spot_img
Home Blog Page 2847

ଜ୍ଞାନବାପୀ ମସଜିଦରେ ତଦନ୍ତ ଆରମ୍ଭ କଲେ ୪୩ ଜଣିଆ ସାଇଣ୍ଟିଫିକ ଟିମ୍‌

ବାରଣାସୀ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ସର୍ଭେ । ବାରଣାସୀର ବହୁଚର୍ଚ୍ଚିତ ମସଜିଦ ପରିସରରେ ସର୍ବେକ୍ଷଣ ଆରମ୍ଭ କରିଛି ପ୍ରତ୍ନତତ୍ତ୍ୱ ବିଭାଗ । ସକାଳ ୭ଟାରୁ ୪୩ ଜଣିଆ ଟିମ୍ ମସଜିଦ ପରିସରରେ ସାଇଣ୍ଟିଫିକ ତଦନ୍ତ ଆରମ୍ଭ କରିଛନ୍ତି । ସର୍ଭେ ଟିମରେ ଉଭୟ ପକ୍ଷ ଓକିଲ ମଧ୍ୟ ସାମିଲ ଅଛନ୍ତି । ଗତ ୨୧ ତାରିଖରେ ବାରଣାସୀ ଜିଲ୍ଲା ଦୌରାଜଜ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ ସର୍ଭେ କରିବାକୁ ଅନୁମତି ଦେଇଥିଲେ।

ଏହି ସର୍ଭେ ରିପୋର୍ଟ ଜରିଆରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି ପୁରା କ୍ୟାମ୍ପସରେ ସର୍ବେକ୍ଷଣ କରିବାକୁ ଏଏସ୍ଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜିଠୁ ସର୍ଭେ ଆରମ୍ଭ ହୋଇଥିବା ବେଳେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ପିଟିସନର ଶୁଣାଣି ହେବ । ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେହିପରି ପୂଜାର୍ଚ୍ଚନା ପାଇଁ ୨୦୨୧ ଅଗଷ୍ଟରେ ବାରଣାସୀ ଜିଲ୍ଲା କୋର୍ଟରେ ୫ ଜଣ ମହିଳା ଆବେଦନ କରିଥିଲେ।

ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ବାପା

ଭଦ୍ରକ: ଭଣ୍ଡାରିପୋଖରୀ କୁଶଗଡ଼ିଆ ଗାଁରେ ଡବଲ ମର୍ଡର । ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା ।

ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ଅଭିଯୁକ୍ତ ବାପା । ପୋଲିସ ହତ୍ୟାକାରୀ ବାପାକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତର ଘର ବନ୍ତ ଅଞ୍ଚଳରେ ହୋଇଥିବା ବେଳେ କୁଶଗଡ଼ିଆ ଗାଁରେ ଭଡାରେ ରହୁଥିଲେ ପରିବାର ।

ରେଳ ଧାରଣାରେ ପଡ଼ିଛି ସ୍ବାମୀ ସ୍ତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ଶବ, ଆତ୍ମହତ୍ୟା ସନ୍ଦେହ

0

ଭୁବନେଶ୍ବର: ବମିଖାଲ ରେଳ ଧାରଣାରେ ପଡ଼ିଛି ସ୍ବାମୀ ସ୍ତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ଶବ । ପାରିବାରିକ କଳହରୁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଉଭୟଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ, ଶାନ୍ତିପଲ୍ଲି ବସ୍ତିରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଘଟଣାସ୍ଥଳରେ ରେଳବାଇ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ହୀରାକୁଦରୁ ନିଷ୍କାସିତ ହେଉଛି ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳକୁ ସତର୍କତା ଜାରି

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ସକାଳ ୬ଟା ସୁଦ୍ଧା ଡ୍ୟାମ ଭିତରକୁ ୧ ଲକ୍ଷ ୧୬ ହଜାର ୯୮୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ, ୫ଟି ସ୍ଲୁଇସ୍ ଗେଟ୍ ଓ ବିଭିନ୍ନ କେନାଲ ଦେଇ ସମାନ ପରିମାଣର ବନ୍ୟା ଜଳ ନିଷ୍କାସିତ ହେଉଛି ।

ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୪.୪୭ ଫୁଟରେ ପହଞ୍ଚିଛି । ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କ ସତର୍କ କରାଯାଇଛି ।

ଜାତୀୟ ରାଜପଥରେ ଅଘଟଣ, ଟ୍ରକ ମାଡିଯାଇ ୧୦ରୁ ଅଧିକ ଗୋରୁ ମୃତ

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ବର ଓଭରବ୍ରିଜ ଉପରେ ଦୁର୍ଘଟଣା । ଶୋଇଥିବା ଗୋରୁ ପଲ ଉପରେ ଚଢିଗଲା ଟ୍ରକ୍ । ଘଟଣାସ୍ଥଳରେ
୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୋରୁ ଗୁରୁତର ଅଛନ୍ତି । ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି ।

ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବା ଏକ ମାଲବାହୀ ଟ୍ରକ୍ ଗୋରୁ ପଲ ଉପରେ ଚଢି ଯିବାରୁ ଏଭଳି ଅଭାେବନୀୟ ଘଟଣା ଘଟିଛି । ଫଳରେ ୧୦ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିଲା  । ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିଲେ । ଦୁର୍ଘଟଣା ଫଳରେ ଗାଡି ମୋଟର ଚଳାଚଳ ବନ୍ଦ ରହିଥିଲା । ପୋଲିସ୍ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି  ।

ବିଜେପି ବିଧାୟକଙ୍କ କଟାକ୍ଷ, ସରକାର ଚାହିଁଥିଲେ ମଣିପୁରରେ ହିଂସା ହୋଇ ନଥାନ୍ତା

0

ଇମ୍ଫାଲ: ମଣିପୁର ହିଂସାକୁ ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଥିଲେ ସମ୍ପୂର୍ଣ୍ଣ ଭାବେ ବର୍ଜନ କରାଯାଇ ପାରିଥାନ୍ତା । ମଣିପୁରର ଜଣେ ବିଜେପି ବିଧାୟକ ଏଭଳି ବୟାନ ଦେଇଛନ୍ତି । ହିଂସା ଆରମ୍ଭରୁ ସାମାନ୍ୟ ଘଟଣାକୁ ଜୋର ଦେଇ ବନ୍ଦ କରିବାର ଥିଲା । ହେଲେ ହିଂସାକାରୀ ପରୋକ୍ଷରେ ସରକାର ଓ ପ୍ରଶାସନର ପ୍ରୋତ୍ସାହନ ପାଇଲେ । ଯାହାକୁ ସେମାନେ ଦୁରୁପଯୋଗ କରି ସାରା ରାଜ୍ୟରେ ହିଂସାକୁ ଚରମସ୍ତରକୁ ନେଲେ ।

କୁକି ସମ୍ପ୍ରଦାୟ ଅଞ୍ଚଳରେ ସ୍ବତନ୍ତ୍ର ଭାବେ ପ୍ରଶାସନକୁ ଆଲର୍ଟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଚିଠି ଲେଖାଯାଇଥିଲା । ହେଲେ ସରକାରଙ୍କ ସମର୍ଥନରେ ମିତେଇ ସମ୍ପ୍ରଦାୟ ଏହା କରେଇବାକୁ ଦେଇନଥିଲେ । ବିଜେପି ସରକାର ମଧ୍ୟ ଏହାକୁ ଅଣଦେଖା କରିଥିଲେ । ଯାହାର ସ୍ଥିତି ଆଜି ଭୟଙ୍କର ହୋଇଛି । କୁକି ଓ ମିତେଇ ସମ୍ପ୍ରଦାୟ ପାଇଁ ସରକାରୀ ସ୍ତରରେ ପ୍ରଶାସନ ଭିନ୍ନ ଭିନ୍ନ କାର୍ଯ୍ୟଧାରା ପ୍ରସ୍ତୁତ କରିଥିଲେ ଏମିତି ସ୍ଥିତି ହୋଇନଥାନ୍ତା ବୋଲି ବିଜେପି ବିଧାୟକ ପାଓଲେଇନାଲ ହାଓକିପ୍ କହିଛନ୍ତି ।

