spot_img
Home Blog Page 2895

ଚୀନ ଓ ପାକିସ୍ତାନକୁ ଚେକ୍ ଦେବ ଭାରତୀୟ ସେନା, ଏଲଏସିରେ ଯବାନଙ୍କ ଜୋରଦାର ସମରାଭ୍ୟାସ

ନୂଆଦିଲ୍ଲୀ: ସାବଧାନ ଶତ୍ରୁରାଷ୍ଟ୍ର । ଚେକ୍‌ ଦେବ ଭାରତୀୟ ସେନା । ଚୀନ ଓ ପାକିସ୍ତାନକୁ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ । ଏଥିପାଇଁ ଏଲଏସିରେ ଜୋରଦାର ସମରାଭ୍ୟାସ କରିଛି ସେନା । ଟ୍ୟାଙ୍କ ଓ କମ୍ବାଟର ସୌର୍ଯ୍ୟ ପ୍ରଦର୍ଶନ । ଲଦାଖର ପୂର୍ବାଞ୍ଚଳ ସେକ୍ଟରରେ ଟ୍ୟାଙ୍କର ଡ୍ରିଲ୍ । ଶତ୍ରୁକୁ ଜବାବ ଦେବାକୁ ଜୋରଦାର ଅଭ୍ୟାସ କରିଛି ସେନା । ଭାରତୀୟ ସେନାର BMP ଇନଫ୍ୟାଣ୍ଟ୍ରି କମ୍ବାଟ ଅଭ୍ୟାସ କରିଛି । ପୂର୍ବ ଲଦାଖ ନ୍ୟୋମାରେ ସିନ୍ଧୁ ନଦୀ ପାର କରିଛି । ପୂର୍ବ ଲଦାଖରେ ସୀମାକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ସବୁ ଟେରେନ ବାହାନ ସଞ୍ଚାଳନ କରୁଛି । ପୂର୍ବ ଲଦାଖ ସେକ୍ଟରରେ ଭାରତୀୟ ସେନାର ନୂଆ ଅସ୍ତ୍ର ନିୟୋଜିତ ହୋଇଛି । ନୂଆ ଯୁଦ୍ଧାସ୍ତ୍ର ମଧ୍ୟରେ ଭାରତରେ ତିଆରି ଧନୁଷ, M4 କୁଇକ୍ ରିଆକ୍ସନ ଫୋର୍ସ ବାହନ ଓ ଟେରେନ ବାହନ ସାମିଲ ହୋଇଛି ।

ଧନୁଷ ୧୫୫ ମିଲିମିଟର ଇନଟୁ ୪୫ କ୍ୟାଲିବରର ମେଡ୍ ଇନ୍ ଇଣ୍ଡିଆ ଯଦ୍ଧାସ୍ତ୍ର । ଜବଲପୁରର ଏକ ଗନ୍ କ୍ୟାରିଜ୍ ଫ୍ୟାକ୍ଟ୍ରିରେ ଏହି ଆଧୁନିକ ଟୁ ସିଷ୍ଟମ ଯୁଦ୍ଧାସ୍ତ୍ର ବର୍ଷେ ତଳେ ତିଆରି ହୋଇଥିଲା । ୪୮ କିଲୋମିଟରରେ ଥିବା ଟାର୍ଗେଟ୍ ହିଟ୍ କରିବାରେ ଏହା ସକ୍ଷମ । ସମୁଦ୍ରରୁ ୪ ହଜାର ମିଟର ଉପର ଯାଏ ଏହା ଲକ୍ଷ୍ୟଭେଦ କରିପାରିବ । ଏଥିରେ ୬ ପ୍ରକାରର ଗୋଳା ବାରୁଦ ରହିଛି । ପ୍ରଥମ ଫାୟାରିଂରେ ୩ ରାଉଣ୍ଡ ଫାୟାର କରିପାରେ । ସେହିପରି ବଫର୍‌ ଟେକନିକକୁ ଏଥିରେ ରଖାଯାଇଛି । ଏନେଇ କ୍ୟାପଟେନ୍ ଭି. ମିଶ୍ରା ସୂଚନା ଦେଇଛନ୍ତି ।

