ପାର୍ଲାମେଣ୍ଟରେ ପୁଣି ଉଠିଲା ପ୍ରଦୂଷଣ ପ୍ରସଙ୍ଗ। ଲୋକସଭାରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଲଗାତାର ଅନେକ ଦିନ ହେଲାଣି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣକୁ ଆସୁନାହିଁ। ଏହାକୁ ନିୟନ୍ତ୍ରଣ କରିବାକୁ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପଚାରିଛନ୍ତି ରାହୁଲ। ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ସରକାରଙ୍କ କଣ ଯୋଜନା ରହିଛି। ଏ ପ୍ରସଙ୍ଗରେ ସଂସଦରେ ଏକ ଜରୁରୀ ଏବଂ ସଂଗଠିତ ବିତର୍କ ହେବା ଜରୁରୀ ବୋଲି କହିଛନ୍ତି ରାହୁଲ।ବାୟୁ ପ୍ରଦୂଷଣ ଏକ ଗୁରୁତର ସମସ୍ୟା। ଏହାକୁ ନେଇ ଗୃହରେ ଆରୋପ ପ୍ରତ୍ୟାରୋପ ହେବା ଅନୁଚିତ। ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦେଶର ସମସ୍ତ ସହରରେ ନିୟମ ହେବା ଦରକାର। କାହାକୁ ଦୋଷ ନଦେଇ ଏକାଠି କାମ କରିବା ବୋଲି କହିଛନ୍ତି ରାହୁଲ। ଏହାକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଦର୍ଶାଯାଇଛି। ସେପଟେ ଏହି ପ୍ରସଙ୍ଗ ନେଇ ସରକାର ଆଲୋଚନା କରିବାକୁ ରାଜି ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।
ସମ୍ବଲପୁରରେ ପୁଣି ଚାଷୀ ଆନ୍ଦୋଳନ: ରାସ୍ତା ଅବରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଅନ୍ନଦାତା
ସମ୍ବଲପୁରରେ ପୁଣି ଚାଷୀ ଆନ୍ଦୋଳନ। ସହରର ସିନ୍ଦୂରପଙ୍କ ଛକରେ ଚାଷୀଙ୍କ ଆନ୍ଦୋଳନ। ରାସ୍ତା ଅବରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଅନ୍ନଦାତା। ଚାଷୀଙ୍କ ସମସ୍ୟାକୁ କେନ୍ଦ୍ର କରି ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ। ଆନ୍ଦୋଳନ ଯୋଗୁ ଅଟକିଛି ଶହ ଶହ ଯାନବାହନ। କେବଳ ଅର୍ଥନୈତିକ ଅବରୋଧ କରାଯାଉଥିବା ଚାଷୀଙ୍କ ସୂଚନା। ସହରର ରେମେଡ ଛକ ଓ ସିନ୍ଦୂରପଙ୍କ ଛକରେ କରାଯାଇଛି ରାସ୍ତା ଅବରୋଧ।
ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ
ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ। ୯୦ ବର୍ଷ ବୟସରେ ଶିବରାଜ ପାଟିଲଙ୍କ ପରଲୋକ ଘଟିଛି। ମହାରାଷ୍ଟ୍ର ଲାତୁର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ଦୀର୍ଘ ଦିନ ଧରି ବୟସାଧିକ କାରଣରୁ ଅସୁସ୍ଥ ଥିଲେ। ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଓ ଲୋକସଭା ବାଚସ୍ପତି ଥିଲେ ଶିବରାଜ ପାଟିଲ। ଶିବରାଜଙ୍କ ଦେହାନ୍ତ ନେଇ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସର ଅନେକ ପ୍ରମୁଖ ନେତା। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧି ଶିବରାଜଙ୍କ ଦେହାନ୍ତ ଘଟଣା ଅତି ଦୁଃଖଦ ବୋଲି କହିବା ସହ ଶୋକ ପ୍ରକାଶ କରିଛନ୍ତି। କଂଗ୍ରେସ ସାଂସଦ ଶିବରାଜ ପାଟିଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବିଶିଷ୍ଟ ନେତା ଶୋକ ପ୍ରକାଶ କରିଛନ୍ତି। ଶିବରାଜଙ୍କ ପରିବାରରେ ପୁଅ ଶୈଳେଶ ପାଟିଲ, ବୋହୂ ଅର୍ଚ୍ଚନା ଓ ଦୁଇ ନାତୁଣୀ ଅଛନ୍ତି।
ଆଜି ବସିବ ଛତିଶା ନିଯୋଗ ବୈଠକ: ଅଧ୍ୟକ୍ଷତା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଆଜି ବସିବ ଛତିଶା ନିଯୋଗ ବୈଠକ । ସଂଧ୍ୟା ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅଧ୍ୟକ୍ଷତାରେ କରିବେ । ଆସନ୍ତା ୧୬ ତାରିଖ ଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ବୈଠକରେ ଅନୁମୋଦନ କରାଯିବ। ଜାନୁଆରୀ ୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଓ ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହେବ। ସେହିପରି ଇଂରାଜୀ ନୂଆବର୍ଷରେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରାଯିବ । ସେହିପରି ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ସହଜ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହେବ । ସଭାପତିଙ୍କ ଅନୁମୋଦନ କ୍ରମେ ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ଛତିଶା ନିଯୋଗର ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ। ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ।

