ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମୀ ଆଓ୍ବାର୍ଡ ବିଜେତା ରିକି କେଜ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରିକି । ବିଶିଷ୍ଟ ସଙ୍ଗୀତକାର ତଥା ପରିବେଶବିତ ଡ. ରିକି କେଜ୍ ଙ୍କୁ ତୃତୀୟ ଥର ପାଇଁ ଗ୍ରାମୀ ଆଓ୍ବାର୍ଡ ମିଳିଛି । ସାକ୍ଷାତକାର ବେଳେ ରିକିଙ୍କୁ ଶୁଭେଚ୍ଛା ଜଣାଇଛନ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ସମୟ ବାର୍ତ୍ତାଳାପ ହୋଇଥିବା ବେଳେ ରିକିଙ୍କୁ ହକି ଇଣ୍ଡିଆ ଜର୍ସି ଉପହାର ଦେଇଥିଲେ ସିଏମ । ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ, କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ନିର୍ଦ୍ଦେଶକ ଡ. ପ୍ରେମଚନ୍ଦ୍ର ଚୌଧୁରୀ, ବିଶିଷ୍ଟ ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ବିଷାକ୍ତ ସାପ ଛାଡ଼ି ରୋଗୀ ଛୁ’
ଢେଙ୍କାନାଳ: ହସ୍ପିଟାଲରେ ବିଷାକ୍ତ ସାପ ଛାଡି ରୋଗୀ ଛୁ । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲ ଓପିଡି ଆଗରେ ଏକପ୍ଲାଷ୍ଟିକ ଡବା ଭିତରେ ସାପଟିକୁ ଛାଡି ଜଣେ ରୋଗୀ ପଳାଇଥିବା ଜଣାପଡିଛି । ଜଣେ ସାପ କାମୁଡା ମହିଳା ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲ, ସାଙ୍ଗରେ ସେ ସାପଟିକୁ ଏକ ପ୍ଲାଷ୍ଟିକ ଡବା ଭିତରେ ପୁରାଇ ନେଇ ଆସିଥିଲେ ।
ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇ ହଠାତ କୁଆଡେ ଗାୟବ ହୋଇ ଯାଇଥିଲେ । ବହୁ ସମୟ ଧରି ନଆସିବାରୁ ସାପକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ତେବେ ସାପଟି ବିଶାକ୍ତ ବାଉଁଶ ନଡିଆବୋଡା ପ୍ରଜାତିର ବୋଲି ଜଣାପଡିଛି । ସ୍ନେକ ହେଲ୍ପ ଲାଇନ ଖବର ପାଇବା ପରେ ସାପଟିକୁ ଉଦ୍ଧାରକରି ମେଘା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି ।
ସରକାରୀ ବିଶ୍ୱ ବିଦ୍ୟାଳୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ
ଭୁବନେଶ୍ୱର: ସରକାରୀ ବିଶ୍ବ ବିଦ୍ୟାଳୟରେ ଆର୍ଟିଫିସିଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ । ଉଚ୍ଚ ଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛି IIT ଭୁବନେଶ୍ବର । ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ମାଧ୍ୟମରେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ମୂଳ ଲକ୍ଷ୍ୟ ବୋଲି ପ୍ରସ୍ତାବରେ ଉଲ୍ଲେଖ । IIT ଭୁବନେଶ୍ବରର ପ୍ରସ୍ତାବ ପରେ ରମାଦେବୀ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ । ରମାଦେବୀ କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ଖୋଲିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମତ ରଖିବାକୁ ଚିଠି ଉଲ୍ଲେଖ ରହିଛି ।
ବଢୁଛି ତାପମାତ୍ରା, ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ଉପରେ ପାରଦ
ଭୁବନେଶ୍ୱର: ବଢୁଛି ତାପମାତ୍ରା, ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ଉପରେ ପାରଦ । ଦିନ ଯେତେ ଶୀଘ୍ର ତାତୁଛି ରାତି ସେତେ ଶୀଘ୍ର ଥଣ୍ଡା ହେଉଛି । ରାଜ୍ୟରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଦିନ ତମାମ ତାତି ଏବଂ ରାତିରୁ ଭୋର ପର୍ଯ୍ୟନ୍ତ ଘନ କୁହୁଡି ଅନୁଭୁତ ହେଉଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝାଞ୍ଜି ପବନ ବହୁଛି ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବାରୁ ଭୁବନେଶ୍ବର ସମେତ ମାଲକାନିଗିରି, ସୋନପୁର, ଝାରସୁଗୁଡା, ବୌଦ୍ଧ, ତାଳଚେର, ଅନୁଗୁଳ ଏବଂ ନୟାଗଡରେ ସ୍ବାଭାବିକ ଠାରୁ ୬ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ତାପମାତ୍ରା। ଅନ୍ୟପଟେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ପାଇଁ କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ଆସନ୍ତା ୨ ଦିନ ଯାଏଁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଘନକୁହୁଡି ଅନୁଭୁତ ହେବ ।

