spot_img
Home Blog Page 291

ହୀରାକୁଦ ଡ୍ୟାମର ସୁରକ୍ଷା ଓ ଦକ୍ଷତା ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଶୂନ୍ୟକାଳରେ ହୀରାକୁଦ ଡ୍ୟାମର ସୁରକ୍ଷା ଓ ଦକ୍ଷତା ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ହୀରାକୁଦ ଡ୍ୟାମରେ ବାଲି ପଟୁ ଜମା ହେଉଛି । ଦିନକୁ ଦିନ ଜଣଭଣ୍ଡାରରେ କମୁଛି ଜଳ ଧାରଣା କ୍ଷମତା। ସେପଟେ ହୀରାକୁଦ କୂଳରେ ସରକାର ବଡ଼ ବଡ଼ କମ୍ପାନୀଙ୍କୁ ହୋଟେଲ କରିବାକୁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା କି ପ୍ରକାର ନିଷ୍ପତ୍ତି ବୋଲି ଗୃହରେ ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଏବେ ସୁଦ୍ଧା ୨୭ ପ୍ରତିଶତ ଜଳଧାରଣା କ୍ଷମତା କମିଲାଣି । ଯାହାକି ଉଦବେଗଜନକ । ସରକାର ତୁରନ୍ତ ଡ୍ୟାମରୁ ବାଲି ପଟୁ କାଢ଼ନ୍ତୁ ବୋଲି ପ୍ରସନ୍ନ ଦାବି କରିଛନ୍ତି । ସେହିପରି ହୀରାକୁଦ ଡ୍ୟାମ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମିକମି ଯାଉଛି । ଖାଲି ପଡ଼ିଥିବା ପଦବୀ ସରକାର ପୂରଣ କରନ୍ତୁ। ଏହାର ଜବାବରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଉପନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ବେଶ ଗୁରୁତ୍ତ୍ୱପୂର୍ଣ୍ଣ । ଗୃହରେ ଜବାବ ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଡାରୀ କହିଛନ୍ତି ବାଲି ଓ ପଟୁ କାଢ଼ିବା ଓ ବଡ଼ ବଡ଼ ଗଛ ତାଡ଼ିବା କାମ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାର ଓ ବିଭିନ୍ନ ଟେକନିକାଲ ଟିମ ସହ ଆଲୋଚନା କରୁଛନ୍ତି।

ରାତି ଅଧିଆ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଉପରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ : ରାତି ଅଧିଆ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଉପରେ ଚଢାଉ । ଛଦ୍ମବେଶୀ ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ରାତିଦିନ ଏକ କରିଛନ୍ତି ବାସୁଦେବପୁର ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସୁଦର୍ଶନପୁର ପଞ୍ଚାୟତର ଜଗନ୍ନାଥୀ ଓ ସୁଦର୍ଶନପୁର ବାଘୁଆ ଅଞ୍ଚଳରେ ପୋଲିସ ଚଢାଉ କରିଛି । ଜଗନ୍ନାଥୀ ଗ୍ରାମର ମୁଷା ସାହୁଙ୍କ ଭଡା ଘରେ ରାଜମିସ୍ତ୍ରୀ ଭାବେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ । ଜଗନ୍ନାଥୀ ଗ୍ରାମରେ ରହୁଛନ୍ତି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀ । ସେହିଭଳି ବାଘୁଆ ଗ୍ରାମର ରାମକୃଷ୍ଣ ପଲାଇଙ୍କ ଭଡା ଘରେ ରହୁଛନ୍ତି ୧୧ ଜଣ ସନ୍ଦିଗ୍ଧ ବାଂଲାଦେଶୀ । ଗତକାଲି ରାତି ଅଧିଆ ବାସୁଦେବପୁର ଥାନର IIC ଲୋପାମୁଦ୍ରା ନାୟକ ଏକ ଟିମ ସହିତ ଚଢାଉ କରିଥିଲେ । ଜଣ ଜଣ କରି ୧୧ ଜଣଙ୍କର ଯାଞ୍ଚ କଲେ ଆଧାର ଓ ଭୋଟର କାର୍ଡ । ଜମି ପଟ୍ଟା ଓ ଆଧାର କାର୍ଡ ଧରି ଥାନାକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିଶା ପାଇଁ ହିତାହିତ ଜ୍ଞାନ ଭୁଲିଲା, ପେଟ୍ରୋଲ ଢାଳି ମାଆକୁ ଜାଳି ଦେଲା ସଇତାନ ପୁଅ !

