spot_img
Home Blog Page 292

ପୁଣି ବ୍ଲୁ ଜର୍ସି ପିନ୍ଧିବେ ରୋକୋ ଯୋଡ଼ି : ଆଜିଠୁ ଇଣ୍ଡିଆ-ଅଷ୍ଟ୍ରେଲିଆ ୱାନ ଡେ ସିରିଜ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ରୋ-କୋ ଯୋଡ଼ିଙ୍କୁ ପୁଣି ଥରେ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇବେ ଦୁଇ ଭେଟେରାନ। ଆଜିଠୁ ଇଣ୍ଡିଆ-ଅଷ୍ଟ୍ରେଲିଆ ୱାନ ଡେ ସିରିଜ ଆରମ୍ଭ ହେଉଥିବା ବେଳେ ଏହି ସିରିଜରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। ଶେଷ ଥର ପାଇଁ ମାର୍ଚ୍ଚରେ ହୋଇଥିବା ଚାମ୍ପିଅନସ ଟ୍ରଫିରେ ଏହି ଦୁଇ କ୍ରିକେଟରଙ୍କୁ ଦେଖିବାକୁ ମିଳିଥିଲା। ତେଣୁ ଆଜି ପୁଣି ସେମାନଙ୍କୁ ଇଣ୍ଡିଆ ଟିମ୍ ର ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ସମସ୍ତଙ୍କର ବେଶ୍ ଉତ୍କଣ୍ଠା ରହିଛି। ପର୍ଥରେ ଖେଳାଯିବ ପ୍ରଥମ ୱାନ ଡେ। ଉଭୟ ରୋହିତ ଶର୍ମା ଓ ବିରାଟ କୋହଲି ଭଲ ଖେଳିବେ ବୋଲି ଫ୍ୟାନମାନେ ଆଶା କରିଛନ୍ତି।

ଆସୁଛି ଆଉ ଏକ ଲଘୁଚାପ ! ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ଆସୁଛି ଆଉ ଏକ ଲଘୁଚାପ !। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ୨୩ ଅକ୍ଟୋବର ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଦୀପାବଳି ପରେ ବର୍ଷାରେ ଭିଜିପାରେ ଓଡିଶା । ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ମଡେଲ ସୂଚିତ କରୁଛି । ଯାହା ଅଧିକ ତୀବ୍ରତର ହୋଇ ଓ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ ।.

ପୁଣି ଫୁଟିଲା ବନ୍ଧୁକ, ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର

ନନ୍ଦିଘୋଷ ବ୍ୟୁରୋ : ପୁଣି ଫୁଟିଲା ବନ୍ଧୁକ। ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ମାଙ୍କଡାପାଳ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ନାୟକ। ଗତକାଲି ରାତିରେ ଘଟିଛି ଗୁଳିକାଣ୍ଡ। ଯୁବକଙ୍କ ପେଟରେ ଗୁଳି ବାଜି ଏପଟ ସେପଟ ହୋଇଯାଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସଞ୍ଜୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସଞ୍ଜୟ ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରିନ୍ତି। ଗତକାଲି ଟ୍ୟୁସନ୍ ସାରି ଫେରିବା ବାଟରେ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଅଭିଯୋଗ କରିଛନ୍ତି ସଞ୍ଜୟଙ୍କ ପତ୍ନୀ।

ବିହାର ରାଜନୀତି: ମହାମେଣ୍ଟର ସିଟ୍ ବୁଝମଣା ହୋଇପାରିଲାନି, ହୋଇପାରେ ଫ୍ରେଣ୍ଡଲି ଫାଇଟ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ହେବ ଫ୍ରେଣ୍ଡଲି ଫାଇଟ। ମହାମେଣ୍ଟର ଅଂଶୀଦାର ପାର୍ଟି କଂଗ୍ରେସ, ଆରଜେଡି, ବାମମେଣ୍ଟ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ ହେବ ବୋଲି ଜଣାପଡ଼ିଲାଣି। କାରଣ ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଏଯାଏ କିନ୍ତୁ ଆସନ ବୁଝାମଣା ହୋଇପାରିନି। ତେଣୁ ପରସ୍ପର ବିରୋଧରେ ସେମାନେ ନିର୍ବାଚନ ଲଢ଼ିବାର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ଗଲାଣି। ଗତକାଲି ନାମାଙ୍କନ ଯାଞ୍ଚ ହୋଇଛି।

