spot_img
Home Blog Page 3421

ବସ୍ ସ୍କାମ୍ କ’ଣ ? ମାଲିକଙ୍କ ନାମରେ ଏମିତି ହୁଏ କର୍ମଚାରୀଙ୍କ ସହ ଠକେଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାଇବର କ୍ରାଇମର ଏକ ନୂଆ ତରିକା ସାମ୍ନାକୁ ଆସିଛି । ଯେଉଁଥିରେ ସ୍କାମରମାନେ ଇଣ୍ଡିଗୋ ଏୟାରଲାଇନ୍ସର ସିଇଓ ପିଟର ଆଲବର୍ସ ବୋଲି ଦର୍ଶାଇ କର୍ମଚାରୀମାନଙ୍କୁ ଫ୍ରଡ୍ କରିଛନ୍ତି ।

ସ୍କାମରମାନେ ବିମାନରେ ଥିବା କର୍ମଚାରୀଙ୍କୁ ଆମାଜନରୁ କିଣାଯାଇଥିବା ଗୁଗୁଲ୍ ପେ ଗିଫ୍ଟ କାର୍ଡ କିଣିବା ଏବଂ ଏହାକୁ ଅନ୍ୟ ଜଣଙ୍କୁ ପଠାଇବାକୁ କହିଥିଲେ। ଏ ଖବର ଇଣ୍ଡିଗୋ ଏୟାରଲାଇନ୍ସ ପାଖରେ ପହଞ୍ଚିବା ପରେ ସ୍କାମରଙ୍କ ବିରୋଧରେ FIR ଦାଖଲ ହୋଇଛି । ଏ ନେଇ ସେମାନେ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ପ୍ରକାର ସାଇବର ଅପରାଧକୁ ‘ବସ୍ ସ୍କାମ’ ବୋଲି କୁହାଯାଏ | କର୍ପୋରେଟ୍ ଦୁନିଆରେ ଏଭଳି ବହୁତ ବଡ଼ ବଡ଼ ଠକେଇ ସାମ୍ନାକୁ ଆସୁଛି । ଏହି ଠକେଇରେ କମ୍ପାନୀ ମାଲିକଙ୍କ ନାମରେ କମ୍ପାନୀର କର୍ମଚାରୀମାନଙ୍କୁ ଏକ ନକଲି ଇମେଲ ପଠାଏ, ଯେଉଁଥିରେ ସେମାନଙ୍କୁ ଗିଫ୍ଟ କାର୍ଡ କିଣିବାକୁ କୁହାଯାଏ । ଯେହେତୁ ଏହି ମେଲ୍ ମାଲିକଙ୍କ ନାମରେ ଆସେ, ଅନେକ କର୍ମଚାରୀ ଏହାକୁ ସତ ଭାବି ଗିଫ୍ଟ କାର୍ଡ କିଣନ୍ତି। ହେଲେ ଯେଉଁମାନେ ଏହି କାର୍ଡ କିଣନ୍ତି ସେମାନେ ସ୍କାମରଙ୍କ ଜାଲରେ ପଡ଼ନ୍ତି ।

ନିକଟରେ ଦକ୍ଷିଣ ଭାରତର ଏକ ମିଡିଆର ଜଣେ ବରିଷ୍ଠ ଅଧିକାରୀ ଏହିଭଳି ଠକେଇର ଶିକାର ହୋଇଛନ୍ତି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସାଧାରଣତଃ କର୍ମଚାରୀମାନଙ୍କୁ ନକଲି ମେଲ ପଠାଇ ଗିଫ୍ଟ କାର୍ଡ କିଣିବାକୁ କୁହାଯାଏ । କର୍ମଚାରୀମାନଙ୍କୁ କୁହାଯାଏ ଯେ, ଏହି ଗିଫ୍ଟ କାର୍ଡକୁ କମ୍ପାନୀ କାମ ପରି କିଛି କର୍ମଚାରୀଙ୍କ ପଦୋନ୍ନତି ପାଇଁ ବ୍ୟବହାର କରାଯିବ। ଏହି ସ୍କାମରେ ସ୍କାମର ଜଣଙ୍କ କମ୍ପାନୀର ମାଲିକ କିମ୍ବା ମ୍ୟାନେଜର ବୋଲି ଦାବି କରିଥାନ୍ତି ।

ବେଳେବେଳେ ସେମାନେ କୁହନ୍ତି ଯେ, ସେ ମାଲିକ ସହର ବାହାରେ ଅଛନ୍ତି କିମ୍ବା କୌଣସି କନଫରେନ୍ସରେ ଅଛନ୍ତି । ତାଙ୍କୁ କିଣାବିକା କରିବାକୁ ଅତି ଶୀଘ୍ର ଗିଫ୍ଟ କାର୍ଡ କିଣିବା ଦରକାର । ଏମିତି କରି ସେ କର୍ମଚାରୀଙ୍କୁ ତରବର କରିଥାନ୍ତି ।

ଆପଣଙ୍କ ପାଖକୁ ଯଦି ଏପରି ମେଲ ଆସୁଛି ତାହାଲେ ସାବଧାନ ହୋଇଯାଆନ୍ତୁ । ସଠିକ ଭାବେ ମେଲ ପଢ଼ନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ।

ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଛି ଗୋପାଳକୃଷ୍ଣ

ନନ୍ଦିଘୋଷ ବ୍ୟୁରୋ: ନବ କିଶୋର ଦାସ ହତ୍ୟା ମାମଲା । ସରିଲା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ । ଗୁଜରାଟର ଗାନ୍ଧିନଗରରେ ସରିଛି ନାର୍କୋ ଓ ପଲିଗ୍ରାଫ ଟେଷ୍ଟ । ନାର୍କୋ ଟେଷ୍ଟ ପରେ ଅଚେତ ହୋଇପଡ଼ିଛି ଗୋପାଳ । ପରୀକ୍ଷା ସମୟରେ ନିଶ୍ଚେତକ ଦିଆଯାଇଥିବାରୁ ଗୋପାଳ ଏବେ ବେହୋସ ଅଛି । ଆଗାମୀ କିଛି ଘଣ୍ଟା ତାକୁ ଅବଜରଭେସନରେ ରଖାଯିବ । ଅଭିଯୁକ୍ତର ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛନ୍ତି । ସେଠାରୁ କାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । ନାର୍କୋ ଟେଷ୍ଟରେ ଅନେତ ଗୁମର ଖୋଲିଛି ଗୋପାଳ । ଅଭିଯୁକ୍ତ ମୁହଁରୁ ସତ ଆଦାୟ କରିଛି କ୍ରାଇମବ୍ରାଞ୍ଚ ।

କାହିଁକି ନବକିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ? ମନ୍ତ୍ରୀଙ୍କୁ ହତ୍ୟା କରିବା ପଛର କାରଣ କଣ ? କେଉଁ କାରଣରୁ ନବକିଶୋରଙ୍କ ଉପରେ ରାଗଥିଲା ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେରା କରିଛନ୍ତି । ପୂର୍ବରୁ ଗୋପାଳର ଏଲଭିଏ ଟେଷ୍ଟ କରାଯିବା ସହ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି । ସେପଟେ ଆସନ୍ତା ୧୩ ତାରିଖରୁ ସରୁଛି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଗତ ୯ ତାରିଖରୁ ଗୋପାଳକୁ ତୃତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇବ୍ରାଞ୍ଚ ।

ବିଜେପି-ଆରଏସଏସ ସହିତ ଆମର ଧାର୍ମିକ ମତଭେଦ ନାହିଁ, ହେଲେ ଆଦର୍ଶଗତ ପାର୍ଥକ୍ୟ ଅଛି: ମହମୁଦ ମଦନୀ

ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦର ମୁଖିଆ ମହମୁଦ ମଦନୀ କହିଛନ୍ତି ଯେ ବିଜେପି ଏବଂ ଆରଏସଏସ ସହ ଆମର କୌଣସି ଧାର୍ମିକ ମତଭେଦ ନାହିଁ, ବରଂ ଆଦର୍ଶଗତ ପାର୍ଥକ୍ୟ ଅଛି । ଦିଲ୍ଲୀ ରାମଲୀଳା ମୈଦାନରେ ଶନିବାର ଜମିୟତର ୩୪ତମ ଅଧିବେଶନରେ ସେ କହିଛନ୍ତି, ଭାରତ ଯେତିକି ମୋଦୀ ଏବଂ ଭାଗବତଙ୍କର ସେତିକି ମଦନୀର ମଧ୍ୟ ଅଟେ । ଜମିୟତ ମୁଖିଆ କହିଛନ୍ତି, ମୁଁ ଆରଏସଏସ ଏବଂ ଏହାର ସର ସଂଘ ଚାଳକଙ୍କୁ ନିମନ୍ତ୍ରଣ କରୁଛି । ସେ ଆସନ୍ତୁ, ଆପୋସ ମତଭେଦ ଏବଂ ଶତ୍ରୁତାକୁ ଭୁଲି ଜଣେ ଅନ୍ୟଜଣଙ୍କୁ ଆଲିଙ୍ଗନ କରିବା ଏବଂ ଦେଶକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ବନାଇବା ।

ଆମକୁ ସନାତନ ଧର୍ମ ସହ କୌଣସି ଅସୁବିଧା ନାହିଁ, ଆପଣଙ୍କୁ ମଧ୍ୟ ଇସଲାମକୁ ନେଇ କୌଣସି ଅଭିଯୋଗ ନରହିବା ଆବଶ୍ୟକ । ଆମ ନଜରରେ ହିନ୍ଦୁ-ମୁସଲମାନ ବରାବର ଅଟନ୍ତି । ଆମେ ମଣିଷଙ୍କ ମଧ୍ୟରେ କୌଣସି ପରକ ଦେଖିନଥାଉ । ଜମିୟତ ସର୍ବ ଧର୍ମ ସମ୍ମାନ ନିୟମରେ ବିଶ୍ୱାସ କରେ । ମଦନୀ ଆଗକୁ କହିଥିଲେ ଏହି ଭୂମି ମୁସଲମାନମାନଙ୍କ ପ୍ରଥମ ମାତୃଭୂମି ଅଟେ । ଇସଲାମ ଧର୍ମ ବାହାରୁ ଆସିଛି ଏମିତି କହିବା ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ ଏବଂ ନିରାଧାର ଅଟେ । ଇସଲାମ ସବୁ ଧର୍ମଠାରୁ ପୂରୁଣା ଧର୍ମ ଅଟେ ।

ମୁସଲମାନମାନଙ୍କ ପାଇଁ ଭାରତ ସବୁଠୁ ଭଲ ଦେଶ ଅଟେ, କିନ୍ତୁ ଏଠାରେ ମୁସଲିମଙ୍କ ବିରୋଧରେ ଘୃଣା ଏବଂ ଉସୁକାଇବା ଭଳି ଘଟଣା ବୃଦ୍ଧି ପାଉଛି । ମୌଲାନା ମଦନୀ ଆଗକୁ କହିଥିଲେ, ୟୁନିଫର୍ମ ସିଭିଲ କୋଡ୍ କେବଳ ମୁସଲମାନମାନଙ୍କ ପ୍ରସଙ୍ଗ ନୁହେଁ, ବରଂ ଏହା ଦେଶର ଭିନ୍ନ ଭିନ୍ନ ସାମାଜିକ ସଂଗଠନ, ଜାତି ଏବଂ ସମସ୍ତ ବର୍ଗ ସହ ସମ୍ବନ୍ଧିତ ଅଟେ । ଶନିବାର ଅଧିବେଶନରେ ସାମିଲ ମୌଲବିମାନେ ଇସଲାମଫୋବିୟା, ୟୁନିଫର୍ମ ସିଭିଲ କୋଡ, ପର୍ସନାଲ ଲରେ ହସ୍ତକ୍ଷେପ, ପଛୁଆବର୍ଗ ମୁସଲିମମାନଙ୍କ ପାଇଁ ସଂରକ୍ଷଣ, ମଦରସାଗୁଡିକର ସର୍ଭେ, ଇସଲାମ ବିରୋଧରେ ଭୁଲ୍ ସୂଚନା ଏବଂ କାଶ୍ମୀର ଉପରେ ପ୍ରସ୍ତାବ ପାରିତ କରିଛନ୍ତି ।

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ; ପାଇକମାଳାରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର: କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ଗତ ଉପନିର୍ବାଚନ ସମୟରେ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇ ପାଇକମାଳ ଅଞ୍ଚଳବାସୀ ବେଶ ଉତ୍ସାହିତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ବିକାଶର ଫର୍ଦ୍ଦରେ ଯୋଡି ହେଉଛି ପଦ୍ମପୁରରେ । ଆସନ୍ତା 19ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପଦମପୁର ଗସ୍ତ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ପଦମପୁର ଅଂଚଳର ଆହୁରି ବିକାଶ ପାଇଁ ଏହି ଗସ୍ତବେଳେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

ନବ ଦାସ ହତ୍ୟା ମାମଲା; ଗାନ୍ଧିନଗରରେ ସରିଲା ଗୋପାଳର ନାର୍କୋ ଟେଷ୍ଟ

ନନ୍ଦିଘୋଷ ବ୍ୟୁରୋ: ନବକିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଗଜୁରାଟ ଗାନ୍ଧିନଗରରେ ଅଭିଯୁକ୍ତ ଗୋପାଳର ସରିଲା ନାର୍କୋ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପରେ ସରିଛି ନାର୍କୋ ଟେଷ୍ଟ । ଆସନ୍ତାକାଲି ଝାରସୁଗୁଡ଼ା ଫେରିବ ଅଭିଯୁକ୍ତ ଗୋପାଳ । ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାହିଁକି ନବକିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ? ମନ୍ତ୍ରୀଙ୍କୁ ହତ୍ୟା କରିବା ପଛର କାରଣ କଣ ? କେଉଁ କାରଣରୁ ନବକିଶୋରଙ୍କ ଉପରେ ରାଗଥିଲା ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ଗାନ୍ଧୀନଗରରେ ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ କ୍ୟାମ୍ପ ପକାଇଛି ।

ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ମାଧ୍ୟମରେ ହତ୍ୟା ମାମଲାର ପର୍ଦ୍ଦାଫାସ କରିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ । ଗୋପାଳ ଜଣେ ପୋଲିସ କର୍ମଚାରୀ ହୋଇଥିବାରୁ ତାଠାରୁ ସତ ବାହାର କରିବା କଷ୍ଟ ହେଉଛି । ପୂର୍ବରୁ ଗୋପାଳର ଏଲଭିଏ ଟେଷ୍ଟ କରାଯିବା ସହ ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି । ସେପଟେ ଆସନ୍ତା ୧୩ ତାରିଖରୁ ସରୁଛି ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଗତ ୯ ତାରିଖରୁ ଗୋପାଳକୁ ପୁଣି ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇଥିଲା କ୍ରାଇବ୍ରାଞ୍ଚ । ଏହି ରିମାଣ୍ଡ ଅବଧି ଆସନ୍ତା ସୋମବାର ସରୁଥିବା ବେଳେ କାଲି ଗୋପାଳକୁ ଝାରସୁଗୁଡା ଆଣିବ କ୍ରାଇମବ୍ରାଞ୍ଚ ।

ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାଚ୍ ଫିସର ୨୫% ଫାଇନ୍, ଅମ୍ପାୟାରଙ୍କୁ ନଜଣାଇ ଆଙ୍ଗୁଠିରେ ମଲମ ଲଗାଇଥିଲେ

ନାଗପୁର: ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ପ୍ରଥମ କ୍ରିକେଟ ଟେଷ୍ଟରେ ମ୍ୟାଚ ଫିସର ୨୫ ପ୍ରତିଶତ ଫାଇନ୍ ଲଗାଯାଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ସମୟରେ ଆଇସିସି ଆଚାର ସଂହିତା ଅନୁସାରେ ଜାଡେଜାଙ୍କୁ ଲେବୁଲ-୧ର ଅପରାଧୀ ଭାବେ ଗଣାଯାଇଛି ।   ସେ ଅମ୍ପାୟାରଙ୍କୁ ବିନା ଜଣାଇ ଆଙ୍ଗୁଠିରେ ମଲମ ଲଗାଇଥିଲେ । ଏହାପରେ ବୋଲିଂ ମଧ୍ୟ କରିଥିଲେ । ସେ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ସିରାଜଙ୍କଠାରୁ ମଲମ ନେଇ ଆଙ୍ଗୁଠିରେ ମାରୁଥିବାର କ୍ୟାମେରାରେ କଏଦ ହୋଇଥିଲା । ଏନେଇ ଅଷ୍ଟ୍ରେଲିଆ ଟିମ୍ ଅଭିଯୋଗ କରିଥିଲା । ଏମିତିକି ଅନେକ ଅଷ୍ଟ୍ରେଲୀୟ ମିଡିଆ ବଲ୍ ଟ୍ୟାମ୍ପରିଂ ନେଇ ଅଭିଯୋଗ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଇନିଂସ ଏବଂ ୧୩୨ରନରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ । ସର୍ବାଧିକ ୫ଟି ୱିକେଟ୍ ଅକ୍ତିଆର କରିଥିଲେ ।

ମୋଦି ଚାହିଁଲେ ୟୁକ୍ରେନ୍ ଯୁଦ୍ଧ ବନ୍ଦ ହେବ, ଆମେରିକା କାହିଁକି ଏମିତି କହିଲା ?

ନୂଆଦିଲ୍ଲୀ: ଋୁଷ- ୟୁକ୍ରେନ ଯୁଦ୍ଧ ସରିବାର ନାଁ ନେଉନି । ବର୍ଷେ ହେଲାଣି ଚାଲିଛି ଯୁଦ୍ଧ । ଏହାର ଅନ୍ତ କେବେ ହେବ ତାହା କେହି କହି ପାରୁନାହାନ୍ତି । ଏହାରି ଭିତରେ ଏବେ ଆମେରିକା କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ ଯୁଦ୍ଧ ରୋକି ପାରିବେ । ତାଙ୍କ ପାଖରେ ଏବେ ବି ସମୟ ଅଛି ସେ ଚାହିଁଲେ ଋଷ ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ ।

ଏ ନେଇ ହ୍ବାଇଟ ହାଉସ ପ୍ରବକ୍ତାଙ୍କୁ ଯେତେବେଳେ ପଚରା ଯାଇଥିଲା, ଯୁଦ୍ଧ ରୋକିବାକୁ ମୋଦି ପୁଟିନଙ୍କୁ ବୁଝାଇବା ଉଚିତ କି? ଏହାପରେ ପ୍ରବକ୍ତା କହିଥିଲେ ଭାରତର ଏପରି ପ୍ରୟାସକୁ ଆମେରିକା ସମର୍ଥନ କରିବ । ପୁଟିନଙ୍କ ପାଖରେ ଏବେ ବି ସମୟ ଅଛି, ଯଦି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବୁଝାନ୍ତି ତାହାଲେ ଆମେରିକା ଏହାକୁ ସମର୍ଥନ କରିବ ।

ହ୍ବାଇଟ ହାଉସ ପ୍ରବକ୍ତା କହିଥିଲେ ଯେ, ଏବେ ୟୁକ୍ରେନର ଯାହା ଅବସ୍ଥା ଏଥିପାଇଁ ପୁଟିନ ହିଁ ଦାୟୀ । ତେଣୁ ପୁଟିନ ଚାହିଁଲେ ଯୁଦ୍ଧ ରୋକିପାରିବେ । ଏବେ ସେଠାକାର ଲୋକ ବିନା ବିଜୁଳିରେ ରହୁଛନ୍ତି । ଲୋକଙ୍କର ଅନ୍ଧକାରରେ ରାତି ବିତୁଛି । ତେଣୁ ପୁଟିନ ଚାହିଁଲେ ଯୁଦ୍ଧ ବନ୍ଦ ହୋଇ ପାରିବ ।

ବିବାହ ବେଦୀରେ ଡାକ୍ତର ବରଙ୍କୁ ହେଲା ହାର୍ଟ ଆଟାକ, ଚାଲିଗଲା ଜୀବନ

ଡେରାଡୁନ୍: ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ ଏବଂ ବିବ୍ରତ କରିଛି। ଡାକ୍ତର ଜଣଙ୍କ ବାହା ମଣ୍ଡପରେ ସାତ ଫେରା ନେବାବେଳେ ହାର୍ଟ ଆଟାକର ଶିକାର ହୋଇଛନ୍ତି ।

ବିବାହ ମଣ୍ଡପରେ ଡାକ୍ତରଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ତାଙ୍କ ମୁଣ୍ଡ ବୁଲାଇବା କାରଣରୁ ସେ ତଳେ ପଡ଼ିଯାଇଥିଲେ। ପରିବାର ସଦସ୍ୟ ଯଥାଶୀଘ୍ର ତାଙ୍କୁ ଘରୋଇ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଡାକ୍ତର ସମୀର ଉପାଧ୍ୟାୟ ଜଣେ ଦନ୍ତ ଚିକିତ୍ସକ ଥିଲେ। ବିବାହ ପ୍ରୋସେସନ ଯିବା ବେଳେ ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଥିଲା। କିନ୍ତୁ, ହଠାତ୍ ସେ ଛାତିରେ ଯନ୍ତ୍ରଣା ଆରମ୍ଭ କରିଥିଲେ । ଡାକ୍ତର ବରଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଡାକ୍ତରଙ୍କୁ ୩୦ ବର୍ଷ ବୟସ ହୋଇଥିଲା ।

ଡାକ୍ତରଙ୍କ ଦୁଇ ଭଉଣୀ ଅଛନ୍ତି। ବଡ଼ ଭଉଣୀ ବିବାହିତ । ସାନ ଭଉଣୀ ମଧ୍ୟ ଜଣେ ଡାକ୍ତର ଥିବାବେଳେ ତାଙ୍କ ପିତା କିଛି ଦିନ ପୂର୍ବରୁ ଓମାନରୁ ଫେରିଛନ୍ତି।

ଡାକ୍ତର ପୁଅର ଏମିତି ଅକସ୍ମାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାରଲୋକେ । ସମସ୍ତେ ଭାଙ୍ଗି ପଡ଼ିଥିଲାବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ନାଗପୁର ଟେଷ୍ଟରେ ଭାରତର ଇନିଂସ ବିଜୟ, ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ ରନରେ ହରାଇଲା ଟିମ୍ ଇଣ୍ଡିଆ

ନାଗପୁର: ନାଗପୁର ଟେଷ୍ଟ ଜିତିଲା ଭାରତ । ନାଗପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ୱିନୀ ଓ ରବିନ୍ଦ୍ର ଜାଡେଜାଙ୍କ ଦମଦାର ବୋଲିଂ ବଳରେ ଜିତିଲା ଭାରତ । ଏହି ବିଜୟ ସହ ବର୍ଡର-ଗାଭାସ୍କର ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ସୂଚନା ଅନୁସାରେ ନାଗପୁରରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ । କିନ୍ତୁ ଭାରତୀୟ ଦଳର ଦୁଇ ସ୍ପିନର ଅଶ୍ୱିନୀ ଓ ଜାଡେଜାଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ । ପ୍ରଥମ ଇନିଂସରେ ମାତ୍ର ୧୭୭ ରନ କରି ଅଲଆଉଟ ହୋଇଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ଜାଡେଜା ୫ ଓ୍ୱିକେଟ ନେଇଥିବାବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆକୁ ୧୭୭ ରନରେ ଅଲଆଉଟ କରିବା ପରେ ଭାରତ ରୋହିତ ଶର୍ମାଙ୍କ ଦମଦାର ଶତକ, ଜାଡେଜା ଓ ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଫଳରେ ୪୦୦ ରନ କରିବାରେ ସଫଳ ହୋଇଥିଲା । ଯାହା ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୨୨୩ ରନରେ ଆଗୁଆ ରହିଥିଲା ।

ତେବେ ପ୍ରଥମ ଇନିଂସରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ଜାଡେଜା ଘାତକ ସାଜିଥିବାବେଳେ ଦ୍ୱିତୀୟ ଇନିଂସରେ ଘାତକ ସାଜିଥିଲେ ଅଶ୍ୱିନୀ । ଅଶ୍ୱିନୀଙ୍କ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା ଅଷ୍ଟ୍ରେଲିଆ । ମାତ୍ର ୯୧ ରନରେ ଅଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ଯାହା ଫଳରେ ଭାରତ ଏହି ମ୍ୟାଚକୁ ଗୋଟିଏ ଇନିଂସ ଓ ୧୩୨ ରନରେ ବିଜୟ ଲାଭ କରିଛି ।

ଧ୍ବଂସାବଶେଷ ତଳେ ପରିସ୍ରା ପିଇ ବଞ୍ଚିଥିଲେ, ୯୪ ଘଣ୍ଟା ପରେ ଉଦ୍ଧାର ହେଲେ

ତୁର୍କୀ: ତୁର୍କୀ ଏବଂ ସିରିଆରେ ଭୂକମ୍ପ ୨୫ ହଜାରରୁ ଅଧିକା ଲୋକଙ୍କ ଜୀବନ ନେଇ ସାରିଲାଣି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଦିନ ଯେତେ ଗଡ଼ୁଛି ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଏହା ସହ ଜୀବନ ମରଣ ସହ ସଂଗ୍ରାମ କରି ବଞ୍ଚୁଥିବା ଖବର ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଭୂକମ୍ପ ସ୍ଥଳରୁ ଦିନକୁ ଦିନ ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଏବେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ଭୁକମ୍ପରେ ତୁର୍କୀର ଗଜିଆଟେପ ଅଞ୍ଚଳର ଏକ ବଡ଼ ବିଲ୍ଡିଂ ଭୁଷୁଡ଼ି ପଡ଼ିଥିଲା । ଏହି ବିଲ୍ଡିଂ ତଳେ ଅନେକ ଲୋକ ଫସି ଯାଇଥିଲେ । କିଛି ଲୋକଙ୍କୁ ଉଦ୍ଧାର କରାଗଲା ଏବଂ କିଛି ଲୋକ ମୃତ୍ୟୁ ବରଣ କରିଥିଲେ । ଏହି ବିଲ୍ଡିଂ ତଳେ ଚାପି ହୋଇ ରହିଯାଇଥିଲେ ଅଦନାନ୍ ନାମକ ଯୁବକ ।

ପ୍ରବଳ ଚିତ୍କାର ପରେ ବି ଫସିଥିବା ୧୭ ବର୍ଷ ବୟସର ଅଦନାନଙ୍କ ସ୍ବର କେହି ଶୁଣି ପାରି ନଥିଲେ । ଧ୍ବଂସାବଶେଷ ତଳେ ସେ ପ୍ରାୟ ୨ ରୁ ୩ ଦିନ ଯାଏ ରହିବା ପରେ ପିଇବା ପାଇଁ ପାଣି ଦରକାର ପଡ଼ିଥିଲା । ମାଟି ତଳେ ତଣ୍ଟି ଓଦା କରିବାକୁ ସେ କିଛି ଉପାୟ ନ ପାଇ ନିଜ ପରିସ୍ରା ପିଇଥିଲେ । ଯେତେ କଷ୍ଟ ହେଲେ ବି ସେ ନିଜ ଜୀବନ ବଞ୍ଚାଇବାକୁ ସତ ଚେଷ୍ଟା କରିଥିଲେ । ଏହା ପରେ ଅଦନାନଙ୍କୁ ପ୍ରାୟ ୯୪ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା ।