spot_img
Home Blog Page 2990

ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଦେଲେ ୧୦ ଲକ୍ଷ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ଦେଲେ ୧୦ ଲକ୍ଷ । ସମ୍ବଲପୁର ଚିପଲିମାର ଶ୍ରୀତମ ବେହେରାଙ୍କୁ ଡି.ଏମ୍.ଡି ଡିଜିଜ୍ ହୋଇଛି । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାପାଳ ଚିକିତ୍ସା ପାଇଁ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ସମସ୍ତ ଗୁରୁତର ରୋଗୀ ସଠିକ  ଚିକିତ୍ସା ପାଇ ପାରିବେ ସେନେଇ ସବୁବେଳେ ତତ୍ପର ଆମ ରାଜ୍ୟ ସରକାର  ।

ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଷ୍ଟେଜ ଓ୍ବାନ କ୍ୟାନସରରେ ଥିଲେ ପୀଡ଼ିତ । ତେବେ ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।

ତେବେ ଔଷଧ ଖାଇବା ପରେ କମିଥିଲା ଯନ୍ତ୍ରଣା । କିନ୍ତୁ ଡୋପିଂ ଟେଷ୍ଟରେ ପଜିଟିଭ୍ ଆସିଥିଲା ରିପୋର୍ଟ । ଡୋପିଂ ଟେଷ୍ଟରେ ବିଫଳ ହେବା ନେଇ ଧାବିକା ଦୂତି ଚାନ୍ଦ ଦୁଃଖିତ । ସେ କହିଛନ୍ତି, ଏହି ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହତ । ମୁଁ ଅଲିମ୍ପିକ, ଏସିଆନ ଗେମ୍ସ ଆଦି ଖେଳିଛି । ସବୁ କ୍ଷେତ୍ରରେ ମୁଁ ସଫଳ ହୋଇଛି । ତେବେ ଛୁଟିରେ ମୁଁ ଘରେ ଥିବାବେଳେ ଗତବର୍ଷ ନଭେମ୍ବରରେ ମୋର ସାମ୍ପୁଲ ନିଆଯାଇଥିଲା ।

ଏଥିରେ ମୋର ପଜିଟିଭ ଆସିଥିଲା । ମୁଁ ଜାଣି ପାରି ନଥିଲି ଏହାର କାରଣ । ପରେ ମୁଁ ପୁନର୍ବାର ସାମ୍ପୁଲ ନେବାକୁ କହିଥିଲି । ଗତ ମାର୍ଚ୍ଚରେ ପୁଣି ଥରେ ମୋର ସାମ୍ପୁଲ ନିଆଯାଇଥିଲା । ସେତେବେଳେ ଶରୀରରେ ଯନ୍ତ୍ରଣା ହେଉଥିବାରୁ ସେ ପେନ୍ କିଲର ଖାଉଥିଲେ । ଏଥିଲାଗି ଫିଜିଓଥେରାପିଷ୍ଟ ତାଙ୍କୁ ହ୍ବାଟସଆପରେ ମେଡିସିନ ଖାଇବାକୁ ପରାମର୍ଶ ଦେଇଥିଲେ ।

ଫାର୍ମାସିଷ୍ଟଙ୍କଠାରୁ ମେଡିସିନ ଆଣିଥିବାରୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଏହାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ଚାରି ବର୍ଷ ବ୍ୟାନ କରିଛି ବୋଲି ଦୂତି କହିଛନ୍ତି । ଏନେଇ ନାଡା କହିଥିଲା ସାର୍ଟିଫିକେଟ ପ୍ରସ୍ତୁତ କରିବା ଜରୁରୀ ଥିଲା । ଗତ ୧୦ ବର୍ଷ ଧରି ସେ ବହୁ ଜାତୀୟ କ୍ରୀଡ଼ାରେ ଭାଗ ନେଇଛନ୍ତି । ମାତ୍ର ଡୋପିଂ ଟେଷ୍ଟରେ କେବେ ଫେଲ୍ ହୋଇ ନଥିଲି ।

