ଯାଜପୁର: ସଡ଼କ ଦୁର୍ଘଟଣାରେ ବିଞ୍ଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ପରଲୋକ । ଯାଜପୁର ଖରସ୍ରୋତା ବ୍ରିଜ୍ ଉପରେ ଅର୍ଜୁନଙ୍କ ଉପରେ ମାଡ଼ିଗଲା ହାଇଓ୍ବା । ସେ ବାଇକରେ ଭୁବନେଶ୍ବର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ଅର୍ଜୁନ ଦାସ । ବିଂଝାରପୁର ନିର୍ବାଚନମଣ୍ଡଳୀରୁ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସରୁ ବିଧାୟକ ଥିଲେ ଅର୍ଜୁନ ଦାସ । କିଛି ଦିନ ପୂର୍ବରୁ ସେ ବି.ଆର.ଏସ.ରେ ସାମିଲ ହୋଇଥିଲେ ।
ନୟନତାରାଙ୍କ କାଷ୍ଟିଙ୍ଗ କାଉଚ ଅଭିଜ୍ଞତା
ବ୍ୟୁରୋ ରିପୋର୍ଟ: ଲୋକପ୍ରିୟ ଅଭିନେତ୍ରୀ ନୟନତାର ପୁଣି ଚର୍ଚ୍ଚାରେ। ନୟନତାରା କାଷ୍ଟିଙ୍ଗ୍ କାଉଚକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ସେ କାଷ୍ଟିଙ୍ଗ୍ କାଉଚର ଶିକାର ହୋଇଥିବା ନେଇ ଏକ ସାକ୍ଷାତକାରରେ କହିଛନ୍ତି। ତାଙ୍କୁ ଫିଲ୍ମରେ ଲିଡ୍ ରୋଲ୍ କରିବା ବଦଳରେ ତାଙ୍କୁ ସାଲିସ୍ କରିବାକୁ କୁହାଯାଇଥିଲା । କିନ୍ତୁ ସେ ଏହାକୁ ରୋକଠୋକ୍ ମନାକରି ଦେଇଥିଲେ। ନିଜର ଦକ୍ଷତା ଓ ପରିଶ୍ରମ ବଦଳରେ ଫିଲ୍ମ ଇଣ୍ଡ୍ରଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ନୟନତାରା ।
ଦକ୍ଷିଣ ଭାରତର ତାମିଲ, ତେଲୁଗୁ ଓ ମାଲୟାଲମ ଚଳଚ୍ଚିତ୍ର ଇଣ୍ଡ୍ରଷ୍ଟ୍ରିରେ ଅଭିନେତ୍ରୀ ନୟନତାରାଙ୍କୁ ଆଗ ଧାଡିର ନାୟିକା କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜିର ଦିନରେ ସେ ସର୍ବାଧିକ ପାରିଶ୍ରମିକ ନେଉଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ହେଲେ ତାଙ୍କୁ ମଧ୍ୟ କାଷ୍ଟିଂ କାଉଚ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଅଭିନୟ କ୍ୟାରିୟର ଆରମ୍ଭ କରିବା ସମୟରେ ଏକ ସାଉଥ୍ ଫିଲ୍ମରେ ତାଙ୍କୁ ଲିଡ ରୋଲର ଅଫର ମିଳିଥିଲା । ସେହି ସମୟରେ ତାଙ୍କୁ ଯୌନ ସମ୍ପର୍କ ସ୍ଥାପନ କରିବାକୁ କୁହାଯାଇଥିଲା । କିନ୍ତୁ ସେ କୌଣସି ସଟ୍ କଟ୍ ବାଟ ନେଇ ଆଗକୁ ବଢିବା ପାଇଁ ଚାହୁଁ ନଥିଲେ । ନୟନତାରାଙ୍କ ନିଜ ଦକ୍ଷତା ଉପରେ ସମ୍ପୂର୍ଣ୍ଣ ଆସ୍ଥା ଥିଲା, ତେଣୁ ସେ ଏଭଳି ପ୍ରସ୍ତାବକୁ ସିଧାସଳଖ ମନା କରିଦେଇଥିଲେ । ପରବର୍ତ୍ତୀ ସମୟରେ ସେ ନିଜ ଅଭିନୟ ଓ କଠିନ ପରିଶ୍ରମ ବଳରେ ପ୍ରତିଷ୍ଠିତ ହୋଇଥିଲା ।
ନୟତାରା ପ୍ରଥମ ଥର ପାଇଁ ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ତାଙ୍କର ଅପ୍ କମିଙ୍ଗ ଫିଲ୍ମ ‘ଯୱାନ’ ଆସିବାକୁ ଯାଉଛି । ଏହି ଫିଲ୍ମରେ ସେ ଶାହରୁଖ ଖାଁଙ୍କ ସହିତ ନଜର ଆସିବେ । ଏହାସହିତ ନୟତାରାଙ୍କ ତାମିଲ ଫିଲ୍ମ ‘ଇରାଇଭାନ୍’ ମଧ୍ୟ ରିଲିଜ୍ ହେବାକୁ ଯାଉଛି ।
ବାଲେଶ୍ବର ଉପ-ଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ମାଡ଼ ଘଟଣା,୧୧ ଜଣଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ଟିମ୍
ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ମାଡ଼ ଘଟଣାରେ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ । ୧୧ ଜଣଙ୍କୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ୍ । ଗିରଫଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା । ଚିହ୍ନଟ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଚଳାଉଥିବା ବେଆଇନ ଇଟାଭାଟି ନିକଟରେ ପହଞ୍ଚିଛି ସ୍ୱତନ୍ତ୍ର ଟିମ୍ । ଉପଜିଲ୍ଲାପାଳ, ତହସିଲଦାର, ଆରଆଇଙ୍କ ସହିତ ଅଛନ୍ତି ୨ ପ୍ଲାଟୁନ୍ ଫୋର୍ସ ସାମିଲ ହୋଇଛନ୍ତି । ଗତକାଲି ବାଲି ଚୋରାଚାଲାଣ ଯାଞ୍ଚ ବେଳେ ଦହପଡ଼ା ନିକଟରେ ଉପଜିଲ୍ଲାପାଳଙ୍କ ସମେତ ଡ୍ରାଇଭର ଓ ପିଏସଓଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିଲେ ।

