spot_img
Home Blog Page 3453

ସହରର ନାଁ ବଦଳାଇ ‘ହିନ୍ଦ ସିଟି’ ରଖିଲା ଏହି ମୁସଲିମ୍ ଦେଶ

ଦୁବାଇ: ଇସଲାମିକ ଦେଶ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ନିଜର ଏକ ସହରର ନାଁ ବଦଳାଇ ହିନ୍ଦ ସିଟି ରଖିଛି । ୟୁଏଇର ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ଆଦେଶ ଦେଇଛନ୍ତି ଯେ ୟୁଏଇର ଏକ ଜିଲ୍ଲାର ନାଁ ବଦଳାଯାଉ । ତାଙ୍କ ଆଦେଶରେ ଅଲ ମିନହାଦ ଏବଂ ଏହାର ଆଖପାଖ ଅଞ୍ଚଳକୁ ଏବେ ହିନ୍ଦ ସିଟି ନାଁରେ ଜଣାଯିବ । ଅଲ ମକତୁମ ନିଜର ପତ୍ନୀ ଶେଖା ହିନ୍ଦ ବିନ୍ତ ମକତୁମ ବିନ ଜୁମାଙ୍କ ନାଁରେ ଏହି ସ୍ଥାନର ନାଁକୁ ବଦଳାଇବା ନେଇ ଘୋଷଣା କରିଛନ୍ତି । ହିନ୍ଦ ଆରବୀ ମହିଳାଙ୍କ ମଧ୍ୟରେ ଏକ ପ୍ରଚଳିତ ନାଁ ଅଟେ । ହିନ୍ଦ ସିଟି ୮୩.୯ କିଲୋମିଟରରେ ବ୍ୟାପିଛି ଏବଂ ଏଥିରେ ଚାରୋଟି ପ୍ରମୁଖ ଜୋନ ବନାଯାଇଛି- ହିନ୍ଦ୧, ହିନ୍ଦ୨, ହିନ୍ଦ ୩ ଏବଂ ହିନ୍ଦ୪ ।

ଭିସ୍ତାରା ଫ୍ଲାଇଟରେ କପଡା ଖୋଲି ହଙ୍ଗାମା କଲେ ମହିଳା

ନୂଆଦିଲ୍ଲୀ: ବିମାନରେ ନିଶାସକ୍ତ ବିଦେଶୀ ମହିଳାଙ୍କ ହଙ୍ଗାମା । ଭିସ୍ତାରା ବିମାନରେ ଜଣେ ମହିଳା ପ୍ୟାସେଞ୍ଜର ନିଶାରେ କ୍ରୁ ମେମ୍ବରଙ୍କ ସହ ମାରପିଟ୍ କରିଥିବାର ଖବର ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ସେ ନିଜର କପଡ଼ା ମଧ୍ୟ ଓହ୍ଲାଇ ଦେଇଥିଲେ । ଫ୍ଲାଇଟ ଇଟାଲୀରୁ ମୁମ୍ବାଇ ଆସୁଥିଲା । ମୁମ୍ବାଇରେ ଫ୍ଲାଇଟ ଲ୍ୟାଣ୍ଡିଂ କରିବା କ୍ଷଣି କ୍ରୁ ସଦସ୍ୟଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ପୋଲିସ ଅଧିକାରୀ କହିଛନ୍ତି ଏହି ଘଟଣା ସୋମବାର ଘଟିଛି । ମହିଳା ଜଣଙ୍କ ଇଟାଲୀ ବାସିନ୍ଦା ଅଟନ୍ତି । ତାଙ୍କ ନାଁ ପାଓଲା ଫେରୁଶିୟୋ । ୨୫ ହଜାର ଟଙ୍କାର ଜରିମାନା ପରେ ମହିଳାଙ୍କୁ ଜାମିନ ଦିଆଯାଇଛି ।

ଅବଶ୍ୟ ମାମଲାରେ ଏବେ ତଦନ୍ତ ଚାଲିଛି । ପୋଲିସ କହିବା ଅନୁସାରେ ମହିଳା ଜଣକଙ୍କ ପାଖରେ ଇକୋନମି କ୍ଲାସର ଟିକେଟ୍ ଥିଲା, କିନ୍ତୁ ସେ ବିଜନେସ୍ କ୍ଲାସରେ ଯାଇ ବସିଯାଇଥିଲେ । କ୍ରୁ ମେମ୍ବର ଯେତବେଳେ ମହିଳାଙ୍କୁ ତାଙ୍କ ସିଟରେ ବସିବାକୁ କହିଥିଲେ ତେବେ ସେ ଯୁକ୍ତି କରିବାକୁ ଲାଗିଥିଲେ । ପୀଡିତ କ୍ରୁ ମେମ୍ବର କହିଛନ୍ତି ଯେ, ସେ ହଙ୍ଗାମା କରିଥିଲେ । ମୋ ସହ ମାରପିଟ୍ କରିଥିଲେ । ଯେତବେଳେ ମୋ ସହାୟତା ପାଇଁ ଅନ୍ୟ କ୍ରୁ ମେମ୍ବର ଆସିଲେ ତେବେ ମହିଳା ତାଙ୍କ ଉପରକୁ ଛେପ ପକାଇଥିଲେ । ଏହାପରେ କପଡ଼ା ଖୋଲି ବୁଲିବାକୁ ଲାଗିଥିଲେ । କ୍ୟାପ୍ଟେନଙ୍କ ନିର୍ଦ୍ଦେଶକ୍ରମେ କ୍ରୁ ମେମ୍ବର ମହିଳାଙ୍କୁ ଧରି କପଡା ପିନ୍ଧାଇଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ ଏକ ସିଟରେ ତାଙ୍କୁ ବାନ୍ଧି ଦିଆଯାଇଥିଲା ।

ପୁଣି ଭୟାନକ ଭିଲେନ୍ ଅବତାରରେ ସଞ୍ଜୟ ଦତ୍ତ

ମୁମ୍ବାଇ: ଫିଲ୍ମ କେଜିଏଫ ପରେ ପୁଣି ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । ଏଥର କେଜିଏଫର ଅଧିରାଠୁ ବି ଭୟାନକ ଅବତାରରେ ଦେଖାଦେବେ ସଞ୍ଜୟ । ବଲିଉଡ ନୁହେଁ ଏଥର ପୁଣି ଟଲିଉଡ ଫିଲ୍ମରେ ନଜର ଆସିବେ ଅଭିନେତା ସଞ୍ଜୟ ଦତ୍ତ । ଧୀରେ ଧୀରେ ସଞ୍ଜୟ ଏବେ ସାଉଥ ମୁହାଁ ହେଉଥିଲାବେଳେ ସାଉଥ ସିନେପ୍ରେମୀଙ୍କର ବି ପ୍ରିୟ ଭିଲେନ ସାଜିଛନ୍ତି ସେ ।

ତାମିଲ ସୁପରଷ୍ଟାର ଥଲପତି ବିଜୟଙ୍କ ସହ ଏକ ଫିଲ୍ମରେ ସ୍କ୍ରିନ୍ ଶେଆର କରିବାକୁ ଯାଉଛନ୍ତି ସଞ୍ଜୟ । ଆଗକୁ ଆସୁଛି ଫିଲ୍ମ ଥଲପତି-୬୭  । ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ ସଞ୍ଜୟ ଦତ୍ତ । ଏ ନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓ । ଏହି ଫିଲ୍ମରେ ଥଲପତି ଲିଡ୍ ରୋଲରେ ଅଛନ୍ତି । ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି ।

 

ବିଶ୍ବର ଟପ୍ ଟେନ୍ ଧନୀ ତାଲିକାରୁ ବାହାରିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ବିଶ୍ବର ଟପ୍ ଟେନ୍ ଧନୀ ତାଲିକାରୁ ବାହାରିଲେ ଗୌତମ ଆଦାନୀ । କମୁଛି ଭାରତର ୧ ନଂ ଧନୀଙ୍କ ସମ୍ପତ୍ତି । ଆଦାନୀ ଗ୍ରୁପ ଲୋକଙ୍କୁ ମିଛ କହି ନିଜ ଶେୟାର ମୁଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା କହିଛି ହିଣ୍ଡେନବର୍ଗ ରିସର୍ଚ୍ଚ । ଏ କଥା କହିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ପରେ ଲଗାତାର କମୁଛି ଶେୟାରର ମୂଲ୍ୟ । ଏପରି ତଥ୍ୟକୁ କିନ୍ତୁ ଗୌତମ ଆଦାନୀ ଗ୍ରହଣ କରନାହାନ୍ତି ।

ପୂର୍ବରୁ ବିଶ୍ବ ଧନୀ ତାଲିକାରେ ୩ ନଂ ସ୍ଥାନରେ ଥିଲେ ଗୌତମ । ଏ ରିପୋର୍ଟ ପ୍ରକାଶ ପାଇବା ପରେ ସେ ୭ ନଂ ସ୍ଥାନକୁ ଖସିଥିଲେ । ଆଜି ସ୍ଥିତି ଆହୁରି ଖରାପ ହେବାରୁ ସେ ଟପ୍ ଟେନ୍ ତାଲିକାରୁ ବାହାର ହୋଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ଉପରେ କେହି ସହଜରେ ଭରଷା କରି ପାରୁନାହାନ୍ତି । ଶେୟାରର ମୂଲ୍ୟ କମୁ ଥିବାରୁ ନିବେଶକମାନେ ମଧ୍ୟ କ୍ଷତି ସହୁଛନ୍ତି ।

ବଦଳିଲେ ଝାରସୁଗୁଡ଼ା ଏସପି ରାହୁଲ ଜୈନ

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଅଦଳବଦଳ । ବଦଳିଲେ ଝାରସୁଗୁଡା ଏସପି ରାହୁଲ ଜୈନ । ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ହେଲେ ରାହୁଲ ଜୈନ । ବରଗଡ଼ ଏସପି ପରମାର ସ୍ମିଥଙ୍କୁ ଦିଆଗଲା ଝାରସୁଗୁଡା ଏସପି ଦାୟିତ୍ବ । ବରଗଡ଼ ଏସପି ହେଲେ ପ୍ରହଲ୍ଲାଦ ସାହାଇ ମୀନା । ସେହିପରି ବୌଦ୍ଧ ଏସପି ହେଲେ ରାଜ ପ୍ରସାଦ । ସେପଟେ ବଦଳିଛନ୍ତି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ । ପୋଲିସ ମୁଖ୍ୟାଳୟକୁ ଗୁପ୍ତେଶ୍ବରଙ୍କୁ ବଦଳି କରାଯାଇଛି । ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡିପିଓ ଦାୟିତ୍ବ ଦିଆଯାଇଛି । ଆଠମଲ୍ଲିକ ଏସଡିପିଓ ଥିଲେ ଚିନ୍ତାମଣି ପ୍ରଧାନ ।

ବଦଳିଲେ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ

ଭୁବନେଶ୍ୱର: ବଦଳିଲେ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ । କଟକ ପୋଲିସ ମୁଖ୍ୟାଳୟକୁ ଗୁପ୍ତେଶ୍ବରଙ୍କୁ ବଦଳି କରାଯାଇଛି । ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡିପିଓ ଦାୟିତ୍ୱ ଦିଆଯାଇଛି । ଆଠମଲ୍ଲିକ ଏସଡିପିଓ ଥିଲେ ଚିନ୍ତାମଣି ପ୍ରଧାନ ।

ପାହାଡ଼ ଭଳି ଟଙ୍କା ଗଦାକଲେ, ତା’ ପରେ ସବୁ ବାଣ୍ଟିଦେଲେ

ନୂଆଦିଲ୍ଲୀ: ସାଧାରଣତଃ ଯେତେବେଳେ ଏକ କମ୍ପାନୀ ଭଲ ଲାଭ କରେ ସେତେବେଳେ କର୍ମଚାରୀମାନଙ୍କୁ ଭଲ ବୋନସ୍ ଦେଇଥାଏ । ସବୁବେଳେ ଏହି ବୋନସ ସିଧାସଳଖ ଆକାଉଣ୍ଟକୁ ସ୍ଥାନାନ୍ତର ହୁଏ ନ ହେଲେ ଚେକ୍ ମାଧ୍ୟମରେ ଦିଆଯାଏ ।

କିନ୍ତୁ ଏପରି ଏକ କମ୍ପାନୀ ଅଛି ଯିଏ କି ୭୦ କୋଟି କ୍ୟାସ ଦାନ କରିଦେଇଛି । ତାହା ପୁଣି ପୂରା ନିଆରା ଶୈଳୀରେ । ପ୍ରଥମେ ପାହାଡ଼ ଭଳି ଟଙ୍କା ଗଦା କରି ଜଣ ଜଣ କରି କମ୍ପାନୀର କର୍ମଚାରୀଙ୍କୁ ବାଣ୍ଟି ଦେଇଛି ।

ଏହି କମ୍ପାନୀ ରହିଛି ଚାଇନାରେ । କରୋନା ମହାମାରୀ ସତ୍ତ୍ବେ ଚାଇନାର ଏକ କମ୍ପାନୀ ତାର ପ୍ରାୟ ୪୦ କର୍ମଚାରୀଙ୍କୁ ୭୦ କୋଟି ଟଙ୍କା ବୋନସ୍ ଆକାରରେ ବାଣ୍ଟି ଦେଇଛି ।

କମ୍ପାନୀ ଟଙ୍କାକୁ ଏକ ମଞ୍ଚରେ ୨ ମିଟର ଉଚ୍ଚର ପାହାଡ଼ କରି ରଖିଥିଲା । ତା’ ପରେ ଜଣ ଜଣ କରି ୪୦ କର୍ମଚାରୀ ଆସି ଟଙ୍କା ନେଇଥିଲେ । ଏହି ଟଙ୍କା ବଣ୍ଟାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସାଉଥ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,  ଚୀନ୍‌ର ହେନାନ ସହରରେ ଥିବା ଏକ କମ୍ପାନୀ ତାର କର୍ମଚାରୀଙ୍କୂ ଏପରି ବୋନସ ଦେଇଛି । କମ୍ପାନୀ କ୍ରେନ୍ ଉତ୍ପାଦନ କରିଥାଏ । କର୍ମଚାରୀଙ୍କୁ କମ୍ପାନୀ ବେନସରେ ୭୦ କୋଟି ଟଙ୍କା ଦେଇଛି । କମ୍ପାନୀର ୩୦ରୁ ଅଧିକ କର୍ମଚାରୀଙ୍କୁ ୩କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ମୋଟ ୪୦ ଜଣ କର୍ମଚାରୀ ବୋନସ ନେଇଛନ୍ତି । ବୋନସ କାର୍ଯ୍ୟକ୍ରମରେ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ନୋଟ୍ ଗଣିବାକୁ ପଡୁଥିଲା । ଏଥିପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

କରୋନା ମହାମାରୀରେ ମଧ୍ୟ ହେନାନ ମାଇନ୍ ୨୩ ପ୍ରତିଶତରୁ ଅଧିକ ଲାଭ କରିଛି । କମ୍ପାନୀ ୨୦୦୨ ରେ ପ୍ରତିଷ୍ଠା ହୋଇଥିଲା । ଏବେ ଏହି କମ୍ପାନୀରେ ୫ ହଜାର କର୍ମଚାରୀ ଅଛନ୍ତି। ଗତ ବର୍ଷ କର୍ମଚାରୀଙ୍କ ବେତନରେ ୩୦ ପ୍ରତିଶତ ବୃଦ୍ଧି ଘଟିଥିଲା । ଗତ ୩ ବର୍ଷ ଧରି କମ୍ପାନୀରେ କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଇନାହିଁ ।

ଆସନ୍ତାକାଲି ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠାରୁ ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲ ଗୁଡିକ ପ୍ରସ୍ତୁତି ଚୂଡାନ୍ତ କରିବା ସହ ସମସ୍ତ ବିଭାଗକୁ ପ୍ରଶ୍ନପତ୍ର, ଉତ୍ତର ଖାତା ସହ ଟାଇମ୍ ଟେବୁଲ ପଠାଯାଇଛି । ଏନେଇ ଏକ୍ସଟରନାଲ ମାନଙ୍କୁ ଚିଠି କରାଯାଇଛି । ଆସନ୍ତାକାଲି 9ଟା 30 ରୁ ଛାତ୍ର ଛାତ୍ରୀ ମାନେ ଲ୍ୟାବ ମଧ୍ୟକୁ ପ୍ରବେଶ କରିବେ । ପ୍ରଥମ ସିଟିଂ 10 ଟା ରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ସିଟିଂ 2 ଟାରୁ ଆରମ୍ଭ ହୋଇ 5 ଟା ପର୍ଯ୍ୟନ୍ତ ଚାଲିବ । ବିଜ୍ଞାନରେ ଫିଜିକ୍ସ, ବଟନି, ଜୁଲୋଜି, କେମେଷ୍ଟ୍ରୀ, ଇନଫରମେସନ୍ ଟେକ୍‌ନୋଲୋଜି, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ହେବ ।

ସେହିପରି ବାଣିଜ୍ୟରେ ଆକାଉଣ୍ଟାସି, ବିଏମ୍‌ଏସ୍, କଷ୍ଟ ଆକାଉଣ୍ଟିଂରେ ପରୀକ୍ଷା ହେବ । କଳାରେ ଆନ୍ଥ୍ରୋପୋଲୋଜି, ସାଇକୋଲଜି, ଜିଓଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍, ଏଯୁକେସନ ଭଳି ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରାକ୍ଟିକାଲ ପରୀକ୍ଷା ନେଇ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲରେ ପ୍ରସ୍ତୁତି ସରିଛି । ସମସ୍ତ ଲ୍ୟାବକୁ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ବିଜେବିରେ ବିଜ୍ଞାନରେ ୫୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହି ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ।

ଗୋପାଳର ଭାଇ ସତ୍ୟନାରାୟଣକୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳକୃଷ୍ଣର ଭାଇ ସତ୍ୟନାରାୟଣକୁ ପଚରାଉଚରା । ପଚରାଉଚରା ପରେ ସତ୍ୟନାରାୟଣକୁ ଉଠାଇନେଲା କ୍ରାଇମବ୍ରାଞ୍ଚ । ସତ୍ୟନାରାୟଣକୁ ଉଠାଇ ନେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ର । ବ୍ରଜରାଜନଗରରେ ଗୋପାଳ ଭାଇଙ୍କର ଥିବା ଏକ ହୋଟେଲରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଛାନବିନ କରି ତାଙ୍କୁ ଉଠାଇନେଇଛି । ଗୋପାଳର ସ୍ତ୍ରୀ, ପୁଅ ଓ ଝିଅକୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଗତ ରବିବାର ୧୨ ଟା ବେଳେ ଏକ ସଭାକୁ ଯୋଗ ଦେବାକୁ ଯାଉଥିବା ସମୟରେ ଏଏସଆଇ ଗୋପାଳକୃଷ୍ଣ ନବ ଦାସଙ୍କୁ ଗୁଳି କରିଥିଲେ ।

ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ଗୋପାଳକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ସନ୍ଧ୍ୟାରେ ତାକୁ କୋର୍ଟରେ ହାଜର ପରେ ଝାରସୁଗୁଡା ଉପକାରାଗାରକୁ ନିଆଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରଜରାଜନଗର ଗୁଳିମାଡ଼ ସ୍ଥାନରେ ତଦନ୍ତ ଜାରି ରଖିଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିଜେ ଏହି ମାମଲାକୁ ନୀରିକ୍ଷଣ କରୁଛନ୍ତି । ଗତକାଲି ଗୋପାଳ ନିଜର ଦୋଷ ମାନିଥିବା କହିଥିଲେ ଅରୁଣ ବୋଥ୍ରା ।

ମୋରବୀ ବ୍ରିଜ ଦୁର୍ଘଟଣା: ଆତ୍ମସମର୍ପଣ କଲେ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ

ମୋରବୀ: ଗୁଜୁରାଟର ମୋରବୀ ବ୍ରିଜ ଦୁର୍ଘଟଣା ମାମଲାରେ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଜୟସୁଖ ପଟେଲ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁର୍ଘଟଣାରେ ୧୩୫ ଜଣ ପ୍ରାଣ ହରାଇଥିଲେ।

ସୂଚନା ଅନୁସାରେ, ଜାନୁଆରୀ ୨୭ ରେ ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ପଟେଲଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ । ଏହା ପରେ ଆଜି କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି।

ଓରେଭା ଗ୍ରୁପ ମୋରବୀ ପୋଲ ମରାମତି ଏବଂ ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିଲା । ମରାମତି ହେବା ପରେ ଏହା ଅକ୍ଟୋବର ୩୦ରେ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା ।

ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳର କହିବା ଅନୁସାରେ, ଓରେଭା ଗ୍ରୁପ୍ ଦ୍ୱାରା ପୋଲ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଅନେକ ତ୍ରୁଟି ଥିଲା । ଯେଉଁ ବ୍ରିଜରେ ଏକ ସମୟରେ ଅଧିକ ଲୋକଙ୍କୁ ପ୍ରବେଶ ଅନୁମତି ନଥିଲା ସେହି ବ୍ରିଜରେ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା । ଟିକେଟକୁ ଅଧିକ ଦରରେ ବିକ୍ରି କରାଯାଇଥିଲା । ବ୍ରିଜକୁ ଚଢ଼ିବାକୁ  ପ୍ରତିବନ୍ଧକ ନଥିଲା ।