spot_img
Home Blog Page 3186

ଇ ଜିନ୍ କାରୋଲ ଯୌନ ନିର୍ଯାତନା ମାମଲା, ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ହେବାକୁ ମନ ବଳାଇଥିବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜବରଦସ୍ତ ଝଟକା ଲାଗିଛି । ନବେ ଦଶକର ଏକ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଟ୍ରମ୍ପ । ଏହି ମାମଲା ପାଇଁ ଟ୍ରମ୍ପ ଏବେ ମୋଟା ଅଙ୍କର ତଣ୍ଡ ଗଣିବେ । ଏଥିପାଇଁ ପୀଡ଼ିତାଙ୍କୁ ୫୦ ଲକ୍ଷ ଡଲାର ଅର୍ଥାତ ୪୧୦ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜଣାଶୁଣା ସ୍ତମ୍ଭକାର ଇ. ଜିନ କ୍ୟାରଲଙ୍କୁ ଯୌନ ଶୋଷଣ କରିଥିବା ନେଇ ଟ୍ରମ୍ପଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏପରିକି ବିଭିନ୍ନ ସମୟରେ ଟ୍ରମ୍ପ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା କୋର୍ଟ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ନିଜ ବିରୋଧରେ ହୋଇଥିବା ଦଣ୍ଡ ବିଧାନକୁ ଟ୍ରମ୍ପ ଗ୍ରହଣ କରିନାହାଁନ୍ତି । ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିବା ସହିତ ତାଙ୍କୁ ବଦନାମ କରିବାକୁ ସାଂଘାତିକ ଚକ୍ରାନ୍ତ ହୋଇଥିବା ସେ କହିଛନ୍ତି । ଗତ ଏପ୍ରିଲ ୨୫ ତାରିଖରେ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ୯ ଜଣିଆ ଜୁରୀ ବିଶିଷ୍ଟ ଖଣ୍ଡପୀଠ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୯୯୬ ମସିହାରେ ମ୍ୟାନହଟ୍ଟନର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ ଟ୍ରମ୍ପ୍ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ କରିଥିଲେ କ୍ୟାରଲ ।

ଗୋଷାଣି ମିଶନ ଶକ୍ତି କ୍ୟାଫେରେ ଖାଇଲେ 5T ସଚିବ ଭିକେ. ପାଣ୍ଡିଆନ

ଗୋଷାଣି: ଗୋଷାଣି ମିଶନ ଶକ୍ତି କ୍ୟାଫେରେ ଖାଇଲେ 5T ସଚିବ ଭି. କେ. ପାଣ୍ଡିଆନ। ମା ମାନେ ତାଙ୍କୁ ଖାଦ୍ୟ ପରସି ଥିବା ବେଳେ ଖୁସି ଅନୁଭବ କରିଛନ୍ତି। ତାଙ୍କ ରନ୍ଧାଖାଦ୍ୟକୁ 5T ସଚିବ ପ୍ରଶଂସା କରିଥିବା ସେମାନେ କହିଲେ।

5T ସଚିବ ମିଶନ ଶକ୍ତି ମା’ ମାନଙ୍କୁ କ୍ୟାଫେ ଭିତରେ ଖାଇବା ସମୟରେ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସହ କଥା କରାଇଲେ। ଫୋନ ଯୋଗେ ମିଶନ ଶକ୍ତି ସଚିବ ସେମାନଙ୍କୁ କାମକୁ ପ୍ରଶଂସା କରିବା ସହ ମିଶନ ଶକ୍ତି ମା ମାନଙ୍କ ପାଇଁ ଆହୁରି ସୁବିଧା କରାଯିବ ବୋଲି କହିଛନ୍ତି। ମା ମାନଙ୍କୁ ଟ୍ରେନିଂ ଦିଆଯିବ। OLM ବା ଓଡ଼ିଶା ଲାଇଭଲିହୁଡ୍‌ ମିଶନ ସବୁ ସମୟରେ ସେମାନଙ୍କ ସହ ଥିବା କହିଛନ୍ତି ସୁଜାତା କାର୍ତ୍ତିକେୟନ।

ପ୍ରଚାର ପାଇଁ ବ୍ୟାକୁଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କାମ ଉପରେ ଧ୍ୟାନ ଦିଅନ୍ତି ନାହିଁ: ଲେନିନ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ କାମ ଉପରେ ବେଶୀ ଧ୍ୟାନ ଦିଅନ୍ତି ନାହିଁ । କେନ୍ଦ୍ରମନ୍ତ୍ରୀ  ପ୍ରଚାର ପାଇଁ ଅଧିକ ବ୍ୟାକୁଳ । ତେବେ କପିଳେଶ୍ବର ମନ୍ଦିରକୁ ଏଏସଆଇ ଅଧିନକୁ ନେବା ପ୍ରସଙ୍ଗରେ ବିଜେପିର ଦୁଇ ନେତା ଧର୍ମେନ୍ଦ୍ର ଓ ଅପରାଜିତା ଟଣାଓଟରା ହେଉଥିବା ବେଳେ ଏହାକୁ ନେଇ ବିଜେଡି ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଅପରାଜିତାଙ୍କୁ ଠାରୁ କିଛି ଶିଖନ୍ତୁ ଧର୍ମେନ୍ଦ୍ର । ପ୍ରଚାର ପାଇଁ ଅଧିକ ବ୍ୟାକୁଳ ନହୋଇ କାମକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ଲେନିନ ।

ସୂଚନା ଅନୁଯାୟୀ, ପୁରୁଣା ଭୁବନେଶ୍ବରରେ ଥିବା ସପ୍ତମ ଶତାବ୍ଦୀର କପିଳେଶ୍ବର ମନ୍ଦିରକୁ ନେଇ ଧର୍ମେନ୍ଦ୍ର, ଅପରାଜିତା ବାହାବା ନେବା ପାଇଁ ଉଦ୍ୟମ କରିଛନ୍ତି । କପିଳେଶ୍ବର ମନ୍ଦିରର ସଂରକ୍ଷଣକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ଏହି ଚିଠି ଗଣମାଧ୍ୟମକୁ ଦିନ ବେଳା ଆସିଥିଲା । ହେଲେ ସଂଧ୍ୟାରେ ସାମ୍ନାକୁ ଆସିଲା ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଏକ ଟୁଇଟ୍‌ । ଏହି ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, କପିଳେଶ୍ବର ମନ୍ଦିରର ସଂରକ୍ଷଣ ଦାୟିତ୍ବ  ଏଏସଆଇ ନେବେ ବୋଲି । ଅପରାଜିତା ଏପ୍ରିଲ ୪ ତାରିଖରୁ ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଭେଟିଥିଲେ  ।

ରାଜ୍ୟ ବିଜେପିରେ ଫାଟ, କପିଳେଶ୍ବର ମନ୍ଦିରର ସଂରକ୍ଷଣ ପାଇଁ କିଏ ତତ୍ପର..

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଗୋଷ୍ଠୀବାଦ ଓ ଫାଟ। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭବନେଶ୍ବର ସାଂସଦ ଅପରାଜିତାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଲାଗି ରହିଥିବା ନଜର ଆସୁଛି। ଉଭୟଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ବାରମ୍ବାର ପ୍ରମାଣିତ ହୋଇସାରିଛି । ଏବେ ଶ୍ରେୟ ନେବାକୁ ଚାଲିଥିବା ପ୍ରତିଦ୍ବନ୍ଦିତା ଦାଣ୍ଡରେ ପଡି ହାଟରେ ଗଡୁଛି। ପୁରୁଣା ଭୁବନେଶ୍ବରରେ ଥିବା ସପ୍ତମ ଶତାବ୍ଦୀର କପିଳେଶ୍ବର ମନ୍ଦିରକୁ ନେଇ ଧର୍ମେନ୍ଦ୍ର ଅପରାଜିତା ବାହାବା ନେବା ପାଇଁ ଉଦ୍ୟମ କରିଛନ୍ତି। ଦେଖନ୍ତୁ ଏ ଚିଠିକୁ କପିଳେଶ୍ବର ମନ୍ଦିରର ସଂରକ୍ଷଣକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଗତକାଲି ଏହି ଚିଠି ଗଣମାଧ୍ୟମକୁ ଦିନ ବେଳା ଆସିଥିଲା । ହେଲେ ସଂଧ୍ୟାରେ ସାମ୍ନାକୁ ଆସିଲା ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଏକ ଟୁଇଟ୍‌ । ଏହି ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, କପିଳେଶ୍ବର ମନ୍ଦିରର ସଂରକ୍ଷଣ ଦାୟିତ୍ବ  ଏଏସଆଇ ନେବେ ବୋଲି । ଅପରାଜିତା ଏପ୍ରିଲ ୪ ତାରିଖରୁ ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଭେଟିଥିଲେ  । କାଳେ କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ ଧର୍ମେନ୍ଦ୍ର ବାହାବା ନେଇଯିବେ ସେଥିପାଇଁ ଅପରାଜିତା ଏହା ଟୁଇଟର ମାଧ୍ୟମରେ ଜଣାଇଥିଲେ । ଦୁଇ ନେତାଙ୍କ ଏହି ଶ୍ରେୟ ନେବା କଳି ପାଇଁ ଏବେ ରାଜ୍ୟ ବିଜେପି ଭାଗ ଭାଗ ହୋଇପଡୁଥିବା ଚର୍ଚ୍ଚା ହେଉଛି ।

ଅପରାଜିତା ବିଜେପିର ଜଣେ ଆଗଧାଡିର ନେତା । କିନ୍ତୁ ଝାରସୁଗୁଡା ଉପ ନିର୍ବାଚନରେ ତାଙ୍କୁ ଦେଖିବାକୁ ମିଳିଲା ନାହିଁ । ସମୀକ୍ଷକଙ୍କ ମତରେ ଝାରସୁଗୁଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର ଲୋକ। ସେଥିପାଇଁ ଟଙ୍କଧରଙ୍କ ଲାଗି ପ୍ରଚାର କରିବାକୁ ଅପରାଜିତା ଚାହିଁନାହାନ୍ତି । ଆଉ କେହି କେହି ଆକଳନ କରୁଛନ୍ତି ଯେ , ଯେହେତୁ ଝାରସୁଗୁଡା ଉପ ନିର୍ବାଚନ ଦାୟିତ୍ବ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଇଛନ୍ତି । ତେଣୁ ସେ ଅପରାଜିତାଙ୍କୁ ପ୍ରଚାରକୁ ଡାକି ମାଇଲେଜ ଦେବାକୁ ଚାହିଁ ନାହାନ୍ତି । ବିନା ଆମନ୍ତ୍ରଣରେ ଅପରାଜିତା କେମିତି ପ୍ରଚାରରେ ସାମିଲ ହୋଇଥାନ୍ତେ ବୋଲି ଆଲୋଚନା ହେଉଛି । ତେବେ ଏବେ ଏହି ପ୍ରସଙ୍ଗ ରାଜ୍ୟ ବିଜେପିର ନେତୃବୃନ୍ଦଙ୍କଠୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଡୁଆରେ ପକାଇଛି ।

ଅଠର ହଜାର ପାଓ୍ବାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ

ବୁର୍ଲା: ସମ୍ବଲପର ବୁର୍ଲା ଥାନା ଅଠର ହଜାର ପାଓ୍ବାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ। ନିଖୋଜ ଛାତ୍ରୀ ଜଣଙ୍କ ହେଲେ ନିଶା ଝା । ତାଙ୍କ ଘର ଝାରସୁଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଜଣେ ସାଙ୍ଗଙ୍କ ସହ ବୁଲିବାକୁ ଆସି ଭାସିଯାଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଛି । ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟର ଇଂରାଜୀ ଅନର୍ସ ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କ ସହ ଝାରସୁଗୁଡ଼ା ଅଞ୍ଚଳର ନିଶାଙ୍କ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା ।

ଗତକାଲି ପ୍ରଥମଥର ପାଇଁ ନିଶା ସମ୍ବଲପୁର ସହର ଜଗନ୍ନାଥ କଲୋନୀସ୍ଥିତ ଭଉଣୀ ଘରକୁ ଆସିଥିଲେ। ଏହା ପରେ ସେ ଛାତ୍ରଙ୍କ ସହ ସ୍କୁଟି ସାହାଯ୍ୟରେ ୧୮ ହଜାର ପାଓ୍ବାର କେନାଲ ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ନିଶା ପାଣିରେ ଖେଳୁଖଥିବା ସମୟରେ ଭାସିଯାଇଥିଲେ । ଏପରିକି ପାଣିରେ ଖେଳୁଥିବା ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି ଛାତ୍ର ଜଣଙ୍କ। ଭାସିଯିବା ପରେ ଛାତ୍ର ଜଣଙ୍କ ଫୋନ କରି ଅଗ୍ନିଶମବାହିନୀକୁ ଡାକିଥିଲେ । ପୋଲିସ ଛାତ୍ର ଜଣଙ୍କୁ ଅଧିକ ପଚରଉଚରା କରିଛି।

ଗୁମ୍ମାରେ 5T ସଚିବ ଭିକେ ପାଣ୍ଡିଆନ

ଗୁମ୍ମା: 5T ସଚିବ ଭିକେ ପାଣ୍ଡିଆନଙ୍କ ଗଜପତି ଗସ୍ତର ଆଜି ହେଉଛି ୨ୟ ଦିନ। ସକାଳୁ ଜିରାଙ୍ଗର ବୌଦ୍ଧ ମନ୍ଦିର ବୁଲିବା ପରେ 5T ସଚିବ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଗୁମ୍ମାର ମିନି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ।

ଏଠାରେ କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ଜନହିତକର ଯୋଜନା ଗୁଡିକ ମଧ୍ୟରୁ ସାମୁହିକ ବଜାର ପ୍ରାଙ୍ଗଣ, ଓ ପରିବା ଶୀତଳଭଣ୍ଡାର, ଯାତ୍ରୀ ବିଶ୍ରାମଗାର ସହ ନୂତନ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି। ଏଥିସହ ଉପାନ୍ତ ଅଞ୍ଚଳରେ ଶିକ୍ଷା ଅନୁଷ୍ଠାନରେ 5T ରୂପାନ୍ତରଣ ହାଇସ୍କୁଲକୁ ମଧ୍ୟ ବୁଲି ଦେଖିଛନ୍ତି। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ପରେ ପାରଳାଖେମୁଣ୍ଡି ବେତାଗୁଡା ସ୍ଥିତ ଅନ୍ୱେଷା କାର୍ଯ୍ୟାଳୟ ପରିସରରେ ପାରଳା ପୌର ପରିଷଦର କାଉନସିଲର ମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ପରେ ଗୋଷାଣୀ ବ୍ଲକ ଗସ୍ତ କରି ରାମ ସାଗର ଓ କୃଷ୍ଣ ସାଗର ବୁଲି ଦେଖିବେ। ଏହି ସବୁ ସାଗର ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ସହ ଏହାର ଉନ୍ନତିକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ପ୍ରଶାସନ ସହ ଆଲୋଚନା କରିବେ।

ପରେ ଗୋଷାଣୀ ବ୍ଲକର ମିଶନ ଶକ୍ତି ଦ୍ବାରା ପରିଚାଳିତ କାଫେ ପରିଦର୍ଶନ କରି ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବୋଧିତ କରିବେ। ପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଭୋଜନ କରି ଭୁବନେଶ୍ୱର ଫେରିଯିବା ନେଇ ସୂଚନା ରହିଛି।

ଝାରସୁଗୁଡ଼ା ଉପନିର୍ବାଚନ; ଦିନ ୧୧ଟା ସୁଦ୍ଧା ୨୦.୩୮% ଭୋଟିଂ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ଦିନ ୧୧ଟା ସୁଦ୍ଧା ୨୦ ଦଶମିକ ୩୮ ପ୍ରତିଶତ ଭୋଟିଂ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମତ ସାବ୍ୟସ୍ତ କରୁଛନ୍ତି ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର । ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି ।

୨୫୩ଟି ବୁଥରୁ ୧୪୪ଟି ବୁଥ୍ ଉତ୍ତେଜନାପ୍ରବଣ ଓ ସମ୍ବେଦନଶୀଳ ରହିଥିବା ବେଳେ ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ବେବକାଷ୍ଟିଂ କରାଯାଉଛି । ବୁଥ ଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୬ଟି ପିଙ୍କ୍ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡି ବିଭିନ୍ନ ପଞ୍ଚାୟତରେ କରାଯାଇଛି ୪୦ଟି ମଡେଲ ବୁଥ୍ । ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ରହିଛନ୍ତି । ମଡେଲ ବୁଥ ଗୁଡିକରେ ମିଳିବ ଦହି, ଲସି, ଓଆରଏସ ପାଣି ଓ ଲେମ୍ବୁପାଣି । ଭୋଟରଙ୍କ ପାଇଁ ନିର୍ମାଣ ହୋଇଛି ପ୍ରତୀକ୍ଷାଳୟ ।

ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ ଚେୟାର ଏବଂ ରାମ୍ପ୍ ବ୍ୟବସ୍ଥା କରାଯାଇଛି । ଯୁବ ଭୋଟରଙ୍କୁ ଉତ୍ସାହିତ କରିବାକୁ କରାଯାଇଛି ସେଲଫି ପଏଣ୍ଟ । ଭୋଟରଙ୍କୁ ସହାୟତା କରିବା ପାଇଁ ସ୍ବେଚ୍ଛାସେବୀ ରହିଛନ୍ତି । ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ- ସାମରିକ ବାହିନୀ ସହ ଓଡ଼ିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଝାରସୁଗୁଡା ଉପନିର୍ବାଚନ; ଭୋଟ୍ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡା: ଭୋଟ୍ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଭାଇ ବିଶାଳ ଦାସ ଓ ମା ମୀନତି ଦାସ ଭୋଟ ଦେଇଛନ୍ତି । ୧୧ ନମ୍ବର ୱାର୍ଡ ସରବାହାଲ ହାଇସ୍କୁଲର ଏକ ବୁଥରେ ଦୀପାଳି ତାଙ୍କ ଭାଇ ଓ ମାଆଙ୍କ ସହ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ସକାଳ ୯ଟା ସୁଦ୍ଧା ୯. ୭୫ ପ୍ରତିଶତ ଭୋଟିଂ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମତ ସାବ୍ୟସ୍ତ କରୁଛନ୍ତି ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର । ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି ।

ଇମ୍ରାନ ଖାନ ଗିରଫ ପରେ ପାକିସ୍ତାନରେ ଉପୁଜିଛି ଗୃହଯୁଦ୍ଧ ସ୍ଥିତି

ଲାହୋର: ଜଳୁଛି ପାକିସ୍ତାନ, ଇଣ୍ଟରନେଟ୍ ସେବା ବନ୍ଦ। ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ପରେ ପାକିସ୍ତାନରେ ଉପୁଜିଛି ଗୃହଯୁଦ୍ଧ ସ୍ଥିତି। ପାକିସ୍ତାନର ଅନେକ ବଡ଼ ବଡ଼ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ। ସେନା ଏବଂ ସରକାର ବିରୋଦ୍ଧରେ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି।

ଗଭର୍ଣ୍ଣର ହାଉସ ଏବଂ ସେନା ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି। ସମଗ୍ର ଦେଶରୁ ହିଂସା ଘଟଣା ସାମ୍ନାକୁ ଆସିଛି। ଅନେକ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହିଂସାକାଣ୍ଡରେ ଇମ୍ରାନଙ୍କ ୬ ଜଣ ସମର୍ଥକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାମଧ୍ୟରେ ଇସଲାମବାଦ ହାଇକୋର୍ଟରୁ ମଧ୍ୟ ଇମ୍ରାନଙ୍କୁ ଲାଗିଛି ଝଟକା। ଗିରଫକୁ ବୈଧ କହିଲେ ହାଇକୋର୍ଟ।

ଦେଶସାରା ବିରୋଧକୁ ବ୍ୟାପକ କରିବା ନେଇ ଚେତାବନୀ ଦେଇଛି ପିଟିଆଇ। ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୧୪୪ଧାରା ଲାଗୁ କରାଯାଇଛି। ମୋବାଇଲ ଇଣ୍ଟରନେଟ ସମେତ ଟ୍ବିଟର ସେବା ଓ ସମସ୍ତ ସୋସିଆଲ ମିଡିଆ ସାଇଟ୍ ମଧ୍ୟ ବନ୍ଦ ରହିଛି। ଏକ ଦୁର୍ନୀତି ମାମଲାର ଶୁଣାଣି ପାଇଁ ଇମ୍ରାନ ଇସଲାମବାଦ ହାଇକୋର୍ଟରେ ଉପସ୍ଥିତ ଥିବାବେଳେ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଥିଲା। ଆଗକୁ ଇମ୍ରାନଙ୍କ ସମର୍ଥନରେ ବଢିପାରେ ବିଦ୍ରୋହ।

ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହି ସମୟରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ପାଖରେ ଦୋହରାଇବେ ବୋଲି ସୂଚନା ମିଳିଛି।

ଦିଲ୍ଲୀ ରହଣୀ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ରହିଛି। କେନ୍ଦ୍ରକୁ ବିଭିନ୍ନ ଯୋଜନାରେ ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି କରିବେ। ରାଜ୍ୟର ନ୍ୟାଯ୍ୟ ଦାବି ଉପସ୍ଥାପନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଜେଡି କହିଛି । ଲଗାତର କେନ୍ଦ୍ର ସରକାର ଓଡିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା କରିବା ରାଜ୍ୟ ବିକାଶରେ ବାଧକ ସାଜିଛି।

ଏସବୁ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଦରବାରରେ ଉଠାଇ ରାଜ୍ୟ ପାଇଁ ହକ୍ ମାଗିବେ। ତେବେ ଜାତୀୟସ୍ତରରେ ରାଜନୈତିକ ସମୀକରଣ ବଦଳୁଥିବା ବେଳେ ନବୀନଙ୍କ ଦିଲ୍ଲୀଗସ୍ତ ବେଶ ଗୁରୁତ୍ବ ରଖିବ ବୋଲି ସମୀକ୍ଷକ କହିଛନ୍ତି। ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଓଡ଼ିଶା ଫେରିବେ।