spot_img
Home Blog Page 318

ଚୀନ ସହ ଆମେରିକା ସମ୍ପର୍କ ଖରାପ ନକରିବାର ୫ଟି କାରଣ, ଟ୍ରମ୍ପ ବଢ଼ାଇଲେ ଟାରିଫ ଡେଡଲାଇନ୍

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଏକ୍ସଟ୍ରା ଟାରିଫ ଲଗାଇବା ନିଷ୍ପତ୍ତିକୁ ୯୦ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି । ସୋସିଆଲ ମିଡିଆରେ ଟ୍ରମ୍ପ ପୋଷ୍ଟ କରି କହିଛନ୍ତି, ଆମେରିକା ଚୀନ ଟାରିଫକୁ ୯ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ଆମେରିକା ଚୀନ ଉପରେ ୩୦ ପ୍ରତିଶତ ଟାରିଫ ଲଗାଇଛି । ଏପ୍ରିଲରେ ଆମେରିକା ଚୀନ ଉପରେ ୨୪୫ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଥିଲା । ଏହାର ଜବାବରେ ଚୀନ ଆମେରିକା ଉପରେ ୧୨୫ ପ୍ରତିଶତ ଟାରିଫ ଲଗାଇବାକୁ କହିଥିଲା ।

ଟାରିଫକୁ ନେଇ ଦୁଇ ଦେଶ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ହଠାତ ଟ୍ରମ୍ପଙ୍କ ଚୀନ ଉପରେ ଏତେ ଦୟା କାହିଁକି ଦେଖାଇଲେ । ତେବେ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ୟୂ-ଟର୍ଣ୍ଣ ଏମିତି ନୁହେଁ । ଆମେରିକା ଯେତେ ଧମକ ଦେଲେ ବି ଆମେରିକା କେତେ ପରିମାଣରେ ଚୀନ ଉପରେ ନିର୍ଭରଶୀଳ ତାହା ତଥ୍ୟ କହୁଛି । ଏମିତି ସ୍ଥିତିରେ ବେପାରରେ ଚୀନ ସହ ପଙ୍ଗା ନେବା ଆମେରିକା ପାଇଁ ମହଙ୍ଗା ପଡ଼ିପାରେ । ଏହାସହ ଆମେରିକୀୟ କମ୍ପାନୀଙ୍କ ବିରୋଧ ମଧ୍ୟ ଏକ କାରଣ ବୋଲି କୁହାଯାଉଛି ।

ଆମଦାନୀ ରିପୋର୍ଟ ଅନୁସାରେ ଆମେରିକା ଅଧିକାଂଶ ଦ୍ରବ୍ୟ ତିନୋଟି ଦେଶରୁ ମଗାଇଥାଏ । ପ୍ରଥମରେ ମେକ୍ସିକୋ, ଦ୍ବିତୀୟରେ ଚୀନ ଓ ତୃତୀୟରେ କାନାଡା ରହିଛି । ଏମିତି ନୁହେଁ ଯେ, ଉତ୍ପାଦନରେ ଆମେରିକା ବହୁତ ପଛରେ ଅଛି । ହେଲେ ଚୀନକୁ ବେପାର ସହଯୋଗୀ କରି ବେପାର କରିବାକୁ ଆମେରିକା ବାଧ୍ୟ । ଏମିତି ହେବା ପଛରେ ରହିଛି ୫ଟି ବଡ଼ କାରଣ । ଆସନ୍ତୁ ଜାଣିବା ଏହି ସବୁ କାରଣ ସମ୍ପର୍କରେ ଯେଉଁଥି ପାଇଁ ଆମେରିକା ଚୀନ ସହ ଟାରିଫ ଓ୍ବାରରୁ ବଞ୍ଚିବାକୁ ଚାହୁଁଛି ।

ଶସ୍ତା ଜିନିଷ ଚୀନର ଶକ୍ତି

ଚୀନରେ ଶ୍ରମ ଶସ୍ତା । ଜନସଂଖ୍ୟ ଅଧିକ । ଅର୍ଥାତ, କମ୍ପାନୀମାନଙ୍କୁ କମ ଦରମାରେ କାମ କରିବାକୁ ଲୋକ ମିଳୁଛନ୍ତି । ଫଳରେ ଉତ୍ପାଦନରେ କମ ଖର୍ଚ୍ଚ ହୋଇତାଏ । ଏହା ହିଁ ଚୀନର ସବୁଠାରୁ ବଡ଼ ଶକ୍ତି । ଯାହାର ଲାଭ ଚୀନ ସବୁ ବେଳେ ଉଠାଇ ଥାଏ ଓ ସାରା ବିଶ୍ବରେ ଚୀନ ସାମଗ୍ରୀର ମୂଲ୍ୟ ଅନ୍ୟ ଦେଶମାନଙ୍କ ତୁଳନାରେ ଶସ୍ତା ହୋଇଥାଏ ।

ଉତ୍ପାଦନ ଅଧିକ ଓ ଦୃଢ଼ ସପ୍ଲାଇ ଚେନ୍

ବହୁତ ପରିମାଣରେ ଚୀନ ସାମଗ୍ରୀ ଉତ୍ପାଦନ କରିଥାଏ । ଏହାର ସବୁଠାରୁ ବଡ଼ ଶକ୍ତି ହେଲା ମାନବ ସମ୍ବଳ । ଯାହା ଚୀନ ପାଖରେ ପ୍ରଚୁର ପରିମାଣରେ ରହିଛି । ଚୀନରୁ ଆମେରିକାରେ ସାମଗ୍ରୀ ପହଞ୍ଚିବାକୁ ଅଧିକ ସମୟ ଲାଗୁଥାଇ ପାରେ । ହେଲେ ଉତ୍ପାଦନ କ୍ଷମତା ଓ ବନ୍ଦର ନେଟଓ୍ବର୍କ ବଡ଼ ଭୂମିକା ନିଭାଇଥାଏ । ଦୁଇ ଦେଶ ମଧ୍ୟରେ ସ୍ଥାୟୀ ବେପାର ମାର୍ଗ ଓ ଭିତ୍ତିଭୂମି ସୁଦୃଢ଼ । ଯାହା ଦୁଇ ଦେଶ ମଧ୍ୟରେ ପରସ୍ପର ପ୍ରତି ନିର୍ଭରତାକୁ ବଢ଼ାଇଥାଏ ।

