spot_img
Home Blog Page 2862

ଚନ୍ଦ୍ରଯାନ-୩ ଟାଇମଲାଇନ୍: କିଛି ଏମିତି ଥିଲା ଯାତ୍ରା

ନୂଆଦିଲ୍ଲୀ: ବିଶ୍ବ ଦେଖିଲା ଭାରତର ଦମ୍ । ଜହ୍ନରେ ଭାରତ ଲେଖିଲା ନାଁ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ-୩ । ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ବି ଭାରତ ହୋଇଛି ବିଶ୍ବରେ ପ୍ରଥମ । ମିଶନ ମୁନର ସଫଳତା ପରେ ସାରା ଦେଶରୁ ଇସ୍ରୋ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ । ଏହି ସଫଳତା ପରେ ଆମେରିକା, ଋଷ ଓ ଚୀନ ପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଏହି ବିରଳ ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଛୁଟିଛି ଶୁଭେଚ୍ଛା ସୁଅ । ତେବେ କିପରି ଥିଲା ଭାରତର ମୁନ୍ ମିଶନ ଆସନ୍ତୁ ଜାଣିବା…

ଜୁଲାଇ ୧୪: ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଅପରାହ୍ନ ୨ଟା ୩୫ରେ ଏଲଏମଭି-୩ ରକେଟ ଯୋଗେ ସଫଳତାର ସହ ମହାକାଶକୁ ପଠାଗଲା ।

ଜୁଲାଇ ୧୫: ଚନ୍ଦ୍ରଯାନର ପ୍ରଥମ କକ୍ଷପଥ ବଦଳା ଯାଇଥିଲା । ପୃଥିବୀଠାରୁ ସର୍ବନିମ୍ନ ୧୭୩ ଓ ସର୍ବାଧିକ ୪୧,୭୬୨ କି.ମି. ଦୂରରେ ଏହା ପୃଥିବୀକୁ ପ୍ରଦକ୍ଷିଣ କଲା ।

ଜୁଲାଇ ୧୭: ଚନ୍ଦ୍ରଯାନ-୩ର ଦ୍ବିତୀୟ ଥର ପାଇଁ କକ୍ଷପଥ ବଦଳାଗଲା । ଯାହାଫଳରେ ପୃଥିବୀ ଠାରୁ ଏହା ସର୍ବନିମ୍ନ ୨୨୬ ଓସର୍ବାଧିକ ୪୧,୬୦୩ କି.ମି. ଦୂରରେ ରହିଲା ।

ଜୁଲାଇ ୧୮: ଚନ୍ଦ୍ରଯାନ-୩ର କକ୍ଷପଥ ତୃତୀୟ ଥର ଲାଗି ପରିବର୍ତ୍ତନ କରାଗଲା। ଏହା ପୃଥିବୀଠାରୁ ସର୍ବନିମ୍ନ ୨୨୮ ଓ ସର୍ବାଧିକ ୫୧,୪୦୦ କି.ମି. ଦୂରରେ ପରିକ୍ରମା କଲା ।

ଜୁଲାଇ ୨୦: ଚତୁର୍ଥ ଥର ପାଇଁ ଚନ୍ଦ୍ରଯାନର କକ୍ଷ ପରିବର୍ତ୍ତନ କରାଯାଇ ଏହାକୁ ପୃଥିବୀ ଠାରୁ ସର୍ବନିମ୍ନ ୨୩୩ ଓ ସର୍ବାଧିକ ୭୧,୩୫୧ କି.ମି, ଦୂର କରାଗଲା ।

ଜୁଲାଇ ୨୫: ଚନ୍ଦ୍ରଯାନର ପଞ୍ଚମ କକ୍ଷପଥ ପରିବର୍ତ୍ତନ ସଫଳତାର ସହ ସମ୍ପନ୍ନ ହେଲା। ଏହା ପୃଥିବୀ ଠାରୁ ସର୍ବନିମ୍ନ ୨୩୬ ଓ ସର୍ବାଧିକ ୧,୨୭,୨୦୯ କି.ମି. ଦୂରରେ ପ୍ରଦକ୍ଷିଣ କରିବାକୁ ଲାଗିଲା।

ଅଗଷ୍ଟ ୧: ଚନ୍ଦ୍ରଯାନକୁ ପୃଥିବୀର କକ୍ଷପଥରୁ ବାହାର କରାଯାଇ ସ୍ନିଂସଟ ମାଧ୍ଯମରେ ଚନ୍ଦ୍ର ଆଡକୁ ଛଡାଗଲା ।

ଅଗଷ୍ଟ ୫: ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା । ସେହି ସମୟରେ ଏହା ଚନ୍ଦ୍ରଠାରୁ ସର୍ବନିମ୍ନ ୧୬୪ ଓ ସର୍ବାଧିକ ୧୮,୦୭୪ କି.ମି ଦୂରରେ ପ୍ରଦକ୍ଷିଣ କଲା ।

ଅଗଷ୍ଟ ୬: ଚନ୍ଦ୍ରଯାନର ଦ୍ବିତୀୟ କକ୍ଷପଥ ହ୍ରାସ ସଫଳତାର ସହ ସମ୍ପନ୍ନ ହେଲା । ଏହା ଚନ୍ଦ୍ରଠାରୁ ସର୍ବନିମ୍ନ ୧୭୦ ଓ ସର୍ବାଧିକ ୪,୩୧୩ କି.ମି ଦୂରରେ ପ୍ରଦକ୍ଷିଣ କଲା ।

ଅଗଷ୍ଟ ୯: ଚନ୍ଦ୍ରଯାନର ତୃତୀୟ କକ୍ଷପଥ ପରିବର୍ତ୍ତନ କରାଗଲା ।

ଅଗଷ୍ଟ ୧୪: ଚତୁର୍ଥ ଥର ଲାଗି ଚନ୍ଦ୍ରଯାନର କକ୍ଷପଥ ବଦଳାଗଲା । ଏହି ସମୟରେ ଚନ୍ଦ୍ରଠାରୁ ଚନ୍ଦ୍ରଯାନର ସର୍ବନିମ୍ନ ଦୂରତା ୧୫୧ ଓ ସର୍ବାଧିକ ୧୭୯ କି.ମି ରହିଲା ।

ଅଗଷ୍ଟ ୧୬: ଚନ୍ଦ୍ରଯାନର ପଞ୍ଚମ କକ୍ଷ ବଦଳାଗଲା। ଏହି ସମୟରେ ଚନ୍ଦ୍ରଠାରୁ ଏହାର ଦୂରଦା ସର୍ବନିମ୍ନ ୧୫୩ ଓ ସର୍ବାଧିକ ୧୬୩ ରହିଲା ।

ଅଗଷ୍ଟ ୧୭: ପ୍ରପଲସନ ମଡ୍ୟୁଲରୁ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେଲା। ଲ୍ୟାଣ୍ଡର ମଡ୍ୟୁଲରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସାମିଲ ।

ଅଗଷ୍ଟ ୧୮: ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେଲା । ଏହି ସମୟରେ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭ କି.ମି. ଦୂରରେୟ ଚନ୍ଦ୍ରଯାନ ପରିଭ୍ରମଣ କଲା।

ଅଗଷ୍ଟ ୨୦: ଚନ୍ଦ୍ରଯାନର ଅନ୍ତିମ ଡିବୁଷ୍ଟିଂ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହେଲା । ଏହି ସମୟରେ ଚନ୍ଦ୍ରଠାରୁ ଲ୍ୟାଣ୍ଡରର ସର୍ବନିମ୍ନ ଦୂରତା ୨୫ ଓ ସର୍ବାଧିକ ଦୂରତା ୧୩୪ କି.ମି. ରହିଲା ।

ଅଗଷ୍ଟ ୨୩: ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କଲା । ପ୍ରଥମ ଦେଶ ଭାବେ ଏହା କରି ଇତିହାସ ରଚିଲା ଭାରତ ।

ଭାରତୀୟ କୁସ୍ତି ସଂଘର ସଦ୍ୟସତା ରଦ୍ଦ, ୟୁନାଇଟେଡ୍ ଓ୍ବାଲଡ ରେସଲିଂରୁ WFI ସସପେଣ୍ଡ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ସଦ୍ୟସତା ରଦ୍ଦ । ୟୁନାଇନେଟ ଓ୍ବାଲଡ ରେସଲିଂରୁ WFI ସସପେଣ୍ଡ । ୪୫ ଦିନ ମଧ୍ୟରେ ସଂଘ ନିର୍ବାଚନ ନହେବାରୁ ପଦକ୍ଷେପ ନେଇଛି ୟୁନାଇଟେଡ୍ ଓ୍ବାଲଡ ରେସଲିଂ । ବିଭନ୍ନ ବିବାଦରେ ଛନ୍ଦି ହୋଇଥିଲା WFI । ଫଳରେ ସଂଘ ନିର୍ବାଚନ ହୋଇ ନପାରିବାରୁ ୟୁନାଇଟେଡ ଓ୍ବାଲଡ ରେସଲିଂ ଭାରତୀୟ କୁସ୍ତି ସଂଘ ସଦସ୍ୟତା ରଦ୍ଦ କରିଛି । କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଫସିଛନ୍ତି ପୂର୍ବତନ ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂ । ୨୦୨୩ ଜୁନରେ ଭାରତୀୟ କୁସ୍ତି ସଂଘ ନିର୍ବାଚନ ପାଇଁ ସ୍ଥିର କରାଯାଇଥିଲା । ମାତ୍ର କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି କୁସ୍ତିଯୋଦ୍ଧାରଙ୍କ ଧାରଣା ଯୋଗୁ ନିର୍ବାଚନ ହୋଇପାରିନଥିଲା । କୁସ୍ତି ସଂଘ ନିର୍ବାଚନ ବିଳମ୍ବ ହେଲେ ସଦସ୍ୟତା ରଦ୍ଦ କରିବା ନେଇ ୟୁନାଇନେଟ ଓ୍ବାଲଡ ରେସଲିଂ ପକ୍ଷରୁ ସତର୍କ କରାଯାଇଥିଲ ।

ଏହି କାରଣରୁ ଏସିଆ କପ ଦଳରେ ସ୍ଥାନ ପାଇଲେନି ଚହଲ

ନୂଆଦିଲ୍ଲୀ: ଏସିଆ କପ ପାଇଁ ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ସଞ୍ଜୁ ସାମସନ ବ୍ୟାକଅପ ଖେଳାଳିଭାବେ ରହିଛନ୍ତି । ଦୁଇ ସ୍ପିପର ଅଶ୍ବିନୀ ଏବଂ ଜାଡ଼େଜା ଦଳରେ ସ୍ଥାନ ପାଇନାହାନ୍ତି । ଯାହାକୁ ଅନେକ କ୍ରିକେଟପ୍ରେମୀ ସହଜରେ ଗ୍ରହଣ କରିପାରିନାହାନ୍ତି । ତେବେ ଚହଲ ଦଳରେ ସ୍ଥାନ ନପାଇବାର କାରଣ କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଦଳରେ ୮ ନମ୍ବର ଏବଂ ୯ ନମ୍ବରରେ ବ୍ୟାଟିଂ କରିବା ଭଳି ଜଣେ ଖେଳାଳିଙ୍କ ଆବଶ୍ୟକ ରହିଛି । ଯିଏକି ବୋଲିଂ ସାଙ୍ଗକୁ ବ୍ୟାଟିଂ ଭାର ମଧ୍ୟ ସମ୍ଭାଳିପାରିବେ । ଯାହାକି ଚହଲ ସମ୍ଭାଳିବା ଅସମ୍ଭବ । ଦିନକିଆରେ ଚହଲଙ୍କ ବ୍ୟାଟିଂ ଯଦି ଦେଖିବା ତାହେଲେ ଖରାପ ରହିଛି । କିନ୍ତୁ ତାଙ୍କ ଅପେକ୍ଷା କୁଲଦୀପ ଯାଦବଙ୍କ ବ୍ୟାଟିଂ ଭଲ ରହିଛି । ଅନ୍ୟପଟେ ଯଦି ଅକ୍ଷର ପଟେଲଙ୍କ କଥା କହିବା ତାହେଲେ ସେ ଜଣେ ଦକ୍ଷ ଅଲରାଉଣ୍ଡର । ଏମାନଙ୍କ ତୁଳନାରେ ଚହଲଙ୍କ ବ୍ୟାଟିଂ ରେକର୍ଡ ଖରାପ ରହିଛି ।

ବିଷ ପିଇ ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର: ବିଷ ପିଇ ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ଟ୍ରେନି ସବ-ଇନ୍ସପେକ୍ଟର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମହିଳା ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜଗତସିଂହପୁର ଚାରିବାଟିଆରେ ଚାଞ୍ଚଲ୍ୟ, ପୂର୍ବ ଶତ୍ରୁତାରୁ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ଅଭିଯୋଗ

ଜଗତସିଂହପୁର: ଜଗତସିଂହପୁର ଥାନା ଶାଳଜଙ୍ଗ ପଞ୍ଚାୟତ ଚାରିବାଟିଆ କଦମଗଛ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ହତ୍ୟାର ଶିକାର ହୋଇଛନ୍ତି ବୋଲେରୋ ଡ୍ରାଇଭର ସାଗର ନାୟକ । ସାଗର ପାନ ଖାଇବାକୁ ପାଖ ଦୋକାନକୁ ଯାଇଥିବା ବେଳେ ସେହି ଗାଁର ପ୍ରତାପ ବେହେରା ଓ ସାଥୀ ଦିଲୁ ସାମଲ ତାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ପୋଲିସ ମୃତଦେହ ଜବତ କରି ଦିଲୁ ସାମଲକୁ ଗିରଫ କରିଥିବା ବେଳେ ପ୍ରତାପ ବେହେରା ଏବେ ବି ଫେରାର ଅଛି । ଦିଲୁର ଶଳା ଓ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

କାଲିଫର୍ଣ୍ଣିଆ ବାଇକର୍ସ ବାରରେ ଆଖିବୁଜା ଗୁଳିମାଡ଼, ୫ ମୃତ

ଓ୍ୱାଶିଂଟନ: ଆମେରିକାରେ ପୁଣି ବନ୍ଧୁକ ଆତଙ୍କ । କାଲିଫର୍ଣ୍ଣିଆ ବାଇକର୍ସ ବାରରେ ଆଖିବୁଜା ଗୁଳିମାଡ଼ରେ ୫ ମୃତ । ୬ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ଜଣେ ପୂର୍ବତନ ଆଇନ ଅଧିକାରୀ ବାରରେ ଆଖିବୁଜା ଗୁଳିଚାଳନା କରିଥିଲେ । ପୋଲିସ ଗୁଳିରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫ୍ଲାସ୍‌ ଫ୍ଲଡରେ ଛାରଖାର ହିମାଚଳ ପ୍ରଦେଶ, କୁଲ୍ଲୁରେ ତାସ ପତ୍ତା ଭଳି ଭୁଶୁଡ଼ିଲା ୭ କୋଠା

କୁଲ୍ଲୁ: ପାହାଡ଼ରେ ପ୍ରଳୟଙ୍କରୀ ବନ୍ୟା । ହିମାଚଳ ପ୍ରଦେଶରେ ଫ୍ଲାସ ଫ୍ଲଡରେ ଛାରଖାର ପୂରା ରାଜ୍ୟ । କୁଲ୍ଲୁର ଆନି ବସଷ୍ଟାଣ୍ଡ ପାର୍ଶ୍ବରେ ୭ଟି ବହୁତଳ ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଭୂସ୍ଖଳନ ଯୋଗୁ ତାସ୍ ପତ୍ତା ଭଳି କୋଠା ଭୁଶୁଡ଼ି ପଡିଥିଲା । ବର୍ଷା, ବନ୍ୟା ଯୋଗୁ ଗତ ୨୪ ଘଣ୍ଟାରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ହିମାଚଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡରେ ଜଣେ ପ୍ରାଣ ହରାଇଛନ୍ତି । ଗତ ଜୁନ୍ ମାସରୁ ରାଜ୍ୟରେ ମୌସୁମୀ ବର୍ଷା ଯୋଗୁ ବିପର୍ଯ୍ୟୟ ଲାଗି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪୦୦ ଛୁଇଁଛି ।

