spot_img
Home Blog Page 2863

କଳାହାଣ୍ଡି ଜିଲ୍ଲାରେ ବିଜେଡି କର୍ମକର୍ତ୍ତା ନିଯୁକ୍ତ

କଳାହାଣ୍ଡି : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ କଳାହାଣ୍ଡି ଜିଲ୍ଲା ବିଜେଡି । ଜିଲ୍ଲାରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇ ଉପସଭାପତିଙ୍କୁ ବିଜେଡି କର୍ମକର୍ତ୍ତା ଭାବେ ନିଯୁକ୍ତି ଦିଆଯାଇଛି । ଅଶେଶ୍ୱର ବାଗ ଓ କୀର୍ତ୍ତନ ସାହୁ ହେଲେ ଉପସଭାପତି । ଭବାନୀ ଶଙ୍କର ମିଶ୍ର ହେଲେ ସାଧାରଣ ସଂପାଦକ । ବଦ୍ରି ନାରାୟଣ ପଟ୍ଟନାୟକଙ୍କୁ ମଧ୍ୟ ସାଧାରଣ ସଂପାଦକ ଦାୟିତ୍ୱ ଦିଆଯାଇଛି  । କର୍ମକର୍ତ୍ତା ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୂଚନା

ସୀମା ପାରରୁ ଆସିଥିଲା ଜୁଲି, ଏବେ ପଠାଉଛି ସାଙ୍ଗରେ ଯାଇଥିବା ସ୍ୱାମୀଙ୍କ ରକ୍ତାକ୍ତ ଫଟୋ

ନୂଆଦିଲ୍ଲୀ : ପୁଣି ସୀମା ହାଇଦର କେସ୍ ରିପିଟ୍  । ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମୋରଦାବାଦରୁ ପୁଅକୁ ବଞ୍ଚାଇବାକୁ ମାଆ କରୁଛି ଗୁହାରି । ତାଙ୍କ ଅଭିଯୋଗ ଯେ, ବାଂଲାଦେଶରୁ ଆସିଥିବା ଜୁଲି ନାମକ ଜଣେ ମହିଳା ପ୍ରଥମେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କ ପୁଅକୁ ବିବାହ କରିଥିଲେ ଏବଂ ପରେ ତାଙ୍କୁ ବାଂଲା ଦେଶ ନେଇ ଯାଇଥିଲେ  । ହେଲେ ଏବେ ସେ ପୁଅର ରକ୍ତ ଭିଜା ଫଟୋ ପଠାଉଛି ।

ପଡୋଶୀ ଦେଶ ବାଂଲାଦେଶର ବାସିନ୍ଦା ଜୁଲି ଫେସବୁକରେ ମୋରଦାବାଦର ଯୁବକ ଅଜୟଙ୍କ ପ୍ରେମରେ ପଡି ଭାରତ ଚାଲି ଆସିଥିଲେ । ଆଉ ସାଙ୍ଗରେ ଆସିଥିଲା ତାର ୧୧ ବର୍ଷୀୟ ଝିଅ । ଏଠାକୁ ଆସିବା ପରେ ସେ ସନାତନ ଧର୍ମ ଅନୁଯାୟୀ ହିନ୍ଦୁ ରୀତିନୀତିରେ ଅଜୟଙ୍କୁ ବିବାହ କରି ପୁଣି ସ୍ୱେଦଶ ଫେରିଯାଇଥିଲେ  । ପରେ ଜୁଲି କୌଣସି ବାହାନା କରି ଅଜୟଙ୍କୁ ମଧ୍ୟ ବାଂଲାଦେଶକୁ ଡାକି ଦେଇଥିଲେ । ଏହାର ତିନି ଚାରି ମାସ ପରେ ଜୁଲି , ଅଜୟର ମାଆଙ୍କ ନମ୍ବରକୁ ଅଜୟଙ୍କ ଲହୁଲୁହାଣ ଅବସ୍ଥାର ଏକ ଫଟୋ ପଠାଇଛି । ଏହାକୁ ଦେଖି ଚିନ୍ତିତ ହୋଇପଡିଥିଲେ ସେ । ନିଜ ପୁଅକୁ ସୁରକ୍ଷିତ ବାଂଲାଦେଶରୁ ଭାରତକୁ ଫେରାଇ ଆଣିବାକୁ ଏସଏସପିଙ୍କୁ ଗୁହାରି କରିଛନ୍ତି ।

ଅଜୟଙ୍କ ମାଆଙ୍କ କହିବା ଅନୁଯାୟୀ, ଜୁଲିକୁ ବିବାହ ପରେ ସେ ଅଜୟକୁ ବାଂଲାଦେଶର ବର୍ଡର ଯାଏଁ ତାକୁ ଛାଡି ଦେବାକୁ କହିଥିଲା ଏବଂ ପରେ ପାସପୋର୍ଟ ଓ ଭିସା ବନାଇ ପରେ ଅଜୟକୁ ଆସିବାକୁ କହିଥିଲା । ସେଥିପାଇଁ ମୋ ପୁଅ ତାକୁ ଛାଡିବାକୁ ବାଂଲାଦେଶ ବର୍ଡର ଯାଏଁ ଯାଇଥିଲା ହେଲେ ପରେ ଫୋନରେ ଜଣାଇଥିଲା କି ସେ ଭୁଲରେ ଜୁଲି ସହି ବର୍ଡର କ୍ରସ କରି ପଲାଇଯାଇଛି ଏବଂ ୧୦-୧୫ ଦିନ ଭିତରେ ଭାରତ ଫେରିଆସିବ । ହେଲେ ଏହି କଥାକୁ ୨ ମାସ ବିତିଗଲାଣି  । ଆଉ କେହି ଏବେ ସେହି ନମ୍ବରରେ ଅଜୟର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫଟୋ ପଠାଇଛି ।

ପୁଣି ବଢୁଛି ଯମୁନା ଜଳସ୍ତର, ଦିଲ୍ଲୀରୁ ଆଗ୍ରା ସବୁଠି ବନ୍ୟା ଭୟ

ନୂଆଦିଲ୍ଲୀ : ପୁଣି ଡରାଉଛି ଯମୁନା । ଜଳସ୍ତର ବଢୁଥିବାରୁ ଦିଲ୍ଲୀରୁ ଆଗ୍ରା ସବୁଠି ବନ୍ୟା ଭୟ । ଆଜି ସକାଳୁ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣି ଥରେ ୨୦୬ ମିଟର ଛୁଇଁଛି । ତେବେ ତଳିଆ ଅଞ୍ଚଳବାସୀ ବନ୍ୟା ଆଶ୍ରୟସ୍ଥଳ ଛାଡ଼ି ନଯିବାକୁ ଅପିଲ କରିଛନ୍ତି ଦିଲ୍ଲୀ ସରକାର । ଲୋକ ନିର୍ମାଣ ବିଭାଗ ଓ ଦିଲ୍ଲୀ ମହାନଗର ନିଗମ ଟିମ୍ ସହର ସାରା ସଫେଇ କାର୍ଯ୍ୟ ଚଳାଇଛନ୍ତି ।

ଆଜି ବି ଦିଲ୍ଲୀରେ ବର୍ଷା ସମ୍ଭାବନା ରହିଥିବା ବେଳେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦିଲ୍ଲୀ ସମେତ ନୋଏଡା, ଗ୍ରେଟର ନୋଏଡାରେ ବି ସମ୍ଭାବ୍ୟ ବନ୍ୟା ନେଇ ସତର୍କତା ଜାରି କରାଯାଇଛି । ତାଜମହର ବଗିଚା ଭିତରେ ବି ପାଣି ପଶିଥିବା ବେଳେ କୌଣସି ସ୍ମାରକୀ କ୍ଷତିଗ୍ରସ୍ତ ହୋଇ ନଥିବା ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୁହାଯାଇଛି । ଏହାଛଡ଼ା ତାଜମହଲ ବେସମେଣ୍ଟକୁ ବି ପାଣି ପଶି ନଥିବା କହିଛି ପ୍ରତ୍ନତତ୍ତ୍ବ ବିଭାଗ ।

