spot_img
Home Blog Page 3423

ମାର୍ଚ୍ଚ ୫ରୁ ଡାକୋଟାକୁ ଦେଖି ପାରିବେ ସର୍ବସାଧାରଣ

ଭୁବନେଶ୍ବର: ବିମାନବନ୍ଦର ଟର୍ମିନାଲ ଓ୍ବାନ୍‌ ସାମ୍ନାକୁ ଆସିଲାଣି ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ବିଭିନ୍ନ ଅଂଶର ଖଞ୍ଜାଖଞ୍ଜି କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍‌ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ଆଜି ବିଳମ୍ବିତ ରାତିରେ ୨ଟି ଡେଣା ଓ ମୁଖ୍ୟଅଂଶ କକପିଟକୁ ଅଣାଯିବ ।

୩ ତାରିଖ ସୁଦ୍ଧା ଖଞ୍ଜାଖଞ୍ଜି କାମ ସମ୍ପୂର୍ଣ୍ଣ ଶେଷ ହେବ । ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏନେଇ ସୂଚନା ଦେଇଛନ୍ତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି ।

୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ। ୨୮ ତାରିଖରେ ଓ୍ବିଙ୍ଗସ ଆଣି ଲଗାଯିବ। ପରେ ଇଣ୍ଟେରିଅର କାମ କରାଯାଇ ୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖା ଯାଇଛି ।

ବାବୁରାମ ବଖାଣିବ ହନିଟ୍ରାପ କାହାଣୀ, ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

0

ବାଲେଶ୍ବର: ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଆଜି ରିମାଣ୍ଡ ଶୁଣାଣି ହେବ । ଅଭିଯୁକ୍ତ ବାବୁରାମ ଦେକୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ ବାବୁରାମ ଦେକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏବେ ତାଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ହନିଟ୍ରାପ୍ ମାଧ୍ୟମରେ ରାୱଲପିଣ୍ଡିକୁ କେଉଁ ତଥ୍ୟ ଦେଇଛନ୍ତି ଅଭିଯୁକ୍ତ ? ତଥ୍ୟ ବଦଳରେ କେତେ ଟଙ୍କା ମିଳିଛି ? ଆଉ କେଉଁ ସୁବିଧା ହାତେଇଛନ୍ତି ଅଭିଯୁକ୍ତ ? ନେଟୱର୍କରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ? ରିମାଣ୍ଡରେ ଆଣି ଏସବୁ ତଥ୍ୟ ହାସଲ କରିବ ପୋଲିସ। ଆଜି ସୁଦ୍ଧା ଏହି ମାମଲାରେ ଆଇଟିଆରର ଜଣେ ବରିଷ୍ଠ ଟେକନିକାଲ ଅଫିସରଙ୍କୁ ଗିରଫ କରାଯିବା ସହିତ ଅନ୍ୟ ୪ ଜଣ ସ୍ଥାୟୀ କର୍ମଚାରୀ ଓ ୩ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।

ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ମହାଅଧିବେଶନରେ ସୋନିଆଙ୍କ ଇଶାରା

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସହିତ ନିଜ ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ । ଛତିଶଗଡ଼ କଂଗ୍ରେସ ମହାଅଧିବେଶନରୁ କଂଗ୍ରେସ ନେତା ତଥା ୟୁପିଏ ଚେୟରମ୍ୟାନ ସୋନିଆ ଗାନ୍ଧୀ ଦେଇଛନ୍ତି ଏପରି ଇଶାରା । ଭାରତ ଯୋଡୋ ଯାତ୍ରା ଏକ ଟର୍ଣ୍ଣିଂ ପଏଣ୍ଟ ଆଣିଛି । ଭାରତୀୟମାନେ ସଦଭାବନା, ସହନଶୀଳତା ଓ ସମାନତା ଚାହାଁନ୍ତି ବୋଲି ପ୍ରମାଣିତ କରିଛନ୍ତି । କଂଗ୍ରେସ ପାଇଁ ଏବେ ସବୁଠାରୁ ଚ୍ୟାଲେଞ୍ଜର ସମୟ ଆସିଛି । ବିଜେପି ଓ ଆରଏସଏସ ଯେଭଳି ଭାବେ ଦେଶର ବଡ଼ ବଡ଼ ଅନୁଷ୍ଠାନ ଓ ସଂଖ୍ୟାଲଘୁଙ୍କ ଅଧିକାରକୁ ସଂକୁଚିତ କରି ଚାଲିଛନ୍ତି ତାହା ଦେଶ ପାଇଁ ବିପଜ୍ଜନକ ।

ଏହା ସହ କିଛି ପୁ଼ଞ୍ଜିପତିଙ୍କ ସ୍ବାର୍ଥ ପାଇଁ ଦେଶର ଅର୍ଥନୀତିକୁ ବଳି ଦିଆଯାଉଛି । ୨୦୦୪ ଓ ୨୦୦୯ ନିର୍ବାଚନ ବିଜୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବ ତାଙ୍କୁ ସନ୍ତୁଷ୍ଟ କରିଛି ବୋଲି କହିଛନ୍ତି ସୋନିଆ । ଶକ୍ତିଶାଳୀ କର୍ମୀ ହିଁ ଦଳର ଶକ୍ତି । କଂଗ୍ରେସ କେବଳ ଏକ ରାଜନୈତିକ ପାର୍ଟି ନୁହେଁ, ଏଥିରେ ଗଣତନ୍ତ୍ର ମଧ୍ୟ ରହିଛି । ବିଜେପି ଦେଶରେ ଘୃଣାର ନିଆଁ ଜାଳୁଛି । ବିଜେପି ଟାର୍ଗେଟରେ ସଂଖ୍ୟାଲଘୁ, ମହିଳା, ଦଳିତ ଏବଂ ଆଦିବାସୀ ସମାଜ ।

ଦିଲ୍ଲୀରେ ଶାସନ କରୁଥିବା ନେତାଙ୍କ ଡିଏନଏରେ ଆତ୍ମଗରିବୀ ମାନସିକତା ଭରି ରହିଛି । ବିଜେପିକୁ ମାତ ଦେବାକୁ ହେଲେ ଲୋକଙ୍କୁ ବୁଝାଇବାକୁ ହେବ । ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ହଜାର ହଜାର ସମର୍ଥକ ଯୋଡି ହୋଇ ପ୍ରମାଣିତ କରିଛନ୍ତି ଯେ, ଏବେ ବି ସେମାନଙ୍କ ହୃଦୟରେ କଂଗ୍ରେସ ଅଛି । ମହାଧିବେଶନକୁ ରୋକିବା ପାଇଁ ବିଜେପି ଇଡି ରେଡ କରିଥିଲା । କଂଗ୍ରେସ ଲଢିବ, ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ । କାରଣ କଂଗ୍ରେସ ସମ୍ବିଧାନ ଓ ଗଣତନ୍ତ୍ରକୁ ଅନୁସରଣ କରେ ବୋଲି କହିଛନ୍ତି ସୋନିଆ ।

ସେହିପରି ଅଧିବେଶନରେ ଅଭିଭାଷଣ ଦେଇ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସମଭାବାପନ୍ନ ଦଳ ପାଖରେ ପହଞ୍ଚି ୟୁପିଏ ପରି ଏକ ମେଣ୍ଟ ଗଠନ କରିବାର ସମୟ ଆସିଛି । ବିଜେପି ଦେଶର ଗଣତନ୍ତ୍ରକୁ ବିପଦରେ ପକାଇବାକୁ ବସିଥିବାବେଳେ କଂଗ୍ରେସ ଭରତକୁ ଏକ କରିବାକୁ ଉଦ୍ୟମ କରୁଛି ।

ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟା ବଡ଼ ଭାଇ ଗୁରୁତର, ବିବାହ ବାତିଲ

ବଲାଙ୍ଗୀର : ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର, ବିବାହ ବାତିଲ । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ଏହି ଘଟଣା ଘଟିଛି । ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି । କନ୍ୟାଘର ଲୋକଙ୍କ କହିବା ଅନୁସାରେ, ବରଯାତ୍ରୀ ନାଚିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ବରଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକ ଛୁରୀରେ କନ୍ୟାର ବଡ଼ଭାଇଙ୍କୁ ଆକ୍ରମଣ କରିଥିଲା । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବରଯାତ୍ରୀଙ୍କ ଭିତରୁ ଦୁଇ ଜଣଙ୍କୁ ତୁରକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । କନ୍ୟାଘର ପକ୍ଷରୁ ବିବାହ ବାତିଲ କରାଯିବାରୁ ବର ଶିଶୁପାଳ ହୋଇ ଫେରିଛନ୍ତି ।…

ଚଳିତ ବଜେଟ୍‌ ଭାରତବର୍ଷରେ ମଡେଲ ବଜେଟ୍: ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର: ଏଥର ବଜେଟ୍‌ ଏକ ଐତିହାସିକ ବଜେଟ୍‌ । ଆମ ବଜେଟ୍‌ ଭାରତବର୍ଷରେ ମଡେଲ ବଜେଟ୍‌ । ଜିଡିପି ସର୍ବଭାରତୀୟ ସ୍ତରରେ ଆଖିଦୃଶିଆ ସ୍ତରରେ ପହଞ୍ଚିଛି । ବଜେଟରେ ସବୁବର୍ଗକୁ ପ୍ରଧାନ୍ୟ ଦିଆଯାଇଛି । ବିଶେଷକରି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ ଯେପରି ଧାନ ବିକ୍ରି ଓ ସାରକିଣା ପରି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳାର ଶିକାର ହେଉଛନ୍ତି, ତା’ର ସମାଧାନ ପାଇଁ ବଜେଟରେ ଫୋକସ୍‌ ରହିଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ବ ଦିଆଯାଇଛି । ସବୁ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ଆମେ କାର୍ଯ୍ୟକ୍ରମ କରୁଛୁ । ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ବିଜେଡି ନିଏ । ମୁଖ୍ୟମନ୍ତ୍ରୀ ବଜେଟ ବିଶ୍ଳେଷଣ କରିଛନ୍ତି । ବିରୋଧୀଙ୍କୁ ହଳଦିଆ କମଳ ହୋଇଛି । ତେଣୁ ସେମାନଙ୍କୁ ସବୁ ହଳଦିଆ ଦେଖାଯାଉଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ନେଉଳପୁରଠାରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନେଉଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୂର୍ବରୁ ଦୁର୍ଘଟଣାଗସ୍ତ ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଇଚର୍ । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରକାଶଥାଉକି, 16 ନମ୍ବର ଜାତୀୟ ରାଜପଥ ନେଉଳପୁରଠାରେ ଗତକାଲି ଦୁଇଟି ଟ୍ରକ ଧକ୍କା ହୋଇ ଜଳି ଯାଇଥିଲା । ଜଳିଯିବା ପରେ ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିଲା । ଆଜି ଭୋରରୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ସେହି ଟ୍ରକକୁ ଧକ୍କା ଦେଇଥିଲା । କୁହୁଡ଼ି କାରଣରୁ ରାସ୍ତା ଦେଖାନଯିବାରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଆଇଚରରେ ମୋଟ ୭ଜଣ ଥିବାବେଳେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ମାଓବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ । କୁନ୍ଦେଡ ଓ ଜାଗେରଗୁଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରସନ ବେଳେ ମାଓବାଦୀଙ୍କ ଆମ୍ବ୍ୟୁସରେ ଫସି ଯାଇଥିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିରେ ୩ ଡିଆରଜି ଯବାନ ସହିଦ ହୋଇଛନ୍ତି । ମୃତ ତିନି ଯବାନ ହେଲେ ଏଏସଆଇ ରାମୁରାମ ନାଗ, କନଷ୍ଟେବଳ କୁଞ୍ଜମ ଯୋଗା ଓ କନଷ୍ଟେବଳ ଭଞ୍ଜମ ଭୀମା । ଦୁଇ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଯବାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ଓ ସୁରକ୍ଷାକର୍ମୀଙ୍କୁ ଯୋଜନାବଦ୍ଧ ହତ୍ୟା

ପ୍ରୟାଗରାଜ: ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ତାଙ୍କ ଦେହରକ୍ଷୀ ସନ୍ଦୀପଙ୍କୁ ଉତ୍ତରପ୍ରଦେଶର ବିଚ୍ ରାସ୍ତାରେ ହତ୍ୟାକରାଯାଇଛି । ହତ୍ୟାକାଣ୍ଡକୁ ଯେଉଁଭଳି ରୂପ ଦିଆଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ ଏଥିପାଇଁ ଫୁଲପ୍ରୁଫ ପ୍ଲାନିଂ କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି ଯେ, ଯେଉଁ ଭଳି ଭାବେ ଉମେଶ କାର ଯୋଗେ ଘର ବାହାରେ ପହଞ୍ଚିବା କ୍ଷଣି ଏହି କାଣ୍ଡ କରାଯାଇଛି, ସେଥିରୁ ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ବୋଧହୁଏ ହତ୍ୟାକାରୀ କଚହରୀରୁ ହିଁ ତାଙ୍କ ପଛରେ ଲାଗିଥିଲେ । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି ।

ପୂର୍ବପ୍ରସ୍ତୁତି ଅନୁଯାୟୀ ଦୁର୍ବୃର୍ତ୍ତ ଘଟଣା ଘଟଣାଥିଲେ । ଉମେଶ ଗାଡ଼ିରୁ ଓହ୍ଲାଇବା କ୍ଷଣି ହତ୍ୟାକାରୀମାନେ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲେ । ଅର୍ଥାତ ସେମାନଙ୍କୁ ଏହା ଜଣାଥିଲା ଯେ, ଉମେଶ କେତବେଳେ ଘରକୁ ଆସିବେ ଏବଂ ଏଥିପାଇଁ ସେମାନେ ପୂର୍ବରୁ ପ୍ରସ୍ତୁତ ଥିଲେ । ଏହି କାରଣ ଥିଲା ଯେ ଏଥିରୁ ରକ୍ଷା ପାଇବା ପାଇଁ ଉମେଶଙ୍କୁ କୈଣସି ସୁଯୋଗ ବି ମିଳିନଥିଲା । ଅନ୍ୟ କାରଣ ଏହା ଯେ ହତ୍ୟାକାରୀଙ୍କୁ ଏହା ଜଣାଥିଲା ଯେ, ଗାଡିରୁ ଓହ୍ଲାଇବା ସମୟରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ପୋଜିସନ ନେବା ପାଇଁ କିଛି ସମୟ ଅବଶ୍ୟ ଲାଗିବ ଏବଂ ଏପରି ହିଁ ହୋଇଥିଲା ।

ଯେପର୍ଯ୍ୟନ୍ତ ସୁଦ୍ଧା ଉମେଶଙ୍କ ସୁରକ୍ଷାକର୍ମୀ ପୋଜିସନ ନିଅନ୍ତି, ଆକ୍ରମଣକାରୀ ତାଙ୍କୁ ମଧ୍ୟ ଟାର୍ଗେଟ କରିସାରିଥିଲେ । ତୃତୀୟ କାରଣ ଏହା ଯେ, ଆକ୍ରମଣକାରୀମାନେ କେବଳ ପିସ୍ତଲ ନୁହେଁ ବରଂ ବୋମା ନେଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅର୍ଥାତ ତାଙ୍କର ପ୍ଲାନିଂ ଏହା ମଧ୍ୟ ଥିଲା ଯେ ଯଦି ଫାୟାରିଂରେ ଉମେଶ ବଞ୍ଚିଯାନ୍ତି ତେବେ ବୋମା ଆକ୍ରମଣରେ ବଞ୍ଚିପାରିବେନି । ଏହି କାରଣ ଥିଲା ଯେ ଦୁର୍ବୃର୍ତ୍ତମାନେ ଲଗାତାର ଫାୟାରିଂ ସହ ବୋମା ବର୍ଷା କରିଥିଲେ । କୁହାଯାଉଛି ଯେ, ଘଟଣାର ପ୍ରାୟ ଅଧଘଣ୍ଟା ପୂର୍ବରୁ ହିଁ ଉମେଶ କୋର୍ଟରୁ ବାହାରିଥିଲେ ।

ସେ ସେଠାରୁ ବାହାରି ସିଧା ଘରକୁ ଆସିଥିଲେ । ଯେଉଁ ସମୟରେ ଉମେଶଙ୍କ ଉପରେ ଆକ୍ରମଣ ହୋଇଛି, ସେ ସମୟରେ ସେ ଫୋନରେ କଥା ହେଉଥିଲେ । ଯେଉଁ ସିସିଟିଭି ଫୁଟେଜ ଭାଇରାଲ୍ ହେଉଛି, ସେଥିରେ ସ୍ପଷ୍ଟ ଦେଖାଯାଇଛି ଯେ ନିଜ କାରରୁ ଓହ୍ଲାଇବା ସମୟରେ ଉମେଶ କାହା ସହିତ ଫୋନରେ କଥା ହେଉଥିଲେ । ଏବେ ସେ ବ୍ୟକ୍ତିଜଣଙ୍କ କିଏ, ତାଙ୍କ ମୋବାଇଲ୍ ଯାଞ୍ଚ ପରେ ହିଁ କିଛି ସ୍ପଷ୍ଟ ସୂଚନା ମିଳିପାରିବ ।

ଘଟଣା ପରେ ହତ୍ୟାକାରୀଙ୍କ ତଲାସରେ ଏସଓଜିର ୧୦ ଟିମ ଲଗାଯାଇଛି । ଏଥିସହିତ ଏହି ମାମଲାରେ ଏସଟିଏଫକୁ ମଧ୍ୟ ଲଗାଯାଇଛି । ସୂଚନାଥାଉକି, ରାଜୁ ପାଲ ବହୁଜନ ସମାଜ ପାର୍ଟିର ବିଧାୟକ ଥିଲେ । ୨୦୦୫ରେ ତାଙ୍କୁ ହତ୍ୟା କରାଯାଇଥିଲା । ଉମେଶ ପାଲ ଉକ୍ତ ହତ୍ୟା ଘଟଣାର ପ୍ରମୁଖ ସାକ୍ଷୀ। ତେବେ ଶୁକ୍ରବାର ଉମେଶ ତାଙ୍କ ଘର ବାହାରେ ଗାଡ଼ିରୁ ଓହ୍ଲାଉଥିବା ବେଳେ ତାଙ୍କ ଉପରେ ହମଲା ହୋଇଥିଲା । ଗୁଳିମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।

ପାକିସ୍ତାନକୁ ଚୀନର ଋଣ ପ୍ରଦାନ ପ୍ରସଙ୍ଗରେ ଉତକ୍ଷିପ୍ତ ଆମେରିକା

ନୂଆଦିଲ୍ଲୀ: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କାକୁ ଚୀନର ଋଣ ପ୍ରଦାନ ପ୍ରସଙ୍ଗରେ ଉତକ୍ଷିପ୍ତ ଆମେରିକା । ଏହାକୁ ନେଇ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆମେରିକା । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଆସନ୍ତା ମାର୍ଚ୍ଚ ୧ରୁ ୩ ତାରିଖ ଯାଏ ଭାରତ ଗସ୍ତରେ ଆସିବା ପୂର୍ବରୁ ଏହି ଆଶଙ୍କା ବ୍ୟକ୍ତ କରିଛି ଆମେରିକା । ଦକ୍ଷିଣ ଓ କେନ୍ଦ୍ର ଏସିଆ ବ୍ୟାପାର ଉପମନ୍ତ୍ରୀ ଡୋନାଲଡ ଲୁ କହିଛନ୍ତି ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ, ଶ୍ରୀଲଙ୍କା ଓ ନେପାକକୁ ଚୀନର ଋଣ ବଳପୂର୍ବକ ବ୍ୟବହାର କରିବା ପରି ସମସ୍ୟା ସୃଷ୍ଟି କରିବ ।

ଲୁ କହିଛନ୍ତି- ଭାରତର ପଡୋଶୀ ରାଷ୍ଟ୍ରଗୁଡିକ ଯେପରି ଅନ୍ୟ କାହା ଦ୍ବାରା ଚାପଗ୍ରସ୍ତ ନ ହୋଇ ନିଜେ ନିଜର ନିଷ୍ପତ୍ତି ନେଇପାରିବେ ସେଥିଲାଗି ଆମେରିକା ଦୃଷ୍ଟି ରଖିଛି । ସେମାନେ ଯେପରି ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ସେଥିଲାଗି ଆମେରିକା ସାହାଯ୍ୟ କରିବାକୁ ପ୍ରସ୍ତୁତ । ସଙ୍କଟ ଜର୍ଜରିତ ପାକିସ୍ତାନକୁ ଚୀନ ୭୦୦ ନିୟୁତ ଡଲାର ଋଣ ଦେବାକୁ ଚୀନ ବିକାଶ ବ୍ୟାଙ୍କ ବା ସିଡିବି ଘୋଷଣା କରିଛି ବୋଲି କହିଥିଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଦର୍ ।

CWC ବୈଠକରେ ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ପ୍ରସଙ୍ଗରେ ଉଦବୋଧନ ଦେବେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ମହାଧିବେଶନର ଦ୍ବିତୀୟ ଦିନ । ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି, ଆସନ୍ତା ଲୋକସଭା ନିର୍ବାଚନ, ଦଳୀୟ ସଂଗଠନ ଆଦି ପ୍ରସଙ୍ଗରେ ଉଦବୋଧନ ଦେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହା ସହ ପୂର୍ବତନ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ବି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଦଳର ୮୫ତମ ମହାଧିବେଶନରେ ଏଆଇସିସି ସଭାପତି ଏକ ପୁସ୍ତିକା ଉଦଘାଟନ କରିବା ସହ ସାଧାରଣ ସମ୍ପାଦନକମାନେ ନିଜ ନିଜ ରିପୋର୍ଟ ଉପସ୍ଥାପନ କରିବେ ।

ପ୍ରତିନିଧିମାନେ ରାଜନୈତିକ, ଅର୍ଥନୈତିକ ଓ ଆନ୍ତର୍ଜାତିକ ବ୍ୟାପାର ସଂକ୍ରାନ୍ତ ପ୍ରସ୍ତାବ ସମୂହ ଉପରେ ଆଲୋଚନା କରିବେ । ଗତକାଲି ପ୍ରଥମ ଦିନରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟଙ୍କୁ ସଭାପତି ମଲ୍ଲିକାର୍ଜୁନ ଖଡ଼ଗ ମନୋନୀତ କରିବାକୁ ହୋଇଥିଲା ନିଷ୍ପତ୍ତି । ଦଳର ଷ୍ଟିୟରିଂ କମିଟି ଆଜି ଖଗଡ଼େଙ୍କୁ ଏହି କ୍ଷମତା ଦେଇଥିଲା । ମହିଳା, ଦଳିତ, ଜନଜାତି, ଓବିସି, ସଂଖ୍ୟାଲଘୁ ଓ ଯୁବବର୍ଗଙ୍କ ପ୍ରତିନିଧିତ୍ବ ବୃଦ୍ଧି ପାଇଁ ଦଳର ସମ୍ବିଧାନ ସଂଶୋଧନ କରିବା ଲାଗି ପ୍ରସ୍ତାବ ପାରିତ ହୋଇଛି ।