spot_img
Home Blog Page 2852

ମଣିପୁର ପରେ ପଶ୍ଚିମବଙ୍ଗ ମାଲଦାରେ ବର୍ବରତା, ମହିଳାଙ୍କୁ ମାଡ଼ମାରି ଅର୍ଦ୍ଧନଗ୍ନ କରି କରାଇଲେ ପରେଡ

କୋଲକାତା: ମଣିପୁର ପରେ ପଶ୍ଚିମବଙ୍ଗ ମାଲଦାରେ ବର୍ବରତା  । ପଶ୍ଚିମବଙ୍ଗ ମାଲଦାରେ ଘଟିଛି ମହିଳାଙ୍କୁ ମାଡ଼ମାରି ଅର୍ଦ୍ଧନଗ୍ନ କରି ପରେଡ କରାଇବା ଘଟଣା । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁଇ ଜଣ ମହିଳାଙ୍କୁ ମାଡ଼ମାରି ଚୁଟି ଘୋଷାଡ଼ି ଅର୍ଦ୍ଧନଗ୍ନ ଅବସ୍ଥାରେ ଚଲାଇ ଚଲାଇ ନିଆଯାଉଛି । ତିନିରୁ ଚାରି ଦିନ ତଳେ ଏହି ଘଟଣା ଘଟିଥିବା କୁହାଯାଉଛି । କୌଣସି ଏକ ଦୌକାନରୁ ଦୁଇ ମହିଳା ଚୋରି କରୁଥିବାବେଳେ ମହିଳା ମାଲିକ ହାତରେ ରେଡହ୍ୟାଣ୍ଡ ଧରିପଡ଼ିଥିଲେ । ଏହାପରେ ମହିଳା ମାଲିକ ଜଣକ ତାଙ୍କୁ ପିଟାପିଟି କରିବା ପରେ ଭିଡ଼ ଜମିଥିଲା  । ଏବଂ ଲୋକମାନେ ଦୁଇ ମହିଳାଙ୍କୁ ଧରି ନିସ୍ତୁକ ମାଡ଼ ମାରି ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲାଇଥିଲେ ।

ଏନେଇ ଏକ ମାମଲା ରୁଜୁ କରି ପୋଲିସ ତନାଘନା ଚଳାଇଛି । ଅନ୍ୟପଟେ ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଟିଏମସି ନେତା ତଥା ମନ୍ତ୍ରୀ ଶଶୀ ପାଞ୍ଜା । ଏହାକୁ ନେଇ ରାଜନୀତି କରାନଯାଉ ବୋଲି ସେ ଅପିଲ କରିଛନ୍ତି । ଏହା ଏକ ଚୋରି କେସ୍ । ଚୋରି କରୁଥିବାବେଳେ ମହିଳାଙ୍କୁ ଧରିବା ପରେ ଅଚାନକ ଏପରି ଏକ ଅଘଟଣ ଘଟିଛି ବୋଲି କହିଛନ୍ତି ଶଶୀ ପାଞ୍ଜା ।

ଆଞ୍ଚଳିକ ଭାଷାରେ ହୋଇପାରିବ ସିବିଏସଇ ଶିକ୍ଷାଦାନ, ୨୨ଟି ଭାଷାରେ ପାଠ୍ୟ ପୁସ୍ତକ ପ୍ରଣୟନ କରିବ NCERT

ନୂଆଦିଲ୍ଲୀ: ସିବିଏସଇ ସ୍କୁଲ ଗୁଡ଼ିକରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଇପାରିବ । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ ଏଥିପାଇଁ ଅନୁମତି ପ୍ରଦାନ କରିଛି । ସିବିଏସଇ ଅନୁବନ୍ଧିତ ଅଧିକାଂଶ ସ୍କୁଲରେ ଏବେ ଇଂରାଜୀ ଏବଂ କିଛି ବିଷୟରେ ହିନ୍ଦୀରେ ଶିକ୍ଷାଦାନ କରାଯାଉଛି  । ନୂଆ ନିୟମ ଅନୁସାରେ ପ୍ରି- ପ୍ରାଇମେରୀ ଓ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ  ଏବେ ଆଞ୍ଚଳିକ ଭାଷାରେ ସିବିଏସଇ ପାଠ୍ୟକ୍ରମ ପଢ଼ାଯାଇପାରିବ । ଜାତୀୟ ଶିକ୍ଷାନୀତି-୨୦୨୦ରେ ଆଞ୍ଚଳିକ ଓ ମାତୃଭାଷାରେ ଶିକ୍ଷାଦାନ ପାଇଁ ଗୁରୁତ୍ବ ଦିଆଯାଇଥିଲା । ସେହି ଅନୁସାରେ ସିବିଏସଇ ନୂଆ ନିଷ୍ପତ୍ତି ଗ୍ରହଣ କରିଛି । ଏଥିପାଇଁ ୨୨ଟି ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ନ୍ୟାସନାଲ କାଉନସିଲ ଫର୍‌ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନି୍ଂ ବା ଏନ.ସି.ଇ.ଆର.ଟିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ୨୦୨୪-୨୫ ଶିକ୍ଷାବର୍ଷରୁ ଆଞ୍ଚଳିକ ଭାଷାରେ ସିବିଏସଇ ପାଠ୍ୟ ପୁସ୍ତକ ମିଳିବ । ତେବେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବା ସ୍କୁଲଗୁଡ଼ିକର ଇଚ୍ଛାଧୀନ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।

ପ୍ରବଳ ବର୍ଷା ଯୋଗୁ ଫସିଲା ବସ୍‌, ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁ ଫସିଗଲା ବସ୍‌ । ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ନଦୀ ନାଳ ଫୁଲିବାରେ ଲାଗିଛି । ବିଜନୌରରେ କୋଟାବାଲି ନଦୀରେ ଜଳସ୍ତର ବଢ଼ିବାରୁ ଯାତାୟତ ଠପ୍ ହୋଇଯାଇଛି । ଏହା ଭିତରେ ନଜିବାବାଦରୁ ହରିଦ୍ବାର ଯାଉଥିବା ଏକ ବସ୍ ବନ୍ୟା ଜଳରେ ଫସିଯାଇଥିବା ଦେଖିବାକୁ ମିଳିଛି । ବସଟିରେ ୪୦ ଯାତ୍ରୀ ଫସିଯାଇ ପ୍ରାଣ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର କରିଥିଲେ  । ଖବର ପାଇ ସ୍ଥାନୀୟ ପ୍ରଶାସନ ଜେସିବି ଲଗାଇ ଉଦ୍ଧାର କାର୍ଯ୍ୟ ଚଳାଇଛି । ବିଜନୌରରେ ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା ଏବଂ ଏହାର ଶାଖା ନଦୀରେ ବନ୍ୟା ଆସିଛି  । ଗାଁ ଗାଁରେ ପାଣି ପଶିଯାଇଛି । ବନ୍ୟା ପ୍ରଭାବରେ ରାଜ୍ୟରେ ୧୩ ଜିଲ୍ଲାରେ ୪୬ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ଆମେରିକା ଦୋକାନରେ ଚାଉଳ ଖାଲି, ଚିନ୍ତାରେ ପ୍ରବାସୀ ଭାରତୀୟ

ଓ୍ବାସିଂଟନ୍: ଚାଉଳ ପାଇଁ ଆମେରିକାରେ ଗମ୍ଭୀର ସ୍ଥିତି । ଦୋକାନରେ ଲୁଟପାଟ୍‌ । ରିଟେଲ ଷ୍ଟୋରରେ ଚାଉଳ ଖାଲି । ଭାରତରୁ ଚାଉଳ ରପ୍ତାନୀ ବନ୍ଦ ପରେ ଆମେରିକାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ଚାଉଳ ଚାହିଦା ବୃଦ୍ଧି ଯୋଗୁ ରପ୍ତାନୀ ବନ୍ଦ କରିଛି ଭାରତ । ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଏନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଭାତ ବିନା ଖାଇବା କଥା କଳ୍ପନା କରିପାରୁ ନାହାନ୍ତି ଆମେରିକାରେ ରହୁଥିବା ଭାରତୀୟ । ବିଶେଷକରି ଆମେରିକାରେ ରହୁଥିବା ଦକ୍ଷିଣ ଭାରତୀୟମାନେ ଚିନ୍ତାରେ ପଡ଼ିଛନ୍ତି । ଭାରତରୁ ଚାଉଳ ରପ୍ତାନୀ ବନ୍ଦ ଖବର ଶୁଣିବା ମାତ୍ରେ ବିଭିନ୍ନ ଦୋକାନରେ ଭିଡ଼ ଜମିଥିଲା । ଲାଗିଥିଲା ଲମ୍ବା ଲାଇନ  । ବସ୍ତା ବସ୍ତା ଚାଉଳ କିଣି ସେମାନେ ଘରକୁ ନେଇଯାଇଥିଲେ । ସୁଯୋଗ ଦେଖି ଦୋକାନୀମାନେ ମଧ୍ୟ ଚାଉଳ ଦର ବଢ଼ାଇ ଦେଇଥିଲେ । ଆଗକୁ ଅବସ୍ଥା ଜଟିଳ ହେବାର ଆଶଙ୍କା ରହିଛି ।

ବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ସାମ୍ବାଦିକ ୟୁନିୟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ସାମ୍ବାଦିକ ୟୁନିୟନ । ବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ସାମ୍ବାଦିକ ୟୁନିୟନ । ଏହାସହ ସାମ୍ବାଦିକ ସୁରକ୍ଷା ଆଇନ ସମେତ ୫ ଦାବି ସମ୍ବଳିତ ସ୍ମାରକ ପତ୍ର ନେଇ ଆଜି ନବୀନ ନିବାସରେ ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରାଯାଇଛି ।

ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତି, ସାଧାରଣ ସମ୍ପାଦକ ଅଶୋକ ନନ୍ଦଙ୍କ ସହ ୮ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଏବଂ ଅମିତ ମଲ୍ଲିକ ବି ଉପସ୍ଥିତ ଥିଲେ ଉପସ୍ଥିତ ରହିଥିଲେ । ପୂର୍ବରୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସାମ୍ବାଦିକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙଙ୍କୁ ଅବଗତ କରିଥିଲେ ।

‘ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର’

ଭୁବନେଶ୍ବର: ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଆଙ୍କ ସଶକ୍ତିକରଣ ବିନା ସମାଜ, ରାଜ୍ୟ କି ଦେଶ ଆଗକୁ ଯିବା ଅସମ୍ଭବ । ତେଣୁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

ଆମ ରାଜ୍ୟରେ ମାଆମାନେ ସଶକ୍ତ ହୋଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ରହିଛି । ସେମାନେ ଏବେ ଓଡ଼ିଶାର ବିକାଶରେ ସମାନ ସହଯୋଗୀ ଓ ଭାଗୀଦାର । ମାଆମାନେ ଏବେ ଗାଁ ଗାଁ ରେ ନେତୃତ୍ବ ନେଇଛନ୍ତି । ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ମାଆମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି । ଧାନ ସଂଗ୍ରହ ହେଉ ବା ସହରରେ ଆହାର କେନ୍ଦ୍ର ପରିଚାଳନା ବା ବିଦ୍ୟୁତ୍ ମିଟର ରିଡିଂ, ଜଳସାଥୀ  ବା  5Tରେ ରୂପାନ୍ତରିତ ସ୍କୁଲଗୁଡ଼ିକର ତଦାରଖ କରିବା ପରି ଦାୟିତ୍ବ ନେଉଛନ୍ତି ମାଆ । ଗାଁ ପୋଖରୀରେ ମାଛଚାଷ କରୁଛନ୍ତି । ମିଶନ ଶକ୍ତି କାଫେ ଏବେ  ସାରା  ରାଜ୍ୟରେ ନ୍ୟୁଟ୍ରିସନର ବାର୍ତ୍ତା ଦେଉଛି । ମାଆମାନଙ୍କୁ ଗତ ବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି।

ଏବେ ମାଆମାନଙ୍କ ସୁବିଧା ପାଇଁ ଆମ ସ୍କୁଟର ଯୋଜନା ଆରମ୍ଭ ହେବ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବିନା ସୁଧରେ। ମିଶନଶକ୍ତିକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କାମ ଆରମ୍ଭ ହୋଇଛି । ମାଆମାନଙ୍କୁ ଉଦ୍ୟୋଗୀ କରିବାକୁ କାମ ଆରମ୍ଭ ହୋଇଛି ବୋଲି ବିଜୁ ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବନ୍ଧୁକ ମୁନରେ ଅପହରଣ ଘଟଣା, ସାମ୍ନାକୁ ଆସିଲା ଘଟଣା ପଛର ସତ

ଗଞ୍ଜାମ: ଅପହରଣ ନୁହେଁ ଉଠାଇ ନେଇଥିଲା ପୋଲିସ । ଗଞ୍ଜାମରେ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ ଘଟଣା। ସାମ୍ନାକୁ ଆସିଲା ଘଟଣା ପଛର ସତ । କୌଣସି ଏକ କେସ୍‌ର ପ୍ରାଥମିକ ତଦନ୍ତ ପାଇଁ ଉଭୟ କୃଷ୍ଣ ଓ ପଞ୍ଚୁ ସାହୁଙ୍କୁ ଉଠାଇନେଇଥିଲା କର୍ଣ୍ଣାଟକ ପୋଲିସ । ବିଶାଖାପାଟଣାର ଏକ ହୋଟଲରେ ପଚରାଉଚରା ଚାଲିଥିଲା । କର୍ଣ୍ଣାଟକ ପୋଲିସ ସହ ଗଞ୍ଜାମ ଥାନାର ୨ ପୋଲିସ ଉପସ୍ଥିତ ଥିଲେ । ବର୍ତ୍ତମାନ ବିଶାଖାପାଟଣାର ସ୍ଥାନୀୟ ଥାନାରେ ୨ ଅଭିଯୁକ୍ତଙ୍କୁ ହାଜର କରାଯାଇଛି । ଏନେଇ ଗଞ୍ଜାମ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥାର ପ୍ରକ୍ରିୟା ଚାଲିଛି । ଗତକାଲି ରାତିରେ ପୁଇଁତୋଳା ଛକ ଜାତୀୟ ରାଜପଥ ଏକ ଢ଼ାବା ନିକଟ ଚା’ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଉଠାଇ ନେଇଥିଲା ପୋଲିସ ।

ବାଲେଶ୍ବରରେ ପୁଣି ଅଘଟଣ: ଗାର୍ଡ ବଗି ଛାଡ଼ି ପଳାଇଲା ଟ୍ରେନ୍

ବାଲେଶ୍ବର: ପୁଣି ରେଳ ଅଘଟଣ l ଗାର୍ଡବଗି ଛାଡ଼ି ପଳାଇଲା କୋଇଲା ବୋଝେଇ ଟ୍ରେନ l ୩୦ ମିନିଟ ପରେ ପଛକୁ ଫେରି ଗାର୍ଡ ବଗି ଯୋଡ଼ି ଗନ୍ତବ୍ୟ ସ୍ଥଳକୁ ଗଲା ଟ୍ରେନ l ଆଜି ସକାଳ ୯ ଟାରୁ ୯ଟା ୩୦ ମଧ୍ୟରେ ବାଲେଶ୍ବର ଜିଲ୍ଲା ସୋର ଷ୍ଟେସନରୁ ଡାଉନ୍ ଲାଇନରେ ଖଡ଼ଗପୁର ଦିଗକୁ ଏକ କୋଇଲା ବୋଝେଇ ଟ୍ରେନ ଯାଉଥିଲା l ଟ୍ରେନଟି ଷ୍ଟେସନଠାରୁ ୨ଶହ ମିଟର ଯିବା ପରେ ଗାର୍ଡ ବଗିଟି ଛିଣ୍ଡି ଯାଇଥିଲା l ଟ୍ରେନଟି ବାହାନଗା ଷ୍ଟେସନ ପୂର୍ବରୁ ଫେରି ପୁଣି ଗାର୍ଡ ବଗି ସଂଯୋଗ କରି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛି । ତେବେ କୌଣସି କ୍ଷୟକ୍ଷତି ହୋଇନାହିଁ ।

 

ଆରମ୍ଭ ହେଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ

ଭୁବନେଶ୍ବର: ଶଙ୍ଖ ଭବନରେ ଆରମ୍ଭ ହେଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ । ଏଥିରେ ବରିଷ୍ଠ ନେତ୍ରୀ, ବିଧାୟିକ ଓ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ବୈଠକରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ହେଉଛି । ସଙ୍ଗଠନକୁ କିଭଳି ମଜଭୁତ କରାଯିବ ତାହା ଉପରେ ଆଲୋଚନା ହେଉଛି । ଦରଦାମ ବୃଦ୍ଧି, ମହିଳା ସଂରକ୍ଷଣ ବିଲ, ଫୋକସ ଷ୍ଟେଟ ଭଳି ପ୍ରସଙ୍ଗ ଉପରେ ରାଜ୍ୟ କାର୍ଯ୍ୟକରିଣୀରେ ଆଲୋଚନା ହେଉଥିବା ସୂଚନା । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଉଛି ।

ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, କାଲି ଖୋଲିବ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢ଼ୁଛି ଜଳସ୍ତର । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ଏବେ ୬୧୪.୦୮ ଫୁଟରେ ପହଞ୍ଚିଛି ଜଳସ୍ତର ।  ସେକେଣ୍ଡକୁ ଜଳଭଣ୍ଡାରକୁ ପ୍ରବେଶ କରୁଛି ୯୨ ହଜାର ୭୭୪ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୬୧୫ ଘନଫୁଟ ପାଣି ।

କାଲି ଖୋଲିବ ହୀରାକୁଦ ଗେଟ୍ । ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବ ଜଳଭଣ୍ଡାର । ଏଥିପାଇଁ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର କେଲା ଓ କଲମା ଡ୍ୟାମର ସବୁ ଗେଟ୍ ଖୋଲିଦେଇଥିଲେ ।