ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ। ଦ୍ବିତୀୟ ଦିନିକିଆରେ ବିଶାଳ ସ୍କୋର କରିଛି ଭାରତ। ନିର୍ଦ୍ଧାରିତ ଓଭର ମଧ୍ୟରେ ଭାରତ ୫ ଓ୍ବିକେଟ ହରାଇ ୩୯୯ ରନ ସଂଗ୍ରହ କରିପାରିଛି । ଶ୍ରେୟସ ଆୟାର ଏବଂ ଗିଲଙ୍କ ଦମଦାର ଶତକ ବଳରେ ଦଳ ଏକ ବିଶାଳ ସ୍କୋର କରିପାରିଛି । ସେପଟେ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିଥିବାବେଳେ ଏବେ ବୋଲରଙ୍କ ଉପରେ ରହିଛି ନଜର ।
ବିପଦରେ ଶାଗୁଆନ ଜଙ୍ଗଲ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ମାତିଛନ୍ତି ଅଜଣା ପୋକ। ଶାଗୁଆନ ପତ୍ରକୁ ଖାଇ ଗଛ ଥୁଣ୍ଟା କରିଦେଉଛନ୍ତି । ଗୋଟେ କି ଦିଟା ନୁହଁ ପୁରା ଜଙ୍ଗଲକୁ ସଫା କରି ଦେଉଛନ୍ତି ଅଜଣା ପୋକ। ବିପଦରେ ଶାଗୁଆନ ଜଙ୍ଗଲ । କରଞ୍ଜିଆ ଉପଖଣ୍ଡରେ ମାତିଛନ୍ତି ଅଜଣା ପୋକ । ସଫା କରିଦେଲେଣି ଶାଗୁଆନ ଗଛ । ସବୁ ଗଛ ଥୁଣ୍ଟା । ଅନ୍ୟ ଗଛକୁ କିଛି କ୍ଷତି କରୁନାହାନ୍ତି ପୋକ । ତିନି ଚାରି ଦିନ ଭିତରେ ପୁରା ଜଙ୍ଗଲ ଥୁଣ୍ଟା କରିଦେଉଛନ୍ତି ପୋକ । ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ଭଳି ଭ୍ରମ ସୃଷ୍ଟି ହେଉଛି ।
ଏତେ ପରିମାଣର ପୋକ ହୋଟାତ କୋଉଁଠୁ ଅସିଲେ ? କେବଳ ଶାଗୁଆନ ପତ୍ରକୁ ହିଁ କାହିଁକି ଖାଉଛନ୍ତି ? କୋଉ ପ୍ରଜାତିର ଏହି ପୋକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ଷା ଦିନରେ ସାଧାରଣତ ଶାଗୁଆନ୍ ଗଛର ପତ୍ର ହଳଦୀଆ ହୋଇ ନଥାଏ । କି ପତ୍ର ଝଡ଼ା ଦେଈ ନଥାଏ । ସବୁଜ ସୁନ୍ଦର ହୋଇଥାଏ ଗଛ। କିନ୍ତୁ ଏ ପୋକ ଏମିତି ଭାବରେ ପତ୍ରକୁ ଖାଉଛନ୍ତି ଯେ ଜଙ୍ଗଲ ପୂରା ଲଣ୍ଡା ହୋଇଯାଉଛି । ଘର ପାଖରେ ଥିବା ଶାଗୁଆନ ଗଛରୁ ଘରକୁ ପୋକ ସବୁ ଚାଲିଆସୁଛନ୍ତି ।
ଗିଲ୍ ଓ ଶ୍ରେୟସଙ୍କ ଶତକୀୟ ପାଳି, ବିଶାଳ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ
ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ଶତକୀୟ ପାଳି । ଶ୍ରେୟସ ଆୟର ୧୦୫ ରନ କରି ଆଉଟ ହୋଇଥିବାବେଳେ ଗିଲ ୧୦୪ ରନ କରିଛନ୍ତି । ଭାରତ ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ମାତ୍ର ୮ ରନରେ ଆଉଟ ହୋଇଥିବାବେଳେ ଗିଲ ଏବଂ ଶ୍ରେୟସ ଆୟରଙ୍କ ଯୋଡ଼ି ଭାରତ ପାଇଁ ବଡ଼ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଛି । ବିଶ୍ବକପ ପୂର୍ବରୁ ଏଭଳି ପ୍ରଦର୍ଶନ ଦଳର ଦମ୍ଭ ବଢ଼ାଇଛି । ଦଳର ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ଉତ୍ସାହିତ କରିଛି ।
