spot_img
Home Blog Page 324

ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା; ନିଜ ଗାଁ ଡୁମୁରୀମୁଣ୍ଡାରେ ପହଞ୍ଚିଲା ମୃତଦେହ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା । ନିଜ ଗାଁ ଡୁମୁରୀମୁଣ୍ଡାରେ ପହଞ୍ଚିଲା ମୃତଦେହ । ଭୁବନେଶ୍ବର ଏମ୍ସରେ ଦୀର୍ଘ ୧୯ ଦିନର ଚିକିତ୍ସା ପରେ ଗତ ଶନିବାର ଅପରାହ୍ନ ୪.୨୦ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତଙ୍କ ମୃତ୍ୟୁ ହୋଇଥିଲା । ଆଜି ଭୋର ୪.୩୦ରେ ପୀଡ଼ିତାଙ୍କ ମୃତଦେହ ପୈତୃକ ଗାଁ ଡୁମୁରୀମୁଣ୍ଡାରେ ପହଞ୍ଚିଛି । ମୃତଦେହ ପହଞ୍ଚିବା ପୂର୍ବରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଡୁମୁରୀମୁଣ୍ଡା ଗାଁ ପୋଲିସ ଛାଉଣୀରେ ଭର୍ତ୍ତି ହୋଇଛି ।

ନବରଙ୍ଗପୁର ଅତିରିକ୍ତ ଏସପି ଆଦିତ୍ୟ ସେନ୍ ଓ ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ଏବଂ ଉମରକୋଟ ତହସିଲଦାର ମାଗବନ ବାଗ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଗାଁ ମଶାଣିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯିବ । ସେପଟେ ସରପଞ୍ଚ କହିଛନ୍ତି ଯେତେବେଳେ ଝିଅ ବଞ୍ଚିଥିଲେ ସେତେବେଳେ ଜୟପୁର ପୋଲିସ ତତ୍ପରତା ଦେଖାଇ ନଥିଲା। ବର୍ତମାନ ମୃତଦେହକୁ ଜଗିବା ପାଇଁ ସାରା ଜିଲ୍ଲାର ପୋଲିସ ଗଦା ହୋଇଛନ୍ତି । ଏଭଳି ଭାବରେ ଯଦି ପୋଲିସ ପୂର୍ବରୁ ତତ୍ପରତା ଦେଖାଇଥାନ୍ତା ପୀଡ଼ିତା ଆତ୍ମହତ୍ୟା କରିନଥାନ୍ତା । ଜୟପୁର ପୋଲିସର ଅବହେଳା ପାଇଁ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି।

ଆଜିଠୁ ପୁଣି ଭିଜିବ ଓଡ଼ିଶା ; ଟ୍ରପଲାଇନ୍ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ବର: ଆଜି ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଝଡ ପବନ ସହ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ପବନ ବହିବା ନେଇ୨୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ କରାଯାଇଛି । ୧୨-୧୩ ତାରିଖ ବେଳକୁ ପବନର ବେଗ ଅଧିକ ଯୋଗୁ ସମୁଦ୍ର ଅଶାନ୍ତ ରହିବ ।

ତେଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆସନ୍ତା କାଲି ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ଓଡିଶା ତଥା ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷା ସମ୍ଭାବନା ରହିଛି

ଆଜିଠୁ ଆରବସାଗରରେ ଆରମ୍ଭ ଭାରତ ଓ ପାକିସ୍ତାନର ସମରାଭ୍ୟାସ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ମୁହାଁମୁହିଁ ହେବେ ଭାରତ-ପାକ ନୌସେନା । ଉତ୍ତର ଆରବ ସାଗରରେ ଭାରତ କରିବ ଫାୟାରିଂ ସମରାଭ୍ୟାସ । ଆଜି ଦିନ ସାଢେ ୧୧ଟାରୁ ଅପରାହ୍ନ ସାଢେ ଗୋଟାଏ ମଧ୍ୟରେ ଅଭ୍ୟାସ କରିବେ ଭାରତୀୟ ନୌସେନାର ନାବିକ । ଏଥିଲାଗି କଟକଣା ଜାରି କରିଛି ଭାରତୀୟ ନୌସେନା । କୌଣସି ଦେଶର ଜାହାଜ କିମ୍ବା ବାଣିଜ୍ୟିକ ଜାହାଜ ସମରାଭ୍ୟାସ ହେବାକୁ ଥିବା ଜଳପଥ ଦେଇ ନଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସେପଟେ ପାକିସ୍ତାନ ନୌସେନା ମଧ୍ୟ ସମାନ ନୌସେନା ସମରାଭ୍ୟାସ ଲାଗି ନିର୍ଦ୍ଦେଶ ଜାରି କରିଛି ।

ଆଜି ଭୋର ୪ଟାରୁ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଜାରି କରିଛି ପାକିସ୍ତାନ ନୌସେନା । ଗୋଟିଏ ଦିନ ଗୋଟିଏ ସମୟରେ ଦୁଇ ଦେଶର ନୌସେନା ସମରାଭ୍ୟାସ କରୁଥିବାରୁ ସାରା ବିଶ୍ଵର ନଜର ଏହି ମିଲିଟାରୀ ଡ୍ରିଲ ଉପରେ ରହିଛି । ଦୁଇ ଦେଶ ମଧ୍ୟରେ ଗୁଳିଚାଳନା ଦୂରତା ମାତ୍ର ୬୦ ନଟିକାଲ୍ ମାଇଲ୍ ରହିଛି। ଏଭଳି ସ୍ଥିତିରେ ସମଗ୍ର ବିଶ୍ୱର ନଜର ଭାରତ ଏବଂ ପାକିସ୍ତାନର ସାମୁଦ୍ରିକ ସୀମା ଉପରେ ରହିଛି । କେଉଁ ଯୁଦ୍ଧଜାହାଜକୁ ଗୁଳିଚାଳନା ପାଇଁ ବ୍ୟବହାର କରାଯିବ ସେ ନେଇ ଭାରତ କୌଣସି ସୂଚନା ଦେଇନାହିଁ । ସେହିପରି ପାକିସ୍ତାନ ମଧ୍ୟ କେଉଁ ଜାହାଜ ବ୍ୟବହାର କରିବ ସେନେଇ କୌଣସି ସୂଚନା ଦେଇନାହିଁ ।

ନବରଙ୍ଗପୁର ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା ; ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ

ନବରଙ୍ଗପୁର: ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ବନ୍ଦ । ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ବନ୍ଦ ପାଳନ କରୁଛି ଜିଲ୍ଲା ବିଜେଡି ।
ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁକୁ ତୀବ୍ର ନିନ୍ଦା କରିଛି ବିଜେଡି । ସରକାର ଓଡ଼ିଶାରେ ନାରୀଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଇଘର ନର୍ସିଂ ପୀଡ଼ିତାକୁ ୧କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେଡି ।

ଯେତେ ଦିନ ପର୍ଯ୍ୟନ୍ତ ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ । ବନ୍ଦକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଇଘରବାସୀଙ୍କୁ ବିଜେଡି ତରଫରୁ ଅନୁରୋଧ କରାଯାଇଛି। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌, କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

କେମତି ହେଲା ଛାତ୍ରୀଙ୍କ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ ଖୋଲିବ ରହସ୍ୟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା। ଏବେବି ଛାତ୍ରୀ ମୃତ୍ୟୁ ଘଟଣା ଉପରୁ ହଟିନି ପରଦା। କେମତି ହେଲା ଛାତ୍ରୀଙ୍କ ମୃତ୍ୟୁ ସ୍ପଷ୍ଟ କରିନି ପୋଲିସ। ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୋଷ୍ଟ ମର୍ଟମ ରିପୋର୍ଟ ଖୋଲିବ ମୃତ୍ୟୁ ରହସ୍ୟ। ଅଭିଯୁକ୍ତଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ଉସୁକାଇଥିବା ଭଳି ସାଂଘାତିକ ତଥ୍ୟ ରଖିଛନ୍ତି କେନ୍ଦ୍ରାପଡ଼ା ଏସପି। ଗତ ୬ ତାରିଖ ସକାଳ ୭ଟା ୩୪ରେ ଛାତ୍ରୀ ପୋଡ଼ିହୋଇଥିଲେ ପୀଡ଼ିତା ଛାତ୍ରୀ। ସେହିଦିନ ପ୍ରମୋଦ ଛାତ୍ରୀଙ୍କୁ ୫ରୁ ୬ ଥର ଫୋନ କରିଥିଲା। ୬ ଅଗଷ୍ଟରେ ୫ରୁ ୬ ଥର ହ୍ଵାଟ୍ସଆପ ମେସେଜ ମଧ୍ୟ କରିଥିଲା ପ୍ରମୋଦ। ଏଥିରୁ ଜଣାପଡ଼ୁଛି ଛାତ୍ରୀଙ୍କ ଆତ୍ମହତ୍ୟା କରିବା ପାଇଁ ପୁରୁଷବନ୍ଧୁ ଉସୁକାଇଥିଲେ।

ପ୍ରମୋଦ ବେହେରା ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ପ୍ରମାଣକୁ ଆଧାର କରି ପୋଲିସ ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଛି। ପୋଲିସ ଛାନବିନରୁ ଜଣାପଡ଼ିଛି ପ୍ରମୋଦଙ୍କ ମୋବାଇଲରେ ରହିଥିଲା ମୃତ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ। ଏସବୁ ଅଶ୍ଲୀଳ ଭିଡିଓକୁ ଗତ ଜୁଲାଇ ୧୭ରେ ଛାତ୍ରୀଙ୍କ ବାପାଙ୍କ ସହ ଏକାଧିକ ବ୍ୟକ୍ତିଙ୍କ ପାଖକୁ ଅଭିଯୁକ୍ତ ପ୍ରମୋଦ ପଠାଇଛି। ଅଭିଯୁକ୍ତର ମୋବାଇଲରୁ ମିଳିଛି ୬୦ଟି ଅଶ୍ଳୀଳ ଭିଡିଓ। ପ୍ରମୋଦ ନାଁରେ ଏତଲା ଦେଇଥିଲେ ପୀଡ଼ିତାଙ୍କ ପରିବାର। ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଥିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ । ଝିଅକୁ ପ୍ରମୋଦ ମାନସିକ ନିର୍ଯାତନା ଦେଇଥିବା କାରଣରୁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ମୃତ ଛାତ୍ରୀଙ୍କ ବାପା।

ସେପଟେ ଜେଲ ଗଲେ ପ୍ରମୋଦ କୁମାର । ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ମାମଲାରେ ପୁରୁଷ ବନ୍ଧୁ ପ୍ରମୋଦ କୁମାର ବେହେରାକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବା ପରେ ପଟ୍ଟାମୁଣ୍ଡାଇ JMFC କୋର୍ଟରେ ହଜାର କରାଯାଇଥିଲା । ବିଚାରପତି ମାମଲାକୁ ଶୁଣାଣି କରି ବେଲ ଆବେଦନକୁ ଖାରଜ କରିବା ପରେ ପ୍ରମୋଦକୁ କଡା ସୁରକ୍ଷା ବଳୟ ଭିତରେ କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ୧୪ ଦିନିଆ ବିଚାରବିଭାଗୀୟ କାରାଗାରକୁ ପଠାଇ ଦିଆଯାଇଛି ।

ଅଭିଯୁକ୍ତର ମୋବାଇଲରୁ ମିଳିଛି ୬୦ଟି ଅଶ୍ଳୀଳ ଭିଡିଓ : ଏସପି

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା। ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ପରେ କୋର୍ଟ ଚାଲାଣ। ଆତ୍ମହତ୍ଯା ଲାଗି ଉସୁକାଇଥିବା ଭଳି ସାଂଘାତିକ ତଥ୍ୟ ରଖିଛନ୍ତି କେନ୍ଦ୍ରାପଡ଼ା ଏସପି। ଗତ ୬ ତାରିଖ ସକାଳ ୭ଟା ୩୪ରେ ଛାତ୍ରୀ ପୋଡ଼ିହୋଇଥିଲେ ପୀଡ଼ିତା ଛାତ୍ରୀ। ସେହିଦିନ ପ୍ରମୋଦ ଛାତ୍ରୀଙ୍କୁ ୫ରୁ ୬ ଥର ଫୋନ କରିଥିଲା। ୬ ଅଗଷ୍ଟରେ ୫ରୁ ୬ ଥର ହ୍ଵାଟ୍ସଆପ ମେସେଜ ମଧ୍ୟ କରିଥିଲା ପ୍ରମୋଦ। ଏଥିରୁ ଜଣାପଡ଼ୁଛି ଛାତ୍ରୀଙ୍କ ଆତ୍ମହତ୍ୟା କରିବା ପାଇଁ ପୁରୁଷବନ୍ଧୁ ଉସୁକାଇଥିବା ପୋଲିସ ସ୍ପଷ୍ଟ କରିଛି। ପ୍ରମୋଦ ବେହେରା ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ପ୍ରମାଣକୁ ଆଧାର କରି ପୋଲିସ ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଛି। ପଡୋଶୀଙ୍କ ସିସିଟିଭି ଫୁଟେଜ୍ରୁ କିଛି ତଥ୍ୟ ମିଳିନାହିଁ। ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି FMT ରିପୋର୍ଟ ଆସିବା ପରେ ଜଣାପଡ଼ିବ। ପୋଲିସ ଛାନବିନରୁ ଜଣାପଡ଼ିଛି ପ୍ରମୋଦଙ୍କ ମୋବାଇଲରେ ରହିଥିଲା ମୃତ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ। ଏସବୁ ଅଶ୍ଲୀଳ ଭିଡିଓକୁ ଗତ ଜୁଲାଇ ୧୭ରେ ଛାତ୍ରୀଙ୍କ ବାପାଙ୍କ ସହ ଏକାଧିକ ବ୍ୟକ୍ତିଙ୍କ ପାଖକୁ ଅଭିଯୁକ୍ତ ପ୍ରମୋଦ ପଠାଇଛି। ଅଭିଯୁକ୍ତର ମୋବାଇଲରୁ ମିଳିଛି ୬୦ଟି ଅଶ୍ଳୀଳ ଭିଡିଓ। ଦୁଇ ଦିନ ଆଗରୁ ପ୍ରମୋଦଙ୍କୁ ଚେନ୍ନାଇରୁ ଉଠାଇ ଆଣିଥିଲା ପୋଲିସ। ଗତକାଲି ପ୍ରମୋଦ ନାଁରେ ଏତଲା ଦେଇଥିଲେ ପୀଡ଼ିତାଙ୍କ ପରିବାର। ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଥିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ । ଝିଅକୁ ପ୍ରେମିକ ମାନସିକ ନିର୍ଯାତନା ଦେଇଥିବା କାରଣରୁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ମୃତ ଛାତ୍ରୀଙ୍କ ବାପା।

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସୋର : ପୁଣି ବାଲେଶ୍ଵରରେ ଛାତ୍ରୀଙ୍କୁ ଦୁଷ୍କର୍ମ। ସିମୁଳିଆ ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ। ଅଭିଯୁକ୍ତ ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ ମାରି ପୋଲିସରେ  ଜିମା ଦେଲେl ଅଭିଯୁକ୍ତ ଯୁବକର ବାଇକକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ। ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଁଚି ଯୁବକଙ୍କୁ କାବୁ କରିଛି। ଅଂଚଳରେ ଉତେଜନା ଦେଖାଦେଇଛି। ଛାତ୍ରୀ ଜଣଙ୍କ ଟିଉସନ ସାରି ଘରକୁ ଫେରୁଥିବା ବେଳେ ସିମୁଳିଆ ଥାନା  ଅଂଚଳରେ ଦୁସ୍କର୍ମ ହୋଇଛି।  ଛାତ୍ରୀଙ୍କ ସାଇକେଲ ଓ ବହିକୁ କେନାଲକୁ ଫିଙ୍ଗି ଦେଇଥିଲେ ଯୁବକ ।

ନିଗମ ଓ ବୋର୍ଡ ନିଯୁକ୍ତିକୁ ନେଇ ବିଜେପିର ଚାଲିଛି ଅଙ୍କକଷା

ଭୁବନେଶ୍ବର : ଖୁବ୍ ଶୀଘ୍ର ଆସିବ ବିଜେପି ସରକାରର ନିଗମ, ବୋର୍ଡ଼ର ପ୍ରଥମ ତାଲିକା। ଅଗଷ୍ଟ ୧୫ରୁ ଅଗଷ୍ଟ ୨୦ ମଧ୍ୟରେ ଏହା ଆସିପାରେ ବୋଲି ରାଜ୍ୟ ସଭାପତି ସୂଚନା ଦେବା ପରେ ଏବେ ତାଲିକାକୁ ନେଇ ଚର୍ଚ୍ଚା। ତାଲିକାରେ କାହା ନାଁ ଅଛି, କାହାକୁ ମିଳିଛି କେଉଁ ଦାୟିତ୍ବ ? ଏସବୁକୁ ନେଇ ଦଳୀୟ ମହଲରେ ଆଲୋଚନା ଚାଲିଥିବା ବେଳେ ଗଣମାଧ୍ୟମରେ ଆଗରେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି ନେତାମାନେ। ଦଳୀୟ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ହେବ ମାପକାଠି। ନିଗମ, ବୋର୍ଡ଼ ସହ ରାଜ୍ୟ ବିଜେପି ଟିମ୍ ବି ଖୁବ୍ ଶୀଘ୍ର ଗଢାଯିବ। କେଉଁମାନେ ସଙ୍ଗଠନ ପାଇଁ କାମ କରିବେ, କେଉଁମାନେ ସରକାରଙ୍କ ସହ ରହିବେ, ତାର ତାଲିକା ଏକ ପ୍ରକାର ପ୍ରସ୍ତୁତ ହେଲାଣି। …

ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ବୋର୍ଡ଼ ଉପରେ ରହିଛି। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦି ବୋର୍ଡ଼, ହାଉସିଙ୍ଗ ବୋର୍ଡ଼, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟାଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତାମାନେ ଆଶା କରିଛନ୍ତି। ସମୀକ୍ଷକଙ୍କ କହିବା କଥା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ଅପେକ୍ଷା କରାଯାଇଛି। ଏଥିରେ ଓଡ଼ିଶା ବଡ଼ ଭୂମିକା ନିଭାଇବାକୁ ଯାଉଥିବାରୁ ତାଲିକା ବଦଳିବାର ସମ୍ଭାବନା ମଧ୍ୟ ରହିଛି। ଚୟନରେ ପ୍ରଥମେ ପ୍ରାଥମିକତା ଦିଆଯିବ ଦଳୀୟ ଆନୁଗତ୍ୟକୁ। ଏହା ପରେ ନିଜ ଅଞ୍ଚଳରେ ଦବଦବା ରଖୁଥିବା ପରାଜିତ ପ୍ରାର୍ଥୀ ଏବଂ ସବା ଶେଷରେ ଅନ୍ୟ ଦଳରୁ ଆସିଥିବା ନେତାମାନଙ୍କ କଥା ବିଚାରକୁ ନିଆଯିବ। ଅସନ୍ତୁଷ୍ଟଙ୍କୁ ମନାଇବା, ପରାଜିତ ପ୍ରାର୍ଥୀଙ୍କୁ ଥଇଥାନ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ, ଦଳୀୟ ଆନୁଗତ୍ୟ, ଦକ୍ଷତା ଓ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେବା ସେତିକି ଆବଶ୍ୟକତା ରହିଛି।

ଆନନ୍ଦ ବଜାର ନୁହେଁ ଏବେ ଅନଲାଇନରେ ମିଳିବ ଶ୍ରୀମନ୍ଦିର ମହାପ୍ରସାଦ…

ପୁରୀ : ଆନନ୍ଦ ବଜାର ନୁହେଁ ଏବେ ଅନଲାଇନରେ ମିଳିବ ଶ୍ରୀମନ୍ଦିର ମହାପ୍ରସାଦ । ଘରେ ବସି ପାଇପାରିବେ ଶ୍ରୀମନ୍ଦିରରୁ ଅନ୍ନ, ଡାଲମା, ଡାଲି, ବେସର, ମହୁର । ଅନଲାଇନରେ ଅଡର ଦେଲେ ଦୁଇ ଜଣଙ୍କ ପାଇଁ ଯୋଗାଇ ଦିଆଯିବ ମହାପ୍ରସାଦ । ସୋସିଆଲ ମିଡିଆରେ ଘାଏଁ ଘାଏଁ ବିଜ୍ଞାପନ । ଯାହାକୁ ନେଇ ପୁରୀ ବାସିନ୍ଦା ଓ ସେବାୟତଙ୍କ ଭିତରେ ତେଜିଲାଣି ଅସନ୍ତୋଷ । ଏପରି ଉଦ୍ୟମ ଭକ୍ତଙ୍କ ଭାବାବେଗ ସହ ଖେଳ ବୋଲି ଅଭିଯୋଗ ଉଠିଲାଣି । ଅନଲାଇନ୍‌ ସଂସ୍ଥା ଭକ୍ତଙ୍କ ଭାବାବେଗ ସହିତ ବ୍ୟବସାୟ କରି ଠକିବାକୁ ଉଦ୍ୟମ ଆରମ୍ଭ କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଜ୍ଞାପନ ଦେଇଥିବା ଅନ୍‌ଲାଇନ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ଧରିଲା ଦାବି । ବିଜ୍ଞାପନରେ ଉଲ୍ଲେଖ ରହିଛି ଥରେ ଅର୍ଡର ଦେବାପରେ ଏହାକୁ ବାତିଲ୍ କରାଯାଇପାରିବ ନାହିଁ  । ରାତି ୧୦ଟା ୩୦ ସୁଦ୍ଧା ମହାପ୍ରସାଦ ଡେଲିଭରି ଦିଆଯିବ। ଏହି ସେବା କେବଳ ସୋମବାର,  ଗୁରୁବାର ଓ ଶନିବାର ଦିନ ମିଳବ। ମନ୍ଦିରର ନୀତିକାନ୍ତିରେ ବିଳମ୍ବ କିମ୍ବା ଯାନବାହନ ଯାତାୟତରେ ସମସ୍ୟା ହେଲେ ପ୍ରାକ ସୂଚନା ଦିଆଯିବ । ପ୍ରଶ୍ନ ଉଠୁଛି ଅନଲାଇନ ଯୋଗେ ଅର୍ଡର କରିଥିବା ଭକ୍ତ ଜଣକ ସଠିକ୍ ଭାବେ ମହାପ୍ରସାଦ ପାଉଛନ୍ତି ନା ଠକେଇର ଶିକାର ହେଉଛନ୍ତି ? ଘଟଣାକୁ ନେଇ ସୁଆର ମହାସୁଆର ନିୟୋଗ ଅସନ୍ତୋଷ ଝାଡ଼ିଛି ।  ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ସାଇବର ଥାନାରେ ଏ ପ୍ରସଙ୍ଗରେ ଏତଲା ଦେବାକୁ ଦାବି କରିଛନ୍ତି ସେବାୟତ । ତେବେ ଏଥିପାଇଁ କଣ ନିରାକରଣ କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନଠୁ ଠିକଣା ଉତ୍ତର ମିଳିପାରିନି । କିନ୍ତୁ  ଶ୍ରୀମନ୍ଦିର ଗରିମା ଓ ସଂସ୍କୃତି କ୍ଷୁର୍ଣ୍ନ କଲେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ମହାପ୍ରସାଦ ସହିତ ନୀଳଚକ୍ର ବାନା । ଏବେ ଏଭଳି ବିଜ୍ଞପ୍ତି ପରେ ସମ୍ପୃକ୍ତ ସଂସ୍ଥା ନାଁରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି । ନିକଟ ଅତୀତରେ ଆମାଜନ ନାମକ ଇ-କମର୍ସ ସଂସ୍ଥା ଅନଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲା । ପୁଣି କିଛି ଦିନ ନ ପୂରୁଣୁ ଆଉ ଏକ ସଂସ୍ଥା ଅନଲାଇନ୍ ଦର୍ଶନ ବ୍ୟବସ୍ଥା କରିବା ନେଇ ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଣି ମହାପ୍ରଭୁଙ୍କ ମହାପ୍ରସାଦ ଅନଲାଇନରେ ବିକ୍ରି କରିବା ଘଟଣା ସାମ୍ନାକୁ ଆସିବା ପରେ ତେଜିଛି ଅସନ୍ତୋଷ ।

ଜାତୀୟ ଶିକ୍ଷା ନୀତି ୨୦୨୦ର ବିବାଦ ଭିତରେ ଛନ୍ଦି ହୋଇ ପଡ଼ୁଛି ଓଡ଼ିଶା ଶିକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବନାମ ଜାତୀୟ ଶିକ୍ଷା ନୀତି ୨୦୨୦ । ସରକାର ଲାଗୁ କଲେ ନୂଆ ଶିକ୍ଷା ନୀତି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଦ୍ବାଦଶରେ ହିଁ ହେବ ବୋର୍ଡ ପରୀକ୍ଷା । ଯେଉଁଥି ପାଇଁ ସ୍କୁଲ ପରିସରକୁ ଆସିବ ଏକାଦଶ ଓ ଦ୍ବାଦଶ ଶ୍ରେଣୀ । ଏଯାଏଁ ୧୦୨ ହାଇସ୍କୁଲର ଅପଗ୍ରେଡେସନ ସରିଲାଣି । ଆଗକୁ ଆହୁରି ହେବ ।

ସବୁଠାରୁ ବିବାଦୀୟ ଦିଗକୁ ଠେଲି ହୋଇଯାଉଛି ହାଇସ୍କୁଲ ଅପଗ୍ରେଡେସନ ବ୍ୟବସ୍ଥା । ଅପଗ୍ରେଡେସନ ପୂର୍ବରୁ ସରକାର ଆନୁସଙ୍ଗିକ ବ୍ୟବସ୍ଥାକୁ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ଅଭାବ ସହ ରହିଛି ଶିକ୍ଷକ ମରୁଡ଼ି। ଦୀର୍ଘ ଦିନରୁ କଲେଜ ଅଧ୍ୟାପକମାନେ ଯୁକ୍ତ ଦୁଇ ପିଲାମାନଙ୍କୁ ପାଠ ପଢାଇ ଆସୁଛନ୍ତି । ହେଲେ ଏବେ ସ୍କୁଲକୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଯିବା ପରେ କଲେଜ ଅଧ୍ୟାପକମାନେ ସ୍କୁଲ ଯାଇ ପଢାଇବାକୁ ଅନିଚ୍ଛୁକ ଅଛନ୍ତି । ସେପଟେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପଢାଇବାର ଅଭିଜ୍ଞତା ସ୍କୁଲ ଶିକ୍ଷକଙ୍କ ପାଖରେ ନାହିଁ । ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ କିଏ ପଢାଇବେ, ତାକୁ ନେଇ ଏବେଠାରୁ ଦ୍ବନ୍ଦ୍ବ ଉପୁଜିଲାଣି । ପିଜିଟି ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି ଉଠିଛି । ଦଶମ ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅସ୍ତିତ୍ବକୁ ନେଇ ବି ପ୍ରଶ୍ନ ଉଠୁଛି । ଅପଗ୍ରେଡେସନ ପରେ ଦଶମ ବୋର୍ଡ ଉଚ୍ଛେଦ ହେବ ନା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟରେ ସମୁଦାୟ ୨ ହଜାର ୪୧୫ ଯୁକ୍ତ ଦୁଇ କଲେଜ ଅଛି । ଯାହାକୁ ଉଚ୍ଚମାଧ୍ୟମିକ ସ୍କୁଲ କୁହାଯାଉଛି । ସ୍କୁଲଗୁଡ଼ିକର ଅପଗ୍ରଡେସନ ଯେତେ ବଢ଼ିବ ଉଚ୍ଚମାଧ୍ୟମିକ ସ୍କୁଲଗୁଡ଼ିକରେ ନାମଲେଖା ସେତେ ପ୍ରଭାବିତ ହେବ। ସରକାରୀ ସ୍କୁଲ ଗୁଡ଼ିକରେ ଦ୍ବାଦଶ ଯାଏଁ ପାଠପଢା ହେଲେ, ବିଜେବି, ରମାଦେବୀ, ରେଭେନସା, ଫକିର ମୋହନ ପରି ଏକକ କଲେଜ ଗୁଡ଼ିକରେ ନାମଲେଖା କମିବ । ବାଧ୍ୟ ହୋଇ ଏହି ସବୁ କଲେଜ ଗୁଡ଼ିକ ବନ୍ଦ କରି ସେହି ବିଲଡିଂ ସରକାର ନିଜ ଅକ୍ତିଆରକୁ ନେବେ ।