spot_img
Home Blog Page 3301

ଟ୍ରମ୍ପଙ୍କ ନାଁରେ ୩୪ ଅଭିଯୋଗ, କଣ ଥିଲା ପର୍ଣ୍ଣଷ୍ଟାରଙ୍କ କାହାଣୀ ?

ୱାଶିଂଟନ: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେଇ ଚୁପ କରିବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗିରଫ ପରେ ମିଳିଛି ଜାମିନ । ଏନେଇ ହୋଇଥିବା ୩୪ଟି ଅପରାଧ ଅଭିଯୋଗର ଶୁଣାଣି କ୍ରମେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଟ୍ରମ୍ପ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୪ ତାରିଖରେ ହେବ । ଟ୍ରମ୍ପ କହିଛନ୍ତି- ଆମେରିକା ନର୍କକୁ ଗଲାଣି । ଆମେରିକା ଇତିହାସରେ ଏହା ସବୁଠାରୁ ଅନ୍ଧାର ଯୁଗ । ତେବେ କଣ ଥିଲା ସେହି ଘଟଣାକ୍ରମ:

  • 2006- ନେଭଦାର ଗଲ୍ଫ ଟୁର୍ଣ୍ଣାମେଣ୍ଟରେ ଟ୍ରମ୍ପଙ୍କୁ ଭେଟିଥିବା କହିଥିଲେ ପର୍ଣ୍ଣଷ୍ଟାର ଡାନିଏଲସ୍
  • 2007- ଲସଏଞ୍ଜେଲସର ଏକ ହୋଟଲରେ ସାକ୍ଷାତ ଲାଗି କହିଥିଲେ ଟ୍ରମ୍ପ
  • 2011- ଟ୍ରମ୍ପଙ୍କ ସହ ଆଫେୟାର୍ସ ନେଇ ଡାନିଏଲସଙ୍କ ଖୁଲାସା
  • ଜୁଲାଇ 2016- ରିପବ୍ଳିକାନ ଦଳ ପକ୍ଷରୁ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ
  • ଅକ୍ବୋବର 2016- ସମ୍ପର୍କ ନେଇ ଡାନିଏଲସଙ୍କୁ ଚୁପ୍ କରିବାକୁ ଉଦ୍ୟମ
  • ମାଇକେଲ କୋହେନଙ୍କ ଜରିଆରେ  ଡାନିଏଲସଙ୍କୁ 1,30,000 ଡଲାର ପ୍ରଦାନ
  • ନଭେମ୍ବର 2016- ଟ୍ରମ୍ପ ରାଷ୍ଟ୍ରପତି ଭାବେ ବିଜୟୀ
  • ଜାନୁଆରୀ 2018- ଟଙ୍କା ପ୍ରଦାନ ନେଇ ଓ୍ବାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ
  • ଫେବ୍ରୁଆରୀ 2016- ଟଙ୍କା ଦେଇଥିବା ନେଇ କୋହେନଙ୍କ ସ୍ବୀକାରୋକ୍ତି
  • ଅଗଷ୍ଟ 2018- ଟଙ୍କା ଦେବା ଘଟଣାରେ କୋହେନ ଦୋଷୀ ସାବ୍ୟସ୍ତ
  • ଡିସେମ୍ବର 2018- କୋହେନଙ୍କୁ 3 ବର୍ଷ ଜେଲଦଣ୍ଡ
  • ଅଗଷ୍ଟ 2019- ଟଙ୍କା ପ୍ରଦାନ ମାମଲାରେ ଟ୍ରମ୍ପଙ୍କ ଟ୍ରଷ୍ଟକୁ ନୋଟିସ
  • ମେ 2020- ଜେଲରୁ ମୁକୁଳିଲେ ମାଇକେଲ କୋହେନ
  • ଡିସେମ୍ବର 2022- ଟାକ୍ସ ଫ୍ରଡ ନେଇ ଟ୍ରମ୍ପଙ୍କ ଟ୍ରଷ୍ଟ ଦୋଷୀ ଥିବା ପ୍ରମାଣିତ
  • ଟ୍ରମ୍ପଙ୍କ ଟ୍ରଷ୍ଟକୁ 1.6 ନିୟୁତ ଡଲାର ଜୋରିମାନା
  • ଜାନୁଆରୀ 2023- ଡାନିଏଲସଙ୍କୁ ଟଙ୍କା ପ୍ରଦାନ ନେଇ ପ୍ରମାଣ ଦାଖଲ
  • ମାର୍ଚ୍ଚ 2023- ଗ୍ରାଣ୍ଡ ଜୁରୀ ନିକଟରେ ହାଜର ହେବା ଲାଗି ଟ୍ରମ୍ପଙ୍କୁ ନିର୍ଦ୍ଦେଶ
  • 4 ଏପ୍ରିଲ 2023- ନ୍ୟୁୟର୍କସ୍ଥିତ ମାନହଟ୍ଟନ କୋର୍ଟରେ ସରେଣ୍ଡର ଓ ଗିରଫ

ଟ୍ରମ୍ପଙ୍କ ବିରୋଧରେ ଲାଗିଛି ୩୪ଟି ଅଭିଯୋଗ

 

  • ଷ୍ଟର୍ମି ଡାନିଏଲସକୁ ଟ୍ରମ୍ପ ଦେଇଥିଲେ 1 ଲକ୍ଷ 30 ହଜାର ଡଲାର
  • 2016ରେ ଚୁପ୍ ରହିବା ଲାଗି ଏହି ଅର୍ଥ ପ୍ରଦାନ କରାଯାଇଥିଲା
  • 2007ରେ ଟ୍ରମ୍ପଙ୍କ ସହ ଡାନିଏଲ୍ସଙ୍କ ସମ୍ପର୍କ ଥିଲା
  • ଟ୍ରମ୍ପ ନିଜର ବିଜନେସ ରେକର୍ଡରେ ଜାଲିଆତି କରିଛନ୍ତି
  • ଅପରାଧିକ ଆଚରଣ ଲୁଚାଇବା ଲାଗି ପଦକ୍ଷେପ
  • 2016ରେ ଭୋଟରଙ୍କୁ ସତ୍ୟ ସୂଚନା ଲୁଚାଇବାର ଅଭିପ୍ରାୟ
  • ରାଷ୍ଟ୍ରପତି ଥିବାବେଳେ ପୂର୍ବ ଘଟଣାଗୁଡିକୁ ଲୁଚାଇବାର ଉଦ୍ୟମ
  • 2017ରେ ଟ୍ରମ୍ପ ନିଜର ଓକିଲ ମାଇକେଲ କୋହେନଙ୍କୁ ଚେକ୍ ଦେଇଥିଲେ
  • ଏକ ଟ୍ରଷ୍ଟ ଓ ନିଜ ଆକାଉଣ୍ଟରୁ ବିଭିନ୍ନ ଚେକ୍ ପ୍ରଦାନ କରିଥିଲେ ଟ୍ରମ୍ପ
  • ଚେକଗୁଡିକୁ ଲିଗାଲ ଫି ବୋଲି ଦର୍ଶାଯାଇଥିଲା ଯାହା ବେଆଇନ
  • ଏହି ସମସ୍ତ ପ୍ରକ୍ରିୟା ଅପରାଧିକ କାର୍ଯ୍ୟକଳାପର ନମୁନା
  • ଟ୍ରମ୍ପଙ୍କ କାର୍ଯ୍ୟକଳାପ ଫେଡେରାଲ କ୍ୟାମ୍ପେନ ଫାଇନାନସ ଆଇନର କରୁଛି ଉଲ୍ଲଂଘନ
  • ରାଷ୍ଟ୍ରପତି ନିର୍ବାଚନ ବେଳେ ଟ୍ରମ୍ପ ବେଆଇନ ପ୍ରଭାବିତ କରିଛନ୍ତି
  • ଅନ୍ୟ ଜଣେ ମହିଳାଙ୍କୁ ବି ଚୁପ୍ କରିଛନ୍ତି ଟ୍ରମ୍ପ
  • ମଡେଲ କାରେନ ମ୍ୟାକଡୁଗଲଙ୍କୁ 1, 50,000 ଡଲାର ଦେଇଛନ୍ତି
  • ଅନ୍ୟଜଣେ ମହିଳାଙ୍କୁ ବି ଟ୍ରମ୍ପ ଦେଇଛନ୍ତି 30 ହଜାର ଡଲାର
  • ଏହି ମହିଳାଙ୍କ ଠାରୁ ଟ୍ରମ୍ପଙ୍କ ଏକ ସନ୍ତାନ ରହିଛି

ରାଜ୍ୟ ଜିଏସଟିର ୨୫ ଜଣିଆ ଟିମ୍‌ର ଅନୁଗୁଳରେ ଚଢାଉ

ଅନୁଗୁଳ: ଜିଲ୍ଲାରେ ବଡ଼ ଧରଣର ଜିଏସଟି ରେଡ୍ । ରାଜ୍ୟ ଜିଏସଟିର ୨୫ ଜଣିଆ ଟିମ୍ ଚଢ଼ାଉ କରିଛି । ଭୂତ କମ୍ପାନୀ କରି ଜିଏସଟି ଠକୁଥିବା ଅଭିଯୋଗ ହୋଇଛି । ୨ଟି ବ୍ୟାବସାୟିକ ସଂସ୍ଥା ନାଁରେ ଅଭିଯୋଗ ହୋଇଥିଲା । ବିବି ଟ୍ରେଡର୍ସ ଏବଂ ଓମ୍ ରୋଡୱେଜରେ ଚଢାଉ ହୋଇଛି  ।

ପରିବାର ସଦସ୍ୟଙ୍କ ନାଁରେ ଏକାଧିକ ସଂସ୍ଥା ଖୋଲି ଠକେଇ ହୋଇଛି  । ଲ୍ୟାପଟପ, ବ୍ଲାଙ୍କ ଚେକବୁକ୍ ସହ ବିଭିନ୍ନ ଡକ୍ୟୁମେଣ୍ଟ ଜବତ ହୋଇଛି  । ଏନେଇ
ଜିଏସଟି ଡେପୁଟି କମିଶନର ଆଶିଷ ସାହୁ ସୂଚନା ଦେଇଛନ୍ତି ।

ପୁଣି ଅରୁଣାଚଳ ଉପରେ ଚୀନର ଆଖି, ଜଙ୍ଗନାନକୁ ନିଜର କହିଲା

ଇଟ୍ଟାନଗର: ବଢିଲା ଅରୁଣାଚଳ ପ୍ରଦେଶକୁ ନେଇ ବିବାଦ । ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳକୁ ପୁନଃନାମିତ କରିବା ଲାଗି ଚୀନ ନେଉଥିବା ପଦକ୍ଷେପକୁ ଭାରତ ବିରୋଧ କରିବା ପରେ ଏହି ଅଞ୍ଚଳରେ ନିଜର ସମ୍ପୂର୍ଣ୍ଣ ଅଧିକାର ଦର୍ଶାଇଛି ଚୀନ । ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି- ଅରୁଣାଚଳ ପ୍ରଦେଶର ଜଙ୍ଗନାନ ହେଉଛି ଚୀନର ଏକ ଅଂଶ । ଏହା ଉପରେ ପୂର୍ଣ୍ଣଅଧିକାର ଜାହିର କରିବା ଯଥାର୍ଥ । ସେପଟେ ଚୀନର ଏହି ଘୋଷଣାକୁ ବିରୋଧ କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ।

ତିବ୍ବତର ଦକ୍ଷିଣାଞ୍ଚଳ ତଥା ଅରୁଣାଚଳର ୧୧ଟି ସ୍ଥାନକୁ ନେଇ ଜଙ୍ଗନାନ ନାମରେ ଚୀନ ସିଭିଲ ଆଫାୟର୍ସ ମନ୍ତ୍ରାଳୟ ପକ୍ଷରୁ ନାମିତ କରାଯିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢିଛି । ବାଗଚୀ କହିଛନ୍ତି ଚୀନ ପକ୍ଷରୁ ବାରମ୍ବାର ଅରୁଣାଚଳ ପ୍ରଦେଶକୁ ନେଇ ବିବାଦୀୟ ପଦକ୍ଷେପ ନିଆଯାଉଛି ଯାହାକୁ ଭାରତ ବିରୋଧ କରୁଛି । ସେପଟେ ଚୀନର ଏହି ଉଦ୍ୟମକୁ ଆମେରିକା ମଧ୍ୟ ବିରୋଧ କରିଛି ।

ହ୍ବାଇଟ ହାଉଟ ପ୍ରେସ ସଚିବ କାରେନ ଜାଁ ପିଏରେ କହିଛନ୍ତି- ଭାରତୀୟ ସୀମା ଅନ୍ତର୍ଗତ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରିବା ଅଯଥାର୍ଥ ।

ଘରୋଇ କଳିରୁ ଭାଇକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଭାଇ

ବ୍ରହ୍ମପୁର: ଘରୋଇ କଳିରୁ ହତ୍ୟାକାଣ୍ଡ । ସାନଭାଇକୁ ହତ୍ୟା କଲା ମଝିଆ ଭାଇ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ନେହେରୁ ନଗର ରାଜୀବ ଆବାସ ଆପାର୍ଟମେଣ୍ଟରେ ରହୁଥିବା ବୁଡୁ ବେହେରାଙ୍କୁ ହତ୍ୟା କରିଛି ଭାଇ ପୂର୍ଣ୍ଣ ବେହେରା । ଘଟଣା ପରେ ଅଭିଯୁକ୍ତ ପୂର୍ଣ୍ଣ ଗୋସାଣୀ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଛି ।

ପୂର୍ବରୁ ପୂର୍ଣ୍ଣ ନାଁରେ ହତ୍ୟା ମାମଲା ରହିଛି । ଟଙ୍କା କାରବାରକୁ ନେଇ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  ।

ମୁଖ୍ୟମନ୍ତ୍ରୀ ଓ ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ଅତାବିରା ଓ ହିନ୍ଦୋଳ NAC ନିର୍ବାଚନ ଫଳାଫଳରେ ବିଜେଡିର ବାଜିମାତ ପରେ ଖୁସି ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଭୋଟରଙ୍କ ଠୁ ଦଳୀୟ କର୍ମୀଙ୍କ ଯାଏଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସାଢେ ୪ କୋଟି ଓଡିଆ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି  ।

ସେହିପରି ଜାପାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ବିଜନେସ ସମିଟ୍ ମିଟ୍ ଅବସରରେ ନିପ୍ପନ ଷ୍ଟିଲ ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇଛି । ଓଡ଼ିଶାରେ ହେବ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ଏହା ବହୁତ ଖୁସିର ଖବର ବୋଲି କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।

ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ହେବ ଷ୍ଟିଲ ହବ୍‌ । ଯାହାଦ୍ବାରା ୫ଟି ଜିଲ୍ଲାବାସୀ ଉପକୃତ ହେବେ । ଶିଳ୍ପ କ୍ଷେତ୍ରରେ ରାଜ୍ୟ ବହୁ ଅଗ୍ରଗତି କରିଥିବା ବେଳେ, ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କହିଛନ୍ତି ମାନସ ମଙ୍ଗରାଜ ।

 

ଜାପାନରେ ଶିଳ୍ପପତିଙ୍କୁ ନିମନ୍ତ୍ରଣ ଦେଲେ ନବୀନ, ସମସ୍ତ ସାହାଯ୍ୟ ଯୋଗାଇବାକୁ ପ୍ରତିଶୃତି

ଟୋକିଓ: ଓଡ଼ିଶାରେ ଶିଳ୍ପର ସମ୍ଭାବନା ନେଇ ଟୋକିଓର ଓକୁରାରେ ଆୟୋଜିତ ହୋଇଛି ଓଡ଼ିଶା ବିଜନେସ ମିଟ୍ ୨୦୨୩ । ଏହାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଜାପାନ ଓ ଭାରତୀୟ ଉପ ମହାସାଗରୀୟ ଅଞ୍ଚଳର ୨ଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ଯୋଗ ଦେଇଛନ୍ତି । ଓଡ଼ିଶାରେ ନିବେଶ ପାଇଁ ରହିଥିବା ଅପାର ସୁଯୋଗ ଓ ରାଜ୍ୟ ସରକାରଙ୍କର ଉତ୍ତମ ଶିଳ୍ପନୀତି ସମ୍ପର୍କରେ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିଙ୍କୁ କରିଛନ୍ତି ନିମନ୍ତ୍ରଣ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହ ନୈଶ୍ୟ ଭୋଜିରେ ସାମିଲ ହେବେ । ଆସନ୍ତାକାଲି ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିବେ । ଏହାସହ ମେଟାଲ, ଆଇଟି, ପର୍ଯ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ ମଧ୍ୟ ବୁଲିବେ ।

ନବୀନଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, 5T ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ଜାପାନର ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ଦଳ ଆଲୋଚନା କରିବେ। ଜାପାନ ଗସ୍ତ ପୁରା ଓଡ଼ିଶାକୁ ଉତ୍ସାହିତ କରିଛି ଓ ବିଦେଶରୁ ବଡ଼ ପୁ୍ଞ୍ଜି ଆସିବ ବୋଲି ଆଶା ରହିଛି ।

ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ, ମଧ୍ୟରାତ୍ରିରେ ମା’ଙ୍କୁ ଯାଇଥିଲା ନିମନ୍ତ୍ରଣ

ବ୍ରହ୍ମପୁର: ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଉତ୍ସବମୁଖର ହୋଇଛି ବ୍ରହ୍ମପୁର । ମଧ୍ୟରାତ୍ରରେ ବାପଘରକୁ ଆସିଛନ୍ତି ବୁଢ଼ୀ ଠାକୁରାଣୀ । ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଠାକୁରାଣୀ ବାପଘରକୁ ବୁଲି ଆସିବାର ପରମ୍ପରା ରହିଛି । ସତନ୍ତ୍ର ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମନ୍ଦିରରେ ମାଆଙ୍କୁ ସ୍ଥାପନ କରାଯାଇ ବିଦ୍ଧିବଦ୍ଧ ଭାବେ ମା ସାଆଁନ୍ତାଣୀଙ୍କ ପ୍ରସିଦ୍ଧ ଦୁଇବାର୍ଷିକ ଯାତ୍ରା ଆରମ୍ଭ ହୋଇଛି ।

ମା’ଙ୍କ ବାପାଘର କୁହାଯାଉଥିବା ଦେଶିବେହେରାଙ୍କ ସାହିରେ ମାଆଙ୍କ ଆଗମନ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ରୀତିନୀତି ଅନୁଯାୟୀ ଚଣ୍ଡିପାଠ, ଦିଗବନ୍ଧନ ଆଦି ସ୍ବତନ୍ତ୍ର ପରମ୍ପରାରେ ପୂଜାର୍ଚ୍ଚନା ଚାଲିଛି । ବିଳମ୍ବିତ ରାତିରେ ଦେଶିବେହେରାଙ୍କ ପତ୍ନୀ ଚାଙ୍ଗୁଡିରେ ଇଟିମାଳ ଫୁଲ ନେଇ ଏକ ବିରାଟ ପଟୁଆରରେ ମାଙ୍କୁ ନିମନ୍ତ୍ରଣ କରିବାକୁ ବାହାରି ଥିଲେ ।

ଶଙ୍ଖ, ଚାଙ୍ଗୁ ବାଦ୍ଯ, ଢୋଲ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ଏହି ପଟୁଆରରେ ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ମଧ୍ୟ ହୋଇଥିଲେ । ଚଣ୍ଡିପାଠ , ଦିଗବନ୍ଦନ , ଆଳତି , ମନ୍ତ୍ରଣା ପରେ ଦେଶିବେହେରାଙ୍କ ପତ୍ନୀ ନେଇଥିବା ଇଟିମାଳ ଫୁଲ ମାଳ ମାଆଙ୍କୁ ଅର୍ପଣ କରାଯାଇଥିଲା । କିଛି ସମୟ ପରେ ଦେଶିବେହେରାଙ୍କ ହସ୍ତରେ ସେହି ଆଜ୍ଞାମାଳ ପଡିବା ପରେ ମା’ ବାପଘରକୁ ଯିବାକୁ ଅନୁମତି ଦେଇଥିବା ନିଶ୍ଚିତ ହୋଇଥିଲା । ଯେଉଁବାଟ ଦେଇ ମାଆ ଦେଶିବେହେରା ସାହିକୁ ଆସିବେ ସେହି ରାସ୍ତାକୁ ଗୋବର ପାଣିରେ ଲିପା ପୋଛା କରିବା ସହ ଝୋଟି ପକାଇ ମାଆଙ୍କୁ ସ୍ବାଗତ କରିଥିଲେ ।

ଅତାବିରାରେ ବିଜେଡିର ବାଜିମାତ୍‌, ହିନ୍ଦୋଳରେ ବି ଆଗୁଆ

ଭୁବନେଶ୍ବର: ବରଗଡ଼ର ଅତାବିରାରେ ବାଜିମାତ୍ କରିଛି ବିଜେଡି । ଅତାବିରାରେ ୧୨ ଓ୍ବାର୍ଡରୁ ୧୧ଟିରେ ବିଜେଡି କାଉନସିଲର ବିଜୟୀ ହୋଇଛନ୍ତି । ସେହିପରି ହିନ୍ଦୋଳରେ ମଧ୍ୟ ବିଜେଡି ଆଗୁଆ ରହିଛି ।

ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛିଛନ୍ତି ଜନତା । ୧୬ଟି ଓ୍ବାର୍ଡରେ ୯ହଜାର ୮୬୩ ମତଦାତା ରହିଥିବା ବେଳେ ୮୮ପ୍ରତିଶତ ମତଦାନ ହୋଇଛି । ୫୦ ଜଣ କାଉନସିଲର ଓ ୩ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ।

ସେହିପରି ଅତାବିରାରେ 74 ପ୍ରତିଶତ ମତଦାନ ହୋଇଛି । ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବା ବେଳେ, ମୋଟ ୩୯ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଥିଲେ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ବ୍ରେକଡାଉନ ଟ୍ରକକୁ ଧକ୍କା ଦେଲା ଟ୍ରଲର, ଡ୍ରାଇଭର ଜୀବନ୍ତ ଦଗ୍ଧ

ଯାଜପୁର: ଜାରକା ନିକଟ ଗୋକନେଶ୍ବରରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର । ଦୁର୍ଘଟଣାରେ ଟ୍ରଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ, ଟ୍ରଲରଟି ଜଳିଯାଇଛି । ସେହିପରି ଅନ୍ୟ ଏକ ଟ୍ରକ ତଳେ ଚାପି ହୋଇ ରହିଥିବା ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଗୋକନେଶ୍ବର ନିକଟରେ ଏକ ଟ୍ରକଟି ବ୍ରେକ୍ ଡାଉନ ହେବା ପରେ ଛିଡା ହୋଇଥିଲା ।

ଟ୍ରକ ଚାଳକ ତଳେ ରହି ଗାଡି କାମ କରୁଥିବା ସମୟରେ ଯାଜପୁର ଅଭିମୁଖେ ଯାଉଥିବା ଏକ ରଡ ବୋଝେଇ ଟ୍ରଲରଟି ରାସ୍ତା କଡରେ ଛିଡା ହୋଇଥିବେ ଟ୍ରକକୁ ପଛପଟୁ ଧକା ଦେଇଥିଲା । ଫଳରେ ଟ୍ରଲରଟି ଜଳି ଯାଇଥିଲା । ଟ୍ରଲରର ଡ୍ରାଇଭରଙ୍କ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ପରିଚୟ ମିଳିନଥିବା ବେଳେ, ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଡୋନାଲ୍ଡ ଟ୍ରମ୍ପଙ୍କୁ ଆଶ୍ବସ୍ତି, ଜାମିନ ମିଳିବା ପରେ ଜୋ ବାଇଡେନଙ୍କୁ ଟାର୍ଗେଟ

ୱାଶିଂଟନ: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାନହଟ୍ଟନ କୋର୍ଟରେ ମାମଲାର ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ତାଙ୍କ ବିରୋଧରେ ଲାଗିଥିବା ୩୪ଟି ହେରଫେର ମାମଲାକୁ ଟ୍ରମ୍ପ ମିଛ ବୋଲି କହିଥିଲେ । ମାମଲାର ଆଗାମୀ ଶୁଣାଣି ପାଇଁ ଡିସେମ୍ବର ୪ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଭାରତୀୟ ସମୟ ଅନୁସାରେ ଗତକାଲି ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଟ୍ରମ୍ପଙ୍କ ମାମଲାର ଶୁଣାଣି ଚାଲିଥିଲା । ସେପଟେ କୋର୍ଟରୁ ବାହାରିବା ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ଶାସକ ଦଳ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଦଳର ନେତାକୁ ବିନା ଦୋଷରେ ଗିରଫ କରୁଛି ବୋଲି ଟ୍ରମ୍ପ କହିଥିଲେ । ଆମେରିକାରେ ଏବେ ଯାହା ହେଉଛି ଅତି ଦୁଃଖଦାୟକ । ଏହାସହ ସମର୍ଥକମାନଙ୍କୁ ଇମେଲ ପଠାଇ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।