ଆମେରିକୀୟ କମ୍ପାନୀଙ୍କ ନିବେଶ

ଓ୍ବାର୍ଲ୍ଡ ଇକୋନମିକ ଫୋରମ ଅନୁସାରେ, ଆମେରିକୀୟ କମ୍ପାନୀ ଚୀନରେ ପ୍ରଚୁର ପରିମାଣରେ ନିବେଶ କରିଛନ୍ତି । ହେଲେ ଦେଖା ଦେଇଥିବା ଟାରିଫ ଓ୍ବାର ଭିତରେ ଆମେରିକୀୟ କମ୍ପାନୀମାନେ ଆଲର୍ଟ ମୁଡ଼ରେ ଅଛନ୍ତି । ୟୂଏସ-ଚୀନ ବିଜେନସ କାଉନସିଲ ସର୍ବକ୍ଷଣ ୨୦୨୫ ତଥ୍ୟ ଅନୁସାରେ, ବର୍ତ୍ତମାନ ଟାରିଫ ଦ୍ବନ୍ଦ୍ବ ମଧ୍ୟରେ ୪୮ ପ୍ରତିଶତ ଆମେରିକୀୟ କମ୍ପାନୀ ଚୀନରେ ବେପାର କରିବାକୁ ଯୋଜନା କରୁଛନ୍ତି । ଯାହା ୨୦୨୪ରେ ନିବେଶ ପାଇଁ ଯୋଜନା କରିଥିବା ୮୦ ପ୍ରତିଶତଠାରୁ ବହୁତ କମ ।

୨୦୦୧ରୁ ବଢ଼ିଛି ଆମେରିକାର ନିର୍ଭରତା

୨୦୦୧ରେ WTO ସାମିଲ ହେବା ପରେ ଆମେରିକା ବଜାର ପାଇଁ ଚୀନ ଖୋଲିଯାଇଥିଲା । ଆମେରିକୀୟ କମ୍ପାନୀମାନେ ପ୍ରଚୁର ପରିମାଣରେ ଭିତ୍ତିଭୁମି ଚୀନକୁ ସିଫ୍ଟ କରିଥିଲେ । ଦୁଇ ଦେଶ ଭିତରେ ଆମେରିକୀୟ କମ୍ପାନୀମାନେ କାରଖାନା ସ୍ଥାପନ ସହ ଆସେମ୍ବ୍ଲିଂ ପ୍ଲାଣ୍ଟରେ ଅଧିକ ପରିମାଣରେ ନିବେଶ କରିଥିଲେ । ଯାହାଦ୍ବାରା ଚୀନ ଉପରେ ନିର୍ଭରତା ଆଡୁରି ବଢ଼ିଗଲା । ଏବେ ବି କିଛି ଆମେରିକୀୟ କମ୍ପାନୀ ଉତ୍ପାଦନର କିଛି ଅଂଶ ମେକ୍ସିକୋ ଓ ଚୀନରେ ଆଉଟ ସୋର୍ସ କରିବା କାମ କରୁଛନ୍ତି ।

ଆମେରିକୀୟ ନୀତି

ଚୀନ ନିଜ ବ୍ୟବସାୟକୁ ବ୍ୟବସ୍ଥିତ ରଖିଥାଏ । ଏଠାରେ କାରଖାନା, ପାର୍ଟ ସପ୍ଲାଏ ଓ ଲଜିଷ୍ଟିକ୍ସ ହବ ସବୁ ପାଖାପାଖି ଥାଏ । ହେଲେ ଆମେରିକାରେ ଏମିତି ହୋଇ ନଥାଏ । ଏଠାରେ କିଛି ବି ବ୍ୟବସ୍ଥିତ ନହୋଇ ଭିନ୍ନ ଭିନ୍ନ ସ୍ଥାନରେ ଥାଏ । ଆମେରିକା ନିଜ କାରଖାନା କ୍ଷମତାକୁ ହାଇ ଭେଲ୍ୟୁ ଓ ହାଇଟେକ ସେକ୍ଟର ପାଇଁ ବଢ଼ାଇ ରଖିଛି । ଏପଟେ କମ ମୂଲ୍ୟର ଦ୍ରବ୍ୟ ଚୀନ ଓ ମେକ୍ସିକୋରୁ ଆମଦାନୀ କରୁଛି ।

ଆମେରିକା, ଚୀନରୁ ଏମିତି ସାମଗ୍ରୀ ଆମଦାନୀ କରିଥାଏ ଯାହାର ମୂଲ୍ୟ କମ ଥିବା ବେଳେ ଡିମାଣ୍ଡ ଅଧିକ ରହିଥାଏ । ଯେମିତିକି ବୈଦ୍ୟୁତିକ ସରଞ୍ଜାମ, ଉପକରଣ, ଖେଳନା, ଗେମ୍ କନସୋଲ । ଏସବୁ ସେହି ସାମଗ୍ରୀ ଯାହା ଆମେରିକା ଚୀନରୁ ଅଧିକ ପରିମାଣରେ ଆମଦାନୀ କରିଥାଏ । ଏହାବାଦ ଫର୍ଣ୍ଣିଚର, ପ୍ଲାଷ୍ଟିକ ପରି ଏକାଧିକ କଞ୍ଜୁମର ସାମଗ୍ରୀ ମଗାଇଥାଏ ।

କାହିଁକି ଏମିତି କଲେ ଜୟା ବଚ୍ଚନ ? ଭିଡିଓ ଭାଇରାଲ ..

ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ଅଭିନେତ୍ରୀ ତଥା ସମାଜବାଦୀ ସାଂସଦ ଜୟା ବଚ୍ଚନଙ୍କ ଏକ ୩୦ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ସହ ସେଲଫି ନେବାକୁ ଯାଉଥିବା ଜଣେ ଯୁବକଙ୍କୁ ସେ ଧକ୍କା ମାରୁଛନ୍ତି । ଯୁବକ ଜଣକ ତାଙ୍କ ସହ ସେଲଫି ନେବାକୁ ଯାଉଥିବାବେଳେ ଠେଲି ଦେଇଥିଲେ । ଏହା କହିଥିଲେ କି, ତୁମେ ଏ କଣ କରୁଛ ? ପରେ ଲାଲୁ ଯାଦବଙ୍କ ଝିଅ ମଧ୍ୟ କିଛି କହିଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । କନିସିଷ୍ଟ୍ୟୁସନ କ୍ଲବରେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି । ତେବେ ସେଲଫି ନେଉଥିବା ଏହି ଯୁବକଙ୍କ ଠେଲି ଦେଇଥିଲେ ଜୟା  । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ନେଇ ବିଭିନ୍ନ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି । ଖରାପ ଭାଷାରେ କିଛି ୟୁଜର୍ସ ମଧ୍ୟ ଗାଳି କରୁଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ତୁମ ଗର୍ବ ଅହଂକାର ରହିଲେ ହେଲା । ସେପଟେ ଭିଡିଓଟି ସୋସିଆଲ ଭାଇରାଲ ହେଉଥିବାବେଳେ ଜୟାଙ୍କ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଏହି ୫ ଅନ୍ତର୍ଜାତୀୟ କ୍ରିକେଟର, କେବେ ବି କରିନାହାନ୍ତି ବୋଲିଂ

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରେ ରହିଛି ଅନେକ ଗୁଡ଼ିଏ କ୍ଷ୍ୟାତି । ତାଙ୍କ ବ୍ୟାଟିଂ ଆଗରେ ବଡ଼ ବଡ଼ ବୋଲର ମଧ୍ୟ ହାର ମାନନ୍ତି । ତାଙ୍କ ନାମରେ ରହିଛି ଅନେକ ଗୁଡ଼ିଏ ରେକର୍ଡ । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ଓଭର ପକାଇ ନାହାନ୍ତି ବଲ । ଏମିତି ୫ ଜଣ ଖେଳାଳିଙ୍କ ସମ୍ପର୍କରେ ଆମର ପାଠକଙ୍କୁ ଜଣାଇବାକୁ ଚାହୁଁ । ତେବେ ଏହି ୫ ଜଣ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଜଣେ ଭାରତୀୟ ଖେଳାଳି ।

ଡେଭିଡ୍ ମିଲର : ଦକ୍ଷିଣ ଆଫ୍ରିକାର ହିଟର ବ୍ୟାଟ୍ସମ୍ୟାନ ଯିଏ କି କିଲର ମିଲର ଭାବେ ବେଶ ପରିଚିତ । ଆଇପିଏଲରେ ମଧ୍ୟ ତାଙ୍କ ବ୍ୟାଟିଂ ସମ୍ପର୍କରେ ସମସ୍ତେ ବେଶ ଭଲଭାବେ ଜାଣନ୍ତି । ତେବେ ସେ ୩୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କର ଆକ୍ରମଣାତ୍ମ ବ୍ୟାଟିଂ ସମସ୍ତେ ବେଶ ପସନ୍ଦ କରନ୍ତି । କିନ୍ତୁ ଏହି ଖେଳାଳି ଗୋଟିଏ ବି ମ୍ୟାଚରେ ବୋଲିଂ କରିନାହାନ୍ତି ।

ଆଜିଙ୍କ୍ୟ ରାହାଣେ : ଭାରତୀୟ ଦଳର ଖେଳାଳି ଆଜିଙ୍କ୍ୟ ରାହାଣେ ଭାରତ ପାଇଁ ଏଯାବତ ୮୫ ଟେଷ୍ଟ, ୯୦ ଦିନିକିଆ ଏବଂ ୨୦ଟି ଟି-୨୦ ଖେଳିଛନ୍ତି । ଭାରତକୁ ଅନେକ ମ୍ୟାଚ ମଧ୍ୟ ଜିତାଇଛନ୍ତି । ତେବେ ଲିଷ୍ଟ ଏ ରେ ସେ ବୋଲିଂ କରିଥିବାବେଳେ ତାଙ୍କ ନାମରେ ରହିଛି ୩ ଓ୍ବିକେଟ । କିନ୍ତୁ ଏଯାବତ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିଥିବା ନଜର ଆସିନାହାନ୍ତି ।

ଉପୁଲ ଥରଙ୍ଗ: ଏହି ସିଂହଳୀ କ୍ରିକେଟରଙ୍କ ନାମରେ ରହିଛି ଅନେକ ଗୁଡ଼ିଏ ରେକର୍ଡ । କିମ୍ବଦନ୍ତୀ କ୍ରିକେଟର ଜୟସୁରିୟାଙ୍କ ଭଳି କ୍ରିକେଟରଙ୍କ ସହ ଓପନିଂ କରିଥିବା ଏହି ଖେଳାଳି କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ଓଭର ବୋଲିଂ କରିନାହାନ୍ତି ।

ଇଅନ ମର୍ଗାନ : ଇଂଲଣ୍ଡର ଏହି ପ୍ରତିଭାବାନ କ୍ରିକେଟର ଟେଷ୍ଟ ହେଉ କିମ୍ବା ଦିନିକିଆ । ସବୁବେଳେ ନିଜର ଦକ୍ଷିଣାତ୍ମକ ଭଙ୍ଗୀରେ ଖେଳିଥାନ୍ତି । ସେ ଆୟାରଲାଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି । ୩୭୯  ମ୍ୟାଚ ଖେଳିଥିବା ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି ।

କ୍ରେଗ୍ ଇରଭାଇନ୍ : ଜିମ୍ବାଓ୍ବେର ଏହି ବାମହାତୀ ବ୍ୟାଟ୍ସମ୍ୟାନ ଦଳ ପାଇଁ ଅଧିନାୟକ ପଦ ମଧ୍ୟ ସମ୍ଭାଳିଛନ୍ତି । ତେବେ ସେ ୧୫ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟ ଗୋଟିଏ ଓଭର ମଧ୍ୟ ବୋଲିଂ କରିନାହାନ୍ତି ।

ଏ ସବୁ ଦେଶରେ ଦେଖିବାକୁ ମିଳନ୍ତିନି ବୁଲା କୁକୁର, ଜାଣନ୍ତୁ କେମିତି କଲେ ସମସ୍ୟାର ସମାଧାନ

ନନ୍ଦିଘୋଷ ବ୍ୟୁରୋ: କୁକୁର କାମୁଡ଼ିବା ଓ ରେବିଜ ରୋଗ ବଢ଼ିବାକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ୮ ସପ୍ତାହ ମଧ୍ୟରେ ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ଡଗ୍ ସେଲଟରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କିଛି ଲୋକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ପଶୁ ଅଧିକାର ସଙ୍ଗଠନ PETA ଇଣ୍ଡିଆ କହିଛି ଏହା କୌଣସି ବୈଜ୍ଞାନିକ ସମାଧନ ନୁହେଁ କି ସ୍ଥାୟୀ ସମାଧାନ ବି ନୁହେଁ ।  ସେମାନଙ୍କ ମତରେ ବୁଲା କୁକୁରଙ୍କୁ ହଟାଇବା ବଦଳରେ ମୂଳ କାରଣ ଉପରେ କାମ କରାଯିବା ଆବଶ୍ୟକ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାରୀ ଏଜେନ୍ସିମାନେ କାମ ଆରମ୍ଭ କରି ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ବିଶ୍ବର ଏମିତି କେଉଁ ଦେଶ ଅଛନ୍ତି ଯେଉଁମାନେ ଏହି ସମସ୍ୟାର ସମାଧାନ କରିପାରିଛନ୍ତି ? ଆଉ ସବୁଠାରୁ ବଡ଼ ପ୍ରଶ୍ନ ହେଲା ସେମାନେ ଏହା କେମିତି କଲେ ? ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଭୁଟାନ

ଭାରତର ପଡୋଶୀ ଦେଶ ଭୁଟାନ ୨୦୨୩ରେ ବୁଲା କୁକୁରଙ୍କୁ ଶତ ପ୍ରତିଶତ ବନ୍ଧ୍ୟାକରଣ କରିବା ନେଇ ପ୍ରଥମ ଦେଶ ବନିଗଲା । ଏମିତି କରିବା ପାଇଁ ଭୁଟାନ ସରକାର ୨୦୨୧ରେ ସାରା ଦେଶରେ ଏକ୍ସିଲେଟେଡ ଡଗ୍ ପପୁଲେସନ ମ୍ୟାନେଜମେଣ୍ଟ ଓ ରିବେଜ କଣ୍ଟ୍ରୋଲ ପ୍ରୋଗ୍ରାମ ଆରମ୍ଭ କରିଥିଲା । ତେବେ ନସବନ୍ଦି ଓ ଭେକ୍ସିନେସନ କାର୍ଯ୍ୟକ୍ରମ ପ୍ରାୟ ୧୪ ବର୍ଷ ଧରି ଭିନ୍ନ ଭିନ୍ନ ସମୟରେ ଚାଲିଥିଲା । ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରାୟ ୧.୫ ଲକ୍ଷରୁ ଅଧିକ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୯ କୋଟି ଟଙ୍କାର ବଜେଟ ରଖାଯାଇଥିଲା ।

ମେକ୍ସିକୋ

ମେକ୍ସିକୋ ବୁଲା କୁକୁରଙ୍କୁ କଣ୍ଟ୍ରୋଲ କରିବାକୁ ମାନବୀୟ ପଦ୍ଧତି ଆପଣାଇଥିଲା । ଦେଶ ମଧ୍ୟରେ NTVR କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଅର୍ଥାତ ଟ୍ରାପ-ନ୍ୟୁଟର-ଭାକ୍ସିନେଟ-ରିଟର୍ଣ୍ଣ । ଏଥିରେ କୁକୁରଙ୍କୁ ଧରିବା, ସେମାନଙ୍କ ବନ୍ଧ୍ୟାକରଣ କରିବା ରିବେଜ ଭ୍ୟାକ୍ସିନ ଲଗାଇବା ଓ ଟ୍ୟାଗ ଲଗାଇ ସେମାନଙ୍କୁ ସେମାନଙ୍କ ପୁରୁଣା ସ୍ଥାନରେ ଛାଡି ଦିଆଯାଉଥିଲା । ଗତ ୫ ବର୍ଷରେ ସରକାର ଏହି କାର୍ଯ୍ୟକ୍ରମ ଜରିଆରେ ୨୩ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୯୦ କୋଟି ) ଟଙ୍କା ଖର୍ଚ୍ଚ କରିଥିଲେ ।

ନେଦରଲ୍ୟାଣ୍ଡ

ୟୁରୋପର ଏକମାତ୍ର ଦେଶ ନେଦରଲ୍ୟାଣ୍ଡ, ଯେଉଁଠି ଗୋଟିଏ ବି ବୁଲା କୁକୁର ଦେଖିବାକୁ ପାଇବେ ନାହିଁ । ହେଲେ ବିଂଶ ଶତାବ୍ଦୀ ବେଳକୁ ଏଠାରେ ବୁଲା କୁକୁର ବହୁ ସଂଖ୍ୟାରେ ଥିଲେ । ଆରମ୍ଭରୁ ସରକାର କୁକୁରଙ୍କୁ ମାରିବା ପଟ୍ଟାମଜଲ ନିୟମ ଓ ଡଗ ଟ୍ୟାକ୍ସ ପରି ପଦକ୍ଷେପ ନେଇଥିଲେ । ହେଲେ ଟ୍ୟାକ୍ସରୁ ବର୍ତ୍ତିବା ପାଇଁ ଲୋକେ ଅଧିକରୁ ଅଧିକ କୁକୁର ରାସ୍ତାକୁ ଛାଡି ଦେଇଥିଲେ । ବାଂଶ ଶତାବ୍ଦୀ ଶେଷ ବେଳକୁ ପଶୁଙ୍କ ଉପରେ ଅତ୍ୟାଚାରକୁ ଅପରାଧ ଘୋଷଣା କରାଯିବା ସହ ତିନିଟି ବଡ଼ ପରିବର୍ତ୍ତନ କରାଯାଇଥିଲା । ଷ୍ଟାରରୁ କିଣା ଯାଇଥିବା କୁକୁର ଉପରେ ଅଧିକ ଟ୍ୟାକ୍ସ, CNVR କାର୍ଯ୍ୟକ୍ରମ (ଧରିବା, ବନ୍ଧ୍ୟାକରଣ, ଟିକାକରଣ ଓ ଛାଡିବା) ଏବଂ କୁକୁର ପୋଲିସ ଫୋର୍ସ ଗଠନ କରାଯାଇଥିଲା । ଯାହା ପଶୁଙ୍କ ନିର୍ଯାତନା ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିଲା ଓ ଜୀବଜନ୍ତୁଙ୍କୁ ଉଦ୍ଧାର କରୁଥିଲା ।

ଜାପାନ

ଜାପାନରେ ଆନିମଲ ଓ୍ବେଲଫେୟର ନିୟମ ବହୁତ ଶକ୍ତ । ଏଠାରେ ବୁଲା କୁକୁରଙ୍କୁ ଧରି କ୍ବାରେଣ୍ଟିନରେ ରଖାଯାଏ । ଏହାପରେ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥାଏ । ଭେଟନାରୀ ଡାକ୍ତର କମ ଖର୍ଚ୍ଚରେ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କରୁଛନ୍ତି । ଏପରି କରିବାର କାରଣ ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରି । ଏଠାରେ ଦୟା ମୃତ୍ୟୁର ମଧ୍ୟ ଅନୁମତି ରହିଛି । ହେଲେ କେବଳ ରୋଗଗ୍ରସ୍ତ କିମ୍ବା ବିପଦଜ୍ଜନକ କୁକୁରଙ୍କ ପାଇଁ । କିଛି ଅଞ୍ଚଳ ଯେମିତିକି ଟୋକିଓରେ ଗ୍ୟାସ ଚାମ୍ବରରେ କୁକୁରଙ୍କୁ ଛାଡି ମରାଯାଇଥାଏ । ତେବେ ଏହି ନିୟମକୁ ବହୁତ ସମାଲୋଚନା କରାଯାଇଥାଏ । କାରଣ ଏଥିରେ କୁକୁରକୁ ମରିବାକୁ ପ୍ରାୟ ୧୫ ମିନିଟ ନିର୍ଯାତନା କହିବାକୁ ପଡିଥାଏ ।

ଦକ୍ଷିଣ କୋରିଆ

ସାଉଥ କୋରିଆରେ ପୋଷ ପ୍ରାଣୀଙ୍କୁ ଛଡ଼ାଯିବା ସଂଖ୍ୟା ନିୟମିତ ଭାବେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ବୁଲା ବିଲେଇଙ୍କ ପାଇଁ TNR (ଟ୍ରାପ-ନ୍ୟୁଟର-ରିଟର୍ଣ୍ଣ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅର୍ଥାତ ବିଲେଇଙ୍କୁ ଧରିବା, ବନ୍ଧ୍ୟାକରଣ କରିବ ପୁଣି ତାଙ୍କୁ ତାଙ୍କ ପୁରୁଣା ସ୍ଥାନରେ ଛାଡିଦେବା ।

SIR ପ୍ରସଙ୍ଗ : ତେଜସ୍ବୀଙ୍କ ପାଇଁ ଫାଇଦା ହେବ ନା ମହଙ୍ଗା

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ହେବା ପୂର୍ବରୁ ବିହାର ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ନୀତିଶ କୁମାରଙ୍କ ସରକାରକୁ ହଟାଇ ନୂଆ ସରକାର ଗଠନ କରିବା ଲକ୍ଷ୍ୟରେ ରହିଛି ଇଣ୍ଡି ମେଣ୍ଟ । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରୁଛନ୍ତି । ତେବେ ବିହାରରେ ଅନେକ ଗୁଡ଼ିଏ ମୁଦ୍ଦା ରହିଥିବା ଭୋଟ୍ ଚୋରି ଓ SIR କୁ ପ୍ରସଙ୍ଗ କରିଛନ୍ତି ତେଜସ୍ବୀ । ତେବେ ଏହା ତାଙ୍କ ଲାଗି ଫାଇଦା ହେବ ନା ମହଙ୍ଗା ସାବ୍ୟସ୍ତ ହେବ ଏହାକୁ ନେଇ ବେଶ ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳିଛି । ବିହାରରେ ଏବେ ଯାଏ ୬୫ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ପଡ଼ିଥିବା ସୂଚନା ମିଳିଛି । ଯାହାକୁ ନେଇ ତେଜସ୍ବୀ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଅଗଷ୍ଟ ୧୭ରୁ ଏଭଳି ବିଭିନ୍ନ ପ୍ରସଙ୍ଗ ନେଇ ତେଜସ୍ବୀ ଯାଦବ ଏବଂ ରାହୁଲ ଗାନ୍ଧୀ ଭୋଟ ଅଧିକାର ଯାତ୍ରା ଏବଂ ବିହାର ବନ୍ଦ ଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ନିର୍ବାଚନ କମିଶନ SIR କରି ମୃତ ଭୋଟର ଏବଂ ଜାଲ ଭୋଟରଙ୍କୁ ବାଦ ଦେଇଥିବା କହୁଛନ୍ତି । ସେପଟେ ମହାଗଠବନ୍ଧନ ପକ୍ଷରୁ ଅଭିଯୋଗ କରାଯାଇଛି କି, ଦଳିତ, ଆଦିବାସୀଙ୍କୁ ଜାଣିଶୁଣି ଭୋଟର ତାଲିକାରୁ ବାଦ କରାଯାଇଛି । ଏକ ନିଦ୍ଧିଷ୍ଟ ବର୍ଗର ୩୫ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଥିବା ଭଳି ଅଭିଯୋଗ ମଧ୍ୟ ହୋଇଛି । ବିଜେପି ଏବଂ ଜେଡିୟୁ ଜାଣିଶୁଣି ଏଭଳି କରିଛି । ସେପଟେ ଆରଜେଡି ପକ୍ଷରୁ କୁହାଯାଉଛି ଏହା ଜାଣିଶୁଣି କରାଯାଇଛି । ଆମକୁ ଦୁର୍ବଳ କରିବା ଏବଂ ଆମ ଭୋଟରଙ୍କୁ ଜାଣିଶୁଣି ତାଲିକାରୁ କଟାଯାଇଛି । ଯାହାକୁ ନେଇ ଆନ୍ଦୋଳନ କରାଯାଉଛି । ତେବେ ଏହା କ୍ଷତି ପହଞ୍ଚାଇବ ଜେଡିୟୁକୁ ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି ।

BLAକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ  ; ପାକିସ୍ତାନକୁ ଆମେରିକାର ଆଉ ଏକ ଉପହାର। ବିଶେଷ କରି ପାକିସ୍ତାନର ଆର୍ମି ଚିଫ୍ ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ବଲୁଚ୍ ଲିବରେସନ ଆର୍ମିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି ଆମେରିକା। ପାକିସ୍ତାନରୁ ଅଲଗା ହୋଇ ବଲୁଚିସ୍ତାନ ଓ ଗିଲଗିଟ୍ ଅଞ୍ଚଳକୁ ନେଇ ସ୍ଵତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ସଶସ୍ତ୍ର ସଂଗ୍ରାମ ଚଲାଇଛି ବଲୁଚ ଲିବରେସନ ଆର୍ମି। ପାକିସ୍ତାନର ଅଭିଯୋଗ ଅନୁସାରେ ପାକିସ୍ତାନ ମାଟିରେ ଏହି ସଂଗଠନ ବହୁତ ଥର ଆକ୍ରମଣ ବି କରିଛି।   ପାକିସ୍ତାନ ଆର୍ମି ବି ଏହାର ଶିକାର ହୋଇଛି। ବର୍ତ୍ତମାନ ଆମେରିକା ବିଏଲଏକୁ ଆତଙ୍କବାଦୀ ସଂଗଠନ ଘୋଷଣା ଦ୍ଵାରା ପାକିସ୍ତାନକୁ ବହୁତ ଫାଇଦା ମିଳିବ। ଯଦିଓ ପାକିସ୍ତାନ ହେଉଛି ବିଶ୍ଵ ଆତଙ୍କବାଦର କେନ୍ଦ୍ରସ୍ଥଳ, ବର୍ତ୍ତମାନ ଏବେ ବିଶ୍ଵକୁ ପାକିସ୍ତାନ ବାର୍ତ୍ତା ଦେବ ଯେ, ସେ ମଧ୍ୟ ଆତଙ୍କବାଦର ଶିକାର ହେଉଛି। ବିଏଲଏକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ପାକିସ୍ତାନକୁ ଓ ପାକିସ୍ତାନର ଆର୍ମି ଚିଫ୍ ଙ୍କୁ ଖୁସି କରିବାକୁ ଚାହୁଁଛି ଆମେରିକା। ପାକିସ୍ତାନକୁ ମିଳିଛି ଏକ ବଡ଼ କୂଟନୈତିକ ବିଜୟ। ବିଶେଷ କରି ଏହି ଘୋଷଣାର ସମୟ ହେଉଛି ବେଶ୍ ଗୁରୁତ୍ଵପୂର୍ଣ୍ଣ। ମୁନିର ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଏହାଠାରୁ ଅଧିକ କିଛି ଆଶା କରିନଥିବେ। ଜୁନ ରେ ମୁନିର ଆମେରିକା ରାଷ୍ଟ୍ରପତିଙ୍କ ସହ ଏକ ବ୍ୟକ୍ତିଗତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବା ପରଠାରୁ ଦୁଇ ଦେଶ ମଧ୍ୟରେ ସଂପର୍କରେ ଏକ ସମୀକରଣ ସୃଷ୍ଟି ହୋଇଛି।

ଭୋଟ୍ ଚୋରି ଓ SIR କୁ ନେଇ ଆଜି ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ : ଭୋଟ୍ ଚୋରି ଓ SIR କୁ ନେଇ ଆଜି ସଂସଦରେ ହଙ୍ଗାମା। ଉଭୟ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଇଣ୍ଡିଆ ମେଣ୍ଟର ସାଂସଦମାନେ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ କରିଛନ୍ତି । ପାର୍ଲାମେଣ୍ଟର ମକରଦ୍ଵାର ଆଗରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ସେମାନେ। କେତେକ ସାଂସଦ ଏକ ଟି ସାର୍ଟ ପିନ୍ଧିଛନ୍ତି, ସେଥିରେ ରହିଛି ମିନ୍ତା ଦେବୀଙ୍କ ନାଁରେ ଥିବା ଜଣେ ମହିଳାଙ୍କ ଫଟୋ। ଇଲେକସନ କମିଶନଙ୍କ ଭୋଟର ତାଲିକାରେ ସେହି ମହିଳାଙ୍କ ବୟସ ୧୨୪ ବର୍ଷ ବୋଲି ଲେଖା ଯାଇଛି। ଭୋଟର ତାଲିକାରେ ପ୍ରବଳ ଜାଲିଆତି ଥିବା ଓ ଜାଣିଶୁଣି ସରକାରଙ୍କ ଇଚ୍ଛା ଅନୁସାରେ ଲୋକଙ୍କୁ ସାମିଲ କରାଯାଉଥିବା ଓ ଲୋକଙ୍କୁ ବାଦ୍ ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଗତକାଲି ସଂସଦ ଭବନରୁ ନିର୍ବାଚନ କମିଶନଙ୍କ ଅଫିସ ଯାଏ ପଦଯାତ୍ରାରେ ଯାଇଥିଲେ ବିରୋଧୀ ସାଂସଦ। କିନ୍ତୁ ବାଟରେ ପୋଲିସ ଅଟକାଇଥିଲା। ନିର୍ବାଚନ କମିଶନଙ୍କୁ ଭେଟିପାରିନଥିଲେ ସେମାନେ। ମାତ୍ର ୩୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା। ଏଥିରେ ରାଜି ହୋଇନଥିଲେ ସେମାନେ। ଆଗରୁ ନିର୍ବାଚନ କମିଶନଙ୍କୁ ଶହ ଶହ ସାଂସଦ ଭେଟି ପାରୁଥିବା ବେଳେ ଏବେ କାହିଁକି ଭେଟି ପାରିବେନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ସାଂସଦ।

ବୁମରାଙ୍କୁ ନେଇ ବଡ଼ ଯୋଜନା କରୁଛନ୍ତି ଗମ୍ଭୀର !

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଧରାଶାୟୀ ହୋଇଥାନ୍ତି । ତେବେ ଆଗକୁ ଏସୀଆ କପ ଖେଳାଯିବାକୁ ଥିବାବେଳେ ସେ ଖେଳିବେ କି ନାହିଁ ଏମିତି ଏକ ପ୍ରଶ୍ନ ଉଠିଥିବାବେଳେ ଏବେ କୁହାଯାଉଛି କି, ସେ ଖେଳିବା ନିଶ୍ଚିତ । ୟୁଏଇରେ ଆୟୋଜିତ ହେବାକୁ ଯାଉଛି ଟୁର୍ଣ୍ଣାମେଣ୍ଟ । ଭାରତ ଏହାର ଆୟୋଜନ କରିବାକୁ ଯାଉଛି । ତେବେ ବୁମରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସମୟରେ ୩ଟି ଖେଳିଥିବାବେଳେ ୨ଟିରେ ଖେଳିନଥିଲେ । ଆଗକୁ ଭାରତ ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ମାତ୍ର ଏହି ସମୟରେ ବୁମରାଙ୍କ ବିଶ୍ରାମ ଦିଆଯାଇପାରେ । କାରଣ ସେ ଏସୀଆ କପରେ ଖେଳିବେ । ଏଣୁ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇପାରେ ।

 

 

ଭାରତ ହାତରେ ମାରିବାକୁ ଚାହୁଁଥିବା ମୁନିରଙ୍କ ପୁଅ କ’ଣ କରନ୍ତି ?

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦିୁର ପରେ ବିଳିବିଳେଇଲେଣି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର । ସେ ଆମେରିକା ଗସ୍ତରେ ଥିବା ବେଳେ ଭାରତକୁ ନେଇ ବଡ଼ କଥା କହିଛନ୍ତି । ତାଙ୍କର ବହିବା କଥାଏହି ଯୁଦ୍ଧ କେବେ ବନ୍ଦ ହେବ ନାହିଁ । ତାଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ଆଉ ତା’ ପରେ ତାଙ୍କ ନାତି ଭାରତ ବିରୋଧରେ ଯୁଦ୍ଧ କରିବ । ତିନି ଛୁଆର ପିତା ୨୦୨୨ରେ ପାକିସ୍ତାନ ସେନା ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।

ଅପରେସନ ସିନ୍ଦୁର ପରେ ସେ ତାଙ୍କ ପରିବାର ଲୋକଙ୍କ ଦେଶ ବାହାରକୁ ପଠାଇଦେଇଛନ୍ତି । ଯେଉଁ ରାତିରେ ଭାରତ ରାଓ୍ବଲପିଣ୍ଡି ଉପରେ ଆକ୍ରମଣ କରିଥିଲେ, ସେହି ରାତିରେ ନିଜକୁ ବଞ୍ଚାଇବା ପାଇଁ ସେ ସେନା କାର୍ଯ୍ୟଳୟର ବଙ୍କର ଭିତରକୁ ଚାଲିଯାଇଥିଲେ ।

ଅସୀମ ମୁନିର ଇରମ ନକଭିଙ୍କୁ ବିବାହ କରିଛନ୍ତି । ସେମାନଙ୍କ ୩ଟି ଛୁଆ ଅଛି । ଦୁଇଟି ଝିଅ ଓ ଗୋଟିଏ ପୁଅ । ଦୁଇ ଜଣ ଝିଅ ବଡ । ସେମାନେ ଲଣ୍ଡନରେ ରହୁଛନ୍ତି । ପାକିସ୍ତାନର ବରିଷ୍ଠ ସାମ୍ବାଦିକ ଅହମ୍ମଦ ନୁରାନି ୨୦୨୨ ମସିହାରେ ମୁନିରଙ୍କ ସମ୍ପର୍କରେ ରିପୋର୍ଟ କରିଥିଲେ ।

ମୁନିଙ୍କ ବଡ଼ ଝିଅ ନାଁ ଖାଦିଜା ଅସୀମ । ଖାଜିଦାଙ୍କ ବିବାହ ଅସ୍ମାନ ସାଙ୍ଗରେ ହୋଇଛି । ଯିଏ ବ୍ରିଟେନରେ ସୁରକ୍ଷା ବିଭାଗରେ କାମ କରନ୍ତି । ନୁରାନିଙ୍କ ଅନୁସାରେ ମୁନିରଙ୍କ ଦ୍ବାତୀୟ ଝିଅ ନାଁ ସୁନ୍ଦାସ ଉଜୈର । ସୁନ୍ଦାସଙ୍କ ବିବାହ ଅଜୈର ଅଲ୍ଲି ଶାହଙ୍କ ସହିତ ହୋଇଛି । ଅଜୈର ପାକିସ୍ତାନର ବାସିନ୍ଦା ।

ମୁନିରଙ୍କ ପୁଅ ବ୍ରିଟେନରେ ହିଁ ଶିକ୍ଷା ସମାପ୍ତ କରିବା ପରେ ସେଡାରେ ସେ ମାଆଙ୍କ ସହ ରହୁଛନ୍ତି । ମୁନିଣଙ୍କ ପୁଅଙ୍କ ସମ୍ପର୍କରେ  ଏହା ଛଡା କିଛି ସର୍ବଜୀନନ ହୋଇନି ।

ମୁନିରଙ୍କ ଦୁଇ ଭାଇ ଅଛନ୍ତି । ଜଣେ ଭାଇ ଶିକ୍ଷକ ଥିଲେ ଏବେ ଅବସର ନେବା ପରେ ରାଓ୍ବଲପିଣ୍ଡିରେ ରହୁଛନ୍ତି । ଆଉ ଜଣେ ଭାଇ ଧର୍ମିକ କାମ କରୁଥିବା ବେଳେ ବାପା ଇମାମରେ କାମ କରୁଛନ୍ତି । ମୁନିରଙ୍କୁ ଛାଡିଦେଲେ ତାଙ୍କ ପରିବାରରେ କେହି ଜଣେ ମଧ୍ୟ ସଦସ୍ୟ ସେନାରେ କାର୍ଯ୍ୟ କରନ୍ତି ନାହିଁ ।

୧୯୮୬ ମସିହାରେ ମୁନିର ସେନାରେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ଆଇଏସଆଇର ମୁଖ୍ୟ ଭାବରେ ମଧ୍ୟ କାମ କରିଛନ୍ତି ।

ମୁନିର ହେଉଊଛନ୍ତି ପାକିସ୍ତାନର ଦ୍ବୀତିୟ ସେନା ମୁଖ୍ୟ । ସେ କାର୍ଯ୍ୟ କରିବା ସମୟରେ ଫିଲ୍ଡ ମାର୍ଶାଲ ଉପାଧି ପାଇଥିଲେ । ମୁନିରଙ୍କ ଉପରେ ପ୍ରାୟତଃ ପାକିସ୍ତାନରେ ପରଦା ପଛରେ ରହି ସରକାର ଚଳାଇବାର ଅଭିଯୋଗ ରହିଛି।

ଜଣା ପଡ଼ିଲା ସତ ! କେଉଁ ଖେଳାଳିଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଛାଡ଼ିବେ ସଞ୍ଜୁ ସାମସନ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚଳିତ ଆଇପିଏଲ ସିଜିନ ଖେଳିବେନି ସଞ୍ଜୁ ସାମସନ । ଏମିତି ଏକ ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚା  । କୁହାଯାଉଛି କି, ସଞ୍ଜୁ ସାମସନ ନିଜେ ଚାହୁଁଛନ୍ତି କି, ତାଙ୍କ ରିଲିଜ୍ କରାଯାଉ । ତେବେ ଯେଉଁ ଦଳ ପାଇଁ ଏତେ ମାନ ସମ୍ମାନ ପାଇଲେ ଏବେ ପୁଣି କାହିଁକି ସେହି ଦଳ ଛାଡ଼ିବା ଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏମିତି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବାବେଳେ ଜଣେ ଖେଳାଳିଙ୍କ ପାଇଁ ସେ ରାଜସ୍ଥାନ ରୟାଲ୍ସ ଛାଡ଼ିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ତେବେ ସେହି ଖେଳାଳି ଜଣକ କିଏ ? କାହା ପାଇଁ ସାମସନ ରାଜସ୍ଥାନ ରୟାଲ୍ସ ଛାଡ଼ିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ତେବେ ଏଭଳି ଏକ ଚର୍ଚ୍ଚା ଭିତରେ କୁହାଯାଉଛି କି, ରିଆନ ପରାଗଙ୍କ ଲାଗି ରାଜସ୍ଥାନ ରୟାଲ୍ସ ଛାଡ଼ିବାକୁ ଯାଉଛନ୍ତି ।

ସିଏସକେ ପକ୍ଷରୁ ପୂର୍ବରୁ ଖେଳୁଥିବା ଏସ. ବଦ୍ରିନାଥ ନିଜ ୟ୍ୟୁଟୁବ ଚ୍ୟାନେଲରେ ଏଭଳି କହିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ପରାଗଙ୍କୁ ଅଧିନାୟକ ଦିଆଯାଇଥିବାବେଳେ ସିନିୟର ଖେଳାଳିଭାବେ ସାମସନଙ୍କ ଦଳରେ ରହିବା ଅଲୋଡ଼ା ପରି ହୋଇଛି । ୨୦୨୫ ସିଜିନରେ ସାମସନଙ୍କ ଆହତ କାରଣରୁ ଦଳର ଭାର ସମ୍ଭାଳିଥିଲେ ପରାଗ । କିନ୍ତୁ ପରେ ଫିଟ୍ ହୋଇ ଦଳକୁ ଫେରିବା ପରେ ମଧ୍ୟ ପରାଗ ଅଧିନାୟକ ପଦ ସମ୍ଭାଳିଥିଲେ । ତେବେ ପରାଗଙ୍କୁ ଅଧିନାୟକ ଦେବା କାରଣରୁ ସାମସନ ଏଭଳି ଏକ ନିଷ୍ପତ୍ତି ନେବାକୁ ଯାଇଥାଇପାରନ୍ତି ବୋଲି ବଦ୍ରିନାଥ କହିଛନ୍ତି ।

ସେପଟେ ଆମେ ଯଦି ସଞ୍ଜୁ ସାମସନଙ୍କ ସମ୍ପର୍କରେ କହିବା ତାହେଲେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସରେ ସ୍ଥାନ ମିଳିପାରେ । ଏମ.ଏସ ଧୋନୀଙ୍କ ପରେ ଦଳ ବିକଳ୍ପ ଭାବେ ତାଙ୍କୁ ନେଇପାରେ । ଏହାସହ ସେ ମଧ୍ୟ ପୂର୍ଣ୍ଣ କାଳିନ ଅଧିନାୟକ ପଦ ସମ୍ଭାଳି ପାରନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କିଆୟୂଷ ମାତ୍ରେ, ଋତୁରାଜ ଗାଏକ୍ବାଡ ଏବଂ ବ୍ରାଭିସଙ୍କ ଭଳି ଖେଳାଳି ରହିଥିବାବେଳେ ଚତୁର୍ଥ ସ୍ଥାନରେ ବ୍ୟାଟିଂ ବିକଳ୍ପ ରହିପାରିବେ ସାମସନ ।