ଆସନ୍ତାକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ସେହିପରି ଆସନ୍ତାକାଲି ଦ୍ଵିତୀୟି ପର୍ଯ୍ୟାୟର ନାମାଙ୍କନ ଦାଖଲର ଶେଷ ଦିନ। କିନ୍ତୁ ବିଧିବଦ୍ଧ ଭାବେ ମହାମେଣ୍ଟର ଅଂଶୀଦାର ମଧ୍ୟରେ ଆସନ ବୁଝାମଣା ହୋଇପାରିନି। କିଏ କେଉଁ ସିଟରେ ଲଢିବ ତାହା ସ୍ଥିର ହୋଇପାରିନି। ତେଣୁ ଲାଗୁଛି ଫ୍ରେଣ୍ଡଲି ଫାଇଟ ହୋଇପାରେ। ଅର୍ଥାତ ପରସ୍ପର ବିରୋଧରେ ସେମାନେ ଲଢ଼ିବେ ବୋଲି ଜଣାପଡ଼ିଛି। କୁହାଯାଉଛି, ତେଜସ୍ଵୀ ଯାଦବଙ୍କୁ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ କଂଗ୍ରେସ ଚାହୁଁନାହି। ତେଣୁ ଏଥିପାଇଁ ମେଣ୍ଟରେ ଦେଖା ଦେଇଛି କେଁ। ସେପଟେ ମେଣ୍ଟର ଆଉ ଏକ ଅଂଶୀଦାର ଦଳ ଜେଏମଏମ୍ କହିଛି, ଫ୍ରେଣ୍ଡଲି ଫାଇଟ ନୁହେଁ। ଲଢ଼େଇ ହେବ ତ ପୁରା ଲଢ଼େଇ ହେବ। ତେଣୁ ଜେଏମଏମ୍ ୬ଟି ଆସନ ଲଢିବ ବୋଲି ଘୋଷଣା କରିଛି।

ବିକ୍ରି ହେବ ବିରାଟ କୋହଲିଙ୍କ ଦଳ ଆରସିବି: କିଣି ପାରନ୍ତି ଏହି ବଡ଼ ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ :  ଆଇପିଏଲ୍ ୨୦୨୫ରେ ପ୍ରଥମ ବିଜୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ୍ ବେଙ୍ଗଲୁରୁ (RCB) ବିକ୍ରି ହେବାକୁ ଯାଉଛି। ୟୁନାଇଟେଡ୍ ସ୍ପିରିଟ୍ସ୍ ଲିମିଟେଡ୍ (ଯୁଏସ୍ଏଲ୍), ଯାହା ଡିଆଜିଓର ସବସିଡିୟାରୀ, ୨ ବିଲିୟନ୍ ଡଲାର (ପ୍ରାୟ ୧୭,୭୬୨ କୋଟି ଟଙ୍କା) ମୂଲ୍ୟରେ ସମ୍ପୂର୍ଣ୍ଣ କମ୍ପାନୀ ବିକ୍ରି କରୁଛି। ରିପୋର୍ଟ ଅନୁଯାୟୀ, ସେରମ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓଲା ଏହା କିଣିବାରେ ସର୍ବପ୍ରଥମ ଦୌଡରେ ସାମିଲ ହୋଇଛନ୍ତି।

ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ସିଟିକୁ ଟ୍ରାନ୍ସାକ୍ସନ୍ ଆଡ୍ଭାଇଜର୍ କରାଯାଇଛି। ଡିଆଜିଓ ଇଣ୍ଡିଆର ଏମଡି ଓ ସିଇଓ ପ୍ରଭୀନ୍ ସୋମେଶ୍ୱର୍ କହିଛନ୍ତି, “ଆରସିବି ଆକର୍ଷଣୀୟ ବ୍ୟବସାୟ, କିନ୍ତୁ ଡିଆଜିଓର ମୂଳ ବ୍ୟବସାୟ ନୁହେଁ।” ବିଜୟ ପରେ ବେଙ୍ଗଲୁରୁରେ ହୋଇଥିବା ଭିଡ଼ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ପ୍ରତ୍ୟେକ ୨୫ ଲକ୍ଷ ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲା। ଫ୍ରାଞ୍ଚାଇଜି RCB କେୟର୍ସ ନାମକ ଏକ ନୂତନ ଦୀର୍ଘକାଳୀନ ପଦକ୍ଷେପ ମଧ୍ୟ ଉନ୍ମୋଚନ କରିଥିଲା। ଯାହାର ଲକ୍ଷ୍ୟ ନିରନ୍ତର ସମ୍ପ୍ରଦାୟ ସହାୟତା ପ୍ରଦାନ କରିବା। RCB ଅନୁଯାୟୀ ଏହି ଆର୍ଥିକ ସହାୟତା ଶୋକସନ୍ତପ୍ତ ପରିବାର ସହିତ ଠିଆ ହେବା ଦିଗରେ ପ୍ରଥମ ପଦକ୍ଷେପ।

ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି’ର ବିଜୟ ଏହାକୁ ବିଶ୍ୱର ସବୁଠାରୁ ମୂଲ୍ୟବାନ ସ୍ପୋର୍ଟ୍ସ୍ ସଂସ୍ଥାରେ ସ୍ଥାନ ଦେବ। ପୂର୍ବରୁ ଟୋରେଣ୍ଟ୍ ଗ୍ରୁପ୍ ଗୁଜରାଟ୍ ଟାଇଟାନ୍ସର ୬୭% ସ୍ଟେକ୍ ୭,୫୦୦ କୋଟିରେ କିଣିଥିଲା। ଆଇପିଏଲର ପୂର୍ବତନ୍ କମିସନର୍ ଲଳିତ ମୋଦି କହିଛନ୍ତି, “ଏହା ନୂଆ ରେକର୍ଡ୍ ମୂଲ୍ୟାଙ୍କଣ ସୃଷ୍ଟି କରିବ ଓ ସମସ୍ତ ଆଇପିଏଲ୍ ଦଳର ମାନକ ହେବ।”

 

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀଙ୍କ ଲାଗି ପ୍ରଚାର କରିବେ ନବୀନ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ। ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ୨ ଥର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ନବୀନଙ୍କ ପ୍ରଚାର ପାଇଁ ଚୂଡାନ୍ତ ହୋଇଛି ଗସ୍ତ ସୂଚୀ। ନୂଆପଡା ପାଇଁ ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ନୂଆପଡାରେ ନବୀନ ପହଂଚିବା ପରେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ ହୋଇଯିବ। ନବୀନ ହାତ ହଲାଇ ଦେଲେ ସବୁ ଆକଳନ ଓଲଟି ଯିବ। ବିଜେଡ଼ି ସପକ୍ଷରେ ସବୁ ଭୋଟ ଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର। ରାଜେନ୍ଦ୍ର ଢୋଲକିଆ ବିଜେଡ଼ିର। ତାଙ୍କ ଦେହାନ୍ତ ସମୟରେ କେଉଁମାନେ ଯାଇଥିଲେ। ତାଙ୍କ ଶ୍ରଦ୍ଧାଞ୍ଜଳି କିଏ ଆୟୋଜନ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ଦିବ୍ୟଶଙ୍କର। ରାଜେନ୍ଦ୍ର ଢୋଲକିଆ କେଉଁ ଦଳରେ ଥିଲେ ତାଙ୍କ ପାଇଁ କିଏ କାମ କରିଥିଲା ତାହା ସମସ୍ତେ ଜାଣିଛନ୍ତି। ବିଜୁ ଜନତା ଦଳରୁ କ୍ୟାବିନେଟ ମନ୍ତ୍ରୀ ଥିଲେ। ଜୟ ଢୋଲକିଆଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ସମସ୍ତ ସମର୍ଥକ ବିରୋଧ କରୁଛନ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର।