ନନ୍ଦିଘୋଷ ବ୍ୟୁରୋ : ନିଶା ପାଇଁ ମାଆକୁ ପୁଅ ଜାଳି ଦେଇଥିବା ସନ୍ଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବିଲଣା ଗଳଗଣ୍ଡପୁର ଗାଁରେ । ଏହି ଗାଁର ଜୋତ୍ସ୍ନା ନାୟକଙ୍କୁ ଆଜି ସକାଳୁ ତାଙ୍କ ପୁଅ ଦେବାଶିଷ ନାୟକ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ ହୋଇଛି ।

ସଂପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ନିଶା ଖାଇବାକୁ ମାଙ୍କୁ ଦୈନିକ ପଇସା ମାଗୁଥିଲା ପୁଅ । ଯାହାକୁ ନେଇ ଦୁଇ ଦିନ ହେବ ମାଆ ପୁଅଙ୍କ ଭିତରେ ଝଗଡା ହେଉଥିଲା । ତେବେ ଆଜି ସକାଳୁ ଉଭୟଙ୍କ ମଧ୍ୟରେ ଝଗଡା ପରେ ଦେବାଶିଷ ଉତକ୍ଷିପ୍ତ ହୋଇ ନିଜ ମା’କୁ ଜାଳିଦେଇଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ମା’ଙ୍କୁ ଗ୍ରାମବାସୀ ଉଦ୍ଧାର କରି ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଜ୍ୟୋତ୍ସ୍ନାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସଂପର୍କରେ ଖବର ପାଇବା ପରେ ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି ।

ଇଣ୍ଡିଗୋରେ ଭୟଙ୍କର ବିଭ୍ରାଟ : ୨ ଶହରୁ ଅଧିକ ଫ୍ଲାଇଟ ବାତିଲ

ନନ୍ଦିଘୋଷ ବ୍ୟୁରୋ : ଇଣ୍ଡିଗୋ ବିମାନ ଚଳାଚଳରେ ଭୟଙ୍କର ବିଭ୍ରାଟ। ୨ ଶହରୁ ଅଧିକ ଫ୍ଲାଇଟ ବାତିଲ କରାଯାଇଛି। ମୁମ୍ଵାଇ, ଦିଲ୍ଲୀ, ବେଙ୍ଗଳୁରୁ, ହାଇଦ୍ରାବାଦ, କୋଲକାତାରେ ଗୁରୁତର ଭାବେ ପ୍ରଭାବିତ ଏହାର ଅପରେସନ। ହଜାର ହଜାର ଯାତ୍ରୀ ହଇରାଣ ହୋଇଛନ୍ତି। ଏୟାରପୋର୍ଟରେ ସେମାନେ ଫସି ରହିଛନ୍ତି। ଏହି ବିଭ୍ରାଟ ପାଇଁ ଡିଜିସିଏ ପକ୍ଷରୁ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦିଲ୍ଲୀରୁ ୩୦ଟି, ହାଇଦ୍ରାବାଦରୁ ୩୩ଟି, ମୁମ୍ଵାଇରୁ ମଧ୍ୟ ବହୁତ ଫ୍ଲାଇଟ ବାତିଲ ହୋଇଛି।

ଏହି ବିଭ୍ରାଟ ପାଇଁ ଇଣ୍ଡିଗୋ ସ୍ଵୀକାର କରିଛି ଯେ, କମ୍ପାନୀର ଅପରେସନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି। ଟେକ୍ନିକାଲ ତ୍ରୁଟି, ସମୟରେ ପରିବର୍ତ୍ତନ, ପ୍ରତିକୂଳ ପାଗ ପରିସ୍ଥିତି, ଭିଡ଼ ଏବଂ ଅପଡେଟ୍ କର୍ମଚାରୀଙ୍କ ରୋଷ୍ଟର ନିୟମରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ସ୍ଵାଭାବିକ କରିବାକୁ ଉଦ୍ୟମ ଚାଲିଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ଏଥିପାଇଁ ୪୮ ଘଣ୍ଟା ଲାଗିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଡିଜିସିଏର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ମଧ୍ୟ ହୋଇଛି।

ବିରୂପା ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ : କଟକ ବିରୂପା ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ଗତକାଲି ଏକ କାର୍ ନଦୀକୁ ଖସି ପଡ଼ିଥିଲା। ଜଣକୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ। ଆଜି ସକାଳୁ ସର୍ଚ୍ଚ ଅପରେସନ ପରେ ତାଙ୍କର ମୃତଦେହ ନଦୀରୁ ମିଳିଛି। ମୃତକ ହେଲେ ଉଦିତ ସାହୁ। କାର ନଦୀକୁ ଖସି ପଡ଼ିବା ବେଳେ ସେଥିରେ ଥିଲେ ଉଦିତ ଏବଂ ତାଙ୍କ ସାଙ୍ଗ ଅଂଶୁମାନ। ଅଂଶୁମାନଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଆଜି ଉଦିତଙ୍କ ମୃତ ଶରୀରକୁ ଉଦ୍ଧାର କରିଛି ଓଡ଼ରାଫ ଓ ଅଗ୍ନିଶମ ବାହିନୀ । ଜଗତପୁର ପୋଲିସ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କଟକ ବଡ଼ମେଡ଼ିକାଲକୁ ପଠାଇଛି।

ଚଳଚଞ୍ଚଳ କଟକ ବାରବାଟୀ ଷ୍ଟାଡିୟମ : ଆଉ ୫ ଦିନ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି

ନନ୍ଦିଘୋଷ ବ୍ୟୁରୋ : ଚଳଚଞ୍ଚଳ କଟକ ବାରବାଟୀ ଷ୍ଟାଡିୟମ । ଆଉ ୪ ଦିନ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି । ଏଥି ପାଇଁ ପଡିଆ ଠାରୁ ପିଚ, ଗ୍ୟାଲେରୀ ଠାରୁ ବିଭିନ୍ନ ଷ୍ଟାଣ୍ଡ ପ୍ରସ୍ତୁତ ହୋଇ ସାରିଲାଣି। ସେପଟେ ଓସିଏ ଅନୁବନ୍ଧିତ ସଂଗଠନଗୁଡିକ, ସ୍କୁଲ, କଲେଜ ଓ କ୍ଲବଗୁଡିକ ପାଇଁ ଟିକେଟ ବିକ୍ରି ହେଉଛି। ପାଖାପାଖି ୮୦ ସଂଗଠନ ଦୁଇ ଦିନରେ ୧୧ ହଜାର ଟିକେଟ ସଂଗ୍ରହ କରିବେ। ଓସିଏ କନଫରେନ୍ସ ହଲରେ ଓସିଏ ସଦସ୍ୟ ଓ ଏସବିଆଇ ମିଳିତ ଭାବେ ଏହି ଟିକେଟ ବିକ୍ରୀ କରୁଛନ୍ତି। ଏଥର ବାରବାଟୀରେ ପ୍ରଥମଥର ଲାଗି ରେଡ ସଏଲ ପିଚରେ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ ଚୁଡାନ୍ତ ନିଷ୍ପତ୍ତି ନେବା ପରେ ପିଚ କାମ ଜୋରଦାର ହୋଇଛି। ଘାସ କଟାକୁ ମଧ୍ଯ ତ୍ବରିତ ଗତିରେ କରାଯାଇ ପଡିଆକୁ ଚେସ ବୋର୍ଡ ସେଫ୍ ଦିଆ ଯାଉଛି। ସେପଟେ ରାତିରେ ମ୍ୟାଚ ଦିନ କାକର ପଡିବାର ସମ୍ଭାବନା ଥିବାରୁ ପିଚ କ୍ୟୁରେଟର ମାନେ କେମିକାଲ ବ୍ୟବହାର କରିବାକୁ ଯୋଜନା କରିଛନ୍ତି। ଓସିଏ ଅନୁବନ୍ଧିତ ସଂଗଠନଗୁଡିକ ଟିକେଟ ବିକ୍ରୀ ସରିବା ପରେ କାଲିଠୁ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି ହେବ।

ଥାନା ଅଧିକାରୀଙ୍କ ଦବଙ୍ଗଗିିରି : ଥାନା ପରିସରରେ ଏଏସଆଇଙ୍କୁ ମାଡ଼

ନନ୍ଦିଘୋଷ ବ୍ୟୁରୋ : ପୋଲିସକୁ ମାଡ଼ ମାରିଲା ପୋଲିସ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳୁକୁଣ୍ଡ ଥାନାରେ ଏଏସଆଇଙ୍କୁ ମାଡ଼ ଅଭିଯୋଗ । ଥାନା ଅଧିକାରୀ ଦେବାଶିଷ ଶତପଥୀ ଏଏସଆଇ ପ୍ରକାଶ କୁମାର ସିଂହଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏକ ଚାର୍ଜସିଟ ଲେଖାକୁ ନେଇ ଥାନା ଅଧିକାରୀ ଏଏସଆଇଙ୍କୁ ମାଡ ମାରିଥିଲେ । ଏନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଏଏସଆଇ ପ୍ରକାଶ କୁମାର ସିଂହ । ମାଡ ମରାଯିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାଜପୁର SDPO ପ୍ରଶାନ୍ତ ମାଝୀ ଅଳୁକୁଣ୍ଡ ଥାନାରେ ପହଁଚି ସିସିଟିଭି ଯାଞ୍ଚ କରିଛନ୍ତି ।

ଭାରତୀୟ ନୌସେନା ଦିବସ : କେରଳ ଥିରୁବନନ୍ତପୁରମ ସ୍ଥିତ ଶାଙ୍ଗୁମୁଘାନରେ ରିହରସାଲ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତୀୟ ନୌସେନା ଦିବସ। ଏହି ଅବସରରେ କେରଳ ଥିରୁବନନ୍ତପୁରମସ୍ଥିତ ଶାଙ୍ଗୁମୁଘାନରେ ହେବ ରଙ୍ଗାରଙ୍ଗ ଶୋ। ଏହି ଶୋରେ ଭାଗ ନେବେ ବହୁ ଲଢୁଆ ଜାହାଜ ଓ ବିମାନ। ଗତକାଲି ନୌସେନା ଦିବସ ପାଳନ ପୂର୍ବରୁ ସମୁଦ୍ରରେ ଦମ୍ ଦେଖାଇଥିଲା ନୌସେନା। ଏହାର ସାମର୍ଥ୍ୟ, ପ୍ରଯୁକ୍ତିଗତ ଶକ୍ତି, ସାମୁଦ୍ରିକ ନିରାପତ୍ତା ନେଇ ଅଙ୍ଗୀକାରକୁ ନେଇ ପାଳନ ହେବ ଦିବସ। ଏହା ସହ ୧୯୭୧ ଯୁଦ୍ଧକୁ ନୌସମରାଭ୍ୟାସରେ ଫୋକସ କରାଯାଇଛି।

ନୌସେନା ଦିବସ ଅବସରରେ ନୌସେନା ନିଜର ରଣକୌଶଳ ପ୍ରଦର୍ଶିତ କରିବ। ରିହରସାଲରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ମହାସାଗରରେ ଭାରତର ସାମୁଦ୍ରିକ ନିରାପତ୍ତା ରକ୍ଷାକୁ ଫୋକସ ଦିଆଯାଇଛି। ୧୯୭୧ ଡିସେମ୍ବର ୪ରେ ପାକିସ୍ତାନ ବିରୋଧରେ ହୋଇଥିଲା ଅପରେସେନ ଟ୍ରାଇଡେଣ୍ଟ। ଏହି ଅପରେସନରେ ଭାରତୀୟ ନୌସେନାର ମିସାଇଲ ବୋଟ ପାକିସ୍ତାନର କରାଚୀ ବନ୍ଦର ଉପରେ କରିଥିଲେ ଜବରଦସ୍ତ ହମଲା। ଏହା ସହ ଆଇଏନଏସ ବିକ୍ରାନ୍ତ ପକ୍ଷରୁ ଚିଟ୍ଟୋଗଙ୍ଗ ଓ ଖୁଲନା ଉପରେ ବି ହମଲା କରାଯାଇଥିଲା। ଏହି ଅବସରରେ ନୌସେନାର ଯୁଦ୍ଧ ଜାହାଜ, ଲଢୁଆ ବିମାନ ଆଦି ନିଜର ରଣକୌଶଳ ପ୍ରଦର୍ଶନ କରିବେ।

ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗ : ହାଜର ହେବେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

