ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ପ୍ରଥମେ ପାତାଳୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହାସହ ମନ୍ଦିରର ଉନ୍ନତିକରଣ ନେଇ ମନ୍ଦିର କମିଟି ସହ ଆଲୋଚନା କରିଥିଲେ । ଏହାପରେ ଉଲୁଣ୍ଡା ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ଲୋକଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଉଛନ୍ତି 5T ସଚିବ । ପରେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ସ୍ଥାନକୁ ଯିବେ 5T ସଚିବ ଭିକେ ପାଣ୍ଡିଆନ ।
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ଆକ୍ରମଣର ଶିକାର ହେଲେ ବରାଙ୍ଗ ଗାଁର ନିତ୍ଯାନନ୍ଦ ମହାନ୍ତ । ଗୁରୁତର ଆହତ ବୃଦ୍ଧଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଭୋରରୁ ଜଙ୍ଗଲ ନିକଟକୁ ଗାଁର ୩୪ ଜଣ ଲୋକଙ୍କ ସହ ନିତ୍ଯାନନ୍ଦ ଛତୁ ତୋଳିବାକୁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ତା’ର ଦୁଇ ଛୁଆଙ୍କୁ ଧରି ଫେରୁଥିବା ବେଳେ ଛତୁ ଗୋଟାଳିଙ୍କ ସହ ମୁହାଁମୁହିଁ ହୋଇଥିଲେ । ଭାଲୁକୁ ଦେଖି ଅନ୍ଯମାନେ ଦୌଡି ପଳାଇଥିବେଳେ ନିତ୍ଯାନନ୍ଦ ଦୌଡିନପାରି ଭାଲୁ ଆକ୍ରମଣ ଶିକାର ହୋଇଥିଲେ ।
୮ ମାସର ଝିଅକୁ ୮୦୦ ଟଙ୍କାରେ ବିକିଦେଲା ମା’, ଥାନାରେ ଏତଲା ଦେଲେ ସ୍ବାମୀ
ମୟୂରଭଞ୍ଜ: ଉଦଳା ବ୍ଲକ ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା । ୮ ମାସର ଝିଅକୁ ୮ଶହ ଟଙ୍କାରେ ବିକ୍ରି କରିଦେଲା ମା’ । ସ୍ବାମୀଙ୍କ ଅନୁପସ୍ଥିତିରେ ଶିଶୁ କନ୍ୟାକୁ ବିକି ଦେଇଛନ୍ତି ମା’ । ନିଜର ଦ୍ବିତୀୟ କନ୍ୟା ସନ୍ତାନକୁ ଅନ୍ୟ ଦମ୍ପତ୍ତିଙ୍କୁ ବିକ୍ରି କରିଦେଲା ମା’ । ଗାଁର କାରମି ମୁର୍ମୁ ଓ ମୁଷୁ ମୁର୍ମୁଙ୍କର ପ୍ରଥମ ସନ୍ତାନ ଝିଅ ହୋଇଥିଲା । ପରେ ଦ୍ୱିତୀୟ ସନ୍ତାନ ମଧ୍ୟ ଝିଅ ହୋଇଥିଲା । ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ବାପା ମୁଷୁ ମୁର୍ମୁ ତାମିଲନାଡୁ କାମ କରିବାକୁ ଯାଇଥିଲେ । ଏହାରି ଭିତରେ ସ୍ତ୍ରୀ କାରମି ମୁର୍ମୁ ଓ ମାହି ମୁର୍ମୁଙ୍କ ମଧ୍ୟସ୍ଥିରେ ବିପ୍ରଚରଣପୁର ଫୁଲମଣି ମାରାଣ୍ଡି ଓ ଅଖିଳ ମାରାଣ୍ଡିଙ୍କୁ ବିକ୍ରି କରି ଦେଇଥିଲେ। ହେଲେ ଏ ସମ୍ପର୍କରେ କିଛି ଜାଣିନଥିଲ ଶିଶୁକନ୍ୟାର ବାପା ମୁସୁ । ସେ ଘରକୁ ଫେରିବା ପରେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ । ପରେ ତାଙ୍କ ସ୍ତ୍ରୀ ବିପ୍ରଚରଣପୁର ଅଞ୍ଚଳର ଦମ୍ପତିଙ୍କୁ ଶିଶୁକନ୍ୟା ବିକ୍ରି କରିଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଶିଶୁ ବିକ୍ରି କରିଥିବା ମା ଓ ମଧ୍ୟସ୍ଥିଙ୍କ ସହିତ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି ।
ମହାରାଷ୍ଟ୍ରରେ ଘନୀଭୂତ ରାଜନୈତିକ ସଙ୍କଟ, ଆଜି ମଧ୍ୟାହ୍ନରେ ବସିବ କ୍ୟାବିନେଟ ବୈଠକ
ମୁମ୍ବାଇ: ମହାରାଷ୍ଟ୍ରରେ ଫୁଲ୍ କନଫ୍ଯୁଜନ । ଘଡ଼ିକୁ ନେଇ ପ୍ରତି ଘଣ୍ଟାରେ ଘୋଡ଼ା ଛୁଟୁଛି । ଦୁଇଫାଳ ରାଷ୍ଟ୍ରବାଦୀ କଂଗ୍ରେସ ବା ଏନସିପି । ଗୋଟିଏ ଶରଦ ପାଓ୍ବାର ଗୋଷ୍ଠୀ ଆଉ ଗୋଟିଏ ଅଜିତ ପାଓ୍ବାର ଗୋଷ୍ଠୀ । କାହା ପାଖରେ ରହିବ ଦଳର ଚିହ୍ନ ଘଣ୍ଟା । ଏନେଇ ଲାଗି ରହିଛି ଛକାପଞ୍ଝା । ଅଜିତ ପାଓ୍ବାର ଗୋଷ୍ଠୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହେଉଛି ଶରଦ ପାଓ୍ବାରଙ୍କ ଗୋଷ୍ଠୀ । ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଶରଦ ପାଓ୍ବାର । ଏଥିପାଇଁ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସାଂସଦ ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ ଏନସିପିରୁ ବିଦା କରିଛନ୍ତି ଶରଦ ।
ବିଦ୍ରୋହୀଙ୍କୁ ଫେରି ଆସିବାକୁ ଦଳ ପକ୍ଷରୁ ଆହ୍ବାନ ଦିଆଯାଇଛି । ଶରଦଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ରବିବାର ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ଏନସିପି ବିଧାୟକ ଶରଦଙ୍କ ଗୋଷ୍ଠୀକୁ ୟୁ ଟର୍ଣ୍ଣ କରିଛନ୍ତି । ସେପଟେ ଜୟନ୍ତ ପାଟିଲଙ୍କ ସ୍ଥାନରେ ସୁନିଲ ତଟକରେଙ୍କୁ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିଛି ଅଜିତ ପାଓ୍ବାରଙ୍କ ଗୋଷ୍ଠୀ । ଏଥିସହ ବିଧାନସଭାରେ ଏନସିପିର ନେତୃତ୍ୱ ଅଜିତ ପାଓ୍ୱାର ନେବେ ବୋଲି ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି । ଅଜିତଙ୍କ ଉପରେ ଦଳର ସବୁ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ନୂଆ ମେଣ୍ଟର ନାମ ମହାଜ୍ୟୁତି ବୋଲି ଘୋଷଣା କରିଛନ୍ତି ଅଜିତ ପାଓ୍ୱାର । ଅଜିତ ପାଓ୍ବାର କହିଛନ୍ତି ଆଇନ ନିଷ୍ପତ୍ତି ନେବ ଏନସିପି କାହାର । ନିର୍ବାଚନ କମିଶନ ଏନେଇ ନିଷ୍ପତ୍ତି ନେବେ । ସେପଟେ ମହାରାଷ୍ଟ୍ରର ରାଜନୀତି ନେଇ ବିଜେପିକୁ ସବୁଆଡ଼ୁ ସମାଲୋଚନା କରାଯାଉଛି ।
ଝାନସୀର ଏକ ଇଲେକ୍ଟ୍ରି ଶୋ’ ରୁମରେ ଅଗ୍ନିକାଣ୍ଡ, ୪ ଜଣ ଜୀବନ୍ତ ଦଗ୍ଧ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଝାନସୀର ସିପ୍ରି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଇଲେକ୍ଟ୍ରି ଶୋ’ ରୁମରେ ନିଆଁ ଲାଗି ୪ ଜଣ ଜୀବନ୍ତ ଦଗ୍ଧ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି । ୪ ଜଣ ଜୀଅନ୍ତା ଜଳି ଯାଇଯାଇଥିବା ବେଳେ ୩ ଜଣ ଶୋ’ରୁମ୍ ଭିତରେ ଜଳି ଯାଇଛନ୍ତି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ପ୍ରାୟ ୧୦ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନିଆଁକୁ ଲିଭା ଯାଇଥିଲା । ମାତ୍ର ବିଲ୍ଡିଂରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ତୁରନ୍ତ ଏହାର କାରଣ ଖୋଜିବାକୁ ଝାନସୀ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି ।
ଆମେରିକାରେ ପୁଣି ଗୁଳିମାଡ଼, ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ
ଓ୍ୱାଶିଂଟନ: ଆମେରିକାରେ ପୁଣି ଗୁଳିମାଡ଼ । ସ୍ବାଧିନତା ଦିବସ ଗୋଟିଏ ଦିନ ପୂର୍ବରୁ ଘଟିଲା ଅଘଟଣ । ଆମେରିକାର ଫିଲାଡେଲଫିଆ ସହରରରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଦିନ ଫିଲାଡେଲଫିଆର ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍ ଜଣେ ଯୁବକ ଆଖି ବୁଜା ଗୁଳିମାଡ କରିବା ଆରମ୍ଭ କରିଥିଲା। ଆକ୍ରମଣକାରୀ ନିଜେ ବୁଲେଟ୍ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ବେଳେ ତା ହାତରେ ହ୍ୟାଣ୍ଡଗନ୍, ରାଇଫଲ୍ ଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସନ୍ଦିଗ୍ଧ ଆକ୍ରମଣକାରୀକୁ ଅଟକ ରଖିଛି । ଗୁଳିମାଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଚତୁର୍ଥୀ ପୂର୍ବରୁ ସୁନାଗହଣା ଓ ଟଙ୍କା ନେଇ ସ୍ତ୍ରୀ ଫେରାର, ସ୍ତ୍ରୀକୁ ଖୋଜୁଛି ନବବିବାହିତ ସ୍ବାମୀ
ଭୁବନେଶ୍ୱର: ଚତୁର୍ଥୀ ପୂର୍ବରୁ ସ୍ତ୍ରୀ ଫେରାର । ଭୁଲ୍ ତାର ଭୋଗୁଛି ମୁଁ । ସ୍ତ୍ରୀକୁ ଖୋଜୁଛି ନବବିବାହିତ ସ୍ବାମୀ । ସ୍ତ୍ରୀ ଘରୁ ଗଲା ବେଳେ ୩୦ ହଜାର ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ । ଏଭିଳି ଏକ ଘଟଣା ଘଟିଛି ଭୁବନେଶ୍ବର ଖଣ୍ଡଗିରି ଅଂଚଳରେ । ଥାନାରେ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଅଂଚଳର ସମୀର ମୁଦୁଲି । ତାଙ୍କ ଅଭିଯୋଗ ଅନୁସାରେ, ଫେରାର ଥିବା ପତ୍ନୀଙ୍କ ସହ କଲେଜ ଦେଖାରେ ପ୍ରେମ ହୋଇଥିଲା । 6 ବର୍ଷର ପ୍ରେମ ସମ୍ପର୍କ ଥିଲା । ପରେ ପ୍ରେମିକାଙ୍କୁ ଉଠାଇନେଇ ଵିଵାହ କରିଥିଲେ ।
ଯୁବତୀଙ୍କ ଘର ଲୋକ ଅଭିଯୋଗ ପରେ ଥାନାରେ ମାମଲା ହୋଇଥିଲା । ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଉଦ୍ଧାର କରି ସ୍ବାଧର ଗୃହକୁ ପଠାଯାଇଥିଲା । କିଛି ଦିନ ପରେ ପରିବାର ଲୋକ ସହମତି ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠାନ ଆମଫୋଇରେ ହୋଇଥିଲା ଵିବାହ । ବିବାହ ସରିବା ପରେ ରିସ୍ପେସନ ପାର୍ଟି ପାଇଁ ସବୁ ପ୍ରସ୍ତୁତି ସରିଥିଲା । ୨ ତାରିଖରେ ଥିଲା ଚତୁର୍ଥୀ । ହେଲେ ୧ ତାରିଖରେ ପୁରୁଷ ବନ୍ଧୁଙ୍କ ସହିତ ଫେରାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଖଣ୍ଡଗିରି ଅଂଚଳର ସମୀର ମୁଦୁଲି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

