ନନ୍ଦିଘୋଷ ବ୍ୟୁରୋ: ଗୋଆର ଏକ ନାଇଟ୍ କ୍ଲବରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକ କ୍ଲବ କର୍ମଚାରୀ ରହିଥିବା ବେଳେ, ୩ ମହିଳା ଓ ୪ ବିଦେଶୀ ପର୍ଯ୍ୟଟକ ଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଆର ପୋରାର ନାଇଟ କ୍ଲବରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ସିଲିଣ୍ଡର ବ୍ଲାଷ୍ଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲା। ଏଭଳି ଘଟଣା ଜଣାପଡ଼ିବା ପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ, ଆହତଙ୍କ ପରିବାକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତିି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।
ଆଜି ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଲଦାଖ ଗସ୍ତ । ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ ରାଜନାଥ । ଚୀନ ସହ ଭାରତର ରହିଥିବା ସୀମା ଅର୍ଥାତ ଏଲଓସିରେ ରାଜନାଥ ବରିଷ୍ଠ ସେନା ଅଧିକାରୀଙ୍କ ସହ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା କରିବେ । ସୀମା ଭିତ୍ତିଭୂମିକୁ ସୁଦଢ଼ କରିବା ଏବଂ ସୀମାର ସ୍ପର୍ଶକାତର ଅଞ୍ଚଳଗୁଡ଼ିକରେ ନିରାପତ୍ତା ସମୀକ୍ଷା କରିବା ଲାଗି ରାଜନାଥଙ୍କ ଏହି ଗସ୍ତ ଉଦ୍ଦିଷ୍ଟ । ଏହା ସହ ଆଜି ଉଦଘାଟନ ହେବ ଜାମ୍ମୁ ଓ କାଶ୍ମୀର ଓ ଲଦାଖ ସମେତ ବିଭିନ୍ନ ଭିତ୍ତିଭୂମି ଓ ପ୍ରକଳ୍ପ । ଲେହର ସିଙ୍କୁ ଟନେଲ ପ୍ରକଳ୍ପକୁ ବି ଉଦଘାଟନ କରାଯିବ । ଏହି ପ୍ରକଳ୍ପ ଜରିଆରେ ଲେହର ବହୁ ଅଞ୍ଚଳ ସହ ଯୋଗାଯୋଗ ସମ୍ଭବ ହେବ । ଏହି ଟନେଲ ଯୋଗୁ ବିଭିନ୍ନ ସାମରିକ ଘାଟି ସହ ଯୋଗାଯୋଗ ସହ ସାମାଜିକ-ଅର୍ଥନୈତିକ ବିକଶ ସମ୍ଭବ ହେବ ।
କୂଅରେ ପଡ଼ି ଯାଇଥିଲା ହାତୀ, ଉଦ୍ଧାର କଲା ବନ ବିଭାଗ
ନନ୍ଦିଘୋଷ ବ୍ୟୁରୋ: ଖୋଲା କୂଅରୁ ଉଦ୍ଧାର ହେଲା ହାତୀ । ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ହାତୀକୁ ଉଦ୍ଧାର କଲା ବନବିଭାଗ । ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଏକ ୮ ବର୍ଷର ହାତୀ ଛୁଆ କୂଅରେ ପଡି ଯାଇଥିଲା । ହାତୀ ଛୁଆକୁ ବନବିଭାଗ ଉଦ୍ଧାର କରିଛି । ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଜଙ୍ଗଲରୁ ପ୍ରାୟ ୩୦ଟି ହାତୀ ଆସିଥିଲେ । ସେଥି ମଧ୍ୟରୁ ଏକ ୮ ବର୍ଷର ହାତୀ ଛୁଆ ନରେନ୍ଦ୍ରପୁର ଗ୍ରାମରେ ଥିବା ଏକ କୂଅରେ ପଡିଯାଇଥିଲା । ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ, ରେଞ୍ଜର, ଫରେଷ୍ଟର, ଆର ଆର ଟି ଫରେଷ୍ଟର , ହାତି ସ୍କ୍ୱାର୍ଡ ରାପିଡ୍ ଅକ୍ସନ ଟିମ, ଗଜ ମିତ୍ରଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ଥିଲେ। ବନବିଭାଗ ପକ୍ଷରୁ ଏକ ଜେସିବି ମେସିନ ଡକାଇ କୂଅର ଏକ ପାର୍ଶ୍ଵରୁ ଖନନ କରି ହାତୀ ଛୁଆକୁ ଉଦ୍ଧାର କରିଥିଲେ । ତେବେ ହାତୀ ଗ୍ରାମକୁ ପ୍ରବେଶ ନେଇ ସରପଞ୍ଚ ଓ ଗ୍ରାମବାସୀଙ୍କ ପକ୍ଷରୁ ବନବିଭାଗ ଅଧିକାରୀଙ୍କ ସହ କିଛି ସମୟ ଉତେଜନା ଦେଖାଦେଇଥିଲା । ପରେ ବନବିଭାଗ ଅଧିକାରୀ ଗ୍ରାମରେ ଆଲୋକୀକରଣ ଓ ସୋଲାର ତାର ବିଛାଇବାର ପ୍ରତିଶ୍ରୁତି ପରେ ଉତ୍ତେଜନା ଶାନ୍ତ ପଡିଥିଲା ।
ତୃତୀୟ ଦିନିକିଆ: ଭାରତ ଆଗରେ ୨୭୧ ରନ ବିଜୟ ଲକ୍ଷ୍ୟ
ତୃତୀୟ ଦିନିକିଆ: ଭାରତ ଆଗରେ ୨୭୧ ରନ ବିଜୟ ଲକ୍ଷ୍ୟ
ନନ୍ଦିଘୋଷ ବ୍ୟୁରୋ: ବିଶାଖାପାଟନମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଭାରତ ଆଗରେ ୨୭୧ ରନର ବିଜୟ ଲକ୍ଷ୍ୟ ଦେଇଛି ଦକ୍ଷିଣ ଆଫ୍ରିକା । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ଦଳ ୪୭.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୭୦ ରନ୍ କରିଛି । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ୪ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।
ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ହୋଇ ନଥିଲା । ଦଳୀୟ ସ୍କୋର ମାତ୍ର ୧ ରନ୍ ଥିବା ବେଳେ ରିକlଲଟନ୍ ଖାତା ଖୋଲିବା ପୂର୍ବରୁ ଅର୍ଶଦୀପଙ୍କ ଶିକାର ହୋଇଥିଲେ । ଏହାପରେ ଅଓିନାୟକ ଟି. ବାଭୁମା ବ୍ୟାଟି କରିବାକୁ ଆସିଥିଲେ । ଅନ୍ୟତମ ଓପ୍ନର ଡି କକଙ୍କ ସହ ଭଲ ପାର୍ଓନରସିପ କରିଥିଲେ । ବାଭୁମା ୪୮ ରନ୍ କରି ଆଉଟ ହୋଇଥିବା ବେଳେ ଡି କକ୍ ୮୯ ବଲରୁ ୮ ଚୌକା ଓ ୬ ଛକା ସହାୟତାରେ ୧୦୬ ରନର ଧୂଆଁଧାର ଇଂନିସ୍ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ୨୪, ମାର୍କରାମ ୧, ବ୍ରେଭିସ ୨୯, ଜନସନ ୧୭, ବୋଚ ୯, ମହାରାଜା ୨୦ ନିଗିଡି ୧ ଏବଂ ବାର୍ଥମ୍ୟାନ ୩ ରନ୍ କରିଥିଲେ ।

