spot_img
Home Blog Page 2853

ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିରାଟ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: କୋହଲିଙ୍କ ନୂଆ କୀର୍ତ୍ତିମାନ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହାସହ ଅନେକ ନୂଆ କୀର୍ତ୍ତମାନର ଅଧିକାରୀ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚରେ କ୍ୟାରିୟରର ୨୯ତମ ଟେଷ୍ଟ ଶତକ ହାସଲ କରିବା ସହ ବ୍ୟାଟିଂ ହାର ପୁଣି ଥରେ ୫୦ ପାଖାପାଖି ପହଞ୍ଚିଛି ।

ଦୀର୍ଘ ୫ ବର୍ଷ ପରେ ବିଦେଶୀ ମାଟିରେ ଶତକ ହାସଲ କରିଛନ୍ତି ବିରାଟ । କୋହଲି ଏହି ମ୍ୟାଚ ସହ ଅନ୍ତର୍ଜାତୀୟ କ୍ରିକେଟର ୫ଶହ ତମ ମ୍ୟାଚ ଖେଳିଛନ୍ତି । ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ଅର୍ଜନ କରିବାରେ ବିରାଟ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ପୂର୍ବରୁ ବିଶ୍ୱର ୯ ଜଣ କ୍ରିକେଟର ୫ଶହଟି ମ୍ୟାଚ ଖେଳିଥିଲେ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରିନାହାନ୍ତି । କୋହଲିଙ୍କ ଶତକୀୟ ଇନିଂସ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ଭାରତ ୪୩୮ ରନ୍‌ର ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଛି । ଭାରତ ୪୩୮ ରନରେ ଆଉଟ ହେବା ପରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଭଲ ଆରମ୍ଭ କରିଛି । ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ ୧ ଓ୍ବିକେଟ ହରାଇ ୮୬ ରନ କରିଛି ।

ନିୟମ ଭାଙ୍ଗିବାରୁ ଘରୋଇ ବସ୍‌କୁ ୪ ଲକ୍ଷ ୯୮ ହଜାର ଜରିମାନା

ତାଳଚେର: ନିୟମ ଭାଙ୍ଗିବାରୁ ବସ୍‌କୁ ୪ ଲକ୍ଷ ୯୮ ହଜାର ଜରିମାନା  । ସିଂହବାହିନୀ ନାମକ ଏକ ଘରୋଇ ବସଠୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ନିୟମ ଉଲଂଙ୍ଘନ ଅଭିଯୋଗରେ ଜୋରିମାନା ଆଦାୟ କରିଛନ୍ତି ।

ପରମିଟ ନଥାଇ ଗାଡି ଚଳାଇବା ପାଇଁ ୧୦ ହଜାର ଟଙ୍କା, ଟ୍ୟାକ୍ସ ବାବଦକୁ ବକେୟା ପାଇଁ ୪ ଲକ୍ଷ ୮୮ ହଜାର ୭୬୪ ଟଙ୍କା , ମୋଟ ୪ ଲକ୍ଷ ୯୮ ହଜାର ପରିବହନ ବିଭାଗ ପକ୍ଷରୁ କଟାଯାଇଛି । ବସଟିକୁ ପାଲଲହଡା ଥାନାରେ ଜିମା ଦିଆଯାଇଛି  । ଦୀର୍ଘଦିନରୁ ବସ୍‌ଟି ନିୟମ ଉଲଂଘନ କରି ଆସୁଥିବାବେଳେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଫାଇନ କଟାଯାଇଥିବା ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି  ।

ଅବକାରୀ ବିଭାଗକୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ, ଜଣେ କନେଷ୍ଟବଳ ଗୁରୁତର

କୋରାପୁଟ: କୋରାପୁଟ ମାଲଚାମାଲ ଜଙ୍ଗଲରେ ଚଢାଉ ବେଳେ ଅବକାରୀ ବିଭାଗକୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ । ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳ ଗୁରୁତର ହୋଇଛନ୍ତି । ଗୁରୁତର କନେଷ୍ଟବଳ ମେଘନାଥ ଶବର ବୋଲି ଜଣାପଡିଛି ।

ଏ ନେଇ କୋଟପାଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି  l ଗତକାଲି ବିଳମ୍ବିତ ରାତିରେ କୋଟପାଡ଼ ଥାନା ଅମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରି ବିଭାଗ ମିଳିତ ଭାବରେ ଜୟପୁର ଅବକାରୀ ବିଭାଗ IICଙ୍କ ତତ୍ୱାବଧାନରେ ଚଢାଉ କରିଥିଲେ । ଏହି ସମୟରେ ଗଞ୍ଜେଇ ମାଫିଆ ଅବକାରୀ ପୋଲିସ ଉପରେ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି ।

ମଣିପୁର ଭାଇରାଲ ଭିଡିଓ ମାମଲା, ପୀଡ଼ିତାଙ୍କ ମାଆ କହିଲେ ହିଂସା ପାଇଁ ଦାୟୀ ରାଜ୍ୟ ସରକାର

ଇମ୍ଫାଲ: ମଣିପୁର ଭାଇରାଲ ଭିଡିଓ ମାମଲା । ଜଣେ ପୀଡ଼ିତାଙ୍କ ମାଆ ଖୋଲିଲେ ମୁହଁ । କହିଲେ, ମଣିପୁର ହିଂସା ପାଇଁ ଦାୟୀ ରାଜ୍ୟ ସରକାର । ଆଗକୁ ନିଜର ଏବଂ ନିଜ ପରିବାରର ଭବିଷ୍ୟତ କ’ଣ ହେବ, ତାହା ସେ ଜାଣନ୍ତି ନାହିଁ । କିନ୍ତୁ ପରିବାର ସହ  ଆଉ ସେ ନିଜ ଗାଁକୁ ଫେରିପାରିବେ ନାହିଁ  ।

ମଣିପୁର ହିଂସା ପାଇଁ କେବଳ ମଣିପୁର ସରକାର ହିଁ ଦାୟୀ ବୋଲି କାନ୍ଦି କାନ୍ଦି କହିଛନ୍ତି ଜଣେ ପୀଡ଼ିତାଙ୍କ ମା’। ସେଦିନ ଜ୍ବାଇଁ ଓ ନାତୀକୁ ଆଖି ସାମ୍ନାରେ ହତ୍ୟା କରିଥିଲେ ଅଭିଯୁକ୍ତ । ଦାଣ୍ଡରେ ପଡ଼ିଥିଲା ଝିଅର ଇଜ୍ଜତ । ଯାହାକୁ ପୁରା ବିଶ୍ବ ଦେଖିଲା । ଏହା ପରେ ଆଉ ପରିବାର ସହ ଗାଁକୁ ଫେରିବେନି ବୋଲି କହିଛନ୍ତି ପୀଡ଼ିତାଙ୍କ ମା’ । ଗତ ମେ ୪ରେ ପୀଡ଼ିତାଙ୍କ ଉପରେ ହୋଇଥିଲା ଅତ୍ୟାଚାର । ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭାଇରାଲ ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହାରି ଭିତରେ ପୀଡ଼ିତା ଓ ତାଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । ଭିଡ଼ ଭିତରେ ନିଜ ଘରକୁ ଜାଳି ପୋଡ଼ି ପାଉଁଶ କରି ଦିଆଗଲା । ଜମିବାଡ଼ି ସବୁ ନଷ୍ଟ କରି ଦିଆଗଲା । ଆଖି ଆଗରେ ସ୍ୱାମୀ ଓ ପୁଅକୁ ହତ୍ୟା କରିଦେଲେ । ପୁଣି ଝିଅ ସହ ଯାହା ଘଟିଲା, ତାହା ପୂରା ଦେଶ ଜାଣିଛି । ୩ମାସରେ ବହୁଥର ସରକାରଙ୍କୁ ଜଣାଯାଇଥିଲା । ହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେନି ବୋଲି ମଣିପୁର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପୀଡ଼ିତାଙ୍କ ମା ।

ଅନ୍ୟପଟେ ମଣିପୁରରେ ଭିଡିଓ ଭାଇରାଲ ଘଟଣାରେ ୪ ଅଭିଯୁକ୍ତଙ୍କୁ ୧୧ ଦିନ ରିମାଣ୍ଡରେ ପୋଲିସ ନେଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତନାଘନା କରିବେ । ଏହା ପଛରେ ଆଉ କାହାର ହାତ ଅଛି ତାର ମଧ୍ୟ ଅନୁସନ୍ଧାନ କରାଯିବ । ସେପଟେ ଏଭଳି ଅମାନୁଷିକ ଓ ବର୍ବରତା ଘଟଣା ପ୍ରଶାସନ ସହ ମହିଳାଙ୍କୁ ସୁରକ୍ଷା ଗ୍ୟାରେଣ୍ଟି ଦେଉଥିବା ଜାତୀୟ ମହିଳା ଆୟୋଗଙ୍କୁ ମଧ୍ୟ ଜଣାଥିଲା ।

ଜୁନ ୧୨ ତାରିଖରେ ଏନେଇ ତିନୋଟି ମାମଲା ମହିଳା ଆୟୋଗଙ୍କ ନଜରକୁ ଆସିଥିଲା । ଏବେ ତିନି ମାସ ମଧ୍ୟରେ ତିନି ଥର ରାଜ୍ୟ ସରକାରଙ୍କୁ ଅବଗତ କରି କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପଚାରିଥିଲେ NCW ଅଧ୍ୟକ୍ଷା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ମଣିପୁର ଏବଂ ଦେଶ ବାହାରୁ ବିଭିନ୍ନ ସଂଗଠନ ଏଭଳି ଖବରକୁ ନେଇ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଖୁଲମଖୁଲା ଦୁଇ ମାସ ଧରି ଖୋଲା ଆକାଶ ତଳେ ଘୁରି ବୁଲୁଥିଲେ ଅଭିଯୁକ୍ତ । ଭିଡିଓ ଭାଇରାଲ ହୋଇନଥିଲେ ଘଟଣାକୁ ଚାପିଦେବାକୁ ସକ୍ଷମ ହୋଇଥିଲେ ରାଜ୍ୟ ସରକାର । ଯାହାକୁ ଚାରିଆଡୁ ନିନ୍ଦା କରାଯାଉଛି । ଏପଟେ ଘଟଣାରେ ସଂସଦ ଅଚଳ । ସରକାର ବିରୋଧରେ ନାରାବାଜୀ । ଦୁଇ ଦିନ ଧରି ଗୋଟିଏ ମିନିଟ ବି ଚାଲିପାରିଲାନି ଲୋକସଭା ଗୃହକାର୍ଯ୍ୟ । ସରକାରଙ୍କ ଠାରୁ ଉତ୍ତର ମାଗି ବିରୋଧୀ ସାଂସଦ ସରକାର ବିରୋଧରେ ନାରାବାଜି କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ସୋମବାର ଯାଏଁ ସ୍ଥଗିତ ରଖାଯାଇଛି ।

ପସନ୍ଦ ହେଉନି ଭାରତ, ନେପାଳ, ଶ୍ରୀଲଙ୍କା, ପାକିସ୍ତାନର ନାଗରିକତ୍ବ ଗ୍ରହଣ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତ ଛାଡୁଛନ୍ତି ଲୋକେ  । ଚଳିତବର୍ଷ ଜୁନ ସୁଦ୍ଧା ୮୭ ହଜାର ୨୬ ଜଣ ଲୋକ ଭାରତ ନାଗରିକତା ଛାଡି ଅନ୍ୟ ଦେଶକୁ ପଳାଇଛନ୍ତି  । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର  । ୨୦୧୧ରୁ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୫୦ ହଜାର ଲୋକ ଭାରତ ଛାଡି ସାରିଲେଣି  । ଗତ ତିନି ବର୍ଷ ଭିତରେ ୨୦୨୨ରେ ସର୍ବାଧିକ ଲୋକ ଭାରତର ନାଗରିକତା ତ୍ୟାଗ କରିଥିଲେ  । ୨୦୨୨ରେ ଏକ ଲକ୍ଷ ୬୩ ହଜାର ୩୭୦ ଜଣ ନାଗରିକ ଭାରତ ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଥିଲେ  । ଏହାର କାରଣ ବ୍ୟକ୍ତିଗତ କାରଣ ବୋଲି ଦର୍ଶାଇଛନ୍ତି ଏସ ଜୟଶଙ୍କର । ରୋଜଗାର ସହ ବ୍ୟକ୍ତିଗତ ସୁବିଧା କାରଣରୁ ଲୋକେ ଦେଶ ଛାଡୁଛନ୍ତି ବୋଲି ସେ କହିଛନ୍ତି । ସବୁଠୁ ବଡ଼ କଥା ହେଲା ଭାରତ ଛାଡୁଥିବା ଲୋକଙ୍କ ମଧ୍ୟରେ କିଛି ଲୋକ ନେପାଳ, ଶ୍ରୀଲଙ୍କା, ଭୁଟାନ, ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିଛନ୍ତି । ଭାରତ ଛାଡି ଏହି ସବୁଦେଶର କାହିଁକି ରହିବାକୁ ଚାହୁଛନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି  । ବିଶ୍ବର ୧୩୫ଟି ଦେଶରେ ଭାରତ ଛାଡିଥିବା ନାଗରିକ ମାନେ ନାଗରିକତ୍ବ ଗ୍ରହଣ କରିଛନ୍ତି  ।

ଉଦ୍ଧାର ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ, ମାଆଙ୍କ ସାମ୍ନାରେ ଦିଆଯାଇଥିଲା ଯୌନ ନିର୍ଯାତନା

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରୁ ଉଦ୍ଧାର ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ । ମାଆଙ୍କ ସାମ୍ନାରେ ଦିଆଯାଇଥିଲା ଯୌନ ନିର୍ଯାତନା । ମାଆଙ୍କ ସାମ୍ନାରେ ଦୁଇ ଭଉଣୀଙ୍କୁ ଅସଦାଚରଣ କରିଥିଲା ମା’ଙ୍କ ପୁରୁଷ ବନ୍ଧୁ ପ୍ରବୀଣ କୁମାର । ଉଦ୍ଧାର ପରେ ବେଲପାହାଡ଼ ଥାନାକୁ ପଠାଇଛି CWC । ଏନେଇ ବେଲପାହଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗତ ୧୭ ତାରିଖରେ ଦୁଇ ଭଉଣୀଙ୍କୁ ଅତି ନାଟକୀୟ ଢଙ୍ଗରେ ଉଦ୍ଧାର କରିଥିଲା ରେଳବାଇ ପୋଲିସ୍ । ମାଆ ଓ ତାଙ୍କ ପୁରୁଷ ବନ୍ଧୁ ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଚେନ୍ନାଇ ନେଉଥିଲେ । ସମ୍ବଲପୁର ରେଳ ଷ୍ଟେସନରୁ ଉଦ୍ଧାର କରିଥିଲା ରେଳବାଇ ପୋଲିସ୍ ।

ଚା’ ଦୋକାନରେ ବନ୍ଧୁକ ଦେଖାଇ ଦୁଇ ଭାଇଙ୍କୁ ଅପହରଣ ଅଭିଯୋଗ

ଗଞ୍ଜାମ: ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଅପହରଣ ଅଭିଯୋଗ । ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକ ଜାତୀୟ ରାଜପଥ ଏକ ଢ଼ାବା ନିକଟରେ ଚା’ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କେହି ଦୁର୍ବୁତ୍ତ ମାଉଜର ଦେଖାଇ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।  ୨ଟି କାର୍‌ରେ ପ୍ରାୟ ୪ ଜଣ ଯୁବକ ଦୋକାନ ପାଖରେ ପହଂଚି ପିସ୍ତଲ ଦେଖାଇ କେହି କିଛି ବୁଝିବା ପୂର୍ବରୁ ଦୁଇ ଭାଇଙ୍କୁ ଗାଡ଼ିରେ ବସାଇ ଛତ୍ରପୁର ପଟେ ଚମ୍ପଟ ମାରିଥିଲେ l ଏନେଇ ସଙ୍ଗେ ସଙ୍ଗେ ପରିବାର ଲୋକ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ l ଏହାକୁ ବିରୋଧ କରି ଅନ୍ୟ ଦୋକାନୀ ମାନେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l ଫଳରେ ସେଠାରେ ଚାପା ଉତ୍ତେଜନା ଦେଖାଦେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ପୋଲିସ ଆସିବା ପରେ ସ୍ଥାନୀୟ ଅଂଚଳ ଲୋକ ମାନେ ପ୍ରବଳ ହୋହଲ୍ଲା କରିଥିଲେ l କିଏ କାହିଁକି ୨ଭାଇଙ୍କୁ କିଡନାପ୍ କରିଛି ସ୍ପଷ୍ଟ ହୋଇନି ।

ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନବୀନଙ୍କ ନାଁରେ ନୂଆ ରେକର୍ଡ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ । ନବୀନଙ୍କ ରାଜନୈତିକ କ୍ୟାରିଅରରେ ଯୋଡ଼ିହେଲା ନୂଆ ରେକର୍ଡ । ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ୨୫ବର୍ଷ ଜନସେବାରେ ଏଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ ।

ସେ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହୋଇଛି ନୂଆ ରେକର୍ଡ । ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ବିଜେଡି କହିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ୨୦୨୪ରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତ ରାଜନୀତିର ସବୁ ରେକର୍ଡ ହାସଲ କରିବେ । ୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ । ନବୀନ ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୩ ବର୍ଷ ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ । ଶ୍ରେଷ୍ଠ ପ୍ରଶାସନ, ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ  । ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ସେହିପରି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।

୧୭ ପ୍ରସ୍ତାବକୁ ମୋହର ମାରିଲା ରାଜ୍ୟ କ୍ୟାବିନେଟ, ଚାଷୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ବର: ଆହୁରି ସଶକ୍ତ ହେବ ମିଶନ ଶକ୍ତି । ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଓ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ସେମାନେ ନିଜ ପସନ୍ଦର ସ୍କୁଟର କିଣିବା ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରିପାଇବେ । ଏଥିପାଇଁ ୫ ବର୍ଷରେ ୫୨୮.୫୫ କୋଟି ଟଙ୍କାର ବଜେଟ ନିର୍ଦ୍ଧାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମିଶନ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ମଂଜୁରି ମିଳିଛି । ଏହାସହ ମୋଟ ୧୭ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର । ସେହପରି କର୍କଟ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂଦେହୀ ଡାକରା । କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ନୂଆ ଯୋଜନା ।

ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଚାଷୀ ମାନଙ୍କ ଆର୍ଥିକ ବିକାଶ ପାଇଁ ହାତ ଖୋଲି ଦେଲେ ସରକାର । ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ । ଚଳିତ ଆର୍ଥିକ ବର୍ଷରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ଓଡ଼ିଶା ରାଜ୍ୟ ସମବାୟ ବିପ୍ପଣନ ସଂଘ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରିଛନ୍ତି ସରକାର ।

ବନ ସୁରକ୍ଷା ସମିତି କୋଠା ନିର୍ମାଣ ପାଇଁ ସରକାରଙ୍କ ନୂଆ ଯୋଜନା । ପ୍ରତି ଜିଲ୍ଲାରେ କୋଠା ନିର୍ମାଣ କାମ ହେବ ତ୍ବରାନ୍ବିତ । ସରକାରୀ ଉଦ୍ୟୋଗ, କମ୍ପାନୀ, ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାକି ପଡିଥିବା ଜଳକର ଏଣିକି ଏକକ ଭାବେ ପରିଶୋଧ କରିହେବ । ଏଥିପାଇଁ ଜଳସଂପଦ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ସେମିକଣ୍ଡକ୍ଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଲା ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ଦିଆଯିବ ପ୍ରୋତ୍ସାହନ ।

ଏକ ଲକ୍ଷ ଲାଞ୍ଚ ନେଇ ଧରାପଡିଲେ IIC ପୁଷ୍ପଲତା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ହରଭଙ୍ଗା ଆଇଆଇସି ପୁଷ୍ପଲତା ରାଉତରାୟ । ବାଲିଘାଟ ଠିକାଦାରଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ସିଜ ହୋଇଥିବା ହାଇୱା ଓ ବାଲିଘାଟରେ ବାଲି ଉଠାଣ ନିୟମ କୋହଳ ପାଇଁ ଅର୍ଥ ଦାବି କରୁଥିଲେ ଆଇଆଇସି । ଆଜି ସମ୍ପୃକ୍ତ ଠିକାଦାର ଲଫାପାରେ ଏକ ଲକ୍ଷ ଟଙ୍କା ଦେଲା ବେଳେ ଧରପଡିଛନ୍ତି ଆଇଆଇସି । ବ୍ରହ୍ମପୁର ଭିଜିଲାନ୍ସ ଟିମ ଦ୍ୱାରା ଚଢ଼ାଉ ।