spot_img
Home Blog Page 3400

ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ଲୋକାର୍ପିତ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସରିଲା ଅପେକ୍ଷା । ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ପ୍ରିୟ ଡାକୋଟାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦର ପରିସରରେ ’ଡାକୋଟା’ ଲୋକାର୍ପିତ । ଆଜିଠୁ ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ ଦେଖିଲେ ଓଡ଼ିଶାବାସୀ । ପ୍ରବାଦ ପୁରୁଷଙ୍କ ବୀରତ୍ବର ମୁକସାକ୍ଷୀ ଡାକୋଟାକୁ ପାଖରୁ ଦେଖିବେ ଜନସାଧାରଣ । ୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ବିଶାଳ ଡାକୋଟା । ଦ୍ବିତୀୟ ବିଶ୍ବଯୁଦ୍ଧ, ସ୍ବାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କାଗଜ କଲମରେ କେବଳ ପଢିବାକୁ ମିଳୁଥିଲା । ଏଣିକି ବାସ୍ତବରେ ଏହାକୁ ଦେଖିବେ ଜନସାଧାରଣ ।

ଡାକୋଟାର ଇଞ୍ଜିନ, ସହିତ ଫ୍ୟୁଜ୍ ଲସ୍କୁ ମୂଳ ରଙ୍ଗ ହାଲୁକା ଗ୍ରେ ରଙ୍ଗ କରାଯାଇଛି । କୋଲକାତାରୁ ଡାକୋଟାରୁ ଆଣିବା ପରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା । ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ମରାମତି ପାଇଁ ଦିନ ରାତି ଏକ କରି ଦେଇଥିଲେ ଏଆର୍ଡିସିର ପ୍ରାୟ ୧୫୦ ଇଞ୍ଜିନିୟର । ଫେବ୍ରୁଆରୀ ୨୪ ତାରିଖରେ ବେସ୍ ଅଣାଯିବା ପରେ ଗତ ୨୮ ତାରିଖରେ ଏହାର ଡେଣା ଓ ଫ୍ୟୁଜ୍ ଲସ୍କକୁ ଖଞ୍ଜାଯାଇଛି । ଏପରିକି ନଷ୍ଟ ହୋଇଥିବା ଟାୟାରକୁ ପୁଣି ମରାମତି କରାଯାଇ ଅରିଜିନାଲ ଲୁକ୍ ଦିଆଯାଇଛି ।

ପଶ୍ଚିମ-ଦକ୍ଷିଣ ଓଡ଼ିଶାକୁ ଯୋଡ଼ିବ ବିଜୁ ଅର୍ଥନୈତିକ କରିଡର, ବିଜୁ ଏକ୍ସପ୍ରେସ ଓ୍ବେ’କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ 

ବରଗଡ଼: ପଶ୍ଚିମରୁ ଦକ୍ଷିଣ ଗୋଟିଏ ଲାଇଫ ଲାଇନ, ବିଜୁ ଇକୋନୋମିକ କରିଡର । ଗମନାଗମନ ଓ ଆର୍ଥିକ ବିକାଶର ନୂଆ ଯୁଗର ଆରମ୍ଭ । ଆଜି ପ୍ରତିକ୍ଷୀତ ବିଜୁ ଏକ୍ସପ୍ରେସ ଓ୍ବେ’କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୪୬ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସ ୱେ’କୁ ବିଜୁ ଇକୋନୋମିକ କରିଡର ଭାବେ ନାମିତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ଶେଷମୁଣ୍ଡରେ ଥିବା ବୀରମିତ୍ରପୁରଠାରୁ କଳାହାଣ୍ଡି ଜିଲ୍ଲାର ଆମ୍ବପାଣିକୁ ସଂଯୋଗ କରୁଛି ଏହି ଏକ୍ସପ୍ରେସ ୱେ । ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଅର୍ଥନୈତିକ ମେରୁଦଣ୍ଡ ସାଜିବ ବିଜୁ ଇକୋନୋମିକ କରିଡର ।

କୃଷି, ଶିଳ୍ପ, ଜଳସମ୍ପଦ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ନୂଆ ନୂଆ ସମ୍ଭାବନା ସୃଷ୍ଟି ହେବ । ବନ୍ଦର ଓ ବିମାନବନ୍ଦର ସହ ଯୋଡି ହେବ ବିଜୁ ଇକୋନୋମିକ କରିଡର । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ବଢ଼ିବ ପଶ୍ଚିମ ଓଡ଼ିଶାର ବ୍ୟବସାୟିକ ସମ୍ପର୍କ । ବରଗଡ଼-କଳାହାଣ୍ଡି-ନୂଆପଡ଼ାର ଗ୍ରିନଫିଲ୍ଡ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଧ୍ୟ ମୁଖ୍ୟସ୍ରୋତରେ ଯୋଡ଼ି ହେବେ । ବିଜୁ ଇକୋନୋମିକ ୱେ’ର ଦୁଇ ପାଖରେ ୯ଟି ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା କରିବ ଇଡକୋ । ଚାରି ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ପାଇଁ ୬ ଶହ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।

 

ଆଜିଠୁ ବିଜୁ ବାବୁଙ୍କ ସାହାସ ଓ ଉଦ୍ଦାମତାକୁ ଦେଖିବ ଓଡ଼ିଶା, ଡାକୋଟାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରିଲା ଅପେକ୍ଷା । ଆଜିଠୁ ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ ଦେଖିବେ ଓଡ଼ିଶାବାସୀ । ପ୍ରବାଦ ପୁରୁଷଙ୍କ ବୀରତ୍ୱର ମୁକସାକ୍ଷୀ ଡାକୋଟାକୁ ପାଖରୁ ଦେଖିବେ ଜନସାଧାରଣ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପୂର୍ଣ୍ଣ ରୂପ ନେଇଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ଡାକୋଟା । ବିଜୁଙ୍କ ଜୟନ୍ତୀ ଅବସରରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ବିଶାଳ ଡାକୋଟା । ଦ୍ୱିତୀୟ ବିଶ୍ୱଯୁଦ୍ଧ, ସ୍ୱାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କାଗଜ କଲମରେ କେବଳ ପଢ଼ିବାକୁ ମିଳୁଥିଲା । ଏଣିକି ବାସ୍ତବରେ ଏହାକୁ ଦେଖିବେ ଜନସାଧାରଣ ।

ଡାକୋଟାର ଇଞ୍ଜିନ, ସହିତ ଫ୍ୟୁଜ୍ ଲସ୍କୁ ମୂଳ ରଙ୍ଗ ହାଲୁକା ଗ୍ରେ ରଙ୍ଗ କରାଯାଇଛି । କୋଲକାତାରୁ ଡାକୋଟାରୁ ଆଣିବା ପରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା । ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ମରାମତି ପାଇଁ ଦିନ ରାତି ଏକ କରିଦେଇଥିଲେ ଏଆର୍ଡିସିର ପ୍ରାୟ ୧୫୦ ଇଞ୍ଜିନିୟର । ଫେବ୍ରୁଆରୀ ୨୪ ତାରିଖରେ ବେସ୍ ଅଣାଯିବା ପରେ ଗତ ୨୮ ତାରିଖରେ ଏହାର ଡେଣା ଓ ଫ୍ୟୁଜ୍ ଲସ୍କକୁ ଖଞ୍ଜାଯାଇଛି । ଏପରିକି ନଷ୍ଟ ହୋଇଥିବା ଟାୟାରକୁ ପୁଣି ମରାମତି କରାଯାଇ ଅରିଜିନାଲ ଲୁକ୍ ଦିଆଯାଇଛି ।

ପଶ୍ଚିମ ଓଡ଼ିଶାରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ, ୩ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାରେ ଲେଖାହେବ ନୂଆ ଅଧ୍ୟାୟ । ୩ ଜିଲ୍ଲାରେ ଉଇଁବ ବିକାଶର ନବୀନ ସୂର୍ଯ୍ୟ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୦ଟା ୩୦ରେ ପଦମପୁର ସତୀଭଟ୍ଟା ଏଆରଷ୍ଟ୍ରିପରେ ପହଞ୍ଚି ସେଠାରୁ ସୋହେଲାକୁ ଯିବେ । ହଳଦୀପାଲି ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ୨୧୭ କୋଟି ଟଙ୍କାର ୨୩୪ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତି ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ୧୧ଟା ୪୫ ମିନିଟରେ ସୋହେଲାରୁ ଘେଁସ ପର୍ଯ୍ୟନ୍ତ ପ୍ରାୟ ୧୮ କିଲୋମିଟର ପର୍ଯ୍ୟନ୍ତ ରୋଡ଼ ସୋ କରିବେ ନବୀନ । ଏହି ସମୟରେ ରାସ୍ତାପାର୍ଶ୍ବ ସୁବିଧା କେନ୍ଦ୍ର ସାଙ୍ଗକୁ ସହିଦ କୁଞ୍ଜଳ ସିଂଙ୍କ ନାମରେ ନିର୍ମିତ ଉଦ୍ୟାନର ଶୁଭ ଉଦଘାଟନ କରିବେ ।

ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତି ଉଦଘାଟନ ପରେ ଲୋକଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ମଧ୍ୟାହ୍ନ ୧୨ଟା ୪୦ ମିନିଟରେ ନୂଆପଡ଼ା ଜିଲ୍ଲାର ସିଲେଟପାଣି ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସାଧାରଣ ସଭାରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ୍ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିବେ ନବୀନ । ଏହାଛଡ଼ା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସହିତ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ କଳାହାଣ୍ଡି ଯିବେ ନବୀନ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦା ବାହାଲ ଖେଳ ପଡ଼ିଆରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବେ । ଆମ୍ବପାଣିଠାରୁ ଧର୍ମଗଡ଼ ଭାୟା ଗୋଲାମୁଣ୍ଡା ସିନାପାଲି ପର୍ଯ୍ୟନ୍ତ ନିର୍ମିତ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିବେ ନବୀନ । ସେଠାରୁ ୬୧ କିଲୋମିଟର ଦୂର ଆମ୍ବପାଣି ପର୍ଯ୍ୟନ୍ତ ବସରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷ ବ୍ୟବସ୍ଥା କଡ଼ାକଡି ହୋଇଛି ।

Chief Minister Naveen Patnaik will visit 3 districts

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ, ବିକାଶର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ବିକାଶର ପୁରୁଷକୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବାସିବା ପରି ବିଜୁ ବାବୁ ସାରା ବିଶ୍ବରେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ବି ଯୋଗ ଦେଇଥିଲେ । ଛୁଆ ବେଳୁ ମାଆ ଓ ମାଟି ପାଇଁ କାମ କରିବାର ଆଗ୍ରହ ତାଙ୍କୁ ରାଷ୍ଟ୍ରନେତା ବା ଷ୍ଟେଟ୍ସମ୍ୟାନ ଆଖ୍ୟା ଦେଇଛି । କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏଁ ଏହି ଟଲ୍ ମ୍ୟାନ ଛାଡ଼ିଯାଇଛନ୍ତି ନିଜ ସାହାସିକତା, ବୁଦ୍ଧିମତା ଓ ଜନନେତାର ଅଲିଭା ପଦଚିହ୍ନ ।

ବିଜୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ନବୀନ ଓଡ଼ିଶା ଗଠନର ପଡ଼ିବ ମୂଳଦୁଆ । ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢ଼ିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ଆଜି ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ । ୧୪୭ ନିର୍ବାଚନୀ ମଣ୍ଡଳୀରେ ଏହି ସଂକଳ୍ପ ସମାବେଶ କରାଯାଇ ଦଳୀୟ ବିଜେଡି ନେତା ଓ କର୍ମୀ ଶପଥ ନେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢ଼ିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନବୀନ ଓଡ଼ିଶା ଗଢ଼ିବାର ମୂଳ ଲକ୍ଷ୍ୟ ବୋଲି ବିଜେଡି ନେତା କହିଛନ୍ତି ।

ମହିଳା ପ୍ରିମିୟର ଲିଗ୍; ଗୁଜୁରାଟକୁ ୧୪୩ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ୨୦୨୩ର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଐତିହାସିକ ବିଜୟ ରେକର୍ଡ କରିଛି । ଟିମ୍ ଗୁଜୁରାଟକୁ ୧୪୩ ରନରେ ପରାଜିତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜୁରାଟ ଜିଆଣ୍ଟସ ୧୫.୧ ଓଭରରେ ୬୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ହରମନପ୍ରୀତ ୬୫ ରନ୍, ହେଲି ମାଥ୍ୟୁସ ୪୭ ରନ୍ ଏବଂ ଅମେଲିୟା କେର୍ ଅପରାଜିତ ୪୫ ରନ୍ ସଂଗ୍ରହ କରିଥିଲା । ଯେତବେଳେ କି ସାଇକ ଇଶାକ ୪ ୱିକେଟ୍ ଅକ୍ତିଆର୍ କରିଥିଲେ । ଟସ୍ ହାରି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିପାରିନଥିଲା ।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ୟସ୍ତିକା ଭାଟିୟା ୮ ଟି ବଲରେ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଓପନ ହେଲି ମାଥ୍ୟୁସ  ନତାଲି ସାଇବରଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୫୪ ରନର ଭାଗିଦାରୀ କରିଥିଲେ । ସାଇବର ନବମ ଓଭରରେ ଆଉଟ୍ ହୋଇଯାଇଥିଲେ । ସେହିପରି ମାଥ୍ୟୁସ ୧୦ମ ଓଭରରେ ଆଉଟ୍ ହୋଇଯାଇଥିଲେ । ସେ ୩୧ ବଲରେ ୩ ଚୌକା ଏବଂ ୪ ଛକା ଜରିଆରେ ୪୭ ରନ୍ କରିଥିଲେ । ୭୭ ସ୍କୋରରେ ମୁମ୍ବାଇର ତିନି ୱିକେଟ୍ ଯିବା ପରେ ଅଧିନାୟକ ହରମନପ୍ରୀତ ମୋର୍ଚ୍ଚା ସମ୍ଭାଳିଥିଲେ ।

ସେ ଚତୁର୍ଥ ୱିକେଟ୍ ପାଇଁ ଅମେଲିୟା କେରଙ୍କ ସହ ମିଶି ୮୯ ରନର ଦମଦାର ଭାଗିଦାରି କରିଥିଲେ । ହରମନପ୍ରୀତ ୨୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି । ୧୭ତମ ଓଭରରେ ହରମନପ୍ରୀତ ପାଭେଲିଅନ୍ ଫେରିଯାଇଥିଲେ । ୩୦ ଟି ବଲରେ ୧୪ ଚୌକା ବଳରେ ସେ ୬୫ ରନ୍ କରିଥିଲେ । ପୂଜା ବସ୍ତ୍ରକାର ୮ ଟି ବଲରେ ୧୫ ରନର ଯୋଗଦାନ କରିଥିଲେ । ସେ ୨୦ତମ ଓଭରରେ ଆଉଟ୍ ହୋଇଯାଇଥିଲେ । ଅମେଲିୟା ୨୪ ଟି ବଲରେ ଅପରାଜିତ ରହି ୪୫ରନ୍ କରିଥିଲେ । ସେ ନିଜ ଇନିଂସରେ ୬ ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।

ତ୍ରିପୁରାର ‘ଦିଦି’ ହୋଇପାରନ୍ତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ ସବୁକିଛି

ଅଗରତାଲା: ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରାରେ ନିର୍ବାଚନ ସମାପ୍ତ ହୋଇଛି । ୩୩ ଆସନରେ ବିଜୟ ସହ ପୁଣି ଗୋଟେଥର ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି । ନୂଆ ସରକାର ଗଠନ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମାଣିକ ଶାହା ଶୁକ୍ରବାର ରାଜ୍ୟପାଳ ସତ୍ୟଦେବ ନାରାୟଣଙ୍କୁ ଭେଟି ନିଜର ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ଇସ୍ତଫା ଦେବା ପରେ ସେ ନୂଆ ସରକାର ଗଠନ ନେଇ କିଛି ମନ୍ତବ୍ୟ ଦେଇନଥିଲେ । ଏହାକୁ ନେଇ ଏବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ବିଜେପି ନେତୃତ୍ୱ ମହିଳା ଦିବସ (୮ ମାର୍ଚ୍ଚ)ରେ କେନ୍ଦ୍ର ମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ କରିପାରନ୍ତି ।

ଯଦି ଏପରି ହୁଏ ତେବେ ଭୌମିକ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ । କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ଅଧିକାରିତା ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ୯୦ ଦଶକରୁ ତ୍ରିପୁରାରେ ବିଜେପିର ଚେହେରା ଭାବେ ଉଭା ହୋଇଛନ୍ତି । ସେ ନିଜର ସାଧାରଣ ଜୀବନ ଶୈଳୀ ଏବଂ ତୃଣମୂଳ ରାଜନୀତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ପ୍ରାରମ୍ଭିକ ଦିନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତି ଆକର୍ଷିତ ଥିଲେ ଭୌମିକ । ୧୯୯୧ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ମିଶିବାର ଏକ ବର୍ଷ ଭିତରେ ଭୌମିକଙ୍କୁ ତ୍ରିପୁରା ରାଜ୍ୟ ସମିତିର ସଦସ୍ୟ କରାଯାଇଥିଲା । ୧୯୯୨ରେ ତାଙ୍କୁ ଧନପୁର ମଣ୍ଡଳର ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା ।

ଦଳରେ ସକ୍ରିୟତା କାରଣରୁ ଭୌମିକଙ୍କ ସ୍ଥିତି ବଢିବାରେ ଲାଗିଥିଲା । ଏହାପରେ ତାଙ୍କୁ ତ୍ରିପୁରା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଦିଆଯାଇଥିଲା । ସେ ଦୁଇଥର ବିଜେପି ପ୍ରଦେଶ ଉପାଧ୍ୟକ୍ଷ ରହିଥିଲେ । ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିମା ଭୌମିକଙ୍କୁ ବିଜେପି ତ୍ରିପୁରା ମହାସଚିବ ରୂପରେ ବଡ଼ ଦାୟିତ୍ୱ ମିଳିଥିଲା । ଏହାର ଗୋଟେ ବର୍ଷ ପରେ ୨୦୧୯ରେ ଦଳ ତାଙ୍କୁ ଲୋକସଭା ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଥିଲା । ସେ ପଶ୍ଚିମ ତ୍ରିପୁରା ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଏବଂ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଏହି ବିଜୟ ସହ ଭୌମିକ ତ୍ରିପୁରାର ପ୍ରଥମ ମହିଳା ବିଜେପି ସାଂସଦ ହୋଇଥିଲେ । ଜୁଲାଇ ୨୦୨୧ରେ ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଥିଲା । ଭୌମିକ କେନ୍ଦ୍ର ମନ୍ତ୍ରୀ ହୋଇଥିବା ତ୍ରିପୁରାର ପ୍ରଥମ ମହିଳା ହୋଇଥିଲେ । ଏହା ବ୍ୟତୀତ ଭୌମିକ ତ୍ରିପୁରାରେ ବିଜେପିର ପ୍ରଥମ ସାଂସଦ ହୋଇଥିଲେ ଯାହାଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା । ଚଳିତ ବର୍ଷ ଜାନୁଆରୀରେ ଯେବେ ତ୍ରିପୁରା ବିଧାନସଭା ନିର୍ବାଚନର ଆରମ୍ଭ ହୋଇଥିଲା ତେବେ ବିଜେପି କେନ୍ଦ୍ରମନ୍ତ୍ରୀ ଭୌମିକଙ୍କୁ ଧନପୁର ସିଟରୁ ଛିଡ଼ା କରି ସମସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ଧନପୁର, ସିପିଏମର ଗଡ଼ ଭାବେ ଜଣାଯାଉଥିଲା ।

ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ଗତ ୫୦ ବର୍ଷ ହେବ ଏହି ଆସନର ପ୍ରତିନିଧିତ୍ୱ କରିଆସୁଥିଲେ । ଚଳିତ ନିର୍ବାଚନରେ ଭୌମିକ ମୋଟ ୪୨.୨୫ ପ୍ରତିଶତ ଭୋଟ ସେୟାର ସହ ମୋଟ ୧୯,୧୪୮ ଭୋଟ ହାସଲ କରିଛନ୍ତି । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ କୌଶିକ ଚନ୍ଦାଙ୍କୁ ୩,୫୦୦ ଭୋଟରେ ପରାଜିତ କରିଛନ୍ତି । ଭୌମିକଙ୍କୁ ରାଜ୍ୟରେ ମହିଳାମାନେ ଦିଦି ବୋଲି ସମ୍ବୋଧିତ କରିଥାନ୍ତି । ଭୌମିକ ରାଜ୍ୟର ପାରମ୍ପରିକ କଳା ଏବଂ ସଂସ୍କୃତିକୁ ପ୍ରାଧାନ୍ୟ ଦେବାରେ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ରହିଥାନ୍ତି । ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ରୂପରେ ସେ ରାଜ୍ୟରେ ମହିଳା ଏବଂ ଅଳ୍ପସଂଖ୍ୟକଙ୍କ ଅଧିକାର ସମର୍ଥନରେ ମଧ୍ୟ ସ୍ୱର ଉଠାଇଛନ୍ତି । ଏବେ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବ ବୋଲି ଚର୍ଚ୍ଚା ହେଉଛି ।

୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ୨୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର । ୫ ହଜାର ୮୨୭.୨୭ କୋଟିର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ୨୫ ହଜାର ୨୯୨ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ମିଳିଛି । ରାଜ୍ୟ ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର 115 ତମ ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୫ ହଜାର ୮୨୭.୨୭ କୋଟିର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିସହ 3ଟି ବୃହତ ପ୍ରକଳ୍ପରେ ନିବେଶକୁ ସୁପାରିଶ କରାଯାଇଛି ।

ଏଥିରେ ୨୮ ହଜାର କୋଟି ଟଙ୍କାର ନିବେଶ କରାଯିବ । ଏଥିରୁ ପ୍ରାୟ 19,000 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମେକ ଇନ୍ ଓଡ଼ିଶା କନକ୍ଲେଭ 2022ରେ ଆସିଥିବା ନିବେଶ ପ୍ରସ୍ତାବ ମଧ୍ୟରୁ 16ଟି ପ୍ରକଳ୍ପ ଆଜିର ବୈଠକରେ ଅନୁମୋଦନ ପାଇଁ ରଖାଯାଇଥିଲା । ରାଜ୍ୟ ସରକାର ନିବେଶକମାନଙ୍କୁ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଭିତ୍ତିଭୂମି, ଖାଦ୍ୟ ପ୍ରକ୍ରିୟାକରଣ ପର୍ଯ୍ୟଟନ, ଆଇଟି, ଫାର୍ମାସ୍ୟୁଟିକାଲ, ପ୍ଲାଷ୍ଟିକ, ରାସାୟନିକ ଏବଂ ପେଟ୍ରୋକେମିକାଲ୍, ଇସ୍ପାତ, ବୟନ, ବସ୍ତ୍ର କ୍ଷେତ୍ରରେ ନିବେଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଆସିଛି ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିହଂପୁର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ଭଦ୍ରକ ଜିଲ୍ଲାରେ ସ୍ଥାପନ ହେବାକୁ ଯାଉଛି । ପ୍ଲାଷ୍ଟିକ୍ କ୍ଷେତ୍ରରେ 3ଟି ପ୍ରକଳ୍ପ ଅନୁମୋଦନ କରାଯାଇଛି । ଏଥିରେ ପ୍ରାୟ ୩୯୨ କୋଟି ୧୦ ଲକ୍ଷ ଟଙ୍କା ନିବେଶ ହେବ । ଏଥିରୁ 664 ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଇସ୍ପାତ କ୍ଷେତ୍ରରେ 8ଟି ପ୍ରକଳ୍ପକୁ ନୁଅମୋଦନ କରାଯାଇଛି । ଯାହା ରାଜ୍ୟର 3000 ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ 3ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏଥିରେ 164.99 କୋଟିର ପୁଞ୍ଜି ବିନିଯୋଗ ହେବ । ଏଥିରୁ 491 ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

୧୦ରୁ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷାର ଦ୍ବିତୀୟ ସମେଟିଭ ଆସେସମେଣ୍ଟ ଆରମ୍ଭ ହେବ । ଯାହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମାରେ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ । ଏଥିପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତ୍ରୁଟିଶୁନ୍ୟ ଭାବେ ପରୀକ୍ଷା ପରିଚାଳନା କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ପରୀକ୍ଷା ହଲକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷା ପରିଚାଳନା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭଲ ଭାବେ ଯାଞ୍ଚ କରି କେନ୍ଦ୍ରକୁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନ ଓ ଉତ୍ତରଖାତା ରହୁଥିବା ଷ୍ଟ୍ରଙ୍ଗରୁମ୍ରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରଗୁଡିକୁ ଆଜି ଠାରୁ ପ୍ରଶ୍ନପତ୍ର ପହଞ୍ଚିବା ଆରମ୍ଭ ହୋଇଛି । ମୋଟ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା ଶେଷ ପରେ ୫୬ କେନ୍ଦ୍ରରେ ଖାତା ଦେଖାହେବା ପାଇଁ ବ୍ୟବସ୍ଥା କରାଯାଇଛି ।

ଆମ ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ା ନାହିଁ: ସୁଲତା ଦେଓ

ଭୁବନେଶ୍ୱର: ଓଡ଼ିଶା ସରକାର ନିଜର ବ୍ରାଣ୍ଡିଂ କରୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅମୂଳକ ଏବଂ ଭିତ୍ତିହୀନ । ଜନମାନସରେ ତିଷ୍ଠି ରହିବା ପାଇଁ ସେ ମଝିରେ ମଝିରେ ଏଭଳି ଅବାନ୍ତର କଥା କୁହନ୍ତି । ଆଜି ଅପରାଜିତାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ । ଏକ ପ୍ରେସ ବିବୃତିରେ ଶ୍ରୀମତି ଦେଓ କହିଛନ୍ତି ଯେ, ଅପରାଜିତା ମ୍ୟାଡମ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଓଡ଼ିଶାରେ ଦୀର୍ଘ ବର୍ଷ କାମ କରିଛନ୍ତି । ତେଣୁ ସେ ନିଶ୍ଚୟ ଭଲ ଭାବରେ ଅନୁଭବ କରିଥିବେ ଯେ ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କଲାବେଳେ ଓଡ଼ିଶା କେଉଁଠି ଥିଲା ଏବଂ ଆଜି ଓଡ଼ିଶା କେଉଁଠି ପହଞ୍ଚିଛି ।

କିନ୍ତୁ ସମ୍ଭବତଃ ବିରୋଧୀ ଦଳରେ ଥିବାରୁ ବାଧ୍ୟବାଧକତାରେ ସେ ଏପରି କହୁଛନ୍ତି । ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ତେଣୁ ସେ କମ୍ କଥା ଏବଂ କାମ ବେଶି କରନ୍ତି । ଯାହାର ଫଳ ସ୍ୱରୂପ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ କରିଥିବା କାମ ହିଁ ଆଜି କଥା କହୁଛି । ପ୍ରତ୍ୟେକ କ୍ଷେତ୍ରରେ କାମ ଏମିତି ହୋଇଛି ଯେ ଆମର ବ୍ରାଣ୍ଡିଂ ଲୋଡ଼ା ନାହିଁ । ଓଡିଶା ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ଚାଉଳରେ ବଳକା ରାଜ୍ୟ ହୋଇପାରିଛି । ସରକାର କୃଷି ଓ ଜଳସେଚନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ସହ କୃଷକଙ୍କ ଆୟ ଦ୍ୱିଗୁଣିତ କରିଛନ୍ତି ।

ସେହିପରି ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଜରିଆରେ ଓଡ଼ିଶାର ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଲାଗି ଦେଶବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟରେ ସାଢେ ୯୬ ଲକ୍ଷ ପରିବାରର ୩ କୋଟି ୩୦ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି ବୋଲି ଶ୍ରୀମତି ଦେଓ କହିଛନ୍ତି  ।