କଣାସରେ ଜଣ୍ଡିସ ଆତଙ୍କ। ନୁଆଦୋକନ୍ଦା ଗାଁରେ କାୟା ମେଲାଉଛି ଜଣ୍ଡିସ । ଆଜି ଜିଲ୍ଲା ମେଡ଼ିକାଲ ଟିମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଁରୁ ପାଣି ନମୁନା ସଂଗ୍ରହ କଲା ଟିମ୍ । ଆକ୍ରାନ୍ତ ଶିଶୁ ମାନଙ୍କ ରକ୍ତ ନମୁନା ବି ସଂଗହ ହେଇ ପରୀକ୍ଷା ପାଇଁ ଲ୍ୟାବ୍ କୁ ପଠାଗଲା । ଜନସ୍ବାସ୍ଥ୍ୟ ଅଧିକାରୀ, କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଦଳ, ମହିଳା ଓ ଶିଶୁ ବିକାଶ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଘର ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି । ଗାଁରେ ପହଞ୍ଚିଲା ଟ୍ୟାଙ୍କର ପାଣି । ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହେଲା । ଗାଁରେ ଜଳ ମେଗା ପାନୀୟ ଜଳ ଯୋଗାଣ ପାଇଁ ଦାବି କଲେ ଗ୍ରାମ ବାସୀ । ନଦୀ ଜଳ ଯାହାର ହେବାରୁ ଏଭଳି ରୋଗ ବ୍ୟାପିଛି । କନାରେ ଗତବର୍ଷ ହଇଜାରେ 10 ଜଣ ମରିଥିଲେ । ଏବେ ନୂଆ ଦୋକାନ ଗାଁ ରେ ଜଣ୍ଡିସ ରେ ଜଣେ ମରିବା ସହ 15 ରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । କେବଳ ଏଟିକି ନୁହେଁ । ନଦୀର ବିଷାକ୍ତ ଜଳ ଚିଲିକାରେ ମିଶି ଚିଲିକାର ଜୈବ ବିବିଧତାକୁ ନଷ୍ଟ କରୁଛି ।
ବାଂଲାଦେଶରେ ହିନ୍ଦୁଙ୍କୁ ଧମକ : ମକର ସଂକ୍ରାନ୍ତି ପାଳିଲେ ପରିଣାମ ଭୟଙ୍କର ହେବ …
ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ନିର୍ବାଚନ ଯେତେ ଆଗକୁ ବଢୁଛି । ବଢିବାରେ ଲାଗିଛି ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ । ଲାଗି ରହିଥିବା ହିଂସା ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଉପରେ ପ୍ରଶ୍ନ ଛିଡା କରିଛି ।
ଏହାରି ମଧ୍ୟରେ ଏକ ଚିନ୍ତା ଜନକ ବିଷୟ ସାମ୍ନାକୁ ଆସିଛି । କଟ୍ଟରପନ୍ଥୀ ସଂଗଠନ ଜମାତ-ଏ-ଇସଲାମୀ ହିନ୍ଦୁମାନଙ୍କ ପର୍ବ ମକର ସଂକ୍ରାନ୍ତିକୁ ଟାର୍ଗେଟ କରିଛି । ଏହି ସଂଗଠନ ପର୍ବରେ ଗୁଡି ଉଡାଇବା ସହ ବାଜା ବଜାଇବା ଭଳି କିଛି ଉତ୍ସବ ପାଳନ କରିବା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାହା ଫଳରେ ହିନ୍ଦୁମାନେ ବସବାସ କରୁଥିବା ଅଞ୍ଚଳରେ ଭୟ ଓ ଅସୁରକ୍ଷିତ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଜମାତ-ଏ-ଇସଲାମୀ ନେତାମାନେ ସୋସିଆଲ ମିଡିଆ ସହ ହିନ୍ଦୁ ବସବାସ କରୁଥିବା ଅଞ୍ଚଳରେ ଇସଲାମିକ ମୂଲ୍ୟବୋଧ ଉଲ୍ଲଂଘନ ନକରିବା ପାଇଁ ଚେତାବନୀ ଦେଇଛନ୍ତି । କୁହାଯାଇଛି, ଯଦି ବାଜା ବାଜିବା ସହ ଗୁଡି ଉଡାଇ ଉତ୍ସବ ମନାଇଲେ ଏହାର ପରିଣାମ ଭୟଙ୍କର ହେବ । ଏହି ଚେତାବୀକୁ ନେଇ ଢାକା, ପଞ୍ଚାଗାଓଁ, ଚଟଗାଓଁ ଓ ସିଲହଟ ସହରରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କିଛି ପରିବାର ଏ ବର୍ଷ ଉତ୍ସବ ଘର ଭିତରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ପ୍ରତିବର୍ଷ ଜାନୁଆରୀ ୧୪ ତାରିଖରେ ବାଂଲାଦେଶରେ ମକର ସଂକ୍ରାନ୍ତି ବା ଶକ୍ରୀନ ପାରମ୍ପରିକ ଉତ୍ସାହ ସହିତ ପାଳନ କରାଯାଏ। ତିଳ-ଗୁଡ଼ ଖାଦ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପର୍ବର ପ୍ରମୁଖ ବିଶେଷତ୍ୱ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ, ମୌଳବାଦୀ ଗୋଷ୍ଠୀଗୁଡ଼ିକ ଏହାକୁ ଅଣ-ଇସଲାମିକ ବୋଲି କହି ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ଗତ ବର୍ଷ, ଢାକା ଏବଂ ଚିଟାଗଙ୍ଗରେ ଶକ୍ରୀନ ପାଳନକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା, ଯାହା ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଥିଲା।
ଡିସେମ୍ବର ୨୦୨୫ ରେ ଛାତ୍ର ନେତା ଉସମାନ ହାଦିଙ୍କ ହତ୍ୟା ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଆକ୍ରମଣ ଏବଂ ହତ୍ୟାର ଅନେକ ଘଟଣା ଘଟିଲା। ଦୀପୁ ଚନ୍ଦ୍ର ଦାସ, ଅମୃତ ମଣ୍ଡଳ ଏବଂ ବଜେନ୍ଦ୍ର ବିଶ୍ୱାସଙ୍କ ହତ୍ୟା ସମ୍ପ୍ରଦାୟ ମଧ୍ୟରେ ଗଭୀର ଆତଙ୍କ ସୃଷ୍ଟି କଲା। ଶରିୟତପୁର ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଲିଞ୍ଚିଂ କରିବା ପରିସ୍ଥିତିର ଗମ୍ଭୀରତାକୁ ସ୍ପଷ୍ଟ କରିଥିଲା।
ଏହି ଘଟଣାଗୁଡ଼ିକୁ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ୍ ୟୁନିଟି କାଉନସିଲର ଏକ ବିବୃତ୍ତି ଦ୍ୱାରା ମଧ୍ୟ ନିଶ୍ଚିତ କରାଯାଇଛି। ସଂଗଠନ ଅନୁଯାୟୀ, କେବଳ ଡିସେମ୍ବର ମାସରେ ସାମ୍ପ୍ରଦାୟିକ ହିଂସାର ଅତି କମରେ ୫୧ଟି ଘଟଣା ରିପୋର୍ଟ ହୋଇଛି। ଏଥିରେ ୧୦ଟି ହତ୍ୟା, ଲୁଣ୍ଠନ ଏବଂ ପୋଡ଼ିପୋଡ଼ାର ୨୩ଟି ମାମଲା, ଡକାୟତି ଏବଂ ଚୋରିର ୧୦ଟି ଘଟଣା, ମିଥ୍ୟା ଈଶ୍ୱର ନିନ୍ଦା ଅଭିଯୋଗରେ ଅଟକ ଏବଂ ନିର୍ଯାତନାର ୪ଟି ମାମଲା, ବଳାତ୍କାର ଉଦ୍ୟମର ଗୋଟିଏ ଘଟଣା ଏବଂ ଶାରୀରିକ ଆକ୍ରମଣର ୩ଟି ମାମଲା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଅନେକ ସ୍ଥାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଘର, ମନ୍ଦିର ଏବଂ ବ୍ୟବସାୟକୁ ଟାର୍ଗେଟ କରାଯାଇଥିଲା।
ଚରମ ସ୍ତରରେ ପିସି କାରବାର: ଅସାଧୁ କର୍ମଚାରୀଙ୍କ ପାଇଁ ସରକାରୀ ଯୋଜନା ବାଟବଣା
ଚରମ ସ୍ତରରେ ପିସି କାରବାର। ସରକାରଙ୍କ ବିଭିନ୍ନ ଯୋଜନା ଅସାଧୁ କର୍ମଚାରୀଙ୍କ ପାଇଁ ବାଟବଣା । ମିଶନ ଶକ୍ତି ଗୃହ ଓ ମିଶନ ଶକ୍ତି କାଫେରେ ଝୁଲୁଛି ତାଲା। ଜରାଜୀର୍ଣ୍ଣ ଅବସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ମିଶନ ଶକ୍ତି ଭବନ। ନୂତନ ସରକାରଙ୍କ ଉଦାସୀନତା ଯୋଗୁଁ ଏସବୁ ବନ୍ଦ ପଡିଛି। ଯାହାକୁ ନେଇ ପ୍ରତିବାଦ କରିଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି। ପୁରୀ ଜିଲ୍ଲା କାକଟପୁର ପଂଚାୟତ ସମିତି କାର୍ଯ୍ୟାଳୟ ସାମ୍ନାରେ ଗତ ୮ ତାରିଖରୁ ୫ଦଫା ଦାବି ନେଇ ଧାରଣା ଦେଇଛନ୍ତି । ଲୋକଙ୍କ ସୁବିଧା ପାଇଁ ପୂର୍ବ ସରକାର କରିଥିଲେ କେତେ କଣ ଯୋଜନା। ହେଲେ ସରକାର ବଦଳିବା ପରେ ଉନ୍ନୟନମୂଳକ ଯୋଜନାରେ ଲାଗିଛି ବ୍ରେକ। ଯନ୍ତ୍ରୀ ମୋଟା ଅଙ୍କର ପିସି ନେଉଥିବା ବେଳେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି। ସେହିଭଳି କାକଟପୁର ବ୍ଲକ ଅଂଚଳରେ ନିମ୍ନ ମାନର ଛତୁଆ ଓ ପରିମାଣ କମାଯାଇ ବଣ୍ଟନ କରାଯାଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ଏ ସବୁ ଦୁର୍ନୀତି ଫାଇଲ ତଳେ ଚାପି ହୋଇଯାଉଛି। ଉଦ୍ୟାନ କୃଷି ବିଭାଗର କାର୍ଯ୍ୟାଳୟକୁ ବ୍ଲକ ପରିସରକୁ ପୁନର୍ବାର ଫେରାଇ ଆଣିବାକୁ ଦାବି ହୋଇଛି। ସେହିଭଳି ପ୍ରତିଟି କାର୍ଯ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଗ୍ରାମସଭାକୁ ସର୍ବୋଚ୍ଚ ଗୁରୁତ୍ବ ଦେବାକୁ ଦାବି ହୋଇଛି।
କାକଟପୁରରେ ଲୋକଙ୍କ ଟଙ୍କା ହରିଲୁଟ କରୁଛନ୍ତି ଦୁର୍ନୀତିଖୋର, ଭ୍ରଷ୍ଟାଚାର କର୍ମଚାରୀ ଓ ପଂଚାୟତ ସ୍ତରୀୟ କୁଜି ନେତା। ଯାହାକୁ ବିରୋଧ କରି ୩ ଦିନ ଧରି କାକଟପୁର ପଂଚାୟତ ସମିତି ସାମ୍ନାରେ ଧାରଣା ଜାରି ରହିଛି। ଏ ନେଇ କାକଟପୁର ବ୍ଲକ ଅଧ୍ୟକ୍ଷ କହିଛନ୍ତି ଖୁବଶୀଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ଓ ଗୃହ ଗୁଡିକ ଉଦଘାଟନ ହେବ । ଏହା ସହ ଛତୁଆ କେନ୍ଦ୍ର ଗୁଡିକୁ ଅଧିକାରୀ ମାନେ ପରିଦର୍ଶନ କରି ମାନ ନିମ୍ନ ଧରଣ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ସେପଟେ କାକଟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି, ପିସି ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନେଉଛନ୍ତି ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଚିନ୍ତାରେ ରାୟଗଡା ଜିଲ୍ଲାର କପା ଚାଷୀ।: ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ
ଚିନ୍ତାରେ ରାୟଗଡା ଜିଲ୍ଲାର କପା ଚାଷୀ। ନିମ୍ନମାନର ଦର୍ଶାଇ କପା କିଣୁନି ସିସିଆଇ। ଦଲାଲ ହାତରେ ଶାଗ ମାଛ ଦରରେ ଧଳାସୁନା ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ। ରାଜ୍ୟ ବାହାରେ କପାର ଚାହିଦା ଅଧିକ ରହିଥିବାବେଳେ ଦଲାଲ ହେଉଛନ୍ତି ମାଲାମାଲ। ଜିଲ୍ଲାର ଆଦିବାସୀ ଚାଷୀ ମାନେ ହେକ୍ଟର ହେକ୍ଟର ଜମିରେ କପା ଉତ୍ପାଦନ କରୁଛନ୍ତି । ହେଲେ ଜିଲ୍ଲାରେ ବଜାର ବ୍ୟବସ୍ଥା ନାହିଁ କି ଆବଶ୍ୟକ ମଣ୍ଡି ଖୋଲାଯାଉନି । ସରକାରୀ ସ୍ତରରେ ୬ଟି ମଣ୍ଡି ରହିଥିବା ବେଳେ କେବଳ ୨ଟି ମଣ୍ଡି ଖୋଲାଯାଇଛି । ସିସିଆଇର ନିଜସ୍ବ ଗୋଦାମ ଗୃହ ନଥିବା ଯୋଗୁଁ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିକୁ ନେବା ପାଇଁ ପରିବହନ ଖର୍ଚ୍ଚ ପଡୁଥିବା ବେଳେ କପାର ମାନ କମ୍ ଦର୍ଶାଇ ସିସିଆଇ କମ୍ ଦାମରେ କ୍ରୟ କରୁଥିବା ଅଭିଯୋଗ ହୋଇଛି ।
ସିସିଆଇର ନିଜସ୍ବ ଗୋଦାମ ଗୃହ ନଥିବା ବେଳେ ଅଧିକାଂଶ କପା ଗୁଡିକୁ ମିଲର୍ ମାନଙ୍କ ଗୋଦାମରେ ରଖାଯାଉଛି । ଦଲାଲର ଶିକାର ନହେବା ପାଇଁ ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କୁ ସଚେତନ କରାଯାଉଥିବା ସତ୍ତ୍ବେ ଚାଷୀ ମାନେ ମଣ୍ଡିର ସୁବ୍ୟବସ୍ଥା ନଥିବା ଦର୍ଶାଇ ବାହାର ରାଜ୍ୟର ଦଲାଲ ମାନଙ୍କୁ କମ୍ ଦାମରେ କପା ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ସରକାରୀ ଦରରେ କପା କ୍ରୟ କରାଯାଉଥିବା ରାୟଗଡା ଉପଜିଲ୍ଲାପାଳ କହିଛନ୍ତି । କେତେବେଳେ ଅଦିନିଆ ବର୍ଷା, ତ ଆଉ କେତେବେଳେ ରୋଗ ପୋକ। କପା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଏହା ଦୁର୍ବଳ କରୁଥିବା ବେଳେ, ମଣ୍ଡି ସମସ୍ୟା ଚାଷୀଙ୍କ ଚିନ୍ତା ବଢ଼ାଉଛି। ଫଳରେ କପା ଚାଷରୁ ମୁହଁ ଫେରାଇବାକୁ ବସିଲେଣି ଚାଷୀ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା: ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା। ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର। ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମରୁଡ଼ି। ହାତ ଗଣିତ କିଛି ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀସେବା । ମେଡିସିନ, ଗାଇନିକ, ସର୍ଜରୀ ଓ ପେଡିଆଟ୍ରିକଙ୍କ ଭଳି ସ୍ପେଶାଲିଷ୍ଟ ମେଡିକାଲରେ ନାହାନ୍ତି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ। ପାନୀୟ ଜଳ ଓ ଶୌଚାଳୟ କଥା ନ କହିଲେ ଭଲ। ପାନୀୟ ଜଳ ଓ ଶୌଚାଳୟ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ପରିତାପର ବିଷୟ ବର୍ଷାଦିନ ପାଣି ଗଳୁଥିବାରୁ ସରକାରୀ ବାସଭବନରେ ଜରି ପାଲ ପକାଇ ରହୁଛନ୍ତି ଡାକ୍ତର ଓ ନର୍ସ । ଅନ୍ୟପଟେ ଡିଜିଟାଲ ଏକ୍ସରେ ମେସିନ ନଥିବାରୁ ଲୋକେ ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।
ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୋହନାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ସବୁ ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିବା କହିଛନ୍ତି ମୋହନା ଭାରପ୍ରାପ୍ତ ଡାକ୍ତର ଜୟ ପଣ୍ଡା l ତେବେ ଖବର ପ୍ରସାରଣ ପରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା l
ଦେଶର ଏହି ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି HIV, ରୋକିବା ପାଇଁ କ’ଣ ନିଆଯାଇଛି ପଦକ୍ଷେପ ?
ନନ୍ଦିଘୋଷ ବ୍ୟୁରୋ ; ବହୁ ପଦକ୍ଷେପ ସତ୍ତ୍ବେ ମିଜୋରାମରେ ବୟସ୍କ HIVଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରସାର ହାର ପ୍ରାୟ ୨.୭୫ ପ୍ରତିଶତ ରହିଛି । ଜଣେ ଅଧିକାରୀଙ୍କ କହିବାନୁସାରେ, ଏଠାରେ ସଂକ୍ରମଣର ଜାତୀୟ ହାର ୦.୨୦ ପ୍ରତିଶତ ତୁଳନାରେ ଅଧିକ ରହିଛି । ମିଜୋରାମ ରାଜ୍ୟ ଏଡ୍ସ ନିରୀକ୍ଷଣ ସମାଜର ପରିଯୋଜନା ନିର୍ଦ୍ଦେଶକ ଡ. ଜେନ ଆର ରାଲ୍ଟେଙ୍କ ଅନୁସାରେ, ୨୦୧୮ ମସିହାରୁ HIV ସଂକ୍ରମଣର ନୂଆ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । ନିରାକରଣ ରାକିଂରେ ମିଜୋରାମ ୨୦୨୪-୨୫ ମସିହାରେ ପଞ୍ଚମ ସ୍ଥାନରେ ଥିଲା । ବର୍ତ୍ତମାନ ୨୦୨୫-୨୬ ମସିହାରେ ଏହା ତୃତୀୟ ସ୍ଥାନକୁ ଖସି ଆସିଛି ।
ରାଲ୍ଟେ ମିଡିଆ ସାମ୍ନାରେ କହିଛନ୍ତି, ରାଷ୍ଟ୍ରୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ ଅନୁସାରେ ନିରାକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ପରେ ଏଥିରେ ସୁଧାର ଆସିଛି । ନୂଆ ସଂକ୍ରମଣ ୨୦୧୮ ମସିହା ଠାରୁ ହ୍ରାସ ପାଇବାରେ ଲାଗିଛି । ଏହି ସକାରାତ୍ମକ ଧାରା ସତ୍ତ୍ୱେ, ରାଲ୍ଟେ କହିଛନ୍ତି ଯେ ମିଜୋରାମରେ ଏବେ ବି ଦେଶରେ ସର୍ବାଧିକ ବୟସ୍କ HIV ପ୍ରସାର ହାର ରହିଛି। ରାଲ୍ଟେ କହିଛନ୍ତି ଯେ ଏପ୍ରିଲ ୨୦୨୪ରୁ ନଭେମ୍ବର ୨୦୨୫ମଧ୍ୟରେ ୧.୪ ଲକ୍ଷରୁ ଅଧିକ ରକ୍ତ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ଅତି କମରେ ୩ହଜାର ୨୫୭ ଜଣ HIV ସଂକ୍ରମଣ ଚିହ୍ନଟ କରାଯାଇଥିଲା । ଏହି ସଂକ୍ରମଣ ବ୍ୟକ୍ତିମାନଙ୍କ ମଧ୍ୟରେ ୧୭୯ ଗର୍ଭବତୀ ମହିଳାଙ୍କ ସମେତ ୯୫୩ ଜଣ ମହିଳା ଥିଲେ ।