ନୂଆପଡ଼ା ଉପନିର୍ବାଚନ : ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡାରେ ବିପୁଳ ସମ୍ବର୍ଦ୍ଧନା

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡାରେ ପହଞ୍ଚିବା ପରେ ନୂଆପଡା ବିଜେଡି ଦଳୀୟ ନେତା ଓ କର୍ମୀ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ନୂଆପଡା ସଦର ଅଂଚଳରୁ ବିଜେଡି ପ୍ରାର୍ଥୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଖରିଆର ରୋଡ ବିଜେଡି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ଶୋଭାଯାତ୍ରାରେ ନୂଆପଡାର ଶତାଧିକ ସଂଖ୍ୟଆରେ ବିଜେଡି ନେତା ଓ କର୍ମୀ ସାମିଲ ହୋଇତିଲେ। ସ୍ଵାଗତ ସମ୍ବର୍ଦ୍ଧନା ଲାଗି ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ନୂଆପଡାବାସୀଙ୍କ ପାଇଁ କାମ କରିବି। ଦଳିତ, ଆଦିବାସୀ ଓ ମହିଳା ଗରିବ ପରିବାରଙ୍କ ସ୍ବାର୍ଥ ପାଇଁ ଲଢ଼ିବି ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ।

ଧନତେରସରେ ସୁନା ରୂପା ବଦଳରେ କିଣନ୍ତୁ ଏହି ଜିନିଷ : ମହାଲକ୍ଷ୍ମୀଙ୍କ ବର୍ଷିବ କୃପା

ନନ୍ଦିଘୋଷ ବ୍ୟୁରୋ : ଆଜି ଧନତେରସ । ସନାତନ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ହିନ୍ଦୁ ଧର୍ମର ଲୋକ ମା’ ଲକ୍ଷ୍ମୀ, ଧନର ଦେବତା କୁବେର ଏବଂ ଧନ୍ବନ୍ତରୀଙ୍କୁ ପୂଜା କରନ୍ତି । ଧନତେରସରେ ପ୍ରଭୁ ଧନ୍ବନ୍ତରୀଙ୍କ ଜନ୍ମ ହୋଇଥିବାରୁ ଉକ୍ତ ଦିନକୁ ଧନ୍ବନ୍ତରୀ ତ୍ରୟୋଦଶୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସୁନା, ରୁପା , ଅଳଙ୍କାର , ବାସନ ଏବଂ ଝାଡୁ କିଣିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଆଲୋକର ପର୍ବ ଦୀପାବଳିରେ ସମସ୍ତେ ଚାହାନ୍ତି ଯେ ତାଙ୍କ ଜୀବନରେ ମା’ ଲକ୍ଷ୍ମୀଙ୍କ ଅପାର କରୁଣା ଏବଂ ଆଶୀର୍ବାଦ ରହୁ । ସେଥିପାଇଁ ଏହିଦିନ ମା’ ଧନଲକ୍ଷ୍ମୀଙ୍କ ସ୍ବତନ୍ତ୍ର ପୂଜା ହୋଇଥାଏ । ଯାହାର ଆରମ୍ଭ ଧନତେରସରୁ ହିଁ ହୋଇଯାଏ । କେବଳ ମା’ ଲକ୍ଷ୍ମୀ ନୁହେଁ ଧନର ଦେବତା ପ୍ରଭୁ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ଅନେକ ଲୋକ ଅନେକ ଉପାୟ ଆପଣାଇଥା’ନ୍ତି । ଏହି ଦିନ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ଖାଲି ଝାଡୁ କାହିଁକି ଲୁଣ ଏବଂ ଧନିଆ କିଣିବା ମଧ୍ୟ ଧନତେରସରେ ଶୁଭ ବୋଲି କୁହାଯାଇଛି । ଏହା ଘରେ ସୁଖ , ସମୃଦ୍ଧି ଆଣିବା ସହ ଧନର ପଥ ପ୍ରଶସ୍ତ କରିଥାଏ ବୋଲି ବିଶ୍ବାସ ରହିଛି । ସୁନା ଏବଂ ରୂପା ବ୍ୟତୀତ, ଏହି ଦିନ ଘରକୁ କିଛି ପବିତ୍ର ଜିନିଷ ଆଣିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଦୁର୍ଭାଗ୍ୟ ଦୂର ହୁଏ ।