୧୯୭୮ ମସିହା ପ୍ରବଳ ବନ୍ୟାରେ ବି ପାଣି ମୁଖ୍ୟ ସମାଧିକୁ ଛୁଇଁ ପାରି ନଥିଲା । ବନ୍ୟାପାଣି ଯେପରି ସମାଧିସ୍ଥଳ ନଛୁଇଁପାରିବ ସେହିଭଳି ଡିଜାଇନରେ ଏହାର ନିର୍ମାଣ କରାଯାଇଛି ବୋଲି ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଫିସର କହିଛନ୍ତି । ସେପଟେ ଉତ୍ତର ଭାରତର ୫ ରାଜ୍ୟରେ ବି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି IMD । ଆସନ୍ତା ୨୧ ତାରିଖ ଯାଏଁ ସତର୍କତା ଜାରି କରାଯାଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ସେଣ୍ଟ୍ରାଲ ଇଣ୍ଡିଆର ଅଧିାକାଂଶ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ମାମଲା : ତତ୍କାଳ ଶୁଣାଣି ପାଇଁ କୋର୍ଟଙ୍କ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ :  ମାନହାନି ମାମଲାରେ ରାହୁଲଙ୍କୁ ଦଣ୍ଡାଦେଶ ମାମଲା । ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟରେ ବି ସଜା କାଏମ ରହିଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିବା ବେଳେ ତତ୍କାଳ ଶୁଣାଣି ପାଇଁ ରାଜି ହୋଇଛନ୍ତି କୋର୍ଟ। ମୋଦି ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ଆସୁଛି ଆଉ ଏକ ଲଘୁଚାପ: କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ଆସନ୍ତାକାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ସଂଗୀନ ହୋଇପାରେ ।

ଅଧିକାଂଶ ଜିଲ୍ଲାରେ ୨ଶହ ମିଲିମିଟରରୁ ଅଧିକ ବର୍ଷାହେବା ସମ୍ଭାବନା ରହିଛି । ଗତକାଲିର ଘୂର୍ଣ୍ଣିବଳୟ ଆଜି ମଧ୍ୟ ପଶ୍ଚିମ ଝଡ଼ଖଣ୍ଡ ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଏନକାଉଣ୍ଟର ; ୪ ଆତଙ୍କବାଦୀ ନିପାତ୍

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ । ଗତକାଲି ରାତି ସାଢ଼େ ୧୧ଟାରେ ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଉଭୟପଟୁ ଗୁଳି ଚାଳନା ହୋଇଥିବା ବେଳେ ରାତି ତମାତ ଡ୍ରୋନ ଓ ନାଇଟ ସର୍ଭିଲାନ୍ସ ସହଯୋଗରେ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ଆଜି ସକାଳୁ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ନିହତ ୪ ଆତଙ୍କବାଦୀ ବିଦେଶୀ ନାଗରିକ ହୋଇଥିବା ସନ୍ଦେହ କରଯାଉଛି । ସେମାନଙ୍କ ନିକଟରୁ ୪ ଏକେ ୪୭ ରାଇଫଲ୍ସ ଜବତ ହୋଇଛି । ଏବେ ବି ପୁଞ୍ଛ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମନ ଚାଣ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ :  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡିଙ୍କ ପରଲୋକ । ୭୯ ବର୍ଷ ବୟସରେ ଓମନଙ୍କ ନିଧନ । ଅସୁସ୍ଥତା ଯୋଗୁ ଗତ କିଛିଦିନ ଧରି ବେଙ୍ଗାଳୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ଥିଲେ । ଆଜି ସକାଳୁ ତାଙ୍କର ପରଲୋକ ଘଟିଛି । ଏ ନେଇ କେରଳ ପିସିସି ସଭାପତି କେ ସୁଧାକରଣ ସୂଚନା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ ଯୋଗୁ ଆଜି କେରଳରେ ଛୁଟି ଘୋଷଣା କରାଯାଇଛି ।