ହିମାଚଳ ପ୍ରଦେଶର ଅଧିକାଂଶ ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପାଇଁ ବାଦଲ ଫଟା ବର୍ଷା, ଫ୍ଲାସଫ୍ଲଡ ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସିମଲା, କାଙ୍ଗରା, ଚାମ୍ବା, ମଣ୍ଡି, ସୋଲନ, ବିଳାସପୁର, କୁଲ୍ଲୁ ଆଦି ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ଅନ୍ୟ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭୂସ୍ଖଳନ ଯୋଗୁ କୁଲ୍ଲୁ-ମଣ୍ଡି ହାଇଓ୍ବେ ଜାମ ହୋଇଥିବା ବେଳେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଫଳରେ ରାସ୍ତାରେ ଶହ ଶହ ଗାଡ଼ି ଫସିରହିଛି । ମଣ୍ଡି-ପଠାନକୋଟ ରାସ୍ତାରେ ବି ଅନେକ ଗାଡ଼ି ଅଟକି ରହିଛି । ରାଜ୍ୟରେ ୭୦୯ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀ ଜଳସ୍ତର ଲଗାତାର ବୃଦ୍ଧି ପାଉଥିବା ବେଳେ ଭୂସ୍ଖଳନ ଯୋଗୁ ଅନେକ ରାସ୍ତା ବନ୍ଦ ରହିଛି ।

ଚନ୍ଦ୍ରଯାନ-୩: ଲ୍ୟାଣ୍ଡିଂ ପରେ ଏବେ ଚନ୍ଦ୍ରପୃଷ୍ଠରେ କ’ଣ କରିବେ ଲ୍ୟାଣ୍ଡର ଓ ରୋଭର ?

ନନ୍ଦିଘୋଷ ବ୍ୟୁରୋ: ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରରେ ଅବତରଣ ପରେ ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ । ବିକ୍ରମଠାରୁ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ । ଏହା ପୃଥିବୀର ଏକମାତ୍ର ପ୍ରାକୃତିକ  ଉପଗ୍ରହରେ ପହଞ୍ଚିବା ପରେ ଏବେ କ’ଣ କରିବ, ତାହାକୁ ନେଇ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଯାଇଛି ।

ଚନ୍ଦ୍ରପୃଷ୍ଠରେ କ’ଣ କରିବ ରୋଭର ପ୍ରଜ୍ଞାନ ?

ରୋଭର ପ୍ରଜ୍ଞାନର ୨ଟି ପେ-ଲୋଡ୍ ରହିଛି । ପ୍ରଥମ ପେ-ଲୋଡ୍ ହେଉଛି ଲେଜର ଇଣ୍ଡ୍ୟୁସଡ୍ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ୍ । ଏହା ଚନ୍ଦ୍ରପୃଷ୍ଠରେ ଥିବା କେମିକାଲ ବା ରାସାୟନିକ ପଦାର୍ଥର ମାତ୍ରା ଏବଂ ଗୁଣବତ୍ତାର ଅଧ୍ୟୟନ କରିବ । ଏହାସହ ଖଣିଜ ପଦର୍ଥର ବି ସନ୍ଧାନ କରିବ । ସେହିପରି ଦ୍ୱିତୀୟ ପେ-ଲୋଡ୍ ହେଉଛି ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପେକ୍ଟୋମିଟର । ଏହା ଏଲିମେଣ୍ଟ କମ୍ପୋଜିସନର ଅଧ୍ୟୟନ କରିବ । ଯେମିତି କି ମ୍ୟାଗ୍ନେସିୟମ, ଆଲୁମିନିୟମ, ସିଲିକନ୍, ପଟାସିୟମ, କ୍ୟାଲସିୟମ, ଟିନ୍ ଏବଂ ଲୈହ । ଏଗୁଡ଼ିକର ସନ୍ଧାନ ଲ୍ୟାଣ୍ଡିଂ ସାଇଟ୍‌ ପାର୍ଶ୍ୱବର୍ତ୍ତୀ ଚନ୍ଦ୍ରପୃଷ୍ଠରେ କରାଯିବ ।

ଚନ୍ଦ୍ରପୃଷ୍ଠରେ କ’ଣ କରିବ ଲ୍ୟାଣ୍ଡର ବିକ୍ରମ ?

ଲ୍ୟାଣ୍ଡର ବିକ୍ରମରେ ୪ଟି ପେ-ଲୋଡ୍‌ ରହିଛି । ସେଗୁଡ଼ିକ ହେଉଛି ରମ୍ଭା, ଚାଷ୍ଟେ, ଇଲ୍ସା ଓ ଲେଜର ରେଟ୍ରୋଫ୍ଲେକ୍ଟର ଆରେ । ରମ୍ଭା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଠାରୁ ଆସିବାକୁ ଥିବା ପ୍ଲାଜମାର ଘନତା, ମାତ୍ରା ଓ ପରିବର୍ତ୍ତନକୁ ଯାଞ୍ଚ କରିବ । ସେହିପରି ଚାଷ୍ଟେ ଚନ୍ଦ୍ରପୃଷ୍ଠରେ ତାପମାତ୍ରା ପରଖିବ । ଇଲ୍ସା ଲ୍ୟାଣ୍ଡିଂ ସାଇଟର ପାଶ୍ୱବର୍ତ୍ତୀ ଭୂକମ୍ପୀୟ ଗତିବିଧି ଯାଞ୍ଚ କରିବ । ଲେଜର ରେଟ୍ରୋରିଫ୍ଲେକ୍ଟର ଆରେ ଚନ୍ଦ୍ରର ଡାଏନୋମିକ୍ସକୁ ବୁଝିବା ପାଇଁ ପ୍ରୟାସ କରିବ ।

 

 

 

ଭୁବନେଶ୍ବର ରିକ୍ସା କଲୋନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ

ଭୁବନେଶ୍ୱର: କେଉଁଠି ଥିଲେ ସାଂସଦ ମାଡାମ ? ନିର୍ବାଚନ ପାଖେଇ ଆସିବାରୁ ମୁହଁ ଦେଖାଉଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏବେ ମନେ ପଡ଼ୁଛି ଭୁବନେଶ୍ବରର କଥା । ଏମିତି କିଛି କହି ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧରେ ଶୁଭିଛି ପ୍ରତିବାଦର ସ୍ବର । ରିକ୍ସା କଲୋନୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ କରାଯାଇଛି । ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ଆଜି ଅପରାଜିତା ସେହି ଅଞ୍ଚଳକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ସହ ସାକ୍ଷାତ କରିବାକୁ ଯାଇଥିଲେ କିନ୍ତୁ ସାଂସଦଙ୍କ ସମର୍ଥକ ଏହା କରେଇ ଦେଇନଥିଲେ । ଫଳରେ ସମର୍ଥକ ଓ ଲୋକଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା ।

 

 

ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ’ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ବାହାରିଲା ରୋଭର ପ୍ରଜ୍ଞାନ । ଏଥିସହ ସୁରକ୍ଷିତ ଭାବେ ବାହାରେ ବିତରଣ କରୁଛି । ଚନ୍ଦ୍ରର ନୂଆ ନୂଆ ଫଟୋ ପଠାଇବା ଆରମ୍ଭ କରିଛି ପ୍ରଜ୍ଞାନ । ବିକ୍ରମର ଲ୍ୟାଣ୍ଡିଂ ବେଳେ ତାହା ସେଫ୍ ଲିମିଟରେ ଥିଲା । ଗତି ବି କମାଣ୍ଡ ଅନୁସାରେ ଥିଲା । ପ୍ରଥମେ ୪ଟି ଇଞ୍ଜିନ ଚାଲିଥିଲା । ପରେ ସେଥିରୁ ୨ଟିକୁ ବନ୍ଦ ହୋଇଯାଇଥିଲା । ତେଣୁ ସଫ୍ଟ ଲ୍ୟାଣ୍ଡିଂ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । ଲ୍ୟାଣ୍ଡିଂ ପରେ ବିକ୍ରମ ସମ୍ମୁଖରେ ପ୍ରବଳ ଧୂଳି ସୃଷ୍ଟି ହୋଇଥିଲା । ମାତ୍ର ବିକ୍ରମ ସେ ସବୁକୁ ଦୂରେଇଥିଲା । ଅତ୍ଯଧିକ ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଧୂଳି ଥମିବାରେ ବିଳମ୍ବ ହୋଇଥିଲା । ଗତକାଲି ନିର୍ଦ୍ଧାରିତ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ କରିଥିଲା ସଫ୍ଟଲ୍ୟାଣ୍ଡିଂ । ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ବି ଭାରତ ହୋଇଛି ବିଶ୍ବରେ ପ୍ରଥମ । ମିଶନ ମୁନର ସଫଳତା ପରେ ସାରା ଦେଶରୁ ଇସ୍ରୋ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ ।