spot_img
Home Blog Page 3452

ନବ ଦାସଙ୍କୁ ଗୁଳିକରି ହତ୍ୟା ମାମଲା; ୪ ଦିନିଆ ରିମାଣ୍ଡରେ ଯିବ ଗୋପାଳ

ଭୁବନେଶ୍ୱର: ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଗୋପାଳକୁ ୪ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି। ଅଭିଯୁକ୍ତ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଥିଲା।

ଅନ୍ୟପଟେ ବଡମାଳ ଥାନାରେ ନବକିଶୋର ଦାସଙ୍କ ଗୁଳିବିଦ୍ଧ କାରକୁ ଯାଞ୍ଚ କରାଯାଉଛି । ନବକିଶୋରଙ୍କ କାର୍ ଯାଞ୍ଚ କରୁଛି ସାଇଣ୍ଟିଫିକ୍ ଟିମ୍ । ଫରେନସିକ୍ ଟିମ୍ ସହ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି।

ତେବେ ଏହି ଘଟଣାରେ ଗତକାଲି କ୍ରାଇମବ୍ରାଞ୍ଚ ଏ଼ଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ କ୍ରାଇମସ୍ପଟରେ ଖୋଳତାଡ କରିଥିଲା କ୍ରାଇମବ୍ରାଞ୍ଚର ଫରନେସିକ ଟିମ। ପରବର୍ତ୍ତୀ ସମୟରେ ଗୋପାଳ ଦାସର ପରିବାର ବର୍ଗଙ୍କୁ ମଧ୍ୟ ପଚରାଉଚରା କରାଯାଇଥିବା ସୂଚନା ମିଳିଥିଲା ।

ବଜେଟ୍ ୨୦୨୩-୨୪: ଟ୍ୟାକ୍ସରୁ ମିଳିବ ଆଶ୍ୱସ୍ତୀ ନା ମଧ୍ୟବିତ୍ତଙ୍କ ଉପରେ ବଢିବ ବୋଝ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟର ରୂପରେଖକୁ ନେଇ ଚାଲିଛି କଳ୍ପନାଜଳ୍ପନା। କେଉଁ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ  । ମଧ୍ୟବିତ ପରିବାର ଉପରେ ବଢିବ କି ଚାପ । କରଦାତାଙ୍କ ପାଇଁ କଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା  । ଏହା ଉପରେ ରହିଛି ଦେଶବାସୀଙ୍କ ନଜର ।

ସୂଚନା ଅନୁଯାୟୀ, ଦିନ ୧୧ଟାରୁ ବଜେଟ୍ ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଯେଉଁଥିରେ ବେସିକ୍ ଡିଡକ୍ସନ ଲିମିଟ୍ ବଢାଇବା, ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ, 80C ଓ 80D ଭଳି ଡିଡକ୍ସନରେ ପରିବର୍ତ୍ତନ। ବଜେଟରେ ଅର୍ଥମନ୍ତ୍ରୀ ଟିକସଦାତାଙ୍କୁ ଧାରା ୮୦ ସି ଅଧୀନରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସୁବିଧା ପ୍ରଦାନ କରିପାରନ୍ତି । ଏପରିକି ଆୟକର ଲାଗୁ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା କରିବା ଏବଂ ସର୍ବୋଚ୍ଚ ଟିକସ ହାରକୁ  ୩୦% ପରିବର୍ତ୍ତେ ୨୫%କୁ ହ୍ରାସ ନେଇ ଆଶା କରାଯାଉଛି ।

ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ତା ମଧ୍ୟରେ ଆସୁଥିବା ଏହି ବଜେଟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ବର୍ଷ ଧରି ବଜେଟରେ ମଧ୍ୟବିତ୍ତଙ୍କ ପାଇଁ କିଛି ଠୋସ ନିଷ୍ପତ୍ତି ନିଆଯାଇନାହିଁ । ଏଥର ବଜେଟରେ ସରକାର କିଛି ବୋଲ୍ଡ ପଦକ୍ଷେପ ନେବେ ବୋଲି ପ୍ରି –ବଜେଟ ସର୍ଭେ ରିପୋର୍ଟରେ ମତ ଦେଇଥିଲେ ଏକ୍ସପର୍ଟ ।

ଧାନବାଦର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୪ ମୃତ

ଧାନବାଦ: ଝାଡ଼ଖଣ୍ଡର ଧାନବାଦରେ ହୃଦୟବିଦାରକ ଘଟଣା ଘଟିଛି। ସ୍ଥାନୀୟ ଆଶିର୍ବାଦ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ୧୦ ଜଣ ମହିଳା, ୩ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି।

ଧାନବାଦର ଡେପୁଟି କମିଶନର ସନ୍ଦୀପ କୁମାର କହିଛନ୍ତି, ଆପାର୍ଟମେଣ୍ଟରେ ଚାଲୁଥିବା ଏକ ପୂଜା ବେଳେ ଏହି ଅଘଟଣ ଘଟିଛି।

ଖବର ପାଇ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ନେଇ ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ବହୁ ଦୂରକୁ ନିଆଁ ଦେଖାଯାଉଥିଲା । ତେବେ ଏହି ଘଟଣାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଶୋକ ପ୍ରକାଶ କରିଛନ୍ତି ।

ସଂସଦରେ ଆଜି ବଜେଟ୍ ଉପସ୍ଥାପନ; ରହିଛି ଦେଶବାସୀଙ୍କ ନଜର

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ୪୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ପରିମାଣ ହୋଇପାରେ ବୋଲି ଆକଳନ କରାଯାଉଛି। କେଉଁ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ। ମଧ୍ୟବିତ୍ତ ପରିବାର ଉପରେ ବଢିବ କି ଚାପ। ନୂଆ ବଜେଟ ଲୋକଙ୍କ ପକେଟକୁ କେତେ ସୁହାଇବ। କରଦାତାଙ୍କ ପାଇଁ କଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ଏହା ଉପରେ ରହିଛି ଦେଶବାସୀଙ୍କ ନଜର।

ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ତା, ଲୋକଙ୍କ ଆୟରେ ହ୍ରାସ, ବହୁ ସାମଗ୍ରୀର ଦରଦାମ ଭଳି ଅର୍ଥନୀତିରେ ବହୁତ ଆହ୍ବାନ ରହିଛି। ଏଭଳି ଏକ ଗମ୍ଭୀର ସମୟରେ ବଜେଟରୁ ଅନେକ କିଛି ଆଶା ରଖିଛନ୍ତି ଲୋକେ । ବେତନଭୋଗୀ ମାନେ ଆୟକର ଛାଡ଼ ସୀମା କୋହଳ ହେବା କିମ୍ବା କିଛି ଅତିରିକ୍ତ ସୁବିଧା ପାଇଁ ଚାହିଁ ବସିଛନ୍ତି ।

ଅର୍ଥନୀତିରେ ସୁଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଗ୍ରାମୀଣ ବିକାଶ, ରୋଜଗାର, ପାନୀୟ ଜଳ ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଗୁଡିକରେ ସରକାର ବ୍ୟୟ ବରାଦ ବଢାଇବେ ବୋଲି ଆଶା କରାଯାଉଛି । ତେବେ ଆକଳନ ଅନୁସାରେ ଏଥର ଖର୍ଚ୍ଚ ଉପରେ ଅଧିକ ଗୁରୁତ୍ବ ଦିଆଯାଇପାରେ ।

ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ନିର୍ବାଚନକୁ ଲକ୍ଷ୍ୟରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇପାରନ୍ତି । ଅର୍ଥମନ୍ତ୍ରୀ ଏଥର ବଜେଟରେ ଟିକସ ହାର ଗୁଡିକରେ ବିଶେଷ ପରିବର୍ତ୍ତନ କରିନପାରନ୍ତି । ସରକାରୀ ସମ୍ପତ୍ତି ବିକ୍ରି, ପୁଞ୍ଜି ପ୍ରତ୍ୟାହାର, ଏବଂ ଋଣ ଜରିଆରେ ପାଣ୍ଠି ଯୋଗାଡ଼ ଉପରେ ବିଶେଷ ଗୁରୁତ୍ବ ଦିଆଯାଇପାରେ । ଏମ୍ଏସ୍ଏମ୍ଇ ସେକ୍ଟରର ଅଭିବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି ଅର୍ଥ ବିଶେଷଜ୍ଞ ମତ ରଖିଛନ୍ତି । ଏଥର ହିସାବ ନିକାଶରେ ବଡ଼ ଧରଣ ପରିବର୍ତ୍ତନ ଆଶା କରାଯାଇଛି ।

ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ବଳି ଦେଇଥିବା ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକ: ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ବଳି ଦେଇଥିବା ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ଜେଲଦଣ୍ଡ । ଦଣ୍ଡାଦେଶ ଦେଲେ ଭଦ୍ରକ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ । ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଲେ କୋର୍ଟ । ଜୋରିମାନା ଅନାଦେୟ ୬ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ । ୨୦୧୯ ଜାନୁଆରୀ ୨୩ରେ ଘଟିଥିଲା ଘଟଣା । ଅଭିଯୁକ୍ତ ହେଲେ ବାଁଶଡା ଥାନା ଅନ୍ତର୍ଗତ ଖଦାଳ ପୋଖରୀ ଗ୍ରାମର ବିଦ୍ୟାଧର ଦାସଙ୍କ ବଡ଼ ପୁଅ ପ୍ରହଲ୍ଲାଦ ଦାସ । ତନ୍ତ୍ର ସାଧନା ପାଇଁ ଶୋଇବା ଘରେ ପତ୍ନୀର ବେକକୁ ଦାଆରେ କାଟି ବଳି ଦେବା ବାହାନାରେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା ।

ଫେବୃଆରୀ ୧ରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି । ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା ।

ଏଥି ସହିତ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ମେଳା ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳ ତଥା ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି ।

ମେଳାରେ ବିକାଶ ଆୟୁକ୍ତ, (ହସ୍ତଶିଳ୍ପ), ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ ୨୫୦ ଜଣ କାରିଗରଙ୍କ ହସ୍ତଶିଳ୍ପ ଏବଂ ବିକାଶ ଆୟୁକ୍ତ (ହସ୍ତତନ୍ତ) ଦ୍ୱାରା ଭାରତର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାରମାନଙ୍କ ହସ୍ତତନ୍ତ ଷ୍ଟଲରେ ସ୍ଥାନିତ ହେବ । ସେହିପରି ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ କାରିଗର ଓ ୧୧୦ ଜଣ ବୁଣାକାରଙ୍କ ଉତ୍ପାଦ ଷ୍ଟଲରେ ସ୍ଥାନିତ ହେବ । ଏହା ବ୍ୟତୀତ ଶିକ୍ଷାନୁଷ୍ଠାନ ଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ ହେବ । ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିବେ ।

ଚଳିତ ବର୍ଷ ଗୋଟିଏ ଖାଦ୍ୟ ପ୍ରାଙ୍ଗଣରେ ୨୫ ଗୋଟି ଷ୍ଟଲ ରହିବ । ଓଡ଼ିଶାର ପାରମ୍ପରିକ ଖାଦ୍ୟ, ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ମଧ୍ୟ ସ୍ଥାନ ପାଇବ । ଏହା ବ୍ୟତୀତ ମିଲେଟ୍‌ ମିଶନ, ଓମ୍‌ଫେଡ୍‌ ଏବଂ ଓଟିଡିସିର ୫ଟି ଷ୍ଟଲ ରହିବ । ଏହି ମେଳାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ସାଂସ୍କୃତିକ ର୍ଯ୍ୟକ୍ରମଗୁଡ଼ିକ ପରିବେଷିତ ହେବ । ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍‌ ସୋ’ର ମଧ୍ୟ ଆୟୋଜନ କରାଯାଇଛି ।

ଚଳିତ ବର୍ଷ ମେଳାକୁ ସୁଗମ୍ୟ ସହିତ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୂଳ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ହୁଇଲ୍‌ ଚେୟାର୍‌ ଓ ଦିବ୍ୟାଙ୍ଗ ଏବଂ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଡେସ୍କର ବ୍ୟବସ୍ଥା କରାଯାଇଛି । ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଦର୍ଶକ ଓ ପ୍ରଦର୍ଶକମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍‌ ଉପଲବ୍ଧ କରାଯାଇଛି । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ ।

ବିଭାଗ ପକ୍ଷରୁ ମହିଳା କାରିଗର ଓ ବୁଣାକାର ମାନଙ୍କ ନିମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ମେଳାରେ ୨୦ ଲକ୍ଷ  ନସମାବେଶ ସହିତ ୨୦ କୋଟି ଟଙ୍କାର ସାମଗ୍ରୀ ବିକି୍ରର ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ତରଫରୁ ଏହି ଜାତୀୟ ସ୍ତରର ମେଳାର ନମୁନା ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି ।

ଧାନବାଦର ଆଶୀର୍ବାଦ ଟାୱାରରେ ଭୀଷଣ ଅଗ୍ନିକାଣ୍ଡ, ୧୪ ମୃତ

ରାଞ୍ଚି: ଝାଡ଼ଖଣ୍ଡର ଧାନବାଦରେ ଏକ ୧୦ ମହଲା ବିଶିଷ୍ଟ କୋଠାରେ ଭୀଷଣ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଆହତ ହୋଇଥିବାର ସୂଚନା । କୁହାଯାଉଛି ଯେ ଧନବାଦ ସ୍ଥିତ ଆଶୀର୍ବାଦ ଟାୱାରରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ସେହିପରି ଅନେକ ଲୋକ ଏବେ ବି ବିଲ୍ଡିଂରେ ଫସି ରହିଛନ୍ତି । ନିଆଁ ଲାଗିଥିବାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛି । ପୋଲିସ କର୍ମଚାରୀ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।  ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଉଛି ।

ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା କୁହାଯାଉଛି । ଦୁଇ ମହିଳା ଏବଂ ୫ ବର୍ଷର ଶିଶୁ ମଧ୍ୟ ଏଥିରେ ମୃତ୍ୟୁବରଣ କରିଥିବା ସୂଚନା । ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । କାରଣ ଏବେ ବି ବିଲ୍ଡିଂରେ ଅନେକ ଲୋକ ଫସି ରହିଛନ୍ତି । କୋଠାର ତଳ ଭାଗରେ ନିଆଁ ଲାଗିଛି, ଯାହାକି ଉପର କୋଠାକୁ ଧୀରେ ଧୀରେ ବ୍ୟାପୁଛି । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ୨୫ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୦ ମହଲା ବିଶିଷ୍ଟ ଆଶୀର୍ବାଦ ଟାୱାରରେ ଭୀଷଣ ନିଆଁ କାରଣରୁ ଧାଁଦୌଡ ସ୍ଥିତି ରହିଛି । ନିଆଁ ବ୍ୟାପିଯିବା କାରଣରୁ ଦମକଳ ବାହିନୀକୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି ।

ଗ୍ୟାସ୍ ସିଲିଣ୍ଡର ଫାଟିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ୨୦ରୁ ଅଧିକ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟାରେ ଏହି ନିଆଁ ତୃତୀୟ ମହଲାରେ ଲାଗିଥିଲା । ଦେଖୁ ଦେଖୁ ଗୋଟିଏ ଫ୍ଲାଟରୁ ଅନ୍ୟ ଫ୍ଲାଟ ଏବଂ ପୁଣି ୫ମ ଫ୍ଲୋର ପର୍ଯ୍ୟନ୍ତ ନିଆଁ ବ୍ୟାପିଯାଇଥିଲା । ନିଆଁର ଭୟାବହ ଏତେ ତୀବ୍ର ଥିଲା ଯେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଶବ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ । ଆପାର୍ଟମେଣ୍ଟର ଅଧିକତମ ଫ୍ଲାଟ ଖାଲି କରି ଦିଆଯାଇଛି । ଅନେକ ଲୋକ ଫ୍ଲାଟର ଛାତ ଉପରକୁ ଯାଇ ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି । ଘଟଣା ସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି କହିଛନ୍ତି ଯେ ଯେଉଁ ଘରେ ନିଆଁ ଲାଗିଛି ସେଠାରେ ବିବାହ କାର୍ଯ୍ୟକ୍ରମ ଥିଲା ।

ଲାଞ୍ଚୁଆ ପୋଲିସ ଏସଆଇଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ

ମୟୁରଭଞ୍ଜ: ଲାଞ୍ଚୁଆ ପୋଲିସ ଏସଆଇଙ୍କୁ ୫ ବର୍ଷ ଜେଲ୍ । ଦଣ୍ଡାଦେଶ ଦେଲେ ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ । ରାୟ ଶୁଣାଇଲେ ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା । ୫ ବର୍ଷ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରହିଛି ନିର୍ଦ୍ଦେଶ । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବ ଇନ୍ସିପେକ୍ଟର ହୃଷିକେଶ ପଶ୍ଚିମକବାଟ । ଖୁଣ୍ଟା ଥାନା ଅନ୍ତର୍ଗତ ସାନବେଳାକୁଟି ଗ୍ରାମର ସଞ୍ଜୀବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା ।

ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବାକୁ ହୃଷିକେଶ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୫ ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ପରବର୍ତ୍ତୀ ସମୟରେ ନେବାକୁ ସ୍ଥିର ହୋଇଥିଲା । ଏନେଇ ସଞ୍ଜୀବଙ୍କ ଭାଇ ବିବେକାନନ୍ଦ ବାରିପଦା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ୨୦୧୫ ଏପ୍ରିଲ ୧୩ ତାରିଖ ରାତିରେ ଥାନା ପରିସରରେ ଆଉ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ କରାଯାଇଥିଲା ।

ତେବେ ସେହି ମାମଲାର ଆଜି ରାୟ ପ୍ରକାଶ ପାଇଛି । ୮ଜଣ ସାକ୍ଷୀ, ବୟାନ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏସଆଇ ହୃଷିକେଶ ବର୍ତ୍ତମାନ ବାଲେଶ୍ବର ଟ୍ରାଫିକ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ରାୟ ପ୍ରକାଶ ପରେ ହୃଷିକେଶଙ୍କୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ହୃଷିକେଶଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ପୋଲିସ ବିଭାଗକୁ ଚିଠି ଲେଖାଯାଇଛି ।

ହକି ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଓ 5-ଟି ସଚିବଙ୍କୁ ପ୍ରଶଂସା କଲେ ସାଉଥ୍ ସୁପରଷ୍ଟାର କମଲ ହାସନ

ନନ୍ଦିଘୋଷ ବ୍ୟୁରୋ: ହକି ବିଶ୍ବକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର କମଲ ହାସନ । FIH ପୁରସ୍କାର ପାଇଁ 5T ସଚିବଙ୍କୁ ପ୍ରଶଂସା ମଧ୍ୟ କମଲ ହାସନ ପ୍ରଶଂସା କରିଛନ୍ତି । କ୍ରମାଗତ ଭାବେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛୁଛନ୍ତି ଓଡ଼ିଶାବାସୀ । ସଫଳ ନେତୃତ୍ବଙ୍କୁ ବାଛୁଥିବାରୁ ରାଜ୍ୟର ଭୋଟରଙ୍କୁ ପ୍ରଶଂସା କରୁଛି ଦେଶ । କମଲ ହାସନ କହିଛନ୍ତି ଦେଶର ରାଜନୈତିକ ସଂସ୍କୃତି ବଦଳୁଛି । ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବଦଳୁଛି ଦେଶର ରାଜନୈତିକ ସଂସ୍କୃତି ।

ପାକିସ୍ତାନ ମିଡିଆରେ ରାହୁଲ-ଆଥିୟା ବାହାଘର ଚର୍ଚ୍ଚା, ସରୁନି ଗିଫ୍ଟ ହିସାବ

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ଓପନର୍ କେ ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିୟାଙ୍କ ବାହାଘରକୁ ସପ୍ତାହେ ବିତି ଗଲାଣି । କିନ୍ତୁ ପାକିସ୍ତାନରେ ଏବେ ବି ଚାଲିଛି ରାହୁଲ-ଆଥିୟାଙ୍କ ବାହାଘର ଚର୍ଚ୍ଚା ।

ରାହୁଲ-ଆଥିୟାଙ୍କୁ ମିଳିଥିବା ଗିଫ୍ଟ ଦେଖି ପାକିସ୍ତାନୀଙ୍କ ଦେହରେ ଯାଉନି । ପାକିସ୍ତାନର ମିଡିଆରେ ଟିକିନିଥି କରି ଆଥିୟାଙ୍କ ଗିଫ୍ଟ ଚର୍ଚ୍ଚା ହେଉଛି । ଆଙ୍କର ଗୋଟି ଗୋଟି କରି ଗିଫ୍ଟର ହିସାବ ଶୁଣାଉଛନ୍ତି । ଏମିତି ଲାଗୁଛି ଗିଫ୍ଟର ହିସାବ ଆଥିୟାଙ୍କଠୁ ଅଧିକା ପାକିସ୍ତାନୀ ମିଡିଆ ପାଖରେ ରହିଛି ।

ଆଙ୍କର ପଢ଼ୁଥିବା ନ୍ୟୁଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକେ ଭିଡିଓ ଦେଖି କମେଣ୍ଟ ଦେବା ସହ ଶେୟାର ବି ହେଉଛି ।

ସୂଚନାଥାଉ କି, ଆଲିୟା-ରାହୁଲଙ୍କ ବାହାଘରରେ ବହୁ ଦାମି ଗିଫ୍ଟ ମିଳିଥିଲା । ନୂଆ ବାହାହୋଇଥିବା କପଲଙ୍କୁ ଗିଫ୍ଟ ବର୍ଷା ହୋଇଥିଲା । ଏହି ଖବର ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।