ପ୍ରଥମ ଦିନିକିଆରେ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଥିବାବେଳେ ଏହି ମ୍ୟାଚରେ ମଧ୍ୟ ଭଲ ବ୍ୟାଟିଂ କରିବେ ବୋଲି ଆଶା ରଖାଯାଇଛି । ଭାରତର ବ୍ୟାଟିଂ ଲାଇନଅଫ ଭଲ ରହିଛି । ସାର୍ଦ୍ଧୁଲ ଠାକୁରଙ୍କ ପର୍ଯ୍ୟନ୍ତ ଦଳରେ ସମସ୍ତେ ବ୍ୟାଟିଂ କରିପାରିବେ । ଏଣୁ ଏକ ବିଶାଳ ସ୍କୋର କରିବା ବୋଲି ଆଶା ରଖାଯାଇଛି । ୪୦୦ ରନର ପାହାଡ଼ ସ୍କୋର କରିବ ବୋଲି ଆଶା ରଖାଯାଇଛି । ଶେଷ ଖବର ସୁଦ୍ଧା ଇଶାନ କିଶାନ ଏବଂ ରାହୁଲ ପଡ଼ିଆରେ ମହଜୁଦ ଥିବା ସହ ବ୍ୟାଟିଂ ଜାରି ରଖିଛନ୍ତି ।
କାହା ପରାମର୍ଶରେ ଉଦୟପୁରରେ ବିବାହ ପାଇଁ ସ୍ଥାନ ବାଛିଲେ ରାଘବ-ପରିଣୀତି
ଜୟପୁର: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦୁଇ ପ୍ରେମ ପକ୍ଷୀ । ରାଜନେତା ରାଘବ ଚଢ଼ା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହ ମହାଆଡ଼ମ୍ବରରେ ରାଜସ୍ଥାନର ଉଦୟପୁର ପ୍ୟାଲେସରେ ଅନୁଷ୍ଠିତ ହେଉଛି । ରବିବାର ହାତ ଗଣ୍ଠି ପଡ଼ିବାକୁ ଥିବାବେଳେ ଅତିଥୀମାନେ ଯୋଗ ଦେଇଛନ୍ତି । ବୈଦିକ ରୀତି ନୀତିରେ ବିବାହ ହେବାକୁ ଥିବାବେଳେ ଉଦୟପୁର ପ୍ୟାଲେସ ଝଲସୁଛି । ତେବେ ଏଠାରେ ବିବାହ ପାଇଁ କାହିଁକି ବାଛିଲେ ? କାହା ପରାମର୍ଶରେ ସେମାନ ଉଦୟପୁରକୁ ବାଛିଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପ୍ରକୃତ ସତ ଜଣାପଡ଼ିଛି ।
ପରିଣୀତି ଏବଂ ରାଘବଙ୍କ ନିର୍ବନ୍ଧ ସରିବା ପରେ ବିବାହ କେବେ ହେବ ଏବଂ କେଉଁଠି ହେବ ତାକୁ ନେଇ ଚର୍ଚ୍ଚା ହେଉଥିଲା । ଉଛଭୟ ବିବାହ ସ୍ଥାନ ବାଛିବା ପାଇଁ ନିଜର ପରିଜନଙ୍କ ପରାମର୍ଶ ଲୋଢ଼ିଥିବା କୁହାଯାଉଛି । କେଉଁ ସ୍ଥାନରେ ବିବାହ ହେବ ତାକଚୁ ନେଇ ଅନେକଙ୍କୁ ପଚାରିଥିବାବେଳେ ଆପ ନେତା ବିକ୍ରମି ସିଂ ସାହନି ଉଦୟପୁର ପାଇଁ କହିଥିଲେ। ଆଉ ତାଙ୍କ କଥାରେ ମଧ୍ୟ ଉଭୟ ରାଜି ହୋଇଥିଲେ । ଏହାପରେ ସେମାନେ ଉଦୟପୁରକୁ ବାଛିଥିଲେ । ବିକ୍ରମ ସିଂ କହିଛନ୍ତି କି, ସେ ନିଜର ହନିମୁନ ସମୟରେ ଲେକସିଟି ଉଦୟପୁରକୁ ଆସିଥିଲେ । ଏହା ସ୍ବାମୀ ସ୍ତ୍ରୀ ସମୟ ବିତାଇବା ପାଇଁ ଏକ ଭଲ ସ୍ଥାନ । ଯାହାକି ତାଙ୍କ ବେଶ ଭଲ ଲାଗିଥିଲା । ଏଣୁ ସେ ଏହି ସ୍ଥାନରେ ବିବାହ ପାଇଁ ରାଘବଙ୍କୁ କହିଥିଲେ ।
ଉଦ୍ଧାର ହେଲା ଭାଇର ମୃତଦେହ, ମିଳୁନି ଭଉଣୀର ପତ୍ତା
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବୃନ୍ଦାବନପୁର ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ମାମଲାରେ ଆସିଲା ନୂଆ ଟୁଇଷ୍ଟ । ମୃତ ଅନୀଲ ନାୟକଙ୍କ ଭଉଣୀ ବି ୨୦ ଦିନ ହେଲା ନିଖୋଜ ଅଛନ୍ତି । ନିଖୋଜ ନାବାଳିକା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ଅନୀତା ନାୟକ । ୨୦ ଦିନ ତଳେ କଲେଜ ଯାଇ ଆଉଫେରିନାହାନ୍ତି ଅନୀତା । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏ ତାଙ୍କର ପତ୍ତା ମିଳିନି । ଅନ୍ୟପଟେ ଦୁଇଦିନ ତଳେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ନିଖୋଜ ହୋଇଯାଇଥିବା ଅନୀତା ଭାଇ ଅନୀଲଙ୍କର ରବିବାର ମୃତଦେହ ଉଦ୍ଧାର ହୋଇଛି ।
କେହି ଅନୀଲଙ୍କ ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି । ଅନୀଲକୁ ଅନ୍ୟ ଜାଗାରେ ହତ୍ୟା କରି ଏଠାରେ ଫୋପାଡ଼ି ଯାଇଥିବା ସନ୍ଦେହ କରାଯାଉଛି । ତେବେ ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କର କାହା ସହିତ ପୂର୍ବ ଶତ୍ରୁତା ନଥିଲା । ତେବେ ମାମଲାର ଉପଯୁକ୍ତ ତଦନ୍ତ କରିବା ସହିତ ନିଖୋଜ ଝିଅକୁ ଖୋଜିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ ।
ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଘଟଣ । ପୋଖରୀପୁଟରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ । ଏୟାରଫିଲ୍ଡ ଅଞ୍ଚଳରେ ଥିଲବା ପୋଖରୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଗଣ୍ଡମୁଣ୍ଡା ହାଇସ୍କୁଲର ଶୁଭମ ଜେନା ଓ ପ୍ରକାଶ ମହାରଣା । ଉଭୟ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଟିଉସନ ସାରି ୪ଜଣ ସାଙ୍ଗଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ବୁଡ଼ିଯାଇ ଥିଲେ ଦୁଇଛାତ୍ର । ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କ୍ୟାପିଟାଲ ହସପିଟାଲରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି । ସେପଟେ ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ରବିବାର ସ୍କୁଲ ଛୁଟି ରହିଥିବାବେଳେ ସେମାନେ ସକାଳେ ଟ୍ୟୁସନ ଯାଇଥିଲେ । ୪ଜଣ ସାଙ୍ଗ ହୋଇ ଫେରୁଥିଲେ । ପୋଖରୀରେ ଗାଧୋଇବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଦୁଇଜଣ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି ।
ଖୋଲୁଛି ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ମୁଖା
ନୂଆଦିଲ୍ଲୀ: ଖୋଲୁଛି ରେସଲିଂ ଫେଡେରେସନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ମୁଖା । ପ୍ରତି ମହିଳା ରେସଲରଙ୍କୁ ବ୍ରିଜ ଭୂଷଣ ସୁଯୋଗ ପାଇଲେ ସର୍ବଦା ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିଲେ । ଦିଲ୍ଲୀ କୋର୍ଟରେ ଏନେଇ ରିପୋର୍ଟ ଦେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ଚାଲିଥିବା ଶୁଣାଣି ପ୍ରକ୍ରିୟାରେ ଗତକାଲି ମତ ଉପସ୍ଥାପନ କରିଥିଲା ଦିଲ୍ଲୀ ପୋଲିସ । କିଛି ମାସ ତଳେ ୬ ଜଣ ମହିଳା ରେସଲର ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଦେଶବ୍ୟାପୀ ସୃଷ୍ଟି ହୋଇଥିଲା ଝଡ଼ ।
ଦିଲ୍ଲୀରେ ବି ଚାଲିଥିଲା ଜୋରଦାର ଧାରଣା । କୋର୍ଟରେ ଦିଲ୍ଲୀ ପୋଲିସର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅତୁଲ ଶ୍ରୀବାସ୍ତବ କହିଥିଲେ- ରେସଲିଂ ଫେଡେରେସନ ସଭାପତି ଜାଣୁଥିଲେ ସେ କଣ କରୁଥିଲେ । ମହିଳା ରେସଲରମାନଙ୍କୁ ସେ ଅଶାଳୀନ ବ୍ୟବହାର କରିବା ଥିଲା ତାଙ୍କ ଉଦ୍ଦେଶ୍ୟ । ତାଙ୍କ ବିରୋଧରେ ଚାର୍ଜଫ୍ରେମ ଲାଗି ୩ଟି ପ୍ରମାଣ ରହିଛି । ସେଥିରେ ରହିଛି ଧାରା ୧୬୧ ଅନୁସାରେ ଦୁଇଟି ରେକର୍ଡ ବୟାନ ଓ ଗୋଟିଏ ଲିଖିତ ଅଭିଯୋଗ ।
ବ୍ରିଜ ଭୂଷଣଙ୍କ ଓକିଲ ରାଜୀବ ମୋହନ କହିଥିଲେ- ଦେଶବାହାରେ ହୋଇଥିବା ଅପରାଧ ସମ୍ପର୍କରେ ବିଚାର ଦିଲ୍ଲୀ କୋର୍ଟଙ୍କ ପରିସରଭୁକ୍ତ ନୁହେଁ । ରେସଲରଙ୍କ ଅଭିଯୋଗ କ୍ରମେ ୬ଥରର ଏମପି ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଗତ ଜୁନ ୧୫ରେ ଧାରା ୩୫୪, ୩୫୪-ଏ, ୩୫୪-ଡି, ଧାରା ୫୦୬ ଅନୁସାରେ ମାମଲା ରୁଜୁ କରିଥିଲା । ଗତ ଜୁଲାଇ ୨୦ରେ ଅତିରିକ୍ତ ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ହରଜିତ ସିଂ ଯଶପାଲ ଏଙି ଘଟଣାରେ ବ୍ରିଜ ଭୂଷଣଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ଫେଡେରେସନର ଅତିରିକ୍ତ ସଚିବ ବିନୋଦ ତୋମାରଙ୍କୁ ସସପେଣ୍ଡ କରିଥିଲେ ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଡାକ୍ତର
ଭୁବନେଶ୍ବର: ଦୁର୍ଘଟଣାରେ ଯୁବ ଡାକ୍ତରଙ୍କ ଦେହାନ୍ତ। ଭୁବନେଶ୍ୱରରେ ଶନିବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ହୋଇଛି । ବମିଖାଲ ଓଭର ବ୍ରିଜ ପିଲରରେ ପିଟି ହୋଇଥିଲା କାର୍ । ଦୁର୍ଘଟଣାରେ କାରଟି ଭାଙ୍ଗି ଚୁରମାର ହୋଇଥିବା ବେଳେ ଯୁବ ଡାକ୍ତର ଅମିତ ବିଶୋଇ ଗୁରୁତର ଅବସ୍ଥାରେ ଡାକ୍ତରକାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଅମିତଙ୍କ ଘର ବ୍ରହ୍ମପୁର ଆମ୍ବଗଡ଼ରେ । ସେ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।
ଶନିବାର ରାତି ପ୍ରାୟ ସାଢେ ୧୨ ଟା ବେଳେ କାରରେ ରସୁଲଗଡ଼ ପଟୁ ଦ୍ରୁତଗତିରେ ଆସୁଥିଲେ। ବମିଖାଲ ଓଭରବ୍ରିଜ୍ ତଳେ ଯିବାବେଳେ ଖାଲରେ ପଡି କାର୍ଟି ନିୟନ୍ତ୍ରଣ ହରାଇ ଖମ୍ବରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଅମିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଅମିତଙ୍କ ମୃତ୍ୟୁ ହୋଇଛି। ଆସନ୍ତା ବର୍ଷ ଫେବୃଆରୀରେ ଅମିତଙ୍କର ବିବାହ ଥିଲା । ଲକ୍ଷ୍ମୀସାଗର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
