spot_img
Home Blog Page 3296

ଦେଶରେ ବଢୁଛି କରୋନା ସଂକ୍ରମଣ, ୬ ମାସ ଭିତରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୫ ହଜାର ୩୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ସର୍ବାଧିକ ୪ ଜଣ ଅଛନ୍ତି । ଯାହା କି ୬ ମାସ ମଧ୍ୟରେ ଦେଶରେ ସର୍ବାଧିକ କରୋନା ସଂକ୍ରମଣ । ଦେଶରେ ସଂକ୍ରମଣ ବଢ଼ୁଥିବାବେଳେ ୭ ଦିନରୁ କମ୍ ସମୟରେ କରୋନା ସଂକ୍ରମଣ ଦୁଇ ଗୁଣା ବଢ଼ୁଛି । ବୁଧବାର ଦିଲ୍ଲୀରେ କୋଭିଡି-୧୯ର ପଜିଟିଭିଟି ରେଟ୍‌ ୨୫ ପ୍ରତିଶତରୁ ଅଧିକ ରହିଛି । ବୁଧବାର ଦିଲ୍ଲୀରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ବିଗତ ୧୫ ମାସ ମଧ୍ୟରେ ସବୁଠାରୁ ଅଧିକ ।

ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ୁଥିବାବେଳେ ଏବେ ବି ଲୋକ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳିଛି । ଅଧିକାଂଶ ଲୋକ ସାର୍ବଜନୀନ ସ୍ଥାନ, ମାର୍କେଟ, ପାର୍କ ଓ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ବିନା ମାସ୍କରେ ଯାଉଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଏହି ସ୍ଥିତି ଜାରି ରୁହେ ତେବେ ଖୁବଶୀଘ୍ର ଏହି ଭାଇରସ ମ୍ୟୁଟେଣ୍ଟ ହୋଇ ଲୋକଙ୍କୁ ଗମ୍ଭୀର ଭାବରେ ସଂକ୍ରମଣ କରିବ । କରୋନା ସଂକ୍ରମଣ ବଢ଼ୁଥିବାବେଳେ ଦିଲ୍ଲୀ ସରକାର ମେଡିକାଲରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

‘ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା, ଭାଷା ପ୍ରତି ନାହିଁ ଦରଦ’

ନୂଆଦିଲ୍ଲୀ: ଓଡ଼ିଆ ଭାଷା ପ୍ରତି କେନ୍ଦ୍ରର ନ୍ୟୁନ ଭାବନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ  । ଶ୍ରୀ ମଙ୍ଗରାଜ କହିଛନ୍ତି,  ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଏପରିକି ହିନ୍ଦୀ ଓ ବଙ୍ଗଳା ଭାଷାକୁ ମଧ୍ୟ ଏହି ମାନ୍ୟତା ମିଳିନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ହେଲା, ଓଡ଼ିଆ ଭାଷାର ଉନ୍ନତି ଲାଗି କେନ୍ଦ୍ର ସରକାର ଆଦୌ ଯତ୍ନବାନ ନୁହନ୍ତି। ୨୦୧୯-୨୦ ବର୍ଷରେ ଓଡ଼ିଆ ଭାଷା ପାଇଁ କେନ୍ଦ୍ରରୁ ଟଙ୍କାଟିଏ ମଧ୍ୟ ମିଳିନଥିବାବେଳେ ପରବର୍ତ୍ତୀ ୩ ବର୍ଷ ହେଲା ନଗଣ୍ୟ ଅନୁଦାନ ମିଳିଛି।
ଦେଶର ଅନ୍ୟ ଭାଷାଗୁଡ଼ିକ ତୁଳନାରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାରଙ୍କ ଏତେ ଅବହେଳା କାହିଁକି? ସଂସ୍କୃତ ଭାଷାକୁ ଏତେ ଅଧିକ ଅନୁଦାନ ଦେଉଥିବା କେନ୍ଦ୍ର ପାଇଁ ଓଡ଼ିଆ ଭାଷା କଣ ସାବତ ପୁଅ ? ନିକଟରେ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି।
ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଲା, ଖୋଦ୍‌ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜଣେ ଓଡ଼ିଆ ହୋଇଥିଲେ ମଧ୍ୟ ସେ ଓଡ଼ିଆ ଭାଷାକୁ ଅଣଦେଖା କରି ଆସୁଛନ୍ତି। ଅଥଚ ଓଡ଼ିଶାରୁ କୋଟିଆ ଚାଲିଗଲା ବୋଲି ମିଥ୍ୟା ପ୍ରଚାର କରି ନାଟକବାଜି କରୁଛନ୍ତି। ଏଥିରୁ ଜଣାପଡୁଛି ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ବିଜେପି ନେତାମାନଙ୍କ ମନରେ ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ତିଳେ ବି ଦରଦ ନାହିଁ ବୋଲି କହିଛନ୍ତି ମାନସ ମଙ୍ଗରାଜ  ।

ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରରେ କେତେ ଲୋକ କିଣିଛନ୍ତି ଜମି ? ରାଜ୍ୟସଭାରେ ଉତ୍ତର ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ 

ନୂଆଦିଲ୍ଲୀ: ୫ ଅଗଷ୍ଟ ୨୦୧୯ରୁ ଜାମ୍ମୁ କାଶ୍ମୀରରୁ ହଟିଛି ଧାରା ୩୭୦ ଓ ୩୫ ’A’ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫’A’ ହଟିବା ପରେ ବାହାରୁ କେତେ ଲୋକ ଜାମ୍ମୁ କାଶ୍ମୀରରେ ଏପର୍ଯ୍ୟନ୍ତ ଜମି କିଣିଛନ୍ତି ? ସଂସଦର ବଜେଟ ଅଧିବେଶନ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟସଭାରେ ଉଠିଥିଲା ଏହି ପ୍ରଶ୍ନ । ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮୫ ଲୋକ, ଯେଉଁମାନେ କି ରାଜ୍ୟର ବାସିନ୍ଦା ନୁହଁନ୍ତି ସେମାନେ ଜାମ୍ମୁ କାଶ୍ମୀରରେ ଜମି କିଣିଛନ୍ତି । ଅର୍ଥାତ ଧାରା ୩୭୦ ହଟିବାର ଚାରି ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀରର ଲୋକ ୧୮୫ଟି ଜମି ବାହାର ଲୋକଙ୍କୁ ବିକ୍ରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରରୁ ଅଲଗା ହୋଇଥିବା ଲଦାଖରେ ଏପର୍ଯ୍ୟନ୍ତ କେହି ଜଣେ ବି ଜମି କିଣିନାହାନ୍ତି । ନିତ୍ୟାନନ୍ଦ ରାୟଙ୍କ ସୂଚନା ଅନୁସାରେ ୨୦୨୦ରେ ଜାମ୍ମୁ କାଶ୍ମୀରରେ ଜଣେ, ୨୦୨୧ରେ ୫୭ ଓ ୨୦୨୨ରେ ୧୨୭ ଜଣ ବାହାର ଲୋକ ଜମି କିଣିଛନ୍ତି । ଅର୍ଥାତ ୨୦୧୯ ଅଗଷ୍ଟ ୫ରୁ ଡିସେମ୍ବର ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଜମି କିଣିନଥିଲେ । ସେହିପରି ୨୦୨୩ ଜାନୁଆରୀରୁ ଏପ୍ରିଲ ମାସ ପର୍ଯ୍ୟନ୍ତ କେତେ ବାହାର ଲୋକ ଜମି କିଣିଛନ୍ତି ତାହାର ତଥ୍ୟ ପ୍ରକାଶ କରାଯାଇନାହିଁ ।

ସୂଚନା ଅନୁସାରେ ୨୦୧୯ ମସିହା ଅଗଷ୍ଟ ୫ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫’A’ ହଟାଯାଇଥିଲା । ଏହି ଦୁଇ ଧାରା ହଟିବା ପରେ ଜାମ୍ମୁ କାଶ୍ମୀରରୁ ଲଦାଖ ଅଲଗା ହୋଇ ଉଭୟଙ୍କୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିଲା । ଧାରା ୩୭୦ ହଟିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ବର୍ତ୍ତମାନ ଜମ୍ମୁ କାଶ୍ମୀରର ମ୍ୟୁନିସିପାଲିଟି ଅଞ୍ଚଳରେ ଭାରତୀୟ ନାଗରିକ କୃଷି ଜମି ବ୍ୟତୀତ ଅନ୍ୟ ଜମି କିଣି ପାରିବେ ।

ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଏବେ ଜାମ୍ମୁ କାଶ୍ମୀରରେ ବହୁ ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ୧୫୫୯ ଭାରତୀୟ କମ୍ପାନୀ ନିବେଶ କରିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ବହୁରାଷ୍ଟ୍ରୀୟ କମ୍ପାନୀ କିମ୍ବା ଭାରାତୀୟ କମ୍ପାନୀ ଲଦାଖ ଅଞ୍ଚଳରେ ନିବେଶ କରିନାହାନ୍ତି ବୋଲି କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

 

ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠାରେ ବିଳମ୍ବ କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ଦେଶରେ ପ୍ରଦାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠାରେ କାହିଁ ବିଳମ୍ଭ ହେଉଛି ? ପ୍ରଧାନମନ୍ତ୍ରୀ କୈଶଳ ବିକାଶ ଯୋଜନାରେ କେତେ ପିଲାଙ୍କୁ ଦକ୍ଷତା ବିକାଶର ତାଲିମ ଦିଆଯାଇଛି ? ରାଜ୍ୟସଭାରେ ଏମିତି ପ୍ରଶ୍ନ କରି କେନ୍ଦ୍ର ସରକାରଙ୍କ ଜବାବ ଚାହିଁଛନ୍ତି ବିଜେଡି ସାସଂଦ ମାନସ ମଙ୍ଗରାଜ  । ଏହାଛଡ଼ା ଯବାନଙ୍କୁ ଦେୟ ଯୁକ୍ତ ଛୁଟି ସହ ସାମୁଦ୍ରିକ ସୀମା ଡେଇଁ ମାଛ ମାରି ଗିରଫ ହେଉଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ମଧ୍ୟ ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି  ।

ସାସଂଦଙ୍କ ତିନି ବିଭାଗର ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ କେନ୍ଦ୍ରମନ୍ତ୍ରୀ  । ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ, ଆତ୍ମ ନିର୍ଭର ଭାରତ ପାଇଁ ଦକ୍ଷତା ତାଲିମ ସହ ଏହାର କାର୍ଯ୍ୟକାରିତ ସମ୍ପର୍କରେ ମ୍ୟାପିଙ୍ଗ କରିବା ପାଇଁ ‘ଅସୀମ’ ପୋର୍ଟାଲ ରହିଛି  । ଏହି ପୋର୍ଟାଲ ଏବେ କେଉଁ ଅବସ୍ଥାରେ ଅଛି, ଠିକଣା ଢଙ୍ଗରେ ଏହା କାର୍ଯ୍ୟ କରୁଛି କି ନାହିଁ, ସାରା ଦେଶରେ ଏବେ କେତେ ପିଲାଙ୍କ ସମ୍ପର୍କରେ ‘ଅସୀମ’ରେ ତଥ୍ୟ ରହିଛି ?  ଏବଂ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଖୋଲିବାରେ କେନ୍ଦ୍ର କାହିଁକି ବିଳମ୍ଭ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମଙ୍ଗରାଜ  ।

ଏହାର ଉତ୍ତର ରଖି ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ରାଷ୍ଚ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଦର୍ଶାଇଛନ୍ତି, ‘ଅସୀମ’ ପୋର୍ଟାଲରେ ୨୯ ଲକ୍ଷ ପିଲାଙ୍କ ସମ୍ପର୍କରେ ତଥ୍ୟ ଉପଲବ୍ଧ ରହିଛି  । ଏହି ପୋର୍ଟାଲରେ ଦେଶରେ କେତେ ଦକ୍ଷତା ବିକାଶ ତାଲିମ ନେଇଥିବା ଶ୍ରମଶକ୍ତି ମହଜୁଦ ଅଛି ସେ ସମ୍ପର୍କରେ ତଥ୍ୟ ରହିଛି  । କରୋନା ଯୋଗୁଁ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମରେ ବିଳମ୍ଭ ହୋଇଛି ବୋଲି ମନ୍ତ୍ରୀ ସ୍ୱୀକାର କରିବା ସହ ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସ୍ପଷ୍ଟ କରିଛନ୍ତି  ।

ସେହିଭଳି ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପ୍ରସଙ୍ଗ ଉଠାଇ ସାସଂଦ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ ଯେ, ଆନ୍ତର୍ଜାତିକ ସାମୁଦ୍ରିକ ସୀମା ଡେଇଁ ଆମ ମତ୍ସ୍ୟଜୀବୀ ମାନେ ମାଛ ଧରୁଥିବାବେଳେ ଅନ୍ୟ ଦେଶର ତଟରକ୍ଷୀ ବାହିନୀ ତାଙ୍କୁ ଗିରଫ କରିୁଛନ୍ତି  । ଏଦି ଦିଗରେ ସେମାନଙ୍କୁ ସରକାର କମ ସହଯୋଗ ଓ ସହାୟତା କରୁଛନ୍ତି  । ସୀମା ନଡେଇଁବାକୁ ମତ୍ସ୍ୟଜୀବୀ ମାନଙ୍କ ସଚେତନା କରାଇବା ଜଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ସେ ଜାଣିବାକୁ ଚାହିଁଥିଲେ  ।

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଉତ୍ତରରେ ଦର୍ଶାଇଛନ୍ତି, ସାମୁଦ୍ରିକ ସୀମା ଡେଇଁ  ବେଆଇନ ଭାବେ ମାଛ ମାରି ଗିରଫ ହେଉଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ସରକାର ଅବଗତ ହେବା ମାତ୍ରେ ସେମାନଙ୍କୁ ଆଇନ ଗତ ସହାୟତା ଯୋଗାଇ ଦେବାକୁ ସବୁ ପ୍ରକାର ସହଯୋଗ କରୁଛନ୍ତି  । କିଭଳି ଶୀଘ୍ର ଏହି ମତ୍ସ୍ୟଜୀବୀମାନେ ଜେଲରୁ ମୁକ୍ତି ପାଇବେ ସେ ଦିଗରେ ସରକାର ପଦକ୍ଷେପ ମଧ୍ୟ ନେଇଛନ୍ତି  ।    ଆନ୍ତର୍ଜାତିକ ସୀମା ନଡେଇଁବାକୁ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି ଭାରତୀୟ ନୌବାହିନୀ ଓ ତଟରକ୍ଷୀ ବାହିନୀ ଦ୍ୱାରା ଉପକୂଳ ଗାଁ ଗୁଡିକରେ ଲୋକଙ୍କ ସହ ଭାବ ବିନିମୟ କରାଯାଇ, ସେମାନଙ୍କୁ ସଚେତନ କରାଯାଉଛି  ।

ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଜରିଆରେ ସେମାନଙ୍କୁ ଦକ୍ଷତା ସମ୍ପନ ତାଲିମ ମଧ୍ୟ ଦିଆଯାଉଛି  । ଭୀରତୀୟ ସେନାର ସଶସ୍ତ୍ର ଯବୀନ ମାନଙ୍କୁ ଦେୟ ଯୁକ୍ତ ଛୁଟି ବୃଦ୍ଧି ନେଇ ଶ୍ରୀ ମଙ୍ଗରାଜଙ୍କ ଅନ୍ୟ  ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ସ୍ପଷ୍ଟ କରିଛନ୍ତି ଏବେ ଶସସ୍ତ୍ର ବାହିନୀର ଯବାନଙ୍କୁ ଆବଶ୍ୟକତା ଅନୁସାରେ ଯଥେଷ୍ଟ ପରିମାଣରେ ଦେୟ ଯୁକ୍ତ ଛୁଟି ମିଳୁଛି  । ତେଣୁ ଏ ସମ୍ପର୍କରେ ଛୁଟି ବୃଦ୍ଧି ନେଇ  ନୂଆ ପ୍ରସ୍ତାବ ଉପରେ ସରକାର ବିଚାର କରୁ ନାହାଁନ୍ତି  ।

ଖେଳୁଖେଳୁ କୀଟନାଶକ ପିଇଦେଲେ ଚାରି ଶିଶୁ

ଭଦ୍ରକ: ଖେଳୁଖେଳୁ କୀଟନାଶକ ପିଇଦେଲେ 4ଶିଶୁ । ଭଦ୍ରକ ଜିଲ୍ଲା ତିହିଡି ଥାନା ଝିଙ୍କିରିଆ ଅଞ୍ଚଳରେ ଅଘଟଣ । ବିଲରେ ଖେଳୁଥିବା ସମୟରେ ପଡିଥିବା କିଟନାଶକ ଡବାରୁ ବିଷ ପିଇଦେଇଛନ୍ତି ଶିଶୁ ।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ଟିଭ 80 ନାମକ ଏକ ହର୍ବାଲ ପଏଜନକୁ ଖେଳିବା ସମୟରେ ଶିଶୁମାନେ ପିଇଦେଇଥିବା ଜଣାପଡ଼ିଛି । ସମସ୍ତଙ୍କ ବୟସ 2 ରୁ 3 ବର୍ଷ ହେବ ବୋଲି ସୂଚନା ମିଳିଛି ।

ଭାରତରେ ଖେଳିବେ କ୍ରିଷ୍ଟିଆନୋ ରୋନାଲ୍ଡୋ !

ମୁମ୍ବାଇ: ଭାରତ ଆସିବେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲ୍ଡୋ । ଚାମ୍ପିଆନ୍ସ ଲିଗରେ ମୁମ୍ବାଇ ସିଟି ଏଫସି ବିପକ୍ଷରେ ଭାରତ ଏକ ମ୍ୟାଚ୍ ଖେଳିପାରନ୍ତି ରୋନାଲ୍ଡୋ । ଜାମସେଦପୁର ଏଫସି ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ଖେଳାଯାଇଥିବା AFC ଚାମ୍ପିଅନ୍ସ ଲିଗ୍ ପ୍ଲେ ଅଫ ମ୍ୟାଚରେ ମୁମ୍ବାଇ ୩-୧ ଗୋଲରେ ବିଜୟ ଲାଭ କରିଛି । ଏହି ବିଜୟ ସହ ମୁମ୍ବାଇ ଚାମ୍ପିଅନ୍ସ ଲିଗକୁ ଯୋଗ୍ୟତା ହାସଲ କରିଛି । ଯଦି ସାଉଦି ଆରବର କ୍ଲବ ଅଲ୍ ନାସର ଚାମ୍ପିଅନ୍ସ ଲିଗକୁ ଯୋଗ୍ୟତା ଅର୍ଜନ କରେ ତେବେ ମୁମ୍ବାଇ ସିଟିକୁ ଭେଟିବ । ଏହି ମ୍ୟାଚ ଭାରତରେ ଖେଳାଯିବାର ସୂଚୀ ରହିଛି । ସାଉଦି ଆରବର ଅଲ୍ ନାସର ଦଳରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ତେଣୁ ଏହି ମ୍ୟାଚ୍ ଖେଳିବା ପାଇଁ ଅଲ୍ ନାସର ଦଳ ସେ ଭାରତକୁ ଆସିବେ ।

କ୍ରିଷ୍ଟିଆନୋ ରୋନାଲ୍ଡୋ ଏହା ପୂର୍ବରୁ କେବେ ଭାରତରେ କୌଣସି ମ୍ୟାଚ୍ ଖେଳିନାହାନ୍ତି । ଯଦି ଅଲ୍ ନାସର ଦଳ ଭାରତରେ ଖେଳେ ତେବେ ଭାରତୀୟ ଫୁଟବଲ ପ୍ରେମୀ ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ବିଶ୍ୱର ଏହି ଷ୍ଟାର ଖେଳାଳିଙ୍କ ଖେଳା ଦେଖିବାରେ ସୁଯୋଗ ପାଇବେ । ସୂଚନା ଅନୁସାରେ ଗତ ବର୍ଷ କ୍ରିଷ୍ଟିଆନୋ ରୋନାଲ୍ଡୋ ମାଞ୍ଚେଷ୍ଟର ୟୁନାଇଟେଡ୍ ଛାଡ଼ି ରୋନାଲ୍ଡୋ ସାଉଦି ଆରବର କ୍ଲବ ଅଲ୍ ନାସର ଯୋଗ ଦେଇଥିଲେ ।

ଖଣ୍ଡଗିରି ଥାନା ଏସଆଇଙ୍କୁ ରଙ୍ଗେହାତ୍ ଧରିଲା ଭିଜିଲାନ୍ସ

ଖଣ୍ଡଗିରି: ଭିଜିଲାନ୍ସ ଜାଲରେ ଖଣ୍ଡିଗିରି ଥାନା ଏସଆଇ । ଲାଞ୍ଚ ନେଉଥିବା ବେଳେ ଏସଆଇ ସୁଶାନ୍ତ ସ୍ବାଇଁଙ୍କୁ ଧରିଛି ଭିଜିଲାନ୍ସ । ଏକ ମାମଲାର ରଫାଦଫା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସୁଶାନ୍ତ । ନାକା ଗେଟ୍ ନିକଟରେ ଲାଞ୍ଚ ନେବା ବେଳେ ଏସଆଇଙ୍କୁ ରେଡ ହ୍ୟାଣ୍ଡେଡେରେ ଧରିଛି ଭିଜିଲାନ୍ସ ।

ତାଙ୍କ ନିକଟରୁ ୫ ଶହ ଟଙ୍କିଆ ବଣ୍ଡଲ ଜବତ ହୋଇଛି । ଭୁବନେଶ୍ବରରେ ଥିବା ସୁଶାନ୍ତଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ଟିମ୍ ତୟାର ରହିଥିଲା  । ସୁଶାନ୍ତ ଲାଞ୍ଚ ନେଲା ବେଳେ ରଙ୍ଗେ ହାତ ଧରିଛି ଟିମ୍  ।

ଆକାଂକ୍ଷା ଦୁବେ ଆତ୍ମହତ୍ୟା ଘଟଣା, ଗାୟକ ସମର ସିଂ ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି

ଲକ୍ଷ୍ନୌ: ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା ଘଟଣା । ଗାୟକ ସମର ସିଂ ଓ ଅନ୍ୟ ସହଯୋଗୀ ସଞ୍ଜୟ ସିଂଙ୍କ ବିରୋଧରେ ଜାରି ହେଲା ଲୁକଆଉଟ ନୋଟିସ୍ । କିଛିଦିନ ତଳେ ସାରନାଥର ଏକ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଦେଶଛାଡ଼ି ଯେପରି ସେମାନେ ଚାଲିଯିବେ ନାହିଁ ସେଥିଲାଗି ସମସ୍ତ ବିମାନ ବନ୍ଦରକୁ ଆଲର୍ଟ କରାଯାଇଛି । ସମର ଓ ସଞ୍ଜୟଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ବି ବିମାନବନ୍ଦରଗୁଡ଼ିକୁ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସାରନାଥ ଏସଏଚଓ ଧରମପାଲ ସିଂ ।

ସେପଟେ ଆକାଂକ୍ଷାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆକାଂକ୍ଷାଙ୍କ ମା’ ମଧୁ ଦୁବେଙ୍କ ଓକିଲ ଶଶାଙ୍କ ଶେଖର ତ୍ରିପାଠୀ । ଏହି ଘଟଣାର ସିବିଆଇ ବା ସିବି-ସିଆଇଡି ତଦନ୍ତ ଦାବି କରିଛନ୍ତି ଆଇନଜୀବୀ । ଏନେଇ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି । ୨୫ ବର୍ଷ ବୟସ୍କା ଆକାଂକ୍ଷା ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଗତ ମାର୍ଚ୍ଚ ୨୬ ତାରିଖରେ ସାରନାଥର ଏକ ହୋଟେଲରେ ଆକାଂକ୍ଷାଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଥିଲା । ସେ କସମ ପୈଦା କରନେ ଓ୍ବାଲେ କି-୨, ମୁଝସେ ସାଦି କରୋଗି, ବୀରୋ କି ବୀର ଆଦି ଭୋଜପୁରୀ ଫିଲ୍ମରେ ଅଭିନୟ କରିଥିଲେ ।

ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା, ୧୦୦ଟି MBBS ସିଟ୍ ଲାଗି ମିଳିଲା ଅନୁମତି

କଳାହାଣ୍ଡି: ଚଳିତବର୍ଷରୁ କଳାହାଣ୍ଡି ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା । ୧୦୦ଟି ଏମବିବିଏସ୍ ସିଟ୍ ଲାଗି ମିଳିଲା ଅନୁମତି । ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ । ୧୦୦ଟି ଏମବିବିଏସ୍ ସିଟ ଲାଗି ମିଳିଲା ଅନୁମତି । ୨୦୨୩-୨୪ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଦ୍ବିତୀୟ ପର୍ଯ୍ୟାୟରେ ୪୧ ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଦଳ ପକ୍ଷରୁ ଜାରି ହୋଇଥିବା ପ୍ରଥମ ତାଲିକାରେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ବରୁଣାରୁ ପ୍ରାର୍ଥୀ କରିଛି କଂଗ୍ରେସ ।

ସେହିପରି ପିସିସି ସଭାପତି ତଥା ବରିଷ୍ଠ ନେତା ଡି କେ ଶିବକୁମାରଙ୍କୁ କଂଗ୍ରେସ କନକପୁରାରୁ ପ୍ରାର୍ଥୀ କରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେଙ୍କୁ ଚିତପୁରରୁ ପ୍ରାର୍ଥୀ କରିଛି ଦଳ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୦ ତାରିଖରେ ନିର୍ବାଚନ ହେବ । ମେ ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।