ନନ୍ଦିଘୋଷ ବ୍ୟୁରୋ : ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗ। ଆଜି ଯୁଗ୍ମ ସଂସଦୀୟ ପାନେଲ ନିକଟରେ ହାଜର ହେବେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ଯୁଗ୍ମ ସଂସଦୀୟ ପାନେଲ ନିକଟରେ ଜଣେ ସିଇସି ହାଜର ହେବା ଘଟଣା ଦେଶରେ ପ୍ରଥମ। ଦେଶରେ ଏସଆଇଆର ଝଡ଼ ଜାରି ରହିଥିବାବେଳେ ସିଇସିଙ୍କଠାରୁ ମତ ଲୋଡିବ ପାନେଲ।

ଏହି ପାନେଲକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ଯକ୍ଷତାରେ ଗଠନ କରାଯାଇଥିଲା। ୱାନ ନେସନ ୱାନ ଇଲେକସନ ପ୍ରସ୍ତାବକୁ ନେଇ ଅନେକ ଆଇନଗତ, ସାମ୍ବିଧାନିକ ଓ ରାଜନୈତିକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ବିଭିନ୍ନ ବିଶେଷଜ୍ଞଙ୍କ ସହ ଆଲୋଚନା ଜାରି ରଖିଛି ପାନେଲ। ପାନେଲ ଓ ସିଇସିଙ୍କ ମଧ୍ଯରେ ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଏହି ବୈଠକକୁ ୨୩ତମ ଆଇନ ଆୟୋଗଙ୍କୁ ମଧ୍ୟ ଉପସ୍ଥିତ ରହିବା ଲାଗି କୁହାଯାଇଛି। ବର୍ତ୍ତମାନ ୱାନ ନେସନ ୱାନ ଇଲେକସନ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟିରେ ୩୯ ଜଣ ସଦସ୍ଯ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ ଜଣ ଅଛନ୍ତି।

ନଦୀରେ କାର୍ ଖସିପଡ଼ିବା ଘଟଣା; ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର

ନନ୍ଦିଘୋଷ ବ୍ୟୁରୋ :  କଟକ ଜଗତପୁର ନିକଟରେ ବିରୂପା ନଦୀରେ କାର୍ ଖସିପଡ଼ିବା ଘଟଣା। ସାଢ଼େ ୬ ଘଣ୍ଟା ପରେ ନଦୀରୁ ଉଦ୍ଧାର ହେଲା କାର। ତେବେ କାର୍ ଭିତରେ କେହି ନଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାର୍ ବୁଡିବା ଭିତରେ ଦୁଇ ଜଣ ଥିଲେ। ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଅନ୍ୟ ଜଣେ କାର ଭିତରେ ରହିଯାଇଥିଲେ। ହେଲେ କାରକୁ ପଦାକୁ ଆଣିବା ପରେ କାର ଭିତରେ କେହି ନଥିବାରୁ ସସପେନ୍ସ ସୃଷ୍ଟି ହୋଇଛି।

ସନ୍ଧ୍ୟାରେ କାରଟି ଦ୍ରୁତ ଗତିରେ ଯାଇ ବିରୂପା ନଦୀରେ ଖସିପଡିଥିଲା। କାର୍ ଭିତରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଖେଳ ପ୍ରଶିକ୍ଷଣ ପିଲା ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ଏବେ ସୁସ୍ଥ ଅଛନ୍ତି। ସେପଟେ କାର୍ ଭିତରେ ଥିବା ବ୍ୟକ୍ତି କୁଆଡ଼େ ଗଲେ ତାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ରେସ୍କ୍ୟୁ ଅପରେସନର ସାମିଲ ଥିଲେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ପ୍ରଶାସନ ଓ ସ୍ଥାନୀୟ ଲୋକ। ଦୀର୍ଘ ସମୟ ଧରି ସେଠାରେ ଚାଲିଥିଲା ମେଗା ରେସ୍କ୍ୟୁ ଅପରେସନ। କାରଟି ଭୁବନେଶ୍ଵର ଲିଙ୍ଗିପୁର ଅଂଚଳର ଥିବା ସୂଚନା ମିଳିଛି। କାରଟି ପ୍ରାୟ ୩୫ ଫୁଟ ପାଣି ଭିତରେ ବୁଡିଯାଇଥିଲା। କାରଟିକୁ ପଦାକୁ ଆଣିବା ଲାଗି ବ୍ୟବହୃତ ହୋଇଥିଲା ରଶି। ଘଟଣାସ୍ଥଳରେ ଡିସିପି ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିଲେ। ଉଦ୍ଧାର ଲାଗି ସ୍କୁବା ଡାଇଭର ବି ନିୟୋଜିତ ହୋଇଥିଲେ।