ଚେନ୍ନାଇ: ବାପା ପାଠ ପଢ଼ିବାକୁ କହିବାରୁ ବୋଲି ରଶି ଲଗାଇ ଝୁଲିପଡ଼ିଲା ୯ ବର୍ଷର ଝିଅ । ତାମିଲନାଡୁ ପେରିୟାକୁପ୍ପମରେ ଅଭାବନୀୟ ଘଟଣା । ୯ ବର୍ଷର ପ୍ରତୀକ୍ଷା ଇନଷ୍ଟାଗ୍ରାମରେ ବେଶ ଆକ୍ଟିଭ ରୁହନ୍ତି । ସାଙ୍ଗ ଓ ପଡୋଶୀ ତାଙ୍କୁ ଇନଷ୍ଟା କ୍ବିନ୍ ଭାବେ ଜାଣନ୍ତି । ରିଲ୍ସ ବନାଇ ପ୍ରତୀକ୍ଷା ଚର୍ଚ୍ଚାରେ ରହୁଥିବା ବେଳେ ବାପା ତାଙ୍କୁ ପାଠ ପଢ଼ିବାକୁ କହିଥିଲେ । ପଢ଼ିବାକୁ କହିବାରୁ ପ୍ରତୀକ୍ଷା ଘରେ କବାଟ ଦେଇ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲା । ବଜାରରୁ ଫେରିବା ପରେ ଝିଅ ଘର ଭିତରେ ଝୁଲୁଥିବା ଦେଖିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ପ୍ରତୀକ୍ଷାର ମୃତ୍ୟୁ ହୋଇଛି ।
ତ୍ରିପୁରା ବିଧାନସଭାରେ ଅଭାବନୀୟ ଘଟଣା, ଗୃହକାର୍ଯ୍ୟ ଚାଲିଥିବା ବେଳେ ପର୍ଣ୍ଣ ଦେଖିଲେ ବରିଷ୍ଠ ବିଜେପି ବିଧାୟକ
ଅଗରତାଲା: ବିଧାନସଭା ଚାଲିଛି । ସେପଟେ ଚାଲିଛି ପର୍ଣ୍ଣ ଓ୍ବାଚିଂ । ଘଟଣା ଘଟିଛି ତ୍ରିପୁରା ବିଧାନସଭା ଗୃହ ଭିତରେ । ଗୁରୁତ୍ବପୂର୍ଣ୍ଣ ବିଧାନସଭା ଅଧିବେଶନ ଚାଲିଥିବାବେଳେ ବାଗବାସା ବିଧାନସଭା ଆସନର ବିଜେପି ବିଧାୟକ ଯାଦବ ଲାଲ ନାଥ ନିଜ ମୋବାଇଲରେ ପର୍ଣ୍ଣ ଦେଖୁଥିବା ଭିଡିଓ ପଦାକୁ ଆସିଛି । ଜଣେ ବୟସ୍କ ବିଜେପି ବିଧାୟକଙ୍କ ଏହି କାରନାମା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।
ଗତ ୨୦୧୨ରେ କର୍ଣ୍ଣାଟକ ବିଜେପି ସରକାର ଅମଳରେ ମଧ୍ୟ ଦୁଇ ଜଣ ମନ୍ତ୍ରୀ ବିଧାନସଭା ଚାଲିଥିବାବେଳେ ପର୍ଣ୍ଣ ଦେଖୁଥିବା ନେଇ ଅଭିଯୋଗ ହୋଇଥିଲା । ସେହି ଦୁଇ ଜଣ ମନ୍ତ୍ରୀ ଥିଲେ ସମବାୟ ମନ୍ତ୍ରୀ ଲକ୍ଷ୍ମଣ ସାବାଦି ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସି.ସି. ପାଟିଲ ।
ରାଜଧାନୀରେ ମାତିଛନ୍ତି ଜମି ମାଫିଆ, ୭ ଜଣ ଜମି ମାଫିଆଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଜମି ମାଫିଆ । ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ନେଉଛନ୍ତି ବଟି । ୭ ଜଣ ଜମି ପୋଜେସନ ମାଫିଆଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ପ୍ରେସିଡେନ୍ସି ପଛରେ ଏକ ବିବାଦୀୟ ଜମିକୁ ନେଉଥିଲେ ପୋଜେସନ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ୨୫ ତାରିଖରେ ଏନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ତଦନ୍ତ କରି ପୋଲିସ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟଙ୍କୁ ଗିରଫ କରିଛି ।
ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା । ମାମଲାରେ ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଫେରାର ରହିଛି । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ । ଗିରଫ ପରେ ସମସ୍ତଙ୍କ ହାତରେ ଦଉଡ଼ି ବାନ୍ଧି ଚଲାଇ ଚଲାଇ ନେଇଛି ପୋଲିସ । ଏଭଳି ଠକେଇ ଶିକାର ହେଲେ ତୁରନ୍ତ ଟୋଲଫ୍ରି ନମ୍ବରରେ କଲ କରି ଜଣାଇବାକୁ ଅପିଲ କରିଛନ୍ତି ଡିସିପି ।
ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି, ମୋତେ ମାନସିକ ଭାବେ ସପୋର୍ଟ ଦେଇଥିଲେ ରାହୁଲ ଗାନ୍ଧୀ: ଦିବ୍ୟା ସ୍ପନ୍ଦନା
ବେଙ୍ଗାଲୁରୁ: ଆତ୍ମହତ୍ୟା କରିବାକୁ ଚାହୁଁଥିଲି, ମାନସିକ ଭାବେ ସପୋର୍ଟ ଦେଇଥିଲେ ରାହୁଲ ଗାନ୍ଧୀ । କର୍ଣ୍ଣାଟକରେ ଏକ ଟକ୍ ସୋ ଭାଗ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏଭଳି କହିଛନ୍ତି କନ୍ନଡ ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନା । ସାଂସଦ ଥିବା ବେଳେ ସ୍ପନ୍ଦନାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ଏବଂ ନିର୍ବାଚନ ହାରିଯିବା ପରେ ମନରେ ଅନେକ ଦୁଶ୍ଚିନ୍ତା ରହିଥିଲା । ଗୋଟିଏ ସମୟରେ ଆତ୍ମହତ୍ୟା କରିବାକୁ ସ୍ଥିର କରିନେଇଥିଲି । ବାପାଙ୍କ ପରେ ମାଆ ମୋର ସବୁଠୁ ବଡ଼ ସପୋର୍ଟର ଥିବା ବେଳେ ସେ ସମୟରେ ରାହୁଲ ଗାନ୍ଧୀ ମାନସିକ ଭାବେ ସପୋର୍ଟ କରିଥିଲେ ବୋଲି କହିଛନ୍ତି ସ୍ବପ୍ନା ।
୨୦୧୨ରେ ଦିବ୍ୟା ସ୍ପନ୍ଦନା କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୩ରେ ମାଣ୍ଡ୍ୟାରୁ ଉପନିର୍ବାଚନ ଲଢ଼ି ଜିତିଥିଲେ । କର୍ଣ୍ଣାଟକରେ କଂଗ୍ରେସର ସୋସିଆଲ ମିଡିଆ ହେଡ୍ ଭାବେ କାର୍ଯ୍ୟ କରିଥିଲେ ସ୍ପନ୍ଦନା । ଏବେ ପୁଣି ସେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ହୋଇଛନ୍ତି ।
ରାମନବମୀ ପୂଜା ବେଳେ ମନ୍ଦିରରେ ଅଗ୍ନିକାଣ୍ଡ
ହାଇଦ୍ରାବାଦ: ରାମନବମୀ ପୂଜା ବେଳେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀରେ ଅଘଟଣ । ପଶ୍ଚିମ ଗୋଦାବରୀର ବେଣୁଗୋପାଳ ସ୍ବାମୀ ମନ୍ଦିରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ରାମନବମୀ ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ମନ୍ଦିରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଆହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନି । ସେପଟେ କେଉଁ କାରଣରୁ ବେଣୁଗୋପାଳ ସ୍ୱାମୀ ମନ୍ଦିରରେ ନିଆଁ ଲାଗିଲା ତାହାର କାରଣ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ଯଜ୍ଞ ଚାଲିଥିବା ବେଳେ ଧସିଲା ମନ୍ଦିର କୂଅ, ଫସିଛନ୍ତି ୨୫ ଶ୍ରଦ୍ଧାଳୁ
ଇନ୍ଦୋର: ରାମନବମୀ ପୂଜା ବେଳେ ଇନ୍ଦୋରରେ ଅଘଟଣ । ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରର କୂଅ ଧସିଯାଇଛି । ୬୦ ଫୁଟ କୂଅ ଭିତରେ ଫସିଛନ୍ତି ପ୍ରାୟ ୨୫ ଶ୍ରଦ୍ଧାଳୁ । ରାମନବମୀ କାରଣରୁ ମନ୍ଦିରରେ ପ୍ରବଳ ଗହଳି ଥିଲା । ଭିଡ ବଢ଼ିବାରୁ କୂଅର ଛାତ ଖସି ପଡ଼ିଛି ।ଅଗ୍ନିଶମ ବାହିନୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ମନ୍ଦିରରେ ଯଜ୍ଞ ଚାଲିଥିବାବେଳେ ଅଗଟଣ ଘଟିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘଟଣାର ଅନୁସନ୍ଧାନ କରି ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ବିଧାୟକ, ଜିଲ୍ଲାପାଳ ମନ୍ଦିରରେ ପହଞ୍ଚିଛନ୍ତି ।

