥାଏ । ମାନସିକ ଶାନ୍ତି ବିନା ଜଣେ ପ୍ରକୃତ ସୁଖ ପାଇ ପାରିବନାହିଁ । ସୋସିଆଲ ମିଡିଆ ଆମକୁ କୂପ ମଣ୍ଡୁକ ସଜାଇ ଦେଇଛି ବୋଲି କହିଛନ୍ତି ରାଷ୍ଟ୍ରପତି  । ନକରାତ୍ମକ ଚିନ୍ତାରୁ ମୁକୁଳି ସକରାତ୍ମକ ଦିଗ ଆଡକୁ ଯିବା । ଏଥିସହ ଆଧ୍ୟାତ୍ମିକ ବିକାଶ ହେଲେ ଆମେ ବିଶ୍ବ ଗୁରୁ ହୋଇପାରିବା ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ, ୧ ହଜାର କୋଟିର ପୁଞ୍ଜିନିବେଶ କରିବ ସିଲିକନ୍ ପାୱାର ଗ୍ରୁପ

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ । ଆମେରିକାର ସିଲିକନ୍ ଗ୍ରୁପ ଓଡ଼ିଶାରେ କରିବ ପୁଞ୍ଜିନିବେଶ । ୧ ହଜାର କୋଟିର ପୁଞ୍ଜି ନିବେଶ କରିବ ସିଲିକନ୍ ପାୱାର ଗ୍ରୁପ । ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ । ୧୫୦ MM କ୍ଷମତା ସଂପନ୍ନ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଦେଢ଼ରୁ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ କାର୍ବାଇଡ୍ ପ୍ଲାଣ୍ଟ । ଖୁବଶୀଘ୍ର ସିଲିକନ୍ ପାୱାରର ଏକ ଟିମ୍ ଓଡ଼ିଶା ଆସିବେ । ସିଲିକନ୍ ଗ୍ରୁପ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଏକ ଟିମ୍ ।

 

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

କଟକ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଫେବ୍ରୁୟାରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମାଟ୍ରିକ୍ ପରୀକ୍ଷା ପାଇଁ ଅକ୍ଟୋବର ମାସରୁ ଫର୍ମ ଫିଲଅପ୍ ଆରମ୍ଭ ହେବ । ମାଟ୍ରିକ୍ ପରୀକ୍ଷା ପରେ ମାର୍ଚ୍ଚ ୧୨ରୁ ଖାତା ଦେଖା ଆରମ୍ଭ ହେବ । ଚଳିତ ବର୍ଷ ଏକା ସାଙ୍ଗ ରେ ହେବ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଅନୁଷ୍ଠିତ ହେବ ।

ଆଜି ବି ହେବନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର, ବନକଲାଗି ନୀତିକୁ ନେଇ ଥମୁନି ବିବାଦ

ପୁରୀ: ବଢୁଛି ବନକଲାଗି ବିବାଦ । ଆଜି ବି ହେବନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର । ବନକଲାଗି ନୀତିକୁ ନେଇ ବିବାଦ ଥମିବାର ନାଁ ନେଉନି । ଦତ୍ତ ମହାପାତ୍ର ଆଜି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ସମ୍ପୃକ୍ତ ସେବକ ପ୍ରକାଶ କରିଛନ୍ତି । ଗତକାଲି ବନକ ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଆଜି ନୀତି କରିବାକୁ ଦତ୍ତ ମହାପାତ୍ର ସେବକ ପ୍ରସ୍ତାବ ଦେଇଥିଲେ । ଆଜି ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର କମାଣ୍ଡର ସେମାନଙ୍କୁ ମନା କରିଥିବାରୁ ବେଳେ ଦ୍ଵନ୍ଦ୍ୱ ବଢୁଛି ।

OSSC ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲା, ବିହାରରୁ ଗିରଫ ହେଲା ମାଷ୍ଟରମାଇଣ୍ଡ

ବାଲେଶ୍ୱର: JEE MAIN ସିଭିଲ୍ ପ୍ରଶ୍ନପତ୍ର ଡିଲ୍‌‌ ଘଟଣା । ବିହାରରୁ ଗିରଫ ହେଲା ରାକେଟର ମାଷ୍ଟରମାଇଣ୍ଡ । ପୋଲିସର ସ୍ବତନ୍ତ୍ର ଟିମ୍‌ ପଚରାଉଚରା ପରେ ପାଇଛି ପ୍ରଶ୍ନପତ୍ର ଡିଲର ଲିଙ୍କ୍‌ । ମାଷ୍ଟର ମାଇଣ୍ଡ ସମେତ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ପୂର୍ବରୁ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲେଶ୍ବର ପୋଲିସ । ତେବେ ଏହି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୩ରେ ଅନୁଷ୍ଠିତ ହେବ । ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେବାପରେ OSSC ତରଫରୁ ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିଲା । ସେପ୍ଟେମ୍ବର ୩ ତାରିଖରେ ପୁଣି ହେବ ପରୀକ୍ଷା ବୋଲି ସୂଚନା ଦେଇଛି OSSC ।

