spot_img
Home Blog Page 3374

ବିଶିଷ୍ଟ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଲା IIMCAA ଆଓ୍ବାର୍ଡ ୨୦୨୩

ନୂଆଦିଲ୍ଲୀ: ବିଶିଷ୍ଟ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ IIMCAA ଆଓ୍ବାର୍ଡ ୨୦୨୩। ନୂଆଦିଲ୍ଲୀ IIMC ପକ୍ଷରୁ ଆୟୋଜିତ IIMCAA ଆଓ୍ବାର୍ଡ ୨୦୨୩ ଉତ୍ସବରେ ଗାୟତ୍ରୀବାଳାଙ୍କୁ ସମ୍ମାନିତ କରାଯାଇଛି। ଆଲୁମିନି ଅଫ ଦ ଇୟର ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା  ।

ଢେଙ୍କାନାଳ IIMCର ୨୦୦୧-୦୨ ବର୍ଷର ଆଲୁମିନି ହେଉଛନ୍ତି ଗାୟତ୍ରୀବାଳା। ସମ୍ମାନିତ ହେବା ପରେ ଗାୟତ୍ରୀବାଳା କହିଛନ୍ତି, ମୁଁ ଢେଙ୍କାନାଳ IIMCରେ ପଢୁଥିଲି । ଆଲୁମିନି ଅଫ ଦ ଇୟର ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ବହୁତ ଖୁସି।

https://youtu.be/zcGmQIJAUl8

ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦି ସଂସ୍କରଣ ଉନ୍ମୋଚିତ

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦି ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି  । ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ପୁସ୍ତକ ଦୟାନଦୀ ଓଡ଼ିଆ ପାଠକଙ୍କ ଦ୍ବାରା ବେଶ ଆଦୃତ ହେବା ପରେ ଦ୍ବିତୀୟ ହିନ୍ଦି ସଂସ୍କରଣ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାରେ ଲୋକାର୍ପିତ ହୋଇଛି।

ଲୋକାର୍ପଣ ଉତ୍ସବରେ ରାଜକମଲ ପ୍ରକାଶନୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅଶୋକ ମାହେଶ୍ବରୀ, ସମ୍ପାଦକ ଧର୍ମେନ୍ଦ୍ର ସୁଶାନ୍ତ, ଏବଂ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ। ଦୟାନଦୀ କବିତା ସଂକଳନର ସର୍ଜନା ଓ ଏହାପଛର ଉଦେଶ୍ୟ ସମ୍ପର୍କରେ ରାଜକମଲ ପ୍ରକାଶନ ପକ୍ଷରୁ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ଏକ ସାକ୍ଷାତକାର କରିଥିଲେ ଧର୍ମେନ୍ଦ୍ର ସୁଶାନ୍ତ।

ଭୁବନେଶ୍ବର ଉପକଣ୍ଠରେ ଥିବା ଦୟାନଦୀ କୂଳରେ ୨ ହଜାର ବର୍ଷ ପୂର୍ବେ ମଗଧ ଓ କଳିଙ୍ଗ ମଧ୍ୟରେ ଯୁଦ୍ଧ ହୋଇଥିଲା  । କୁହାଯାଏ ଏହି ଯୁଦ୍ଧରେ ମଗଧ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ବୌଦ୍ଧ ଧର୍ମ ଗ୍ରହଣ କରି ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଥିଲେ। ଇତିହାସର ଏହି ଘଟଣା ପରିପ୍ରେକ୍ଷୀରେ ଦୟାନଦୀ କବିତା ସଂକଳନ ରଚନା ହୋଇଛି  ।

ତେବେ ଯୁଦ୍ଧ କେବେ ପ୍ରଗତି ଆଣେ ନାହିଁ, ଏହି ବାର୍ତ୍ତା ନିଜର କବିତା ମାଧ୍ୟମରେ ଡକ୍ଟର ପଣ୍ଡା ପାଠକଙ୍କୁ ଜଣାଇବାକୁ ଚାହିଁଛନ୍ତି ।  ନିଜ ପଠାରେ କଳିଙ୍ଗ ଯୁଦ୍ଧ ହୋଇଛି ଓ ସେହି ଯୁଦ୍ଧ ଦୟାନଦୀକୁ ଯେଉଁ ସନ୍ତାପ ଦେଇଛି ତାର ଚୁନା ଚୁନା ଆବେଗ ଦୟାନଦୀରେ ସନ୍ନିବେଶିତ କବିତାର ବିଷୟ ବୋଲି ଡକ୍ଟର ପଣ୍ଡା ନିଜ ସାକ୍ଷାତକାର ବେଳେ କହିଛନ୍ତି  ।

ସିବିଆଇ ଅଫିସ୍ ଯିବା ପୂର୍ବରୁ କାହିଁକି ଏମିତି କହିଲେ ସିସୋଦିଆ…

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ। ୮ ଘଣ୍ଟାର ଜେରା ପରେ ଗିରଫ କଲା ସିବିଆଇ।

‘‘ଯଦି ମୁଁ ୭ରୁ ୮ ମାସ ଜେଲରେ ରୁହେ, ତେବେ ମୋ ପାଇଁ ଦୁଃଖ କରିବନି, ଗର୍ବ କରିବ। ଅରବିନ୍ଦ କେଜ୍ରିୱାଲଙ୍କୁ ଡରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ମୋତେ ମିଛ କେସରେ ଫସାଇବାକୁ ଚେଷ୍ଟା କରୁଛନ୍ତି । ମୋ ସ୍ତ୍ରୀ ଏବେ ଅସୁସ୍ଥ ଅଛି, ତା’ର ଯତ୍ନ ନେବ । ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ତୁମେ ମାନେ ମନ ଦେଇ ପାଠପଢ, ମା’ ବାପାଙ୍କ କଥା ମାନିବ’’ ଏଭଳି କିଛି କଥା ମନୀଷ ସିବିଆଇ ଅଫିସକୁ ଯିବା ପୂର୍ବରୁ କହିଥିଲେ ।

ମନୀଷଙ୍କ ଗିରଫଦାରୀ ପରେ ଆପ କର୍ମୀ ହଙ୍ଗାମା କରିଛନ୍ତି। ଏମିତିକି ଆପର ୫୦ କର୍ମୀ ଓ ନେତାଙ୍କୁ ଅଟକ ରଖିଛି ପୋଲିସ ।

୮ ଘଣ୍ଟାର ଲମ୍ବା ଜେରା ପରେ ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ୮ ଘଣ୍ଟାର ଲମ୍ବା ଜେରା ପରେ ଗିରଫ କରିଛି ସିବିଆଇ । ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି ।

ସୂଚନା ଅନୁଯାୟୀ, ମନୀଷଙ୍କୁ ଜେରା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ସମ୍ପୃକ୍ତ ଅଧିକାରୀ ଜଣକ କହିଥିଲେ- ଅବକାରୀ ନୀତିର ଚିଠା ତିଆରି କରିବାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଭୂମିକା ଥିଲା ।

ବର୍ତ୍ତମାନ ଲାଗି ସିବିଆଇ ମୁଖ୍ୟାଳୟରେ ସିସୋଦିଆଙ୍କୁ ରଖାଯିବ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେବଳ ସିସୋଦିଆ ନୁହନ୍ତି ଆପର କେତେକ ନେତାଙ୍କୁ ସିବିଆଇ କରିଥିଲା ଟାର୍ଗେଟ । ଆପ୍ ସରକାରର ଅବକାରୀ ନୀତି ୨୦୨୧-୨୨କୁ ଗତ ବର୍ଷ ଜୁଲାଇ ୩୧ରେ ରଦ୍ଦ କରାଯାଇଥିଲା । ନୂଆ ନୀତିକୁ ରଦ୍ଦ କରିବା ପରେ ଗତ ୨୦୨୦ ନଭେମ୍ବର ୧୭ ପୂର୍ବରୁ ଲାଗୁ ହୋଇଥିବା ପୁରୁଣା ଅବକାରୀ ନୀତିକୁ କାର୍ଯ୍ୟକାରୀ କରିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ । ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ସୁପାରିସ୍ କରିଥିଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା।

ତେବେ ମନୀଷଙ୍କୁ ଗତ ୧୯ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ। ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି। ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।

OERCର ଅଧ୍ୟକ୍ଷ ହେବେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର:  OERC ଅଧ୍ୟକ୍ଷ ହେବେ ସୁରେଶ ଚନ୍ଦ୍ର ମହାପାତ୍ର । ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ ସୁରେଶ ମହାପାତ୍ର ।  ଅବସର ନେବା ପୂର୍ବରୁ ତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ଦାୟିତ୍ୱ ଗ୍ରହଣ ଦିନଠାରୁ କାର୍ଯ୍ୟକାଳ ଅବଧି ଆରମ୍ଭ ହେବ

ସୁରେଶ ମହାପାତ୍ର ଏବେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଫେବ୍ରୁଆରୀ ୨୮ରେ ତାଙ୍କର କାର୍ଯ୍ୟକାଳ ସରୁଛି। ଅବସର ପରେ ତାଙ୍କ ସ୍ଥାନ ସମ୍ଭାଳିବେ ପ୍ରଦୀପ ଜେନା । ଯିଏକି ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ରହିଛନ୍ତି ।

 

ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତି। ଆଜି ମଧ୍ୟାହ୍ନ ୧୨ଟା ୩୦ମି. ସମୟରେ ଭୁବନେଶ୍ୱର AIIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି ।

ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ଜୀବନ ସହିତ ସଂଗ୍ରାମ କରୁଥିଲେ। ବେଙ୍ଗାଳୁରୁ ପରେ ତାଙ୍କୁ ଗତ ୧୫ ଦିନ ଦେବ AIIMSକୁ ଅଣାଯାଇଥିଲା। ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସ୍ବର୍ଗତ ଅଜିତ ମହାନ୍ତିଙ୍କ ପତ୍ନୀ ଶାନ୍ତି ମହାନ୍ତି ସୂଚନା ଦେଇଛନ୍ତି।

୫ରେ କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ, ଲୋକାର୍ପଣ କରିବେ ବିଭିନ୍ନ ପ୍ରକଳ୍ପ

ଗୋଲାମୁଣ୍ଡା: ଆସନ୍ତା ମାର୍ଚ୍ଚ ୫ରେ କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ କଳାହାଣ୍ଡିରେ ଉତ୍ସାହ। ଗୋଲାମୁଣ୍ଡା ବ୍ଲକ ବୃନ୍ଦା ବାହାଲ ଖେଳ ପଡିଆରେ ଅବତରଣ କରିବା ସହ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମ୍ବପାଣିରୁ ଧର୍ମଗଡ ଭାୟା ଗୋଲାମୁଣ୍ଡା ସିନାପାଲି ୧୮୨ କୋଟି ଟଙ୍କାରେ ନିର୍ମିତ ଦୀର୍ଘ ୭୧ କିମି ରାସ୍ତାର ଲୋକାର୍ପଣ ହେବ ।

ଏହା ସହ ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଧର୍ମଗଡ ସରକାରୀ ବସ୍ ଷ୍ଟାଣ୍ଡ ଓ ୭ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଲୋକାର୍ପଣ କରିବେ। ସେହିପରି ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି l

ସେହିପରି ବିଜୁ ଏକ୍ସପ୍ରେସରେ  ବସ୍ ଶୋଭାଯାତ୍ରାରେ ଯିବା ସହିତ ଧର୍ମଗଡ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକରେ ମଧ୍ୟ ଏକ ସାଧାରଣ ସଭାରେ ସାମିଲ ହେବା ନେଇ ସୂଚନା।

 

କଟକ ହରିପୁର ବାବା ସାଗର ବିଦ୍ୟାପୀଠରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

କଟକ: କଟକ ହରିପୁର ବାବା ସାଗର ବିଦ୍ୟାପୀଠରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କଟକ ସିଟି ସଂଯୋଜକ ଡ. ରଂଜନ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମେୟର ସୁବାସ ସିଂ, ବିଜେଡି ଆଇନଜୀବୀ ସାମୁଖ୍ୟର ରାଜ୍ୟ ସଭାପତି ମିଲନ କାନୁନଗୋ, ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୁଳିଆ ଉପସ୍ଥିତ ଥିଲେ।

ତେବେ ଖରାଦିନେ ରକ୍ତର ଅଭାବ ଦୂର ପାଇଁ ସାରା ରାଜ୍ୟରେ ଛୋଟ ଛୋଟ ଶିବିର ଆୟୋଜନ କରିବାକୁ ଆହ୍ବାନ ଦେଇଛନ୍ତି ଓଡ଼ିଶା ମୋ ପରିବାର ସିଟି ସଂଯୋଜକ।

ଚର୍ଚ୍ଚାରେ ଦେଶୀ ବଇଦ ହରି ପାଙ୍ଗି, ୮ରେ ଯିବେ ଆମେରିକା

କୋରାପୁଟ: ଦେଶୀ ବଇଦଙ୍କୁ ଆମେରିକା ଡାକରା। କୋରାପୁଟ ଜିଲ୍ଲାର ତେନ୍ତୁଳିଗୁଡା ଗ୍ରାମର ହରି ପାଙ୍ଗି। ଗୁପ୍ତେଶ୍ବର ଆୟୁର୍ବେଦିକ ଚିକିତ୍ସା କରନ୍ତି ହରି ପାଙ୍ଗି । ପ୍ରତିଦିନ ଏଠାକୁ ଆସନ୍ତି ବୁହୁ ରୋଗୀ। ବିଭିନ୍ନ ରୋଗୀ ଏଠାରେ ଭଲ ହୋଇ ଯାଉଥିବା କହିଛନ୍ତି।

ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ ଜଟିଳ ରୋଗର ଚିକିତ୍ସା ପାଇଁ ଆସୁଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେ ଆମେରିକା ଔଷଧ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ଦେବେ।

ବିବାହ ନାଁରେ ନାବାଳିକା ଝିଅକୁ ସାବତ ବାପାର ବିକ୍ରି ଉଦ୍ୟମ

ବଲାଙ୍ଗୀର: ବିବାହ ନାଁରେ ନାବାଳିକା ଝିଅକୁ ବିକ୍ରି ପାଇଁ ସାବତ ବାପାର ଉଦ୍ୟମ ଅଭିଯୋଗI ମଧ୍ୟସ୍ଥି ଜରିଆରେ ବିକ୍ରି ବେଳେ ଧରିଲା ପୋଲିସI ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ 4 ଅଟକ I ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଘସିଏନ ଗାଁରୁ ଆସିଛି ଏହି ଅଭାବନୀୟ ଖବର I

ଘଟଣା ଅନୁଯାଇ ନବମ ଶ୍ରେଣୀରେ ପଢୁଥିବା ଝିଅକୁ  ବିକ୍ରି ପାଇଁ ୮୦ ହଜାର ଟଙ୍କାରେ ଡିଲ ହୋଇଥିଲା।ମହିଳା ମଧ୍ୟସ୍ଥିଙ୍କ ଜରିଆରେ ୫୦ ହଜାର ଟଙ୍କା ନେଇଥିଲେ ମା ଓ ସାବତ ବାପା I ଝିଅକୁ ରାଜସ୍ଥାନ ଚାଲାଣ ଉଦ୍ୟମ କରୁଥିଲା ସାବତ ବାପା  । ଝିଅକୁ ବଧୂବେଶରେ ସଜାଇ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚିଥିଲା I

କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ରେଳବାଇ ପୋଲିସ ପହଞ୍ଚି ପଚରା ଉଚରା କରିବା ସହ ବଧୂ ବେଶରେ ସଜ୍ଜିତ ଝିଅଟି ନାବାଳିକା ହୋଇଥିବା ବେଳେ ତାଙ୍କୁ  ରାଜସ୍ଥାନ ଚାଲାଣ କରାଯାଉଥିବା ଜଣାପଡିଥିଲା I ପରେ କଣ୍ଟାବାଞ୍ଜି ରେଳବାଇ ପୋଲିସ ଉକ୍ତ ନାବାଳିକାକୁ ନିଜ ହେପାଜତରେ ରଖିଥିବା ବେଳେ ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ ୪ ଜଣଙ୍କୁ ପାଟଣାଗଡ ଥାନାକୁ ଅଣାଯାଇଥିଲା I ପରେ ଅଟକ  ୪ ଜଣଙ୍କୁ ଲରମ୍ଭା ଥାନାକୁ ନିଆଯାଇଥିଲା I ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ମଧ୍ଯ ଘଟଣାର ତଦନ୍ତ ଆରମ୍ଭ ହୋଇଛି I