ବିଶିଷ୍ଟ ଗାୟିକା ଶାନ୍ତିଲତାଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
ନିମାପଡ଼ା: ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ବର୍ତ୍ତମାନ ଗୁରୁତର ଅଛନ୍ତି । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଅଛନ୍ତି ଶାନ୍ତିଲତା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ନିମାପଡ଼ାରେ ସମୂହ ଦୀପଦାନ କରାଯାଇଛି ।
ଶାନ୍ତିଲତାଙ୍କ ପୈତୃକ ଘର ନିମାପଡ଼ାରେ । ଜନ୍ମମାଟିରେ ଆଶୁ ଆରୋଗ୍ୟ କାମନା କରିଛନ୍ତି ଲୋକେ । ଯୁବ ବିକାଶ ପରିଷଦ ତରଫରୁ ଗତକାଲି ରାତିରେ ନିମାପଡ଼ାଠାରେ ଏକ ପ୍ରାର୍ଥନା ସଭା ଓ ଦୀପଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାନ୍ତିଲତାଙ୍କ ସାନ ଭାଇ ବସନ୍ତ ବାରିକ ମଧ୍ୟ ସାମିଲ ହୋଇଥିଲେ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବଡ଼ ଭଉଣୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ବସନ୍ତ କାମନା କରିଛନ୍ତି । ଉଲ୍ଲେଖଯୋଗ୍ୟ, ଅନେକ ଲୋକପ୍ରିୟ ଭଜନ ଗାଇଛନ୍ତି ଶାନ୍ତିଲତା । ତାଙ୍କର ସୁମଧୁର ଭଜନ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ।
ମାଆ ନୁହେଁ ଇଏ ରାକ୍ଷସୀ: ନବଜାତ ଶିଶୁପୁତ୍ରକୁ ପାଇଖାନାରେ ଫିଙ୍ଗି ଫେରାର
ବାଲେଶ୍ବର: ମାଆ ମମତାର ମନ୍ଦିର । ପିଲାର ସୁଖ ପାଇଁ ସବୁ କିଛି କରିପାରେ । ପିଲା ଉପରକୁ ବିପଦ ଆସିଲେ ପାଚେରୀ ଭଳି ଆଗରେ ଛିଡ଼ା ହୋଇଯାଏ । ପିଲାର ଭଲ ପାଇଁ ସବୁ ସ୍ତରକୁ ଯାଇପାରେ । ହେଲେ ଆଜି ଆମେ ଏମିତି ଏକ ମାଆ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ସମ୍ପର୍କରେ ଜାଣିଲେ ଆପଣ ବି ଚକିତ ହୋଇଯିବେ । କାରଣ ନିଜ ନବଜାତ ଶିଶୁପୁତ୍ର ସହ ମାଆ ଜଣଙ୍କ ଯାହା କରିଛନ୍ତି, ତାହା ଶତ୍ରୁ ବି କରିବନି ।
ଘଟଣା ବାଲେଶ୍ବର ମେଡିକାଲର । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମହିଳାଙ୍କ କୁକର୍ମକୁ ସବୁଠି ଥୁ ଥୁ କରାଯାଉଛି । ଜଣେ ମହିଳା ତାଙ୍କ ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନାରେ ପକାଇ ଫେରାର ହୋଇଯାଇଛନ୍ତି । ଶିଶୁପୁତ୍ରକୁ ଉଦ୍ଧାର କରି SNCUରେ ଭର୍ତ୍ତି କରାଯାଇଛି ।
ଗତକାଲି ମଧ୍ୟରାତ୍ରିରେ ନବଜାତ ଶିଶୁପୁତ୍ରର କାନ୍ଦ ଶୁଣି ସେଠାରେ ଉପସ୍ଥିତ କିଛି ରୋଗୀଙ୍କ ସମ୍ପର୍କୀୟ ପାଇଖାନା ପାଖରେ ପହଞ୍ଚି ଥିଲେ । ପିଲାଟି ପାଇଖାନାରେ ପଡିଥିବା ଦେଖି ଉଦ୍ଧାର କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏହାପରେ ଶିଶୁପୁତ୍ରକୁ SNCUରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

