spot_img
Home Blog Page 3299

ଆଜି ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଜେଲରୁ ମିଳିବ କି ମୁକ୍ତି ? ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ହେବ ଶୁଣାଣି । ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ମନୀଷ ଆବେଦନ କରିଥିବା ବେଳେ ଆଜି ଶୁଣାଣି କରିବେ ବୋଲି କୋର୍ଟ କହିଛନ୍ତି । ବିଚାରପତି ଦିନେଶ କୁମାର ଶର୍ମା ମାମଲାର ଶୁଣାଣି କରିବେ ।

ଗତ ୩୧ ତାରିଖରେ ରାଉଜ ଏଭିନ୍ୟୁ କୋର୍ଟ ମନିଷଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି ମନୀଷ । ମନୀଷ ସିସୋଦିଆ ଏବେ ସିବିଆଇ ଓ ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଅଛନ୍ତି । ଗତକାଲି ମନୀଷଙ୍କୁ ଆଉ ୧୨ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ କୋର୍ଟ ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ମନୀଷ ମୁଖ୍ୟ ଅଭିଯୁକ୍ତ ବୋଲି ତଦନ୍ତକାରୀ ସଂସ୍ଥା କହିଛନ୍ତି । ପାଖାପାଖି ୯୦ରୁ ୧୦୦ କୋଟି ଟଙ୍କା ସିଧାସଳଖ ଭାବେ ହେରଫେର ହୋଇଥିବା ଅଭିଯୋଗ ହୋଇଛି ।

ବାପଘରେ ମାଆ ବୁଢୀ ଠାକୁରାଣୀ, ଝୋଟି ପକାଇ ମାଆଙ୍କୁ ସ୍ବାଗତ କଲେ ଭକ୍ତ

ବ୍ରହ୍ମପୁର: ବାପଘରେ ମାଆ ବୁଢ଼ୀ ଠାକୁରାଣୀ । ବାପା ଦେଶିବେହେରାଙ୍କ ନିମନ୍ତ୍ରଣ ରକ୍ଷା କରି ମଧ୍ୟରାତ୍ରୀରେ ଆସିଛନ୍ତି ମାଆ । ଅସ୍ଥାୟୀ ମଣ୍ଡପରେ ସ୍ବତନ୍ତ୍ର ବିଧିରେ ଚାଲିଛି ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା । ଶଙ୍ଖ, ଚାଙ୍ଗୁ, ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର । ଗତକାଲି ରାତିରେ ଚଣ୍ଡିପାଠ, ଦିଗବନ୍ଦନ, ଆଳତି, ମନ୍ତ୍ରଣା ପରେ ହୋଇଥିଲା ଆଜ୍ଞାମାଳ ବିଜେ । ଅସ୍ଥାୟୀ ପୀଠରେ ମା’ଙ୍କ ଆଜ୍ଞାମାଳ ସ୍ଥାପନ ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ମାଆଙ୍କ ବାପଘର ଦେଶିବେହେରାଙ୍କ ସାହିରେ ରୀତିନୀତି ଅନୁଯାଇ ପରମ୍ପରା ପାଳନ କରାଯାଉଛି । ପଟୁଆରରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ । ଦେଶିବେହେରାଙ୍କ ହସ୍ତରେ ଆଜ୍ଞାମାଳ ପଡ଼ିବା ପରେ ମାଆ ବାପଘରକୁ ଯିବା ପାଇଁ ଅନୁମତି ଦେଲେ ବୋଲି ନିଶ୍ଚୟ କରାଯାଇଥିଲା ।

ପ୍ରତି ଦୁଇବର୍ଷରେ ଥରେ ହେଉଥିବା ଯାତ୍ରା କେଉଁ ଆବାହନ କାଳରୁ ରହିଆସିଛି । ବିଭିନ୍ନ ସାହି ଦେଇ ମାଆ ଅସ୍ଥାୟୀ ମଣ୍ଡପକୁ ଯାଇଥିଲେ । ଯେଉଁବାଟ ଦେଇ ମାଆ ଯାଇଥିଲେ ସେହି ରାସ୍ତାକୁ ମହିଳାମାନେ ଗୋବର ପାଣିରେ ଲିପାପୋଛା କରିବା ସହ ଝୋଟିରେ ସଜାଇଥିଲେ । ଏହି ସମୟରେ ଦେଖିବାକୁ ମିଳିଥିଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଅସ୍ଥାୟୀ ମଣ୍ଡପରେ ମାଆ ପହଞ୍ଚିବା ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ମାଆଙ୍କୁ ସ୍ଥାପନ କରାଯାଇଥିଲା । ପରେ ବିଧିବଦ୍ଧ ଭାବେ ମାଆ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଦୁଇବାର୍ଷିକ ଯାତ୍ରା ଆରମ୍ଭ ହୋଇଛି । ଅସ୍ଥାୟୀ ମନ୍ଦିରରେ ମାଙ୍କୁ ଦର୍ଶନ କଲେ ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଆଦାନୀଙ୍କୁ ପୁଣି ବଡ଼ ଝଟକା, ଧନୀ ତାଲିକାରେ ପଛରେ ପଡ଼ିଲେ

ନୂଆଦିଲ୍ଲୀ: ଆଦାନୀଙ୍କୁ ପୁଣି ବଡ଼ ଝଟକା । ଧନୀ ତାଲିକାରେ ପଛରେ ପଡ଼ିଲେ ଗୌତମ ଆଦାନୀ । ନିକଟରେ ଫୋବର୍ସ ୨୦୨୩ର ଧନୀ ତାଲିକା ଜାରି କରିଛି । ଯେଉଁ ତାଲିକାରେ ଅମ୍ବାନୀ ଉପରକୁ ଉଠିଥିବା ବେଳେ ଆଦାନୀ ତଳକୁ ଖସି ଯାଇଛନ୍ତି । ଏହାସହ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏସିଆର ସବୁଠୁ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି । ଅନ୍ୟପଟେ ଆଦାନୀ ଗ୍ରୁପ୍ ଧନୀ ତାଲିକାର ୨୪ ତମ ସ୍ଥାନକୁ ଖସି ଆସିଛି । ମନ୍ଥର ଗତିରେ ହେଲେ ବି ମୁକେଶ ତାଲିକାର ଟପ୍ ଟେନରେ ରହିଛନ୍ତି ହେଲେ ହଠାତ୍ ଉପରକୁ ଉଠିଥିବା ଆଦାନୀ କିନ୍ତୁ ବହୁ ତଳକୁ ଖସି ଆସିଛନ୍ତି ।

ଫୋବର୍ସ ତାଲିକା ଅନୁଯାୟୀ ଏସିଆର ବଡ଼ ଧନୀ ସାଜିଥିବା ମୁକେଶ ଅମ୍ବାନୀ ବିଶ୍ୱର ଟିପ-୧୦ ଧନୀ ତାଲିକାର ୯ମ ସ୍ଥାନରେ ରହିଛନ୍ତି । ଏଥିରେ ମୁକେଶଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୩.୪ ଆରବ ଡଲାର ରହିଛି । ନୂଆ ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀ ମାଇକ୍ରୋସଫ୍ଟର ଷ୍ଟିଭ ଭ୍ଲାମର, ଗୁଗୁଲର ଲୋରି ପେଜ, ଫେସବୁକର ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ୯ମ ସ୍ଥାନରେ ରହିଛନ୍ତି । ଗତବର୍ଷ ଅମ୍ବାନୀ ଏହି ତାଲିକାର ୧୦ମ ସ୍ଥାନରେ ରହିଥିଲେ ।

ଅନ୍ୟପଟେ ଫୋବର୍ସ ତାଲିକାରେ ସବୁଠୁ ବଡ଼ ଝଟକା ଆଦାନୀଙ୍କୁ ଲାଗିଛି । କାରଣ ଗତବର୍ଷ ବିଶ୍ୱର ଟପ-୩ ଧନୀ ତାଲିକାରେ ଥିବା ଆଦାନୀ ଚଳିତବର୍ଷ ଏହି ତାଲିକାର ୨୪ ତମ ସ୍ଥାନକୁ ଖସି ଆସିଛନ୍ତି । ଏବେ ଗୌତମ ଆଦାନୀଙ୍କର ମୋଟ ସମ୍ପତ୍ତି ୪୭.୨ ଆରବ ଡଲାର ରହିଛି । ତେବେ ମୁକେଶ ଅମ୍ବାନୀଙ୍କ ପରେ ଗୌତମ ଆଦାନୀ ଭାରତର ଦ୍ୱିତୀୟ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି । ଏଥିସହିତ ଅମ୍ବାନୀଙ୍କର ସମ୍ପତ୍ତି ମୂଲ୍ୟ ଆଦାନୀଙ୍କ ଠାରୁ ୩୬.୨ ଆରବ ଡଲାର ଅଧିକ ରହିଛି ।

ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀଙ୍କ ସମ୍ପତ୍ତି ୬୦ ପ୍ରତିଶତ ଖସି ଆସିଥିଲା । ଯାହାଫଳରେ ଆଦାନୀ ଟପ-୩୦ ଧନୀ ତାଲିକାରୁ ମଧ୍ୟ ବାଦ୍ ପଡିଥିଲେ । ତେବେ ମାର୍ଚ୍ଚ ମାସରେ ଆଦାନୀଙ୍କ ସେୟାରର ମୂଲ୍ୟ ବଢିବା କାରଣରୁ ତାଙ୍କର ସେୟାର ମଧ୍ୟ ବୃଦ୍ଧି ପାଇଥିଲା । ଯାହାଦ୍ୱାରା ଟପ୍-୨୫ ଧନୀ ତାଲିକାକୁ ପୁଣିଥରେ ଫେରିଛନ୍ତି ଆଦାନୀ । ଅନ୍ୟପଟେ ୨୧୧ ଆରବ ଡଲାର ସମ୍ପତ୍ତି ସହ ଫ୍ରାନ୍ସର ବର୍ଣ୍ଣାଡ ଆରନୋଲ୍ଟ ପ୍ରଥମ ଥର ପାଇଁ ବିଶ୍ୱ ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଛନ୍ତି । ଏହି ୨୫ ଜଣ ଧନୀଙ୍କ ମୋଟ ସମ୍ପତ୍ତି ୨୧୦୦ ଆରବ ଡଲାର ରହିଛି । ଯାହା ଗତବର୍ଷ ୨୩୦୦ ଆରବ ଡଲାର ରହିଥିଲା ।

ନୂଆ ରୂପରେ ଛତ୍ରବଜାର, ୧୫୦ ବର୍ଷର ପରିବା ମାର୍କେଟର ହୋଇଛି ନବକଳେବର

କଟକ: ନୂଆ ରୂପରେ ଛତ୍ରବଜାର । ୧୫୦ ବର୍ଷର ପରିବା ମାର୍କେଟର ହୋଇଛି ନବକଳେବର । ଖୁବଶୀଘ୍ର ଏହାର ଉଦଘାଟନ ହେବାକୁ ଥିବାବେଳେ ନୂଆ ମାର୍କେଟରେ ଚୂଡାନ୍ତ ସମୀକ୍ଷା କରିଛନ୍ତି ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ଓ ମେୟର ସୁବାସ ସିଂ । ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାର୍କେଟ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ମାର୍କେଟରେ ୫୫୦ଟି ପିଣ୍ଡି ବ୍ୟବସାୟୀଙ୍କୁ ଦିଆଯିବ । ଏହାଦ୍ବାରା ୫୦୦ରୁ ଅଧିକ ବ୍ୟବସାୟୀ ଉପକୃତ ହେବେ । ମାର୍କେଟରେ ପିଇବା ପାଣି, ଟୟଲେଟ ଓ ପାର୍କିଂ ବ୍ୟବସ୍ଥା ରହିଛି ।

ନୂଆ ପରିବା ମାର୍କେଟକୁ ଲାଗି ରହିଛି ତାଳଦଣ୍ଡା କେନାଲ । ଏହାର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଉଛି । ପରିବା ମାର୍କେଟକୁ ଆସୁଥିବା ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସାଢେ ତିନି କୋଟି ଟଙ୍କା ଖର୍ଚ୍ଚରେ ବଜାରର ନବକଳେବର କରାଯାଇଛି । ଆସନ୍ତା ମେ ୧ ତାରିଖରେ ଛତ୍ରବଜାର ନୂଆ ପରିବା ମାର୍କେଟ ସହ ଆଉ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ ହେବାର ସମ୍ଭାବନା ରହିଛି ।

ପ୍ରେମରେ ବିଫଳ ପରେ ପ୍ରେମିକର ନାରକୀୟ କାଣ୍ଡ, ପ୍ରେମିକାର ବାହାଘରକୁ ପଠାଇଲା ବୋମା ଉପହାର

ରାୟପୁର: ପ୍ରେମରେ ବିଫଳ ହୋଇଥିବା ପ୍ରେମିକ ନିଜ ପ୍ରେମିକାର ବିବାହ ଉତ୍ସବରେ ତା ଶାଶୂ ଘରକୁ ଏକ ବୋମା ଉପହାର ପଠାଇଥିଲା । ଏକ ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମରେ ଏହି ବୋମା ରଖି ପଠାଇଥିଲା ପ୍ରେମିକ । ଫଳରେ ଏହି ବୋମା ବିସ୍ଫୋରଣରେ ପ୍ରେମିକାର ସ୍ବାମୀ ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ସୋମବାର ଦିନ ଏହି ମ୍ୟୁଜିକ ସିଷ୍ଟମ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଏହି ହୋମ୍ ଥିଏଟର ସିଷ୍ଟମ ଥିବା ଘରର କାନ୍ଥ ଏବଂ ଛାତ ଭୁଶୁଡ଼ି ପଡ଼ିଛି ।

ଛତିଶଗଡ଼ର କବୀରଧାମ ଜିଲ୍ଲାରେ ଘଟିଛି ଘଟଣା । ୨୨ ବର୍ଷୀୟ ହେମେନ୍ଦ୍ର ମେରାୱି ଏପ୍ରିଲ ୧ରେ ବିବାହ କରିଥିଲେ । ସୋମବାର ଦିନ ମେରାୱି ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଗିଫ୍ଟ ପ୍ୟାକେଟ୍ ଖୋଲୁଥିବା ବେଳେ ଗୋଟିଏ ପ୍ୟାକେଟରୁ ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମ ବାହାରିଥିଲା । ଏହାପରେ ମେରାୱି ଏହି ହୋମ୍ ଥିଏଟର ସିଷ୍ଟମକୁ ଏକ ଇଲେକ୍ଟ୍ରିକ୍ ବୋର୍ଡରେ କନେକ୍ଟ କରୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଫଳରେ ମେରାୱିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତାଙ୍କ ବଡ଼ ଭାଇ ରାଜକୁମାରଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏକ ଦେଢ଼ ବର୍ଷର ଶିଶୁ ସମେତ ୪ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି । ଘଟଣାରେ ପୋଲିସ ତଦନ୍ତ କରିବାପରେ ଜଣା ପଡ଼ିଥିଲା ଯେ ହୋମ ଥିଏଟର ସିଷ୍ଟମରେ ବୋମା ଥିଲା । ପୋଲିସ ଅଧିକ ତଦନ୍ତ କରିବାରୁ ଜାଣିପାରିଥିଲା ଯେ ଏହି ଉପହାରଟି କନ୍ୟାର ପୂର୍ବତନ ପ୍ରେମିକ ପଠାଇଥିଲା । ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି। ଅଭିଯୁକ୍ତ ସରଜୁ ନିଜ ଦୋଷ ସ୍ବୀକାର କରିଛି ।

ଖୁବଶୀଘ୍ର ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ବିଦେଶକୁ ଉଡ଼ିବ ବିମାନ । ପୂର୍ବରୁ ଭୁବନେଶ୍ବରରୁ କ୍ବାଲାଲମପୁର ଓ ବ୍ୟାଙ୍କକକୁ ଯଦିଓ ବିମାନ ଯାଉଥିଲା ତେବେ ପରବର୍ତ୍ତୀ ସମୟରେ କରୋନା କାରଣରୁ ଏହା ବନ୍ଦ ହୋଇଯାଇଥିଲା । ତେବେ ଏବେ ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । ମେ’ ୧୫ରୁ ଦୁବାଇକୁ ବିମାନ ଉଡ଼ିବା ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହା ବ୍ୟତୀତ ଖୁବଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକକୁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନ ଚଳାଚଳ କରିବାକୁ ଅନୁମତି ଲୋଡିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଉଭୟ ଦେଶକୁ ଭୁବନେଶ୍ବରରୁ ସିଧାସଳଖ ବିମାନ ଚଳାଚଳ ହୋଇପାରିବ । ଇଣ୍ଡିଗୋର ୩୨୧ ଓ ୩୨୦ ଏୟାର ବସ୍ ଯାହା ୧୮୦ରୁ ୨୦୦ ଯାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ, ସେହି ବିମାନ ଯୋଗେ ସେବା ଉପଲବ୍ଧ ହେବ ।

ସେହିଭଳି ଭୁବନେଶ୍ବର ବିମାନ ବନ୍ଦରରେ କାରଗୋ ଟର୍ମିନାଲ ନିକଟରେ ଥିବା ପୁରୁଣା ATC ବା ଏୟାର ଟ୍ରାଫିକ କଣ୍ଟ୍ରୋଲ ସେଣ୍ଟର ନୂତନ ସେଣ୍ଟରକୁ ସ୍ଥାନାନ୍ତର ହେବ। ନୂତନ ATC ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଟେଷ୍ଟିଂ ପରେ ଏହା କାର୍ଯ୍ୟକ୍ଷମ ହେବ। ରାଜ୍ୟରେ RCS ଯୋଜନାରେ କଳାହାଣ୍ଡିର ଉତକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇ ଭୁବନେଶ୍ବର ଓ ରାଞ୍ଚି ସହିତ ସଂଯୋଗ କରିବ । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବିମାନ ବନ୍ଦରର ବିକାଶ ପାଇଁ ଅନୁମତି ମିଳିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବିମାନ ବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପ୍ରଧାନ ।

୨୦୨୩ର ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ, ୩ ଓଡ଼ିଆ ପାଇଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଦାନ କରାଗଲା ୨୦୨୩ର ଦ୍ଵିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର । ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । କଣ୍ଢେଇ ନୃତ୍ୟୁ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଥିଲେ । ଆଜି ଅନ୍ୟ ତିନି ଜଣ ପଦ୍ମଶ୍ରୀ ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଛନ୍ତି । ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ, ସଂସ୍କୃତି, ଇତିହାସ, ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ୨୦୧୯ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ସେହିପରି କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ରଙ୍ଗବତୀ ଗୀତର ଗାୟିକା ଭାବେ ଚର୍ଚ୍ଚାକୁ ଆସିଥିଲେ କ୍ରିଷ୍ଣା ପଟେଲ । କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।

ପଛୁଆ ବର୍ଗଙ୍କ ବିକାଶକୁ ଫୋକସ୍, ମେ ମାସରେ ସର୍ଭେ ଓ ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫୋକସରେ ପଛୁଆ ବର୍ଗ । ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ନେଇ ରାଜ୍ୟରେ ହେବ ସ୍ୱତନ୍ତ୍ର ସର୍ଭେ। ମେ’ ପହିଲାରୁ ୨୦ ତାରିଖ ପର୍ଯ୍ୟନ୍ତ ହେବ ସର୍ଭେ । ମେ ୨୧ରୁ ୨୭ ଯାଏ ହେବ ସ୍ପେଶାଲ ଡ୍ରାଇଭ । ଉଭୟ ଅନଲାଇନ ଓ ଅଫଲାଇନରେ ସଂଗୃହିତ ତଥ୍ୟକୁ ଡିଜିଟାଲ ଫର୍ମାଟରେ ରଖାଯିବ। ପରେ ଜୁନ୍ ୬ରେ ଡ୍ରାଫ୍ଟ ପବ୍ଲିକେସନ କରି ଗ୍ରହଣ କରାଯିବ ଆପତ୍ତି ଅଭିଯୋଗ । ଜୁଲାଇ ୧୨ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତଥ୍ୟ । ଏଥିଲାଗି ସବୁ ଜିଲ୍ଲାରେ ଟ୍ରେନରଙ୍କୁ ଦିଆଯାଇଛି ତାଲିମ । ପଛୁଆ ବର୍ଗଙ୍କ ପାଇଁ ଶତକଡା ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କୋର୍ଟରେ ଖାରଜ ପରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଗଠନ ସହ କରାଯାଉଛି ସ୍ବତନ୍ତ୍ର ସର୍ଭେ ।

ଭୁବନେଶ୍ୱର ମହାନଗର ନିଗମରେ ବି ଆରମ୍ଭ ହୋଇଛି ତାଲିମ । ସର୍ଭେରେ ନିୟୋଜିତ ହେବେ ଅଙ୍ଗନବାଡି କର୍ମୀ ଓ ଶିକ୍ଷକ । ବିଏମସିରେ ମୋଟ ୧୦୧ଟି କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଥିବା ବେଳେ ୧୩୩ ଜଣ ଏନୁମୁରେଟର ଓ ୧୫ ଜଣ ସୁପରଭାଇଜର ନିୟୋଜିତ ରହିବେ। ମାଷ୍ଟର ଟ୍ରେନରଙ୍କ ତାଲିମ ପରେ ସେମାନେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବେ। ୨୦୨୧ରେ ପଛୁଆବର୍ଗ ସର୍ଭେ କରିବାକୁ ରାଜ୍ୟ ସରକାର ଚାହିଁଥିଲେ ବି କୋଭିଡ ଯୋଗୁ ସମ୍ଭବ ହୋଇନଥିଲା ।

 

ଭୁବନେଶ୍ବରରେ ଅଦ୍ଭୁତ ଘଟଣା, ସ୍ତ୍ରୀର ଶବ ନେଇଗଲା ନକଲି ସ୍ବାମୀ

ଭୁବନେଶ୍ୱର: ହସ୍ପିଟାଲରୁ ଶବ ନେଇଗଲା ନକଲି ସ୍ବାମୀ । ଶବ ସତ୍କାର କରି ବାରଦୁଆର ବୁଲୁଛନ୍ତି ଅସଲି । ଶାଶୂଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ ପ୍ରଫୁଲ୍ଲ । ବାଲିପାଟଣା ଥାନା ଦନାପଡାର ପ୍ରଫୁଲ୍ଲ ଷଡ଼ଙ୍ଗୀ । ପୋଖରୀପୁଟର ଏକ ମନ୍ଦିରରେ ପୂଜକ ଭାବେ କାମ କରନ୍ତି । ୨୦୧୯ ମସିହାରେ ଖାରବେଳନଗର NAC କଲୋନୀର ଅପରାଜିତା ଆଚାର୍ଯ୍ୟଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଅପରାଜିତାଙ୍କ ମା’ ଛଡ଼ା ଆଉ କେହି ନଥିବାରୁ ସେ ବିବାହ ପରେ ଶ୍ବଶୁର ଘରେ ରହୁଥିଲେ । ସ୍ବଳ୍ପ ରୋଜଗାର କାରଣରୁ ପରିବାରରେ ଲାଗି ରହିଥିଲା ଝଗଡା । ଗତ ମାର୍ଚ୍ଚ ୨୬ ତାରିଖରେ ଅସୁସ୍ଥତା କାରଣରୁ ଚିକିତ୍ସିତ ଅବସ୍ଥାରେ ଏମ୍ସରେ ଅପରାଜିତାଙ୍କର ମୃତ୍ୟୁ ହୋଇଥିଲା ।

ସ୍ତ୍ରୀଙ୍କ ମୃତ୍ୟୁ ପରେ ଏମ୍ସ ହସ୍ପିଟାଲରେ ପହଁଚିବା ବେଳକୁ ନୂତନ ନାମକ ଜଣେ ଯୁବକ ଅପରାଜିତାଙ୍କ ସ୍ବାମୀର ପରିଚୟ ଦେଇ ସେଠାରେ କାନ୍ଦବୋବାଳି କରୁଥିଲେ । ଶାଶୁ ମଧ୍ୟ ନୂତନଙ୍କ ସହ ଦୁଃଖରେ ଭାଗିଦାର ହୋଇଥିଲେ । ଏହା ଦେଖି ପାଟିତୁଣ୍ଡ କରିବାରୁ ପ୍ରଫୁଲ୍ଲଙ୍କୁ ପାଗଳ କହି ନିକଟସ୍ଥ ଫାଣ୍ଡିକୁ ପଠାଇ ଦେଇଥିଲେ ହସ୍ପିଟାଲ ସୁରକ୍ଷାକର୍ମୀ । ଆଉ ଏହି ସମୟରେ ମୃତଦେହ ନେଇ ଫେରାର ହୋଇଯାଇଥିଲେ ନକଲି ସ୍ବାମୀ । ଶାଶୂ ଓ ସମ୍ପୃକ୍ତ ଯୁବକ ନୂତନଙ୍କ ନାଁରେ କମିଶନରେଟ ପୋଲିସରେ ଏତଲା ଦେବାସହ ସ୍ତ୍ରୀଙ୍କ କ୍ରିୟାକର୍ମ କରିଛନ୍ତି ପ୍ରଫୁଲ୍ଲ । ଏହି ଘଟଣାକୁ ନେଇ ରାଜଧାନୀରେ ବେଶ ଚର୍ଚ୍ଚା ଚାଲିଥିବା ବେଳେ ଶାଶୂ ଅପର୍ଣ୍ଣା ଆଚାର୍ଯ୍ୟ ଫେରାର ହୋଇଯାଇଛନ୍ତି ।

 

ଜାପାନରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଟୋକିଓ: ଜାପାନରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସହ ନୈଶ୍ୟ ଭୋଜିରେ ସାମିଲ ହେବା ସହ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । 5T ସଚିବ ଭିକେ ପାଣ୍ଡିଆନ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି । ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଜାପାନ ସହ ଓଡ଼ିଶାର ଥିବା ବିଭିନ୍ନ ଚୁକ୍ତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ସ୍କିଲ୍ ଡେଭେଲପମେଣ୍ଟ କ୍ଷେତ୍ରରେ ଜାପାନ ସହ ଓଡ଼ିଶାର ସହଭାଗିତା ରହିଛି । ଆଗକୁ ମଧ୍ୟ ଅନେକ କ୍ଷେତ୍ରରେ ଚୁକ୍ତି ହେବ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।