spot_img
Home Blog Page 2991

ପୁଅକୁ ଝୁରି ଝୁରି ଆଖିବୁଜିଲେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’, ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ

ଆନନ୍ଦପୁର: ସହିଦ ପୁଅକୁ ଝୁରି ଝୁରି ଆଖିବୁଜିଲେ ମା’। ଆନନ୍ଦପୁର ନନ୍ଦିସାହିର ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା  । ଏସସିବିରେ ଚିକିତ୍ସିତ ହେଉଥିଲେ ସୁନ୍ଦରୀ ଖୁଣ୍ଟିଆ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା  ।

ଗତକାଲି ବିଳମ୍ବିତ ରାତିରେ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି  । ପ୍ରଥମେ ସ୍ବାମୀ ଓ ପରେ ତିନି ପୁଅଙ୍କୁ ହରାଇ ଭାଙ୍ଗି ପଡିଥିଲେ ସୁନ୍ଦରୀ  । ଏନେଇ ସବୁ ବେଳେ ଚିନ୍ତାରେ ରହୁଥିଲେ  । ଧିରେ ଧିରେ ଅଧିକ ଅସୁସ୍ଥ ଯୋଗୁ ଏସସିବିରେ ଭର୍ତ୍ତି ହୋଇଥିଲେ  ।

ଗତକାଲି ତାଙ୍କର ମୃତ୍ୟୁ ହୋଇଛି  । ୨୦୨୦ ମସିହାରେ ସ୍ବାମୀ ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ବଡ ପୁଅ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ପୁଅ ପ୍ରଶାନ୍ତ ଖୁଣ୍ଟିଆ ଆଗପଛ ହୋଇ ପ୍ରାଣ ହରାଇଥିଲେ । ଗତ ୧୧ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ସହିଦ ହୋଇଥିଲେ ସୁଶାନ୍ତ । ସୁଶାନ୍ତଙ୍କ ବିୟୋଗ ପରେ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇପଡିଥିଲେ ମା’ ସୁନ୍ଦରୀ  ।

ଦେଶରେ ୧୨ ପ୍ରତିଶତ ସାଂସଦ ଅରବପତି, ଏହି ରାଜ୍ୟର ଅଧିକ ସାଂସଦ ଅରବପତି ତାଲିକାରେ

ନୂଆଦିଲ୍ଲୀ: ଦେଶରେ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଅରବପତି । ଲିଷ୍ଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏମପିଙ୍କ ନାମ ସର୍ବାଧିକ ରହିଛି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ଏବଂ ନ୍ୟାସନାଲ ଇଲେକ୍ସନ ୱାଚ ୨୩୩ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୨୨୫ ଜଣଙ୍କର ଆପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମିର ତଥ୍ୟ ପ୍ରକାଶ କରିଛି ।

ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ୧୧ଜଣ ଏମପିଙ୍କ ମଧ୍ୟରୁ ପାଞ୍ଚ ଜଣ, ତେଲେଙ୍ଗାନାର ସାତଜଣ ଏମପିଙ୍କ ୩ ଜଣ, ମହାରାଷ୍ଟ୍ରର ୧୯ ଜଣ ଏମପିଙ୍କ ମଧ୍ୟରୁ ୧୬ ଜଣ, ଦିଲ୍ଲୀର ତିନିଜଣ ଏମପିଙ୍କ ମଧ୍ୟରୁ ଜଣେ, ପଞ୍ଜାବର ୭ଜଣ ଏମପିଙ୍କ ମଧ୍ୟରୁ ଦୁଇଜଣ, ହରିୟାଣାର ପାଞ୍ଚଜଣ ଏମପିଙ୍କ ମଧ୍ୟରୁ ଜଣେ ଏବଂ ମଧ୍ୟପ୍ରଦେଶର ୧୧ ଜଣ ଏମପିଙ୍କ ମଧ୍ୟରୁ ୨ଜଣ ନିଜ ସମ୍ପତ୍ତିର ମୂଲ୍ୟ ୧୦୦ କୋଟିରୁ ଅଧିକ ବୋଲି ଘୋଷଣା କରିଛନ୍ତି ।