QR କୋଡରେ ଚଞ୍ଚକତା କରି ୧୪ କୋଟି ଟଙ୍କା ଠକେଇ ମାମଲା,ସାଇବର ଠକକୁ ଗିରଫ କଲା EOW

ଭୁବନେଶ୍ୱର: QR କୋଡରେ ଚଞ୍ଚକତା କରି ୧୪ କୋଟି ଟଙ୍କା ଠକେଇ ମାମଲା । ଜଣେ ସାଇବର ଠକକୁ ଗିରଫ କରିଛି EOW । ଅଭିଯୁକ୍ତ କରଣ କୁମାର ସିଂହକୁ ୟୁପି ନୋଏଡାରୁ ଗିରଫ କରିଛି EOW । ଅଭିଯୁକ୍ତକୁ ଟ୍ରାଂଜିଟ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ସର୍ଭ ୟୁ ଟେକ୍ନୋଲୋଜି କମ୍ପାନୀର ଚିଫ୍ ଟେକ୍ନୋଲୋଜି ଅଫିସର ସଞ୍ଜୀବ କୁମାର ପରିଡ଼ାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପେ ୱାନ ଡିଜିଟାଲ ସର୍ଭିସ ପ୍ରାଇଭେଟ ଲିମିଟେଡ ସହ ଡିଜିଟାଲ ସର୍ଭିସ ଦେବା ପାଇଁ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ ସର୍ଭ ୟୁ କମ୍ପାନୀ ୟୁପିଆଇ କୋଡକୁ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର କରିଥିଲା । ପେ ୱାନର ନିର୍ଦ୍ଦେଶକ କରନ ସିଂ ଓ ଲାଲୁ ସିଂ ୧୪ କୋଟି ୩୩ ଲକ୍ଷ ହେରଫେର କରିଥିବା ଜଣାପଡ଼ିଥିଲା । ଏହି ଟଙ୍କାକୁ ୧୨୫ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଡାଇଭର୍ଟ କରାଯାଇଥିବା ଜଣାପଡ଼ିଛି ।

ବର୍ଷା ଆରମ୍ଭରୁ ବିଭିନ୍ନ ରାଜ୍ୟରେ ସ୍ଥିତି ବେହାଲ, ଦେଶର ଅଧାରୁ ଅଧିକ ସ୍ଥାନରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ: ଦେଶର ଅଧାରୁ ଅଧିକ ସ୍ଥାନରେ ବନ୍ୟା ବିତ୍ପାତ । କେଉଁଠି ପ୍ରବଳ ଖରାରୁ ତ୍ରାହି ତ କେଉଁଠି ଲଗାଣ ବର୍ଷା ଆଉ କେଉଁଠି ଜଳବନ୍ଦୀ ସ୍ଥିତି । ମୌସୁମୀ ବର୍ଷା ଆରମ୍ଭରୁ ହିଁ ବିଭିନ୍ନ ରାଜ୍ୟରେ ବେହାଲ ହେଲାଣି ସ୍ଥିତି । କେଉଁଠି ବର୍ଷା ତ ପୁଣି କେଉଁଠି ବନ୍ୟା ଓ ଭୂସ୍ଖଳନ । କେରଳରେ ରାସ୍ତା ମଧ୍ୟ ନଦୀର ଭ୍ରମ ସୃଷ୍ଟି କରୁଛି । ପାହଡ଼ ଅଞ୍ଚଳରେ ଲ୍ୟାଣ୍ଡ୍ ସ୍ଲାଇଡ ଯୋଗୁ ସମସ୍ୟା ଉପୁଜିଛି । ନଦୀ ନାଳ ଉଛୁଳୁଛି । ଉତ୍ତରାଖଣ୍ଡ, କେରଳରେ ସ୍ଥିତି ସଙ୍ଗୀନ । ଉତ୍ତରାଖଣ୍ଡରେ କାଳ ହୋଇଛି ଲଗାଣ ବର୍ଷା ସାଙ୍ଗକୁ ବନ୍ୟା । ରାସ୍ତା ଉପରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । ସହରଠୁ ଗାଁ ସବୁଠି ବନ୍ୟା ସ୍ଥିତି ଦେଖାଯିବା ପରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି ।

ବର୍ଷା ଓ ବନ୍ୟା ଭିତରେ ଦାଉ ସାଧୁଛି ଭୂସ୍ଖଳନ । ଉତ୍ତରାଖଣ୍ଡ ଧରଚୁଲାରେ ଭୟଙ୍କର ଭୂସ୍ଖଳନ ଘଟଣା ଦେଖିବାକୁ ମିଳୁଛି । ପାହାଡ ଉପରୁ ବିଶାଳ ପଥରଖଣ୍ଡ ଭାଙ୍ଗି ଖସିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ସଙ୍କଟରେ ଜୀବନ ରହିଛି । ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଉଛି । କେବଳ ପାହାଡିଆ ରାଜ୍ୟ ନୁହେଁ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୨୦ରୁ ଅଧିକ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଯୋଗୁଁ ବେହାଲ ହୋଇଛି ସ୍ଥିତି । ଆଜି ବି ବିଭିନ୍ନ ଅଞ୍ଚଳକୁ ବର୍ଷା ଆଲର୍ଟ ଜାରି କରିଛି ଆଇଏମଡି । ଦିଲ୍ଲୀରେ ସକାଳୁ ଲଗାଣ ବର୍ଷା । ୟୁପି ମୋରାଦାବାଦରେ ବର୍ଷା ଯୋଗୁ ଜଳବନ୍ଦୀ ସ୍ଥିତି ଉପୁଜିଛି ।

ମାଲକାନଗିରି ମାଥିଲି ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ମାଥିଲି ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତ ମହିଳା ଜଣଙ୍କ ହେଲେ ଏମଭି-୬୬ ଗାଁର ପ୍ରୀତି । ଗତକାଲି ମାଥିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପ୍ରୀତିଙ୍କୁ ଗିରଫ କରିଥିଲେ । ୧୦ କେଜି ଗଞ୍ଜେଇ ଧରି ଛିଡ଼ା ହେବା ସମୟରେ ଅବକାରୀ ବିଭାଗର କର୍ମଚାରୀମାନେ ପ୍ରୀତିଙ୍କୁ ଗିରଫ କରିଥିଲେ । ରାତିରେ ଖାଇ ସାରିବା ପରେ ଅବକାରୀ ଥାନା ହାଜତରେ ଶୋଇଥିଲେ ପ୍ରୀତି । କିନ୍ତୁ ବିଳମ୍ବିତ ରାତିରେ ପ୍ରୀତି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଡିଏସପି ସଚିନ ପଟେଲ, ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ସମେତ ପୋଲିସ କର୍ମଚାରୀ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଶବ ଜବତ କରିବା ସହିତ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି ।

ବାଲେଶ୍ୱର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ୱର: ପୁନର୍ଗଠିତ ହୋଇଛି ବାଲେଶ୍ୱ ଜିଲ୍ଲା ବିଜେଡି କମିଟି । ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ ୪ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ବାଳ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିପରି ୯ ଜଣ ଉପସଭାପତି, ୧୬ ସାଧାରଣ ସଂପାଦକ, ୨୨ ଜଣ ସଂପାଦକ, ୨୩ ଜଣ ଯୁଗ୍ମ ସଂପାଦକ ନିଯୁକ୍ତ ହୋଇଛନ୍ତି । ସେହିପରି ଜଣେ ଲେଖାଏ ଟ୍ରେଜରର ଓ ମିଡିଆ କୋ-ଅର୍ଡିନେଟର ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଧଉଳିରେ ମାତିଲେ ଚଡି ଗ୍ୟାଙ୍ଗ, ୨ ଭରି ସୁନା ସହ ନେଇଗଲେ ୪ଲକ୍ଷ ଟଙ୍କା

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଧଉଳିରେ ମାତିଲେ ଚଡି ଗ୍ୟାଙ୍ଗ । ଦୟାନଦୀ ବିହାର ଲେନ ୨ରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗ୍ରୀଲ ତାଡ଼ି କଳା କନା ବୁଲେଇଲା ଚଡି ଗ୍ୟାଙ୍ଗ । ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଚୋରି ହୋଇଛି । ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୋଲିସ । ଚୋରି କରି ଖସି ପଳାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।  ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜାରି ରଖିଛି । ପୂର୍ବରୁ ଏହି ଗ୍ୟାଙ୍ଗ ଏକାଧିକ ଅଞ୍ଚଳରେ ଚୋରି କରିଥିବା ଜଣାପଡ଼ିଛି ।

DN ଗ୍ରୁପରେ ଚତୁର୍ଥ ଦିନରେ ଚଢ଼ାଉ ଜାରି, କୋଟି କୋଟି ଟଙ୍କାର ହିସାବ ମାଗୁଛି ଆୟକର ବିଭାଗ

ଭୁବନେଶ୍ବର: DN ଗ୍ରୁପରେ ଚତୁର୍ଥ ଦିନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ  । ଡିଏନ ଗ୍ରୁପ ମୁଖ୍ୟ ଜଗଦିଶ ପ୍ରସାଦ ନାୟକଙ୍କୁ ଆୟକର ବିଭାଗ ପଚରାଉଚରା କରୁଛି । ଡିଏନ ଗ୍ରୁପ ମୁଖ୍ୟ ଅଫିସରେ ହେଉଛି ପଚରାଉଚରା । ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ଚାଲିଛି ପଚରାଉଚରା ।

କୋଟି କୋଟି ଟଙ୍କାର ହିସାବ ପାଇଁ ଜଗଦିଶ ଓ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ପଚରାଉଚରା ହେଉଥିବା ସୂଚନା ମିଳିଛି । ଚତୁର୍ଥ ଦିନରେ ନୟାପଲ୍ଲୀ ମୁଖ୍ୟ ଅଫିସରେ ପଚରାଉଚରା ସହ ଜବତ କାଗଜପତ୍ର ଯାଞ୍ଚ କରାଯାଉଛି । ସଂସ୍ଥା କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍ । ଜଗଦୀଶ ନାୟକ ଓ ଆସୋସିଏଟଙ୍କ ଘରେ ରେଡ୍ ବେଳେ ୧୧କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି। କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା। ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି। ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି।

SHG ମହିଳାଙ୍କଠୁ କୋଟିଏ ଟଙ୍କାର ଋଣ ନେଇ ମଧ୍ୟସ୍ଥି ଫେରାର୍

ସୁବର୍ଣ୍ଣପୁର: ଏସଏଚଜି ମହିଳାଙ୍କୁ ଠକିଦେଲା ମଧ୍ୟସ୍ଥି । କୋଟିଏ ଟଙ୍କାର ଋଣ ଟଙ୍କା ନେଇ ବାଲଗୋପାଲ ସାହୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଶତାଧିକ ମହିଳା l ଠକାମିର ଶିକାର ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଦିଗଶିରାର ଏସଏଚଜି ମହିଳା l

ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଅର୍ଥ ଲଗାଣକlରୀ ସଂସ୍ଥାଠାରୁ ମଧ୍ୟସ୍ଥିର ଉପସ୍ଥିତିରେ ମହିଳାମାନେ ଋଣ ନେଇଥିଲେ l  ମଧ୍ୟସ୍ଥି ବାଳଗୋପାଲ ସାହୁ ୪- ୫ ମାସର ଋଣ କିସ୍ତି ପରିଶୋଧ କରି ଅବଶିଷ୍ଟ ଟଙ୍କା ନେଇ ଫେରାର ମାରିଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ଶତାଧିକା ମହିଳା ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ନିଯୁକ୍ତିରେ ସ୍ବଚ୍ଛତା ପାଇଁ OPSCକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା

ଭୁବନେଶ୍ବର: ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା ପାଇଁ ଓଡ଼ିଶା ଲୋକସେବା ଆୟୋଗ-OPSCକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି  । OPSCର ୭୫ବର୍ଷ ପୂର୍ତ୍ତି ସମାରୋହ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ, ୭୫ବର୍ଷ ଧରି ସେବା କରିଆସୁଛି OPSC । ଏହାକୁ ସଶକ୍ତ କରିବା ପାଇଁ କାମ ଜାରି ରହିଛି । OPSCର ନୂଆ ବିଲ୍ଡିଂ ନିର୍ମାଣ ଚାଲିଛି । ଏଥିପାଇଁ ୧୪କୋଟି ଟଙ୍କା ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସାବଧାନ! ରାସ୍ତାରେ ପାର୍କିଂ କରୁଥିଲେ ଗାଡ଼ି ଉଠାଇନେବ ପୋଲିସ୍

ଭୁବନେଶ୍ବର: ରାସ୍ତାରେ ଗାଡି ପାର୍କିଂ କରୁଥିଲେ ସାବଧାନ । ଏଣିକି ବେଆଇନ ପାର୍କିଂ ଗାଡିକୁ ଉଠାଇ ନେବ ପୋଲିସ । ବିଏମସି ଅଧିକାରୀ ଏବଂ ପୋଲିସକୁ ନେଇ ଗଠନ ହେଲା ଟିମ୍ । ବ୍ୟବସାୟୀ ଏବଂ ମଲ ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମସି କମିଶନର । ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବ୍ୟବସାୟୀଙ୍କ ପାଇଁ ରିହାତି ଦର ଲାଗୁହେଉଥିବା ବେଳେ ସହିଦନଗର ଏବଂ ରାଜମହଲ ଅଞ୍ଚଳରେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ ।

ପାର୍କିଂ ପାଇଁ ଚିହ୍ନଟ ହୋଇଛି ୩୦ରୁ ଅଧିକ ସ୍ଥାନ । ପ୍ଳାନରେ ପାର୍କିଂ ଥାଇ ବ୍ୟବସାୟ କରୁଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅଧିକାଂଶ ସ୍ଥାନରେ ନୋ ପାର୍କିଂ ବୋର୍ଡ ଲଗାଇଛି ବିଏମସି ।