spot_img
Home Blog Page 3373

ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କ ପରଲୋକ

ଗୁରୁଗ୍ରାମ: ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କ ପରଲୋକ । ବାଥରୁମରେ ପଡ଼ିଯିବାରୁ ୭୮ବର୍ଷୀୟ ବୟସ୍କ ବେଦପ୍ରତାପଙ୍କର ମୃତ୍ୟୁ ହୋଇଛି । ହରିୟାଣାରର ଗୁରୁଗ୍ରାମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ମିଡିଆ ଜଗତରେ ଶୋକର ଛାୟା ଖେଲିଯାଇଛି । ସେ ଜଣେ ବରିଷ୍ଠ ପତ୍ରକାର ଓ ରାଜନୈତିକ ବିଶ୍ଳେଷକ ଭାବେ ଜଣାଶୁଣା ଥିଲେ । ୨୦୧୪ରେ ଆତଙ୍କୀ ହାଫିଜ ସଇଦର ଇଣ୍ଟରଭ୍ୟୁ ନେଇଥିଲେ ବୈଦିକ । ୧୯୪୪ ମସିହାରେ ଇନ୍ଦୋରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୮ ମସିହାରୁ ସାମ୍ବାଦିକ କ୍ୟାରିଅର ଆରମ୍ଭ କରିଥିଲେ । ନବଭାରତ ଟାଇମ୍ସ ଓ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ସହ ମଧ୍ୟ କାମ କରିଥିଲେ ବେଦପ୍ରତାପ । ସେ ଜେଏନୟୁରୁ ଅନ୍ତରାଷ୍ଟ୍ରୀୟ ରାଜନୀତିରେ ପିଏଚଡି ହାସଲ କରିଥିଲେ ।

ହେଲିକପ୍ଟରରେ ଆସୁଛି ପୋଲିସ, ବନ୍ଧାହେବେ ଇମ୍ରାନ

ଇସଲମାବାଦ: ଇମ୍ରାନ ଖାନଙ୍କୁ ଆଜି ବାନ୍ଧିଦେବ କି ପୋଲିସ । ଇମ୍ରାନଙ୍କ ନାଁରେ ବୁଲୁଛି ଗିରଫ ବିହୀନ ପରୱାନା । ଆଜି ପିଟିଆଇ ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ଇସଲମାବାଦ ପୋଲିସ । ଆଇନକୁ ହାତକୁ ନେଇ ଛନ୍ଦି ହୋଇ ପଡିଥିଲେ ଇମ୍ରାନ । ଆଉ ଏବେ ବାନ୍ଧିବାକୁ ହେଲିକପ୍ଟରରେ ଆସୁଛି ପୋଲିସ । ଇମ୍ରାନ ଖାନଙ୍କ ବାସଭବନ ଅଭିମୁଖେ ଇସଲମାବାଦ ପୋଲିସ । କିଛି ସମୟରେ ପହଁଚି, ହାତକଡ଼ି ପିନ୍ଧାଇବା ନେଇ ଚର୍ଚ୍ଚା ହେଉଛି ।

କଣ ଥିଲା ଇମ୍ରାନଙ୍କ ମାମଲା । କାହିଁକି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବାନ୍ଧିବାତୁ ତୟାର ପାକିସ୍ତାନ ପୋଲିସ । ଅଗଷ୍ଟ ୨୦ ତାରିଖ । ଏଫ୍ -୯ ପାର୍କରେ ହେଉଥାଏ ପିଟିଆଇର ବିଶାଳ ରାଲି । ଯୋଗଦେଇଥାଆନ୍ତି ଦଳର ମୁଖ୍ୟ ଇମ୍ରାନ ଖାନ । ଆଉ ଏହି ସଭାରେ ଉଦବୋଧନ ଦେଇ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜେବା ଚୌଧୁରୀ ଏବଂ ପୋଲିସ ଅଧିକାରୀମାନଙ୍କୁ ଆତଙ୍କିତ କରିବାକୁ ଧମକ ଦେଇଥିବା ଅଭିଯୋଗ ଆସିଥିଲା । ଏନେଇ ଇମ୍ରାନ୍ ଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା । ଆଉ ଯାହାକୁ ନେଇ ଆଇନଦର ଜାଲରେ ଛନ୍ଦି ହୋଇପଡିଥିଲେ ପିଟିଆଇ ଅଧ୍ୟକ୍ଷ । ପୋଲିସ ଅଧିକାରୀ ଏବଂ ନ୍ୟାୟପାଳିକାକୁ ନିଜ କାର୍ଯ୍ୟ କରିବାରେ ଇମ୍ରାନ ବାଧା ଦେଇଥିବା ଅଭିଯୋଗ ହୋଇଥିଲା ।

ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ କ ଅଦାଲତ ଇମ୍ରାନଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ଗିରଫ ପରୱାନା । ମିଳିଥିବା ସୂଚନା ମୁତାବକ ଇମ୍ରାନଙ୍କୁ ଗିରଫ କରିବା ପାଇଁ ବସିଥିଲା ଉଚ୍ଚ ସ୍ତରୀୟ ମିଟିଙ୍ଗ । ଯେଉଁଥିରେ ଉପସ୍ଥିତ ରହିଥିଲେ ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀ । ଇମ୍ରାନଙ୍କୁ ଗିରଫ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ଆଉ ଯାହାକୁ ନେଇ ଆକ୍ସନ ମୁଡରେ ପୋଲିସ । ଇମ୍ରାନ ଖାନଙ୍କ ନାଁରେ ଆସିଥିବା ଅଭିଯୋଗକୁ ତୁରନ୍ତ ଗ୍ରହଣ କରାଯାଇଥିଲା । ପାକିସ୍ତାନ ପେନାଲ କୋଡର ଧାରା ୧୮୬, ୧୮୮, ୫୦୪ ଓ ୫୦୪ ଦଫାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଇସଲମାବାଦରୁ ଲାହୋର ଆସୁଛି ପୋଲିସ । ସ୍ୱତନ୍ତ୍ର ଏକ ହେଲିକପ୍ଟର ଯୋଗେ ଆସୁଛନ୍ତି ପୋଲିସ ଅଧିକାରୀ । ସହଯୋଗ କରିବଲାହୋର ପୋଲିସ । ତେବେ କଣ ଇମ୍ରାନଙ୍କୁ ଗିରଫ କରିବାରେ ସଫଳ ହେବ ପାକିସ୍ତାନ ପୋଲିସ । ଆଗକୁ କଣ ହେବ ପାକିସ୍ତାନର ଉଷ୍ମ ରାଜନୀତି…

କାଶ୍ମୀର ପ୍ରସଙ୍ଗରେ ବର୍ଷିଲେ ସସ୍ମିତ, କହିଲେ, ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ବାହାରିନରେ ଚାଲିଥିବା ୧୪୬ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା IPUରେ ପାକିସ୍ତାନ ପ୍ରତିନିଧିଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । IPUରେ ପାକିସ୍ତାନ ଚିରାଚରିତ ଭାବେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ବେଳେ ପାକିସ୍ତାନକୁ ଆତଙ୍କବାଦୀ ଏକ୍ସପୋର୍ଟର ବୋଲି କହିଛନ୍ତି ସସ୍ମିତ ।

ଜାମ୍ମୁ-କାଶ୍ମୀର, ଲଦାଖ ହେଉଛି ଭାରତର ଅଭିନ୍ନ ଅଙ୍ଗ । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଟିପ୍ପଣୀ ରଖିବାର ଅଧିକାର ପାକିସ୍ତାନର ନାହିଁ ବୋଲି ସସ୍ମିତ କହିଛନ୍ତି । ଅବୈଧ ଓ ଜୋର ଜବରଦସ୍ତି ପାକିସ୍ତାନ ଅକ୍ତିଆର କରିଥିବା ଭାରତୀୟ ଅଞ୍ଚଳକୁ ତତ୍କାଳ ଖାଲି କରିବାକୁ ସେ ଆହ୍ବାନ ଦେଇଛନ୍ତି । ପାକିସ୍ତାନର ବେଆଇନ ସୀମା ପାର ଯୋଗୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଯାହା ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି ।

ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଗବେଷଣା ଆନ୍ତର୍ଜାତିକ ସହଯୋଗ ନେଇଛ କି ?: ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଭାରତରେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଅଧିକ ଗବେଷଣା ସହ ବିକାଶ ପାଇଁ ONGC ଆନ୍ତର୍ଜାତିକ ସଂସ୍ଥାର ସହଯୋଗ ନେଇଛି । ଏଥିପାଇଁ ONGC ଚାରୋଟି ବିଶ୍ୱବିଦ୍ୟାଳୟ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏହି ବିଶ୍ୱବିଦ୍ୟାଳୟର ସହଯୋଗ ଓ ସହଭାଗିତାରେ ଦେଶରେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ବଡ଼ ସମ୍ଭାବନା ଆସିପାରିବ । ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏସଂପର୍କିତ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲୀ ।

ସାଂସଦ ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି କାନାଡାର କାଲଗାରୀ ବିଶ୍ୱବିଦ୍ୟାଳୟ, ଅଷ୍ଟ୍ରେଲିଆର ସାଉଥ ଓ୍ୱେଲ୍ସ ବିଶ୍ୱ ବିଦ୍ୟାଳୟ, ଋଷର କାଜାନ ଫେଡରାଲ ବିଶ୍ୱବିଦ୍ୟାଳୟ ଏବଂ ମସ୍କୋର କୋଲକୋଭ ଇନଷ୍ଟିଟ୍ୟୁଟ୍‌ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହ ONGC ଏମଓୟୁ ସ୍ୱାକ୍ଷର କରିଛି । ଏହା ଦ୍ୱାରା ଏ କ୍ଷେତ୍ରରେ ଅଧିକ ଗବେଷଣା ସହ ନୂଆ ସ୍ଥାନ ଅନୁଧ୍ୟାନ କରିହେବ ।

ନିରାଶ ହେଲେ ହିନ୍ଦୀ ଆଲବମ୍ ଅଭିନେତ୍ରୀ, ସୁଟିଂ ସେଟରେ ହଙ୍ଗାମା କଲେ ହିରୋ

ଭୁବନେଶ୍ୱର: ନିରାଶ ହେଲେ ହିନ୍ଦୀ ଆଲବମ୍ ଅଭିନେତ୍ରୀ ଆକାଂକ୍ଷା ଶର୍ମା । ସୁଟିଂ ସେଟରେ ପହଞ୍ଚି ହଙ୍ଗାମା କଲେ ହିରୋ । ସୁଟିଂ ପୂର୍ବଦିନ ଓଡ଼ିଆ ହିରୋଙ୍କୁ ରିଜେକ୍ଟ କରିଥିଲେ ପ୍ରଯୋଜକ । ହିତେଶ ଦାସଙ୍କୁ ରିଜେକ୍ଟ କରିଥିଲା ପ୍ରଡକ୍ସନ ସଂସ୍ଥା । ଭୁବନେଶ୍ବରର ଏକ ପାର୍କରେ ହଙ୍ଗାମା ପରେ ପହଞ୍ଚିଲା ପୋଲିସ । ହିତେଶଙ୍କ ଏତଲା ଆଧାରରେ ନିର୍ଦ୍ଦେଶକ ଓ ପ୍ରଯୋଜକ ଅଟକ । ଏହାର ପ୍ରତିବାଦ କରି ସୁଟିଂ ବନ୍ଦ କରିଛନ୍ତି କଳାକାର ।

ପିଲାଙ୍କ ପାଇଁ ବିପଦ ଇନଫ୍ଲୁଏଞ୍ଜା ଭାଇରସ, ମନଇଚ୍ଛା ଔଷଧ ନଖାଇବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଇନଫ୍ଲୁଏଞ୍ଜା ଭାଇରସକୁ ନେଇ ବଢୁଛି ଭୟ । ଅଯଥା ମନଇଚ୍ଛା ଔଷଧ ନଖାଇବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଓ ଷ୍ଟେରଏଡ୍ ଖାଆନ୍ତୁ ନାହିଁ । ଲକ୍ଷଣ ବଢ଼ୁଥିବାରୁ ଆଇଏଲଏସ ସର୍ଭିଲାନ୍ସ ବଢ଼ାଯିବ । କୋଭିଡ୍ ଓ H3N2 ଭାଇରସର ଲକ୍ଷଣ ପ୍ରାୟତଃ ସମାନ ରହିଛି । ତେଣୁ କୋଭିଡ୍ ନେଗେଟିଭ ଥିଲେ ସାମ୍ପୁଲ କଲେକ୍ଟ କରି ପଠାଯିବକୁ କୁହାଯାଇଛି । ଲକ୍ଷଣ ଥିଲେ ଟେଷ୍ଟ କରିବା ସହ ନିଜକୁ ଆଇସୋଲେଟ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେହିପରି ଯାହାର ଅକ୍ସିଜେନ ଲେବଲ କମ୍ ସହ ନିଶ୍ବାସ ଜନିତ ସମସ୍ୟା ଓ ହାଇ ଫିଭର ରହୁଛି ସେମାନେ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟି ଭାଇରାଲ ମେଡିସିନ ଖାଆନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । H3N2 ଭାଇରସ ୩ ମାସ ହେଲା ଅଛି, ଏହା ଏକ ଋତୁକାଳୀନ ଭାଇରସ । ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମରୁ ଏହି ଓ୍ବେଭ ସରିଯିବ । ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ମହିଳା ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେବେ ୫ ବର୍ଷରୁ କମ୍ ଶିଶୁଙ୍କୁ ଅଧିକ ସଂକ୍ରମିତ କରୁଛି । ସେଥିପାଇଁ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ଶରୀରରେ ମେଡିସିନ ବିଶେଷକରି ଆଣ୍ଟିବାୟୋଟିକ୍ସ କାମ କରୁନାହିଁ । ଅଧିକାଂଶ ଶିଶୁଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡୁଛି । ତେଣୁ ଲକ୍ଷଣ ଥିଲେ ମାସ୍କ ପିନ୍ଧନ୍ତୁ । ଯଦି କାଶ ଜ୍ବର ରହୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଜନଗହଳି ସ୍ଥାନରୁ ଦୁରେଇ ରହିବା ଉଚିତ ।

ଆସନ୍ତାକାଲି ଧର୍ମଘଟରେ ସାମିଲ ହେବନି ଘରୋଇ ବସ୍, ରାଜ୍ୟର ସମସ୍ତ ରୁଟରେ ଗଡ଼ିବ ବସ୍

କଟକ: ଆସନ୍ତାକାଲି ଧର୍ମଘଟରେ ସାମିଲ ହେବନି ଘରୋଇ ବସ୍ । ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ଗଡ଼ିବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଘରୋଇ ବସ୍ ମାଲିକ ସଂଘ । ଧର୍ମଘଟ ସମୟରେ ଘରୋଇ ବସ୍ ମାଲିକ ସଂଘ ଗଣ୍ଡଗୋଳ ଆଶଙ୍କା କରିଛି । ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜିଙ୍କୁ ଭେଟି ନିବେଦନ କରିଛି ସଂଘ । ଏକାଧିକ ଦାବି ପୂରଣ ନେଇ ଧର୍ମଘଟ ଡାକରା ଦେଇଛନ୍ତି କିଛି ଡ୍ରାଇଭର ସଙ୍ଘ । ଧର୍ମଘଟ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରିଛି କଟକ ଘରୋଇ ବସ୍ ମାଲିକ ସଙ୍ଘ ।

ଜୟନାରାୟଣଙ୍କୁ ଅରୁଣଙ୍କ କଡ଼ା ଜବାବ, କହିଲେ ’5T ଏକ ପ୍ରଗତିଶୀଳ ଆନ୍ଦୋଳନ’

ଭୁବନେଶ୍ୱର: 5T ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ବିଜେଡିର କଡ଼ା ଜବାବ। 5T କ’ଣ, ସେକଥା ବୁଝି ଜୟନାରାୟଣ ଅବୁଝା ହେଉଥିବା କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ରାଜ୍ୟର ଯେକୌଣସି ଗାଁକୁ ଯିବେ ସେଠି ପ୍ରଗତିର ଲକ୍ଷଣ ଦେଖିବେ, ସେଇଟା ହିଁ 5T। ବିରୋଧୀ ଦଳ ନେତା 5Tକୁ ନେଇ ପାକିସ୍ତାନରେ ପହଞ୍ଚିଲେଣି । ଜାତୀୟ ପତାକାରେ ସବୁଜ ରଙ୍ଗ ରହିଛି । ବିରୋଧୀ ଦଳ ନେତା ସ୍କୁଲରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି ବୋଲି ଅରୁଣ ସାହୁ ପ୍ରଶ୍ନ କରିଛନ୍ତି ।

5Tକୁ ନେଇ ବିରୋଧୀ ଦଳ ନେତା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ । ବିଜେପି ଶାସିତ ରାଜ୍ୟର ଲୋକ ବି ଆସି 5Tକୁ ଅନୁକରଣ କରୁଛନ୍ତି । ଜୟନାରାୟଣଙ୍କୁ 5T ଭୂତ ଲାଗିଛି । 5T ଏକ ବିଚାରଧାରା । ସବୁ ନିର୍ବାଚନ ମଣ୍ଡଳୀରେ 5T ଜରିଆରେ ସ୍କୁଲ ରୂପାନ୍ତରଣ ହେଉଛି । 5T ଭୂତ ଛାଡ଼ନ୍ତୁ । ସବୁଜ ରଙ୍ଗ ଅଡ଼ୁଆ ଲାଗୁଥିଲେ ପରିବା ଖାଇବା ଛାଡ଼ି ଦିଅନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି । 5T ଏକ ପ୍ରଗତିଶୀଳ ଆନ୍ଦୋଳନ ।

ଚଳିତ ବର୍ଷ ରାଜ୍ୟରେ ହେବ ୫୦ ହଜାର କିମି ରାସ୍ତା, ଖର୍ଚ୍ଚ ହେବ ୧୧ ଶହ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର: ଏଣିକି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ସବୁ ରାସ୍ତା ହେବ ଖାଲଖମା ମୁକ୍ତ । ଚଳିତ ବର୍ଷ ୫୦ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ପ୍ରଶ୍ନକାଳରେ ଏପରି ଉତ୍ତର ରଖିଛନ୍ତି ଗ୍ରାମ୍ୟ ଉନ୍ନୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ପିଏମଜିଏସଓ୍ବାଇ ରାସ୍ତା ମରାମତି ଅଭାବରୁ ଅନେକ ଅସୁବିଧା ହେଉଛି । ଚିତ୍ରକୋଣ୍ଡାରେ ଡିଡାଇ ଆଦିମ ଜନଜାତି ଓ ବଣ୍ଡା ଜନଜାତି ରହୁଥିବା ଅଞ୍ଚଳରେ ପିଚୁ ରାସ୍ତା ନିର୍ମାଣ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉନଥିବା ନେଇ ଗୃହରେ ଶାସକ ଓ ବିରୋଧୀ ଉଦବେଗ ପ୍ରକାଶ କରିଥିଲେ । ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଗୃହରେ ପ୍ରତିଶ୍ରୁତି ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

୨୦୨୧ରୁ ୨୦୨୩ ଆର୍ଥିକ ବର୍ଷରେ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ୨୪୨୨ କୋଟି ଖର୍ଚ୍ଚ କରି ୭୫୦ ରାସ୍ତା ନିର୍ମାଣ କରାଯାଇଛି । ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ୧୧୮୪ କୋଟି ବିନିମୟରେ ୬୬୨୪ ରାସ୍ତାର ମରାମତି କରାଯାଇଛି । ବିଜୁ ସେତୁ ଯୋଜନାରେ ୨୪୭୭ କୋଟି ୫୪ ଲକ୍ଷ ବିନିମୟରେ ୫୦୩ ରାସ୍ତା ନିର୍ମାଣ କରାଯାଇଛି । ଠିକାଦାର ମାନଙ୍କୁ ଇଟେଣ୍ଡର ମାଧ୍ୟମରେ ଚୟନ କରାଯାଇ ନିର୍ମାଣ କାମ ସରିଥିବା ନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ସେହିପରି ୫୨୬ ନୂଆ ବିଜୁ ସେତୁ ନିର୍ମାଣ ପାଇଁ ଚଳିତ ବଜେଟରେ ୨୦୦ କୋଟିର ବ୍ୟୟ ବରାଦ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସହମତିରେ ୫ ବର୍ଷର ଯୌନ ସମ୍ପର୍କ, ବଳାତ୍କାର ନୁହେଁ ..

ବେଙ୍ଗାଲୁର: ୫ ବର୍ଷ ଧରି ସହମତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ  । ଯଦି ୫ ବର୍ଷ ସହମତିରେ ସମ୍ପର୍କ ରହୁଛି ଏବଂ ପରେ ବିବାହ ପାଇଁ ରାଜି ନହେବାକୁ ବଳାତ୍କାର କୁହାଯାଇ  ପାରିବ ନାହିଁ  । ଏଭଳି ଏକ ମାମଲାରେ ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ  । ପୁରୁଷବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣେ ମହିଳାଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି ନ୍ୟାୟାଳୟ  । ଏହି ମାମଲାରେ ନ୍ୟାୟଳୟ କହିଛନ୍ତି- ଏହା କେବେ ମଧ୍ୟ ସମମ୍ଭ ନୁହେଁ ଯେ, ମହିଳାଙ୍କ ବିନା ସହମତିରେ ଜଣେ ୫ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିଛନ୍ତି  ।  ଏତେ ଲମ୍ବା ସମୟ ଧରି ରିଲେସନସିପରେ ରହିବା ହିଁ ବଳାତ୍କାର ଆରୋପ ପାଇଁ ଥିବା ଆଇନ୍ IPC ଧାରା ୩୭୫ ଏବଂ ୩୭୬କୁ ଦୁର୍ବଳ କରିଛି  ।

କଣ ଥିଲା ମାମଲା- ୧୨ ବର୍ଷ ପୂର୍ବେ ମଲ୍ଲିକାର୍ଜୁନ ଏବଂ ରଶ୍ମିକାଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା  । ବନ୍ଧୁତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା  । ଶେଷ ପାଞ୍ଚ ବର୍ଷ ହେବ, ଭଉୟ ଲିଭ-ଇନ୍-ରିଲେସନସିପରେ ରହିଥିଲେ  । ଦୁହେଁ ଦୁହିଁଙ୍କୁ ବିବାହ କରିବା ନେଇ ମଧ୍ୟ ବାର୍ତ୍ତାଳପ କରିଥିଲେ  । କିନ୍ତୁ ଜାତିଗତ ବିଭେଦତା ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ବିବାହ ହୋଇପାରିନଥିଲା  । ପରେ ରଶ୍ମିକା ଏହି ମାମଲାକୁ ନେଇ ଥାନାରେ ପହଁଚିଥିଲେ, ମଲ୍ଲିକାର୍ଜୁନଙ୍କ ବିରୋଧରେ କରିଥିଲେ ଅଭିଯୋଗ  । ରଶ୍ମିକାଙ୍କ ଅଭିଯୋଗ ପରେ ମଲ୍ଲିକାର୍ଜୁନଙ୍କ ନାମରେ ଲାଗିଛି ବଳାତ୍କାର ଧାରା ୩୭୬, ୩୭୬(୨)(n), ୩୫୪, ୪୦୬, ୫୦୪, ୩୨୩ ଏବଂ ୫୦୬  ।

ଜଷ୍ଟିସ୍ ଏମ୍. ନାଗପ୍ରସନ୍ନ କହିଲେ ଯେ ଯୌନ ସମ୍ବନ୍ଧ ପାଇଁ ମହିଳାଙ୍କ ସହମତି ଦିନେ, ଦୁଇଦିନ, କେଇ ସପ୍ତାହ ବା ମାସ ପାଇଁ ନୁହେଁ ବରଂ ଅନେକ ବର୍ଷ ପାଇଁ ରହିଥିଲା। ପାଞ୍ଚ ବର୍ଷ ଧରି ମହିଳାଙ୍କ ସମ୍ମତି ନେଇ ପୁରୁଷ ଜଣକ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ତେଣୁ ଏହାକୁ ଆଇପିସିର ଧାରା ୩୭୫ ଓ ୩୭୬ ଅଧୀନରେ ବଳାତ୍କାର ପର‌୍ୟ୍ୟାୟଭୁକ୍ତ କରି ପୁରୁଷ ଜଣଙ୍କୁ ଦୋଷୀ ସାବ୍ୟସ୍ତ ଓ ଦଣ୍ଡିତ କରାଯାଇପାରିବ ନାହିଁ। କୋର୍ଟ୍ଟଙ୍କ ସ୍ପଷ୍ଟ ଆଭିମୁଖ୍ୟ ରହିଛି କି, ୫ ବର୍ଷ ଅସହମତିରେ କେମିତି ସମ୍ଭବ ଯୌନ ସମ୍ପର୍କ  । ଯଦି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହୁଛନ୍ତି, ତେବେ ଏହାକୁ ବଳାତ୍କାର କୁହାଯାଇପାରିବ ନାହିଁ  ।