ରାଲ୍ଟେ କହିଛନ୍ତି ଯେ ସର୍ବାଧିକ ସଂଖ୍ୟକ HIV ମାମଲା ୨୫-୩୪ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଦେଖାଯାଏ। ମିଜୋରାମରେ ପ୍ରଥମ HIV ମାମଲା ୧୯୯୦ ଅକ୍ଟୋବରରେ ରିପୋର୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ମୋଟ ୩୩ ହଜାର ୭୮୧ ମାମଲା ରିପୋର୍ଟ ହୋଇଛି। MSACSର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ପ୍ରାୟ ୨୬ ହଜାର ୩୨୧ ଜଣ HIV ସଂକ୍ରମିତ।
ରାଲ୍ଟେ ଏହା ମଧ୍ୟ ରିପୋର୍ଟ କରିଛନ୍ତି ଯେ ଏପ୍ରିଲ୍ ୨୦୨୪ ରୁ ନଭେମ୍ବର ୨୦୨୫ ମଧ୍ୟରେ ରିପୋର୍ଟ ହୋଇଥିବା ୩ ହଜାର୨୫୭ ନୂଆ ଏଚଆଇଭି ମାମଲା ମଧ୍ୟରୁ ୭୦.୪ ପ୍ରତିଶତ ଯୌନ ସମ୍ପର୍କ ଯୋଗୁଁ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଛୁଞ୍ଚି ବ୍ୟବହାର କରି ଭିନ୍ନ ଭିନ୍ନ ବ୍ୟକ୍ତି ଦ୍ୱାରା ଔଷଧ ବ୍ୟବହାର ଏବଂ ଇଞ୍ଜେକ୍ସନ ୨୭.୩ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ, ପିତାମାତାଙ୍କଠାରୁ ପିଲାକୁ ସଂକ୍ରମଣ ୧.୮ ପ୍ରତିଶତ ଏବଂ ଅଜଣା କାରଣ ଯୋଗୁଁ ସଂକ୍ରମଣ ୦.୮ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ।
ସ୍ୱାସ୍ଥ୍ୟମନ୍ତ୍ରୀ ଲାଲରିନପୁଇ କହିଛନ୍ତି ଯେ ରାଜ୍ୟ ସରକାର HIV ସଂକ୍ରମଣର ଉଚ୍ଚ ହାରକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଠୋସ୍ ପଦକ୍ଷେପ ନେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଜୋରାମରେ ୧୪ଟି ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ବର୍ତ୍ତମାନ ୧୮ ହଜାର ୩୫୫ ସଂକ୍ରମିତ ରୋଗୀ ମାଗଣା ଚିକିତ୍ସା ପାଉଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଏବେ ବିବାହ ପୂର୍ବରୁ HIV ପରୀକ୍ଷା କରିବା ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଚର୍ଚ୍ଚଗୁଡ଼ିକ ସହିତ କାମ କରିବାକୁ ବିଚାର କରୁଛନ୍ତି ଯାହା ଦ୍ଵାରା ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ଏବଂ ଦାୟିତ୍ୱବାନ ହେବେ।
ରାଜ୍ୟରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନି, ବିଜେପି ସରକାର ଚାଷୀଙ୍କ ପାଇଁ ଶୋଇପଡ଼ିଛି: କଂଗ୍ରେସ
ରାଜ୍ୟରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନି। ଚାଷୀ ଧାନ ରଖି ରଖି ଋଣ ବୋଝରେ ସଢ଼ୁଛନ୍ତି। ୩୦୦ ୟୁନିଟ ବିଜୁଳି ଛାଡ ପାଇଁ ନିର୍ବାଚନ ପ୍ରତିଶ୍ରୁତି ବଦଳରେ ସ୍ମାର୍ଟମିଟର ନାଁରେ ବିଦ୍ୟୁତ୍ ଖାଉଟିଙ୍କୁ ଶୋଷଣ କରୁଛନ୍ତି । ମନରେଗା ଯୋଜନାର ପୁନଃପ୍ରଚଳନ ନ ହେଲେ ଦାଦନ ବଢ଼ିବ। ଏସବୁ ଦାବି ନେଇ କଂଗ୍ରେସ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଡ଼ାକରା ଦେଇଛି। ଏ ପରିପ୍ରେକ୍ଷୀରେ ଖୋର୍ଦ୍ଧାରେ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଦଳର ନେତା ସରାକାରଙ୍କୁ ଘେରିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଶିଶିର ପରିଡ଼ା, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ସ୍ୱାଗତିକା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଜେପି ସରକାର ଚାଷୀଙ୍କ ପାଇଁ ଶୋଇପଡିଛି ବୋଲି କଟାକ୍ଷ କରିଛନ୍ତି । ଚାଷୀଙ୍କ ଦୁଃଖ ନ ଶୁଣିଲେ କଂଗେସ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଦଳ କହିଛି ।
ରାମ ମନ୍ଦିରରେ ନମାଜ ପଢିବାକୁ ଉଦ୍ୟମ ବେଳେ ଯୁବକଙ୍କୁ ଅଟକ ରଖିଲା ପୋଲିସ…
ନନ୍ଦିଘୋଷ ବ୍ୟୁରୋ ; ଅଯୋଧ୍ୟା ରାମ ମନ୍ଦିର ପରିସରରେ ଜଣେ ମୁସଲମାନ ଯୁବକ ନମାଜ ପାଠ କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି । ମନ୍ଦିର ପରିସରରେ ନମାଜ ପଢୁଥିବା ଯୁବକ ଜଣକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି କୁହାଯାଉଛି । ଗିରଫ ଯୁବକ ରାମ ମନ୍ଦିର ପରିସରରେ ନମାଜ ପଢାଇବାକୁ ଚେଷ୍ଟା କରିଥିଲେ । ପୋଲିସ ନମାଜ ପଢିବାକୁ ଚେଷ୍ଟା କରୁଥିବା ଉକ୍ତ ଯୁବକକୁ ଅଟକ ରଖିଛି । ପୋଲିସ ଅଟକାଇବା ପରେ ସେ ସମ୍ପ୍ରଦାୟ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଯୁବକ ଜଣକ କାଶ୍ମୀରର ଶୋପିଆନର ବାସିନ୍ଦା ଅହମ୍ମଦ ଶେଖ୍ ବୋଲି ଜଣାପଡିଛି ।
ମନ୍ଦିର ପରିସରରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ , ସୁରକ୍ଷା କର୍ମୀ ଯୁବକଙ୍କୁ ଅଟକ ରଖିବା ସମୟରେ ନାରାବାଜି ଆରମ୍ଭ କରିଦେଇଥିଲେ । ଫଳରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ ଅଟକାଇ ଥିଲେ । ଘଟଣା ସମ୍ପର୍କରେ ଗୁଇନ୍ଦା, ସ୍ଥାନୀୟ ପୋଲିସ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ଅବଗତ କରାଯାଇଥିଲା । ଯୁବକଙ୍କୁ ପଚରାଉଚରା କରାଯାଉଛି। ତାଙ୍କ କାର୍ଯ୍ୟ ପଛରେ କାରଣ ଜାଣିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।
ରିପୋର୍ଟ ଅନୁଯାୟୀ, ଅହମଦ ଶେଖ ଗେଟ୍ ଡି- ୧ ଦେଇ ମନ୍ଦିରରେ ପ୍ରବେଶ କରିଥିଲେ । ଯୁବକ ଜଣକ ରାମ ମନ୍ଦିର ପରିସରର ଦକ୍ଷିଣ ପ୍ରାଚୀରରେ ପ୍ରାର୍ଥନା କରୁଥିଲେ, ସେତେବେଳେ କିଛି ଲୋକ ତାଙ୍କୁ ଦେଖିପାରିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଉତ୍ତେଜନା ପରେ, ସୁରକ୍ଷା ବାହିନୀ ଯୁବକକୁ ଅଟକ ରଖିଥିଲେ । ଗୁଇନ୍ଦା ସଂସ୍ଥା, ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଯୁବକଙ୍କୁ ପଚରାଉଚରା କରୁଛନ୍ତି।
ମନ୍ଦିର ପରିସରରେ ନମାଜ ପାଠ କରିବା ଘଟଣା ପରେ ପୋଲିସ ସକ୍ରିୟ ହୋଇଛି । ସହରରେ କାଶ୍ମୀର ଶାଲ ବିକ୍ରୟ କରୁଥିବା ଲୋକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ଏବଂ ପଚରାଉଚରା କରୁଛି । ଘଟଣାଟି ଆଜି ସକାଳେ ଘଟିଥିବା ଜଣାପଡ଼ିଛି। ତଥାପି, ରାମ ମନ୍ଦିର ଟ୍ରଷ୍ଟ ଏ ବିଷୟରେ କୌଣସି ବିବୃତ୍ତି ଜାରି କରିନାହିଁ ।
ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମେଡିକାଲରେ ANM ଦିଦିଙ୍କ ଔଦ୍ଧତ୍ୟ। ମେଡିକାଲରେ ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ୪ଟି ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ । ଔଷଧ ବିତରଣ କେନ୍ଦ୍ରରେ କବାଟ ବନ୍ଦ କରି ସିକ୍ୟୁରିଟି ଗାର୍ଡ କମ୍ପ୍ୟୁଟର ଚଳାଉଥିବା ବେଳେ ANM ସଂଯୁକ୍ତା ପାତ୍ର ପାଖରେ ବସି ରହିଥିଲେ । କ୍ୟାମେରା ଦେଖି ଚିହିଁକି ଉଠିଲେ ଦିଦି। ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ ଦେଇଥିଲେ।
କେନ୍ଦୁଝରରେ ହଜାର ହଜାର ଅଜଣା ପୋକଙ୍କୁ ନେଇ ଆତଙ୍କିତ ଲୋକେ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୧୪ ନମ୍ବର ୱାର୍ଡ ଝାଡ଼େଶ୍ୱର କଲୋନୀରେ ଅଜଣା ପୋକ ଆତଙ୍କ। ହଜାର ହଜାର ପୋକ ଆତଙ୍କରେ ଆତଙ୍କିତ ବାସିନ୍ଦା । ଦୀର୍ଘ ୪ ଦିନ ଧରି ଅଚାନକ ଏହି ପୋକ ଗୁଡିକ ଧାଡି ବାନ୍ଧି ଘର ଭିତରେ ପଶୁଛନ୍ତି । ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଲୋକମାନେ ହାତରେ ଝାଡୁ ଧରି ପୋକ ମାରିବାକୁ ଚେଷ୍ଟା କରୁଛନ୍ତି । କୌଣସି ବିଷ ମଧ୍ୟ ଏହି ପୋକଙ୍କ ଉପରେ ପ୍ରଭାବ ପକାଇ ପାରୁନାହିଁ। ଘରର ରୋଷେଇ ଘରେ ପୋକ ଗୁଡିକ ପଶୁଥିବାରୁ ରୋଷେଇ ବନ୍ଦ ହୋଇଯାଉଛି। ତୁରନ୍ତ ଏହାର କିଛି ସମାଧାନ ପାଇଁ ୱାର୍ଡବାସୀ ଦାବି କରିଛନ୍ତି ।

