spot_img
Home Blog Page 3458

ରାଜଧାନୀରେ ମାତିଛନ୍ତି ଜମି ମାଫିଆ, ୭ ଜଣ ଜମି ମାଫିଆଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଜମି ମାଫିଆ । ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ନେଉଛନ୍ତି ବଟି । ୭ ଜଣ ଜମି ପୋଜେସନ ମାଫିଆଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ପ୍ରେସିଡେନ୍ସି ପଛରେ ଏକ ବିବାଦୀୟ ଜମିକୁ ନେଉଥିଲେ ପୋଜେସନ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ୨୫ ତାରିଖରେ ଏନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ତଦନ୍ତ କରି ପୋଲିସ ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟଙ୍କୁ ଗିରଫ କରିଛି ।

ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା । ମାମଲାରେ ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଫେରାର ରହିଛି । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ । ଗିରଫ ପରେ ସମସ୍ତଙ୍କ ହାତରେ ଦଉଡ଼ି ବାନ୍ଧି ଚଲାଇ ଚଲାଇ ନେଇଛି ପୋଲିସ । ଏଭଳି ଠକେଇ ଶିକାର ହେଲେ ତୁରନ୍ତ ଟୋଲଫ୍ରି ନମ୍ବରରେ କଲ କରି ଜଣାଇବାକୁ ଅପିଲ କରିଛନ୍ତି ଡିସିପି ।

ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି, ମୋତେ ମାନସିକ ଭାବେ ସପୋର୍ଟ ଦେଇଥିଲେ ରାହୁଲ ଗାନ୍ଧୀ: ଦିବ୍ୟା ସ୍ପନ୍ଦନା

ବେଙ୍ଗାଲୁରୁ: ଆତ୍ମହତ୍ୟା କରିବାକୁ ଚାହୁଁଥିଲି, ମାନସିକ ଭାବେ ସପୋର୍ଟ ଦେଇଥିଲେ ରାହୁଲ ଗାନ୍ଧୀ । କର୍ଣ୍ଣାଟକରେ ଏକ ଟକ୍ ସୋ ଭାଗ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏଭଳି କହିଛନ୍ତି କନ୍ନଡ ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନା । ସାଂସଦ ଥିବା ବେଳେ ସ୍ପନ୍ଦନାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ଏବଂ ନିର୍ବାଚନ ହାରିଯିବା ପରେ ମନରେ ଅନେକ ଦୁଶ୍ଚିନ୍ତା ରହିଥିଲା । ଗୋଟିଏ ସମୟରେ ଆତ୍ମହତ୍ୟା କରିବାକୁ ସ୍ଥିର କରିନେଇଥିଲି । ବାପାଙ୍କ ପରେ ମାଆ ମୋର ସବୁଠୁ ବଡ଼ ସପୋର୍ଟର ଥିବା ବେଳେ ସେ ସମୟରେ ରାହୁଲ ଗାନ୍ଧୀ ମାନସିକ ଭାବେ ସପୋର୍ଟ କରିଥିଲେ ବୋଲି କହିଛନ୍ତି ସ୍ବପ୍ନା ।

୨୦୧୨ରେ ଦିବ୍ୟା ସ୍ପନ୍ଦନା କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୩ରେ ମାଣ୍ଡ୍ୟାରୁ ଉପନିର୍ବାଚନ ଲଢ଼ି ଜିତିଥିଲେ । କର୍ଣ୍ଣାଟକରେ କଂଗ୍ରେସର ସୋସିଆଲ ମିଡିଆ ହେଡ୍ ଭାବେ କାର୍ଯ୍ୟ କରିଥିଲେ ସ୍ପନ୍ଦନା । ଏବେ ପୁଣି ସେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ହୋଇଛନ୍ତି ।

ରାମନବମୀ ପୂଜା ବେଳେ ମନ୍ଦିରରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ରାମନବମୀ ପୂଜା ବେଳେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀରେ ଅଘଟଣ । ପଶ୍ଚିମ ଗୋଦାବରୀର ବେଣୁଗୋପାଳ ସ୍ବାମୀ ମନ୍ଦିରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ରାମନବମୀ ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ମନ୍ଦିରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଆହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନି । ସେପଟେ କେଉଁ କାରଣରୁ ବେଣୁଗୋପାଳ ସ୍ୱାମୀ ମନ୍ଦିରରେ ନିଆଁ ଲାଗିଲା ତାହାର କାରଣ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ବାଏ ୱାନ୍ ଗେଟ୍ ୱାନ୍ ଦେଖି ସୁପରମାର୍କେଟରୁ ଜିନିଷ କିଣୁଥିଲେ ସାବଧାନ

କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ଥିବା ଭି ବଜାରରେ ଚଢ଼ାଉ। ଏକ୍ସପାଏରୀ ଖାଦ୍ୟ ଜିନିଷ ବିକ୍ରି ଅଭିଯୋଗ ପରେ ପୋଲିସ ଚଢ଼ାଉ କରି ଅନେକ ବିସ୍କୁଟ, ମିକଶ୍ଚର, କାଜୁ, ଆଲମଣ୍ଡ, ଖଜୁରୀ ଆଦି ପ୍ୟାକେଟ ଜବତ କରିଛି । ଏକ୍ସପାରୀ ଡେଟକୁ ଲିଭାଇ ଦୋକାନୀ ପ୍ୟାକେଟ ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।

ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ, ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ସାବଧାନ

ବଲାଙ୍ଗୀର: ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ସାବଧାନ । ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ । ନକଲି ସାର୍ଟିଫିକେଟରେ ଅସଲି ଚାକିରି କରୁଥିବା ଲୋକଙ୍କ ଉପରେ ପୋଲିସର ନଜର I

ଜାଲ୍‌ ସାର୍ଟିଫିକେଟରେ ଅନେକ ଚାକିରି କରୁଥିବା ନେଇ ପ୍ରମାଣ ପାଇଛି ପୋଲିସ I ବିଭିନ୍ନ ବିଭାଗକୁ ତଥ୍ୟ ମାଗାଯାଇଥିବା ବଲାଙ୍ଗୀର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ପୋଷ୍ଟାଲ, ଶିକ୍ଷା ବିଭାଗ, ଜଙ୍ଗଲ, ରେଲୱ, ପୋଲିସ ବିଭାଗ ସହ ଅନେକ ବିଭାଗରେ ଚାକିରି କରୁଥିବା ଲୋକଙ୍କ ତଥ୍ୟ ମାଗିଛି ବଲାଙ୍ଗୀର ପୋଲିସI

ଯଜ୍ଞ ଚାଲିଥିବା ବେଳେ ଧସିଲା ମନ୍ଦିର କୂଅ, ଫସିଛନ୍ତି ୨୫ ଶ୍ରଦ୍ଧାଳୁ

ଇନ୍ଦୋର: ରାମନବମୀ ପୂଜା ବେଳେ ଇନ୍ଦୋରରେ ଅଘଟଣ  । ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରର କୂଅ ଧସିଯାଇଛି  । ୬୦ ଫୁଟ କୂଅ ଭିତରେ ଫସିଛନ୍ତି ପ୍ରାୟ ୨୫ ଶ୍ରଦ୍ଧାଳୁ  । ରାମନବମୀ କାରଣରୁ ମନ୍ଦିରରେ ପ୍ରବଳ ଗହଳି ଥିଲା  । ଭିଡ ବଢ଼ିବାରୁ କୂଅର ଛାତ ଖସି ପଡ଼ିଛି ।ଅଗ୍ନିଶମ ବାହିନୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି  । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି  ।

ମନ୍ଦିରରେ ଯଜ୍ଞ ଚାଲିଥିବାବେଳେ ଅଗଟଣ ଘଟିଛି  । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘଟଣାର ଅନୁସନ୍ଧାନ କରି ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ଘଟଣା ବିଷୟରେ ଜଣାପଡିବା ପରେ ବିଧାୟକ, ଜିଲ୍ଲାପାଳ ମନ୍ଦିରରେ ପହଞ୍ଚିଛନ୍ତି  ।

 

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଓପିନିଅନ ପୋଲରେ ମିଳିଲାନି ବହୁମତ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ଗୋଟିଏ ବି ସର୍ଭେରେ ବିଜେପିକୁ ମିଳିଲାନି ବହୁମତ। ମାସକ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଗତକାଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ନିର୍ବାଚନ ତାରିଖ ଘୋଷଣା କରିଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସଂସ୍ଥା ପକ୍ଷରୁ ଓପିନିଅନ ପୋଲ ରିପୋର୍ଟ ପ୍ରକାଶ ପାଇଛି ।

ଆଗାମୀ ନିର୍ବାଚନରେ ବିଭିନ୍ନ ଦଳର ପ୍ରଦର୍ଶନକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ବିଜେପି ସରକାର ଗଠନ କରିବା ଭଳି ସ୍ଥିତିରେ ନାହିଁ । ଏବେ କର୍ଣ୍ଣାଟକରେ ବିଜେପି ସରକାରରେ ରହିଛି । ଏବିପି ସି-ଭୋଟର ସର୍ଭେରେ ୨୨୪ ଆସନରୁ ବିଜେପି ମାତ୍ର ୬୮ରୁ ୮୦ ସିଟ ମିଳିପାରେ ବୋଲି ରିପୋର୍ଟ ଆସିଛି। କଂଗ୍ରେସକୁ ୧୧୫ରୁ ୧୨୭ ଆସନ ମିଳୁଥିବା ବେଳେ ଜେଡିଏସ ୨୩ରୁ ୨୫ ସିଟ ମିଳିପାରେ। ଯଦି ସର୍ଭେ ସତ ହୁଏ, ତେବେ କଂଗ୍ରେସକୁ ସରକାର ଗଠନ ପାଇଁ ଆଉ ମାତ୍ର କେଇଟା ଆସନର ଆବଶ୍ୟକ ପଡ଼ିପାରେ।

ସେପଟେ ମାଟ୍ରିଜ ସର୍ଭେରେ ବିଜେପିକୁ ଅଧିକ ଆସନ ମିଳୁଥିଲେ ବି ସରକାର ଗଠନ କରିବା ସ୍ଥିତି ନାହିଁ । ବିଜେପିକୁ ୯୬ରୁ ୧୦୬ ଆସନ, କଂଗ୍ରେସକୁ ୮୮ରୁ ୯୮ ଆସନ ଓ ଜେଡିଏସକୁ ୨୩ରୁ ୩୩ଆସନ ମିଳିପାରେ ସର୍ଭେ ରିପୋର୍ଟ ଦେଇଛି ମାଟ୍ରିଜ । ଅନ୍ୟ ଦଳକୁ ୨ରୁ ୭ଟି ଆସନ ଯାଇପାରେ। ଲୋକପୋଲ ସର୍ଭେରେ ବିଜେପି ଶହେ ବି ଆସନ ଛୁଇଁବା ସମ୍ଭାବନା ନାହିଁ। କଂଗ୍ରେସକୁ ୧୧୬ରୁ ୧୨୩ ଆସନ ମିଳୁଥିବା ବେଳେ ବିଜେପି ୭୭ରୁ ୮୩ ଆସନ ପାଇପାରେ।

ସେହିପରି ଜେଡିଏସ ୨୧ରୁ ୨୭ ଆସନରେ ସନ୍ତୁଷ୍ଟ ହୋଇପାରେ। ପୋଲ ଅଫ ପୋଲ୍ସ ସର୍ଭେ ରିପୋର୍ଟ ଆଧାରରେ କଂଗ୍ରେସ ସବୁଠୁ ଅଧିକ ଆସନ ଅକ୍ତିଆର କରିବ। ସର୍ଭେରେ କଂଗ୍ରେସ ଶହେରୁ ୧୦୮ ଆସନ ପାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିଜେପି ୮୧ରୁ ୮୯ ଆସନ ଓ ଜେଡିଏସ ୨୧ରୁ ୨୭ ଆସନ ଅକ୍ତିଆର କରିପାରେ।

ଧର୍ମେନ୍ଦ୍ରଙ୍କୁ ଆଇନଶୃଙ୍ଖଳା ଓ ଅରାଜକତାର ପାଠ ପଢାଇଲେ ସସ୍ମିତ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ସସ୍ମିତ ପାତ୍ର। ପଢାଇଲେ ଆଇନଶୃଙ୍ଖଳା ଓ ଅରାଜକତାର ପାଠ। ଆହୁରି ମଧ୍ୟ ସସ୍ମିତ କହିଛନ୍ତି- ଶାନ୍ତିପ୍ରୀୟ ରାଜ୍ୟକୁ ବଦନାମ କରୁନ୍ତୁ ନାହିଁ କେନ୍ଦ୍ରମନ୍ତ୍ରୀ । ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବଦନାମ କରନ୍ତୁ ନାହିଁ । ଦୀର୍ଘବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ସତ୍ତ୍ବେ ଅପରାଧ ଓ ଆଇନ ଶୃଙ୍ଖଳା ଭିତରେ ଫରକ ଜାଣିପାରିଲେ ନାହିଁ ।

ପଦମପୁର ଉପନିର୍ବାଚନ ସମୟରେ ଜିଏସଟି ରେଡ ସମୟରେ ବିଜେପି ନେତାଙ୍କ ଗଣ୍ଡଗୋଳ କରିବାକୁ ଅରାଜକତା ବୋଲି କୁହାଯାଏ । ଜଣେ ବ୍ୟବସାୟୀଙ୍କୁ ସୁରକ୍ଷା ଦେବାକୁ ଅରାଜକତା କରିଥିଲେ ବିଜେପି ନେତା ଓ କର୍ମୀ । କଟକ-ସମ୍ବଲପୁର ଜାତୀୟ ରାଜପଥର ମରାମତିରେ କେନ୍ଦ୍ରର ଅବହେଳା ବିରୋଧରେ ସ୍ଥାନୀୟ ଲୋକଙ୍କୁ ରାସ୍ତା ଅବରୋଧ ଆଇନ ଶୃଙ୍ଖଳା ପରିସ୍ଥିତି କୁହାଯାଏ ବୋଲି ସସ୍ମିତ ପାତ୍ର କହିଛନ୍ତି।

ଏଥିସହ ଏନସିଆରବି ରିପୋର୍ଟ ୨୦୨୧ ଅନୁସାରେ ବିଜେପି ଶାସିତ ରାଜ୍ୟରେ ଅଧିକ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା ଘଟିଛି । ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧର ହାର ଅଧିକ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ବାଜିଲା ବିଗୁଲ୍; ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତତ୍ପର ସବୁ ଦଳ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜ୍ୟର ସବୁ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। କଂଗ୍ରେସ ପକ୍ଷରୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ବିଧାନସଭାର ବଜେଟ୍‌ ଅଧିବେଶନ ସରିବା ପରେ କମିଟି ଝାରସୁଗୁଡ଼ା ଯିବ। ଯାହାଙ୍କର ଜିତିବା ସମ୍ଭାବନା ଅଧିକ ଥିବ, ପ୍ରାର୍ଥୀ ହେବା ପାଇଁ ତାଙ୍କ ନାମ ସୁପାରିସ୍‌ କରାଯିବ ।

ନବକିଶୋର ଦାସଙ୍କ ପରିବାରରୁ କେହି ପ୍ରାର୍ଥୀ ହେଲେ ଅନୁକମ୍ପା ଭୋଟ୍‌ ମିଳିବ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି। ସେପଟେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଦଳ ଦାବି କରିଛି । ଲୋକ ମନସ୍ଥ କରିସାରିଛନ୍ତି ବିଜେଡିକୁ ଭୋଟ୍ ଦେବେ । ଦ୍ଵିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ।

ନବକିଶୋର ଦାସଙ୍କ ଝିଅ ଦୀପାଳି ବ୍ରଜରାଜନଗର ଓ ପଦମପୁରରେ ପ୍ରଚାର କରିଥିଲେ । ସେ ସବୁବେଳେ ସକ୍ରିୟ ଅଛନ୍ତି । ତେବେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବେ, ଦଳର ସୁପ୍ରିମୋ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିଜେଡିର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ବନ୍ଧାହେଲେ ରସିକିଆ ହେଡମାଷ୍ଟର

କେନ୍ଦୁଝର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ ରସିକିଆ ହେଡମାଷ୍ଟର। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ତେଲକୋଇ ଥାନା ପୋଲିସ ।

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ନିଜ ଅଫିସକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଗ୍ରାମବାସୀ ସ୍କୁଲ ଘେରାଉ କରିଥିଲେ । ଖବର ପାଇ ଏବିଇଓ ସୁବାସ ଚନ୍ଦ୍ର ମହାନ୍ତି ଓ ଥାନା ଅଧିକାରୀ ସାଇପ୍ରଭା ରାଉତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଥାନାରେ ସ୍କୁଲ କମିଟି ଓ ଅଭିଭାବକଙ୍କ ତରଫରୁ ଅଭିଯୋଗ ପରେ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ପୋଲିସ ଗିରଫ କରିଛି ।