ରିଲ୍ସ ନିଶା ହେଲା କାଳ। ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକର ମୃତ୍ୟୁ। ଏ ହେଉଛି ରିଲ୍ସ କରିବା ସମୟର ଭିଜୁଆଲ। ଟ୍ରେନ ଲାଇନ ଉପରେ ଠିଆ ହୋଇ ରିଲ୍ସ କରିବା ସମୟରେ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଟ୍ରେନ। ଟ୍ରେନ ଧକ୍କାରେ ନାବାଳକଙ୍କ ମୁଣ୍ଡରେ ମାଡ଼ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ସୁଟିଂ କରୁଥିଲେ। ପୁରୀ ଚନ୍ଦନପୁର ଥାନା ଅଧିନ ଜାନକାଦେଇପୁର ଷ୍ଟେସନରେ ଘଟିଛି ଏଭଳି ଅଘଟଣ । ମା ଦକ୍ଷୀଣକାଳୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ଟ୍ରେନ ଲାଇନରେ ରିଲ୍ସ କରିବା ବେଳେ ଜୀବନ ଯାଇଛି। ମୃତ ନାବାଳକ ପୁରୀ ଵାସେଳି ସାହି ମଙ୍ଗଳାଘାଟର ବିଶ୍ବଜିତ ସାହୁ ବୋଲି ଜଣାପଡିଛି।
ତାମିଲନାଡୁରେ ଲଘୁଚାପ ଜନିତ ବର୍ଷାର ତାଣ୍ଡବ
ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁରେ ଲଘୁଚାପ ଜନିତ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଓ ପବନରୁ ରାଜଧାନୀ ଚେନ୍ନାଇରେ ଉପୁଡିଲା ଗଛ। ଅନେକ ସ୍ଥାନରେ ଗଛ ଉପୁଡି ବିଦ୍ୟୁତ ତାର ଛିଡି ଯାଇଛି। ରାସ୍ତାରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ସ୍ଥିତି ଲାଗି ରହିଥିବାରୁ ଆଜି ୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ଥୁଥୁକୁଡ଼ିରେ ଜଳମଗ୍ନ ହୋଇପଡିଛି ଅନେକ ଅଂଚଳ। ତଳିଆ ଅଂଚଳରେ ପାଣି ଜମି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଆଜି ପାଇଁ ସ୍କୁଲ ଛୁଟି ଘୋଷଣା । ଚେନ୍ନାଇ, ତିରୁଭଲ୍ଲୁର, ଭିଲିପୁରମ, କାଲାକୁରିଚି, କୁଡାଲୋର, ତଂଜଭୁର, ତିରୁଭରୁର, ମାଇଲାଦୁଥୁରାଇରେ ସ୍କୁଟ ଛୁଟି ଘୋଷଣା କରିଛନ୍ତି ସରକାର।
ସାର ପରେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ବାରହା
ନନ୍ଦିଘୋଷ ବ୍ୟୁରୋ: ସାର ପରେ ଏବେ ପୁଣି ଚାଷୀଙ୍କୁ ଘାରିଛି ଫସଲ ସୁରକ୍ଷା ଚିନ୍ତା। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଜେନାପୁର ଗାଁରେ ଆତଙ୍କ ଖେଳାଇଛନ୍ତି ବାରହା। ଧାର କରଜ କରି ଚାଷ କରିଥିବା ଚାଷୀର ହେକ୍ଟର ହେକ୍ଟର ଫସଲ ନଷ୍ଟ କରୁଛନ୍ତି ବାରହା। ଅନ୍ୟ ଉପାୟ ନ ପାଇ ନିଜ ଜମିର ଫସଲକୁ ବାରାହା କବଳରୁ ରକ୍ଷା କରିବା ପାଇଁ ମଞ୍ଚା କରି ଜଗି ରହିଛନ୍ତି ଚାଷୀ। ପାଳି କରି ବିଲରେ ପହରା ଦେଉଛନ୍ତି ଚାଷୀ। ବାରହାକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇବା ସହ ମାଇକ ଲଗାଇ ରାତି ଉଜାଗର ରହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଡ୍ରେସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ
ନନ୍ଦିଘୋଷ ବ୍ୟୁରୋ: ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ନିକଟ ଏକ କପଡ଼ା ଦୋକାନରେ ଭୟବହ ଅଗ୍ନିକାଣ୍ଡ ।ଲକ୍ଷାଧିକ ଟଙ୍କାର ପୋଷାକ ପୋଡି ନଷ୍ଟ ହୋଇଥିବା ସୂଚନା ରହିଛି। ଗୁଣୁପୁର ଓ ଗୁମୁଡା ଅଗ୍ନିଶମ ବାହିନୀ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରୁଛି ଅଗ୍ନିଶମବାହିନୀ। ବିଳମ୍ବିତ ରାତିରେ ନିଆଁ ଲାଗିଥିବାବେଳେ ତିନି ମହଲା କୋଠା ଉପରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମବାହିନୀ। କେମିତି ଲାଗିଲା ନିଆଁ ଅନୁସନ୍ଧାନ କରୁଛି ଅଗ୍ନିଶମବାହିନୀ।