ତେଲେଙ୍ଗାନାର ସାତଜଣ ଏମପିଙ୍କ ମୋଟ ସମ୍ପତ୍ତି ୫ ହଜାର ୫୯୬କୋଟି ଟଙ୍କା ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ୧୧ ଜଣ ଏମପିଙ୍କ ସମ୍ପତ୍ତି ୩ ହଜାର ୮୨୩ କୋଟି । ସେହିପରି ଉତ୍ତରପ୍ରଦେଶର ୩୦ଜଣ ଏମପିଙ୍କ ମୋଟ ସମ୍ପତ୍ତି ୧୯୪୧ କୋଟି ଟଙ୍କା ରହିଛି । ୨୨୫ଜଣ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୭୫ଜଣଙ୍କର ବିରୋଧରେ ଅପରାଧିକ ମାମଲା ରହିଛି ।

ପ୍ରାୟ ୪୧ଜଣ ଏମପିଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି । ସେଥିମଧ୍ୟରୁ ଦୁଇ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।

ଭାରତ-ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦: ବର୍ଷା ଯୋଗୁଁ ଡିଏଲଏସ୍ ପଦ୍ଧତିରେ ୨ ରନରେ ଜିତିଲା ଟିମ୍ ଇଣ୍ଡିଆ

ଡବଲିନ: ଭାରତ ଆୟରଲ୍ୟାଣ୍ଡକୁ ବର୍ଷା ଦ୍ୱାରା ପ୍ରଭାବିତ ପ୍ରଥମ ଟି-୨୦ ମ୍ୟାଚରେ ଡକୱର୍ଥ ଲୁଇସ୍ (ଡିଏଲଏସ) ପଦ୍ଧତିରେ ୨ ରନରେ ପରାଜିତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୯ରନ କରିଥିଲା । ଆୟରଲ୍ୟାଣ୍ଡ ପକ୍ଷରୁ ବାରି ମାକ୍କାର୍ଥି ସର୍ବାଧିକ ୫୧ରନ କରିଥିଲେ । ଭାରତ ପକ୍ଷରୁ ଅଧିନାୟକ ଜଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରୀଷ୍ଣା ଏବଂ ରବି ବିଷ୍ଣୋଇ ୨ ଟିଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

୧୪୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ୟଶସ୍ୱୀ ଜୟସ୍ୱାଲ ଏବଂ ଋତୁରାଜ ଗାୟକ୍ୱାଡ ପଡ଼ିଆକୁ ଓହ୍ଲାଇଥିଲେ । ହେଲେ ଜୟସ୍ୱାଲ ୨୩ ବଲରେ ୨୪ ରନ୍ କରି ଆଉଟ୍ ହୋଇଯାଇଥିଲା । ତାଙ୍କ ସ୍ଥାନରେ ତିଲକ ବର୍ମା କ୍ରୀଜକୁ ଓହ୍ଲାଇଥିଲେ ହେଲେ ସେ ଖାତା ଖୋଲି ନପାରି କ୍ରେଜ ୟଙ୍ଗ ଓଭରରେ କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ଭାରତ ପକ୍ଷରୁ ଋତୁରାଜ ଗାୟକ୍ୱାଡ ଏବଂ ସଞ୍ଜୁ ସାମସନ ବ୍ୟାଟିଂ କରୁଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ୬.୫ ଓଭର ଚାଲିଥିବା ବେଳେ ଭାରତ ୨ ୱିକେଟ୍ ବିନିମୟରେ ୪୭ ରନ୍ କରିଥିଲା । ଲଗାଣ ବର୍ଷା କାରଣରୁ ଅମ୍ପାୟାର ଡିଏଲଏସ୍ ପଦ୍ଧତିରେ ଭାରତକୁ ବିଜୟୀ ଘୋଷିତ କରିଥିଲେ ।