ରାଜଧାନୀରେ ବୁଲିଲା ଚାପଡ଼: ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଚାପଡ଼ରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର: ଭୁବନେଶ୍ବରରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଚାପଡ଼ରେ ହାଣିଲେ । ରସୁଲଗଡ଼ରେ ତେଲ ପକାଇବ ବେଳେ କାର ବାଇକରେ ବାଜିବାରୁ ବିବାଦ । ଯୁକ୍ତିଯୁକ୍ତ ପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କାଳିଚରଣ ସାହୁଙ୍କୁ ହାଣିଲେ ଦୁର୍ବୃତ୍ତ । ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମଞ୍ଚେଶ୍ବର ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କୁ ଖୋଜୁଛି ମଞ୍ଚେଶ୍ବର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଘଟଛି ଘଟଣା ।

ରେଡ୍‌ ବେଳେ ପୋଲିସକୁ ଆକ୍ରମଣ, ମାର୍ତ୍ତୃଲ ମାଡ଼ରେ ଏସଆଇ ଆହତ

ଭୁବନେଶ୍ବର: ଧଉଳି ଅଞ୍ଚଳରେ ରେଡ୍‌ ବେଳେ ପୋଲିସକୁ ଆକ୍ରମଣ । ଅଭିଯୁକ୍ତଙ୍କ ମାର୍ତ୍ତୃଲ ମାଡ଼ରେ ଆହତ ହୋଇଛନ୍ତି ଏସଆଇ । ଆହତ ଏସଆଇଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଅପରାଧିକ ମାମଲାରେ ସଂପୃକ୍ତି ଥିଲେ ୪ ଜଣ । ୪ ଜଣକୁ ଗିରଫ କରିଛି ଧଉଳି ଥାନା ପୋଲିସ ।

ବିଦ୍ୟୁତ ବିଭାଗରେ ଆଜି ୪୧୨ ଜଣଙ୍କୁ ମିଳିବ ଚାକିରି, ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯୁବ ଶକ୍ତି ପାଇଁ ନୂଆ ସୁଯୋଗ । ବିଦ୍ୟୁତ ବିଭାଗରେ ଆଜି ୪୧୨ ଜଣଙ୍କୁ ମିଳିବ ଚାକିରି । ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ସାଢେ ୫ଟାରେ ଲୋକସେବା କନଭେନସନ ସେଣ୍ଟରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମିଳିବ ନିଯୁକ୍ତି ।

୧୬ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନୟର, ୧୯୭ ଟେକ୍ନିସିଆନ ଓ ୫୪ ଜଣ କାର୍ଯ୍ୟାଳୟ ସହାୟକ ପାଇବେ ନିଯୁକ୍ତି  । ଗତମାସରେ ୧୨୯ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ମିଳିଥିଲା ନିଯୁକ୍ତି ପତ୍ର । ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗରେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ରେନ୍ ଧକ୍କାରେ ମରିବେନି ହାତୀ, ହାତୀ ମୃତ୍ୟୁ ହ୍ରାସ ଦିଗରେ ପଦକ୍ଷେପ ନେଲା ପୂର୍ବତଟ ରେଳପଥ

ଭୁବନେଶ୍ବର: ଆଉ ଟ୍ରେନ୍ ଧକ୍କାରେ ମରିବେନି ହାତୀ । ହାତୀ ଧକ୍କା ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା କରିଛି । ହାତୀ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଲାଗୁ ହେବ । ପୂର୍ବତଟ ରେଳପଥ ଅଧୀନ ରେଳ ଲାଇନରେ ହାତୀ ମୃତ୍ୟୁ ହ୍ରାସ ଦିଗରେ ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧାରୋଡ, ସମ୍ବଲପୁର ରେଳମଣ୍ଡଳ ପରିସୀମା ମଧ୍ୟରେ ଟ୍ରେନ୍ ଧକ୍କା ଯୋଗୁ ବହୁ ବଣୁଆ ହାତୀଙ୍କ ମୃତ୍ୟୁ ହେଉଛି । ତାକୁ ରୋକିବାକୁ ରେଳପଥ ପକ୍ଷରୁ ହାତୀ ଗତିବିଧି ଅଞ୍ଚଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ବା IDS କରାଯିବ ।

୬ରେଳ ସେକ୍ସନର ୨ଶହ କିଲୋମିଟର ରେଳ ଧାରଣା ସାମିଲ ହେବ । ପୂର୍ବତଟ ରେଳପଥ ମଞ୍ଜୁର କରିଛି ୭୯.୧୨କୋଟି । ଏହି ପ୍ରଣାଳୀ ଦ୍ବାରା ରେଳ ଟ୍ରାକ୍ ଆଡ଼କୁ ମାଡି ଆସୁଥିବା ହାତୀ ଚିହ୍ନଟ ସହ ହାତୀ ମୃତ୍ୟୁକୁ ଏଡାଇବାକୁ ରେଳ ଅଧିକାରୀଙ୍କୁ ସତର୍କ କରାଇବ ।

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ମୁନିଗୁଡ଼ା ଥାନା ହୁକୁମତୋଳା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣା । ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ସେହିପରି ବାଇକରେ ବସିଥିବା ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି ।

ମୃତକ ହେଲେ ରାମନାକୁପୁଲି ଗାଁର ଧନୁର୍ଜୟ ମାଣ୍ଡିକା । ଧନୁର୍ଯ୍ୟୟ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଗତକାଲି ମୁନିଗୁଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମୁନିଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ କରୁଛି ପୋଲିସ ।

ଆଖୁଆପଦାରେ ବିପଦ ସଙ୍କେତ ଟପିଲା ବୈତରଣୀ ଜଳସ୍ତର

ଭଦ୍ରକ: ବଢ଼ୁଛି ବୈତରଣୀ ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ 7ଟା ସୁଦ୍ଧା ଆଖୁଆପଦାରେ ବିପଦ ସଂକେତ ଉପରେ ଅର୍ଥାତ ୧୭.୮୮ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ଜଳସ୍ତର ବଢୁଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି ।

ଉଦଳାରେ ବାର୍‌ ସିଲ୍, ଆବଶ୍ୟକତା ଠାରୁ ଅଧିକ ପରିମାଣର ମଦ ରଖାଯାଇ ବିକ୍ରି କରାଯାଉଥିବା ଅଭିଯୋଗ

ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳାରେ ବାର୍‌ ସିଲ୍ । ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉ । ବସଷ୍ଟାଣ୍ଡ ନିକଟରେ ଥିବା ରେନବ ବାର୍‌ରେ ବେଆଇନ ଭାବେ ଆବଶ୍ୟକତା ଠାରୁ ଅଧିକ ପରିମାଣର ମଦ ରଖାଯାଇ ବିକ୍ରି କରାଯିବା ଅଭିଯୋଗ ପରେ ଉଦଳା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ରାତିରେ ଚଢ଼ାଉ କରିଥିଲେ ।

ଚଢ଼ାଉ ବେଳେ ପୋଲିସ ଏବଂ ଅବକାରୀ ବିଭାଗ ବାର୍‌ରେ ଥିବା ମଦ ଷ୍ଟକର ହିସାବ ମାଗିଥିଲେ । ବାର୍ କର୍ମଚାରୀମାନେ ଷ୍ଟକ ଦେଖାଇ ପାରିନଥିଲେ । ଫଳରେ ବାରକୁ ସିଲ କରାଯାଇଛି । ଲକ୍ଷ ଲକ୍ଷ ଟଙ୍କାର ବେଆଇନ ଭାବେ ମଦ ଷ୍ଟକ ରଖି ବିକ୍ରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କମିବ ବର୍ଷାର ପରିମାଣ: ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଜିଠୁ କମିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି । ଆସନ୍ତା ୨୪ ଘଣ୍ଟା ଉତ୍ତର ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ । ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବରଗଡ଼, ନୂଆପଡା, ନବରଙ୍ଗପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡାକୁ ସତର୍କତା ଜାରି ହୋଇଛି ।

୭୦ ରୁ ୧୧୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନାହିଁ । ପୁଣି ୨୫ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ତେଣୁ ୨୩ରୁ ପୁଣି ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।