OTP ସେୟାରିଂ ମାମଲା : ଗୁଇନ୍ଦା ତଥ୍ୟ ଲିକ୍ ପାଇଁ ବିଦେଶ ଯାଇଥିଲା ଦେଶଦ୍ରୋହୀ

ଭୁବନେଶ୍ୱର : ଦୁବାଇ, ପାକିସ୍ତାନ ବୁଲିବାକୁ ଯାଇଥିଲେ ଦେଶଦ୍ରୋହୀ । ଓଟିପି ସେୟାରିଂ ମାମଲାରେ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅଭିଜିତ ସଞ୍ଜୟ ଜାମ୍ବୁରେ, ପଠାଣି ସାମନ୍ତ ଓ ପଶ୍ଚିମବଙ୍ଗର ଗୁଡୁ କୁମାର ଗୁଇନ୍ଦା ତଥ୍ୟ ଲିକ ପାଇଁ ବିଦେଶ ଯାଇଥିଲେ । NIA ତଦନ୍ତ ସମୟରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି ।

ସେଠାରେ କାହାକୁ ଭେଟିଥିଲେ ? କି ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ NIA । ସେପଟେ କୋର୍ଟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନଥିବାରୁ ଆଜି ପଠାଣି ସାମନ୍ତକୁ ରିମାଣ୍ଡରେ ନେବନି ପଶ୍ଚିମବଙ୍ଗ STF । ଏବେ ମଧ୍ୟ ୧୦୦ ଏଜେଣ୍ଟ ମ୍ୟୁଲ ଆକାଉଣ୍ଟ, ପ୍ରି ଆକ୍ଟିଭେଟ ସିମ୍ ଜରିଆରେ କାରବାର ଚଳାଇଥିବା ନେଇ ସୂଚନା ପାଇଛି ଓଡ଼ିଶା STF । ତଦନ୍ତ ସମୟରେ ହାନିଟ୍ରାପରେ ଅଧିକାଂଶ ଫସୁଥିବା ଜଣାପଡିଛି ।

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ବାମୀ

ବାଲେଶ୍ବର  : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ବାମୀ । ହତ୍ୟା ପରେ ସ୍ତ୍ରୀ ପାଖରେ ଶୋଇ ପଡିଲା ସ୍ବାମୀ । ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ପଶ୍ଚିମବାଡ଼ ପଞ୍ଚାୟତର ଲିଲିଙ୍କୁ ବିବାହ କରିଥିଲେ ।

ବିବାହ ପର ଠାରୁ ଲିଲିଙ୍କୁ ସ୍ବାମୀ ଓ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ବାମୀ ଅର୍ଜୁନ, ସ୍ତ୍ରୀ ଲିଲିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ବଢୁଛି ବ୍ରିଜଭୂଷଣ ସିଂଙ୍କ ଅଡୁଆ, ଆଜି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ : ବ୍ରିଜଭୂଷଣ  କୁସ୍ତି ଯୋଦ୍ଧାଙ୍କୁ ଯୌନଶୋଷଣ ମାମଲା । ବଢୁଛି ବ୍ରିଜଭୂଷଣ ଅଡ଼ୁଆ । ଆଜି ଦିଲ୍ଲୀର ରେଜ୍ ଆଭେନ୍ୟୁ କୋର୍ଟରେ ହାଜର ବ୍ରିଜଭୂଷଣ ଶରଣ ସିଂହ । ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗମ୍ଭୀର ଧାରାରେ ମାମଲା ରୁଜୁ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କହି ସମନ କରିଥିଲେ କୋର୍ଟ । ଦି

ଲ୍ଲୀ ପୋଲିସ ଜୁନ୍ ୧୫ ତାରିଖରେ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୋଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା । ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ସମ୍ବନ୍ଧିତ ଆଇପିସି ଧାରା ୩୫୪, ୩୫୪-ଏ ଓ ୩୫୪-ଡି ଏବଂ ବିନୋଦ ତୋମାରଙ୍କ ବିରୋଧରେ ଧାରା ୧୦୯, ୩୫୪, ୩୫୪-ଏ ଓ ୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ଅଲିମ୍ପିକ୍ ଏବଂ ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କ ସମେତ କୁସ୍ତିଯୋଦ୍ଧାମାନେ ଗତ ଜାନୁଆରୀରେ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣାରେ ବସିଥିଲେ । କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି କୁସ୍ତିଯୋଦ୍ଧା। ବ୍ରିଜଭୂଷଣ ଦୋଷୀ ସାବ୍ୟସ୍ତ ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ।