spot_img
Home Blog Page 3314

ଓଡ଼ିଶା ଉପରେ ନାହିଁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ଓଡ଼ିଶା ଉପକୂଳରୁ ୬୦୦ କିଲୋମିଟର ଦୂରରେ ଯିବ ବାତ୍ୟା

ଭୁବନେଶ୍ୱର: ଓଡ଼ିଶା ଉପରେ ପଡ଼ିବନି ସମ୍ଭାବ୍ୟ ବାତ୍ୟାର ପ୍ରଭାବ । ଓଡ଼ିଶା ଉପକୂଳରୁ ୬୦୦ କିଲୋମିଟର ଦୂରରେ ଯିବ ବାତ୍ୟା । ଆଗାମୀ ୪ ଦିନ ତାତିରୁ ନାହିଁ ନିସ୍ତାର । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ତତ୍-ସଂଲଗ୍ନ ଦକ୍ଷିଣ ଆଣ୍ଡାମାନସାଗର ଅଞ୍ଚଳରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଦକ୍ଷିଣପୂର୍ବ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ୧୦ତାରିଖ ବେଳକୁ ବାତ୍ୟା ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୨ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ସମୟରେ ଗତିପଥ ପରିବର୍ତ୍ତନ କରିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ବଙ୍ଗଳାଦେଶ – ମିଆଁମାର ଆଡକୁ ବାତ୍ୟା ମୁହାଁଇବା ସମ୍ଭାବନା ରହିଛି । ଓଡ଼ିଶା ଉପକୂଳର ପ୍ରାୟ ୬ ଶହ କିଲୋମିଟର ଦୂରରେ ଗତି କରୁଥିବାରୁ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନଥିବା ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ପ୍ରକାର ଆଲର୍ଟ ଜାରି କରାଯାଇନାହିଁ ।

ରାଜ୍ୟରେ ଶେଷ ହୋଇଛି କାଳବୈଶାଖୀର ପ୍ରଭାବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେଉଛି। ତେବେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ତତଲା କଡେଇରେ ସିଝୁଛି ସାରା ଓଡ଼ିଶା । ଅଧାରୁ ଅଧିକ ଜିଲ୍ଲାରେ ଦିନର ତାପମାତ୍ରା ୪୦ ଉପରେ ରହୁଛି । ରାଜ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଥିବା ବେଳେ ଆଦ୍ରତା ଅଧିକ ରହୁଛି । ଫଳରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଏଭଳି ସ୍ଥିତି ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଦିନର ତାପମାତ୍ରା ୨ରୁ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଇମ୍ରାନଙ୍କୁ ପିଟୁଛି ପୋଲିସ, ସମର୍ଥକଙ୍କ ସଙ୍ଗୀନ ଅଭିଯୋଗ

ଇସଲାମାବାଦ: ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ ରେଞ୍ଜର୍ସ ଅର୍ଥାତ ପାରାମିଲିଟାରୀ ଫୋର୍ସ ଇମ୍ରାନଙ୍କୁ ଗିରଫ କରିଛି । ଦୁଇଟି ମାଲମାରେ ଜାମିନ ପାଇଁ ହାଇକୋର୍ଟ ଯାଇଥିଲେ ଇମ୍ରାନ । ଏହି ସମୟରେ ତାଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ ମିଡିଆର ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ହାଇକୋର୍ଟରେ ପହଞ୍ଚିବା କ୍ଷଣି ପାରାମିଲିଟାରୀ ଫୋର୍ସ ଏବଂ ସଶସ୍ତ୍ର ବାହିନୀ ହାଇକୋର୍ଟରେ ପହଞ୍ଚି ଯାଇଥିଲେ ।

ଗାଡ଼ିରେ ଗେଟ୍ ବ୍ଲକ୍ କରିଦେଇଥିଲେ ଏବଂ ଏହାର କିଛି ସମୟ ପରେ ଇମ୍ରାନ ଖାନକୁ ଗିରଫ କରାଯାଇ ବାହାରକୁ ଅଣାଯାଇଥିଲା । ନିକଟରେ ଇମ୍ରାନ ଇଣ୍ଟେଲିଜେନ୍ସର ମୁଖ୍ୟ ଅଧିକାରୀଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ ବଜିରାବାଦରେ ତାଙ୍କୁ ହତ୍ୟା କରିବା ନେଇ ଷଡଯନ୍ତ୍ର କରୁଛନ୍ତି । ପାକିସ୍ତାନୀ ସେନା ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା । ଏହାପରେ ଆଜି ଇମ୍ରାନ ଏକ ଭିଡିଓ ଜାରି କରି ପୁଣିଥରେ ଆରୋପ ଦୋହରାଇଥିଲେ ।

ଏହାର ଚାରି ଘଣ୍ଟା ପରେ ତାଙ୍କୁ କୋର୍ଟରୁ ଗିରଫ କରାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଆମେର ଫାରୁକ ଇମ୍ରାନଙ୍କ ଗିରଫଦାରୀ ପରେ ଗୃହମନ୍ତ୍ରୀଙ୍କ ସଚିବ ଏବଂ ଇସଲାମାବାଦର ପୋଲିସ ମୁଖିଆଙ୍କୁ ୧୫ ମିନିଟ ଭିତରେ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ପୋଲିସ ମୁଖିଆ କୋର୍ଟରେ ହାଜର ନହୁଅନ୍ତି ତେବେ ଆମେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଡକାଇବାକୁ ବାଧ୍ୟ ହେବୁ ।

ଏମାନେ କୋର୍ଟକୁ ଆସନ୍ତୁ ଏବଂ କୁହନ୍ତୁ ଯେ ଇମ୍ରାନଙ୍କୁ କେଉଁ ମାମାଲା ଏବଂ କାହିଁକି ଗିରଫ କରାଯାଇଛି? ଇମ୍ରାନଙ୍କ ପାର୍ଟି ପିଟିଆଇର ଜଣେ ନେତା ମୁସରତ ଚିମା ଏକ ଭିଡିଓ ମେସେଜ୍ ଜାରି କରିଛନ୍ତି । ସେଥିରେ ସେ କହିଛନ୍ତି ଇମ୍ରାନ ଖାନଙ୍କୁ ଏବେ ଟଚର କରାଯାଉଛି । ସେମାନେ ଖାନ୍ ସାହବଙ୍କୁ ମାରୁଛନ୍ତି । ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଇମ୍ରାନଙ୍କ ଓକିଲଙ୍କର ଏକ ଭିଡିଓ ସେୟାର କରାଯାଇଛି । ଦଳ କହିଛି ଯେ ହାଇକୋର୍ଟ ବାହାରେ ଇମ୍ରାନଙ୍କୁ ନିର୍ଦ୍ଦୟୀ ଭାବେ ମାଡ଼ ମରାଯାଇଛି ।

ଇମ୍ରାନଙ୍କୁ ଗିରଫ କରି କୁଆଡେ ନିଆଗଲା ତାହା ମଧ୍ୟ ଜଣାପଡିନାହିଁ  । ଇମ୍ରାନଙ୍କ ଦଳ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି  । ଇମ୍ରାନଙ୍କୁ କୋର୍ଟ ପରିସରରୁ ଅପହରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି  । ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସାରା ଦେଶରେ ଦଳର କାର୍ଯ୍ୟକର୍ତ୍ତମାନେ ଆନ୍ଦୋଳନ କରିଛନ୍ତି ।

ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ । ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବ । ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ । ସେହପରି ସୀତାଙ୍କ ରୂପରେ ଦେଖିବାକୁ ମିଳିବେ କ୍ରିତି ସାନନ୍ । ଏହି ଫିଲ୍ମ ହିନ୍ଦୀ ସହ ଆଉ ୪ଟି ଭାଷାରେ ରିଲିଜ୍ ହେବ । ବହୁ ପ୍ରତିକ୍ଷୀତ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଗତ ରାମ ନବମୀରେ ରିଲିଜ୍ ହୋଇଥିଲା । ସେହିପରି ଦ୍ୱିତୀୟ ପୋଷ୍ଟର ହନୁମାନ ଜୟନ୍ତୀରେ ରିଲିଜ୍ ହୋଇଥିଲା ।

କାଲି ଝାରସୁଗୁଡ଼ା ଉପନିର୍ବାଚନ, ଆଜି ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେପି ଶାଢ଼ୀ ବାଣ୍ଟୁଥିବା ଅଭିଯୋଗ

ଝାରସୁଗୁଡ଼ା: ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ । ଆଜି ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବିଜେପି ଶାଢ଼ୀ ବାଣ୍ଟୁଥିବା ଅଭିଯୋଗ ହୋଇଛି । କୋଲାବିରା ବ୍ଲକ୍ ଜଗନ୍ନାଥ ମନ୍ଦିର ପାଖ ଜମିଦାରପଡ଼ାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଜି ଅପରାହ୍ନରେ ଏକ ଅଟୋରେ କିଛି ଶାଢ଼ୀ ଏହି ଅଞ୍ଚଳକୁ ଆସିଥିଲା । ଶାଢ଼ୀ ଗୁଡ଼ିକୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଘର ଭିତରେ ରଖିଛନ୍ତି । ଯେଉଁ ଘରେ ଶାଢ଼ୀ ଅଛି, ସେହି ଘର ବାହାରେ ବିଜେପିର ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

ପ୍ରାୟ ୫୦୦ ଶାଢ଼ୀ ଅଟୋରୁ କଢ଼ାଯିବା ବେଳେ ସ୍ଥାନୀୟ ଲୋକେ ଅଟୋକୁ ଜବତ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ବିଜେପି ପକ୍ଷରୁ ଲୋକଙ୍କୁ ପ୍ରଭାବିତ କରିବାକୁ ଏହି ଶାଢ଼ୀ ବଣ୍ଟା ଯାଉଥିବା ଅଭିଯୋଗ କରିଛି ବିଜେଡି । ଏବେ ଘଟଣାସ୍ଥଳରେ ନିର୍ବାଚନ ଅଧିକାରୀ ଓ କୋଲାବିରା ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି ।

ଅଶୋକ ଗେହଲଟଙ୍କ ନେତା ହେଉଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ: ସଚିନ୍ ପାଇଲଟ

ଜୟପୁର: ରାଜସ୍ଥାନରେ ଗତ ୩ ବର୍ଷ ଧରି କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସଚିନ ପାଇଲଟ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ମୁଁ ଅଶୋକ ଗେହଲଟଙ୍କ ଶେଷ ଭାଷଣ ଶୁଣିଥିଲୁ, ଏହି ଭାଷଣ ଶୁଣିବା ପରେ ମୁଁ ଅନୁଭବ କରୁଛି ଯେ ତାଙ୍କର ନେତା ସୋନିଆ ଗାନ୍ଧୀ ନୁହଁନ୍ତି ବରଂ ତାଙ୍କ ନେତା ବସୁନ୍ଧରାରାଜେ ସିନ୍ଧିଆ  |

ଅଶୋକ ଗେହେଲଟଙ୍କ ବିବୃତ୍ତି ସମ୍ପର୍କରେ ସଚିନ ପାଇଲଟ କହିଛନ୍ତି ଯେ ଗୋଟିଏ ପଟେ କୁହାଯାଉଛି ଯେ ବିଜେପି ଆମ ସରକାରକୁ ଭାଙ୍ଗିବାକୁ କାମ କରୁଛି । ଅନ୍ୟପକ୍ଷରେ, ଅଶୋକ ଗେହେଲଟ କହୁଛନ୍ତି ଯେ ଆମ ସରକାର ବସୁନ୍ଧରା ରାଜେ ସିନ୍ଧିଆଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା। ଏହି ବିବୃତ୍ତିରେ ଅନେକ ପ୍ରତିବାଦ ଅଛି | ମୁଁ ଭାବୁଛି ଏହା ସ୍ପଷ୍ଟ ହେବା ଉଚିତ୍ ବୋଲି କହିଛନ୍ତି ସଚିନ୍ ପାଇଲଟ । ଏହା ସହ ଗେହଲଟ ସଭାରେ କଂଗ୍ରେସ ନେତାଙ୍କୁ ଅପମାନିତ କରି କାହିଁକି ବିଜେପି ନେତାଙ୍କୁ ପ୍ରଶଂସା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଗିରଫ । ଇସଲାମାବାଦ ହାଇକୋର୍ଟ ସାମ୍ନାରୁ ଗିରଫ । ଇମ୍ରାନ୍ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ କୋର୍ଟ ରୁମରୁ ଗିରଫ କରିଛନ୍ତି । ଗିରଫ ସମୟରେ ଇମ୍ରାନଙ୍କ ଓକିଲ ଓ ସମର୍ଥକଙ୍କୁ ଆକ୍ରମଣ । କୋର୍ଟ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ। ଇମ୍ରାନଙ୍କ ଗିରଫ ଏହି ସମୟରେ ହୋଇଛି ଯେତେବେଳେ କି ସେ ପାକିସ୍ତାନ ଗୁପ୍ତଚର ଏଜେନ୍ସୀ ISI ଅଧିକାରୀ ମେଜର ଜେନେରାଲ ଫେଜଲ ନସୀରଙ୍କ ଉପରେ ଗମ୍ଭୀର ଅଭିଯୋଗ କରିଥିଲେ । ମେଜର ଜେନେରାଲ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।

ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା, ଅଫତାବ ପୁନାଓ୍ବାଲା ନାଁରେ ଚାର୍ଜଫ୍ରେମ୍ କଲେ ଦିଲ୍ଲୀ ସାକେତ କୋର୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ସାକେତ କୋର୍ଟ ଅଭିଯୁକ୍ତ ଅଫତାବ ପୁନାଓ୍ୱାଲା ନାଁରେ ଚାର୍ଜଫ୍ରେମ କରିଛନ୍ତି । ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଫତାବ ଫୋପାଡ଼ିଥିଲା । ହତ୍ୟା ଓ ପ୍ରମାଣ ନଷ୍ଟ କରିବା ନେଇ ଅଫତାବ ନାଁରେ ମାମଲା ଦାୟର କରିଥିଲା ଦିଲ୍ଲୀ ପୋଲିସ । ମାମଲା ନେଇ ପୋଲିସ ଦାଖଲ କରିଥିବା ପ୍ରମାଣ ଅନୁଧ୍ୟାନ କରିବା ପରେ ଚାର୍ଜଫ୍ରେମ୍ କରିଛନ୍ତି କୋର୍ଟ ।

ତେବେ ଅଫତାବ ନିଜ ନାଁରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କୋର୍ଟଙ୍କ ଆଗରେ ନିଜକୁ ନିର୍ଦ୍ଦୋଷ କହିଛି । ଆଗକୁ ମୋକଦ୍ଦମା ଲଢ଼ିବାକୁ କହିଛି ଅଫତାବ । ଦିଲ୍ଲୀ ପୋଲିସ ଏହି ମାମଲାରେ ୬ ହଜାର ୬୨୯ ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି । ମାମଲାର ଫାଷ୍ଟଟ୍ରାକ୍ ଶୁଣାଣି ପାଇଁ ଗତମାସରେ ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ବାକର ଦାବି କରିଥିଲେ।

 

ONDC କ’ଣ, ଜାଣନ୍ତୁ କିପରି ଏଥିରୁ ଶସ୍ତାରେ ଅର୍ଡର କରିପାରିବେ ଖାଦ୍ୟ ?

ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା କମ୍ପାନୀ ସ୍ୱିଗି ଓ ଜୋମାଟୋକୁ ଟକ୍କର ଦେବ ONDC । ସ୍ୱିଗି ଓ ଜୋମାଟୋଠାରୁ ONDCରେ ମିଳୁଛି ଶସ୍ତାରେ ଖାଦ୍ୟ । ପେଟିଏମ୍ ଜରିଆରେ ସାଧାରଣ ଲୋକ ଓଏନଡିସିରୁ ଖାଦ୍ୟ ଶସ୍ତାରେ କିଣିପାରିବେ । ୨୦୨୨ ସେପ୍ଟେମ୍ବର ମାସରେ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ବାଣିଜ୍ୟ ଓ ଆଭ୍ୟନ୍ତରୀଣ ବ୍ୟାପାର ପ୍ରସାର ବିଭାଗ ପକ୍ଷରୁ ONDCର ଉନ୍ମୋଚନ ହୋଇଥିଲା । କିଛି ଦିନ ମଧ୍ୟରେ ଏହା ଲୋକପ୍ରିୟ ହୋଇଛି । ଏକ ରିପୋର୍ଟ ଅନୁସାରେ ଏହି ପ୍ଲାଟଫର୍ମରେ ଦୈନିକ ୧୦ ହଜାର ଅର୍ଡର ଆସୁଛି । ଦିନକୁ ଦିନ ONDC ଏତେ ଲୋକପ୍ରିୟ ହେଲାଣି ଯେ ସାଧାରଣ ଲୋକ ପ୍ରତିଦିନ ସୋସିଆଲ ମିଡିଆରେ ସ୍ୱିଗି, ଜୋମାଟୋ ଓ ONDC ମଧ୍ୟରେ ଥିବା ଅନ୍ତରକୁ ପୋଷ୍ଟ କରୁଛନ୍ତି । ONDରେ ଏବେ ୨୯ ହଜାରରୁ ଅଧିକ ବିକ୍ରେତା ଯୋଡ଼ି ହୋଇସାରିଛନ୍ତି ।

ଓଏନଡିସି କ’ଣ ?

ଓଏନଡିସି ହେଉଛି ଓପନ୍ ନେଟଓ୍ୱାର୍କ ଫର ଡିଜିଟାଲ କମର୍ସ । ଇ କମର୍ସର ପ୍ରସାର ପାଇଁ ଏହାକୁ ଭାରତ ସରକାର ବିକାଶ କରିଛନ୍ତି । ଏଥିରେ କ୍ରେତା ଓ ବିକ୍ରେତାମାନେ ଯୋଡ଼ିହୋଇପାରୁଛନ୍ତି । ଏହା ଜରିଆରେ ବିଭିନ୍ନ କ୍ଷେତ୍ରର ବିକ୍ରେତାମାନେ ସିଧାସଳଖ ଗ୍ରାହକଙ୍କୁ ସେମାନଙ୍କ ସାମଗ୍ରୀ ବିକ୍ରି କରିପାରୁଛନ୍ତି। ସେମାନଙ୍କୁ ଆଉ କୌଣସି ତୃତୀୟ ପକ୍ଷ ସଂସ୍ଥାର ପ୍ଲାଟଫର୍ମରେ ଯୋଡ଼ି ହେବାକୁ ପଡ଼ୁନାହିଁ । ଓଏନଡିସି ଜରିଆରେ ଗ୍ରାହକମାନେ ଖାଦ୍ୟ, ପୋଷାକ, ଗ୍ରୋସରୀ, କ୍ୟାବ୍ ଓ ସିନେମା ଟିକଟ ବୁକିଂ କରିପାରିବେ ।

କିଭଳ ବ୍ୟବହାର କରିବେ ?

ଓଏନଡିସି କୌଣସି ସ୍ବତନ୍ତ୍ର ଆପ୍ ନୁହେଁ ଯାହାକୁ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିବାକୁ ପଡ଼ିବ। ଏହା ୟୁପିଆଇ ବ୍ୟବସ୍ଥା ଭଳି କାମ କରୁଛି। ଯଦି ଆପଣ ପେଟେଏମ୍ ବ୍ୟବହାର କରୁଛନ୍ତି ତେବେ ଓଏନଡିସିକୁ ସହଜରେ ବ୍ୟବହାର କରିପାରିବେ । ପେଟିଏମ୍ ଆପ୍ ଖୋଲି ତାହାର ସର୍ଚ୍ଚ ବାରରେ ଓଏନଡିସି ଟାଇପ୍ କରିବାକୁ ପଡ଼ିବ । ସେଥିରେ ଫୁଡ୍‌ ଓଏନ୍‌ଡିସି ଭଳି ବିଭିନ୍ନ ବର୍ଗ ଆସିବ। ଆପଣ ନିଜ ପସନ୍ଦର ବର୍ଗକୁ ଚୟନ କରି କରି ସେହି ସାମଗ୍ରୀ ଲାଗି ବରାଦ ଦେଇପାରିବେ। ଅନ୍ୟ ପ୍ଲାଟଫର୍ମ ତୁଳନାରେ ଏଥିରେ ବହୁତ ଶସ୍ତାର ଜିନିଷ କିଣିପାରିବେ ।

ନବୀନ ନୀତୀଶ ମିଟିଂରେ ହୋଇନି ମେଣ୍ଟ ଆଲୋଚନା, ସାକ୍ଷାତକାରକୁ କହିଲେ ପାରିବାରିକ

ଭୁବନେଶ୍ବର: ନବୀନ ନୀତୀଶ ମିଟିଂରେ ହୋଇନି ମେଣ୍ଟ ଆଲୋଚନା। ଦେଢ଼ ଘଣ୍ଟାର ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ। ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଉଭୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଉଭୟଙ୍କ ମଧ୍ୟରେ ସୁସଂପର୍କ ରହିଆସିଛି। ବିଜୁ ପଟ୍ଟନାୟକଙ୍କ ସମୟରୁ ପାରିବାରିକ ସଂପର୍କ ରହିଛି ।

କୋଭିଡ୍ ପାଇଁ ନିୟମିତ ଆସିପାରୁନଥିବା ନୀତୀଶ କହିଛନ୍ତି । ଆଜିର ସାକ୍ଷାତକାରକୁ ସେ ପାରିବାରିକ ବୋଲି କହିଛନ୍ତି । ସେପଟେ ବିହାରୀ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀରେ ବିହାର ଭବନ କରାଯିବ। ଏଥିପାଇଁ ଦେଢ଼ ଏକର ଜମି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି ।

ଆଜି ନୀତୀଶ କୁମାର ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଦେବୀ ମିଶ୍ର । ନୀତୀଶଙ୍କ ସ୍ବାଗତରେ ନବୀନ ନିବାସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ଟେରର ଫଣ୍ଡିଂ ବିରୋଧରେ NIAର ବଡ ଆକ୍ସନ, କାଶ୍ମୀର ଠୁ ତାମିଲନାଡୁ ସବୁଠି ରେଡ୍‌

ଶ୍ରୀନଗର: ବେଆଇନ ଟେରର ଫଣ୍ଡି ମାମଲାରେ ପୁଣି ଏନଆଇଏର ଛାପା। ଏକକାଳୀନ ୧୫ଟି ସ୍ଥାନରେ ରେଡ୍ କରୁଛି ଏନଆଇଏ । ଜମ୍ମୁ କାଶ୍ମୀର ସୋପିଆନର ୩ଟି ସ୍ଥାନ, ଅନନ୍ତନାଗର ୪ଟି, ବଡ଼ଗାମର ୨ଟି, ବାରାମୁଲ୍ଲାର ଗୋଟିଏ, ଶ୍ରୀନଗରର ୨ଟି, ପୁଞ୍ଚର ୨ଟି ଓ ରଜୌରୀର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ । ପାକିସ୍ଥାନ ସମର୍ଥିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଏନଆଇଏ ଚଢାଉ କରୁଛି ।

ଏପର୍ଯ୍ୟନ୍ତ କାହାକୁ ଅଟକ ରଖାଯାଇ ନାହିଁ  । ଏହା ପୂର୍ବରୁ ମେ ୨ରେ ଜମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ଏନଆଇଏ ଚଢାଉ କରିଥିଲା  । ଆତଙ୍କବାଦୀ ଗତିବିଧି ଓ ଅପରାଧିକ ଷଡଯନ୍ତ୍ର ବିଷୟରେ ଖବର ପାଇ NIA ଚଢାଉ ଜାରି ରଖିଛି  ।

ସେହିପରି ତାମିଲନାଡୁରେ ବି NIA ରେଡ୍‌ କରୁଛି  । ୧୦ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନଆଇଏ  । ପିଏଫଆଇ ସହ ଜଡିତ ଲିଡ୍‌ରଙ୍କ ଠିକଣା NIAକୁ ମିଳିଛି  । ଏହି ନେତାଙ୍କ ନାଁରେ ପୂର୍ବରୁ ମାମଲା ରହିଛି । ଏହା ପୂର୍ବରୁ NIA କାର୍ଯ୍ୟାନୁଷ୍ଠାନ କରି ସମଗ୍ର ଦେଶରୁ ପିଏଫଆଇର ୧୦୬ ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଥିଲା  ।