ସେପଟେ ମଣିପୁର ଶାନ୍ତି ପଥରେ ଅଗ୍ରସର ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କହିଛନ୍ତି । ଗତ ୧୦ ଦିନ ଭିତରେ କୌଣସି ପ୍ରକାର ହତ୍ୟାକାଣ୍ଡ ହୋଇନାହିଁ । ହିଂସାକାରୀଙ୍କୁ ଗିରଫ କରାଯାଉଛି । ପୋଲିସ ସଜାଗ ରହିଛି ବୋଲି ସରକାର କହିଛନ୍ତି । କିନ୍ତୁ ବିରୋଧୀ ଏହାକୁ ମିଛ ବୋଲି କହିବା ସହ ହିଂସା ଏବେ ବି ଚରମସ୍ତରରେ ଅଛି ବୋଲି କହିଛନ୍ତି  ।

ତୃତୀୟ ସୋମବାରରେ ଜଳାଭିଷେକ କରୁଛନ୍ତି ଶିବ ଭକ୍ତ, ନଦୀଘାଟରେ ସ୍ବତନ୍ତ୍ର ବ୍ୟବସ୍ଥା

ଭଦ୍ରକ: ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ ପାଇଁ ଭକ୍ତଙ୍କ ସମାଗମ ହୋଇଛି । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କାଉଡିଆମାନେ ଯେପରି ସୁରକ୍ଷିତ ଭାବେ ନଦୀ ପାରି ହୋଇ ଆସିପାରିବେ, ସେଥିପାଇଁ ପୀଠରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫର ୨ଟି ଟିମ ସହ ଅଗ୍ନିଶମ ବାହିନୀ ଓ ପୋଲିସ ମୁତୟନ ରହିଛନ୍ତି । ବାବାଙ୍କ ପାଖରେ କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି ।

ସକାଳ ୭ଟାରୁ ପଶ୍ଚିମ ଦ୍ବାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା

ପୁରୀ: ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ଖୋଲିଛି ପଶ୍ଚିମ ଦ୍ବାର । ପରିଚୟ ପତ୍ର ଦେଖାଇ ପ୍ରବେଶ କରୁଛନ୍ତି ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ବାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେ ନିଷ୍ପତ୍ତି ହୋଇଥିଲା । ଛତିଶା ନିଯୋଗ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ଗଠିତ ସ୍ବତନ୍ତ୍ର ସବ-କମିଟିର ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି ।

ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ବାର ଦେଇ ପ୍ରବେଶ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ସେହିଭଳି ଅନ୍ୟ ଦୁଇ ଦ୍ବାର ତଥା ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ । ଗତକାଲି ବସିଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟ ଓ ଛତିଶା ନିଯୋଗର ଅନ୍ୟ 3ଜଣ ବରିଷ୍ଠ ସେବାୟତ ସଦସ୍ୟ ଉପସ୍ଥିତ ଥିଲେ ।

ଇମର୍ଜିଂ ଏସିଆ କପ୍: ଫାଇନାଲରେ ଭାରତକୁ ହରାଇ ଦ୍ୱିତୀୟଥର ପାଇଁ ଟାଇଟଲ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ୍ ଜିତିବାର ଭାରତ-ଏ ର ସ୍ୱପ୍ନ ଭାଙ୍ଗିଯାଇଛି । ଭାରତୀୟ ଟିମକୁ ଫାଇନାଲରେ ପାକିସ୍ତାନ-ଏଠୁ ୧୨୮ ରନରେ ପରାଜୟ ମିଳିଛି । ଲଗାତାର ଦ୍ୱିତୀୟଥର ପାଇଁ ପାକିସ୍ତାନ ଟାଇଟଲ୍ ଜିତିବାରେ ସଫଳ ହୋଇଛି । ପାକିସ୍ତାନ କଲମ୍ବୋରେ ଖେଳାଯାଇଥିବା ଫାଇନାଲରେ ୩୫୩ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଜବାବରେ ଭାରତ ୪୦ ଓଭରରେ ୨୨୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପାଇଁ ସର୍ବାଧିକ ରନ୍ ଓପନର ଅଭିଷେଖ ଶର୍ମା (୬୧) କରିଥିଲେ ।

ଅଧିନାୟକ ୟଶ୍ ଧୁଲ ୩୯ ଏବଂ ସାଇ ସୁଦର୍ଶନ ୨୯ ରନର ଇନିଂସ ଖେଳିଥିଲେ । ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ୧୫ ରନ୍ ଛୁଇଁବାରେ ସମର୍ଥ ହୋଇନଥିଲେ । ପାକିସ୍ତାନ ପାଇଁ ସୁଫିୟାନ ମୁକିମ ତିନୋଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅରଶଦ ଇକାବଲ ଏବଂ ମୁବସିର ଦୁଇଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଏହା ପୂର୍ବରୁ ପାକିସ୍ତାନ ଟସ୍ ହାରିବା ପରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ବିନିମୟରେ ୩୫୨ ରନ୍ ସଂଗ୍ରହ କରିଥିଲା ।

ପାକିସ୍ତାନ ପାଇଁ ତୟମ ତାହିର (୭୧ ଟି ବଲରେ ୧୦୮ରନ୍) ଶତକ ମାରିଥିଲେ । ତାଙ୍କ ବ୍ୟତୀତ ସଇମ ଅୟୁବ (୫୯ ରନ୍), ସାହିବଜାଦା ଫରହାନ (୬୫ ରନ୍) ଅର୍ଦ୍ଧଶତକ ମାରିଥିଲେ । ସେହିପରି ମୁବସିର ମଧ୍ୟ ୩୯ ରନର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ରାଜୱର୍ଦ୍ଧନ ହଙ୍ଗରଗେକର ଏବଂ ରିୟାନ ପରାଗ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହା ଟୁର୍ଣ୍ଣାମେଣ୍ଟର ପଞ୍ଚମ ସଂସ୍କରଣ ଥିଲା ।

ଏପର୍ଯ୍ୟନ୍ତ ସୁଦ୍ଧା ଚାରିଥର ଏହି ଟୁର୍ଣ୍ଣାମେଣ୍ଟ ଅଣ୍ଡର-୨୩ ରୂପରେ ଖେଳାଯାଇଥିଲା । ୨୦୧୩ରେ ଭାରତ ସର୍ବପ୍ରଥମେ ଚମ୍ପିଆନ ହୋଇଥିଲା । ଏହାପରେ ୨୦୧୭ ଏବଂ ୨୦୧୮ରେ ଶ୍ରୀଲଙ୍କା ବ୍ୟାକ ଟୁ ବ୍ୟାକ ଟାଇଟଲ ଜିତିଥିଲା । ୨୦୧୯ରେ ପାକିସ୍ତାନ ଚମ୍ପିଆନ ହୋଇଥିଲା । ଚଳିତଥରକୁ ମିଶାଇ ସେ ଲଗାତାର ଦୁଇଟି ଟାଇଟଲ୍ ଜିତିଛି ।

କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

ପୁରୀ: କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତାକାଲି ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିବ । ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ବାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ଛତିଶା ନିଯୋଗ ନିଷ୍ପତି ଅନୁଯାୟୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ଗଠିତ ସ୍ୱତନ୍ତ୍ର ସବ-କମିଟିର ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି ।

ଆସନ୍ତାକାଲି ଠାରୁ ନିଷ୍ପତି ଅନୁସାରେ ଦର୍ଶନ ପାଇଁ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ବାର ଦେଇ ପ୍ରବେଶ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ସେହିଭଳି ଅନ୍ୟ ଦୁଇ ଦ୍ବାର ତଥା ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟଙ୍କ ସହ ଛତିଶା ନିଯୋଗର ଅନ୍ୟ 3ଜଣ ବରିଷ୍ଠ ସେବାୟତ ସଦସ୍ୟ ଉପସ୍ଥିତ ଥିଲେ ।