OPSC ୨୦୨୧ର ଫଳ ପ୍ରକାଶନ ଉପରୁ ହଟିଲା ଅଙ୍କୁଶ

କଟକ: OPSC ପରୀକ୍ଷା, ୨୦୨୧ର ଫଳ ପ୍ରକାଶନ ଉପରୁ ଅଙ୍କୁଶ ହଟିଲା । ଅଙ୍କୁଶ ହଟାଇଲେ ହାଇକୋର୍ଟ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଫଳରେ ସମଗ୍ର ସିଭିଲ୍‌ ସର୍ଭସ୍‌ ପରୀକ୍ଷା ଫଳ ଉପରେ ପରୋକ୍ଷରେ କଟକଣା ରହିଥିଲା। ଏହି ଅନ୍ତରୀଣ ନି‌ର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଙ୍ଗ ନେଇ OPSC କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ଅଙ୍କୁଶ ଯୋଗୁଁ ଅନ୍ୟ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରିଥିଲା OPSC । ହାଇକୋର୍ଟ ଓପିଏସ୍‌ସି ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ।

୨୪ ଘଣ୍ଟା ନ ପୂରୁଣୁ ନନ୍ଦନକାନନକୁ ଆସିଥିବା ମାଈ ଚିତ୍ରା ବିରାଡ଼ିର ମୃତ୍ୟୁ

ଭୁବନେଶ୍ୱର: ମଙ୍ଗଳବାର ଆସିଲା, ବୁଧବାର ରାତିରେ ଗଲା ଜୀବନ । ୨୪ ଘଣ୍ଟା ନପୂରୁଣୁ  ନନ୍ଦନକାନନକୁ ଆସିଥିବା ମାଈ ଚିତ୍ରା ବିରାଡ଼ିର ମୃତ୍ୟୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଆସିଥିବା ମାଈ ଚିତ୍ରା ବିରାଡ଼ିର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ବିରାଡି ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଗତ ମଙ୍ଗଳବାର ଏକ ହଳ ଚିତ୍ରା ବିରାଡ଼ି ଓ ଏକ ହଳ ହୁଲକ ଗିବନ ଜନ୍ତୁମାନଙ୍କୁ ଅରୁଣାଚଳ ପ୍ରଦେଶର ଇଟାନଗର ଜୁ’ ରୁ ନନ୍ଦନକାନନ ଅଣାଯାଇଥିଲା ।

 

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ଛୁରୀରେ ଭୁସି ହତ୍ୟାକଲେ ସ୍ତ୍ରୀ ଓ ପୁଅ

ଭଦ୍ରକ: ପାରିବାରିକ କଳହରୁ ସ୍ୱାମୀକୁ ଛୁରୀରେ ଭୁସି ହତ୍ୟାକଲେ ସ୍ତ୍ରୀ ଓ ପୁଅ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବାଣିତିଆ ପଞ୍ଚାୟତ ମହଲା ସାହିର ଘଟଣା । ସ୍ତ୍ରୀର ଛୁରା ମାଡ଼ରେ ସ୍ବାମୀ ମୃତ । ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପଂହଁଚି ସ୍ତ୍ରୀ ଓ ପୁଅକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

କରଞ୍ଜିଆରେ ହାତୀକୁ ଯୁବକଙ୍କ ନିଆଁ ମାଡ଼, ତନାଘନା କରୁଛି ବନ ବିଭାଗ

କରଞ୍ଜିଆ: ହାତୀକୁ ନିଆଁ ହୁଳା ମାଡ଼ ଭିଡିଓ ଭାଇରାଲ। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଭିଡିଓ। ଭିଡିଓରେ ସ୍ପଷ୍ଟଦେଖା ଯାଉଛି ଜଣେ ଯୁବକ ହାତୀ ଉପରେ ନିଆଁ ହୁଳା ପକାଉଛନ୍ତି ଆଉ ହାତୀଟି ପ୍ରାଣ ବିକଳରେ ଦୌଡୁଛି । ତେବେ ଏ ଭିଡିଓ କେବେକାର, କୋଉଁଠିକାର ସଠିକ୍ ଭାବରେ ଜଣା ପଡ଼ିନାହିଁ । ୨୩ ଟିକିଆ ହାତୀପଲ ବର୍ତ୍ତମାନ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥିବାରୁ ଭିଡିଓଟି ଅନେକ ଗୁରୁତ୍ଵ ବହନ କରୁଛି। ଭିଡିଓଟି କରଞ୍ଜିଆର ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ କରଞ୍ଜିଆ ଡିଏଫଓଙ୍କ ସହ ଯୋଗାଯୋଗ କରିଥିଲୁ । ଘଟଣାର ତଦନ୍ତ ଚାଲିଛି । ଯଦି କରଞ୍ଜିଆ ଅଞ୍ଚଳର ଭିଡିଓ ହୋଇଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି ।