spot_img
Home Blog Page 3308

ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି, ଜାମିନ ଅବଧି ୧୩ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି

ସୁରଟ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲା ଜାମିନ । ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ପ୍ରଦାନ କଲେ ଜାମିନ  । ତେବେ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆସ୍ୱସ୍ତି  । ଜାମିନ ଅବଧିକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇଲେ ସୁରଟ ସେସନ କୋର୍ଟ । ତେଣୁ ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୧୩ରେ ହେବ  ।ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରଟ ସେସନ୍ସ କୋର୍ଟ ପିଟିସନ ଦାଏର କରିବେ ରାହୁଲ ଗାନ୍ଧୀ। ଦଣ୍ଡାଦେଶର ୧୧ଦିନ ପରେ ସେସନ୍ସ କୋର୍ଟରେ ଆବେଦନ କରିବେ ରାହୁଲ। ସୁରଟ ଯିବା ପୂର୍ବରୁ ରାହୁଲଙ୍କୁ ଭେଟିଛନ୍ତି ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ।

କଂଗ୍ରେସ ଶାସିତ ରାଜ୍ୟର ୩ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଭୂପେଶ ବାଘେଲ ଓ ସୁଖବିନ୍ଦର ସିଂ ସୁଖୁ ରାହୁଲଙ୍କ ସହ କୋର୍ଟ ଯିବେ। ସେପଟେ ରାହୁଲ ଯିବା ପୂର୍ବରୁ ତାଙ୍କ ସମର୍ଥନରେ ସୁରଟ ସେସନ୍ସ କୋର୍ଟ ଆଗରେ କଂଗ୍ରେସ କର୍ମୀଙ୍କ ଭିଡ଼ ଲାଗି ରହିଛି। ୨୦୧୯ ଏପ୍ରିଲରେ କର୍ଣ୍ଣାଟକ କାରୋଲରେ ଆୟୋଜିତ ଏକ ରାଜନୈତିକ ସଭାରେ ମୋଦି ସରନେମକୁ ନେଇ ବିବାଦୀୟ ବିବୃତ୍ତି ଦେଇଥିଲେ ରାହୁଲ ଗାନ୍ଧୀ। ଏ ନେଇ ଗୁଜରାଟ ସୁରଟରେ ବିଜେପି ନେତା ପୂର୍ଣ୍ଣେସ ମୋଦି ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାଏର କରିଥିଲେ ।

ଗୁଜରାଟ ସିଜେଏମ କୋର୍ଟରେ ରାହୁଲଙ୍କ ବିରୋଧରେ ପିଟିସନ ଦାଏର ହୋଇଥିଲା । ଘଟଣାର ୪ବର୍ଷ ପରେ ୨୩ ମାର୍ଚ୍ଚ ୨୦୨୩ରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ସିଜେଏମ କୋର୍ଟ। ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବାର ୨୪ଘଣ୍ଟା ମଧ୍ୟରେ ଲୋକସଭା ବାଚସ୍ପତି ତାଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲେ। ସେପଟେ କଂଗ୍ରେସ ନେତା ଓ କର୍ମୀଙ୍କ ସହ ରାହୁଲ କୋର୍ଟକୁ ଯିବାକୁ ପିଲାଳିଆମି କହି ଟାର୍ଗେଟ୍ କରିଛି ବିଜେପି। ଏନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ରାହୁଲ ଡରିବେନି କି କାହା ଆଗରେ ମୁଣ୍ଡ ନୁଆଁଇବେନି ବୋଲି କହିଛନ୍ତି। ରାହୁଲଙ୍କୁ କୋର୍ଟ ଯିବାକୁ କହୁଥିବା ବିଜେପି କାହିଁକି ଏଭଳି ମନ୍ତବ୍ୟ ଦେଉଛି ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ।

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ-କମିଟି

ଭୁବନେଶ୍ୱର: ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ କମିଟି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସବ କମିଟିରେ ଅର୍ଥ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ସଦସ୍ୟ ଅଛନ୍ତି। ଅର୍ଥ ମନ୍ତ୍ରୀ କମିଟିରେ ଅଧ୍ୟକ୍ଷ ରହିଛନ୍ତି । ସବ୍ କମିଟି ବିଧାୟକଙ୍କ ଦରମା ବୃଦ୍ଧି ନେଇ ପରାମର୍ଶଦାତା କମିଟି କରିଥିବା ସୁପାରିସକୁ ଅନୁଧ୍ୟାନ କରିବ ।

କ୍ରିକେଟ ମ୍ୟାଚ ବେଳେ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକ ଚୌଦ୍ବାର ମହିଷାଲଣ୍ଡାରେ କ୍ରିକେଟ ମ୍ୟାଚ୍‌ ବେଳେ ଗଣ୍ଡଗୋଳ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଚାରିଜଣ ଯୁବକ ଚୌଦ୍ବାର ବରହମପୁର ଗାଁର ।

ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି । ହତ୍ୟା ପଛରେ କୌଣସି ପ୍ରକାର ପୂର୍ବଶତ୍ରୁତା ଥିବାର ସୂଚନା ଏ ପର୍ଯ୍ୟନ୍ତ ମିଳିନି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି । ହଠାତ ରାଗର ବଶବର୍ତ୍ତୀ ହୋଇ ଯୁବକମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।

ତେବେ ମୁଖ୍ୟ ଅଭିଯୁକ୍ତ ସ୍ମୃତି ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି ।

ସାହି ଜାତ: ଶ୍ରୀମନ୍ଦିର ସମ୍ମୁଖରେ ରାବଣ ନୃତ୍ୟ ପ୍ରଦର୍ଶିତ

ପୁରୀ: ପୁରୀରେ ଆରମ୍ଭ ହୋଇଥିବା ନିଆରା ଓ ପାରମ୍ପରିକ ସାହି ଜାତରେ ରବିବାର ଦିନ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ସାହି ଜାତ ବାହାରିଥିଲା। ନଗର ପରିକ୍ରମା କରିବା ସହ ବାଦୀ ସାହି ଭାବେ ପରିଚିତ ଛୁଡଙ୍ଗ ସାହିକୁ ଗମନ କରିଥିଲା। ତେବେ ଗତକାଲି ଅଘୋରି ନୃତ୍ୟ ଥିଲା ବେଶ ଆକର୍ଷଣୀୟ ଓ ଚିତ୍ତାକର୍ଷକ।

ସାହି ଜାତରେ ଏହି ନୃତ୍ୟ ପ୍ରଥମ ଥର ପାଇଁ ବାହାରି ଥିବାବେଳେ ଏହାକୁ ଦେଖିବା ପାଇଁ ବେଶ ଭିଡ଼ ଜମିଥିଲା। ଅଘୋରି କଳାକାରଙ୍କ ନୃତ୍ୟ ସମସ୍ତଙ୍କୁ ଚକିତ କରିଥିବା ବେଳେ ଶ୍ରୀମନ୍ଦିର ସମ୍ମୁଖରେ ପାରମ୍ପରିକ ନାଗା ନୃତ୍ୟ ମଧ୍ୟ ଥିଲା ବେଶ ଚିତ୍ତାକର୍ଷକ। ବିରବାଦ୍ୟର ତାଳେତାଳେ ନାଗା ନୃତ୍ୟ ଶରୀରରେ ଶିହରଣ ସୃଷ୍ଟି କରିଥିଲା।

ଆଜି କୁଣ୍ଡାଇବେଣ୍ଟ ସାହି ପକ୍ଷରୁ ରାବଣ ବାହାରିଥିବା ବେଳେ ମାୟା ରାବଣ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ସମ୍ମୁଖରେ ରାବଣ ନୃତ୍ୟ କରୁଥିବାର ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିବା ବେଳେ ସାଧାରଣ ଲୋକେ ଏହାକୁ ଦେଖି ବିମୋହିତ ହୋଇଥିଲେ।

 

ନକଲି ଡାକ୍ତର ରମେଶ ସ୍ବାଇଁ ଠକେଇ ଘଟଣା, ଆର୍ଥିକ କାରବାରର ଖୋଳତାଡ଼ କରିବ ED

ନକଲି ଡାକ୍ତର ରମେଶ ସ୍ବାଇଁ ଠକେଇ ଘଟଣାର ହେବ ତଦନ୍ତ । ରମେଶର ଆର୍ଥିକ କାରବାରର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ED ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ଘଟଣାକୁ ନେଇ ପୂର୍ବରୁ ED କମିଶନରେଟ ପୋଲିସକୁ ମାଗିଥିଲା ତଥ୍ୟ ।

କମିସନରେଟ ପୋଲିସ ପକ୍ଷରୁ ରମେଶ ସ୍ବାଇଁର ସବୁ ତଥ୍ୟ EDକୁ ହସ୍ତାନ୍ତର କରାଯାଇଛି । ୨୭ ପତ୍ନୀ, ବ୍ୟବସାୟୀ, ଠିକାଦାରଙ୍କ ଠାରୁ ପ୍ରାୟ ୧୦କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ରହିଛି । ଓଡ଼ିଶା ଛଡ଼ା, କୋଲକାତା, ଗୌହ୍ବାଟି, ପଞ୍ଜାବ, ଦିଲ୍ଲୀ, କେରଳ ଯାଏ ଲମ୍ବିଛି ରମେଶର ଠକେଇର ଚେର । ୨୦୦୬ରେ ମେଡିକାଲ କଲେଜରେ ନାମ ଲେଖା ନାଁରେ ରମେଶ ୧ କୋଟିରୁ ଅଧିକ ଟଙ୍କାର ଚୁନା ଲଗାଇଥିଲା ।

ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ ରାହୁଲ, ଦାଏର କରିବେ ପିଟିସନ

ନୂଆଦିଲ୍ଲୀ: ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରଟ ସେସନ୍ସ କୋର୍ଟ ପିଟିସନ ଦାଏର କରିବେ ରାହୁଲ ଗାନ୍ଧୀ। ଦଣ୍ଡାଦେଶର ୧୧ଦିନ ପରେ ସେସନ୍ସ କୋର୍ଟରେ ଆବେଦନ କରିବେ ରାହୁଲ।

ସୁରଟ ଯିବା ପୂର୍ବରୁ ରାହୁଲଙ୍କୁ ଭେଟିଛନ୍ତି ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। କଂଗ୍ରେସ ଶାସିତ ରାଜ୍ୟର ୩ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଭୂପେଶ ବାଘେଲ ଓ ସୁଖବିନ୍ଦର ସିଂ ସୁଖୁ ରାହୁଲଙ୍କ ସହ କୋର୍ଟ ଯିବେ। ସେପଟେ ରାହୁଲ ଯିବା ପୂର୍ବରୁ ତାଙ୍କ ସମର୍ଥନରେ ସୁରଟ ସେସନ୍ସ କୋର୍ଟ ଆଗରେ କଂଗ୍ରେସ କର୍ମୀଙ୍କ ଭିଡ଼ ଲାଗି ରହିଛି।

୨୦୧୯ ଏପ୍ରିଲରେ କର୍ଣ୍ଣାଟକ କାରୋଲରେ ଆୟୋଜିତ ଏକ ରାଜନୈତିକ ସଭାରେ ମୋଦି ସରନେମକୁ ନେଇ ବିବାଦୀୟ ବିବୃତ୍ତି ଦେଇଥିଲେ ରାହୁଲ ଗାନ୍ଧୀ। ଏ ନେଇ ଗୁଜରାଟ ସୁରଟରେ ବିଜେପି ନେତା ପୂର୍ଣ୍ଣେସ ମୋଦି ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାଏର କରିଥିଲେ ।

ଗୁଜରାଟ ସିଜେଏମ କୋର୍ଟରେ ରାହୁଲଙ୍କ ବିରୋଧରେ ପିଟିସନ ଦାଏର ହୋଇଥିଲା । ଘଟଣାର ୪ବର୍ଷ ପରେ ୨୩ ମାର୍ଚ୍ଚ ୨୦୨୩ରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା  ସହ ୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ସିଜେଏମ କୋର୍ଟ।

ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବାର ୨୪ଘଣ୍ଟା ମଧ୍ୟରେ ଲୋକସଭା ବାଚସ୍ପତି ତାଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲେ। ସେପଟେ କଂଗ୍ରେସ ନେତା ଓ କର୍ମୀଙ୍କ ସହ ରାହୁଲ କୋର୍ଟକୁ ଯିବାକୁ ପିଲାଳିଆମି କହି ଟାର୍ଗେଟ୍ କରିଛି ବିଜେପି। ଏନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ରାହୁଲ ଡରିବେନି କି କାହା ଆଗରେ ମୁଣ୍ଡ ନୁଆଁଇବେନି ବୋଲି କହିଛନ୍ତି। ରାହୁଲଙ୍କୁ କୋର୍ଟ ଯିବାକୁ କହୁଥିବା ବିଜେପି କାହିଁକି ଏଭଳି ମନ୍ତବ୍ୟ ଦେଉଛି ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ।

ବୁଲା କୁକୁରଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିବା ଅଭିଯୋଗ, ୬ ମୃତ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ସ୍ଥିତ ଶ୍ରୀଅନ ଶ୍ରମିକ ବସ୍ତିରେ ଗତକାଲି ରାତିରେ ବୁଲା କୁକୁରଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିବା ଅଭିଯୋଗ । ବିଷାକ୍ତ ଖାଦ୍ୟ ଖାଇ ୬ଟି ବୁଲା କୁକୁରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ବର୍ତ୍ତମାନ ବହୁ କୁକୁର ଅସୁସ୍ଥ ହୋଇ ପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ମାଛ ଖାଇ ପତ୍ନୀ ମୃତ, କୋମାରେ ସ୍ବାମୀ

ନୂଆଦିଲ୍ଲୀ: ସାରା ଦୁନିଆରେ ଲୋକେ ମାଛ ଖାଇଥାନ୍ତି । ହେଲେ ଆପଣ କେବେ ଭାବିଛନ୍ତି କି, ମାଛ ଖାଇ କେହି ମୃତ୍ୟୁ ବରଣ କରିଛନ୍ତି । ଏବେ ମାଲେସିଆରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ଆସି ପହଞ୍ଚିଛି । ସେଠାରେ ଜଣେ ୮୩ ବର୍ଷିୟ ମହିଳାଙ୍କର ମାଛ ଖାଇବାରୁ ମୃତ୍ୟୁ ହୋଇଛି । ଏହା ସହ ତାଙ୍କ ସ୍ବାମୀ ଏବେ ଅସୁସ୍ଥ ହୋଇ କୋମାରେ ଅଛନ୍ତି । ପୂର୍ବ ସପ୍ତାହରେ ସେ ‘ପଫର’ ମାଛ ଖାଇଥିଲେ ।

ଏକ ମିଡିଆ ରିପୋର୍ଯରୁ ଜଣାପଡ଼ିଛି ଯେ, ଏହି ମାଛରେ ଏକ ବିଷାକ୍ତ ପଦାର୍ଥ ରହିଥାଏ । ଏହି ମାଛ ଖାଇବା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ହସ୍ପିଟାଲ ନେବା ବାଟରେ  ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦମ୍ପତିଙ୍କ ଝିଅ କହିଛନ୍ତି ଯେ, ବାପା ୨୫ ମାର୍ଚ୍ଚରେ ପାଖରେ ଥିବା ଦୋକାନରୁ ମାଛ ଆଣିଥିଲେ । ଏହା ପରେ ଦୁହେଁ ମାଛ ରୋଷେଇ କରି ଖାଇଥିଲେ । ଏହା ପରେ ତାଙ୍କ ମାଆଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଏହାର କିଛି ସମୟ ପରେ ବାପାଙ୍କର ବି ସମାନ ଲକ୍ଷଣ ଦେଖାଯାଇଥିଲା ।

ଡାକ୍ତର ରିପୋର୍ଟରେ ଫୁଡ ପଏଜନ ହୋଇଥିବା କହିଛନ୍ତି । ଏହି ମାଛରେ ବିଷାକ୍ତ ପଦାର୍ଥ ଥିବାରୁ ଏହାକୁ ଖାଇବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଆଜିଠୁ ଆରମ୍ଭ ହେଲା କ୍ଲାସ୍

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଆଜିଠୁ ଆରମ୍ଭ ହେଲା କ୍ଲାସ୍ । ଆଜିଠାରୁ ଏପ୍ରିଲ ୮ ଯାଏ ନାମଲେଖା ହେବ, ବହି ବଣ୍ଟାଯିବ। ୮ ତାରିଖ ପରେ ସ୍କୁଲ ପ୍ରବେଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆସନ୍ତା ୧୧ ତାରିଖରୁ ସକାଳୁଆ କ୍ଲାସ ହେବ।

ମେ ମାସରେ ଖରା ଛୁଟି ହେବ । ପ୍ରଥମ ଥର ପାଇଁ କ୍ୟାଲେଣ୍ଡର ପରିପ୍ରକାଶ କରାଯାଇଛି ଉତ୍କଳ ଦିବସରେ ଡ଼ାଏରି ବି ଉନ୍ମୋଚନ ହୋଇଛି । ଖାତା ପ୍ରିଣ୍ଟିଂ ଚାଲିଛି । ଖୁବ ଶୀଘ୍ର ପିଲାଙ୍କ ପାଖରେ ପହଂଚିବ । ୧୦୬ ଅପଗ୍ରେଡେଡ ସ୍କୁଲରେ ପ୍ରାଥମିକତା ପାଇବେ ସେହି ସ୍କୁଲର ଦଶମ ପାସ ଛାତ୍ର । ୧୦୬ ଅପଗ୍ରେଡେଡ ସ୍କୁଲରେ ଯିଏ ପ୍ରଧାନ ଶିକ୍ଷକ ଥିଲେ, ସେମାନଙ୍କୁ ଇନଚାର୍ଜ ପ୍ରିନସିପାଲ ଭାବେ ଏକାଦଶର ଘୋଷଣା କରାଯାଇଛି । ସେମାନଙ୍କ ପ୍ରଶିକ୍ଷଣ ଶିବିର କରାଯାଇଛି ।

ଯେହେତୁ ସେମାନେ ଦଶମ ଶ୍ରେଣୀ ଯାଏ ଥିଲେ, ଏକାଦଶ ସମ୍ପର୍କରେ ସେମାନଙ୍କ ଧାରଣା ନଥିଲା, ତେଣୁ କେମିତି ନାମଲେଖା ଓ ପାଠ ପଢା ହେବ । ସେ ଦିଗରେ ପ୍ରଶିକ୍ଷଣ ଦିଆଯାଇଛି. ଯେଉଁ ସ୍କୁଲରେ ଏକାଦଶ ଖୋଲାଯାଇଛି, ସେହି ସ୍କୁଲରୁ ପାସ ହୋଇଥିବା ଦଶମ ଶ୍ରେଣୀ ପିଲାକୁ ନାମଲେଖାରେ ପ୍ରାଥମିକତା ମିଳିବ । ଅନ୍ୟ ସବୁ ସାମ୍ସ ମାଧ୍ୟମରେ ନାମଲେଖା ହେବ । ଦଶମ ଫଳାଫଳ ବାହାରିବା ପରେ ସେହି ୧୦୬ ଅପଗ୍ରେଡେଡ ସ୍କୁଲର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।

କଳା ପଲସରରେ ଆସି ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଫୁଲବାଣୀ: ଫୁଲବାଣୀରେ କଳା ପଲସର ଆତଙ୍କ l ଝାମ୍ପିନେଲେ ୧୭ ଲକ୍ଷ ୫୦ହଜାର ଟଙ୍କା l ଫୁଲବାଣୀର ଏକ ଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ସ୍କୁଟିରେ ଟଙ୍କା ଡିପୋଜିଟ ପାଇଁ ବ୍ୟାଙ୍କକୁ ଯାଉଥିଲେ ।

ହଠାତ୍ କଳା ପଲସରରେ ଦୁର୍ବୃତ୍ତ ଆସି ୧୭ ଲକ୍ଷ ୫୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ଆଖି ପିଛୁଳାକେ ନେଇଗଲେ ଦୁର୍ବୃତ୍ତ । ପ୍ରଥମେ ଷ୍ଟେଟ ବ୍ୟାଙ୍କରେ କିଛି ଟଙ୍କା ଡିପୋଜିଟ କରି ବାକି ଟଙ୍କା ଧରି ଆକ୍ସିସ ବ୍ୟାଙ୍କ ଯାଉଥିଲେ ଅଜୟ। ଘଟଣା ପରେ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି। ଫୁଲବାଣୀ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ପହଞ୍ଚି ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି।