spot_img
Home Blog Page 3379

ଆଜିଠୁ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩, ବିଶ୍ୱସ୍ତରୀୟ ଦକ୍ଷତା ମହାକୁମ୍ଭର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗରେ ଦକ୍ଷତା ମହାକୁମ୍ଭ । ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୋଜିତ ସଭାରେ ଓଡ଼ିଆ ପିଲାଙ୍କ ସହ ସମ୍ବଲପୁର ଇଟିଜର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାଇଲେ । ଏହାପରେ ସିଙ୍ଗାପୁରର ଆନ୍ଥେମ୍ ପରିବେଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କନକ୍ଲେଭରେ ଯୋଗଦେବା ସହ ଅଭିଭାଷଣ ରଖିଥିଲେ । ୧ ଲକ୍ଷ ଯୁବପିଢ଼ିଙ୍କୁ ଟ୍ରେନିଂ ପାଇଁ ବଜେଟରେ ୧୦୦ କୋଟିର ବ୍ୟବସ୍ଥା ହୋଇଛି । ସ୍କିଲ୍ ଇନ୍ ଓଡ଼ିଶା ଏବେ ବିଶ୍ୱରେ ଝଟକିବାକୁ ଯାଉଛି ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଭାଷଣ ପରେ ଏଗଜିବିସନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ।

ଏହି କନକ୍ଲେଭରେ ପଲିଟେକ୍ନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି ଯୋଗ ଦେଇଛନ୍ତି । ମେକ୍ ଇନ୍ ଓଡ଼ିଶାର ପାର୍ଟ ୨ ହେଉଛି ଏହି ବିଶ୍ବସ୍ତରୀୟ ଦକ୍ଷତା ଉତ୍ସବ । ବିଶ୍ବସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ-କେସିଂ ପାଇଁ ଏଭଳି ସ୍କିଲ୍ କନକ୍ଲେଭର ଆୟୋଜନ କରାଯାଉଛି । ଆଜି ଉଦଘାଟନୀ ଦିବସରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା ୮ରୁ ୧୦ ଜଣ ମହିଳା ଡ୍ରାଇଭରଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ଯବାନଙ୍କ ମୃତଦେହ

ଜଗତସିଂହପୁର: ମିଳିଲା ନିଖୋଜ ଯବାନଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ସୋମପୁର ଗାଁର ଯବାନ ସୂର୍ଯ୍ୟକାନ୍ତ କୁଆଁର ଗତ ୧୭ ତାରିଖରୁ ନିଖୋଜ ଥିଲେ । ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ବାଇକ ଜବତ ହୋଇଥିଲା । ଗତକାଲି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ବହୁ ଖୋଜାଖୋଜି ପରେ ବି ଯବାନଙ୍କ କୌଣସି ପତ୍ତା ମିଳିନଥିଲା ।

ଆଜି ଯାଜପୁର SPଙ୍କ ନିର୍ଦ୍ଦେଶକ୍ରମେ SDPOଙ୍କ ଅଧ୍ୟକ୍ଷତାରେ ପୋଲିସର ୩ଟି ଟିମ୍, ବନ ବିଭାଗ କର୍ମଚାରୀ ପାହାଡ଼ ଉପରକୁ ଚଢି ଖୋଜାଖୋଜି କରିଥିଲେ । ଶେଷରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚିବା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଯିବ । କେଉଁ କାରଣରୁ ଯବାନ ଜଣକ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ଆଜି ସୌର ଜଗତରେ ଦେଖାଯିବ ହାଇବ୍ରିଡ୍ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ: ଆଜି ସୌର ଜଗତରେ ଏକ ବିରଳ ଘଟଣା ସଂଘଟିତ ହୋଇଛି । ଯାହାକୁ ମିଶ୍ରିତ ସୂର୍ଯ୍ୟ ପରାଗ ବା ହାଇବ୍ରିଡ୍ ସୂର୍ଯ୍ୟ ପରାଗ କୁହାଯାଏ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ଓ ବଳୟ ସୂର୍ଯ୍ୟ ପରାଗର ମିଶ୍ରଣ ହୋଇଥିବାରୁ ଏହାକୁ ମିଶ୍ରିତ ସୂର୍ଯ୍ୟ ପରାଗ କୁହାଯାଏ । ଏହି ପରାଗ ଆଜି ପୂର୍ବାହ୍ନ ୭ଟା ୪ ମିନିଟରୁ ୧୨ଟା ୨୯ ମିନିଟ ପର୍ଯ୍ୟନ୍ତ ସଂଘଟିତ ହେବ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଏସିଆର ଉତ୍ତର ପୂର୍ବ ଦେଶ ତଥା ମହାସାଗର ସଂଲଗ୍ନ ଦେଶ ଗୁଡ଼ିକରେ ଦୃଶ୍ୟମାନ ହେବ। ପୃଥିବୀ ଚାରିପଟେ ଚନ୍ଦ୍ର ଅଣ୍ଡାକୃତି ପଥରେ ବୁଲିଥାଏ। ପାଖରେ ଥିବା ବେଳେ ୩ ଲକ୍ଷ ୬୫ ହଜାର କିଲୋମିଟର ଦୂରତାରେ ଏବଂ ଦୂରରେ ଥିବାବେଳେ ୪ ଲକ୍ଷ ୫ ହଜାର କିଲୋମିଟର ଦୂରରେ ଥାଏ ।

ଚନ୍ଦ୍ର ପାଖରେ ଥିବା ବେଳେ ସୂର୍ଯ୍ୟକୁ ଘୋଡାଇ ଦେଇଥାଏ ଏବଂ ଦୂରରେ ଥିବା ବେଳେ ଚନ୍ଦ୍ର ସୂର୍ଯ୍ୟକୁ ଘୋଡାଇବା ସମ୍ଭବପର ହୋଇନଥାଏ। ଏଣୁ କୋଉଠି ଦୃଶ୍ୟମାନ ହୁଏ ଓ କେଉଁଠି ଦୃଶ୍ୟମାନ ହୋଇନଥାଏ ବା ଆଂଶିକ ଦୃଶ୍ୟମାନ ହୋଇଥାଏ। ଚଳିତ ଥର ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ଦୂରତା ୩ ଲକ୍ଷ ୭୮ ହଜାର କିଲୋମିଟର ରହିଛି । ଫଳରେ ଉଭୟ ପୂର୍ଣ୍ଣ ଓ ବଳୟ ସୂର୍ଯ୍ୟ ପରାଗ ହେଉଥିବାରୁ ଏହାକୁ ବିରଳ ତଥା ମିଶ୍ରିତ ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି। ଏଭଳି ହାଇବ୍ରିଡ୍ ସୂର୍ଯ୍ୟ ପରାଗ ଶତାବ୍ଦୀରେ ୭ଥର ସଂଘଟିତ ହୋଇଥାଏ।

ବଦଳିଲେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବିଡିଓ

ସୁନ୍ଦରଗଡ଼: ବଦଳିଲେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବିଡିଓ । ପଲ୍ଲବୀ ରାଣୀ ରାଜଙ୍କୁ ଉତ୍ତରାଞ୍ଚଳ ଆରଡିସି ଅଫିସ ସମ୍ବଲପୁରକୁ ବଦଳି କରାଯାଇଛି । କୋଇଡା ବିଡିଓଙ୍କ ସହ ୧୨ ଜଣ ଓଏଏସ ଅଫିସରଙ୍କ ବଦଳି କରାଯାଇଛି । କୋଇଡା ବିଡିଓଙ୍କୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା । କୋଇଡା ବିଡିଓଙ୍କୁ ତାଙ୍କ ବାପା ଓ ଭାଇ ମାଡ଼ ମାରିଥିବା କୋଇଡା ବିଡିଓ କୋଇଡା ଥାନାରେ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ଅଭିଯୋଗ କରିଥିଲେ। ବିଭିନ୍ନ ସମୟରେ ବାପା ଓ ଭାଇ ଟଙ୍କା ମାଗୁଥିବା ଓ ଧମକ ଦେଉଥିବା ବିଡିଓ ଥାନାରେ ଅଭିଯୋଗ କରିଥିଲେ । ଗଣ୍ଡଗୋଳ ଶୁଣି ଆସିଥିବା ସମୟରେ ସହାୟକ ଯନ୍ତ୍ରୀଙ୍କୁ ବାପା ଓ ଭାଇ ମାଡ ମାରିଥିବା ବିଡିଓ ଅଭିଯୋଗ କରିଥିଲେ। ପରେ କୋଇଡା ପୋଲିସ ବିଡିଓଙ୍କ ବାପାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

କୋଇଡା ବିଡିଓ ବିଭିନ୍ନ ଅନିୟମିତତା କାର୍ଯ୍ୟ କରିଥିବା ଅଭିଯୋଗ କରି ବିଡିଓଙ୍କ ବଦଳି ଦାବିରେ ସିପିଆଇଏମ ଦଳ ପକ୍ଷରୁ ଗତ ମାସ ୨୧ ତାରିଖ କୋଇଡା ବ୍ଲକରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯାଇଥିଲା । ଆନ୍ଦୋଳନକାରୀ କୋଇଡା ଅଞ୍ଚଳରେ ଥିବା ବିଭିନ୍ନ ଖଣି ଓ ରେଲୱେ ସାଇଡିଙ୍ଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କୋଇଡାରୁ ଖଣିଜ ପଦାର୍ଥ ପରିବହନ ବନ୍ଦ କରିଥିଲେ । ଏହାସହ ପୂର୍ବରୁ ମଧ୍ୟ ସିପିଆଇଏମ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।

ସମ୍ବଲପୁରରେ ଆଉ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ, ୨୨ ତାରିଖ ସକାଳ ୧୦ଟା ଯାଏ କଟକଣା

ସମ୍ବଲପୁର: ସମ୍ବଲପୁର ସ୍ଥିତିରେ ଆସୁଛି ସୁଧାର । ସହରରେ ସ୍ୱାଭାବିକ୍ ସ୍ଥିତି ଫେରାଇ ଆଣିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ସମ୍ବଲପୁରରେ ଆଉ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ୨୨ ତାରିଖ ଶନିବାର ସକାଳ ୧୦ଟା ଯାଏ ଇଣ୍ଟରନେଟ୍ ବ୍ୟାନ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସେପଟେ ଦିନ କର୍ଫ୍ୟୁରେ ସର୍ବାଧିକ କୋହଳ କରାଯାଇଛି । ସକାଳ ୬ରୁ ସଂଧ୍ୟା ୬ କର୍ଫ୍ୟୁ କୋହଳ ଥିବା ବେଳେ ସନ୍ଧ୍ୟା ୬ରୁ ସକାଳ ୬ କର୍ଫ୍ୟୁ ବଳବତ୍ତର ରହିଛି । ଇଦ୍ ସମୟରେ ଇଦଗା ପଡ଼ିଆରେ ସାମୂହିକ ପ୍ରାର୍ଥନା କରାଯିବ ନାହିଁ । ସମସ୍ତେ ଘରେ ରହି ପ୍ରାର୍ଥନା କରିବା ପାଇଁ ନିବେଦନ କରିଛି ଇଦଗା କମିଟି । ସ୍ଥିତି ନେଇ କ୍ୟାମ୍ପ ଅଫିସରେ ଗତକାଲି ଡିଜିପି କରିଥିଲେ ବୈଠକ । ମୋଟାମୋଟି ଭାବେ ସମ୍ବଲପୁରରେ ସ୍ଥିତି ଶାନ୍ତ ଥିବା ସୂଚନା ଦେଇଛନ୍ତି ଡିଜିପି । ବରିଷ୍ଠ ପୋଲିସ ଅଧିକାରୀ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ସାହିକୁ ସାହି ବୁଲି ଶାନ୍ତି ଫେରାଇ ଆଣିବା ଦିଗରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ୟେମେନର ଏକ ଧାର୍ମିକ ଉତ୍ସବରେ ମୃତ୍ୟୁର ତାଣ୍ଡବ, ଦଳାଚକଟାରେ ୮୫ ମୃତ

ନୂଆଦିଲ୍ଲୀ: ୟେମେନରେ ଦଳାଚକଟାରେ ୮୫ଜଣଙ୍କ ମୃତ୍ୟୁ, ୩ଶହରୁ ଅଧିକ ଗୁରୁତର ହୋଇଛନ୍ତି । ୟେମେନର ରାଜଧାନୀ ସନାରେ ଏକ ଧାର୍ମୀକ ଉତ୍ସବରେ ଘଟିଛି ଏହି ଅଘଟଣ । ସନାର ବାବ ଅଲ-ୟମନ ଜିଲ୍ଲାରେ ଦଳାଚକଟାରେ ୮୫ ଜଣଙ୍କ ମୃତ୍ୟୁ ହୋଇଥିବା ହୁଥିର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି । ଏହା ସହ ଏହି ଘଟଣାରେ ୩ ଶହରୁ ଅଧିକ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ରହିଛନ୍ତି । ଅନ୍ୟପକ୍ଷରେ ଏହି ଦଳାଚକଟାରେ ଆହତ ହୋଇଥିବା ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଦାବି କରାଯାଇଛି । ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

କଲବଲ କରୁଛି ଅସହ୍ୟ ତାତି, ଆଜି ପ୍ରବଳ ଖରା ପାଇଁ ୬ ଜିଲ୍ଲାକୁ ହିଟଓ୍ବେଭ ଓ୍ବାର୍ଣ୍ଣି

ଭୁବନେଶ୍ୱର: କଲବଲ କରୁଛି ଅସହ୍ୟ ଗରମ ଗୁଳୁଗୁଳି । ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ଆସନ୍ତା କାଲି ଯାଏ କଲବଲ କରିବ ତାତି । ଆଜି ପ୍ରବଳ ଖରା ପାଇଁ ୬ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୋନପୁରକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୦ରୁ ୩୦ ପ୍ରତିଶତ ହ୍ୟୁମିଡିଟି ରହୁଥିବା ବେଳେ ଉପକୂଳରେ ରହୁଛି ୪୦ରୁ ୫୦ପ୍ରତିଶତ । ଫଳରେ ଅଧିକ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଦିନ ସହ ରାତି ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେଉନାହିଁ । ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରେକର୍ଡ ହେଉଛି ।

୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି । ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । ବର୍ଷା ହେଲେ ତାପମାତ୍ରା ପ୍ରାୟ ଦେଢ଼ରୁ ୨ ଡିଗ୍ରୀ କମିବ । ଏହାପରେ ପୁଣି ତାତି ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ପ୍ରସଙ୍ଗ, ଆଜି ଆସିବ ସୁରଟ ସେସନ୍ସ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ପ୍ରସଙ୍ଗ । ଆଜି ରାୟ ଶୁଣାଇବେ ସୁରଟର ସେସନ୍ସ କୋର୍ଟ । ଗତ ୧୩ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ୨୦୧୯ ଏପ୍ରିଲରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ପରେ ରାହୁଲଙ୍କ ବିରୋଧରେ ଦାୟର ହୋଇଥିଲା ମାନହାନି ମାମଲା । ସୁରଟର ସିଜେଏମ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ପରେ ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ କରିଥିଲେ ଲୋକସଭା ବାଚସ୍ପତି ।

ସିଜେଏମ କୋର୍ଟଙ୍କ ରାୟକୁ ସୁରଟର ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ରାୟ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ରାହୁଲ । ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ଆଜି ରାୟ ପ୍ରକାଶ କରିବାକୁ ଧାର୍ଯ୍ୟ କରିଛନ୍ତି ।

ବଢୁଛି ଝାରସୁଗୁଡ଼ା ଉପନିର୍ବାଚନ ତାତି, ଆଜି ନାମାଙ୍କନର ଶେଷ ଦିନ

ଝାରସୁଗୁଡ଼ା: ବଢ଼ିବାରେ ଲାଗିଛି ଝାରସୁଗୁଡ଼ା ଉପନିର୍ବାଚନ ତାତି । ଆଜି ନାମାଙ୍କନ ଦାଖଲର ଶେଷ ଦିନ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ସବୁ ଦଳ ବିଜୟ ପାଇଁ କରିଛନ୍ତି ରଣନୀତି । ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଲେଣି ସବୁ ଦଳ । କ୍ୟାମ୍ପେନିଂରେ ସବୁଠୁ ଆଗରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବାପା ନବ କିଶୋର ଦାସଙ୍କ ବିକାଶମୂଳକ କାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶକୁ ଆଧାର କରି ଜନତାଙ୍କ ପାଖକୁ ଯାଉଛନ୍ତି ଦୀପାଳି । ସବୁଠି ଦୀପାଳିଙ୍କ ପ୍ରତି ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି । ବଡ଼ ବ୍ୟବଧାନରେ ବିଜୟ ପାଇଁ ରଣନୀତି କରିଛି ଶାସକ ଦଳ ।

ସେପଟେ ଝାରସୁଗୁଡ଼ାରେ ଭଲ ପ୍ରଦର୍ଶନ କରିବା ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ଅଣ୍ଟା ଭିଡ଼ିଛନ୍ତି । ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରି ମଇଦାନକୁ ଓହ୍ଲାଇଛି କଂଗ୍ରେସ । ବିଜେପି ବି ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ରଣନୀତି କରିଛି । ଆଜି ନାମାଙ୍କନ ଦାଖଲ ପରେ କାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି । ପରେ ମେ’ ୧୦ ତାରିଖରେ ଭୋଟ ଗ୍ରହଣ ହେବ ଓ ୧୩ ତାରିଖରେ ଫଳ ପ୍ରକାଶ ପାଇବ ।

ଆସନ୍ତାକାଲିଠୁ ଖରା ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଗ୍ରୀଷ୍ମକାଳୀନ ସ୍କୁଲ ଛୁଟି ଘୋଷଣା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କଲେ ସରକାର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର । ତାପାମାତ୍ରା ବଢ଼ୁଥିବାରୁ ସମସ୍ତ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରିଥିଲେ ସରକାର ।