ଧନିଆକୁ ଧନ ଏବଂ ବୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଧନତେରସରେ ଧନିଆ ବିହନ କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ। ପୂଜା ସମୟରେ ଦେବୀ ଲକ୍ଷ୍ମୀଙ୍କୁ କିଛି ଧନିଆ ଅର୍ପଣ କରନ୍ତୁ ଏବଂ ତା’ପରେ ଏକ ପାତ୍ରରେ କିଛି ବିହନ ବୁଣନ୍ତୁ। ଯଦି ଗଛଟି ଭଲ ଭାବରେ ବଢ଼େ, ତେବେ ଏହା ଘରେ ସ୍ଥାୟୀ ସମୃଦ୍ଧି ଏବଂ ସୁଖ ଆଣିଥାଏ ବୋଲି କୁହାଯାଏ। ଧନତେରସରେ ଘରକୁ ହଳଦୀ ଆଣିବା ମଧ୍ୟ ଲାଭଦାୟକ। ଧନତେରସରେ କେସର କିଣିବା ଧାର୍ମିକ ଦୃଷ୍ଟିରୁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ

ଯଦି ପବିତ୍ର ଧନତେରସ ଅବସରରେ କେଉଁ ଜିନିଷ କିଣିବା ଉଚିତ୍ ନୁହେଁ ପ୍ରଶ୍ନ ଆସେ ତା’ହେଲେ ଏହି ଦିନ ଲୁହା କିମ୍ବା କୌଣସି ଧାରୁଆ ଜିନିଷ କିଣିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ବାରା ଘରେ ଦାରିଦ୍ର୍ୟ ବୃଦ୍ଧି ପାଇବା ସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏତଦବ୍ୟତିତ , ଏହି ଦିନରେ ଘରକୁ କଳା ଜିନିଷ ଏବଂ କାଚ ଜିନିଷ ଆଣିବା ଉଚିତ ନୁହେଁ । ଏହା ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ।

ନୂଆପଡ଼ା ଉପନିର୍ବାଚନ : ଆଜି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଭରିବେ ନାମାଙ୍କନ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ। ଆଜି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଦାଖଲ କରିବେ ନାମାଙ୍କନ ପତ୍ର। ବିଜେପିରୁ ଜୟ ଢୋଲକିଆ ଓ କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିବେ। ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଯାଇ ନାମାଙ୍କନପତ୍ର ଭରିବେ ଦୁଇ ପ୍ରାର୍ଥୀ। ଦୁଇ ଦଳ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିବେ। ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଆଜି ବିଧିବଦ୍ଧ ଭାବେ ଦଳୀୟ ପ୍ରମୁଖ ନେତା ଓ କର୍ମୀଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିବେ ଘାସିରାମ। ନୂଆପଡ଼ାରେ ଏଥର ଘାସିରାମଙ୍କୁ ପ୍ରାର୍ଥୀ କରି ଉପନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷିଛି କଂଗ୍ରେସ। ସେପଟେ ବିଜେପି ପାର୍ଥୀ ଜୟ ଢୋଲକିଆ ଦଳୀୟ ପ୍ରାର୍ଥୀ ଓ ନେତାଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିବେ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହେଉଛନ୍ତି ଜୟ ‌ଢୋଲକିଆ। ଜୟ ‌ଢୋଲକିଆଙ୍କ ନାମାଙ୍କନରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ଜଣାପଡିଛି।

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ : ହମଲାରେ ୩ କ୍ରିକେଟର ମୃତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଏବଂ ଆଫଗାନିସ୍ତାନ ଉତ୍ତେଜନା ଧମିବାର ନାଁ ଧରୁନି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ପାକଟିକା ପ୍ରଦେଶରେ ଏକ ବଡ ଏୟାର ଷ୍ଟ୍ରାଇକ୍‌ କରିଛି । ଏହି ବିମାନ ଆକ୍ରମଣରେ ତିନି ଜଣ ଆଫଗାନ୍ କ୍ରିକେଟରଙ୍କ ସହ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏହି ଘଟଣାକୁ ନିନ୍ଦା କରିବା ସହ  “ପାକିସ୍ତାନ ଦ୍ୱାରା କରାଯାଇଥିବା ଏହା ଏକ କାପୁରୁଷ ଆକ୍ରମଣ” ବୋଲି କହିଛି।ଏହା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଏବଂ ଶ୍ରୀଲଙ୍କା ସହ ଆଗକୁ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ T20 ସିରିଜରୁ ଓହରି ଯିବାର ନିଷ୍ପତ୍ତି ଘୋଷଣା କରିଛି।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ପାକିସ୍ତାନ ଦ୍ୱାରା ଏକ ଆକ୍ରମଣରେ ଟାର୍ଗେଟ ହୋଇଥିବା ଉର୍ଗୁନ୍ ଜିଲ୍ଲାର କ୍ରିକେଟର୍ କବିର, ସିବଘାତୁଲ୍ଲା ଏବଂ ହାରୁନଙ୍କ ମୃତ୍ୟୁ ପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗଭୀର ଶୋକ ପ୍ରକାଶ କରୁଛି। ଏହି ଖେଳାଳିମାନଙ୍କ ସହିତ ଆଉ ପାଞ୍ଚ ଜଣ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିଲେ, ଏଥିସହ ସାତ ଜଣ ଆହତ ହୋଇଥିଲେ। ଖେଳାଳିମାନେ ମ୍ୟାଚ ଖେଳିବା ପାଇଁ ଶାରନା ଯାଇଥିଲେ। ସେଠାରୁ ଉର୍ଗୁନ୍ ଫେରିବା ପରେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା।
ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏକ ତ୍ରିରାଷ୍ଟ୍ରୀୟ T20 ସିରିଜ୍‌ ରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ପାକିସ୍ତାନର ଏକ ମିଳିତ ସିରିଜ୍ ଖେଳିବାର ଥିଲା। ତ୍ରିରାଷ୍ଟ୍ରୀୟ T20 ସିରିଜ୍‌ ର ପ୍ରଥମ ଦୁଇଟି ମ୍ୟାଚ୍ ରାୱଲପିଣ୍ଡିରେ ଅନୁଷ୍ଠିତ ହେବାର ଥିଲା ଏବଂ ଫାଇନାଲ୍ ସମେତ ବାକି ମ୍ୟାଚ୍ ସବୁ ଲାହୋରରେ ଅନୁଷ୍ଠିତ ହେବାର ଥିଲା। ଆଫଗାନିସ୍ତାନ କ୍ରିକେଟ ଦଳର ଅଧିନାୟକ ରସିଦ ଖାନ ବିମାନ ଆକ୍ରମଣକୁ “ବର୍ବର” ବୋଲି କହିଛନ୍ତି।

ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି, ଯେତେବେଳେ ଆଫଗାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିବା ରିପୋର୍ଟ ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ଯୁଦ୍ଧ ତୀବ୍ର ରୂପ ନେବା ପରେ ଦୁଇ ଦେଶର ସହମତିରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ୪୮ ଘଣ୍ଟା ନ ପୂରୁଣୁ ପୁଣି ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ।

ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି, ଯେତେବେଳେ ଆଫଗାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିବା ରିପୋର୍ଟ ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ଯୁଦ୍ଧ ତୀବ୍ର ରୂପ ନେବା ପରେ ଦୁଇ ଦେଶର ସହମତିରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ୪୮ ଘଣ୍ଟା ନ ପୂରୁଣୁ ପୁଣି ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ।