spot_img
Home Blog Page 3327

ବାହା ହେବେ ଆଉ ଦୁଇ ଜିଲ୍ଲାପାଳ, ପୁରୀ ଓ ରାୟଗଡ଼ା ଜିଲ୍ଲାପାଳଙ୍କ ମଧ୍ୟରେ ବିବାହ

ପୁରୀ: ରାଜ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଉ ଦୁଇ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା ଥମିନଥିବାବେଳେ ଏବେ ଆଉ ଦୁଇ IAS ବାହା ହେବାକୁ  ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ଚଳିତ ମାସରେ ବାରଣାସୀରେ ବାହା ହେବେ । ଏହା ସମର୍ଥ ଓ ସ୍ୱଧାଙ୍କ ଦ୍ୱିତୀୟ ବିବାହ ହେବ ।

ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂଙ୍କୁ ବିବାହ କରିଥିବାବେଳେ ସ୍ୱଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ସ୍ତ୍ରୀ ଥିଲେ । କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଫିସରଙ୍କୁ ବିବାହ କରିଥିଲେ । ସେହିପରି ଚଞ୍ଚଳ ରାଣା ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଅଗ୍ରିଆ ସମାଜ, ପ୍ରତିଶ୍ରୁତି ପୂରଣ କରିଥିବାରୁ ଜଣାଇଲା ଧନ୍ୟବାଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଗ୍ରିଆ ସମାଜ । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଛି ଦିନ ତଳେ ସେମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଅଧ ଏକର ଜମି ଓ ଭବନ ନିର୍ମାଣ ପାଇଁ ୩ କୋଟି ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ । ଅଗ୍ରିଆ ସମାଜର ଅଧିକାଂଶ ଲୋକେ ଝାରସୁଗୁଡା ଓ ସୁନ୍ଦରଗଡ଼ରେ ବସବାସ କରନ୍ତି । ଚାଷ କରି ଜୀବିକା ନିର୍ବାହ କରନ୍ତି ।

ଭୁବନେଶ୍ବରରେ ଖୋଲିଲା କନସେନଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର

ଭୁବନେଶ୍ୱର: ଓଡ଼ିଶା ଲେଖୁଛି ସଫଳତାର କାହାଣୀ । ଶିକ୍ଷା, ସ୍ବାସ୍ଥ୍ୟ ଓ କ୍ରୀଡ଼ା ପର ଆଇଟି ହବ୍ ପାଲଟିଛି ଭୁବନେଶ୍ବର । ଆଇଟି ଓ ବିପିଓ କ୍ଷେତ୍ରରେ ବିଶ୍ବସ୍ତରୀୟ ହେଉଛି ଓଡ଼ିଶା । ଓଡ଼ିଶାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଆଇଟି ଓ ବିପିଓ କମ୍ପାନୀ । ଏହି କ୍ରମରେ ଆଜି ଭୁବନେଶ୍ବରରେ ଖୋଲିଛି କନସେନଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଓଡ଼ିଶାରେ ୨  ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ । ପୂର୍ବରୁ ଭୁବନେଶ୍ବରରେ ଆଇବିଏମ, ହାପିଏଷ୍ଟ ମାଇଣ୍ଡ, ଇନଟେକଚର ଟେକ୍, ଇନୋଭେୟାର ଓ ଡେଲଏଟ ଭଳି ଆଇଟି କମ୍ପାନୀ ଓଡ଼ିଶାରେ ନିଜର ଶାଖା ଖୋଲି ସାରିଛନ୍ତି ।

 

 

 

 

 

ଝାରସୁଗୁଡ଼ାରେ ବିଜେପିର ଡାର୍ଟି ପଲିଟିକ୍ସ ରିପିଟ୍ ଅଭିଯୋଗ, ହାରିବା ଭୟରେ ହିଂସା ରଚୁଛି ବିଜେପି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେପିର ଡାର୍ଟି ପଲିଟିକ୍ସ ରିପିଟ୍ ଅଭିଯୋଗ । ଝାରସୁଗୁଡ଼ାରେ ହାରିବା ଭୟରେ ବିଜେପୁର ଓ ପଦମପୁର ପରି ବିଜେପି ହିଂସା ରାଜନୀତି ଆପଣାଇଥିବା ଅଭିଯୋଗ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଗତ ୨ ତାରିଖରେ ଗୌଡ଼ପଡ଼ାର ବିଜେଡି କର୍ମୀ ଗୋବିନ୍ଦ ଝରା ପ୍ରଚାର କରୁଥିବା ବେଳେ ବିଜେପି କର୍ମୀ ବିପ୍ର ବନଛୋର ଓ ଆଉ କିଛି ବିଜେପି ସମର୍ଥକ ଗୋବିନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସମ୍ପର୍କିତ ଫଟୋ ଓ ଭିଡିଓ ସିଇଓଙ୍କୁ ବିଜେଡି ପ୍ରତିନିଧି ଦଳ ହସ୍ତାନ୍ତର କରିଛନ୍ତି ।

ହାରିବା ସୁନିଶ୍ଚିତ ଜାଣି ବିଜେପି ହିଂସାର ପନ୍ଥା ଆପଣାଇଥିବା ବିଜେଡି ଅଭିଯୋଗ କରିଛି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ନେତୃତ୍ବରେ ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଦ୍ବିତୀୟ ପର୍ଯ୍ୟାୟରେ ମିଳିବ ୧୧୧ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ । ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ । ୨୦୨୨ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ସହାୟତା – ୧୯୪ କୋଟି । କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ । ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏବଂ ୪୦ ହଜାର ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଏହି ସହାୟତା ମିଳିବ। ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ।

ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ । କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ । ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ । ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ୮୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦୁପତ୍ର ହିତାଧିକାରୀମାନେ, ଯେଉଁମାନେ କି ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି, ସେମାନଙ୍କ ଜୀବନଧାରଣ ମାନର ଉନ୍ନତିରେ ଏହି ଘୋଷଣା ସହାୟକ ହେବ ।

ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା: ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ୧୦ରୁ ଅଧିକ ଆହତ । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାରୁ ରାଉରକେଲା ଯାଉଥିବା ବେଳେ ବାଇପାସ୍ ନିଟକରେ ହେଇଛି ଦୁର୍ଘଟଣା । ବରଯାତ୍ରୀ ବସ୍ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସର୍ବିଆରେ ଫୁଟିଲା ଗୁଳି, ୮ ମୃତ

ନୂଆଦିଲ୍ଲୀ: ସର୍ବିଆରେ ଫୁଟିଲା ଗୁଳି । ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାଜଧାନୀ ବେଲଗ୍ରେଡରୁ ପ୍ରାୟ ୬୦ କିଲୋମିଟର ଦୂରରେ ଫୁଟିଲା ଗୁଳି । ଚଳନ୍ତା ଗାଡ଼ିରୁ ମେସିନ୍ ଗନରେ ଅନ୍ଧାଧୁନ ଗୁଳିକରି ଫେରାର ହୋଇଯାଇଛି ଦୁର୍ବୃତ୍ତ । ଆତତାୟୀକୁ ଖୋଜୁଛି ପୋଲିସ ।

ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଯୁବକ ମୃତ

ସୋର: ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ମିନି ଟ୍ରକକୁ ଧକ୍କା ଦେଲା ଅଜଣା ଗାଡ଼ି । ଦୁଇ ଯୁବକ ମୃତ ଓ ଦୁଇ ଯୁବକ ଗୁରୁତର । ସୂଚନା ଅନୁସାରେ ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢାବା ନିକଟରେ କୁକୁଡ଼ା ଟ୍ରକଟି ଛିଡ଼ା ହୋଇଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପଶ୍ଚିମବଙ୍ଗର ଦୁଇ ଯୁବକ ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାରଙ୍କର ମୃତ୍ୟୁ ହୋଇଛି । ଟ୍ରକରେ ଥିବା ଅନ୍ୟ ଦୁଇ ଯୁବକ ସେଫ ସର୍ଦ୍ଦାର ଓ ଆଲମ୍ ଗିରିକୁ ଉଦ୍ଧାର କରିଥିଲେ । କୁକୁଡ଼ା ଗାଡିରେ ଅଟକିଥିବା ଦୁଇ ଯୁବକଙ୍କୁ ସୋର ଦମକଳ ବାହିନୀ ଗ୍ୟାସ କଟରରେ କାଟି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ । ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଫେରୁଥିବା ବେଳେ ଭୋର ୫ଟାରେ ଏହି ଦୁର୍ଘଟଣା ଘଟିଛି ।

ଝାରସୁଗୁଡ଼ାରେ ଜମୁଛି ପ୍ରଚାର, ମଇଦାନରେ ଷ୍ଟାର ପ୍ରଚାରକଙ୍କ କ୍ୟାମ୍ପେନ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଜମୁଛି ପ୍ରଚାର । ଦିନ ସରୁଥିବାବେଳେ କ୍ୟାମ୍ପେନକୁ ଆହୁରି ଜୋରଦାର କରିଛନ୍ତି ସବୁଦଳ । ଏବେ ମଇଦାନରେ ଚାଲିଛି ଷ୍ଟାର ପ୍ରଚାରକଙ୍କ ଲଢେଇ । ଗାଁରୁ ଗାଁକୁ ବୁଲି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରା, ବାଇକ ରାଲି, ଡୋର ଟୁ ଡୋର କ୍ୟାମ୍ପେନ ଓ ମହିଳା ସମାବେଶ ମାଧ୍ୟମରେ ଲୋକଙ୍କ ନିକଟର ହେଉଛନ୍ତି । ସବୁଠି ଦୀପାଳିଙ୍କୁ ମହିଳାମାନେ କୋଳେଇ ନେଉଛନ୍ତି ।

ସେପଟେ ଆଉ ଦିନକ ପରେ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖରେ ଦୀପାଳି ଦାସଙ୍କ ପାଇଁ ନବୀନ ମାଗିବେ ଭୋଟ୍ । ଏଥିପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି । ଦୀପାଳି କହିଛନ୍ତି, ପରୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଆସିଲେ ପାଖରେ ବାପା ଛିଡ଼ା ହେଲା ଭଳି ଲାଗିବ । ମନୋବଳ ବଢ଼ିବ । ଝାରସୁଗୁଡ଼ା ଲୋକ ବିକାଶ ସହ ଅଛନ୍ତି ଓ ନବୀନ ହିଁ ବିକାଶର ବିନ୍ଧାଣୀ ବୋଲି ଜାଣିଛନ୍ତି । ସେପଟେ କଂଗ୍ରେସ ଏବଂ ବିଜେପି ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।

ଏନସିପିର କିଏ ହେବେ ପରବର୍ତ୍ତୀ ଅଧ୍ୟକ୍ଷ ; ଜରୁରୀ ବୈଠକରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ :  ଆଜି ବଛାହୋଇପାରନ୍ତି ଏନସିପିର ପରବର୍ତ୍ତୀ ଅଧ୍ୟକ୍ଷ । ପରବର୍ତ୍ତୀ ଅଧ୍ୟକ୍ଷ ଲାଗି ଆଜି ବସିବ ଦଳର ଜରୁରୀ ବୈଠକ । ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ- ତାହାକୁ ନେଇ ଚାଲିଛି ଚର୍ଚ୍ଚା । ଅଧ୍ୟକ୍ଷ ପଦରୁ ଶରଦ ପାଓ୍ବାର ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ନେତା ସେଥିନେଇ ଦଳରେ ଚାଲିଛି ମାନସମନ୍ଥନ ।

ପାଓ୍ବାରଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ କମିଟି ଦଳର ପରବର୍ତ୍ତୀ ନେତାଙ୍କୁ ଚୟନ କରିବା ଆଶା କରାଯାଉଛି । ସମ୍ଭବତଃ କନ୍ୟା ସୁପ୍ରିୟା ସୁଲେଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇପାରେ ବୋଲି ସୂଚନା ମିଳିଛି । ୮୨ ବର୍ଷ ବୟସ୍କ ପାଓ୍ବାରଙ୍କ କନ୍ୟା ସୁପ୍ରିୟା ଏବେ ସାଂସଦ ଅଛନ୍ତି । ଗତକାଲି ସୁପ୍ରିୟାଙ୍କ ସହ ଦଳୀୟ ସଙ୍କଟ ପ୍ରସଙ୍ଗରେ ଆଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେହିପରି ପାଓ୍ବାରଙ୍କୁ ବି ଭେଟିଥିଲେ ଦଳର ଉପସଭାପତି ପ୍ରଫୁଲ୍ଲ ପଟେଲ ।