“ମାନବ ଚାଲାଣରେ ଉଦୀୟମାନ ଧାରା” ବିଷୟବସ୍ତୁକୁ ନେଇ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୨୦୨୧ ମସିହାରେ ମାନବ ଚାଲଣର ୧୪୭୫ ମାମଲା ରୁଜୁ ହୋଇଥିଲା । ଏଥିରେ ୭୩୫ ଜଣ ମହିଳା ଥିବାବେଳେ ଏବଂ ଏଥିମଧ୍ୟରେ ୧୮ ବର୍ଷରୁ କମ୍ ବୟସର ବାଳିକା ୪୯୭ ଜଣ ଥିଲେ । ରାଜ୍ୟ ମାନବ ଆୟୋଗର ଅଧ୍ୟକ୍ଷ ମିନତି ବେହେରା “ମାନବ ଚାଲାଣରେ ଉଦୀୟମାନ ଧାରା” ଉପରେ ଏକ କର୍ମଶାଳାରେ ଯୋଗ ଦେଇ କହିଛନ୍ତି ଯେ ଯୁବପିଢିଙ୍କ ମଧ୍ୟରେ ଫେରାର ମାମଲା ବିଶେଷ ଭାବରେ COVID ପରେ ବେଶୀ ବଢିଯାଇଛି। ଆୟୋଗ ସମସ୍ତ ଜିଲ୍ଲାରେ କର୍ମଶାଳା ଆୟୋଜନ କରି ମାନବ ଚାଲାଣର ଦୁର୍ବଳତା ବିଷୟରେ ଯୁବପିଢିଙ୍କୁ ସଚେତନ କରିବା ପାଇଁ କଲେଜ ସ୍ତରୀୟ କର୍ମଶାଳା ମଧ୍ୟ କରାଯିବ।

“ମୋବାଇଲ୍ ଫୋନ୍ ବ୍ୟବହାର 14 ବର୍ଷରୁ କମ୍ ବୟସ୍କଙ୍କୁ ଅପରାଧରେ ଅସୁରକ୍ଷିତ କରିଦେଇଛି। ଯୁବପିଢି ପ୍ରଥମେ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ଏହାର ପରିଣାମ ବିଷୟରେ ଚିନ୍ତା ନକରି ଘରୁ ଫେରାର ହୋଇଯାଉଛନ୍ତି । କିଛି ମାସ ଏକାଠି ରହିବା ପରେ ସେମାନେ ଅଲଗା ହୁଅନ୍ତି। ଏହି ଝିଅମାନେ ବେଶୀ ମାନବ ଚାଲାଣକାରୀଙ୍କ ପାଇଁ ସହଜରେ ଟାର୍ଗେଟ ହୁଅନ୍ତି । ADGP CID କ୍ରାଇମ ଶାଖା ଅରୁଣ ବୋଥ୍ରା ମାନବ ଚାଲାଣକୁ ଏକ ଜଟିଳ ସମସ୍ୟା ବୋଲି ବର୍ଣ୍ଣନା କରିଛନ୍ତି । ସମସ୍ତ ଜିଲ୍ଲାରେ ସମନ୍ୱିତ ମାନବ ଚାଲାଣ ବିରୋଧୀ ୟୁନିଟ୍ ତଥା ପୋଲିସ୍ ଷ୍ଟେସନରେ ମହିଳା ଏବଂ ଶିଶୁ ଡେସ୍କ ମାଧ୍ୟମରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ସେ ଆଲୋକପାତ କରିଛନ୍ତି।

ଗତ ବର୍ଷ ମାନବଚାଲାଣକାରୀଙ୍କୁ ରୋକିବାରେ ପୋଲିସର ଭୂମିକା ଉପରେ ଏଡ୍ ଏଟ୍ ଆକ୍ସନ୍ ଡାଇରେକ୍ଟର, ସ୍ଥାନାନ୍ତରଣ ଏବଂ ଶିକ୍ଷା ନିର୍ଦ୍ଦେଶକ ଉମି ଡାନିଏଲ ଆଲୋକପାତ କରିଥିଲେ। ଗତ ଦୁଇ ମାସ ମଧ୍ୟରେ ୧୬ ଶିଶୁ ମାନବ ଚାଲାଣର ଶିକାର ହୋଇଥିବା ମାମଲା ପଞ୍ଜିକୃତ ହୋଇଥିଲା । ଗଣମାଧ୍ୟମରେ ଓଡିଶା ମହିଳାମାନଙ୍କ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର 50 ରୁ ଅଧିକ ମିଡିଆ ପ୍ରଫେସନାଲ ଯୋଗ ଦେଇଥିଲେ । ଓଡିଶାରେ ମାନବ ଚାଲାଣ ତଥା ଚୁକ୍ତିଭିତ୍ତିକ ଶ୍ରମିକ ଉପରେ ସେମାନଙ୍କର ଜ୍ଞାନ ଏବଂ ବୁଝାମଣା ବୃଦ୍ଧି କରିବା ସହ କ୍ରାଇମ ରିପୋର୍ଟିଂ ପ୍ରତି ସେମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ସହିଦ ପୁଅ ସୁଶାନ୍ତଙ୍କୁ ଝୁରି ଝୁରି ଚାଲିଗଲେ ମାଆ

କଟକ: ସହିଦ ପୁଅକୁ ଝୁରି ଝୁରି ଆଖିବୁଜିଲେ ମା’। ଆନନ୍ଦପୁର ନନ୍ଦିସାହିର ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏସସିବିରେ ଚିକିତ୍ସିତ ହେଉଥିଲେ ସୁନ୍ଦରୀ ଖୁଣ୍ଟିଆ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ସ୍ବାମୀ ଓ ପରେ ତିନି ପୁଅଙ୍କୁ ହରାଇ ଭାଙ୍ଗି ପଡିଥିଲେ ସୁନ୍ଦରୀ । ଏନେଇ ସବୁ ବେଳେ ଚିନ୍ତାରେ ରହୁଥିଲେ । ଧିରେ ଧିରେ ଅଧିକ ଅସୁସ୍ଥ ଯୋଗୁ ଏସସିବିରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । 2020 ମସିହାରେ ସ୍ବାମୀ ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ବଡ ପୁଅ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ପୁଅ ପ୍ରଶାନ୍ତ ଖୁଣ୍ଟିଆ ଆଗପଛ ହୋଇ ପ୍ରାଣ ହରାଇଥିଲେ । ଗତ ୧୧ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ସହିଦ ହୋଇଥିଲେ ସୁଶାନ୍ତ । ସୁଶାନ୍ତଙ୍କ ବିୟୋଗ ପରେ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇପଡିଥିଲେ ମା’ ସୁନ୍ଦରୀ । ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ବର୍ଗଦ୍ବାରରେ ସୁନ୍ଦରୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ସୂଚନା ରହିଛି ।

ଦୁଇ ଦିନିଆ ପୁରୀ ଗସ୍ତରେ ଯାଇ ଗ୍ରାଉଣ୍ଡରେ ବିକାଶ କାର୍ଯ୍ୟରେ ସମୀକ୍ଷା କରିଛନ୍ତି 5T ସଚିବ

ପୁରୀ: ପିପିଲିରେ ଚମକିବ ଚାନ୍ଦୁଆ ଶିଳ୍ପ । ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ରୂପାନ୍ତରଣ ପାଇଁ ଗ୍ରାଉଣ୍ଡରେ ଅନୁଧ୍ୟାନ କରି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପିପିଲି ଚାନ୍ଦୁଆ ଓଡ଼ିଶା କଳାର ପରିଚୟ । ଏହାର ବିକାଶ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପିପିଲି ଇନ୍ଦିରା ଗାନ୍ଧୀ ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ପାଣ୍ଡିଆନ୍‌। ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି । ଏହି ସମୟରେ ଫାଇଭ-ଟି ସଚିବଙ୍କୁ ରାକ୍ଷୀ ପିନ୍ଧାଇଥିଲେ ମହିଳା । ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହ ଆସନ୍ତା ୭ଦିନ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଦିନେ ଦୁଇଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ । ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ । ସେହିଭଳି ବ୍ରହ୍ମଗିରି ବ୍ଲକ୍ କେରାଣ୍ଡିଆ ପଡ଼ିଆରେ ଆୟୋଜିତ ଜନଶୁଣାଣିରେ ଲୋକଙ୍କ ଦୁଃଖ ବୁଝିଲେ ଫାଇଭ-ଟି ସଚିବ । ଜନଶୁଣାଣିରେ ନିର୍ବାଚନମଣ୍ଡଳୀର ୧୦ ହଜାରରୁ ଅଧିକ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗଦେଇଥିଲେ । ମା’ମାନଙ୍କଠାରୁ ଆଶୀର୍ବାଦ ନେଇ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ୭ ଦିନ ଭିତରେ ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ।

ସ୍ବଚ୍ଛତାର ସହ ପ୍ରଥମ ପର୍ଯ୍ୟାୟ ଟଙ୍କା ଖର୍ଚ୍ଚ କଲେ ଆହୁରି ଅନୁଦାନ ଦିଆଯିବ ବୋଲି କହିବା ସହ ପାନୀୟ ଜଳ ସମସ୍ୟା କାଲି ସୁଦ୍ଧା ସମାଧାନ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରାସଦ ବ୍ଲକ ପରିଦର୍ଶନ କରିଥିଲେ ଫାଇଭ-ଟି ସଚିବ । ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ କମଳେଶ୍ବର ମହାଦେବ ମନ୍ଦିରରେ ପହଞ୍ଚି ଆଶିର୍ବାଦ ନେବା ସହ ମନ୍ଦିରର ଉନ୍ନତି ପାଇଁ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ପରେ ଜନଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ 2ଶହ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

ଏହି ପାନୀୟ ଜଳ ପ୍ରକଳ୍ପ ଡିସେମ୍ବର ମାସ ସୁଦ୍ଧା କରାଯିବ । ପୁରୀକୁ ସଂଯୋଗ କରିବା ଲାଗି ଚିଲିକା ହ୍ରଦରେ ସେତୁ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ମିଳିଲେ ଖୁବଶୀଘ୍ର କାମ ଆରମ୍ଭ କରାଯିବ ବୋଲି 5ଟି ସଚିବ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ପୁରୀ ଭୂଦାନ ପଡିଆରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି 5T ସଚିବ । ଲୋକଙ୍କ ପାଖକୁ ଯାଇ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଚାଷୀ ମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ । ଜମି ସମସ୍ୟା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି ବୋଲି ପାଣ୍ଡିଆନ କହିଛନ୍ତି । ଆସନ୍ତା ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ।

ପିଇବା ପାଣି ସମସ୍ୟା ତୁରନ୍ତ ସମାଧାନ ହେବ । କାଲି ସକାଳେ ଯନ୍ତ୍ରୀ ଲୋକଙ୍କ ଘରକୁ ଯିବେ । ଆଜି ଠାରୁ ପୁରୀ ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ଫାଇଭ-ଟିରେ ସାମିଲ କଲେ ମୁଖ୍ୟମନ୍ତ୍ରୀ । ପୁରୀର ବିକାଶ କାମ ମୁଖ୍ୟମନ୍ତ୍ରୀ ନିଜ ହାତକୁ ନେଇଛନ୍ତି । ଯାହା 500 ବର୍ଷରେ ହୋଇ ନଥିଲା, ତାହା ଆଉ ହଜାରେ ବର୍ଷ ଯାଏ କରିବାକୁ ପଡିବ ନାହିଁ ବୋଲି ପାଣ୍ଡିଆନ୍‌କହିଛନ୍ତି । ସମସ୍ୟା ବୁଝିବା ପାଇଁ ଲୋକଙ୍କ ପାଖକୁ ସିଏମଓକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଯୋଗୁଁ ସମସ୍ୟାର ସମାଧାନ ତୁରନ୍ତ ହେବା ସହ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚି ପାରୁଛି ।

ମହଙ୍ଗା ମାଡ଼ରେ ବେହାଲ ଖାଉଟି, ପୁଣି ବଢ଼ିଲା ଡାଲି ଦର

ନନ୍ଦିଘୋଷ ବ୍ୟୁରୋ: ଚାଉଳ ମହଙ୍ଗା, ଗହମ ମହଙ୍ଗା, ଜିରା ମହଙ୍ଗା, ପିଆଜ ମହଙ୍ଗା । ପେଟ୍ରୋଲ ଡିଜେଲ କଥା ନକହିଲେ ଭଲ। ମହଙ୍ଗା ମାଡ଼ରେ ବେହାଲ ଖାଉଟି। ଆଉ ଏବେ ପୁଣି ବଢିଲା ଡାଲି ଦର। ୧୩୦ଟଙ୍କାରେ ବିକ୍ରି ହେଉଥିବା ଡାଲି ଏବେ ୧୪୫ ଟଙ୍କା। ସେହିପରି ୧୪୫ ଟଙ୍କାରେ ମିଳୁଥିବା ଡାଲିର ଭେରାଇଟି ଏବେ ମିଳୁଛି ୧୫୫ ଟଙ୍କାରେ। କିଲୋ ପ୍ରତି ବଢିଛି ୧୫ଟଙ୍କା। ଖାଉଟି କଣ କିଣିବ, କେମିତି ଚଳିବ ଜାଣିପାରୁନି । ବେପାରୀ ବି ମୁଣ୍ଡରେ ହାତ ଦେଲେଣି। କେନ୍ଦ୍ର ସରକାରଙ୍କ ବେଫିକର ନୀତି ଆଉ ସହି ହେଉନି। ଖୋଦ୍ ବ୍ୟବସାୟୀ ମହାସଂଘ ବି ତାଜୁବ।

୮ଦିନ ତଳେ ଡାଲିର ୩୦କେଜିଆ ପ୍ୟାକେଟ୍ ଦର ଥିଲା ୪ ହଜାର୧୪୩ ଟଙ୍କା । ଏବେ ହେଲାଣି ୪ହଜାର ୧୫୩ ଟଙ୍କା । ଏହା କେନ୍ଦ୍ର ସରକାରଙ୍କ ଆଚ୍ଛେଦିନର ପ୍ରଭାବ ବୋଲି କଂଗ୍ରେସ କହିଛି। ରାଜ୍ୟ ସରକାର ଗରିବଙ୍କ ମୁଣ୍ଡ ପିଛା ଆୟ ଦେଢ଼ ଲକ୍ଷ ଟଙ୍କା କଲେଣି। ୨୦୩୦ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି ଓଡ଼ିଶା । ୨୦୩୦ ସୁଦ୍ଧା ଲୋକଙ୍କ ଆୟ ଦୁଇଗୁଣରୁ ଅଧିକ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

କିନ୍ତୁ ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଯେପରି ବିଫଳ ହୋଇଛନ୍ତି ତାହା ରାଜ୍ୟ ସରକାରଙ୍କ ବିକାଶ ଲକ୍ଷ୍ୟକୁ ବାଟବଣା କରିବ ବୋଲି ଅଭିଯୋଗ ହୋଇଛି । ସବୁ ବର୍ଗର ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ମହିଳାଙ୍କ ପାଇଁ ମାଳ ମାଳ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀତି ଆୟୋଗ ରିପୋର୍ଟରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ଦାରିଦ୍ର୍ୟମୁକ୍ତ ହେଉଛି । କିନ୍ତୁ ଦରଦାମ ବୃଦ୍ଧି ଅନୁଶୀଳନରୁ ଜଣାପଡୁଛି କେନ୍ଦ୍ର ସରକାର ଚାହୁଁନାହାନ୍ତି, ସାଧାରଣ ଗରିବ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠନ୍ତୁ।

ଭାରତ-ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ, ଡେବ୍ୟୁ କରୁଛନ୍ତି ରିଙ୍କୁ ଏବଂ ପ୍ରସିଦ୍ଧ

ଡବଲିନ: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଡବଲିନରେ ଚାଲିଛି । ଉଭୟ ଦଳ ମ୍ୟାଚ୍ ଜିତି ସିରିଜରେ ବିଜୟୀ ଅଭିଯାନ ଆରମ୍ଭ କରିବାକୁ ଇଚ୍ଛା ରଖିଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ ଭାରତ ଆଜି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ସେହିପରି ଆହ୍ୱାନ କ୍ରମେ ବ୍ୟାଟିଂ କରିବ ଆୟରଲ୍ୟାଣ୍ଡ ଦଳ । ଯୁବ ଖେଳାଳିଙ୍କୁ ନେଇ ଆଜିର ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ବୁମରାହ ଏବଂ ସାମସନଙ୍କୁ ଛାଡ଼ିଦେଲେ ଅଧିକତର ଯୁବା ଖେଳାଳି ମ୍ୟାଚରେ ଖେଳୁଛନ୍ତି । ଦଳର ନେତୃତ୍ୱ ନେଉଛନ୍ତି ଆଘାତ କାରଣରୁ ଦୀର୍ଘଦିନ ଦଳରୁ ବାଦ୍ ପଡ଼ିଥିବା ଦ୍ରୁତତମ ବୋଲର ଜଶପ୍ରୀତ ବୁମରାହ । ଆଜିର ମ୍ୟାଚରେ ରିଙ୍କୁ ସିଂ ଏବଂ ପ୍ରସିଦ୍ଧ କୃଷ୍ଣା ଡେବ୍ୟୁ କରୁଛନ୍ତି । ଯେହେତୁ ଆଜି ଦୁଇଜଣଙ୍କ ଡେବ୍ୟୁ ମ୍ୟାଚ୍ ତାଙ୍କର ପରଫର୍ମାନ୍ସ ଉପରେ ସମସ୍ତଙ୍କ ନଜର ରହିବ ।

ଭାରତୀୟ ଦଳ: ଋତୁରାଜ ଗାୟକୱାଡ, ୟଶସ୍ୱୀ ଜୟସୱାଲ, ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା, ରିଙ୍କୁ ସିଂ, ଶିଭମ ଦୁବେ, ୱାଶିଂଟନ ସୁନ୍ଦର, ପ୍ରସିଦ୍ଧ କୃଷ୍ଣା, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମରାହ (ଅଧିନାୟକ), ରବି ବିଷ୍ଣୋଇ ।

ଆୟରଲ୍ୟାଣ୍ଡ: ପଲ ଷ୍ଟର୍ଲିଂ (ଅଧିନାୟକ), ଆଣ୍ଡ୍ରିୟୁ ବାଲବର୍ଣ୍ଣି, ଲୋର୍କନ ଟକର (ୱିକେଟକିପର), ହାରି ଟେକ୍ଟର, କର୍ଟିସ କ୍ୟାମ୍ପର, ଜର୍ଜ ଡାକରେଲ, ମାର୍କ ଅଡାୟର, ବେରି ମାକ୍କାର୍ଥୀ, କ୍ରେଗ ୟଙ୍ଗ, ଜୋଶୁଆ ଲିଟିଲ, ବେଞ୍ଜାମିନ ହ୍ୱାଇଟ ।

ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ୯ଜଣିଆ ପାଇପ୍ ଚୋର ଗ୍ୟାଙ୍ଗ ଗିରଫ

ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ ସଫଳତା । RWSS କାର୍ଯ୍ୟାଳୟରୁ ପିଇବା ପାଣି ପାଇଁ ଆସିଥିବା ଲୁହା ପାଇପ ଚୋରି କରୁଥିବା ଏକ ଅନ୍ତରାଜ୍ୟ ଗ୍ୟାଙ୍ଗକୁ କାବୁକଲା ସମ୍ବଲପୁର ପୋଲିସ । ସମ୍ବଲପୁର ହୀରାକୁଦ ଥାନାରେ RWSS କାର୍ଯ୍ୟାଳୟରୁ ପାଇପ ଚୋରି ନେଇ ଏକ ମାମଲା ରୁଜୁ ହେଇଥିଲା । ପୋଲିସ ଏହାର ତଦନ୍ତ କରି ଗ୍ୟାଙ୍ଗର 9 ଜଣଙ୍କୁ ଗିରଫ କରିବାସହ ଗୋଟିଏ ପାଇପ ବୋଝେଇ ଟ୍ରକ, ଦୁଇଟି କାର 10ଟି ମୋବାଇଲ, ଏବଂ ୮୭ହଜାର ଟଙ୍କା ଜବତ କରିଛି । ଏମାନେ ସମ୍ବଲପୁର ସହ ଆଖପାଖ ଜିଲ୍ଲାରୁ ପ୍ରାୟ ୨୫ରୁ ୩୦ଜାଗାରୁ ଚୋରି କରିଥିବା ଅନୁମାନ କରାଯାଉଛି । ପାଇପ ଚୋରି କରି ବାହାର ରାଜ୍ୟ ରେ ବିକ୍ରି କରୁଥିଲେ । ସମ୍ବଲପୁର ଧନୁପାଲୀ ଥାନା ଅଂଚଳର ମାଷ୍ଟରମାଇଂଡ ଏମଡି ଇମ୍ରାନ ସହ ପଡୋଶୀ ଜିଲା ଏବଂ ପଡୋଶୀ ରାଜ୍ୟରୁ ମଧ୍ୟ ଏମାନଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ୟୁପି କଂଗ୍ରେସ ଅଧ୍ୟକ୍ଷଙ୍କ ଘୋଷଣା, ଅମେଠିରୁ ନିର୍ବାଚନ ଲଢିବେ ରାହୁଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅଜୟ ରାୟ ବଡ ଖୁଲାସା କରିଛନ୍ତି  । ଦାୟିତ୍ବ ମିଳିବା ପରେ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି ଅଜୟ ରାୟ  । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଅମେଠିରୁ ନିଶ୍ଚିତ ଲଢିବେ ରାହୁଲ  । ସେହିପରି ପ୍ରିୟଙ୍କା ଗାନ୍ଧୀ ଯେଉଁଠୁ କହିବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ଅଜୟ  । ସେପଟେ ସ୍ମୃତି ଇରାନୀଙ୍କ ମତିଭ୍ରମ ହୋଇଛି  । ଗତ ନିର୍ବାଚନ ବେଳେ ଇରାନୀ କହିଥିଲେ ଯେ ‘ପଦ୍ମ ବଟନ ଚିପିଲେ କିଲୋପିଛା ୧୩ ଟଙ୍କାରେ ଚିନି ମିଳିବ  । କିନ୍ତୁ ସେ କଣ ଦେଇ ପାରିଲେ ’?

ସେ କହିଛନ୍ତି ମୁଁ ରାହୁଲ ଗାନ୍ଧୀଙ୍କ ସିପାହୀ ଓ କାର୍ଯ୍ୟକର୍ତ୍ତା  । ଯିଏ କି ସମ୍ପୂର୍ଣ୍ଣ ବଳ ଲଗାଇ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢେଇ କରିଛି  । ଏବେ ପୁଣି ଚନ୍ଦୌଲୀରୁ ଗାଜିଆବାଦ ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ଏହି ପ୍ରଦେଶରେ ସବୁଠାରୁ ବଡ ପ୍ରସଙ୍ଗ ଏବେ ବେରୋଜଗାରୀ, ମହଙ୍ଗା ପାଲଟିଛି  । ED ଓ CBI ଭୟ ଦେଖାଇ ଏଠାରେ ଶାସନ ଚାଲିଛି  । ଅନ୍ୟପଟେ ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରେମର ବାର୍ତ୍ତା ବାଣ୍ଟି ଚାଲିଛନ୍ତି  ।

ଅମେଠୀରୁ ନିର୍ବାଚନ ଲଢିଲେ ରାହୁଲ ନିଶ୍ଚିତ ରୂପେ ଜିତିବେ ବୋଲି ଦାବି କରିଛନ୍ତି ନବନିଯୁକ୍ତ ଅଧ୍ୟକ୍ଷ  ।