spot_img
Home Blog Page 3005

ଜାଣନ୍ତୁ ୫ ଦିନରେ OMG-2ର ରୋଜଗାର କେତେ?

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ’OMG-2’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ସନ୍ନି ଦେଓଲଙ୍କ ’ଗଦର-୨’କୁ ଟକ୍କର ଦେଉଛି ଅକ୍ଷୟଙ୍କ ଫିଲ୍ମ । ରିଲିଜର ୫ଦିନ ମଧ୍ୟରେ ଏହି ଫିଲ୍ମ ୭୦ କୋଟି ପାର କରିଛି । ସ୍ବାଧୀନତା ଦିବସ ଅବସରରେ ଭଲ ବ୍ୟବସାୟ କରିଛି । ସୋମବାର ୧୨ କୋଟିର ଅଧିକ ରୋଜଗାର କରିଥିବାବେଳେ ସ୍ବାଧୀନତା ଦିବସ ଅବସରରେ ୧୫ କୋଟି ରୋଜଗାର କରିଛି । ରିଲିଜ ଦିନ ଅଥବା ଶୁକ୍ରବାର ୧୦ କୋଟି ଆୟ କରିଥିଲା । ମାତ୍ର ଏହାପରେ ଫିଲ୍ମର ଲୋକପ୍ରିୟତା ବଢ଼ିବା ସହ ରୋଜଗାର ମଧ୍ୟ ବଢ଼ିଛି । ତେବେ ଖୁବଶୀଘ୍ର ଏହି ଫିଲ୍ମଟି ଶହେ କୋଟି ପାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । OMF ୨୦୧୨ ମସିହାରେ ରିଲିଜ ହୋଇଥିଲା । ଏବେ ଏହାର ଦ୍ବିତୀୟ ଭାଗ ବଡ଼ ପରଦାରେ ରିଲିଜ ହୋଇଛି । ଭଗବାନଙ୍କ ବେଶରେ ନଜର ଆସିଥିବା ଅକ୍ଷୟ କୁମାରଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

 

ବିବାହ ପ୍ରସ୍ତାବ ପଡିଲେ ସିକିଲ ସେଲ ପରୀକ୍ଷା ବାଧ୍ୟତାମୂଳକ, ୨୦ ଜିଲ୍ଲାରେ ପ୍ରଥମେ ଆରମ୍ଭ

ଭୁବନେଶ୍ବର: ୨୦୪୭ ସୁଦ୍ଧା ଦେଶ ହେବ ସିକଲ ସେଲ ମୁକ୍ତ । ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକଲ ସେଲ ପରୀକ୍ଷା । ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର ପରୀକ୍ଷା କରିବେ ।

୨୫ ବର୍ଷ ବୟସ୍କ ପିଲାଙ୍କ ହେବ ସିକିଲ ସେଲ ପରୀକ୍ଷା । ଏହି ରୋଗ ଯେପରି ଆଗାମୀ ପିଢ଼ିକୁ ନ ବ୍ୟାପେ, ସେଥିପାଇଁ ମ୍ୟାଚ ମେକିଙ୍ଗ କରାଯିବ । ସିକଲ ସେଲ ଥିବା ଲୋକଙ୍କୁ ଜାରି ହେବ କାର୍ଡ । ଯେବେ ସେମାନଙ୍କ ବିବାହ ପ୍ରସ୍ତାବ ପଡିବ, ଆଗ ଏହି କାର୍ଡକୁ ମ୍ୟାଚ କରାଯିବ । ଯଦି ଉଭୟଙ୍କ ସିକଲ ସେଲ ରୋଗ ଥିବ ତେବେ ବିବାହ ନ କରିବାକୁ ପରାମର୍ଶ ଦିଆଯିବ ।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଖୁସି ଖବର, ଘୁଞ୍ଚିଲା ‘ଗୁରୁବ୍ରହ୍ମା ସମ୍ମାନ’ ଆବେଦନର ଶେଷ ତାରିଖ  

ଭୁବନେଶ୍ବର: ଗୁରୁମାନଙ୍କୁ ସମ୍ମାନ ଜଣାଇବାକୁ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି  । ଗୁରୁ ଦିବସ ଉପଲକ୍ଷେ ଗୁରୁ ମାନଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରିବେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି । ଆଗ୍ରହୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ nandighoshatv.com ରେ login କରନ୍ତୁ  ।

ଅଥବା offline ରେ ବି ଆବେଦନ କରିପାରିବେ  । ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଅଗଷ୍ଟ ୨୦୨୩ । ଉପଯୁକ୍ତ ଆଶାୟୀଙ୍କୁ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯିବ  ।

ଆଈକୁ ବୀଭତ୍ସ ହତ୍ୟା କଲା ଫେରାର କଏଦୀ, ଦୁଷ୍କର୍ମ ଅଭିଯୋଗରେ ସଜା କାଟୁଥିଲା

ଜଗତସିଂହପୁର: ଗଦେଇଗିରି ଗାଁରେ ଫେରାର କଏଦୀର ନାରକୀୟ କାଣ୍ଡ । ନିଜ ଆଈ ମା’ଙ୍କୁ ବୀଭତ୍ସ ହତ୍ୟା କରିଛି ଅଭିଯୁକ୍ତ । ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି ହତ୍ୟାକାରୀ । ଏହାକୁ ବିରୋଧ କରିବାରୁ ଦୁଷ୍କର୍ମରେ ଶିକାର ହୋଇଥିବା ପିଡୀତାର ମା’ ସନ୍ଧ୍ୟାରାଣୀ ଦାସ ଓ ପଡୋଶୀ ହେମଲତା ଦାସ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଗୁରୁତରଙ୍କୁ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତ ଜୀବନଜ୍ୟୋତି ସାହୁ ଓରଫ ସମୀରକୁ ଗିରଫ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରିଛି । ଅଭିଯୁକ୍ତ ଜୀବନଜ୍ୟୋତି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଜେଲରୁ ଫେରାର ହୋଇଯାଇଥିଲା । ଜେଲରୁ ଫେରିବା ପରେ ଏଭଳି କାଣ୍ଡ ଭିଆଇଛି ଅଭିଯୁକ୍ତ ।

ବାଲେଶ୍ବରରେ ସ୍ବାମୀ ସ୍ତ୍ରୀକୁ ଉଠାଇ ନେଲା ବନ ବିଭାଗ, ସାପ ବିଷ ରାକେଟ ଚଳାଇଥିଲେ !

ବାଲେଶ୍ବର: ପଞ୍ଚୁପାଲୀରେ ବାଲେଶ୍ବର ବନଖଣ୍ଡର ଚଢ଼ାଉ । ବନଖଣ୍ଡ ଓ ସ୍ନେକ ହେଲପଲାଇନର ମିଳିତ ଚଢ଼ାଉରେ ଜବତ ହୋଇଛି ୨୬ଟି ନାଗ ସାପ । ସ୍ବାମୀ ଓ ସ୍ତ୍ରୀକୁ ଉଠେଇ ନେଲା ବନ ବିଭାଗ । ବାଲେଶ୍ବର ଏସିଏଫଙ୍କ ନେତୃତ୍ବରେ ରେଡ୍ ହୋଇଛି । ସ୍ବାମୀ ସ୍ତ୍ରୀ ସାପ ବିଷ ରାକେଟ ଚଳାଇ ଥିବା ସନ୍ଦେହ କରାଯାଉଛି ।

 

 

ଛାଡପତ୍ର ପରେ ବି ପତ୍ନୀ ପ୍ରେମିକଙ୍କୁ ଛାଡିଲାନି ପୂର୍ବତନ ସ୍ବାମୀ

ସମ୍ବଲପୁର: ଚାରମାଳ ଥାନା କ୍ଷେତିନାଳି ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ବାମୀ । ଦୁଇ ବର୍ଷ ହେଲା ଘର ଛାଡି ପ୍ରେମିକ ସହ ରହୁଥିଲେ ସଂପୃକ୍ତ ମହିଳା ।

ହେଲେ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ଗାଁରେ ଦେଖି ମହିଳାଙ୍କ ସ୍ବାମୀ ଗୁଳି କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପ୍ରେମିକ ପଙ୍କଜ ଦେହୁରୀଙ୍କୁ ପ୍ରଥମେ ଭୀମସାର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗାଧୋଉଥିବା ବେଳେ ମହିଳାଙ୍କୁ ଝାମ୍ପି ମାରିଲା କୁମ୍ଭୀର

ଯାଜପୁର: ବରୀ ବ୍ଲକ ପାଲଟପୁର ଗାଁରେ ଅଭାବନୀୟ ଘଟଣା। ମହିଳାଙ୍କୁ ଟାଣିନେଲା କୁମ୍ଭୀର । ବିରୂପା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଲଟପୁର ଗାଁର ୩୫ ବର୍ଷୀୟ ମହିଳା ଜ୍ୟୋସ୍ନାରାଣୀ ଜେନାଙ୍କୁ କୁମ୍ଭୀର ଟାଣି ଖାଇଦେଇଥିଲା ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି l ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ।

ଚାନ୍ଦବାଲି ଧାମରାରେ ଜାଲରେ ପଡିଲା ବିରଳ ତେଲିଆ ମାଛ

ଭଦ୍ରକ: ଗୋଟିଏ ମାଛର ମୂଲ୍ୟ 5 ଲକ୍ଷ 33 ହଜାର ଟଙ୍କା । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫ କିଲୋମିଟର ଦୂର ସମୁଦ୍ରରୁ ଧୀବର ମଣ୍ଟୁ ମଣ୍ଡଳ ଏହି ବିରଳ ତେଲିଆ ମାଛ ଧରିଥିଲେ ।

ମାଛଟିର ଓଜନ ୨୬ କିଲୋଗ୍ରାମ ହୋଇଥିବା ବେଳେ କେଜି ପ୍ରତି ମାଛର ମୂଲ୍ୟ ୨୦ ହଜାର ୫୦୦ ଟଙ୍କା ରହିଛି । ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ମାଛଟିକୁ ନିଲାମ କରାଯାଇଛି  । ଏହି ମାଛକୁ ଧାମରା ଚନ୍ଦିନୀପାଳ କଣ୍ଟାରେ ମସ୍ୟଜୀବୀ ଶଙ୍କର ଗିରି ନିଲାମ ନେଇ ବିଦେଶୀ କମ୍ପାନୀକୁ ବିକ୍ରି କରିଛନ୍ତି  ।

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ଦୁଇଥର ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ସୋମବାର ବ୍ୟତୀତ ସେପ୍ଟେମ୍ବର ୧୭ ତାରିଖ ଯାଏଁ ଉଦ୍ୟାନ ଲୋକଙ୍କ ପାଇଁ ଖୋଲାରହିବ । ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଏହାକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇଥର ଖୋଲାଯାଉଛି।

ଏଥିପାଇଁ ଅଗଷ୍ଟ ୭ରୁ ଅନଲାଇନ ବୁକିଂ ଆରମ୍ଭ ହୋଇଛି । ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ମୋଗଲ ଗାର୍ଡେନରୁ ଅମୃତ ଉଦ୍ୟାନକୁ ପରିବର୍ତ୍ତିତ ହୋଇଥିବା ଏହି ଉଦ୍ୟାନରେ ୧୨ ପ୍ରକାରର ୧୦ ହଜାରୁ ଅଧିକ ଟ୍ୟୁଲିପ ଫୁଲ ରହିଛି ।

୧୩୮ରୁ ଅଧିକ ପ୍ରକାରର ଗୋଲାପ, ୭୦ରୁ ଅଧିକ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ଅତିଥି ଏବଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥାଏ ଏହି ଅମୃତ ଉଦ୍ୟାନ ।

ଆଉ ମାତ୍ର ସପ୍ତାହେ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩, ଆଜି କକ୍ଷ ପରିବର୍ତ୍ତନ

ବେଙ୍ଗାଲୁରୁ: ସଫଳତାର ପାହାଚ ଚଢୁଛି ଇସ୍ରୋ । ଆଉ ମାତ୍ର ସପ୍ତାହେ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଦିନକୁ ଦିନ ଚନ୍ଦ୍ରର ଖୁବ ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ-୩ । ଆଜି ହେବ ପଞ୍ଚମ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ । କାଲି ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ ।

୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି ।ଗତି ସମୟରେ ଚନ୍ଦ୍ରଯାନର ହରିଜଣ୍ଟାଲ ସ୍ପିଡ ହାରାହାରି ୧ ଦଶମିକ ୬୮ କିଲୋମିଟର ପ୍ରତି ସେକଣ୍ଡ ଅର୍ଥାତ ଘଣ୍ଟାପ୍ରତି ୬ ହଜାର ୪୮ କିଲୋମିଟରକୁ ହ୍ରାସ କରାଯାଇଛି । ସଫ୍ଟ ଲ୍ୟାଣ୍ଡିଂ ସମୟରେ ଏହାର ଗତି ଶୂନକୁ ହ୍ରାସ କରିବା ଲାଗି ବ୍ୟବସ୍ଥା କରାଯାଉଛି ।

ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ ।